UltraTech Premium

ବ୍ଲାଷ୍ଟ ଫର୍ଣ୍ଣେସ୍ ସ୍ଲାଗ୍ ସିମେଣ୍ଟ ବିଷୟରେ ସବୁକିଛି

ଅଲଟ୍ରାଟେକ୍ ପ୍ରିମିୟମ୍

ଅଲଟ୍ରାଟେକ୍ ପ୍ରିମିୟମ୍ ହେଉଛି ଏକ କଂକ୍ରିଟ୍ ସ୍ପେଶାଲ ସିମେଣ୍ଟ । ଗ୍ରାହକଙ୍କୁ ଉଭୟ ଅତି ସୁଦୃଢ଼ ତଥା ଅତି ଦୀର୍ଘସ୍ଥାୟୀ କଂକ୍ରିଟ୍ ସୃଷ୍ଟି କରୁଥିବା ସିମେଣ୍ଟ ଯୋଗାଇବା ପାଇଁ ଏହା ଅଲଟ୍ରାଟେକ୍ ର ଅତ୍ୟାଧୁନିକ ନିର୍ମାଣ କେନ୍ଦ୍ରରେ ଯତ୍ନର ସହିତ ବଛାଯାଇଥିବା ପ୍ରିମିୟମ୍ ଉପାଦାନରୁ ନିର୍ମିତ ହୋଇଥାଏ ।

ଗୁଣବତ୍ତା ଆଶ୍ୱାସନା ଅଲଟ୍ରାଟେକ୍ ର ବିନିର୍ମାଣ ସିଦ୍ଧାନ୍ତର ଅବିଚ୍ଛେଦ୍ୟ ଅଙ୍ଗ ଅଟେ । ଉଚ୍ଚ ନିଖୁଣତାବିଶିଷ୍ଟ ଉପକରଣ ତଥା ଆଇଏସ୍ଓ ପ୍ରମାଣିତ ପ୍ରଣାଳୀ ଓ ପଦ୍ଧତିର ଅନୁପାଳନ କରାଯାଇ ନିରନ୍ତର ତଥା କଡ଼ାକଡ଼ି ଭାବେ ଉନ୍ନତମାନର ଜ୍ଞାନକୌଶଳ, ନିରବଚ୍ଛିନ୍ନ ଗୁଣବତ୍ତା ତଦାରଖ ମାଧ୍ୟମରେ ଅଲଟ୍ରାଟେକ୍ ପ୍ରିମିୟମ୍ ର ଉଚ୍ଚ ଗୁଣବତ୍ତାକୁ ସୁନିଶ୍ଚିତ କରାଯାଇଥାଏ ।

ଅଲଟ୍ରାଟେକ୍ ପ୍ରିମିୟମ୍ ଗଠନରେ ଉଚ୍ଚ ଗୁଣମାନର କ୍ଲିଙ୍କର୍ ସହିତ ବିଚାରବନ୍ତ ଭାବେ ମିଶ୍ରିତ ଉଚ୍ଚ କାଚ ଉପାଦାନ ଥିବା ଉତ୍କୃଷ୍ଟ ମାନର ବ୍ଲାଷ୍ଟ ଫର୍ନେସ୍ ସ୍ଲାଗ୍, ହାନିକାରକ ଉପାଦାନମୁକ୍ତ ଜିପସମ୍ ଏବଂ ଆଦର୍ଶ PSD (ପାର୍ଟିକଲ୍ ସାଇଜ୍ ଡିଷ୍ଟ୍ରିବ୍ୟୁଶନ୍), ଯାହା ଏହାର ଅତୁଳନୀୟ କାର୍ଯ୍ୟଦକ୍ଷତାକୁ ବର୍ଷ ବର୍ଷ ଧରି ବଜାୟ ରଖିବା ସୁନିଶ୍ଚିତ କରିଥାଏ । ଅଲଟ୍ରାଟେକ୍ ପ୍ରିମିୟମ୍ ସିମେଣ୍ଟକୁ PCC, ରାଜମିସ୍ତ୍ରୀ କାମ ଏବଂ ପ୍ଲାଷ୍ଟରିଂ ସମେତ ବିଭିନ୍ନ ପ୍ରକାରର ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ । ଅଲଟ୍ରାଟେକ୍ ପ୍ରିମିୟମ୍ ବଡ଼ ବଡ଼ ଫାଉଣ୍ଡେଶନ୍, ବନ୍ଧ, କଂକ୍ରିଟ୍ ସଡ଼କ ଭଳି ବୃହତ୍ କଂକ୍ରିଟ୍ ପ୍ରୟୋଗ ଆବଶ୍ୟକ କରୁଥିବା କାର୍ଯ୍ୟରେ ମଧ୍ୟ ବହୁଳ ଭାବେ ବ୍ୟବହୃତ ହେଉଛି । ସଲଫେଟ୍ ଓ କ୍ଲୋରାଇଡ୍ ଆକ୍ରାମତା ପ୍ରତି ଏହାର ଉତ୍କୃଷ୍ଟ ସହନୀୟତା ପାଇଁ ଏହା ସାମୁଦ୍ରିକ ଏବଂ ଦୁର୍ଦ୍ଦଶ ପରିବେଶରେ RCC ନିମନ୍ତେ ମଧ୍ୟ ଆଦର୍ଶ । ଭୂତଳ ଏବଂ ପାଣି ସଂସ୍ପର୍ଶରେ ରହୁଥିବା ଢାଞ୍ଚାଗୁଡ଼ିକ ପାଇଁ ଏହାକୁ ବ୍ୟବହାର କରାଯାଇପାରିବ । ଉତ୍କୃଷ୍ଟ 28-ଦିନିଆ କମ୍ପ୍ରେସିଭ୍ ସୁଦୃଢ଼ତା ସହିତ ଅଲଟ୍ରାଟେକ୍ ପ୍ରିମିୟମ୍, ସ୍ଲାବ୍, କଲମ୍, ବିମ୍ ଓ ଛାତ ଭଳି ଗୁରୁତ୍ୱପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ପାଇଁ ଏକ ଆଦର୍ଶ ସମାଧାନ ଅଟେ ।

ଅଲଟ୍ରାଟେକ୍ ପ୍ରିମିୟମ୍ ସୁନ୍ଦର, ପଲିପ୍ରୋପାଇଲିନ୍ ଲାମିନେଟେଡ୍ ବାକ୍ସ ଆକୃତିର ବ୍ୟାଗ୍ ରେ ପ୍ୟାକ୍ ହୋଇଥାଏ, ଯାହା ହେରଫେର ନିରୋଧୀ ହେବା ସହ କଠିନରୁ କଠିନ ପରିବହନ/ଉଠାପକା ପରିସ୍ଥିତିକୁ ସହନ କରିପାରିଥାଏ ।

ଏହି ଉତ୍ପାଦ ବର୍ତ୍ତମାନ ପଶ୍ଚିମବଙ୍ଗ ଓ ବିହାରରେ ଉପଲବ୍ଧ ।

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ