ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ପାଉଁଶ ଇଟା ବନାମ ଲାଲ ଇଟା : ଆପଣ କେଉଁଟି ବ୍ୟବହାର କରିବା ଉଚିତ୍ ?

ଘର ବା ଅନ୍ୟ କୌଣସି ଢାଞ୍ଚା ନିର୍ମାଣ କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ସଠିକ୍ ପ୍ରକାରର ଇଟା ବାଛିବା। ବିଗତ କିଛି ବର୍ଷ ମଧ୍ୟରେ ପାରମ୍ପରିକ ଲାଲ ଇଟାର ବିକଳ୍ପ ଭାବରେ ପାଉଁଶ ଇଟା ଲୋକପ୍ରିୟତା ହାସଲ କରିଛି । କିନ୍ତୁ ପାଉଁଶ ଇଟା ବନାମ ଲାଲ ଇଟା ମଧ୍ୟରେ, ଆପଣ କେଉଁଟି ବ୍ୟବହାର କରିବା ଉଚିତ୍ ?

Share:


ଇଟାର ଦୁନିଆକୁ ଅନୁସନ୍ଧାନ କରନ୍ତୁ ଏବଂ ପାଉଁଶ ଇଟା ବନାମ ଲାଲ ଇଟା ମଧ୍ୟରେ ପାର୍ଥକ୍ୟ ଆବିଷ୍କାର କରନ୍ତୁ। ଆପଣ ଘର ମାଲିକ ହୁଅନ୍ତୁ କିମ୍ବା ଠିକାଦାର ହୁଅନ୍ତୁ, ଏହି ବ୍ଲଗ୍ ପୋଷ୍ଟ ଆପଣଙ୍କ ନିର୍ମାଣ ଆବଶ୍ୟକତା ପାଇଁ ସଠିକ୍ ଇଟା ଚୟନ କରିବାରେ ସାହାଯ୍ୟ କରିବା ପାଇଁ ମୂଲ୍ୟବାନ ଜ୍ଞାନ ପ୍ରଦାନ କରିବ।



ପାଉଁଶ ଇଟା କ'ଣ ?

ପାଉଁଶ ଇଟା ଫ୍ଲାଏ ଆଶ୍ ବା ପାଉଁଶ ପରି ଶିଳ୍ପସଂସ୍ଥାର ବର୍ଜ୍ୟ ବସ୍ତୁରୁ ତିଆରି କରାଯାଏ, ଯାହା କୋଇଲା ଚାଳିତ ପାୱାର ପ୍ଲାଣ୍ଟର ଉପଉତ୍ପାଦ ଅଟେ । ଫ୍ଲାଏ ଆଶ୍ କୁ ସିମେଣ୍ଟ, ପାଣି ଏବଂ ଅନ୍ୟାନ୍ୟ ସାମଗ୍ରୀ ସହିତ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରାଯାଏ, ଯାହାକୁ ପରେ ଢାଞ୍ଚାରେ ଢାଳି ଉଚ୍ଚ ତାପମାତ୍ରାରେ ସେକି ସ୍ଥାୟୀ, ହାଲୁକା ଇଟା ତିଆରି କରାଯାଏ ।



ଲାଲ ଇଟା କ'ଣ ?

ଲାଲ ଇଟା, ଯାହାକୁ ମାଟି ଇଟା ମଧ୍ୟ କୁହାଯାଏ, ପ୍ରାକୃତିକ ମାଟିରୁ ନିର୍ମିତ ଏକ ପ୍ରକାର ନିର୍ମାଣ ସାମଗ୍ରୀ ଯାହା ଆୟତାକାର ଭାବେ ତିଆରି ହୋଇ ଭାଟିରେ ଉଚ୍ଚ ତାପମାତ୍ରାରେ ପୋଡ଼ା ଯାଏ । ଏହା ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଥିବା ସର୍ବପୁରାତନ ଏବଂ ପାରମ୍ପରିକ ନିର୍ମାଣ ସାମଗ୍ରୀ ମଧ୍ୟରୁ ଅନ୍ୟତମ ।

 

ପାଉଁଶ ଇଟା ବନାମ ଲାଲ ଇଟା

ଉଭୟ ପ୍ରକାର ଇଟାର ନିଜସ୍ୱ ସୁବିଧା ଓ ଅସୁବିଧା ଥିବା ବେଳେ ପାଉଁଶ ଇଟା ଓ ଲାଲ ଇଟାରେ ପାର୍ଥକ୍ୟ ବହୁତ ଅଧିକ ରହିଛି।

 

1. ସଂରଚନା

ପାଉଁଶ ଇଟା ମୁଖ୍ୟତଃ କୋଇଲା ଜଳାଯାଉଥିବା ପାୱାର ପ୍ଲାଣ୍ଟରୁ ବାହାରୁଥିବା ଶିଳ୍ପ ବର୍ଜ୍ୟବସ୍ତୁ ବ୍ୟବହାର କରି ପ୍ରସ୍ତୁତ କରାଯାଏ । ଏହି ବର୍ଜ୍ୟବସ୍ତୁକୁ ସିମେଣ୍ଟ, ବାଲି ଏବଂ ପାଣି ସହିତ ମିଶାଇ ଏକ ପେଷ୍ଟ ତିଆରି କରାଯାଏ, ଯାହାକୁ ପରେ ଇଟା ତିଆରି କରିବା ପାଇଁ ଛାଞ୍ଚରେ ଢାଳି କିୟୋରିଂ କରାଯାଏ । ଅପରପକ୍ଷେ, ଲାଲ ଇଟା ମାଟିରୁ ତିଆରି ହୋଇଥାଏ, ଯାହା ଅନେକ ଅଞ୍ଚଳରେ ପ୍ରଚୁର ମାତ୍ରାରେ ମିଳୁଥିବା ଏକ ପ୍ରାକୃତିକ ସମ୍ପଦ । ମାଟିକୁ ପାଣିରେ ମିଶାଇ ଛାଞ୍ଚରେ ଢାଳି ଇଟା ଆକାର ଦିଆଯିବା ପରେ ଏହାକୁ କଠିନ କରିବା ପାଇଁ ଭାଟିରେ ପୋଡ଼ାଯାଏ ।

 

2. ଇନସୁଲେସନ

ପାଉଁଶ ଇଟାରେ ସୀମିତ ଥର୍ମାଲ୍ ଇନସୁଲେସନ୍ ଗୁଣ ରହିଛି ଏବଂ ଏହା ଥଣ୍ଡା ଜଳବାୟୁରେ ପ୍ରଭାବଶାଳୀ ଭାବରେ ଉତ୍ତାପ ବଜାୟ ରଖିପାରିବ ନାହିଁ । ଅପରପକ୍ଷେ, ଲାଲ ଇଟାର ଅଧିକ ଘନତା ଏବଂ କମ୍ ଥର୍ମାଲ ପରିବାହକତା କାରଣରୁ ଉଭୟ ଧ୍ୱନି ଏବଂ ଥର୍ମାଲ ଇନସୁଲେସନ ପ୍ରଦାନ କରିଥାଏ । ଏଥିପାଇଁ ପରିବେଶ ପାଇଁ ଲାଲ ଇଟା ଅଧିକ ପସନ୍ଦଯୋଗ୍ୟ ଯେଉଁଠାରେ ତାପମାତ୍ରା ନିୟନ୍ତ୍ରଣ ଏବଂ ଶବ୍ଦ ହ୍ରାସ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

 

3. ପୃଷ୍ଠଭାଗ

ପାଉଁଶ ଇଟା ଏକ ନିଖୁଣ ପୃଷ୍ଠଭାଗ ଫିନିସ୍ ପ୍ରଦାନ କରିଥାଏ, ପ୍ଲାଷ୍ଟରିଂର ଆବଶ୍ୟକତାକୁ ଦୂର କରିଥାଏ । ତାହାର ମସୃଣ ଗଠନ ସୌନ୍ଦର୍ଯ୍ୟପୂର୍ଣ୍ଣ ଆକର୍ଷଣ ପ୍ରଦାନ କରେ ଏବଂ ସାମଗ୍ରିକ ନିର୍ମାଣ ସମୟ ଏବଂ ଖର୍ଚ୍ଚକୁ କମ୍ କରେ । ଅପରପକ୍ଷେ, ଲାଲ ଇଟାଗୁଡ଼ିକ ସାଧାରଣତଃ ଏକ ମସୃଣ ଏବଂ ଫିନିସଡ୍ ରୂପ ହାସଲ କରିବା ପାଇଁ ପ୍ଲାଷ୍ଟରିଂ ଆବଶ୍ୟକ କରେ।

 

4. ଘନତ୍ୱ

ଲାଲ ଇଟା ତୁଳନାରେ ପାଉଁଶ ଇଟା ହାଲୁକା ହୋଇଥାଏ। ଉତ୍ପାଦନ ପ୍ରକ୍ରିୟାରେ ପାଉଁଶ ଭଳି ଏକ ହାଲୁକା ପଦାର୍ଥ ଅନ୍ତର୍ଭୁକ୍ତ କରିବା ଦ୍ୱାରା ପାଉଁଶ ଇଟାର ସାମଗ୍ରିକ ଘନତ୍ୱ ହ୍ରାସ ପାଇଥାଏ । ଏହି ହାଲୁକା ପ୍ରକୃତି ତାହାକୁ ନିର୍ମାଣ ସମୟରେ ଧରିବା, ନେବା ଏବଂ କାମରେ ଲଗାଇବା ସହଜ କରିଥାଏ । ଅପରପକ୍ଷରେ ମାଟି ବ୍ୟବହାର ହୋଇଥିବାରୁ ଲାଲ ଇଟା ଓଜନିଆ ଓ ଅଧିକ ଘନ ହୋଇଥାଏ। ଲାଲ ଇଟାର ଅଧିକ ଘନତା ସେଗୁଡିକ ବ୍ୟବହୃତ ହେଉଥିବା ଘରକୁ ଅତିରିକ୍ତ ଶକ୍ତି ଏବଂ ସ୍ଥିରତା ପ୍ରଦାନ କରିଥାଏ ।

 

5. କମ୍ପ୍ରେସିଭ୍ ଶକ୍ତି

ଲାଲ ଇଟା ତାହାର ଶକ୍ତି ଏବଂ ସ୍ଥାୟିତ୍ୱ ପାଇଁ ପରିଚିତ । ପାଉଁଶ ଇଟା ତୁଳନାରେ ଏଗୁଡ଼ିକର କମ୍ପ୍ରେସିଭ୍ ବା ସଂକୋଚନ ଶକ୍ତି ଅଧିକ ଥାଏ, ଯାହା ସେମାନଙ୍କୁ ଭାର ସମ୍ଭାଳିବା କାର୍ଯ୍ୟ ପାଇଁ ଉପଯୁକ୍ତ କରିଥାଏ । ଲାଲ ଇଟାର ଅଧିକ ଶକ୍ତି ତାହାକୁ ବିଶେଷ ବିକୃତି କିମ୍ବା ନଷ୍ଟ ବିନା ଅଧିକ ଭାର ସହିବାକୁ ଅନୁମତି ଦିଏ । ଲାଲ ଇଟା ତୁଳନାରେ ପାଉଁଶ ଇଟାର କମ୍ କମ୍ପ୍ରେସିଭ୍ ଶକ୍ତି ଥାଏ, ତଥାପି ଅନେକ ନିର୍ମାଣ କାର୍ଯ୍ୟ ପାଇଁ ଏଗୁଡ଼ିକ ଯଥେଷ୍ଟ ଶକ୍ତି ପ୍ରଦର୍ଶନ କରେ।

 

6. ଜଳ ଅବଶୋଷଣ

ଲାଲ ଇଟା ତୁଳନାରେ ପାଉଁଶ ଇଟାରେ ଜଳ ଅବଶୋଷଣ ହାର ଅଧିକ ଥାଏ । ପାଉଁଶ ଇଟାର ଛିଦ୍ରଯୁକ୍ତ ପ୍ରକୃତି, ସୂକ୍ଷ୍ମ କଣିକାର ଉପସ୍ଥିତି ସହିତ ମିଶି, ଜଳ ଅବଶୋଷଣକୁ ବୃଦ୍ଧି କରିପାରେ । ଏହି ଉଚ୍ଚ ଜଳ ଅବଶୋଷଣ ହାର ପାଉଁଶ ଇଟାକୁ ଆର୍ଦ୍ରତା ସମ୍ବନ୍ଧୀୟ ସମସ୍ୟା ଯେପରିକି ଉପଯୁକ୍ତ ଭାବେ ସୁରକ୍ଷିତ କିମ୍ବା ଜଳନିରୋଧକ ନ ହେଲେ ଆର୍ଦ୍ରତା କାରଣରୁ ଚୂନା ବାହାରିବା ଏବଂ ପରସ୍ତ ଛାଡ଼ିବା ସମସ୍ୟା ପ୍ରତି ଅଧିକ ସମ୍ବେଦନଶୀଳ କରିଥାଏ । ଲାଲ ଇଟା, ତାହାର ସଘନ ଗଠନ ସହିତ, ସାଧାରଣତଃ ଜଳ ଅବଶୋଷଣ ହାର କମ୍ ଥାଏ ଏବଂ ଆର୍ଦ୍ରତା ସମ୍ବନ୍ଧୀୟ ସମସ୍ୟାର ସମ୍ଭାବନା ମଧ୍ୟ କମ୍ ଥାଏ ।

 

7. ସ୍ୱ-ଓଜନ

ଲାଲ ଇଟା ତୁଳନାରେ ପାଉଁଶ ଇଟା ହାଲୁକା ହୋଇଥାଏ। ପାଉଁଶ ଇଟା ହାଲୁକା ହୋଇଥିବାରୁ ନିର୍ମାଣ କାମ ସମୟରେ ତାହାକୁ ଧରିବା, ନେବା ଏବଂ କାମରେ ଲଗାଇବା ସହଜ ହୋଇଥାଏ । ଲାଲ ଇଟା ଓଜନିଆ ହୋଇଥିବାରୁ, ପରିବହନ କରିବା ଏବଂ କାମରେ ଲଗାଇବା ପାଇଁ ଅଧିକ ପରିଶ୍ରମ ଏବଂ ଶ୍ରମିକ ଆବଶ୍ୟକ ହୋଇଥାଏ । ପାଉଁଶ ଇଟା ବନାମ ଲାଲ ଇଟା ମଧ୍ୟରେ ଓଜନ ଦୃଷ୍ଟିରୁ, ପାଉଁଶ ଇଟା ଚୟନ କରିବା ଏକ ବୁଦ୍ଧିମାନର ବିକଳ୍ପ ହେବ ।

 

ଏହି ବିସ୍ତୃତ ଆଲୋଚନା ପାଉଁଶ ଇଟା ଏବଂ ଲାଲ ଇଟା ମଧ୍ୟରେ ପାର୍ଥକ୍ୟକୁ ଭଲ ଭାବେ ବୁଝାଇଥାଏ, ନିର୍ମାଣ ପ୍ରକଳ୍ପଗୁଡିକରେ ତାହାର ବୈଶିଷ୍ଟ୍ୟ, ରୂପରେଖ ଏବଂ ସମ୍ଭାବ୍ୟ ପ୍ରଭାବ ଉପରେ ଆଲୋକପାତ କରିଥାଏ ।



ପାଉଁଶ ଇଟା ବ୍ୟବହାର କରିବାର ଫାଇଦା


ପାଉଁଶ ଇଟା ବ୍ୟବହାର କରିବା ଦ୍ୱାରା ଅନେକ ଫାଇଦା ମିଳିଥାଏ, ଯଥା:

 

1. ପରିବେଶ ଅନୁକୂଳ

ପାଉଁଶ ଇଟା ପରିବେଶ ସଚେତନତାର କଥା କହେ । ମାଟି ଉପରେ ବୋଝ ପକାଉଥିବା ଶିଳ୍ପ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ତାହା ଏକ ସବୁଜ ଭବିଷ୍ୟତ ପାଇଁ ବାଟ ପ୍ରଶସ୍ତ କରେ।

 

2. ଶକ୍ତି କୁଶଳତା

ପାଉଁଶ ଇଟା ଦ୍ୱାରା ଶକ୍ତି ସଞ୍ଚୟ ସ୍ୱାଭାବିକ ଭାବରେ ଆସିଥାଏ । ପାରମ୍ପରିକ ଲାଲ ଇଟା ତୁଳନାରେ ଏହାର ଉତ୍ପାଦନ ପ୍ରକ୍ରିୟା କମ୍ ଶକ୍ତି ଆବଶ୍ୟକ କରେ, ଯାହାଫଳରେ ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନ ହ୍ରାସ ପାଇଥାଏ ଏବଂ ଅଙ୍ଗାରକାମ୍ଲ କମ୍ ନିର୍ଗତ ହୁଏ ।

 

3. ହାଲୁକା ଓଜନ

ପାଉଁଶ ଇଟାର ଅତ୍ୟଧିକ ହାଲକା ଗୁଣ ଫଳରେ ତାହାକୁ ଧରିବା ଏବଂ ପରିବହନ କରିବା ସହଜ ହୋଇଥାଏ। ନିର୍ମାଣ କାମ ସମୟରେ ଆପଣ ଉଭୟ ସମୟ ଏବଂ ପରିଶ୍ରମ ସଞ୍ଚୟ କରିବେ, ଯାହା ଆପଣଙ୍କ ପ୍ରକଳ୍ପର ଅଗ୍ରଗତିକୁ ପୂର୍ବାପେକ୍ଷା ସହଜ କରିବ ।

 

4. ଶସ୍ତା

ଏହି ଶସ୍ତା ଜିନିଷ ଆପଣଙ୍କ ନିବେଶ ପାଇଁ ଅସାଧାରଣ ମୂଲ୍ୟ ପ୍ରଦାନ କରିଥାଏ, ଯାହା ନିଶ୍ଚିତ କରେ ଯେ ଆପଣଙ୍କ ଟଙ୍କା ଗୁଣବତ୍ତା ସହ ବୁଝାମଣା ନ କରି ଅକ୍ଷତ ରହିବ ।

 

5. ଉତ୍ତମ ଇନସୁଲେସନ

ପାଉଁଶ ଇଟା ଆପଣଙ୍କ ନିର୍ମାଣ ପ୍ରକଳ୍ପକୁ ଇନସୁଲେସନର ଶକ୍ତି ଦେଇଥାଏ । ଏହାର ଉଲ୍ଲେଖନୀୟ ଇନସୁଲେସନ୍ ଗୁଣ ତାପମାତ୍ରା ନିୟନ୍ତ୍ରଣ କରିବା, ବିଦ୍ୟୁତି୍ ଖର୍ଚ୍ଚ ହ୍ରାସ କରିବା ଏବଂ ଆପଣଙ୍କ ଘରକୁ ବର୍ଷ ସାରା ଆରାମଦାୟକ ରଖିବାରେ ସାହାଯ୍ୟ କରେ ।

 

ପାଉଁଶ ଇଟାର ଗୁଣ


ପାଉଁଶ ଇଟାର ଏହି ସବୁ ଗୁଣ ନିର୍ମାଣ ପ୍ରକଳ୍ପଗୁଡିକ ପାଇଁ ତାହାର ଲୋକପ୍ରିୟତା ଏବଂ ଉପଯୁକ୍ତତାରେ ଉଲ୍ଲେଖନୀୟ ଯୋଗଦାନ କରେ :

 

1. କମ୍ପ୍ରେସିଭ୍ ଶକ୍ତି

ପାଉଁଶ ଇଟାରେ 75-100 kg/cm2 ପର୍ଯ୍ୟନ୍ତ ପ୍ରଭାବଶାଳୀ କମ୍ପ୍ରେସିଭ୍ ଶକ୍ତି ରହିଛି । ତାହା କେବଳ ଇଟା ନୁହେଁ; ଓଜନ ସମ୍ଭାଳିବା ଢାଞ୍ଚାର ମେରୁଦଣ୍ଡ ଅଟେ ଯାହା ଭାରୀ ଲୋଡ୍ ଦ୍ୱାରା ଦବି ଯାଏ ନାହିଁ।

 

2. ଅଗ୍ନି ପ୍ରତିରୋଧ

ଇଟାଗୁଡ଼ିକର ଉଚ୍ଚ ଗଳନାଙ୍କ (ମେଲ୍ଟିଂ ପଏଣ୍ଟ) ଏବଂ ଅଣ ବିଷାକ୍ତ ପ୍ରକୃତି ସୁନିଶ୍ଚିତ କରେ ଯେ ନିଆଁ ସଂସ୍ପର୍ଶରେ ଆସିଲେ ସେଥିରୁ କ୍ଷତିକାରକ ଧୂଆଁ ବାହାରିବ ନାହିଁ । ପାଉଁଶ ଇଟାର ଅସାଧାରଣ ଅଗ୍ନି ପ୍ରତିରୋଧ ଶକ୍ତି ରହିଥିବା ଜାଣି ଆପଣଙ୍କ କୋଠାରେ ସୁରକ୍ଷିତ ଅନୁଭବ କରନ୍ତୁ।

 

3. ସାଉଣ୍ଡ୍ ଇନସୁଲେସନ୍

ପାଉଁଶ ଇଟାରେ ଉତ୍କୃଷ୍ଟ ସାଉଣ୍ଡ୍ ଇନସୁଲେସନ୍ ଗୁଣ ରହିଛି, ଯାହା ପ୍ରଭାବଶାଳୀ ଭାବରେ ବାହ୍ୟ ଧ୍ୱନି କମ୍ପନକୁ ଅବଶୋଷଣ କରିଥାଏ । ଏହା ଦ୍ୱାରା ଘର ଶାନ୍ତ ଲାଗେ, ଯାହା ଆପଣଙ୍କୁ କୋଳାହଳପୂର୍ଣ୍ଣ ସହର ବା ଆଖପାଖ ଅଞ୍ଚଳର ଶବ୍ଦପ୍ରବଣତାରୁ ରକ୍ଷା କରିଥାଏ ।

 

4. ସ୍ଥାୟିତ୍ୱ

ସମୟର ଝଡ଼କୁ ଦୃଢ଼ତାର ସହ ମୁକାବିଲା କରିବା ପାଇଁ ପାଉଁଶ ଇଟା ନିର୍ମାଣ କରାଯାଇଛି। ପାଣିପାଗ, କ୍ଷୟ ଏବଂ ରାସାୟନିକ ଆକ୍ରମଣକୁ ଏହା ଦୃଢ଼ ଭାବେ ପ୍ରତିରୋଧ କରିପାରେ । ଗରମଠାରୁ ଆରମ୍ଭ କରି ବର୍ଷା ପର୍ଯ୍ୟନ୍ତ ପାଉଁଶ ଇଟା ନିଜର ଢାଞ୍ଚାଗତ ଅଖଣ୍ଡତା ବଜାୟ ରଖିଥାଏ।

 

5. ପରିବେଶ-ଅନୁକୂଳ

ପାଉଁଶ ଇଟା ଏହାର ସର୍ବୋତ୍ତମ ସ୍ତରରେ ସ୍ଥାୟିତ୍ୱକୁ ପ୍ରତିଫଳିତ କରିଥାଏ । ମାଟି ଗାଡ଼ରେ ପଡ଼ିବାକୁ ଥିବା ଶିଳ୍ପ ବର୍ଜ୍ୟବସ୍ତୁରୁ ନିର୍ଗତ ଫ୍ଲାଏ ଆଶ୍ ରୁ ଏହା ନୂଆ ଜୀବନ ପାଇଛି। ପାଉଁଶ ଇଟା ପରିବେଶ ପ୍ରଦୂଷଣକୁ କମାଇବା ସହ ଆପଣଙ୍କ ପ୍ରକଳ୍ପରୁ ଅଙ୍ଗାରକାମ୍ଲ ନିମର୍ଗନ ହ୍ରାସ କରିବାରେ ସକ୍ରିୟ ଭାବରେ ଯୋଗଦାନ କରେ ।

 

ପାଉଁଶ ଇଟାରେ ତିଆରି ଘର ପାରମ୍ପରିକ ଘରଠାରୁ ବହୁ ଊର୍ଦ୍ଧ୍ୱରେ ଅଟେ ।

 

ଅଧିକ ପଢ଼ନ୍ତୁ: ଏଏସି ବ୍ଲକର ପ୍ରକାର





ଯେତେବେଳେ ପାଉଁଶ ଇଟା ବନାମ ଲାଲ ଇଟା ମଧ୍ୟରୁ ଗୋଟିଏ ବାଛିବା କଥା ଆସେ, ଏହା ଆପଣଙ୍କ ପ୍ରକଳ୍ପ ପାଇଁ ଉପଯୁକ୍ତ ଖୋଜିବା ବିଷୟରେ ହୋଇଥାଏ। ପ୍ରତ୍ୟେକ ପ୍ରକାର ଇଟାର ଲାଭ ଏବଂ କ୍ଷତିକୁ ତର୍ଜମା କରିବା ଏବଂ ଇଟା ଉପରେ ପରୀକ୍ଷା ଦ୍ୱାରା ଏହାର ସମୀକ୍ଷା କରିବା ଜରୁରୀ । ଶେଷରେ, ଆପଣ ଚାହାଁନ୍ତି ଯେ ଆପଣଙ୍କ ନିର୍ମାଣ ପ୍ରକଳ୍ପ ସୁରକ୍ଷିତ, ଦୀର୍ଘସ୍ଥାୟୀ ଏବଂ ଯଥାସମ୍ଭବ କୁଶଳୀ ହେଉ । ତେଣୁ କେଉଁ ପ୍ରକାର ଇଟା ଆପଣଙ୍କ ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ତାହା ବିଚାର କରିବାକୁ ସମୟ ନିଅନ୍ତୁ। ଆପଣ ଆପଣଙ୍କ ସାମଗ୍ରୀ ବିଷୟରେ ଯେତେ ଅଧିକ ଜାଣିବେ, ଆପଣଙ୍କ ନିର୍ମାଣ ପ୍ରକଳ୍ପ ବିଷୟରେ ସଠିକ ନିଷ୍ପତ୍ତି ନେବା ସେତେ ସହଜ ହେବ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....