ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ସିମେଣ୍ଟର ପ୍ରକାରଭେଦକୁ ଜାଣନ୍ତୁ ଓ ବୁଝନ୍ତୁ : ସିମେଣ୍ଟର ଉପଯୋଗ ଓ ଗ୍ରେଡ୍

ଏହି ବ୍ଲଗ୍ ଆପଣଙ୍କୁ ବିଭିନ୍ନ ଧରଣର ସିମେଣ୍ଟକୁ ବୁଝିବାରେ ସାହାଯ୍ୟ କରିବ । ତା’ସହିତ ଏଠାରେ ପ୍ରତ୍ୟେକ ଧରଣର ସିମେଣ୍ଟର ଉପଯୋଗ ସମ୍ପର୍କରେ ସୂଚନା ଦିଆଯାଇଛି । ଅଧିକନ୍ତୁ, ବଜାରରେ ବିଭିନ୍ନ ଗ୍ରେଡ୍‌‌ର ସିମେଣ୍ଟ ଉପଲବ୍ଧ ହୋଇଥାଏ । ତେଣୁ, ଆମେ ଏଠାରେ ସିମେଣ୍ଟର ବିଭିନ୍ନ ପ୍ରକାରଭେଦ ଓ ତାହାର ମାନ ବା ଗ୍ରେଡ୍ ସମ୍ପର୍କରେ ଆଲୋଚନା କରିବା।

Share:


ନିର୍ମାଣ ଜଗତରେ ସାରା ବିଶ୍ୱରେ ସିମେଣ୍ଟ ଏକ ଅତ୍ୟାବଶ୍ୟକ ସାମଗ୍ରୀ ରୂପେ ବ୍ୟବହୃତ ହୋଇଥାଏ । ଏହା ଏକ ବନ୍ଧନ ସୃଷ୍ଟିକାରୀ ଉପାଦାନ ଅଟେ ଯାହା ବାଲି, ଗୋଡ଼ି ଓ ପାଣି ସହିତ ମିଶି କଂକ୍ରିଟ୍ ସୃଷ୍ଟି କରିଥାଏ । ନିର୍ମିତ ଢାଞ୍ଚା ବା ଷ୍ଟ୍ରକ୍ଚର୍‌‌ଗୁଡ଼ିକୁ କଂକ୍ରିଟ୍ ସୁଦୃଢ଼ତା ପ୍ରଦାନ କରିଥାଏ । ବଜାରରେ ବିଭିନ୍ନ ପ୍ରକାର ସିମେଣ୍ଟ ଉପଲବ୍ଧ ହୋଇଥାଏ । ପ୍ରତ୍ୟେକ ସିମେଣ୍ଟର ନିର୍ଦ୍ଦିଷ୍ଟ ନିର୍ମାଣ ଉପଯୋଗ ରହିଥାଏ । ଏହି ବ୍ଲଗ୍‌‌ରେ ଆମେ ୧୫ଟି ବିଭିନ୍ନ ଧରଣର ସିମେଣ୍ଟ ଓ ସେଗୁଡ଼ିକ ଉପଯୋଗ ସମ୍ପର୍କରେ ଆମେ ଆଲୋଚନା କରିବା ।



ସିମେଣ୍ଟର ପ୍ରକାରଭେଦ

 

୧) ଅର୍ଡିନାରୀ ପୋର୍ଟଲାଣ୍ଡ ସିମେଣ୍ଟ

ସାରା ବିଶ୍ୱରେ ଏ ପ୍ରକାର ସିମେଣ୍ଟ ସାଧାରଣ ଭାବେ ନିର୍ମାଣ ପ୍ରକଳ୍ପ ପାଇଁ ବ୍ୟବହୃତ ହୋଇଥାଏ । ଏହି ବହୁ ଉଦ୍ଦେଶୀୟ ସିମେଣ୍ଟକୁ ସାଧାରଣ ନିର୍ମାଣ କାର୍ଯ୍ୟରୁ ଆରମ୍ଭ କରି ପ୍ରିକାଷ୍ଟ କଂକ୍ରିଟ୍ ଉତ୍ପାଦ ପାଇଁ ବ୍ୟବହାର କରାଯାଇପାରିବ । ଓପିସି ସିମେଣ୍ଟ ଏହାର ସୁଦୃଢ଼ତା, ସ୍ଥାୟିତ୍ୱ ଏବଂ କାର୍ଯ୍ୟଯୋଗ୍ୟତା ପାଇଁ ଜଣାଶୁଣା ଅଟେ । ଏହା ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହୋଇପାରିବ । ଏହାକୁ ସାଧାରଣତଃ ବିଲ୍‌‌ଡିଂ, ସେତୁୁ, ସଡ଼କ ଏବଂ ଅନ୍ୟାନ୍ୟ ଢାଞ୍ଚାର ନିର୍ମାଣ ପାଇଁ ବ୍ୟବହାର କରାଯାଇଥାଏ । ଓପିସି ସିମେଣ୍ଟର ବହୁ-ଉପଯୋଗିତା କାରଣରୁ ତାହାକୁ ବିଭିନ୍ନ ସାମଗ୍ରୀ (ଯଥା ଗୋଡ଼ି) ସହିତ ମିଶାଇ ଭିନ୍ନ ଭିନ୍ନ ପ୍ରକାର କଂକ୍ରିଟ୍ ପ୍ରସ୍ତୁତ କରାଯାଇପାରିବ ।

 

୨) ପୋର୍ଟଲାଣ୍ଡ ପେଜ୍ଜୋଲାନା ସିମେଣ୍ଟ

ପୋର୍ଟଲାଣ୍ଡ ପୋଜ୍ଜୋଲାନା ସିମେଣ୍ଟ (ପିପିସି) ଏକ ପ୍ରକାର ହାଇଡ୍ରଲିକ୍ ସିମେଣ୍ଟ ଅଟେ ଯାହାକୁ ପୋର୍ଟଲାଣ୍ଡ ସିମେଣ୍ଟ ସହିତ ଫ୍ଲାଏ ଆଶ୍ ବା ସିଲିକା ଫ୍ୟୁମ୍ ଭଳି ପୋଜ୍ଜୋଲାନିକ୍ ସାମଗ୍ରୀ ମିଶାଇ ତିଆରି କରାଯାଇଥାଏ । ପୋଜ୍ଜାଲୋନିକ୍ ଉପାଦାନ ସିମେଣ୍ଟର କାର୍ଯ୍ୟଯୋଗ୍ୟତା ଏବଂ ସ୍ଥାୟିତ୍ୱକୁ ଉନ୍ନତ କରିଥାଏ । ଏହି କାରଣରୁ ଉକ୍ତ ସିମେଣ୍ଟ ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ପିପିସି ସାଧାରଣତଃ ଗୃହ ନିର୍ମାଣ ଏବଂ ସ୍ଥାୟିତ୍ୱ ଆବଶ୍ୟକ କରୁଥିବା ଢାଞ୍ଚା ଯେପରିକି ବନ୍ଧ ଓ ସେତୁ ଭଳି ବୃହତ୍ କଂକ୍ରିଟ୍ ଢାଞ୍ଚା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ ।

 

୩) ରାପିଡ୍ ହାର୍ଡେନିଂ ସିମେଣ୍ଟ

ରାପିଡ୍-ହାର୍ଡେନିଂ ସିମେଣ୍ଟ ଏକ ପ୍ରକାର ହାଇଡ୍ରଲିକ୍ ସିମେଣ୍ଟ ଅଟେ ଯାହା ଶୀଘ୍ର କଠିନତା ହାସଲ କରିବା ପାଇଁ ଡିଜାଇନ୍ କରାଯାଇଛି । ଶୀଘ୍ର କଠିନତା ହାସଲ କରୁଥିବା କଂକ୍ରିଟ୍ ଆବଶ୍ୟକ କରୁଥିବା ନିର୍ମାଣ କାର୍ଯ୍ୟରେ ଏହି ଧରଣର ସିମେଣ୍ଟ ବ୍ୟବହୃତ ହୋଇଥାଏ, ଯେପରିକି: ପେଭ୍‌‌ମେଣ୍ଟ, ପ୍ରିକାଷ୍ଟ କଂକ୍ରିଟ୍ ଉତ୍ପାଦ ଓ ମରାମତି କାର୍ଯ୍ୟ । ଓପିସି ତୁଳନାରେ ଏହାରେ ଉଚ୍ଚତର ସଅଳ କଠିନତା ବିଶେଷତା ରହିଛି, ଯାହା ମାଧ୍ୟମରେ ଏହାକୁ ନେଇ ନିର୍ମିତ ଢାଞ୍ଚାଗୁଡ଼ିକୁ ଶୀଘ୍ର କାମ ପାଇଁ ପ୍ରସ୍ତୁତ କରାଯାଇପାରିଥାଏ ।

 

୪) ଏକ୍ସଟ୍ରା ରାପିଡ୍ ହାର୍ଡେନିଂ ସିମେଣ୍ଟ

ଏକ୍ସଟ୍ରା ରାପିଡ୍ ହାର୍ଡେନିଂ ସିମେଣ୍ଟ ଏକ ପ୍ରକାର ହାଇଡ୍ରଲିକ୍ ସିମେଣ୍ଟ ଅଟେ ଯାହା ରାପିଡ୍-ହାର୍ଡେନିଂ ସିମେଣ୍ଟ ତୁଳନାରେ ଅଧିକ ଦ୍ରୁତ ଗତିରେ କଠିନତା ହାସଲ କରିଥାଏ । ଅର୍ଡିନାରୀ ପୋର୍ଟଲାଣ୍ଡ ସିମେଣ୍ଟ କ୍ଲିଂକର୍ ସହିତ ଉଚ୍ଚତର ପରିମାଣର କ୍ୟାଲସିୟମ୍ କ୍ଲୋରାଇଡ୍‌‌କୁ ଗ୍ରାଇଣ୍ଡ କରାଯାଇ ଏହି ସିମେଣ୍ଟକୁ ପ୍ରସ୍ତୁତ କରାଯାଇଥାଏ । ଏହି ମିଶ୍ରଣ ସିମେଣ୍ଟର ସେଟିଂ ସମୟକୁ ତ୍ୱରାନ୍ୱିତ କରିଥାଏ ଏବଂ ସିମେଣ୍ଟ ଅଧିକ ଶୀଘ୍ର ସୁଦୃଢ଼ତା ହାସଲ କରିଥାଏ । ଥଣ୍ଡା ପାଣିପାଗ କିମ୍ବା ଜରୁରୀକାଳୀନ ମରାମତି କାର୍ଯ୍ୟରେ ଶୀଘ୍ର ସେଟ୍ ହେଉଥିବା ଏବଂ ଶୀଘ୍ର ପ୍ରାରମ୍ଭିକ ସୁଦୃଢ଼ତା ହାସଲ କରିବାରେ ସକ୍ଷମ କଂକ୍ରିଟ୍ ଆବଶ୍ୟକ ହେଉଥିବା କାର୍ଯ୍ୟରେ ଏକ୍ସଟ୍ରା ରାପିଡ୍-ହାର୍ଡେନିଂ ସିମେଣ୍ଟ ବ୍ୟବହୃତ ହୋଇଥାଏ । ଏହା ସାଧାରଣତଃ ବିମାନବନ୍ଦର ରନ୍‌ୱେ, ଔଦ୍ୟୋଗିକ ଚଟାଣ ଏବଂ ପ୍ରିକାଷ୍ଟ କଂକ୍ରିଟ୍ ଉତ୍ପାଦରେ ବ୍ୟବହୃତ ହୋଇଥାଏ ।

 

୫) କୁଇକ୍ ସେଟିଂ ସିମେଣ୍ଟ

କୁଇକ୍-ସେଟିଂ ସିମେଣ୍ଟ ଏକ ପ୍ରକାର ହାଇଡ୍ରଲିକ୍ ସିମେଣ୍ଟ ଅଟେ ଯାହାକୁ ଶୀଘ୍ର ସେଟ୍ ଓ କଠିନ ହେବା ପାଇଁ ଡିଜାଇନ୍ କରାଯାଇଛି । ଏହା ପାଣି ପାଇପ୍, ସ୍ୱିୟର୍ ଏବଂ ସୁଡଙ୍ଗର ମରାମତି ଭଳି ସମୟ ସମ୍ବେଦନଶୀଳ ପ୍ରକଳ୍ପରେ ସହାୟକ ହୋଇଥାଏ । ଏହି ସିମେଣ୍ଟ ତିଆରିରେ ବ୍ୟବହୃତ ସାମଗ୍ରୀଗୁଡ଼ିକ ସିମେଣ୍ଟର ସେଟିଂ ସମୟକୁ ତ୍ୱରାନ୍ୱିତ କରିଥାଏ । ଫାଷ୍ଟ ସେଟିଂ କଂକ୍ରିଟ୍ ଭଳି ଏହାର ପ୍ରାରମ୍ଭିକ ସେଟିଂ ମାତ୍ର କିଛି ମିନିଟ୍ ମଧ୍ୟରେ ଆରମ୍ଭ ହୋଇଯାଇଥାଏ ।

 

୬) ଲୋ ହିଟ୍ ସିମେଣ୍ଟ

ଲୋ ହିଟ୍ ସିମେଣ୍ଟ ଏକ ପ୍ରକାର ହାଇଡ୍ରଲିକ୍ ସିମେଣ୍ଟ ଅଟେ ଯାହାକୁ ହାଇଡ୍ରେସନ୍ ପ୍ରକ୍ରିୟା ସମୟରେ କମ୍ ଉତ୍ତାପ ଉତ୍ପନ୍ନ କରିବା ପାଇଁ ବିଶେଷ ଭାବେ ପ୍ରସ୍ତୁତ କରାଯାଇଥାଏ । ଟ୍ରାଇକ୍ୟାଲ୍‌‌ସିୟମ୍ ଆଲୁମିନେଟ୍‌‌ର ପରିମାଣକୁ ୬% ପର୍ଯ୍ୟନ୍ତ ହ୍ରାସ କରାଯାଇ ଏହାକୁ ତିଆରି କରାଯାଇଥାଏ । ଏପରି ସିମେଣ୍ଟରେ ଦୃଢ଼ତା ମନ୍ଥର ଭାବେ ହାସଲ ହୋଇଥାଏ ଏବଂ ହାଇଡ୍ରେସନ୍‌‌ର ଉତ୍ତାପ କମ୍ ରହିଥାଏ । ଉତ୍ତାପ କାରଣରୁ ଫାଟ ସୃଷ୍ଟି ହେବାର ସମ୍ଭାବନା ଥିବା ବୃହଦାକାୟ କଂକ୍ରିଟ୍ ଢାଞ୍ଚା ପାଇଁ ଏହି ସିମେଣ୍ଟ ଆଦର୍ଶ ଅଟେ । ଲୋ-ହିଟ୍ ସିମେଣ୍ଟକୁ ସାଧାରଣତଃ ବନ୍ଧ, ଆଣବିକ ଶକ୍ତି କାରଖାନା, ଏବଂ ବୃହଦାକାୟ କଂକ୍ରିଟ୍ ଢାଞ୍ଚାରେ ବ୍ୟବହାର କରାଯାଇଥାଏ ।

 

୭) ସଲ୍‌‌ଫେଟ୍ ନିରୋଧୀ ସିମେଣ୍ଟ

ସଲ୍‌‌ଫେଟ୍ ନିରୋଧୀ ସିମେଣ୍ଟ ଏକ ପ୍ରକାର ହାଇଡ୍ରଲିକ୍ ସିମେଣ୍ଟ ଅଟେ ଯାହାକୁ ମାଟି ଓ ଜଳରେ ଥିବା ସଲ୍‌‌ଫେଟ୍‌‌ କ୍ଷତିକାରକୁ ପ୍ରଭାବକୁ ପ୍ରତିରୋଧ କରିବା ପାଇଁ ଡିଜାଇନ୍ କରାଯାଇଥାଏ । ମାଟି କିମ୍ବା ଜଳରେ ଉଚ୍ଚ ମାତ୍ରାର ସଲ୍‌‌ଫେଟ୍ ରହିଥିବା ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ପାଇଁ ସଲ୍‌‌ଫେଟ୍ ନିରୋଧୀ ସିମେଣ୍ଟକୁ ସାଧାରଣତଃ ବ୍ୟବହାର କରାଯାଇଥାଏ । ଯେପରିକି: ଉପକୂୂୂଳବର୍ତ୍ତୀ ଅଞ୍ଚଳ, ଖଣି ଏବଂ କେନାଲ୍ ବନ୍ଧ ଇତ୍ୟାଦି ।



୮) ବ୍ଲାଷ୍ଟ ଫର୍ନେସ୍ ସ୍ଲାଗ୍ ସିମେଣ୍ଟ

ବ୍ଲାଷ୍ଟ ଫର୍ନେସ୍ ସ୍ଲାଗ୍ ସିମେଣ୍ଟ ବା ସ୍ଲାଗ୍ ସିମେଣ୍ଟ ଏକ ପ୍ରକାର ହାଇଡ୍ରଲିକ୍ ସିମେଣ୍ଟ ଅଟେ, ଯାହାକୁ ପୋର୍ଟଲାଣ୍ଡ ସିମେଣ୍ଟ କ୍ଲିଂକର୍ ସହିତ ଦାନାଦାର ବ୍ଲାଷ୍ଟ ଫର୍ନେସ୍ ସ୍ଲାଗ୍ ସହିତ ମିଶାଇ ତିଆରି କରାଯାଇଥାଏ । ସ୍ଲାଗ୍ ବା ଧାତୁମଳ ଲୌହ ଉତ୍ପାଦନ ପ୍ରକିୟାର ଏକ ଉପ-ଉତ୍ପାଦ ଅଟେ । ଏହାକୁ ଅତି ସରୁ ଗୁଣ୍ଡରେ ଗ୍ରାଇଣ୍ଡ କରାଯାଏ ଏବଂ ପୋର୍ଟଲାଣ୍ଡ ସିମେଣ୍ଟରେ ମିଶାଯାଇଥାଏ । ଏହି ମିଶ୍ରଣ ଯୋଗୁଁ ସୃଷ୍ଟି ହୋଇଥିବା ସିମେଣ୍ଟ କମ୍ ହାଇଡ୍ରେସନ୍ ଉତ୍ତାପ ସହନଶୀଳ, ଉତ୍ତମ କାର୍ଯ୍ୟକ୍ଷମତା ଏବଂ ଉନ୍ନତ ସ୍ଥାୟିତ୍ୱ ବିଶିଷ୍ଟ ହୋଇଥାଏ । ବ୍ଲାଷ୍ଟ ଫର୍ନେସ୍ ସ୍ଲାଗ୍ ସିମେଣ୍ଟ ସାଧାରଣତଃ ବନ୍ଧ ଓ ସେତୁ ଭଳି ବୃହଦାକାୟ କଂକ୍ରିଟ୍ ପ୍ରକଳ୍ପ ତଥା ନଭଶ୍ଚୁମ୍ଭୀ ଅଟ୍ଟାଳିକା ଓ ଔଦ୍ୟୋଗିକ ଭବନ/ଷ୍ଟ୍ରକ୍ଚର୍ ନିର୍ମାଣ ପାଇଁ ବ୍ୟବହୃତ ହୋଇଥାଏ ।

 

୯) ହାଇ ଆଲୁମିନା ସିମେଣ୍ଟ

ହାଇ ଆଲୁମିନା ସିମେଣ୍ଟ ଏକ ପ୍ରକାର ହାଇଡ୍ରଲିକ୍ ସିମେଣ୍ଟ ଅଟେ, ଯାହାକୁ ବକ୍ସାଇଟ୍ ଓ ଚୂନର ମିଶ୍ରଣ ସହିତ ପ୍ରସ୍ତୁତ କରାଯାଇଥାଏ । ଏହି ପ୍ରକିୟା ଦ୍ୱାରା ନିର୍ମିତ ହୋଇଥିବା ସିମେଣ୍ଟର ସୁଦୃଢ଼ତା ଓ ସ୍ଥାୟିତ୍ୱ ବହୁତ ଉତ୍କୃଷ୍ଟ ହୋଇଥାଏ । ଏହାର ଉଚ୍ଚ ତାପମାତ୍ରା ଓ ରାସାୟନିକ ପରିବେଶକୁ ସହ୍ୟ କରିବାର କ୍ଷମତା କାରଣରୁ ହାଇ ଆଲୁମିନା ସିମେଣ୍ଟକୁ ସାଧାରଣତଃ ରିଫ୍ୟାକ୍ଟୋରୀ କଂକ୍ରିଟ୍ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇଥାଏ । ଏହି ସିମେଣ୍ଟକୁ ରାସାୟନିକ ନିର୍ମାଣ କାରଖାନା, ଫର୍ନେସ୍, ଏବଂ ଭାଟିର ନିର୍ମାଣ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ଉଚ୍ଚ ତାପମାତ୍ରା ଓ କ୍ଷତିକାରକ କେମିକାଲ୍ସକୁ ସହିବାର ଏହାର ସାମର୍ଥ୍ୟ ଏହି କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ।

 

୧୦) ହ୍ୱାଇଟ୍ ସିମେଣ୍ଟ

ଏହାର ନାମ ସୂଚାଉଥିବା ଭଳି, ହ୍ୱାଇଟ୍ ସିମେଣ୍ଟରେ ଉଚ୍ଚ ମାତ୍ରାର ଧବଳତା ବା ହ୍ୱାଇଟ୍‌‌‌ନେସ୍ ରହିଥାଏ । ହ୍ୱାଇଟ୍ ସିମେଣ୍ଟ ମୁଖତଃ ସାଜସଜ୍ଜା ଉଦ୍ଦେଶ୍ୟ ପାଇଁ ବ୍ୟବହୃତ ହୋଇଥାଏ । ଉଦାହରଣସ୍ୱରୂପ: ଆର୍କିଟେକ୍ଚରାଲ୍ ଏଲିମେଣ୍ଟ, ପ୍ରିକାଷ୍ଟ କଂକ୍ରିଟ୍ ପ୍ରଡକ୍ଟ, ଏବଂ ଟେରାଜ୍ଜୋ ଫ୍ଲୋରିଂ । ଏଥିରେ ରଙ୍ଗ ମିଶାଯାଇ ବିଭିନ୍ନ ପ୍ରକାର କଂକ୍ରିଟ୍ ଫିନିଶ୍ ସୃଷ୍ଟି ମଧ୍ୟ କରାଯାଇପାରିବ ।

 

୧୧) କଲର୍ଡ ସିମେଣ୍ଟ

କଲର୍ଡ ସିମେଣ୍ଟ, ରଙ୍ଗିନ୍ ବା ପିଗ୍‌ମେଣ୍ଟେଡ୍ ସିମେଣ୍ଟ ନାମରେ ମଧ୍ୟ ଜଣାଶୁଣା ଅଟେ । ଏହା ଏକ ପ୍ରକାର ହାଇଡ୍ରଲିକ୍ ସିମେଣ୍ଟ ଅଟେ । ବିଭିନ୍ନ ପ୍ରକାର ରଙ୍ଗ ହାସଲ କରିବା ପାଇଁ ସେଥିରେ ପିଗ୍‌ମେଣ୍ଟ ବା ରଞ୍ଜକ (୫ରୁ ୧୦%) ମିଶାଯାଇଥାଏ । ରଙ୍ଗିନ୍ ସିମେଣ୍ଟରେ ବ୍ୟବହାର କରାଯାଉଥିବା ରଞ୍ଜକ କୃତ୍ରିମ କିମ୍ବା ପ୍ରାକୃତିକ ହୋଇପାରେ । ଏହା ବିଭିନ୍ନ ପ୍ରକାର ରଙ୍ଗରେ ଉପଲବ୍ଧ ହୋଇଥାଏ । ରଙ୍ଗିନ୍ ସିମେଣ୍ଟକୁ ସାଧାରଣତଃ ସାଜସଜ୍ଜା ଉଦ୍ଦେଶ୍ୟ ପାଇଁ ବ୍ୟବହାର କରାଯାଇଥାଏ । ଉଦାହରଣସ୍ୱରୂପ: କଂକ୍ରିଟ୍ କାଉଣ୍ଟରଟପ୍, ଫ୍ଲୋରିଂ ଏବଂ ପେଭିଂ । ରଙ୍ଗିନ୍ ସିମେଣ୍ଟର ବ୍ୟବହାର ଦ୍ୱାରା ନିର୍ମାଣ କାର୍ଯ୍ୟରେ ନିଆରା ରୂପ ଦିଆଯାଇପାରିବ ।

 

12) ଏୟାର୍ ଏଣ୍ଟ୍ରେନିଂ ସିମେଣ୍ଟ

ଏୟାର୍ ଏଣ୍ଟ୍ରେନିଂ ସିମେଣ୍ଟ ଏକ ପ୍ରକାର ହାଇଡ୍ରଲିକ୍ ସିମେଣ୍ଟ ଅଟେ ଯେଉଁଥିରେ ରେଜିନ୍, ଅଠା ଓ ସୋଡିୟମ୍ ଲବଣ ଭଳି ବାୟୁ ପ୍ରବେଶ କରିବାରେ ସକ୍ଷମ ଉପାଦାନ ରହିଥାଏ । ଏହା କଂକ୍ରିଟ୍ ମିଶ୍ରଣରେ ଅତି ସୂକ୍ଷ୍ମ ବାୟୁ ଫୋଟକା ସୃଷ୍ଟି କରିଥାଏ । ଏୟାର୍-ଏଣ୍ଟ୍ରେନିଂ ସିମେଣ୍ଟ ନିର୍ଦ୍ଦିଷ୍ଟ ପ୍ରଗାଢ଼ତା ହାସଲ କରିବା ପାଇଁ ଅର୍ଡିନାରୀ ପୋର୍ଟଲାଣ୍ଡ ସିମେଣ୍ଟ ଓ ଅନ୍ୟାନ୍ୟ ସିମେଣ୍ଟ ତୁଳନାରେ କମ୍ ପାଣି ଆବଶ୍ୟକ କରିଥାଏ । ଥଣ୍ଡା ଜଳବାୟୁ ଥିବା ସ୍ଥାନରେ କଂକ୍ରିଟ୍ ପେଭମେଣ୍ଟ, ସେତୁ ଏବଂ ବିଲଡିଂ ଭଳି ତୁଷାର ନିରୋଧୀ ନିର୍ମାଣ ଆବଶ୍ୟକ କରୁଥିବା ପ୍ରକଳ୍ପଗୁଡ଼ିକ ପାଇଁ ଏହା ସାଧାରଣ ଭାବେ ବ୍ୟବହୃତ ହୋଇଥାଏ ।

 

୧୩) ଏକ୍ସପାନସିଭ୍ ସିମେଣ୍ଟ

ଏକ୍ସପାନସିଭ୍ ସିମେଣ୍ଟ ଏକ ପ୍ରକାର ହାଇଡ୍ରଲିକ୍ ସିମେଣ୍ଟ ଅଟେ ଯାହାକୁ ସେଟିଂ ହେବା ପରେ ସାମାନ୍ୟ ପ୍ରସାରିତ ହେବା ପାଇଁ ଡିଜାଇନ୍ କରାଯାଇଛି । ଟାଇଟ୍ ଫିଟ୍ ଆବଶ୍ୟକ ହେଉଥିବା ନିର୍ମାଣ ପ୍ରକଳ୍ପଗୁଡ଼ିକ ପାଇଁ ସାଧାରଣତଃ ଏକ୍ସପାନସିଭ୍ ସିମେଣ୍ଟ ବ୍ୟବହାର କରାଯାଇଥାଏ । ଉଦାହରଣସ୍ୱରୂପ: ପ୍ରିକାଷ୍ଟ କଂକ୍ରିଟ୍ ୟୁନିଟ୍ ଏବଂ ଶଟକ୍ରିଟ୍ ପ୍ରୟୋଗ । ଏପରି କାର୍ଯ୍ୟରେ ପ୍ରସାରଣ ଫାଙ୍କ ଓ ବ୍ୟବଧାନଗୁଡ଼ିକୁ ପୂରଣ କରିଥାଏ । ତାପମାତ୍ରା କାରଣରୁ କଂକ୍ରିଟର ସଙ୍କୋଚନ ସମସ୍ୟାକୁ ଦୂର କରିବା ପାଇଁ ଏକ୍ସପାନସିଭ୍ ସିମେଣ୍ଟ ବ୍ୟବହାର କରାଯାଇପାରିବ ।.

 

୧୪) ହାଇଡ୍ରୋଗ୍ରାଫିକ୍ ସିମେଣ୍ଟ

ହାଇଡ୍ରୋଗ୍ରାଫିକ୍ ସିମେଣ୍ଟ ଏକ ବିଶେଷ ପ୍ରକାର ପୋର୍ଟଲାଣ୍ଡ ସିମେଣ୍ଟ ଅଟେ ଯାହାକୁ ପାଣିରେ ସେଟ୍ ହେବା ଓ କଠିନ ହେବା ପାଇଁ ଡିଜାଇନ୍ କରାଯାଇଛି । ଏହାକୁ ପୋର୍ଟଲାଣ୍ଡ ସିମେଣ୍ଟ କ୍ଳିଂକର୍ ସହିତ ସ୍ୱତନ୍ତ୍ର ଆଡିଟିଭ୍ ସହିତ ମିଶାଇ ପ୍ରସ୍ତୁତ କରାଯାଇଥାଏ ଯାହା ପାଣିର ଉପସ୍ଥିତିରେ ମଧ୍ୟ ସେଟ୍ ହେବାର କ୍ଷମତା ରଖିଥାଏ । ହାଇଡ୍ରୋଗ୍ରାଫିକ୍ ସିମେଣ୍ଟ ସାଧାରଣତଃ ସାମୁଦ୍ରିକ ଏବଂ ପାଣି ତଳେ ନିର୍ମାଣ କରାଯାଇଥିବା ପ୍ରକଳ୍ପ, ବନ୍ଧ, ସେତୁ ଏବଂ ସୁଡଙ୍ଗ ଆଦିରେ ବ୍ୟବହାର କରାଯାଇଥାଏ । ଏହାକୁ ସୁଇମିଂ ପୁଲ୍, ଜଳ ସଂରକ୍ଷଣ ଟାଙ୍କି ଏବଂ ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ମଧ୍ୟ ବ୍ୟବହାର କରାଯାଏ ।

 

୧୫) ପୋର୍ଟଲାଣ୍ଡ ଲାଇମଷ୍ଟୋନ୍ ସିମେଣ୍ଟ

ପୋର୍ଟଲାଣ୍ଡ ଲାଇମଷ୍ଟୋନ୍ ସିମେଣ୍ଟ (ପିଏଲସି) ଏକ ପ୍ରକାର ବ୍ଲେଣ୍ଡେଡ୍ ସିମେଣ୍ଟ ଅଟେ ଯାହାକୁ ପୋର୍ଟଲାଣ୍ଡ ସିମେଣ୍ଟ କ୍ଲିଂକର୍ ଏବଂ ୫ରୁ ୧୫% ଚୂନପଥର ଗ୍ରାଇଣ୍ଡ କରି ତିଆରି କରାଯାଇଥାଏ । ପିଏଲସିରେ ସାଧାରଣତଃ ଓପିସିର ଗୁଣଧର୍ମ ରହିଥାଏ କିନ୍ତୁ ଏଥିରେ କମ୍ କାର୍ବନ୍ ପଦଚିହ୍ନ ରହିଥାଏ ଏବଂ ହାଇଡ୍ରେସନ୍ ସମୟରେ ଏହା କମ୍ ତାପ ଉତ୍ପନ୍ନ କରିଥାଏ । ପିଏଲସିକୁ ସାଧାରଣତଃ ଚିରପୋଷଣକ୍ଷମତାର ଆବଶ୍ୟକତା ରହିଥିବା ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ । ଉଦାହରଣସ୍ୱରୂପ: ଗ୍ରୀନ୍ ବିଲଡିଂ ଏବଂ ଭିତ୍ତିଭୂମି । ଏହା ପେଭମେଣ୍ଟ, ଫାଉଣ୍ଡେସନ୍ ଏବଂ ପ୍ରିକାଷ୍ଟ ୟୁନିଟ୍ ଭଳି କଂକ୍ରିଟ୍ କାମ ପାଇଁ ମଧ୍ୟ ଉପଯୁକ୍ତ ଅଟେ ।.

 

ସିମେଣ୍ଟର ବିଭିନ୍ନ ଗ୍ରେଡ୍



ସିମେଣ୍ଟର ବିଭିନ୍ନ ପ୍ରକାର ସହିତ ତାହାର ବିଭିନ୍ନ ଗ୍ରେଡ୍ ମଧ୍ୟ ବଜାରରେ ଉପଲବ୍ଧ ହୋଇଥାଏ । ଭାରତରେ ଉପଲବ୍ଧ ହେଉଥିବା ସବୁଠାରୁ ସାଧାରଣ ଗ୍ରେଡ୍ ସିମେଣ୍ଟ ହେଉଛି ୩୩, ୪୩ ଏବଂ ୫୩ ଗ୍ରେଡ୍ ସିମେଣ୍ଟ । ୨୮ ଦିନ କିଓରିଂ ପରେ ସିମେଣ୍ଟର କମ୍ପ୍ରେସିଭ୍ ଦୃଢ଼ତା ଉପରେ ଏହି ଗ୍ରେଡ୍ ଆଧାରିତ ହୋଇଥାଏ ।

 

୧) ୩୩ ଗ୍ରେଡ୍ ସିମେଣ୍ଟ

୩୩ ଗ୍ରେଡ୍ ସିମେଣ୍ଟ ସାଧାରଣତଃ ସାଧାରଣ ନିର୍ମାଣ କାର୍ଯ୍ୟ ଓ ପ୍ଲାଷ୍ଟରିଂ ପାଇଁ ବ୍ୟବହୃତ ହୋଇଥାଏ । କିଓରିଂ ପରେ ଏଥିରେ ୩୩ ଏନ୍/ମିମି୨ର କମ୍ପ୍ରେସିଭ୍ ସୁଦୃଢ଼ତା ରହିଥାଏ । ଏହି ପ୍ରକାର ସିମେଣ୍ଟ ଏପରି ନିର୍ମାଣ କାର୍ଯ୍ୟ ପାଇଁ ଉପଯୁକ୍ତ ହୋଇଥାଏ ଯେଉଁଠି ଉଚ୍ଚ ସୁଦୃଢ଼ତା ଏତେ ମହତ୍ତ୍ୱ ରଖି ନ ଥାଏ । ଏହା ଏମ୍୨୦ରୁ ଅଧିକ କଂକ୍ରିଟ୍ ମିଶ୍ରଣ ପାଇଁ ଉପଯୁକ୍ତ ନୁହେଁ ।

୨) ୪୩ ଗ୍ରେଡ୍ ସିମେଣ୍ଟ

୪୩ ଗ୍ରେଡ୍ ସିମେଣ୍ଟ ଭାରତରେ ସବୁଠାରୁ ବହୁଳ ଭାବେ ବ୍ୟବହୃତ ସିମେଣ୍ଟ ଅଟେ । ୨୮ ଦିନର କିଓରିଂ ପରେ ଏହାର କମ୍ପ୍ରେସିଭ୍ ସୁଦୃଢ଼ତା ହେଉଛି ୪୩ ଏନ୍/ମିମି୨  । ମଧ୍ୟମରୁ ଉଚ୍ଚ ସୁଦୃଢ଼ତା ଆବଶ୍ୟକ ହେଉଥିବା ନିର୍ମାଣ ପ୍ରକଳ୍ପ ପାଇଁ ଏହା ଉପଯୁକ୍ତ ଅଟେ । ଉଦାହରଣସ୍ୱରୂପ: ପ୍ଲେନ୍ କଂକ୍ରିଟ୍ କିମ୍ବା ପ୍ଲାଷ୍ଟରିଂ କାର୍ଯ୍ୟ । ଏହାକୁ ଟାଇଲ୍ସ, ବ୍ଲକ୍ସ, ପାଇପ୍ସ ଆଦି ତିଆରି କରିବା ପାଇଁ ମଧ୍ୟ ବ୍ୟବହାର କରାଯାଏ । ଏହାର କମ୍ପ୍ରେସିଭ୍ ସୁଦୃଢ଼ତା ୩୩ ଗ୍ରେଡ୍ ସିମେଣ୍ଟ ଅପେକ୍ଷା ଅଧିକ ହୋଇଥାଏ ଏବଂ ଏହା ମଧ୍ୟମ-ଆକାରର ନିର୍ମାଣ ପ୍ରକଳ୍ପ ପାଇଁ ଉପଯୁକ୍ତ ଅଟେ । ଏହା ଏମ୍୩୦ ପର୍ଯ୍ୟନ୍ତ କଂକ୍ରିଟ୍ ମିଶ୍ରଣ ପାଇଁ ଉପଯୁକ୍ତ ।

 

୩) ୫୩ ଗ୍ରେଡ୍ ସିମେଣ୍ଟ

୫୩ ଗ୍ରେଡ୍ ସିମେଣ୍ଟ ଭାରତରେ ଉପଲବ୍ଧ ହେଉଥିବା ସର୍ବୋଚ୍ଚ ଗ୍ରେଡ ର ସିମେଣ୍ଟ ଅଟେ । ୨୮ ଦିନର କିଓରିଂ ପରେ ଏହାର କମ୍ପ୍ରେସିଭ୍ ସୁଦୃଢ଼ତା ୫୩ ଏନ୍/ମିମି୨ ଅଟେ । ଉଚ୍ଚ ସୁଦୃଢ଼ତା ଆବଶ୍ୟକ କରୁଥିବା ନିର୍ମାଣ ପ୍ରକଳ୍ପଗୁଡ଼ିକ ପାଇଁ ଏହି ସିମେଣ୍ଟ ଉପଯୁକ୍ତ ହୋଇଥାଏ । ଉଦାହରଣସ୍ୱରୂପ: ସୁଉଚ୍ଚ ଅଟ୍ଟାଳିକା, ବନ୍ଧ ଏବଂ ଔଦ୍ୟୋଗିକ ଢାଞ୍ଚା । ଏଥିରେ ଉଭୟ ୩୩ ଗ୍ରେଡ୍ ଓ ୪୩ ଗ୍ରେଡ୍ ସିମେଣ୍ଟ ଅପେକ୍ଷା ଅଧିକ କମ୍ପ୍ରେସିଭ୍ ସୁଦୃଢ଼ତା ରହିଥାଏ । ତେଣୁ, ଏହା ସବୁଠାରୁ ଅଧିକ ଦୀର୍ଘସ୍ଥାୟୀ ହୋଇଥାଏ । ଏହା ଏମ୍୨୫ରୁ ଅଧିକ କଂକ୍ରିଟ୍ ମିଶ୍ରଣ ପାଇଁ ଉପଯୁକ୍ତ ଅଟେ ।

 

ଏହା ଧ୍ୟାନରେ ରଖାଯିବା ଉଚିତ୍ ଯେ, ଉଚ୍ଚତର ଗ୍ରେଡ୍ ର କଂକ୍ରିଟ୍ ରେ ଅଧିକ ହାଇଡ୍ରେସନ୍ ଉତ୍ତାପ ରହିଥାଏ । ତେଣୁ ତାହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରା ନ ଗଲେ ଫାଟ ସୃଷ୍ଟି ହୋଇପାରେ । ଅତଏବ, ବାଞ୍ଚିତ କାମ ପାଇଁ ଉପଯୁକ୍ତ ଗ୍ରେଡ୍ ର ସିମେଣ୍ଟ ବ୍ୟବହାର କରାଯିବା ଉଚିତ । ସିମେଣ୍ଟ ବ୍ୟବହାର ଓ କିଓରିଂ ପାଇଁ ନିର୍ମାତାଙ୍କ ସୁପାରିସ  ଅନୁସରଣ କରନ୍ତୁ ।





ସଠିକ୍ ପ୍ରକାର ସିମେଣ୍ଟ ଚୟନ କରିବା ଆପଣଙ୍କ ନିର୍ମାଣ ପ୍ରକଳ୍ପର ସଫଳତା ପାଇଁ ଅତ୍ୟାବଶ୍ୟକ ହୋଇଥାଏ । ପ୍ରତ୍ୟେକ ପ୍ରକାର ସିମେଣ୍ଟରେ ଅନନ୍ୟ ଗୁଣଧର୍ମ ରହିଥାଏ, ଯାହା ସମ୍ପୃକ୍ତ କାର୍ଯ୍ୟ ପାଇଁ ସର୍ବୋପଯୁକ୍ତ ହୋଇଥାଏ । ବିଭିନ୍ନ ପ୍ରକାର ସିମେଣ୍ଟ ଓ ତାହାର ଉପଯୋଗକୁ ବୁଝିବା ଦ୍ୱାରା ଆପଣ ନିଜର ପରବର୍ତ୍ତି ନିର୍ମାଣ ପ୍ରକଳ୍ପ ପାଇଁ ସୁଚିନ୍ତିତ ନିଷ୍ପତ୍ତି ଗ୍ରହଣ କରିବାରେ ସକ୍ଷମ ହୋଇପାରିବେ ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |





  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....