ବେଙ୍ଗାଲୁରୁର ଗୌରବ
ବେଙ୍ଗାଲୁରୁ ମେଟ୍ରୋ ରେଳ ପ୍ରକଳ୍ପ ସେହି ସହରର ଉତ୍କୃଷ୍ଟତମ ଲ୍ୟାଣ୍ଡମାର୍କ ଭିତ୍ତିଭୂମି ପ୍ରକଳ୍ପ ଅଟେ । ଏହି ପ୍ରକଳ୍ପ 42.3 କିମି କ୍ଷେତ୍ରରେ ବିସ୍ତାରିତ ହେବ । କାର୍ଯ୍ୟାନ୍ୱୟନରେ ଦକ୍ଷତା ପ୍ରାପ୍ତ କରିବା ପାଇଁ, ଏହାକୁ ଚାରିଟି ଏଲିଭେଟେଡ୍ ଭାଗରେ ବିଭାଜିତ କରାଯାଇଛି, ଯେଉଁଗୁଡ଼ିକ ପ୍ରତ୍ୟେକ ‘ରିଚ୍’ ନାମରେ ପରିଚିତ । ଅଲଟ୍ରାଟେକ୍ ଏହି ଉଦ୍ୟମରେ ଅତ୍ୟଧିକ ଯୋଗଦାନ ଦେଇଛି । ପ୍ରକଳ୍ପର ପ୍ରଥମ ରିଚ୍ ରେ କମ୍ପାନୀ 0.79 ଲକ୍ଷ ମେଟ୍ରିକ ଟନ୍ ସିମେଣ୍ଟ ଯୋଗାଣ କରିଛି, ଯାହାଦ୍ୱାରା ସେହି ରିଚ୍ ରେ ଏହା ବ୍ୟବସାୟର 100% ଭାଗ ହାସଲ କରିପାରିଛି । ପୂର୍ବ-ପଶ୍ଚିମ କରିଡର୍ ରିଚ୍-1 ଓ ରିଚ୍-2କୁ ସଂଯୋଗ କରୁଥିବା ଦୁଇଟି ଭୂତଳ ସେକ୍ସନ ଏବଂ ଉତ୍ତର-ଦକ୍ଷିଣ କରିଡର୍ ରେ ରିଚ୍-3 ଏବଂ ରିଚ୍-4 ମଧ୍ୟ ନିର୍ମାଣାଧୀନ ଅଛି ।
ପ୍ରଥମ ରିଚ୍ 7.4 କିମିର ଦୂରତା ଅତିକ୍ରମ କରି ଏମ୍.ଜି. ରୋଡ୍ କୁ ବ୍ୟପନହଲ୍ଲୀ ଟର୍ମିନାଲ ସହିତ ଯୋଡ଼ିଥାଏ । ରିଚ୍-1ର ଉଦଘାଟନ 20 ଅକ୍ଟୋବର 2011ରେ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟ ସେପ୍ଟେମ୍ବର 2015 ସୁଦ୍ଧା ପ୍ରସ୍ତୁତ ହୋଇଯିବ । ସମ୍ପୂର୍ଣ୍ଣ ହୋଇଗଲା ପରେ, ଏହି ପ୍ରକଳ୍ପ ବେଙ୍ଗାଲୁରୁ ବାସୀଙ୍କ ଗମନାଗମନ କଷ୍ଟକୁ ଲାଘବ କରିବ । ଏହା ଅଲଟ୍ରାଟେକ୍ ର ଉତ୍କୃଷ୍ଟ ଗୁଣବତ୍ତା ଓ ସେବାର କୀର୍ତ୍ତିମାନ ସ୍ଥାପିତ କରିବ । ଏବଂ ଏହା ରାଷ୍ଟ୍ରନିର୍ମାଣରେ ସହଭାଗୀ ହେବାର ଅଲଟ୍ରାଟେକ୍ ର ଲକ୍ଷ୍ୟରେ ମଧ୍ୟ ଯୋଗଦାନ କରିବ ।