ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj

ଫାଟଗୁଡ଼ିକୁ ପ୍ରତିରୋଧ କରିବା ପାଇଁ ତାପମାତ୍ରା-ନିୟନ୍ତ୍ରିତ କଂକ୍ରିଟ୍ 

ଥର୍ମୋକନ୍ ପ୍ଲସ୍ ଅଲ୍‌‌ଟ୍ରାଟେକ୍ ଲ୍ୟାବ୍‌‌ସ ତରଫରୁ ଏକ ତାପମାତ୍ରା ନିୟନ୍ତ୍ରିତ କଂକ୍ରିଟ୍ ଅଟେ । ଏହା କଂକ୍ରିଟ୍‌‌ର ଏକ ଅନନ୍ୟ ମିଶ୍ରଣ ଅଟେ ଯହା କେନ୍ଦ୍ରସ୍ଥ ତାପମାତ୍ରାକୁ ନିର୍ଦ୍ଧାରିତ ସୀମା ମଧ୍ୟରେ ସୀମିତ ରଖିଥାଏ ଏବଂ ତାପଜନିତ ଫାଟକୁ ପ୍ରତିରୋଧ କରିଥାଏ । ସମ୍ପୂର୍ଣ୍ଣ ଆଶ୍ୱାସନା ଏବଂ ମନର ଶାନ୍ତି ପାଇଁ ଏହା କେନ୍ଦ୍ରସ୍ଥ ତାପମାତ୍ରା ବା କୋର୍ ଟେମ୍ପରେଚର୍‌‌ର ବୈଜ୍ଞାନିକ ମନଟରିଂ ମଧ୍ୟ ପ୍ରଦାନ କରିଥାଏ । ଯେବେ ଆମେ ଆପଣଙ୍କୁ କିଛି ଅସାଧାରଣ ନିର୍ମାଣ କରିବାରେ ସାହାଯ୍ୟ କରିପାରିବୁ ତା’ହେଲେ ମାମୁଲି ନିର୍ମାଣକୁ ନେଇ ସନ୍ତୁଷ୍ଟ କାହିଁକି ହେବେ?


ଅଖଣ୍ଡ (ମୋନୋଲିଥିକ୍) ଲ୍ୟାଣ୍ଡମାର୍କ ପ୍ରୋଜେକ୍ଟଗୁଡ଼ିକ ଆପଣଙ୍କର ବିଶେଷଜ୍ଞତାକୁ ପ୍ରଦର୍ଶିତ କରିବା ଏବଂ ଏକ ଚିରସ୍ଥାୟୀ ଖ୍ୟାତିକୁ ପ୍ରତିଷ୍ଠାନ କରିବାର ଏକ ଉତ୍କୃଷ୍ଟ ସୁଯୋଗ ଅଟେ । ହେଲେ, ଏଭଳି ପ୍ରୋଜେକ୍ଟରେ ତାପଜ ଫାଟ ଦେଖାଦେବାର ଆଶଙ୍କା ରହିଥାଏ, ଯାହା ଆପଣଙ୍କ କଷ୍ଟୋପାର୍ଜିତ ଖ୍ୟାତିକୁ ନଷ୍ଟ କରିପାରେ, ଯାହାକୁ ଫେରିପାଇବା ସାଧାରଣତଃ କଷ୍ଟକର ହୋଇଥାଏ । ସମ୍ପ୍ରତି ଉପଲବ୍ଧ ତାପଜ ଫାଟ ପ୍ରତିରୋଧ ପଦ୍ଧତିଗୁଡ଼ିକ ସମୟସାପେକ୍ଷ ଏବଂ ନିରନ୍ତର ତତ୍ତ୍ୱବଧାନ ଆବଶ୍ୟକ କରିଥାଏ । ପ୍ରକ୍ରିୟା ଉପରେ ନିୟନ୍ତ୍ରଣର ଅଭାବ ଉଦ୍‌‌ବେଗ ସୃଷ୍ଟି କରିଥାଏ ଏବଂ ବୃତ୍ତିଗତ, ଆଇନଗତ ଏବଂ ଖାତିଗତ ରିସ୍କ ସୃଷ୍ଟି କରିଥାଏ । ଆମର ତାପମାତ୍ରା ନିୟନ୍ତ୍ରିତ କଂକ୍ରିଟ୍ ସହିତ ଆମେ ଆପଣଙ୍କୁ ଏହିସବୁ ସମସ୍ୟାକୁ ଏଡ଼ାଇବାରେ ସାହାଯ୍ୟ କରିପାରିବୁ । 


ଅଲ୍‌‌ଟ୍ରାଟେକ୍ ଥର୍ମୋକନ୍ ପ୍ଲସ୍ ବ୍ୟବହାର କରିବାର ଲାଭ






ବୈଷୟିକ ବିନିର୍ଦ୍ଦିଷ୍ଟତା


ମୂଳ ତାପମାତ୍ରା <70 ˚C

logo

20 ˚C ମଧ୍ୟରେ ଭିନ୍ନ ଭିନ୍ନ ସର୍ବାଧିକ ତାପମାତ୍ରା

logo

ସାଇଟରେ ବୈଷୟିକ ସହାୟତାକାରୀ ଟିମ୍

logo



ପ୍ରୟୋଗ


ଫାଉଣ୍ଡେସନ୍, ବିଲ୍‌‌ଡିଂଗୁଡ଼ିକର କେନ୍ଦ୍ରସ୍ଥ କାନ୍ଥ

ବିଲ୍‌‌ଡିଂର ଫାଉଣ୍ଡେସନ୍ ଏବଂ କେନ୍ଦ୍ରସ୍ଥ କାନ୍ଥଗୁଡ଼ିକ ବିଲ୍‌‌ଡିଂ ଢାଞ୍ଚାର ଅତ୍ୟାବଶ୍ୟକ ଉପାଦାନ ହୋଇଥାଏ । ବିଲ୍‌‌ଡିଂର ଫାଉଣ୍ଡେସନକୁ ସୁରକ୍ଷା ଦେବା ପାଇଁ ଏହିସବୁ ଜାଗାର ତାପମାତ୍ରାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି ସ୍ଥାନଗୁଡ଼ିକରେ ତାପଜ ଫାଟର ରିସ୍କ ରହିଥାଏ ଏବଂ ଥର୍ମୋକମ୍ ପ୍ଲସ୍ ଏହାକୁ ପ୍ରତିରୋଧ କରିପାରିବ ।

logo

ଗର୍ଡର୍ ଏବଂ ପିୟର୍ କ୍ୟାପ୍

ଗର୍ଡର ଏବଂ ପିୟର୍ କ୍ୟାପ୍‌‌ଗୁଡ଼ିକୁ ଥର୍ମାଲ୍ ବା ତାପଜ ଭାର ଏବଂ ପ୍ରସାରଣର ସମ୍ମୁଖୀନ ହେବାକୁ ପଡ଼ିଥାଏ, ଯାହାଫଳରେ ତାହାର ଫାଉଣ୍ଡେସନରେ ଫାଟ ସୃଷ୍ଟି ହୋଇଥାଏ । ଅଲ୍‌‌ଟ୍ରାଟେକ୍ ଥର୍ମୋକନ୍ ପ୍ଲସ୍‌‌ ସହିତ ଆମର ଅନନ୍ୟ ତାପମାତ୍ରା ନିୟନ୍ତ୍ରଣ ଟେକ୍ନୋଲୋଜି ମାଧ୍ୟମରେ ଏହି ସମସ୍ୟା ଦୂର ହୋଇଥାଏ । 

logo

ସୁଉଚ୍ଚ ଅଟ୍ଟାଳିକା

ସୁଉଚ୍ଚ ଅଟ୍ଟାଳିକାରେ ଉଚ୍ଚ ତାପମାତ୍ରା ପରିସ୍ଥିତି ସିଧାସଳଖ ସିମେଣ୍ଟ ହାଇଡ୍ରେସନ୍ ଏବଂ ଥର୍ମାଲ୍ ଏକ୍ସପାନ୍ସନ ସହ ଜଡ଼ିତ ହୋଇଥାଏ, ଯାହାଫଳରେ ତାହାର କଂକ୍ରିଟ୍‌‌ରେ ଫାଟ ଦେଖାଦେଇଥାଏ । ଥର୍ମୋକନ୍ ପ୍ଲସ୍ ଥର୍ମାଲ୍ ଫାଟକୁ ପ୍ରତିରୋଧ କରିବା ପାଇଁ କଂକ୍ରିଟ୍‌‌ରେ ଉପଯୁକ୍ତ ନିରନ୍ତର ତାପମାତ୍ରା ବଜାୟ ରଖିବାରେ ସହାୟତା କରିପାରିବ । 

logo



ନିଷ୍କର୍ସ

ଆପଣ ଥର୍ମୋକନ୍ ପ୍ଲସ୍ ସମେତ ଅଲ୍‌‌ଟ୍ରାଟେକ୍‌‌ର ବିଶାଳ ହୋମ୍ ବିଲ୍‌‌ଡିଂ ସଲ୍ୟୁସନ୍ସର ବର୍ଗମାଳାକୁ ନିଜର ନିକଟତମ ଅଲ୍‌‌ଟ୍ରାଟେକ୍ ହୋମ୍ ଏକ୍ସପର୍ଟ ଷ୍ଟୋର୍‌‌ରୁ କ୍ରୟ କରିପାରିବେ ।





ଅଧିକ ଆଶ୍ଚର୍ଯ୍ୟଜନକ ସମାଧାନ |



ପ୍ଲାଣ୍ଟ ଲୋକେଟର୍

ଅଲ୍‌ଟ୍ରାଟେକ୍ ଆର୍‌ଏମ୍‌ସି ଉତ୍ପାଦଗୁଡ଼ିକର ନୂଆ ଶୃଙ୍ଖଳା ସହିତ ନିଜ ଘର ତିଆରି କରନ୍ତୁ, ଆପଣଙ୍କ ଅଞ୍ଚଳର ନିକଟତମ ଆର୍‌ଏମ୍‌ସି ପ୍ଲାଣ୍ଟ ଠାବ କରନ୍ତୁ

map

ସମ୍ପର୍କ କରନ୍ତୁ

ନିଜର ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ ଅଲ୍‌ଟ୍ରାଟେକ୍ ଏକ୍ସପର୍ଟମାନଙ୍କ ସହିତ ସମ୍ପର୍କ କରନ୍ତୁ

telephone

Loading....