ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj




ସଂକ୍ଷିପ୍ତ ବିବରଣୀ

ଅଲଟ୍ରାଟେକ୍ ରେ ଆମେ ଚ୍ୟାଲେଞ୍ଜକୁ ପସନ୍ଦ କରୁ, କଠିନ ପରିଶ୍ରମ କରୁ, ହାଇ-ଫାଇଭ୍ ଓ ସେଲିବ୍ରେଟ୍ କରୁ । ଆମେ ରିସ୍କ ନେଉ, ଶୀଘ୍ର ଶିଖୁ ଓ ଆମେମାନେ ହେଉଛି ନିଜ ନିଜ କ୍ଷେତ୍ରର ଜଣେ ବିଶେଷଜ୍ଞ । ମିଳିମିଶି, ଆମେ ସିମେଣ୍ଟ ଉଦ୍ୟୋଗର ପରିଭାଷାକୁ ବଦଳାଉଛୁ

overview




କର୍ମସ୍ଥଳୀରେ ଆନନ୍ଦ

କାହିଁକି ଯୋଗ ଦେବେ, ପଚାରୁଛନ୍ତି?

ନିଜେ ହିଁ ଦେଖିନିଅନ୍ତୁ...

 

ଆମେ ଏପରି ଏକ ସନ୍ତୁଳିତ ପରିବେଶ ପ୍ରଦାନ କରିବାର ପ୍ରୟାସ କରିଥାଉ, ଯେଉଁ ଆମ କର୍ମଚାରୀଙ୍କ ପାଇଁ କାମ କରିବାର ଉଚିତ ବ୍ୟବସ୍ଥା ରହିବା ସହ ସେମାନଙ୍କ ପରିବାର ସହିତ ମନୋରଞ୍ଜନର ସାଧନ ମଧ୍ୟ ସହଜରେ ଉପଲବ୍ଧ ହୋଇଥିବ ।

ବିଶ୍ୱ ପରିବେଶ ଦିବସ, ଅନ୍ତର୍ଜାତୀୟ ମହିଳା ଦିବସ ଏବଂ ଶିଶୁ ଦିବସ ଭଳି ଅନେକ ସମାରୋହରେ କର୍ମଚାରୀ ଓ ସେମାନଙ୍କ ପରିବାରକୁ ପରସ୍ପର ସହ ମିଶି ଉତ୍ସବ ପାଳନ କରିବା ଓ କାମର ଚାପକୁ ହ୍ରାସ କରିବାର ସୁଯୋଗ ମିଳିଥାଏ ।

 

ଆମର ସ୍ୱାସ୍ଥ୍ୟ ଓ କଲ୍ୟାଣ କ୍ୟାଲେଣ୍ଡରରେ ଆମେ କେତୋଟି ସୂଚୀ ପ୍ରଦାନ କରିଛୁ, ଯାହା ମାଧ୍ୟମରେ କର୍ମଚାରୀଙ୍କୁ ଉଚିତ୍ ଭୋଜନ କରିବା, ସୁରକ୍ଷିତ ରହିବା ଏବଂ ଭଲ ଅନୁଭବ କରିବା ପାଇଁ ପରାମର୍ଶ ଦିଆଯାଇଥାଏ ।  କମ୍ପାନୀ ଦ୍ୱାରା ସମୟ ସମୟରେ ୱାକାଥନ୍, ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷା, ସୁରକ୍ଷା ସପ୍ତାହ ଭଳି ଗତିବିଧିର ଆୟୋଜନ କରାଯାଇଥାଏ, ଏଥିରୁ ଏହା ଜଣାପଡ଼ିଥାଏ ଯେ କମ୍ପାନୀ ନିଜ କର୍ମଚାରୀଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ କେତେ ପ୍ରତିବଦ୍ଧ ।

ଅଲଟ୍ରାଟେକ୍ ରେ ଆମେ ଜୀବନର ଆନନ୍ଦ ନେବାରେ ବିଶ୍ୱାସ କରିଥାଉ । ଆମେ ପ୍ରୟାସ କରିଥାଉ ଯେ ଆମ କର୍ମଚାରୀ କାମର ପ୍ରତ୍ୟେକ କ୍ଷଣର ଆନନ୍ଦ ନିଅନ୍ତୁ ଓ ତା’ସହିତ ସେମାନଙ୍କ ପରିବାର ମଧ୍ୟ ଖୁସିରେ ରହୁ ।

fun-at-work



କାର୍ଯ୍ୟରେ ବିବିଧତା

ଆମ କର୍ମବଳରେ ଆମେ ବିବିଧତାକୁ ସ୍ୱାଗତ କରିଥାଉ

 

ଏକ ବିଶ୍ୱସ୍ତରୀୟ କମ୍ପାନୀ ହୋଇଥିବା କାରଣରୁ ଅଲଟ୍ରାଟେକ୍ ଏକ ସମ୍ବେଦନଶୀଳ ନିଯୋକ୍ତା ହେବାର ମହତ୍ତ୍ୱ କ’ଣ ତାହା ଜାଣେ, ଓ ସାଂସ୍କୃତିକ ବିବିଧତାର ଆହ୍ୱାନ ଓ ଲାଭକୁ ଭଲଭାବେ ବୁଝିଥାଏ ।

ଏକ ବିଶ୍ୱସ୍ତରୀୟ କମ୍ପାନୀ ହୋଇଥିବା କାରଣରୁ ଅଲଟ୍ରାଟେକ୍ ଏକ ସମ୍ବେଦନଶୀଳ ନିଯୋକ୍ତା ହେବାର ମହତ୍ତ୍ୱ କ’ଣ ତାହା ଜାଣେ, ଓ ସାଂସ୍କୃତିକ ବିବିଧତାର ଆହ୍ୱାନ ଓ ଲାଭକୁ ଭଲଭାବେ ବୁଝିଥାଏ ।

ଅଲଟ୍ରାଟେକ୍ ସିମେଣ୍ଟରେ ବିବିଧତା ସଠିକ୍ ପ୍ରତିଭା, କୌଶଳ ଏବଂ ସୃଜନଶୀଳତା ସହିତ ଏକ ଅଞ୍ଚଳର ବିପରୀତ, ବୟସ, ସଂସ୍କୃତି ଓ ଲିଙ୍ଗ ସମ୍ବନ୍ଧୀୟ ସନ୍ତୁଳିତ କାର୍ଯ୍ୟବଳକୁ ମହତ୍ତ୍ୱ ଦେଇଥାଏ ।

ଅଲଟ୍ରାଟେକ୍ ରେ ଆମେ ସମସ୍ତ ଆବେଦନକାରୀଙ୍କ ସମ୍ପର୍କରେ ପୂର୍ଣ୍ଣ ଓ ନିରପେକ୍ଷ ବିଚାର କରିବା ଏବଂ ସମସ୍ତ କର୍ମଚାରୀଙ୍କ ପାଇଁ ବିକାଶ ଓ ସୁଯୋଗର ମାର୍ଗକୁ ଉନ୍ମୁକ୍ତ ରଖିବାରେ ବିଶ୍ୱାସ କରିଥାଉ ।

ଆମେ ଆମର ମହିଳା ଅନୁକୂଳ କାର୍ଯ୍ୟପଦ୍ଧତି ଓ କାର୍ଯ୍ୟ ପରିବେଶକୁ ନେଇ ଗର୍ବିତ ।

diversity-at-work


ଜନସ୍ୱାର୍ଥ ନିମନ୍ତେ ସତର୍କ ସୂଚନା

  • ଅଲଟ୍ରାଟେକ୍ ସିମେଣ୍ଟ ଲିମିଟେଡ୍ ଏବଂ ତାହାର ଆସୋସିଏଟ୍/ସଦସ୍ୟ କମ୍ପାନୀ ଚାକିରି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କଠାରୁ କୌଣସି ଅର୍ଥରାଶି ଦାବି କିମ୍ବା ଗ୍ରହଣ କରି ନ ଥାନ୍ତି ।
  • ସର୍ଭିସ୍ ଚାର୍ଜ କିମ୍ବା ସିକ୍ୟୁରିଟି ଡିପୋଜିଟ୍ କିମ୍ବା ପ୍ରୋସେସିଂ ଫି କିମ୍ବା ବ୍ୟାକଗ୍ରାଉଣ୍ଡ ଭେରିଫିକେଶନ୍ ଖର୍ଚ୍ଚ କିମ୍ବା ଅନ୍ୟ କୌଣସି ଆକାରରେ, ଫେରସ୍ତଯୋଗ୍ୟ କିମ୍ବା ଅଣଫେରସ୍ତଯୋଗ୍ୟ ଅର୍ଥରାଶି ବଦଳରେ ଚାକିରିର ଅଫର୍ ମିଥ୍ୟା ଓ ଠକାମି ବୋଲି ବିବେଚନା କରାଯିବା ଆବଶ୍ୟକ । 
  • ଆମ ତରଫରୁ ଚାକିରି ଅଫର୍ ସମ୍ବଳିତ ମେଲ୍ ରେ ଆମର ଡୋମେନ୍ ନାମ ରହିବ, ଉଦାହରଣ @adityabirla.com । ଦୟାକରି ପ୍ରତିଷ୍ଠିତ କମ୍ପାନୀର ଛଦ୍ମବେଶରେ ନିଜକୁ ଉପସ୍ଥାପିତ କରୁଥିବା ଏବଂ ନକଲି URL ବ୍ୟବହାର କରି ଠକାମିରେ ଲିପ୍ତ ବ୍ୟକ୍ତିମାନଙ୍କ ପ୍ରତି ସାବଧାନ । ତେଣୁ, ସର୍ବଦା ଇମେଲ୍ ଆଇଡି ଯାଞ୍ଚ ଓ ସତ୍ୟାପିତ କରନ୍ତୁ ।
  • ଚାକିରିର ଯାଚନା କରୁଥିବା, ସାକ୍ଷାତକାର ତାରିଖ ସମ୍ବଳିତ ଏବଂ ବ୍ୟକ୍ତିଗତ ବିବରଣୀ ମାଗୁଥିବା, ବିଶେଷ କରି Gmail/Yahoo/Hotmail/Live ଡୋମେନ୍ ରେ ସମାପ୍ତ ହେଉଥିବା ଇମେଲ୍ ଆଇଡିକୁ କପି କରାଯାଇଥିବା ଯେକୌଣସି ମେଲ୍ ପ୍ରତି ସାବଧାନ ରୁହନ୍ତୁ ।
  • ଯଦି ଚାକିରି ଆବେଦନକାରୀଙ୍କୁ କୌଣସି ଆକାରରେ ଅର୍ଥ ବିନିମୟରେ ଚାକିରି ଦିଆଯିବାର ଅଫର୍ ଦିଆଯାଏ; କିମ୍ବା ଯଦି ସେ ଠକାମିରେ ଲିପ୍ତ ବ୍ୟକ୍ତିଙ୍କୁ ଅର୍ଥରାଶି ଦେଇ ଚାକିରି ଅଫର୍ କୁ ଗ୍ରହଣ କରିନେଇଥାନ୍ତି, ତେବେ ଅଲଟ୍ରାଟେକ୍ ସିମେଣ୍ଟ ଲିମିଟେଡ୍ ତାହାର କୌଣସି ପରିଣତି ପାଇଁ ଦାୟୀ ରହିବ ନାହିଁ ।
  • ଦୟାକରି ଏପରି ଅଫରଗୁଡ଼ିକ ପ୍ରତି ସତର୍କ ରୁହନ୍ତୁ, ଏବଂ ଏ ସମ୍ପର୍କରେ ଆମର ୱେବସାଇଟ୍ www.ultratechcement.com ଜରିଆରେ ଆମକୁ ସୂଚିତ କରନ୍ତୁ ଏବଂ ଆପଣ ଆଇନ ପ୍ରଣୟନ ଏଜେନ୍ସି/ପୋଲିସ ନିକଟରେ ଏ ସଂକ୍ରାନ୍ତରେ ଅଭିଯୋଗ ମଧ୍ୟ ଦାଏର କରିପାରନ୍ତି ।
  • ଉଚିତ ମନେ କରୁଥିବା ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ଆମ ନିକଟରେ ସଂରକ୍ଷିତ ।

ମାନବ ସମ୍ବଳ ବିଭାଗ
ଅଲଟ୍ରାଟେକ୍ ସିମେଣ୍ଟ ଲିମିଟେଡ୍, ମୁମ୍ବାଇ

Loading....