ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ମାଇକ୍ରୋ କଂକ୍ରିଟ୍ : ପ୍ରୟୋଗ ଏବଂ ଫାଇଦା

ମାଇକ୍ରୋ କଂକ୍ରିଟରେ ଫ୍ଲୋରଠାରୁ ସିଲିଂ ଏବଂ କାନ୍ଥରୁ କାନ୍ଥ ପର୍ଯ୍ୟନ୍ତ ସବୁ ଜିନିଷକୁ ସଜାଇବା ବା ଯୋଡିବାର କ୍ଷମତା ରହିଛି । ଏହା ଉଭୟ ଘର ଭିତରେ ଏବଂ ବାହାରେ ଆପଣଙ୍କ ପରିବେଶକୁ ଉନ୍ନତ କରିବାର ମୁଖ୍ୟ ସାଧନ ଅଟେ।

 

ଏହି ପ୍ରବନ୍ଧ ମାଧ୍ୟମରେ ଆପଣ ମାଇକ୍ରୋ କଂକ୍ରିଟ, ଏହାର ବ୍ୟବହାର ବିଷୟରେ ଜାଣିବା ପାଇଁ ଯାହା କିଛି ଅଛି ତାହା ଜାଣିବା ସହିତ ଏହା ଯେଉଁଠି ବି ବ୍ୟବହାର କରାଯାଏ ସେଠାରେ ଏକ ନିଖୁଣ, ପଲିସ୍ ହୋଇଥିବା ଏବଂ ନୂଆ ଲୁକ୍ ହାସଲ କରିବାରେ ସାହାଯ୍ୟ କରିବା ପାଇଁ ଏହା ପ୍ରଦାନ କରୁଥିବା ଫାଇଦା ବିଷୟରେ ଜାଣିପାରିବେ ।

Share:




ମାଇକ୍ରୋ କଂକ୍ରିଟ କ'ଣ ?



ମାଇକ୍ରୋ କଂକ୍ରିଟ୍ ହେଉଛି ସିମେଣ୍ଟ ଆଧାରିତ ପଦାର୍ଥର ଏକ ପତଳା ସ୍ତର ଯାହାକୁ ଏକ ଇଚ୍ଛିତ ଏବଂ ସାଜସଜାମୂଳକ ଫିନିଶ୍ ହାସଲ କରିବା ପାଇଁ ବିଭିନ୍ନ ପୃଷ୍ଠଭାଗରେ ପ୍ରୟୋଗ କରାଯାଇପାରିବ । ଏହା ଆଦର୍ଶ ଭାବରେ ପତଳା ସ୍ତରରେ ପ୍ରୟୋଗ କରାଯାଏ ଯାହାର ମୋଟେଇ ମାତ୍ର 2 ମିମିରୁ 3 ମିମି ପର୍ଯ୍ୟନ୍ତ ହୋଇଥାଏ ।

 

ମାଇକ୍ରୋ କଂକ୍ରିଟ ସିମେଣ୍ଟ, ଜଳ-ଭିତ୍ତିକ ରେଜିନ୍, ଆଡିଟିଭ୍, ଖଣିଜ ରଂଗକ ଏବଂ ପଲିମରକୁ ନେଇ ଗଠିତ ଏବଂ ଏହାକୁ ଉଭୟ ଭୂସମାନ୍ତର ଏବଂ ଭୂଲମ୍ବ ପୃଷ୍ଠଭାଗରେ ପ୍ରୟୋଗ କରାଯାଇପାରିବ । ଏହାକୁ ରିସୋର୍ଟ, ରେଷ୍ଟୁରାଣ୍ଟ, ହୋଟେଲ, କାରଖାନା, ଶିଳ୍ପ କୋଠାବାଡ଼ି ଏବଂ ସୁଇମିଂ ପୁଲ୍ ଭଳି ଘର କିମ୍ବା ବାଣିଜ୍ୟିକ ସମ୍ପତ୍ତିର ନବୀକରଣ ପାଇଁ ବ୍ୟବହାର କରାଯାଇପାରିବ ।

 

ଏହାର ବ୍ୟାପକ ପ୍ରୟୋଗ କାରଣରୁ, ଅଲଟ୍ରାଟେକ୍ ମାଇକ୍ରୋ କଂକ୍ରିଟ ଉଭୟ ଘର ଭିତରେ ଏବଂ ବାହାରେ କ୍ଲାସିକ୍ କିମ୍ବା ସମସାମୟିକ ଲୁକ୍ ହାସଲ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏକ ବହୁମୁଖୀ ଏବଂ ଆଦର୍ଶ ବିକଳ୍ପ ପାଲଟିଯାଏ । ମାଇକ୍ରୋ ସିମେଣ୍ଟ ମିଶ୍ରଣ ପ୍ରୟୋଗ କରାଗଲେ ଏହା ଏକ ସୁରକ୍ଷାମୂଳକ କୋଟିଂ ଭାବରେ କାର୍ଯ୍ୟ କରିଥାଏ ଯାହା ଯେ କୌଣସି ପୃଷ୍ଠଭାଗର ସ୍ଥାୟୀତ୍ୱକୁ ସୁନିଶ୍ଚିତ କରିଥାଏ ।

 

ମାଇକ୍ରୋ କଂକ୍ରିଟ କାହିଁକି ଅନେକଙ୍କ ପାଇଁ ଏକ ପସନ୍ଦଯୋଗ୍ୟ ବିକଳ୍ପ ଅଟେ?



1) ଏହାର ଅନେକ ପ୍ରୟୋଗ ରହିଛି

ମାଇକ୍ରୋ କଂକ୍ରିଟ ବ୍ୟବହାର ଏବଂ ପ୍ରୟୋଗ ରୋଷେଇ ଘର ଫ୍ଲୋରଠାରୁ ଆରମ୍ଭ କରି ସୁଇମିଂ ପୁଲ୍ ପର୍ଯ୍ୟନ୍ତ ରହିଛି । ଏହା ଏକ ଅତ୍ୟନ୍ତ ସ୍ଥାୟୀ ଏବଂ ଭରସାଯୋଗ୍ୟ ବିକଳ୍ପ ଯାହାକୁ ପ୍ରତ୍ୟେକ ପୃଷ୍ଠଭାଗରେ ଏକ ନିରନ୍ତର ଏବଂ ନିର୍ଦ୍ଦିଷ୍ଟ ଫିନିସ୍ ଆଣିବା ପାଇଁ ଅନେକ ପୃଷ୍ଠଭାଗରେ ବ୍ୟବହାର କରାଯାଇପାରିବ ।

 

2) ଏହା ଏକ ପ୍ରି-ପ୍ୟାକେଜ୍ ହୋଇଥିବା ମିଶ୍ରଣ

ମାଇକ୍ରୋ କଂକ୍ରିଟ ବ୍ୟବହାର କରିବାର ଅନ୍ୟତମ ଫାଇଦା ହେଉଛି ଏହା ଏକ ପ୍ରି-ପ୍ୟାକେଜ୍ ମିଶ୍ରଣରେ ଆସିଥାଏ । ଏହାର ଅର୍ଥ ହେଉଛି, ନିୟମିତ କଂକ୍ରିଟ ପରି, ମାଇକ୍ରୋ କଂକ୍ରିଟ୍ ପାଇଁ କୌଣସି ପେଶାଦାର ମିଶ୍ରଣ ଉପକରଣ କିମ୍ବା ଟୁଲ୍ସର ବ୍ୟବହାର ଆବଶ୍ୟକ ହୁଏ ନାହିଁ । ମାଇକ୍ରୋ କଂକ୍ରିଟ୍ କୁ ଯେକୌଣସି ବ୍ୟକ୍ତି (ଏପରିକି କଂକ୍ରିଟ୍ ଧାରଣ ଦକ୍ଷତା ନଥିବା ପ୍ରତ୍ୟେକ ବ୍ୟକ୍ତି) ଙ୍କ ଦ୍ୱାରା ପ୍ରୟୋଗ କରାଯାଇପାରିବ ଏବଂ ଏହାର ପ୍ରୟୋଗ ମାଧ୍ୟମରେ ଏକ ମସୃଣ ଏବଂ ଉନ୍ନତ ରୂପ ହାସଲ କରାଯାଇପାରିବ ।

 

୩) ଏଥିରେ ଜଳ ଆବଶ୍ୟକତା କମ୍ ଥାଏ

ମାଇକ୍ରୋ କଂକ୍ରିଟର ଅନେକ ଫାଇଦା ରହିଛି । ଏହାକୁ ବିଭିନ୍ନ ପୃଷ୍ଠଭାଗରେ ପ୍ରୟୋଗ କରାଯାଇପାରିବ ଏବଂ ଏହାକୁ ବ୍ୟବହାର କରିବା ସହଜ ଅଟେ । କିନ୍ତୁ ଏହି କାରଣଗୁଡ଼ିକ ଅତ୍ୟନ୍ତ ଲାଭଦାୟକ ହୋଇଥିଲେ ମଧ୍ୟ ଯାହା ଏହାକୁ ଅନେକଙ୍କ ପାଇଁ ପସନ୍ଦର ଉତ୍ପାଦ କରିଥାଏ ତାହା ସେହି ଲାଭଗୁଡ଼ିକ ମଧ୍ୟରୁ ଗୋଟିଏ ହୋଇନଥାଏ।

 

ପାରମ୍ପରିକ କଂକ୍ରିଟ ତୁଳନାରେ ଏହା ବହୁତ କମ୍ ପାଣି ବ୍ୟବହାର କରିବା ଏହାର ମୁଖ୍ୟ ଫାଇଦା ଅଟେ । ଏହାର ଜଳ ଆବଶ୍ୟକତା କମ୍ ଥିବାରୁ, ଏହା ବହୁତ କମ୍ ଖର୍ଚ୍ଚରେ ପ୍ରୟୋଗ କରାଯାଇପାରେ, ତଥାପି କଂକ୍ରିଟ ଫାଟକୁ ଠିକ୍ କରିବା କିମ୍ବା ପୁରୁଣା କଂକ୍ରିଟ ଢାଞ୍ଚାରେ ଉତ୍ତମ ରୂପେ କାର୍ଯ୍ୟ କରିଥାଏ ।

 

4) ଏହା ଏକ ଦ୍ରୁତ ଶୁଖିବା ବିକଳ୍ପ

ମାଇକ୍ରୋ କଂକ୍ରିଟର ଏକ ଅତିରିକ୍ତ ସୁବିଧା ହେଉଛି ଏହା ଶୀଘ୍ର ଶୁଖିଯାଏ ଏବଂ ଯେଉଁ ପୃଷ୍ଠଭାଗରେ ମାଇକ୍ରୋ କଂକ୍ରିଟ ପ୍ରୟୋଗ କରାଯାଇଛି ତାହା ବିନା କୌଣସି ବାଧାରେ ବ୍ୟବହାର କରାଯାଇପାରିବ । ମାଇକ୍ରୋ କଂକ୍ରିଟର ଶୀଘ୍ର ଶୁଖିବାର ସମୟ ଥିବା ଏହି ଫାଇଦା ଏହା ପ୍ରୟୋଗ ହୋଇଥିବା ସ୍ଥାନକୁ ଗୋଟିଏ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିଥାଏ ।

 

ମାଇକ୍ରୋ କଂକ୍ରିଟ୍ କିପରି ପ୍ରୟୋଗ କରିବେ?



1. ପୃଷ୍ଠଭାଗ ପ୍ରସ୍ତୁତି

ମାଇକ୍ରୋ କଂକ୍ରିଟ କେବଳ ସେତେବେଳେ ପ୍ରୟୋଗ କରାଯାଇପାରିବ ଯେତେବେଳେ ପୃଷ୍ଠଭାଗ ଶୁଖିଲା ଏବଂ କୌଣସି ଗ୍ରୀଜ୍ କିମ୍ବା ମଇଳାରୁ ମୁକ୍ତ ରହିଥିବ । ସେଥିପାଇଁ କଂକ୍ରିଟ ହେଉ କି ଇସ୍ପାତ ଯେକୌଣସି ପୃଷ୍ଠଭାଗରେ ଏହାର ପ୍ରୟୋଗ ପୂର୍ବରୁ ପୃଷ୍ଠଭାଗକୁ ସଫା କରିବା ନିହାତି ଜରୁରୀ । ମାଇକ୍ରୋ କଂକ୍ରିଟ ପ୍ରୟୋଗ କରିବା ପୂର୍ବରୁ କ୍ଷୟ ହେଉଥିବା ଧାତୁର ପୃଷ୍ଠଭାଗକୁ ମଧ୍ୟ ସଫା କରି ଲେପ ଦେବା ଆବଶ୍ୟକ ।

 

2. ମିଶ୍ରଣ

ମାଇକ୍ରୋ କଂକ୍ରିଟ ଉପଯୁକ୍ତ ପସନ୍ଦ ହେବାର ଗୋଟିଏ କାରଣ ହେଉଛି ଏହାକୁ ମିଶ୍ରଣ କରିବା ପାରମ୍ପରିକ କଂକ୍ରିଟ ତୁଳନାରେ ଯଥେଷ୍ଟ ସହଜ । ଆବଶ୍ୟକ ପରିମାଣ ଆଧାରରେ ଏହି ମିଶ୍ରଣକୁ ହାତରେ କିମ୍ବା ମିଶ୍ରଣ ପାତ୍ରରେ ମିଶାଯାଇପାରେ ।

 

ମନେ ରଖନ୍ତୁ ଯେ ମାଇକ୍ରୋ କଂକ୍ରିଟରେ କମ୍ ଜଳ ଆବଶ୍ୟକତା ଥିବାରୁ ଏହାର ମିଶ୍ରଣ ପ୍ରସ୍ତୁତ କରିବା ସମୟରେ ମାଇକ୍ରୋ କଂକ୍ରିଟ୍ ସହିତ 1:8 ଅନୁପାତକୁ ଅନୁସରଣ କରିବା ଆବଶ୍ୟକ । ଥରେ ପାଣି ଏବଂ ମାଇକ୍ରୋ କଂକ୍ରିଟ୍ ଏକାଠି ମିଶିଯିବା ପରେ ବ୍ୟବହାରଯୋଗ୍ୟ ମିଶ୍ରଣ ହାସଲ କରିବା ପାଇଁ ଧୀରେ ଧୀରେ ଏବଂ ନିରନ୍ତର ଭାବରେ ଏହାକୁ ଘାଣ୍ଟିବା ଆବଶ୍ୟକ ।

 

3. ଢାଳିବା

ପୃଷ୍ଠଭାଗ ଯାହା ହେଉ ନା କାହିଁକି, ମାଇକ୍ରୋ କଂକ୍ରିଟ୍ ମିଶ୍ରଣ ହେବା ମାତ୍ରେ ଢାଳିବା ଆବଶ୍ୟକ। ତୁରନ୍ତ ଢାଳିବାର କାରଣ ହେଉଛି ଅଧିକ ସମୟ ଅପେକ୍ଷା କରିବା ଦ୍ୱାରା ମିଶ୍ରଣ ଶୁଖିଯାଏ । ପ୍ରୟୋଗ ସମୟରେ ଉପଯୁକ୍ତ ସ୍ଥିରତା ଏବଂ ଧାରା ହାସଲ କରିବା ପାଇଁ ମିଶ୍ରଣକୁ ଶୀଘ୍ର ଢାଳି ଦିଆଯାଏ । ମିଶ୍ରଣ ଢାଳିବା ପରେ, ମିଶ୍ରଣକୁ ଶୁଖିବା ପାଇଁ ଛାଡିବା ପୂର୍ବରୁ ଏହାକୁ ମସୃଣ କରିବା ପାଇଁ ପ୍ରାସଙ୍ଗିକ ଉପକରଣ ବ୍ୟବହାର କରାଯାଇପାରିବ ।

 

ମାଇକ୍ରୋ କଂକ୍ରିଟର କେତେକ ଫାଇଦା କ'ଣ ରହିଛି?

 

  1. ମାଇକ୍ରୋ କଂକ୍ରିଟ ମିଶ୍ରଣ ପାଇଁ ଭାରୀ ଯନ୍ତ୍ରପାତି ଆବଶ୍ୟକ କରେ ନାହିଁ କାରଣ ଏଥିରେ ବୋହିବାଯୋଗ୍ୟ ସାମଗ୍ରୀ ଅଛି ଏବଂ ଏଥିପାଇଁ କୌଣସି କମ୍ପାକ୍ସନ ଆବଶ୍ୟକ ହୁଏ ନାହିଁ ।

  2. ଏଥିରେ କମ୍ ପାରଗମ୍ୟତା ରହିଛି ଏବଂ ଏହାକୁ ଉଭୟ ଇନଡୋର ଏବଂ ଆଉଟଡୋର ସ୍ଥାନରେ ପ୍ରୟୋଗ କରାଯାଇପାରିବ ।

  3. ଏଥିରେ କ୍ଲୋରାଇଡ୍ ନ ଥାଏ ଯାହା ଏହାକୁ ଅତ୍ୟନ୍ତ ସ୍ଥାୟୀ କରିଥାଏ ।ମାଇକ୍ରୋ କଂକ୍ରିଟ ପୃଷ୍ଠଭାଗରେ କୌଣସି ଫାଟ ହୁଏ ନାହିଁ କାରଣ ଏହା ସଂକୁଚିତ ହୁଏ ନାହିଁ ।

  4. ପାରମ୍ପରିକ କଂକ୍ରିଟ୍ ତୁଳନାରେ ଏହାର ମୂଲ୍ୟ ବହୁତ କମ୍ ହୋଇଥିବାରୁ ମାଇକ୍ରୋ କଂକ୍ରିଟ୍ ମଧ୍ୟ ବଜେଟ୍ ଅନୁକୂଳ ବିକଳ୍ପ ଅଟେ।

  5. ଆପଣଙ୍କୁ କଂକ୍ରିଟ୍ ମିଶ୍ରଣ କରିବା କିମ୍ବା ପକାଇବାରେ ଦକ୍ଷ ହେବାର ଆବଶ୍ୟକତା ନାହିଁ କାରଣ ଏହା ଏକ ପ୍ରିପ୍ୟାକେଜ୍ ମିଶ୍ରଣରେ ଆସିଥାଏ, ଯାହା ମାନବିକ ତ୍ରୁଟିର ସମ୍ଭାବନାକୁ ଦୂର କରିଥାଏ ।

  6. ଏହାର ଜଳ ଆବଶ୍ୟକତା କମ୍ ରହିଛି ଏବଂ ଆଦର୍ଶ ପ୍ରୟୋଗ ପାଇଁ କଂକ୍ରିଟରେ ନିର୍ଦ୍ଧାରିତ 1:8 ଜଳ ସିମେଣ୍ଟ ଅନୁପାତ ଅନୁସରଣ କରିବା ଆବଶ୍ୟକ ।

 

ଅଧିକ ପଢ଼ନ୍ତୁ: ଫ୍ଲୋର୍ ସ୍କ୍ରିଡିଂ ଉପରେ ଏକ ମାର୍ଗଦର୍ଶିକା



ପରିଶେଷରେ ଏହା କୁହାଯାଇପାରିବ ଯେ , ମାଇକ୍ରୋ କଂକ୍ରିଟ ଏହାର ବହୁମୁଖୀତା, ସ୍ଥାୟୀତ୍ୱ ଏବଂ ଡିଜାଇନ୍ ନମନୀୟତା କାରଣରୁ ଏକ ଚମତ୍କାର ପଦାର୍ଥ ଅଟେ । ଆପଣ ଆପଣଙ୍କ ଚଟାଣ, କାନ୍ଥ କିମ୍ବା ଆସବାବପତ୍ରରେ ଏକ ସୁନ୍ଦର, ଆଧୁନିକ ସ୍ପର୍ଶ ଯୋଡିବାକୁ ଚାହାଁନ୍ତୁ କିମ୍ବା ଏକ ଅନନ୍ୟ ଏବଂ କଳାତ୍ମକ ଡିଜାଇନ୍ ତିଆରି କରିବାକୁ ଚାହାଁନ୍ତୁ, ମାଇକ୍ରୋ କଂକ୍ରିଟ୍ ଏଥିପାଇଁ ଏକ ଉତ୍ତମ ବିକଳ୍ପ ଅଟେ । ତେଣୁ ଯଦି ଆପଣ ଉଭୟ ବ୍ୟାବହାରିକ ଏବଂ ଷ୍ଟାଇଲିସ୍ ସାମଗ୍ରୀ ଖୋଜୁଛନ୍ତି, ତେବେ ଆପଣଙ୍କ ପରବର୍ତ୍ତୀ ଡିଜାଇନ୍ ପ୍ରକଳ୍ପ ପାଇଁ ମାଇକ୍ରୋ କଂକ୍ରିଟ୍ ବ୍ୟବହାର କରିବାକୁ ବିଚାର କରନ୍ତୁ!



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |





  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....