ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj

କଂକ୍ରିଟ୍ ଯାହା ଲ୍ୟାଣ୍ଡସ୍କେପ୍‌‌କୁ ସୁନ୍ଦର କରିଥାଏ

 ଲ୍ୟାଣ୍ଡସ୍କେପିଂ ଭଳି ସୌନ୍ଦର୍ଯ୍ୟବର୍ଦ୍ଧକ ଦିଗ ଆମ ପ୍ରୋଜେକ୍ଟଗୁଡ଼ିକର ପ୍ରିମିୟମ୍ ଆକର୍ଷଣକୁ ସିଧାସଳଖ ପ୍ରଭାବିତ କରିଥାଏ । ବର୍ତ୍ତମାନ ଉପଲବ୍ଧ ହେଉଥିବା ଲ୍ୟାଣ୍ଡସ୍କେପିଂ ସମାଧାନ, ଯେପରିକି ମାର୍ବଲ ଓ ଗ୍ରାନାଇଟ୍ ବହୁତ ମହଙ୍ଗା ହୋଇଥାଏ, ନ ହେଲେ ଟାଇଲ୍ ଓ ପେଭର୍ ଭଳି ସାମଗ୍ରୀ ଅତ୍ୟନ୍ତ ଭଙ୍ଗୁର ଏବଂ କ୍ଷତିପ୍ରବଣ ହୋଇଥାଏ । ଏହି ସାମଗ୍ରୀଗୁଡ଼ିକ ନିୟମିତ ରକ୍ଷଣାବେକ୍ଷଣ ଆବଶ୍ୟକ କରିଥାଏ ଏବଂ ସେଗୁଡ଼ିକୁ ମରାମତି କରିବା ମହଙ୍ଗା ସାବ୍ୟସ୍ତ ହୋଇଥାଏ । ଆମର ସର୍ବୋତ୍ତମ ପ୍ରଚେଷ୍ଟା ସତ୍ତ୍ୱେ ଆମର ବର୍ତ୍ତମାନର ସମାଧାନଗୁଡ଼ିକ ସମୟର କଷଟିରେ ଉତ୍ତୀର୍ଣ୍ଣ ହେବାରେ ସକ୍ଷମ ହୋଇନାହିଁ । ଯେଉଁ କାରଣରୁ ଆମ ପ୍ରୋଜେକ୍ଟ, ଗ୍ରାହକଙ୍କ ଭରସା ଏବଂ ଚରମ ରୂପେ ଆମର ଖ୍ୟାତି ପ୍ରତି ମରାମତି ହୋଇପାରୁ ନ ଥିବା କ୍ଷତି ହୋଇଥାଏ, କିନ୍ତୁ ତାହା ଆଉ ଏବେ ହେବନାହିଁ ।

logo


ଅଲ୍‌ଟ୍ରାଟେକ୍ ଡେକୋର୍ ଏକ ଷ୍ଟାମ୍ପଡ୍ କଂକ୍ରିଟ୍ ଏବଂ ଆପଣଙ୍କର ନିଆରା କଂକ୍ରିଟ୍ ଲ୍ୟାଣ୍ଡସ୍କେପିଂ ସଲ୍ୟୁସନ୍ ଅଟେ, ଯାହା ଆପଣଙ୍କୁ ସ୍ଥାୟିତ୍ୱ ସହିତ କୌଣସି ସାଲିସ୍ ନ କରି ଅନନ୍ୟ ଏବଂ ପ୍ରିମିୟମ୍ ଲ୍ୟାଣ୍ଡସ୍କେପ୍ ତିଆରି କରିବାରେ ସକ୍ଷମ କରିଥାଏ । ଡିଜାଇନିଂରୁ ଇନଷ୍ଟଲେସନ୍ ପର୍ଯ୍ୟନ୍ତ ଆମର ବିଶେଷଜ୍ଞମାନେ ଆପଣଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଲ୍ୟାଣ୍ଡସ୍କେପିଂ ସେବା ଯୋଗାଇପାରିବେ । ଆମର ବ୍ୟାପକ ବର୍ଗମାଳା ମଧ୍ୟରୁ ଆପଣ ନିଜକୁ ସୁହାଉଥିବା ଡିଜାଇନ୍, ରଙ୍ଗ ଓ ଟେକ୍ସଚର୍ ବାଛିପାରନ୍ତି କିମ୍ବା ନିଜସ୍ୱ କଷ୍ଟମ୍ ଲ୍ୟାଣ୍ଡସ୍କେପ୍ ଡିଜାଇନ୍ ତିଆରି କରିପାରନ୍ତି । ଅଲ୍‌‌ଟ୍ରାଟେକ୍ ଡେକୋର୍ ସହିତ, ଏବେ ଆପଣ ଏକ ଦୀର୍ଘସ୍ଥାୟୀ, ସବୁଠାରୁ ନିଆରା ଏବଂ କମ୍-ରକ୍ଷଣାବେକ୍ଷଣ ଆବଶ୍ୟକ କରୁଥିବା ଲ୍ୟାଣ୍ଡସ୍କେପ୍ ସହଜରେ ତିଆରି କରିପାରିବେ ।


ଡିଜାଇନ୍‌‌ର ପ୍ରକାରଭେଦ



କଲର୍ଡ ଷ୍ଟାମ୍ପଡ୍ କଂକ୍ରିଟ୍

କଂକ୍ରିଟ୍ ପୃଷ୍ଠଭାଗ ଉପରେ ବେସ୍ କଲର୍, ଆକ୍ସେଣ୍ଟ କଲର୍ ଏବଂ ଷ୍ଟାମ୍ପିଂ ପ୍ୟାଟର୍ଣ୍ଣର ଯୋଗ ଷ୍ଟାମ୍ପଡ୍ କଂକ୍ରିଟ୍‌‌କୁ ଆଦର୍ଶ ରଙ୍ଗ ଏବଂ ଆକୃତି ପ୍ରଦାନ କରିଥାଏ । ଚରମ ଆକୃତିର ରୂପ ପ୍ରାକୃତିକ ନିର୍ମାଣ ସାମଗ୍ରୀ ଭଳି ପାଖାପାଖି ସମାନ ହେବ । ପେଭ୍‌‌ଡ ପଥର ତୁଳନାରେ, ଏହି ସାମଗ୍ରୀ ଅଧିକ ସ୍ଥାୟୀ ହୋଇଥାଏ ଏବଂ ପ୍ରାକୃତିକ ପଥର ଭଳି ଦେଖାଯାଇଥାଏ ।

ପ୍ରାଇମେରୀ କଲର୍

ଷ୍ଟାମ୍ପଡ୍ କଂକ୍ରିଟ୍ ଫ୍ଲୋରିଂ ନିର୍ମାଣରେ ବ୍ୟବହୃତ ହୋଇଥିବା ପ୍ରାଥମିକ ରଙ୍ଗ ବେସ୍ କଲର୍ ଭାବେ କାମ କରିଥାଏ । ବିଲ୍‌‌ଡିଂର ପ୍ରାକୃତିକ ରଙ୍ଗ ସହ ଖାପ ଖାଉଥିବା ଭଳି ବେସ୍ କଲର୍ ଚୟନ କରାଯାଇଥାଏ । ତାହା ବିଲ୍‌‌ଡିଂ ଆଖପାଖରେ ରଖାଯାଇଥିବା/ରହିଥିବା ଅନ୍ୟ କୌଣସି ପଥର ଭଳି ହୋଇପାରେ । କଂକ୍ରିଟ୍‌‌ରେ କଲର୍ ହାର୍ଡେନର୍ ଯୋଗ କରାଯିବା ଫଳରେ କଂକ୍ରିଟ୍‌‌ର ବେସ୍ କଲର୍ ସୃଷ୍ଟି ହୋଇଥାଏ । ବେସ୍ କଲର୍ ପାଇଁ ବ୍ୟବହୃତ କଲର୍ ହାର୍ଡେନର୍ ଏକ ପାଉଡର୍ ଉପାଦାନ ହୋଇଥାଏ ।


ସେକେଣ୍ଡାରୀ କଲର୍

ଷ୍ଟାମ୍ପଡ୍ କଂକ୍ରିଟ୍‌‌ରେ ରହିଥିବା ସେକେଣ୍ଡାରୀ କଲର୍ ଆକ୍ସେଣ୍ଟ କଲର୍ ହୋଇଥାଏ, ଯାହା ଟେକ୍ସଚର୍‌‌ ଏବଂ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ତିଆରି ପାଇଁ ବ୍ୟବହୃତ ହୋଇଥାଏ । କଂକ୍ରିଟ୍‌‌ରେ ଏକ କଲର୍ ରିଲିଜ୍ ପ୍ରୟୋଗ କରାଯାଇ ଆକ୍ସେଣ୍ଟ କଲର୍ ତିଆରି କରାଯାଇଥାଏ । ଷ୍ଟାମ୍ପଡ୍ କଂକ୍ରିଟ୍‌‌ରେ କଲର୍ ରିଲିଜ୍ ଦୁଇଟି କାମ କରିଥାଏ:'

●      କଲର୍ କଂକ୍ରିଟ୍‌‌ରେ ରଙ୍ଗ ଛାଡ଼ିଥାଏ

●      କଂକ୍ରିଟ୍ ଉପରେ ଥରେ ପ୍ୟାଟର୍ଣ୍ଣ ତିଆରି ହୋଇଗଲେ, କଲର୍ ରିଲିଜ୍ କଂକ୍ରିଟ୍ ଷ୍ଟାମ୍ପଗୁଡ଼ିକୁ ସେଥିରେ ଲାଖି ହେବାରୁ ପ୍ରତିରୋଧ କରିଥାଏ ।


କଂକ୍ରିଟ୍ ଉପରେ ଷ୍ଟାମ୍ପିଂ ପ୍ୟାଟର୍ଣ୍ଣ

କଂକ୍ରିଟ୍ ଷ୍ଟାମ୍ପ ବ୍ୟବହାର କରାଯାଇ ଷ୍ଟାମ୍ପଡ୍ କଂକ୍ରିଟ୍ ଉପରେ ପ୍ୟାଟର୍ଣ୍ଣ ତିଆରି କରିବାର ପ୍ରକ୍ରିୟାକୁ କଂକ୍ରିଟ୍ ଷ୍ଟାମ୍ପିଂ କୁହାଯାଏ । କଂକ୍ରିଟ୍‌‌ରେ କଲର୍ ରିଲିଜ୍ ପ୍ରୟୋଗ କରିବା ପରେ ହିଁ ଷ୍ଟାମ୍ପିଂ ପୂରା ହୋଇଥାଏ । କଂକ୍ରିଟ୍ ଷ୍ଟାମ୍ପଗୁଡ଼ିକୁ ଓଦା କଂକ୍ରିଟ୍ ପରସ୍ତ ଉପରେ ଛପାଯାଇ କାଢ଼ିନିଆଯାଇଥାଏ, ଏବଂ ଡିଜାଇନ୍‌‌ଟି କଂକ୍ରିଟ୍ ଉପରେ ରହିଯାଇଥାଏ । ଅଧିକାଂଶ କାମରେ ଷ୍ଟାମ୍ପଡ୍ କଂକ୍ରିଟ୍ ଯେପରି ଇଟା, ପ୍ରାକୃତିକ ପଥର, ଫ୍ଲାଗ୍‌‌ଷ୍ଟୋନ୍‌‌ ଭଳି ଦେଖାଯିବ ତାହା ଆବଶ୍ୟକ କରାଯାଇଥାଏ ।



ଲାଭ






ବୈଷୟିକ ବିନିର୍ଦ୍ଦିଷ୍ଟତା


ସର୍ବନିମ୍ନ ଏମ୍୨୫ ସୁଦୃଢ଼ତା

ଅତିରିକ୍ତ ସୁଦୃଢ଼ ଏବଂ ଦୀର୍ଘସ୍ଥାୟୀ ହେବା ପାଇଁ ନିର୍ମିତ ଏମ୍୨୫ ସୁଦୃଢ଼ତାଯୁକ୍ତ ଅଲ୍‌‌ଟ୍ରାଟେକ୍ ଡେକୋର୍ ଅଧିକ ଭାର ଏବଂ ଓଜନ ବହନ କରିଥାଏ ଏବଂ ତଥାପି ନିଜର ସୁଦୃଢ଼ତାକୁ କାଏମ ରଖିପାରିଥାଏ ।

logo

ନ୍ୟୂନତମ ରକ୍ଷଣାବେକ୍ଷଣ

ଅଲ୍‌‌ଟ୍ରାଟେକ୍ ଡେକୋର୍ ଉତ୍କୃଷ୍ଟ କ୍ୱାଲିଟିର ନିର୍ମାଣ ଦେଇଥାଏ, ଯାହା ନ୍ୟୂନତମ ରକ୍ଷଣାବେକ୍ଷଣ ଆବଶ୍ୟକ କରେ ।

logo

ଅବପାତ ବଜାୟ ରଖିବା ପାଇଁ ସ୍ୱତନ୍ତ୍ର ଆଡିଟିଭ୍ସ

ଅଲ୍‌‌ଟ୍ରାଟେକ୍ ଡେକୋର୍ କଂକ୍ରିଟ୍‌‌ରେ ସର୍ବୋତ୍ତମ ପାଣି-ରୁ-ସିମେଣ୍ଟ ଅନୁପାତକୁ ସୁନିଶ୍ଚିତ କରିଥାଏ ଏବଂ ଅବପାତ ବା ସ୍ଲମ୍ପକୁ ବଜାୟ ରଖିଥାଏ, ଯାହାଦ୍ୱାରା ଏକ ସୁଦୃଢ଼ ଫିନିଶ୍‌‌ଡ ପ୍ରଡକ୍ଟ ସୁନିଶ୍ଚିତ ହୋଇଥାଏ ।

logo

ସୁପାରିସଯୋଗ୍ୟ ପ୍ରୟୋଗ






ଅଲ୍ଟ୍ରାଟେକ୍ ହୋମ୍ ଏକ୍ସପର୍ଟ ଷ୍ଟୋର |

ତୁମର ନିକଟତମ ଅଲ୍ଟ୍ରାଟେକ୍ ହୋମ୍ ଏକ୍ସପର୍ଟ ଷ୍ଟୋରରେ AquaSeal ଅନ୍ତର୍ଭୁକ୍ତ କରି ଆପଣ ଗୃହ ନିର୍ମାଣ ସମାଧାନର ଅଲ୍ଟ୍ରାଟେକ୍ ର ବିସ୍ତୃତ ଆରେ କ୍ରୟ କରିପାରିବେ |



ଅଧିକ ଆଶ୍ଚର୍ଯ୍ୟଜନକ ସମାଧାନ |



logo

ପ୍ଲାଣ୍ଟ ଲୋକେଟର୍

ଅଲ୍‌ଟ୍ରାଟେକ୍ ଆର୍‌ଏମ୍‌ସି ଉତ୍ପାଦଗୁଡ଼ିକର ନୂଆ ଶୃଙ୍ଖଳା ସହିତ ନିଜ ଘର ତିଆରି କରନ୍ତୁ, ଆପଣଙ୍କ ଅଞ୍ଚଳର ନିକଟତମ ଆର୍‌ଏମ୍‌ସି ପ୍ଲାଣ୍ଟ ଠାବ କରନ୍ତୁ

maps

ସମ୍ପର୍କ କରନ୍ତୁ

ନିଜର ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ ଅଲ୍‌ଟ୍ରାଟେକ୍ ଏକ୍ସପର୍ଟମାନଙ୍କ ସହିତ ସମ୍ପର୍କ କରନ୍ତୁ

telephon


Loading....