ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ବାଥରୁମ୍ ୱାଟରପ୍ରୁଫିଙ୍ଗ କ’ଣ? ବାଥରୁମ୍ ମେଜିଆ ଏବଂ କାନ୍ଥଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏକ ଗାଇଡ୍

ଗାଧୋଇବାଠାରୁ ଆରମ୍ଭ କରି ହାତ ଧୋଇବା ପର୍ଯ୍ୟନ୍ତ ନିତଦିନିଆ ଦିନଚର୍ଯ୍ୟା ପାଇଁ ପାଣି ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥାଏ। ହେଲେ, ମାତ୍ରାଧିକ ପାଣି ସଂସ୍ପର୍ଶ କାରଣରୁ ଅନେକଗୁଡ଼ିଏ ସମସ୍ୟା ଦେଖାଦେଇପାରେ। ଏହିଠାରେ ହିଁ ବାଥରୁମ୍ ୱାଟରପ୍ରୁଫିଙ୍ଗ କାମରେ ଆସିଥାଏ। ଆପଣଙ୍କ ବାଥରୁମ୍‌‌‌କୁ ଶୁଷ୍କ, ସୁରକ୍ଷିତ ଏବଂ ସୁପରିଚାଳିତ ରଖିବାରେ ଏହା ଏକ ଢାଳ ଭଳି କାମ କରିଥାଏ।

Share:


ଘରର ଯତ୍ନ ନେବାର କାର୍ଯ୍ୟ ମଧ୍ୟରେ ଘରର ପ୍ରତ୍ୟେକ କୋଣ ପ୍ରତି ଧ୍ୟାନ ଦେବା ଅନ୍ତର୍ଭୁକ୍ତ ହୋଇଥାଏ ଏବଂ ତାହା ମଧ୍ୟରେ ଆପଣଙ୍କର ଗାଧୁଆଘର/ଶୌଚାଳୟ ବା ବାଥରୁମ୍ ମଧ୍ୟ ସାମିଲ ଅଟେ। ବାଥରୁମ୍ ୱାଟରପ୍ରୁଫିଙ୍ଗ ଆପଣଙ୍କ ବାଥରୁମ୍ ‌‌‌ର ଦୀର୍ଘଜୀବନ ଏବଂ ସ୍ଥାୟିତ୍ୱକୁ ସୁନିଶ୍ଚିତ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ଏହା ଆପଣଙ୍କ ଘରର ଢାଞ୍ଚା ଏବଂ ବାଥରୁମ୍ ପୃଷ୍ଠଭାଗକୁ ପାଣିର କ୍ଷତିକାରକ ପ୍ରଭାବରୁ ସୁରକ୍ଷା ଦେଇଥାଏ, ସମ୍ଭାବ୍ୟ କ୍ଷତିକୁ ପ୍ରତିରୋଧ କରିବା ସହିତ ଭବିଷ୍ୟତ ସମସ୍ୟାଗୁଡ଼ିକୁ ଘଟିବାରୁ ରୋକିଥାଏ। ବାଥରୁମ୍ ପାଇଁ ବିଭିନ୍ନ ସିଲାଣ୍ଟ, ଝିଲ୍ଲୀ (ମେମ୍ବ୍ରେନ୍) ଏବଂ ୱାଟରପ୍ରୁଫିଙ୍ଗ କେମିକାଲ୍ ବ୍ୟବହାର କରାଗଲେ ପାଣି ଗଳିବା (ଲିକେଜ୍) ଏବଂ ପାଣି ଭେଦିବା (ସିପେଜ୍) ସମସ୍ୟାକୁ ପ୍ରତିରୋଧ କରିବା ଅତି ସହଜ ହୋଇଯାଏ।

 

ଏହା କେବଳ ଯେ ଆପଣଙ୍କ ବାଥରୁମ୍‌‌ର ସଂରଚନା ଓ ସୌନ୍ଦର୍ଯ୍ୟକୁ ସୁରକ୍ଷା ଦେଇଥାଏ ତାହା ନୁହେଁ, ବରଂ ଏହା ଏକ ପରିଚ୍ଛନ୍ନ ଓ ସ୍ୱାସ୍ଥ୍ୟକର ପରିବେଶକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ। ଆର୍ଦ୍ରତା ସମ୍ବନ୍ଧୀୟ କ୍ଷତି କାରଣରୁ ଆପଣ ମହଙ୍ଗା ମରାମତି ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି ଓ ତାହା ଆପଣଙ୍କ ବାଥରୁମ୍‌‌ର ସାମଗ୍ରିକ କାର୍ଯ୍ୟକ୍ଷମତା ଏବଂ ଶୋଭାକୁ ନଷ୍ଟ କରିଥାଏ। ତେଣୁ, ପାଣି-ସମ୍ବନ୍ଧୀୟ ସମସ୍ୟାକୁ ପ୍ରତିରୋଧ କରିବା ଏବଂ ଆପଣଙ୍କ ଘରର ଶୋଭାକୁ ବଜାୟ ରଖିବା ପାଇଁ ଉପଯୁକ୍ତ ବାଥରୁମ୍ ୱାଟରପ୍ରୁଫିଙ୍ଗ ଅତ୍ୟାବଶ୍ୟକ ହୋଇଥାଏ।



ବାଥରୁମ୍ ମେଜିଆ ୱାଟରପ୍ରୁଫିଙ୍ଗର ସୋପାନ



ଆପଣଙ୍କ ବାଥରୁମ୍ ଯେପରି ପାଣିଜନିତ କ୍ଷୟକ୍ଷତିରୁ ସୁରକ୍ଷିତ ରହେ ତାହା ସୁନିଶ୍ଚିତ କରିବା ପାଇଁ ବାଥରୁମ୍ ମେଜିଆର ୱାଟରପ୍ରୁଫିଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥାଏ। ଆପଣ ଏହି ସୋପାନଗୁଡ଼ିକୁ ଅନୁସରଣ କରି ନିଜ ବାଥରୁମ୍‌‌ର ଦୀର୍ଘଜୀବନକୁ ସୁନିଶ୍ଚିତ କରିପାରିବେ।

 

୧. ବାଥରୁମ୍‌‌କୁ ଇନସୁଲେସନ୍ ପାଇଁ ପ୍ରସ୍ତୁତ କରନ୍ତୁ

ବାସ୍ତବିକ ବାଥରୁମ୍ କିମ୍ବା ଶୌଚାଳୟ ୱାଟରପ୍ରୁଫିଙ୍ଗ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ, ବାଥରୁମ୍‌‌କୁ ଉପଯୁକ୍ତ ଭାବେ ପ୍ରସ୍ତୁତ କରିବା ଅତ୍ୟାବଶ୍ୟକ ହୋଇଥାଏ। ପୂର୍ବରୁ ବିଦ୍ୟମାନ ରହିଥିବା ମେଜିଆକୁ ହଟାନ୍ତୁ ଏବଂ ପୃଷ୍ଠଭାଗ ଯେପରି ସଫା, ଶୁଷ୍କ ଏବଂ ଅଳିଆ ଆବର୍ଜନାରୁ ମୁକ୍ତ ଅଛି ତାହା ସୁନିଶ୍ଚିତ କରିବା ପରେ ହିଁ ପରବର୍ତ୍ତୀ ସୋପାନକୁ ଯାଆନ୍ତୁ।

 

୨. ସଠିକ୍ ୱାଟରପ୍ରୁଫିଙ୍ଗ ସାମଗ୍ରୀ ଚୟନ କରନ୍ତୁ

ଆପଣଙ୍କ ପ୍ରକଳ୍ପର ସଫଳତା ପାଇଁ ଉପଯୁକ୍ତ ୱାଟରପ୍ରୁଫିଙ୍ଗ ସାମଗ୍ରୀ ଚୟନ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବଜାରରେ ଅନେକ ପ୍ରକାର ବିକଳ୍ପ ଉପଲବ୍ଧ ଅଛି, ଯେପରିକି - ୱାଟରପ୍ରୁଫିଙ୍ଗ ମେମ୍ବ୍ରେନ୍, ଲିକ୍ୱିଡ୍ ୱାଟରପ୍ରୁଫିଙ୍ଗ କମ୍ପାଉଣ୍ଡ ଏବଂ ସିମେଣ୍ଟିଟିୟସ୍ କୋଟିଂ। ପ୍ରତ୍ୟେକ ବିକଳ୍ପର ନିଜସ୍ୱ ଫାଇଦା ଓ ପ୍ରୟୋଗ ପଦ୍ଧତି ରହିଥାଏ, ତେଣୁ ଆପଣଙ୍କ ବାଥରୁମ୍‌‌ର ଆବଶ୍ୟକତା ଏବଂ ଆପଣଙ୍କର ଦକ୍ଷତା ସ୍ତରକୁ ସୁହାଉଥିବା ସବୁଠାରୁ ଉପଯୁକ୍ତ ୱାଟରପ୍ରୁଫିଙ୍ଗ କୋଟିଂ ଚୟନ କରିବା ଜରୁରୀ ଅଟେ।

 

୩. ପୃଷ୍ଠଭାଗକୁ ପ୍ରାଇମର ଦ୍ୱାରା ପ୍ରସ୍ତୁତ କରନ୍ତୁ

ୱାଟରପ୍ରୁଫିଙ୍ଗ ସାମଗ୍ରୀ ଯେପରି ମେଜିଆରେ ଉପଯୁକ୍ତ ଭାବେ ସଂଲଗ୍ନ ହୁଏ ତାହା ସୁନିଶ୍ଚିତ କରିବା ପାଇଁ ପ୍ରାଇମର ଲଗାଇବା ଜରୁରୀ ହୋଇଥାଏ। ପ୍ରାଇମରଟି ପୃଷ୍ଠଭାଗ ଓ ୱାଟରପ୍ରୁଫିଙ୍ଗ ପରସ୍ତ ମଧ୍ୟରେ ଏକ ବନ୍ଧନ ସୃଷ୍ଟି କରିଥାଏ ଓ ତାହାର ଫଳପ୍ରଦତାକୁ ବୃଦ୍ଧି କରିଥାଏ। ପ୍ରାଇମର ଲଗାଇବା ସମୟରେ ନିର୍ମାତାଙ୍କ ନିର୍ଦ୍ଦେଶାବଳୀକୁ ଅନୁସରଣ କରନ୍ତୁ ଏବଂ ଆଗକୁ ବଢ଼ିବା ପୂର୍ବରୁ ତାହାକୁ ସମ୍ପୂର୍ଣ୍ଣ ରୂପେ ଶୁଖିବାକୁ ଦିଅନ୍ତୁ।

 

୪. ଯୋଡ଼ଗୁଡ଼ିକୁ ସିଲ୍ କରନ୍ତୁ



ଚଟାଣ ଏବଂ କାନ୍ଥ ମଧ୍ୟରେ ଥିବା ଯୋଡ଼େଇ ସ୍ଥାନ (ଜଏଣ୍ଟ)ଗୁଡ଼ିକ ମଧ୍ୟ ଦେଇ ପାଣି ସହଜରେ ଭେଦିଯାଇପାରେ। ତେଣୁ, ସେହି ଯୋଡ଼େଇ ସ୍ଥାନଗୁଡ଼ିକୁ ଏକ ୱାଟରପ୍ରୁଫ୍ ସିଲାଣ୍ଟ କିମ୍ବା ଟେପ୍ ଦେଇ ଭଲଭାବେ ସିଲ୍ କରିବା ଆବଶ୍ୟକ। କୋଣ ଏବଂ ଡ୍ରେନ୍ ବା ପାଇପ୍ ଚାରିପଟେ ଥିବା ସ୍ଥାନଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯିବା ଜରୁରୀ କାରଣ, ସେହିସବୁ ଜାଗାରୁ ହିଁ ପାଣି ଲିକେଜ୍ ହୋଇଥାଏ।

 

୫. ପରୀକ୍ଷା କରନ୍ତୁ

ବାଥରୁମ୍ ୱାଟରପ୍ରୁଫିଙ୍ଗ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ପରେ, ପାଣି ଦେଇ ତାହାର ପରୀକ୍ଷା କରିବା ତାହାର ଫଳପ୍ରଦତାକୁ ସୁନିଶ୍ଚିତ କରିଥାଏ। ବାଥରୁମ୍ ମେଜିଆ ଉପରେ ଯଥେଷ୍ଟ ପରିମାଣର ପାଣି ଢାଳନ୍ତୁ ଓ ତାହାକୁ କିଛି ସମୟ ପାଇଁ ଜମି ରହିବାକୁ ଦିଅନ୍ତୁ। ଲିକେଜ୍ କିମ୍ବା ସିପେଜ୍‌‌ର ଲକ୍ଷଣଗୁଡ଼ିକୁ ଯାଞ୍ଚ କରିନିଅନ୍ତୁ। ଯଦି କୌଣସି ସମସ୍ୟା ରହିଥାଏ, ତେବେ ପ୍ରଥମେ କେଉଁଠି ସମସ୍ୟା ରହିଛି ତାହାକୁ ଚିହ୍ନଟ କରନ୍ତୁ ଏବଂ ଆବଶ୍ୟକ ମରାମତି କରିବା ପରେ ଟାଇଲ୍ସ ଅଥବା ଅନ୍ୟାନ୍ୟ ମେଜିଆ ଆଚ୍ଛାଦନ ପାଇଁ ଆଗକୁ ବଢ଼ନ୍ତୁ।


ବାଥରୁମ୍ କାନ୍ଥଗୁଡ଼ିକୁ କିପରି ୱାଟରପ୍ରୁଫ୍ କରାଯାଏ?



ମେଜିଆ ଭଳି ବାଥରୁମ୍‌‌ କାନ୍ଥଗୁଡ଼ିକର ୱାଟରପ୍ରୁଫିଙ୍ଗ ମଧ୍ୟ ସମାନ ରୂପେ ଗୁରୁତ୍ୱପୂର୍ଣ୍ଣ। ଶାୱାର୍ ଏବଂ ଗାଧୁଆକୁଣ୍ଡରୁ ଉତ୍ପନ୍ନ ଆର୍ଦ୍ରତା ସହଜରେ କାନ୍ଥଗୁଡ଼ିକ ମଧ୍ୟରେ ଭେଦିଯାଇପାରେ, ଯାହାଫଳରେ କବକ/ଶିଉଳି ବଢ଼ିଥାଏ, ରଙ୍ଗ ଛାଡ଼ିଥାଏ ଏବଂ ଢାଞ୍ଚାଗତ କ୍ଷତି ଘଟିଥାଏ। ଆପଣଙ୍କର ବାଥରୁମ୍ କାନ୍ଥଗୁଡ଼ିକୁ ଫଳପ୍ରଦ ଭାବେ ୱାଟରପ୍ରୁଫ୍ କରିବା ପାଇଁ ନିମ୍ନଲିଖିତ ପଦକ୍ଷେପଗୁଡ଼ିକୁ ଅନୁସରଣ କରନ୍ତୁ:

 

୨. ସଠିକ୍ କାନ୍ଥ ୱାଟରପ୍ରୁଫିଙ୍ଗ ସାମଗ୍ରୀ ଚୟନ କରନ୍ତୁ

ଏକ ସଫଳ ପରିଣାମ ପାଇବା ପାଇଁ ଉପଯୁକ୍ତ କାନ୍ଥ ୱାଟରପ୍ରୁଫିଙ୍ଗ ସାମଗ୍ରୀ ଚୟନ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହି ଉଦ୍ଦେଶ୍ୟ ପାଇଁ ସାଧାରଣତଃ ୱାଟରପ୍ରୁଫିଙ୍ଗ ମେମ୍ବ୍ରେନ୍‌‌ ବ୍ୟବହୃତ ହୋଇଥାଏ, ଯାହା ଏକ ବନ୍ଧ ସୃଷ୍ଟି କରି ପାଣିକୁ କାନ୍ଥ ମଧ୍ୟକୁ ଭେଦିବାରୁ ରୋକିଥାଏ। ସୁନିଶ୍ଚିତ କରିନିଅନ୍ତୁ ଯେ ଆପଣ ଚୟନ କରିଥିବା ସାମଗ୍ରୀଟି ଆପଣଙ୍କ ଶୌଚାଳୟର କାନ୍ଥର ପୃଷ୍ଠଭାଗ ପାଇଁ ଉପଯୁକ୍ତ ଅଟେ।

 

୨. ପୃଷ୍ଠଭାଗକୁ ପ୍ରାଇମର ଦ୍ୱାରା ପ୍ରସ୍ତୁତ କରନ୍ତୁ



ମେଜିଆ ୱାଟରପ୍ରୁଫିଙ୍ଗ ଭଳି କାନ୍ଥର ୱାଟରପ୍ରୁଫିଙ୍ଗ ପାଇଁ ମଧ୍ୟ ପ୍ରାଇମର ଲଗାଇବା ଜରୁରୀ ହୋଇଥାଏ। ପ୍ରାଇମର ୱାଟରପ୍ରୁଫିଙ୍ଗ ସାମଗ୍ରୀର କାନ୍ଥ ପୃଷ୍ଠଭାଗ ସହିତ ସଂଲଗ୍ନତାକୁ ଉନ୍ନତ କରି ତାହାର ଫଳପ୍ରଦତାକୁ ବୃଦ୍ଧି କରିଥାଏ। ପ୍ରାଇମର ଲଗାଇବା ପୂର୍ବରୁ କାନ୍ଥଗୁଡ଼ିକୁ ଭଲଭାବେ ସଫା କରନ୍ତୁ ଏବଂ ଫାଟ କିମ୍ବା ଗର୍ତ୍ତଗୁଡ଼ିକର ମରାମତି କରିଦିଅନ୍ତୁ।

 

୩. ୱାଟରପ୍ରୁଫ୍ ରଙ୍ଗ ଲଗାନ୍ତୁ

ୱାଟରପ୍ରୁଫିଙ୍ଗ ମେମ୍ବ୍ରେନ୍ ଉପରେ ଏକ ଅତିରିକ୍ତ ସୁରକ୍ଷା ଆସ୍ତରଣ ଭାବେ ୱାଟରପ୍ରୁଫ୍ ପେଣ୍ଟ ଲଗାଯାଇପାରିବ। ଏହି ରଙ୍ଗ ପାଣି ବିରୁଦ୍ଧରେ ଏକ ଦ୍ୱିତୀୟ ବନ୍ଧ ଭାବେ କାମ କରିଥାଏ ଏବଂ କାନ୍ଥକୁ ଅତିରିକ୍ତ ସୁରକ୍ଷା ଯୋଗାଇଥାଏ। ବିଶେଷ ଭାବେ ବାଥରୁମ୍‌‌ରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଉଚ୍ଚ-କ୍ୱାଲିଟଇର ୱାଟରପ୍ରୁଫ୍ ରଙ୍ଗ ଚୟନ କରିବାକୁ ଭୁଲନ୍ତୁ ନାହିଁ।

 

୪. ପରୀକ୍ଷା କରନ୍ତୁ

ବାଥରୁମ୍ କାନ୍ଥଗୁଡ଼ିକର ୱାଟରପ୍ରୁଫିଙ୍ଗ୍ ପ୍ରକ୍ରିୟା ସରିବା ପରେ, ଏକ ପୁଙ୍ଖାନୁପୁଙ୍ଖ ପରୀକ୍ଷଣ ପଦ୍ଧତି ସଞ୍ଚାଳନ କରନ୍ତୁ। କାନ୍ଥଗୁଡ଼ିକ ଉପରେ ପାଣି ଛାଟନ୍ତୁ ଏବଂ ପାଣି କାନ୍ଥରେ ଭେଦୁଛି କି ନାହିଁ ତାହା ଯାଞ୍ଚ କରିନିଅନ୍ତୁ। କୋଣ, ଦାର ଏବଂ ଫିକ୍ସର୍‌‌ ଆଖପାଖର ସ୍ଥାନଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ, କାରଣ ସେହିସବୁ ଜାଗାଗୁଡ଼ିକ ହିଁ ଦୁର୍ବଳ ବିନ୍ଦୁ ହୋଇଥାଏ। ଯଦି କୌଣସି ଲିକେଜ୍ ଦେଖାଦିଏ, ତେବେ ଆବଶ୍ୟକ ମରାମତି କରନ୍ତୁ ଏବଂ କାନ୍ଥଟି ସମ୍ପୂର୍ଣ୍ଣ ଜଳନିରୋଧି ହେବା ପର୍ଯ୍ୟନ୍ତ ପୁନର୍ବାର ପରୀକ୍ଷା ସଞ୍ଚାଳିତ କରି ଯାଞ୍ଚ କରିନିଅନ୍ତୁ।




ବାଥରୁମ୍ ୱାଟରପ୍ରୁଫିଙ୍ଗ ଏକ ମହତ୍ତ୍ୱପୂର୍ଣ୍ଣ ନିବେଶ ହୋଇଥାଏ, ଯାହା ଘରେ ଏକ ପରିଚ୍ଛନ୍ନ ପରିବେଶକୁ ପ୍ରୋତ୍ସାହିତ କରିଥାଏ, ବାଥରୁମ୍‌‌ର ଢାଞ୍ଚା ଓ ପୃଷ୍ଠଭାଗଗୁଡ଼ିକୁ ସୁରକ୍ଷା ଦେଇଥାଏ ଏବଂ ଆପଣଙ୍କ ଘରର ସାମଗ୍ରିକ ମୂଲ୍ୟକୁ ସୁରକ୍ଷିତ ରଖିଥାଏ। ଏହି ଆଲେଖ୍ୟ ବର୍ଣ୍ଣନା କରାଯାଇଥିବା ବାଥରୁମ୍ ମେଜିଆ ଓ କାନ୍ଥର ୱାଟରପ୍ରୁଫିଙ୍ଗ ପାଇଁ ସୋପାନଗୁଡ଼ିକୁ ଅନୁସରଣ କରି ଆପଣ ନିଜର ବାଥରୁମ୍‌‌କୁ ଫଳପ୍ରଦ ଢଙ୍ଗରେ ପାଣିଜନିତ କ୍ଷୟକ୍ଷତି ବିରୁଦ୍ଧରେ ସୁରକ୍ଷା ଯୋଗାଇପାରିବେ। ୱାଟରପ୍ରୁଫିଙ୍ଗ କେମିକାଲ୍ସ ଆପଣଙ୍କ ବାଥରୁମ୍‌‌କୁ ଏକ ଆରାମଦାୟକ ଏବଂ କାର୍ଯ୍ୟଦକ୍ଷ ସ୍ଥାନରେ ପରିଣତ କରିଥାଏ। ୱାଟରପ୍ରୁଫିଙ୍ଗ ସହିତ ଅତିରିକ୍ତ ଭାବେ ଆପଣ ନିଜ ଘରେ ଏକ ସୁଲଳିତ ବାତାବରଣ ସୃଷ୍ଟି କରିବା ପାଇଁ ବାଥରୁମ୍ ନିମନ୍ତେ ବାସ୍ତୁ ନୀତିଗୁଡ଼ିକୁ ମଧ୍ୟ ଅନୁସରଣ କରିପାରନ୍ତି।



ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

 

୧. ଟାଇଲ୍ ବିଛାଇବା ପୂର୍ବରୁ ବାଥରୁମ୍ ମେଜିଆକୁ ୱାଟରପ୍ରୁଫ୍ କରାଯିବା ଆବଶ୍ୟକ କି?

ହଁ, ଟାଇଲ୍ ବିଛାଇବା ପୂର୍ବରୁ ଆପଣଙ୍କ ବାଥରୁମ୍ ମେଜିଆକୁ ୱାଟରପ୍ରୁଫ୍ କରିନେବା ଅତ୍ୟାବଶ୍ୟକ ଅଟେ । ଏହା ଲିକ୍ ଏବଂ ସିପେଜ୍ କାରଣରୁ ସୃଷ୍ଟି ହେଉଥିବା ପାଣିଜନିତ କ୍ଷୟକ୍ଷତି ବିରୁଦ୍ଧରେ ଆପଣଙ୍କ ବାଥରୁମ୍‌‌କୁ ସୁରକ୍ଷିତ ରଖିବା ସୁନିଶ୍ଚିତ କରିଥାଏ।

 

୨. ସମଗ୍ର ବାଥରୁମ୍‌‌କୁ ୱାଟରପ୍ରୁଫ୍ କରାଯିବା ଆବଶ୍ୟକ ନା କେବଳ ଶାୱାର୍?

ସର୍ବାଧିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଶାୱାର୍, ମେଜିଆ ଏବଂ କାନ୍ଥ ସମେତ ସମଗ୍ର ବାଥରୁମ୍ ସ୍ଥାନକୁ ୱାଟରପ୍ରୁଫ୍ କରିବା ପରାମର୍ଶଯୋଗ୍ୟ ଅଟେ। ସମଗ୍ର ବାଥରୁମ୍‌‌କୁ ୱାଟରପ୍ରୁଫ୍ କରିବା ଦ୍ୱାରା ଲିକେଜ୍‌‌ ପ୍ରତିରୋଧ ହୋଇଥାଏ, ଯାହା କ୍ଷୟକ୍ଷତି ଓ କବକ/ଶିଉଳି ବଢ଼ିବାର କାରଣ ସାଜିଥାଏ।

 

୩. ନଳ ଚାରିପଟେ ୱାଟରପ୍ରୁଫ୍ କରାଯିବା ଆବଶ୍ୟକ କି?

ହଁ, ନଳଗୁଡ଼ିକ ଚାରିପାଖକୁ ୱାଟରପ୍ରୁଫ୍ କରାଯିବା ଗୁରୁତ୍ୱପୂର୍ଣ୍ଣ ଅଟେ। ଏହା ପାଣିଜନିତ କ୍ଷତି ବିରୁଦ୍ଧରେ ସୁରକ୍ଷା ଯୋଗାଇବା ସହିତ ଆପଣଙ୍କ ବାଥରୁମ୍‌‌ର ଅଖଣ୍ଡତାକୁ ବଜାୟ ରଖିଥାଏ। ନଳଗୁଡ଼ିକ ଚାରିପଟେ ସିଲିଂ କରାଯିବା ଦ୍ୱାରା ଏହା ସୁନିଶ୍ଚିତ ହୋଇଥାଏ ଯେ, ପାଣି ପୃଷ୍ଠଭାଗ ମଧ୍ୟକୁ ପ୍ରବେଶ କରିପାରିବ ନାହିଁ କିମ୍ବା କ୍ଷୟକ୍ଷତି କରିପାରିବ ନାହିଁ।

 

୪. ପୂର୍ବରୁ ଲାଗିଥିବା ବାଥରୁମ୍ ଟାଇଲ୍ସକୁ ଆମେ ୱାଟରପ୍ରୁଫ୍ କରିପାରିବା କି?

ହଁ, ପୂର୍ବରୁ ବିଦ୍ୟମାନ ରହିଥିବା ବାଥରୁମ୍ ଟାଇଲ୍ସକୁ ୱାଟରପ୍ରୁଫ୍ କରିବା ସମ୍ଭବ ଅଟେ। ହେଲେ, ୱାଟରପ୍ରୁଫିଙ୍ଗ ସାମଗ୍ରୀଟି ଯେପରି ଟାଇଲ୍ ପୃଷ୍ଠଭାଗରେ ଉପଯୁକ୍ତ ଭାବେ ଲାଗିରହିବ ତାହା ସୁନିଶ୍ଚିତ କରିବା ପାଇଁ ପ୍ରଥମେ ଟାଇଲ୍ସକୁ ଭଲଭାବେ ସଫା କରାଯିବା ଓ ମରାମତି କରାଯିବା ଜରୁରୀ ହୋଇଥାଏ।

 

୫. ବାଥରୁମ୍ ୱାଟରପ୍ରୁଫିଙ୍ଗ କେତେଦିନ ଧରି ଚାଲିଥାଏ?

ବାଥରୁମ୍ ୱାଟରପ୍ରୁଫିଙ୍ଗର ପ୍ରଭାବ ବିଭିନ୍ନ କାରକଗୁଡ଼ିକ ଉପରେ ନିର୍ଭର କରିଥାଏ, ଯେପରିକି- ବ୍ୟବହାର କରାଯାଇଥିବା ସାମଗ୍ରୀ, ଜଳ ସଂସ୍ପର୍ଶର ପରିମାଣ ଏବଂ ସ୍ଥାପନର ଗୁଣମାନ। ଜଳନିରୋଧୀ ବନ୍ଧର ଅଖଣ୍ଡତାକୁ ସୁନିଶ୍ଚିତ କରିବା ପାଇଁ ନିୟମିତ ରକ୍ଷଣାବେକ୍ଷଣ ଓ ତଦାରଖ କରାଗଲେ ସାଧାରଣତଃ ଏହାର ପ୍ରଭାବ ୫-୧୦ ବର୍ଷ ବଜାୟ ରହିପାରେ।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....