ନିରନ୍ତର ସଙ୍କୁଚିତ ହେଉଥିବା ଦୂରତା
‘ରାଜୀବ ଗାନ୍ଧୀ ସି ଲିଙ୍କ୍’ ଭାବେ ପୁନଃନାମିତ ବାନ୍ଦ୍ରା-ୱର୍ଲି ସି ଲିଙ୍କ୍, 4.7 କିମି ଦୀର୍ଘ, ଯୁଗଳ 4-ଲେନ୍ ବିଶିଷ୍ଟ କ୍ୟାରଜେୱେ ଅଟେ, ଯାହାର ନିର୍ମାଣ ଅତ୍ୟାଧୁନିକ ସେଗମେଣ୍ଟାଲ୍ ଟେକ୍ନୋଲୋଜି ଦ୍ୱାରା କରାଯାଇଥିଲା । ଏହି ପ୍ରକଳ୍ପ ଏକାକୀ ଭାରତର ଭିତ୍ତିଭୂମିଗତ ସମ୍ଭାବନାର ପରିଧିକୁ ବିସ୍ତାରିତ କରିଦେଇଛି । ଏହା ସମ୍ଭବତଃ ଦେଶର ସର୍ବାଧିକ ମହତ୍ତ୍ୱାକାଂକ୍ଷୀ ଭିତ୍ତିଭୂମି ପ୍ରକଳ୍ପ ଅଟେ । ଏହି ଡ୍ରିମ୍ ପ୍ରୋଜେକ୍ଟକୁ ଅଲଟ୍ରାଟେକ୍ ଦ୍ୱାରା ଭୌତିକ ସାମର୍ଥ୍ୟ ପ୍ରଦାନ କରାଯାଇଛି । ଏହି ପ୍ରକଳ୍ପ ଲାଗି ସିମେଣ୍ଟର ଗୁଣବତ୍ତା ଅତ୍ୟଧିକ ଉତ୍କୃଷ୍ଟ ସ୍ତରର ହେବା ଆବଶ୍ୟକ ହେଉଥିଲା, କାରଣ ଏହାର ସ୍ତମ୍ଭଗୁଡ଼ିକୁ ସମୁଦ୍ର ଲହଡ଼ି କରାଳ ରୂପର ସାମ୍ନା କରିବାକୁ ହେବ । ଏଥିପାଇଁ, ‘ଅଲଟ୍ରାଟେକ୍ ସିମେଣ୍ଟ’ର ବିକଳ୍ପ ଚୟନ କରାଯିବା କୌଣସି ଆଶ୍ଚର୍ଯ୍ୟର କଥା ନ ଥିଲା ।
ଏହି ପ୍ରକଳ୍ପ ମୁମ୍ବାଇ ସହର ବ୍ୟବସାୟିକ କେନ୍ଦ୍ରକୁ ଏକ ସେତୁ ମାଧ୍ୟମରେ ସହର ଉପକଣ୍ଠ ସହିତ ଯୋଡ଼ିଥାଏ ଯାହାର ସ୍ତମ୍ଭ ଆରବ ସାଗରରେ ଅବସ୍ଥିତ । ଏହି ସେତୁ ଯାତ୍ରାର ସମୟକୁ ଉଲ୍ଲେଖନୀୟ ଭାବେ କମ୍ କରିଦେଇଛି ଏବଂ ମାହିମ କଜୱେରେ ଯାତାୟାତର ଭିଡ଼କୁ ହ୍ରାସ କରିବାରେ ସହାୟତା କରିଛି । ଏହି ସି-ଲିଙ୍କ୍ ମୁମ୍ବାଇ ନିବାସୀଙ୍କୁ ଦ୍ରୁତ ଓ ସୁରକ୍ଷିତ ଗମନାଗମନ ସୁବିଧା ପ୍ରଦାନ କରିଥାଏ । ଏବଂ ଅଲଟ୍ରାଟେକ୍ ଭାରତର ଅନ୍ୟତମ ସବୁଠାରୁ ମହତ୍ତ୍ୱାକାଂକ୍ଷୀ ଭିତ୍ତିଭୂମିଗତ ପ୍ରକଳ୍ପରେ ନିଜର ଭୌତିକ ସାମର୍ଥ୍ୟ ପ୍ରଦାନ କରି ଗର୍ବିତ ।