ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ଟେରେସ୍‌‌ର ୱାଟରପ୍ରୁଫିଙ୍ଗ୍ ସମ୍ବନ୍ଧୀୟ ପ୍ରମୁଖ ବିଚାରଯୋଗ୍ୟ କଥା ଓ ସମାଧାନ

ନିଜର ସମ୍ପତ୍ତିକୁ ଜଳଜନିତ କ୍ଷୟକ୍ଷତିରୁ ସୁରକ୍ଷା ଯୋଗାଇବା ଏବଂ ଢାଞ୍ଚାର ଦୀର୍ଘ ଜୀବନକୁ ସୁନିଶ୍ଚିତ କରିବା ପାଇଁ ଟେରେସ୍ ବା ଛାତର ଉପରିପୃଷ୍ଠର ୱାଟରପ୍ରୁଫିଙ୍ଗ କରିବା ଜରୁରୀ ଅଟେ। ଏହି ବ୍ଲଗ୍‌‌ରେ ଆମେ ଟେରେସ୍‌‌ର ଓ୍ୱାଟରପ୍ରୁଫିଙ୍ଗ ସମ୍ବନ୍ଧୀୟ ଜରୁରୀ କଥା ଓ ସମାଧାନଗୁଡ଼ିକ ସମ୍ପର୍କରେ ଆଲୋଚନା କରିବା।

Share:


ଏକ ଟେରେସ୍ ରହିଥିବା ଘରର ମାଲିକ ହେବା ଏକ ଅଦ୍ଭୁତ ବିଳାସ ହୋଇଥାଏ। ଏଭଳି ଘର ଆପଣଙ୍କୁ ବିଶ୍ରାମ, ଚିତ୍ତବିନୋଦନ ଏବଂ ବାହ୍ୟ ଦୃଶ୍ୟପଟକୁ ଉପଭୋଗ କରିବା ପାଇଁ ଏକ ବ୍ୟକ୍ତିଗତ ସ୍ଥାନ ପ୍ରଦାନ କରିଥାଏ। ହେଲେ, ଏହି ସ୍ଥାନଟି ନିରବଚ୍ଛିନ୍ନ ଭାବେ ବାହ୍ୟ ପ୍ରଭାବର ସମ୍ମୁଖୀନ ହୋଇଥାଏ ଏବଂ ଜଳଜନିତ କ୍ଷୟକ୍ଷତିର ସମ୍ଭାବନା ରହିଥାଏ। ଭାରି ବୃଷ୍ଟିପାତ କିମ୍ବା ଅତ୍ୟଧିକ ଗରମ କିମ୍ବା ଥଣ୍ଡା ହେଉଥିବା ଅଞ୍ଚଳରେ ଆପଣ ବସବାସ କରୁଥିଲେ, ଟେରେସ୍‌‌କୁ ୱାଟରପ୍ରୁଫ୍ ବା ଜଳନିରୋଧି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ, ଯାହା ଛାତର ଢାଞ୍ଚାଗତ ଅଖଣ୍ଡତାକୁ ବଜାୟ ରଖିବାରେ ସହାୟକ ହେବା ସହିତ ତାହାର ଜୀବନକାଳକୁ ବୃଦ୍ଧି କରିଥାଏ।

 

ଜଳ ଭେଦନ (ସିପେଜ୍) ଏବଂ ଲିକେଜ୍‌‌କୁ ପ୍ରତିରୋଧ କରିବା ପାଇଁ ଟେରେସ୍‌‌‌ର ୱାଟରପ୍ରୁଫିଂ କରିବା ଜରୁରୀ ହୋଇଥାଏ। ଜଳ ଭେଦନ ଓ ଲିକେଜ୍ ଢାଞ୍ଚାଗତ କ୍ଷୟକ୍ଷତି ଓ ଅନ୍ୟାନ୍ୟ ସମସ୍ୟାର କାରଣ ସାଜିଥାଏ। ନିଜ ଘରର ଛାତ ବା ଟେରେସ୍‌‌କୁ ୱାଟରପ୍ରୁଫ୍ କରିବା ନିମନ୍ତେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଆପଣ ଏହାର ସ୍ଥାୟିତ୍ୱକୁ ସୁନିଶ୍ଚିତ କରିପାରିବେ ଏବଂ ଭବିଷ୍ୟତରେ ମହଙ୍ଗା ମରାମତିକୁ ଏଡ଼ାଇପାରିବେ। ସମ୍ଭାବ୍ୟ ସମସ୍ୟାଯୁକ୍ତ ସ୍ଥାନକୁ ଚିହ୍ନଟ କରିବାଠାରୁ ଆରମ୍ଭ କରି ସଠିକ୍ ୱାଟରପ୍ରୁଫିଙ୍ଗ ସାମଗ୍ରୀ ଚୟନ କରିବା ପର୍ଯ୍ୟନ୍ତ, ଆମେ ଆପଣଙ୍କୁ ଆପଣଙ୍କ ସମ୍ପତ୍ତିକୁ ସୁରକ୍ଷିତ ରଖିବା ଏବଂ ଆପଣଙ୍କ ଘରର ଛାତର ସୌନ୍ଦର୍ଯ୍ୟକୁ ବଜାୟ ରଖିବା ଲାଗି ଉପାଦେୟ ଉପଦେଶ ପ୍ରଦାନ କରିବୁ।



ଟେରେସ୍‌‌ ୱାଟରପ୍ରୁଫିଙ୍ଗ ପାଇଁ ବିଚାରକୁ ନେବା ଯୋଗ୍ୟ କେତୋଟି କଥା


୧. ଢାଞ୍ଚାର ମୂଲ୍ୟାୟନ କରନ୍ତୁ

ୱାଟରପ୍ରୁଫିଙ୍ଗ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ଆପଣଙ୍କ ଛାତର ବିଦ୍ୟମାନ ଢାଞ୍ଚାକୁ ମୂଲ୍ୟାୟନ କରିନେବା ଗୁରୁତ୍ୱପୂର୍ଣ୍ଣ ଅଟେ । ମରାମତି ଆବଶ୍ୟକ ହେଉଥିବା ଫାଟ, ଫାଙ୍କ କିମ୍ବା କ୍ଷତିଗ୍ରସ୍ତ ଜାଗାଗୁଡ଼ିକୁ ଆଗେ ଦେଖିନିଅନ୍ତୁ । ସେଗୁଡ଼ିକର ମରାମତି କରିବା ପରେ ହିଁ ୱାଟରପ୍ରୁଫିଙ୍ଗ ସମାଧାନକୁ ବ୍ୟବହାର କରନ୍ତୁ ।

 

୨. ପୃଷ୍ଠଭାଗ ପ୍ରସ୍ତୁତି

ୱାଟରପ୍ରୁଫିଙ୍ଗ ସାମଗ୍ରୀର ପ୍ରଭାବଶାଳୀ ସଂଲଗ୍ନତା ପାଇଁ ଉପଯୁକ୍ତ ପୃଷ୍ଠଭାଗ ପ୍ରସ୍ତୁତି ଅତ୍ୟାବଶ୍ୟକ ହୋଇଥାଏ। ଟେରେସ୍ ପୃଷ୍ଠଭାଗଟି ଯେପରି ସଫା, ଧୂଳିମଳି ଓ ଅଳିଆ ଆବର୍ଜନାରୁ ମୁକ୍ତ ଥାଏ, ତାହା ସୁନିଶ୍ଚିତ କରିନିଅନ୍ତୁ।

 

୩. ସଠିକ୍ ୱାଟରପ୍ରୁଫିଙ୍ଗ ସାମଗ୍ରୀ ଚୟନ କରିବା

ଅନେକ ପ୍ରକାର ୱାଟରପ୍ରୁଫିଙ୍ଗ ସାମଗ୍ରୀ ଉପଲବ୍ଧ ରହିଛି, ସେସବୁ ପ୍ରତ୍ୟେକର ନିର୍ଦ୍ଦିଷ୍ଟ ଲାଭ ଓ ବିଭିନ୍ନ ଟେରେସ୍ ପାଇଁ ଉପଯୁକ୍ତତା ରହିଥାଏ। ଆପଣଙ୍କ ଛାତର ଆବଶ୍ୟକତା, ଜଳବାୟୁ ପରିସ୍ଥିତି ତଥା ବଜେଟ୍ ଅନୁସାରେ ଉପଯୁକ୍ତ ୱାଟରପ୍ରୁଫିଙ୍ଗ ସାମଗ୍ରୀ ଚୟନ କରନ୍ତୁ।

 

୪. ଫାଟ ଓ ବ୍ୟବଧାନକୁ ଭରିବା

ଛୋଟରୁ ଛୋଟ ଫାଟ ଓ ଫାଙ୍କଗୁଡ଼ିକ ମଧ୍ୟ ଜଳ ଭେଦନ ଯୋଗୁଁ ବଡ଼ ସମସ୍ୟାର କାରଣ ସାଜିପାରେ। ତେଣୁ ଉପଯୁକ୍ତ ସିଲାଣ୍ଟ ଦ୍ୱାରା ସେହି ଫାଟ ଓ ଫାଙ୍କଗୁଡ଼ିକୁ ଭରନ୍ତୁ ଏବଂ ଏକ ଜଳନିରୋଧୀ ପୃଷ୍ଠଭାଗକୁ ସୁନିଶ୍ଚିତ କରନ୍ତୁ।

 

୫. ପାଣିପାଗର ନିରୋଧ

ଆପଣଙ୍କ ଅଞ୍ଚଳର ପାଣିପାଗକୁ ବିଚାରକୁ ନିଅନ୍ତୁ ଏବଂ ଅତ୍ୟଧିକ ତାପମାତ୍ରା, ଅତିବାଇଗଣୀ ରଶ୍ମୀ (ୟୁଭି) ବିକିରଣ ତଥା ଭାରି ବୃଷ୍ଟିପାତକୁ ସହିପାରୁଥିବା ଉପଯୁକ୍ତ ୱାଟରପ୍ରୁଫିଙ୍ଗ ସମାଧାନକୁ ଚୟନ କରନ୍ତୁ।


ଟେରେସ୍‌‌ଗୁଡ଼ିକ ପାଇଁ ଉପଲବ୍ଧ କେତେକ ୱାଟରପ୍ରୁଫିଙ୍ଗ ସମାଧାନଗୁଡ଼ିକ କ’ଣ କ’ଣ?



ଟେରେସ୍ ବା ଛାତର ଉପରିପୃଷ୍ଠର ଓ୍ୱାଟରପ୍ରୁଫିଙ୍ଗ କଥା ଉଠିଲେ, ସମାଧାନ ଦୁଇଟି ବ୍ୟାପକ ବର୍ଗରେ ଉପଲବ୍ଧ ହୋଇଥାଏ: ପାରମ୍ପରିକ ପଦ୍ଧତି ଏବଂ ଆଧୁନିକ ପଦ୍ଧତି। ପ୍ରତ୍ୟେକର ନିଜସ୍ୱ ବୈଶିଷ୍ଟ୍ୟ ଏବଂ ଉପଯୋଗର ସୋପାନ ରହିଥାଏ, ଏବଂ ପ୍ରତ୍ୟେକ ଆପଣଙ୍କ ଟେରେସ୍‌‌କୁ ଜଳଜନିତ କ୍ଷୟକ୍ଷତିରୁ ସୁରକ୍ଷିତ ରଖିବା ପାଇଁ ପୃଥକ୍ ଲାଭ ଯୋଗାଇଥାନ୍ତି।

 

 

ଟେରେସ୍ ପାଇଁ ୱାଟରପ୍ରୁଫିଙ୍ଗର ପାରମ୍ପରିକ ପଦ୍ଧତି

ଟେରେସ୍‌‌ଗୁଡ଼ିକ ପାଇଁ ପାରମ୍ପରିକ ଭାବେ ଅନେକ ପଦ୍ଧତି ବ୍ୟାପକ ଭାବେ ବ୍ୟବହୃତ ହୋଇଆସିଛି ଏବଂ ସେଗୁଡ଼ିକ ସମୟ ସହିତ ଫଳପ୍ରଦ ଭାବେ ସାବ୍ୟସ୍ତ ମଧ୍ୟ ହୋଇପାରିଛି। ଏହି ଟେରେସ୍ ୱାଟରପ୍ରୁଫିଙ୍ଗ ପଦ୍ଧତିଗୁଡ଼ିକରେ ବିଭିନ୍ନ ୱାଟରପ୍ରୁଫିଙ୍ଗ ସାମଗ୍ରୀରର ବିଭିନ୍ନ ପରସ୍ତ ଲଗାଇବା ଅନ୍ତର୍ଭୁକ୍ତ ହୋଇଥାଏ। ସେଥିରେ ଜଡ଼ିତ ବିଭିନ୍ନ ବୈଶିଷ୍ଟ୍ୟ ଏବଂ ସୋପାନଗୁଡ଼ିକ ହେଲା:

 

୧. ବ୍ରିକବ୍ୟାଟ୍ କୋବା ପଦ୍ଧତି



ଏହି ପାରମ୍ପରିକ ପଦ୍ଧତିରେ ଚଟକା ଇଟାଗୁଡ଼ିକୁ ନିୟମିତ ବ୍ୟବଧାନରେ ଛାତ ଉପରେ ରଖାଯାଇଥାଏ। ସେହି ଇଟାଗୁଡ଼ିକୁ ଯୋଡ଼ିବା ପାଇଁ ସିମେଣ୍ଟ ବ୍ୟବହାର କରାଯାଏ; ସେହି ଫାଙ୍କଗୁଡ଼ିକରେ ଇଟାଗୁଡ଼ିକୁ ଯୋଡ଼ିବା ପାଇଁ ସିମେଣ୍ଟର ଘନ କାଦୁଆ ମିଶ୍ରଣ ବ୍ୟବହାର କରାଯାଏ। କିଓରିଂ ଉଦ୍ଦେଶ୍ୟରେ, ଛାତରେ ୨ ସପ୍ତାହ ଧରି ପାଣି ଜମା କରି ରଖାଯାଇଥାଏ। ହେଲେ, ଏହା ଧ୍ୟାନରେ ରଖାଯିବା ଜରୁରୀରେ ଏହି ପଦ୍ଧତିରେ ଛାତ ଉପରେ ଅତ୍ୟଧିକ ଭାର ବା ଓଜନ ଯୋଗ ହୋଇଥାଏ ଏବଂ ଯଦି ପାଣି ପୃଷ୍ଠଭାଗକୁ ସଂକ୍ରମିତ କରିଦିଏ, ତେବେ ଏହି ପ୍ରକ୍ରିୟାକୁ ପୁଣିଥରେ ଦୋହରାଇବାକୁ ହୋଇଥାଏ।

 

୨. ଚୂନ ଟେରେସିଂ ପଦ୍ଧତି



ଏହି ପଦ୍ଧତିରେ ଓ୍ୱାଟରପ୍ରୁଫିଙ୍ଗ ମିଶ୍ରଣ ଚୂନ ସାହାଯ୍ୟରେ ପ୍ରସ୍ତୁତ କରାଯାଇଥାଏ। ଚୂନର ପାଣିଆ ଗୁଡ଼ର ମିଶ୍ରଣକୁ ତା’ପରେ କଂକ୍ରିଟ୍ ପରସ୍ତ ଉପରେ ସିଞ୍ଚନ କରାଯାଇଥାଏ, ଯାହା ଓ୍ୱାଟରପ୍ରୁଫିଙ୍ଗ ପାଇଁ ସହାୟକ ହୁଏ। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ, ଛାତକୁ ନିୟମିତ ବ୍ୟବଧାନରେ ପାଣି ସହିତ କିଓରିଂ କରାଯାଏ। ହେଲେ, ଏହା ଧ୍ୟାନରେ ରଖାଯିବା ଆବଶ୍ୟକ ଯେ, ଏହି ପଦ୍ଧତିଟି ଦୀର୍ଘସ୍ଥାୟୀ ହୋଇ ନ ପାରେ ଏବଂ ଯଦି ପାଣି ପୃଷ୍ଠଭାଗକୁ ସଂକ୍ରମିତ କରିଦିଏ, ତେବେ ପ୍ରକ୍ରିୟାକୁ ପୁଣିଥରେ କରିବାର ଆବଶ୍ୟକତା ଦେଖାଦେଇଥାଏ।

 

୩. କାଦୁଅ ଫୁସ୍‌‌କା ପଦ୍ଧତି

ଗରମ ଅଞ୍ଚଳରେ ସୀମିତ ବଜେଟ୍ ପାଇଁ ଏହି ପଦ୍ଧତିଟି ଉପଯୁକ୍ତ ଅଟେ। ଏଥିରେ ଚିକିଟା ମାଟି ଏବଂ ଭୁଷା ବାଲିରୁ ୱାଟରପ୍ରୁଫିଙ୍ଗ ମିଶ୍ରଣ ପ୍ରସ୍ତୁତ କରାଯାଇଥାଏ। ଚୂଡ଼ାନ୍ତ ଆସ୍ତରଣକୁ ଗୋବର ଏବ କାଦୁଅର ମିଶ୍ରଣ ସହିତ ପ୍ଲାଷ୍ଟର କରାଯାଇଥାଏ ଓ ତାହା ୱାଟରପ୍ରୁଫ୍ ରହିବା ପାଇଁ ଉପଯୁକ୍ତ କିଓରିଂ ଆବଶ୍ୟକ କରିଥାଏ। ଏହି ପ୍ରକ୍ରିୟାଟି ବହୁତ ସମୟସାପେକ୍ଷ ହୋଇଥାଏ ଏବଂ ଛାତ ଉପରେ କାଦୁଅର ବ୍ୟବହାର କାରଣରୁ ଢାଞ୍ଚା ଉପରେ ଅତିରିକ୍ତ ଚାପ ସୃଷ୍ଟି ହୋଇଥାଏ।

 

 

ଟେରେସ୍ ପାଇଁ ୱାଟରପ୍ରୁଫିଙ୍ଗର ଆଧୁନିକ ପଦ୍ଧତି

ଟେରେସ୍ ପାଇଁ ୱାଟରପ୍ରୁଫିଙ୍ଗର ଆଧୁନିକ ପଦ୍ଧତି ଉନ୍ନତ ସ୍ଥାୟିତ୍ୱ ଏବଂ ଜଳଜନିତ କ୍ଷୟକ୍ଷତି ବିରୁଦ୍ଧରେ ଉତ୍କୃଷ୍ଠ ସୁରକ୍ଷା ଯୋଗାଇଥାଏ। ଏହି ପଦ୍ଧତିରେ ପ୍ରାୟତଃ ଉନ୍ନତ ଟେରେସ୍ ୱାଟରପ୍ରୁଫିଙ୍ଗ ରାସାୟନିକ, ଉତ୍ପାଦ ଏବଂ ଜ୍ଞାନକୌଶଳର ଉପଯୋଗ ହୋଇଥାଏ। ଏଗୁଡ଼ିକର ବୈଶିଷ୍ଟ୍ୟ ଏବଂ ସୋପାନଗୁଡ଼ିକ ତଳେ ଦିଆଗଲା:

 

 

୧. ବିଟୁମିନସ୍ ରୁଫ୍ ୱାଟରପ୍ରୁଫିଙ୍ଗ



ଏହି ପଦ୍ଧତିରେ ପେଟ୍ରୋଲିୟମ୍‌‌ର ଏକ ରୂପ ବିଟୁମେନ୍ ବ୍ୟବହାର କରାଯାଇଥାଏ, ଯାହାକୁ ଛାତ ଉପରେ ଏକ ସୁରକ୍ଷାମୂଳକ ଆବରଣ ଭାବେ ଲଗାଯାଇଥାଏ। ବିଟୁମେନ୍ ସାନ୍ଦ୍ର ଏବଂ ଅଠାଳିଆ ହୋଇଥାଏ, ତେଣୁ ଛାତର ୱାଟରପ୍ରୁଫିଙ୍ଗ ପାଇଁ ଏହା ଏକ ଉତ୍କୃଷ୍ଟ ବିକଳ୍ପ ଅଟେ। ନିଆଁ ସାହାଯ୍ୟରେ ଏହା ଖୁବ୍ ସହଜରେ ଛାତରେ ଲାଗିଯାଇଥାଏ ଏବଂ ଅନ୍ୟାନ୍ୟ ଆଡିଟିଭ୍ ପଦାର୍ଥର ବ୍ୟବହାର ଦ୍ୱାରା ତାହା ନମନୀୟତା ହାସଲ କରି ଛାତର ସମସ୍ତ ସ୍ଥାନରେ ଲାଗିପାରିଥାଏ। ହେଲେ, ଏହା ଧ୍ୟାନରେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ ବିଟୁମେନ୍ ଏକ ଚିରପୋଷଣକ୍ଷମ ସାମଗ୍ରୀ ନୁହେଁ ଏବଂ ଅତିବାଇଗଣୀ ରଶ୍ମୀ ସଂସ୍ପର୍ଶରେ ଆସିଲେ ତାହା ନିଜର ପ୍ରଭାବିତା ହରାଇପାରେ।

 

 

୨. ଲିକ୍ୱିଡ୍ ଡେକ୍ ରୁଫ୍ ୱାଟରପ୍ରୁଫିଙ୍ଗ



ଏହି ପଦ୍ଧତିରେ କାଚ ସାହାଯ୍ୟରେ ସୁଦୃଢ଼ୀକୃତ ଏକ ଜଳ ବିକର୍ଷକ ତରଳ ପଦାର୍ଥକୁ ଟେରେସ୍ ଉପରେ ଏକ ୱାଟରପ୍ରୁଫ୍‌ ଆସ୍ତରଣ ତିଆରି କରାଯାଇଥାଏ। ଏହି ତରଳ ଝିଲ୍ଲୀଟି ଅତ୍ୟନ୍ତ ନମନୀୟ, ଖର୍ଚ୍ଚ-ସାଶ୍ରୟୀ ହୋଇଥାଏ ଏବଂ ତାହାକୁ କଂକ୍ରିଟ୍, ପିଚୁ ଏବଂ ବିଟୁମେନ୍ ଭଳି ବିଭିନ୍ନ ପୃଷ୍ଠଭାଗ ଉପରେ ଲଗାଯାଇପାରିବ। ଏହି ଝଞ୍ଜଟମୁକ୍ତ ପଦ୍ଧତିର ଜୀବନକାଳ ମଧ୍ୟ ଦୀର୍ଘ ହୋଇଥାଏ ଏବଂ ଉପଯୁକ୍ତ ୱାଟରପ୍ରୁଫିଙ୍ଗକୁ ସୁନିଶ୍ଚିତ କରିବା ପାଇଁ ଏହା ଏକାଧିକ କୋଟ୍ ବା ପରସ୍ତ ଆବଶ୍ୟକ କରିଥାଏ।

 

 

୩. ଆକ୍ରାଇଲିକ୍ ଆଧାରିତ ରୁଫ୍ ୱାଟରପ୍ରୁଫିଙ୍ଗ୍ କୋଟ୍



ଆଉ ଏକ ଲୋକପ୍ରିୟ ପଦ୍ଧତି ହେଉଛି ଆକ୍ରାଇଲିକ୍-ଆଧାରିତ ୱାଟରପ୍ରୁଫିଙ୍ଗ୍ କୋଟ୍ ବ୍ୟବହାର କରିବା, ଯାହାକୁ ଏକ ରୋଲର୍ ସାହାଯ୍ୟରେ ସମାନୁପାତିକ ଭାବେ ପ୍ରୟୋଗ କରାଯାଇପାରେ। ଏହି ପରସ୍ତଗୁଡ଼ିକ ଉଚ୍ଚ ତନନ ଶକ୍ତି, ୟୁଭି ପ୍ରତିରୋଧ କ୍ଷମତା ଯୋଗାଇବା ସହିତ କବକ/ଫିମ୍ପିର ବିକାଶକୁ ପ୍ରତିରୋଧ କରିଥାଏ। ଏହାବ୍ୟତୀତ, ସେଗୁଡ଼ିକ ବିଭିନ୍ନ ରଙ୍ଗ ଓ ବର୍ଣ୍ଣରେ ଆସିଥାଏ, ଯାହା ଆପଣଙ୍କ ଟେରେସ୍‌‌ର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ।

 

ଆପଣଙ୍କ ଟେରେସ୍‌‌କୁ ଜଳଜନିତ କ୍ଷୟକ୍ଷତିରୁ ସୁରକ୍ଷା ଦେବା ଏବଂ ତାହାର ଦୀର୍ଘ ଜୀବନକାଳକୁ ସୁନିଶ୍ଚିତ କରିବା ପାଇଁ ସଠିକ୍ ୱାଟରପ୍ରୁଫିଙ୍ଗ ସମାଧାନର ଚୟନ କରିବା ଜରୁରୀ ହୋଇଥାଏ। ପାରମ୍ପରିକ ପଦ୍ଧତିଗୁଡ଼ିକ ସମୟ-ପରୀକ୍ଷିତ, କିନ୍ତୁ ଅଲ୍‌‌ଟ୍ରାଟେକ୍ ୱେଦର୍ ପ୍ରୋ ଡବ୍ଲ୍ୟୁପି+୨୦୦ ଏବଂ ଅଲ୍‌‌ଟ୍ରାଟେକ୍ ୱେଦର ପ୍ଲସ୍ ସିମେଣ୍ଟ ଭଳି ଆଧୁନିକ ୱାଟରପ୍ରୁଫିଙ୍ଗ ପଦ୍ଧତି ଉତ୍ତମ ଓଦାପଣ ପ୍ରତିରୋଧ କ୍ଷମତା, ଉଚ୍ଚତର ସ୍ଥାୟିତ୍ୱ ଏବଂ କାର୍ଯ୍ୟକ୍ଷମତା ତଥା ଦୀର୍ଘମିଆଦୀ ସୁରକ୍ଷା ଯୋଗାଇଥାଏ।


ଟେରେସ୍‌‌ ୱାଟରପ୍ରୁଫିଙ୍ଗର ସୋପାନ



ସଫଳ ଟେରେସ୍ ୱାଟରପ୍ରୁଫିଙ୍ଗକୁ ସୁନିଶ୍ଚିତ କରିବା ପାଇଁ, ପର୍ଯ୍ୟାୟକ୍ରମିକ ଭାବେ ସଠିକ୍ ସୋପାନଗୁଡ଼ିକୁ ଅନୁସରଣ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହି ପ୍ରକ୍ରିୟାର ଏକ ବିହଙ୍ଗମ ଦୃଷ୍ଟି ତଳେ ଦିଆଗଲା:

 

୧. ପୃଷ୍ଠଭାଗ ପ୍ରସ୍ତୁତି

ପୃଷ୍ଠଭାଗକୁ ଭଲଭାବେ ସଫା କରନ୍ତୁ, ସେଥିରେ ଥିବା ଧୂଳିମଳି, ଆବର୍ଜନା କିମ୍ବା ଏଣେତେଣେ ପଡ଼ିଥିବା ସାମଗ୍ରୀଗୁଡ଼ିକୁ ହଟାଇ ଦିଅନ୍ତୁ ଏବଂ ପୃଷ୍ଠଭାଗଟି ଯେପରି ମସୃଣ ଏବଂ ଅସମାନତାରୁ ମୁକ୍ତ ଅଛି ତାହା ସୁନିଶ୍ଚିତ କରିନିଅନ୍ତୁ।

 

୨. ଦୁର୍ବଳ ପୃଷ୍ଠଭାଗର ମରାମତି କିମ୍ବା ସୁଦୃଢ଼ୀକରଣ

ଟେରେସ୍ ପୃଷ୍ଠଭାଗ ଉପରେ ରହିଥିବା କୌଣସି ଫାଟ କିମ୍ବା ଦୁର୍ବଳ ସ୍ଥାନଗୁଡ଼ିକୁ ଚିହ୍ନଟ କରନ୍ତୁ ଏବଂ ସିଲାଣ୍ଡ, ମୋର୍ଟାର୍ କିମ୍ବା ଅନ୍ୟାନ୍ୟ ଆଡିଟିଭ୍ ସାହାଯ୍ୟରେ ସେଗୁଡ଼ିକର ମରାମତି କରନ୍ତୁ। ଏହା ୱାଟରପ୍ରୁଫିଙ୍ଗ ଆସ୍ତରଣ ପାଇଁ ଏକ ଦୃଢ଼ ଆଧାରକୁ ସୁନିଶ୍ଚିତ କରିବା ପାଇଁ ସମ୍ପାଦନ କରାଯାଇଥାଏ।

 

୩. ପ୍ରାଇମର୍ ଲଗାଇବା

ୱାଟରପ୍ରୁଫିଙ୍ଗ ସାମଗ୍ରୀର ଟେରେସ୍ ପୃଷ୍ଠଭାଗ ସହିତ ଉପଯୁକ୍ତ ସଂଲଗ୍ନତାକୁ ସୁନିଶ୍ଚିତ କରିବା ଲାଗି ଏକ ପ୍ରାଇମର୍ ବ୍ୟବହାର କରନ୍ତୁ। ପ୍ରାଇମର୍ ନିମ୍ନବର୍ତ୍ତୀ ପୃଷ୍ଠଭାଗ ଏବଂ ୱାଟରପ୍ରୁଫିଙ୍ଗ ଆସ୍ତରଣ ମଧ୍ୟରେ ବନ୍ଧନକୁ ଉନ୍ନତ କରିଥାଏ।

 

୪. ଆଧାର କୋଟ୍ ଲଗାଇବା

ପୃଷ୍ଠଭାଗ ଉପରେ ଆପଣ ବାଛିଥିବା ୱାଟରପ୍ରୁଫିଙ୍ଗ ସାମଗ୍ରୀର ଆଧାର ବା ବେସ୍ କୋଟ୍ ଲଗାନ୍ତୁ। ବେସ୍ କୋଟ୍ ପ୍ରାଥମିକ ୱାଟରପ୍ରୁଫିଙ୍ଗ ଆସ୍ତରଣ ରୂପେ କାମ କରିଥାଏ ଏବଂ ଜଳ ଭେଦନ ବିରୁଦ୍ଧରେ ଏକ ନିରବଚ୍ଛିନ୍ନ ବନ୍ଧ ଯୋଗାଇଥାଏ।

 

୫. ରିଇନଫୋର୍ସମେଣ୍ଟର ବ୍ୟବହାର

ୱାଟରପ୍ରୁଫିଙ୍ଗ ଆସ୍ତରଣକୁ ସୁଦୃଢ଼ କରିବ ପାଇଁ ଫାଇବରଗ୍ଲାସ୍ ଜାଲି କିମ୍ବା ସମାନ ଧରଣର ସାମଗ୍ରୀ ସହିତ ବେସ୍ କୋଟ୍‌‌କୁ ରିଇନଫୋର୍ସ ବା ସୁଦୃଢ଼ୀକୃତ କରିବା ଆବଶ୍ୟକ ହୋଇଥାଏ।

 

୬. ମଧ୍ୟବର୍ତ୍ତୀ କୋଟ୍ ଲଗାଇବା

ଅତିରିକ୍ତ ସୁରକ୍ଷା ଏବଂ ସ୍ଥାୟିତ୍ୱ ପାଇଁ ୱାଟରପ୍ରୁଫିଙ୍ଗ ସାମଗ୍ରୀର ଏକ ମଧ୍ୟବର୍ତ୍ତୀ କୋଟ୍ ଲଗାନ୍ତୁ। ଏହି କୋଟ୍ ୱାଟରପ୍ରୁଫିଙ୍ଗ ବନ୍ଧକୁ ଆହୁରି ଦୃଢ଼ କରିଥାଏ ଏବଂ ବେସ୍ କୋଟ୍‌‌ରେ ରହିଥିବା କୌଣସି ଖାଲି ସ୍ଥାନକୁ ଭରିଦେଇଥାଏ।

 

୭. ଟପ୍ କୋଟ୍ ଲଗାଇବା

ଟପ୍ କୋଟ୍ ଲଗାଇ କାମ ସାରନ୍ତୁ। ଟପ୍ କୋଟ୍ ହେଉଛି ଚୂଡ଼ାନ୍ତ ଆସ୍ତରଣ ଯାହା ଅତି ବାଇଗଣୀ ରଶ୍ମୀ ପ୍ରତିରୋଧୀ କ୍ଷମତା ଯୋଗାଇଥାଏ ଏବଂ ୱାଟରପ୍ରୁଫିଙ୍ଗର ଅନ୍ତର୍ନିହିତ ଆସ୍ତରଣଗୁଡ଼ିକୁ ସୁରକ୍ଷା ଯୋଗାଇବା ସହ ଦୀର୍ଘସ୍ଥାୟୀ ଫଳାଫଳ ଦେଇଥାଏ।



ଶେଷରେ, ଆପଣଙ୍କ ସମ୍ପତ୍ତିକୁ ଜଳଜନିତ କ୍ଷୟକ୍ଷତିରୁ ସୁରକ୍ଷିତ ରଖିବା ଏବଂ ତାହାର ଦୀର୍ଘ ଜୀବନକାଳକୁ ସୁନିଶ୍ଚିତ କରିବା ପାଇଁ ଟେରେସ୍‌‌କୁ ୱାଟରପ୍ରୁଫିଙ୍ଗ କରିବା ଏକ ବିଜ୍ଞ ନିବେଶ ହୋଇଥାଏ। ଟେରେସ୍‌‌ର ଉପଯୁକ୍ତ ୱାଟରପ୍ରୁଫିଙ୍ଗ ପ୍ରକ୍ରିୟାରେ ପୃଷ୍ଠଭାଗକୁ ଧ୍ୟାନରେ ରଖିବା, ସଠିକ୍ ୱାଟରପ୍ରୁଫିଙ୍ଗ ସାମଗ୍ରୀ ଚୟନ କରିବା ଏବଂ ତାହାକୁ ଲଗାଇବାର ସୋପାନ କ୍ରମିକ ପ୍ରକ୍ରିୟାକୁ ଅନୁସରଣ କରିବା ଜରୁରୀ ଅଟେ।



ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

 

୧. ଟେରେସ୍ ୱାଟରପ୍ରୁଫିଙ୍ଗ ପାଇଁ ହାରାହାରି କେତେ ଖର୍ଚ୍ଚ ଆବଶ୍ୟକ ହୋଇଥାଏ?

ଟେରେସ୍‌‌ର ଆକାର, ଆବଶ୍ୟକ ହେଉଥିବା ମରାମତିର ପରିମାଣ ଏବଂ ବାଛିଥିବା ୱାଟରପ୍ରୁଫିଙ୍ଗ ପଦ୍ଧତି ଭଳି କାରକଗୁଡ଼ିକ ଉପରେ ଟେରେସ୍‌‌ର ୱାଟରପ୍ରୁଫିଙ୍ଗ ଖର୍ଚ୍ଚ ନିର୍ଭର କରିଥାଏ। ଆପଣଙ୍କର ନିର୍ଦ୍ଦିଷ୍ଟ ପ୍ରକଳ୍ପ ପାଇଁ ଖର୍ଚ୍ଚର ସଠିକ୍ ଆକଳନ ପାଇବା ପାଇଁ ଜଣେ ପେସାଦାରଙ୍କ ସହିତ ପରାମର୍ଶ କରିନେବା ପରାମର୍ଶଯୋଗ୍ୟ।

 

୨. ଟାଇଲ୍ସ ଉପରେ ୱାଟରପ୍ରୁଫିଙ୍ଗ କରାଯାଇପାରିବ କି?

ହଁ, ଟାଇଲ୍ସ ଉପରେ ମଧ୍ୟ ୱାଟରପ୍ରୁଫିଙ୍ଗ କରାଯାଇପାରିବ। ହେଲେ, ୱାଟରପ୍ରୁଫିଙ୍ଗ ସାମଗ୍ରୀ ଲଗାଇବା ପୂର୍ବରୁ ପ୍ରଥମେ ପୃଷ୍ଠଭାଗର ଉପଯୁକ୍ତ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା, ଟାଇଲ୍ସକୁ ଭଲଭାବେ ସଫା କରିବା ଏବଂ କୌଣସି ବିଦ୍ୟମାନ ସିଲାଣ୍ଟ ଅଥବା କୋଟିଂକୁ ହଟାଇବା ଅତ୍ୟନ୍ତ ଜରୁରୀ ହୋଇଥାଏ।

 

୩. ଟେରେସ୍ ୱାଟରପ୍ରୁଫିଙ୍ଗ କେତେଦିନ ଧରି ଚାଲିଥାଏ?

ଟେରେସ୍ ୱାଟରପ୍ରୁଫିଙ୍ଗର ସ୍ଥାୟିତ୍ୱ ବିଭିନ୍ନ କାରକଗୁଡ଼ିକ ଉପରେ ନିର୍ଭର କରି ଭିନ୍ନ ଭିନ୍ନ ହୋଇପାରେ। ଯଥା- ଚୟନ କରାଯାଇଥିବା ୱାଟରପ୍ରୁଫିଙ୍ଗ ପଦ୍ଧତି, ବ୍ୟବହୃତ ସାମଗ୍ରୀଗୁଡ଼ିକର ଗୁଣମାନ ଏବଂ ଜଳବାୟୁ ପରିସ୍ଥିତି। ଉପଯୁକ୍ତ ରକ୍ଷଣାବେକ୍ଷଣ ଏବଂ ନିୟମିତ ତଦାରଖ ଦ୍ୱାରା ଟେରେସ୍ ୱାଟରପ୍ରୁଫିଙ୍ଗ ଅନେକ ବର୍ଷ ଧରି ବଜାୟ ରହିପାରିବ।

 

୪. ୱାଟରପ୍ରୁଫିଙ୍ଗ ପାଇଁ କେତେ ଦିନ ଲାଗିଥାଏ?

ଟେରେସ୍‌‌ର ଆକାର, ଆବଶ୍ୟକ ହେଉଥିବା ମରାମତିର ପରିମାଣ ଏବଂ ଚୟନ କରାଯାଇଥିବା ୱାଟରପ୍ରୁଫିଙ୍ଗ ପଦ୍ଧତି ଆଧାରରେ ୱାଟରପ୍ରୁଫିଙ୍ଗ କାର୍ଯ୍ୟ ପାଇଁ ଲାଗୁଥିବା ସମୟ ଭିନ୍ନ ହୋଇପାରେ। ଆପଣଙ୍କର ନିର୍ଦ୍ଦିଷ୍ଟ ପ୍ରକଳ୍ପ ପାଇଁ ସମୟର ଆକଳନ ପାଇବା ଲାଗି ଜଣେ ପେସାଦାରଙ୍କ ସହ ପରାମର୍ଶ କରିନେବା ସବୁଠାରୁ ଭଲ।

 

୫. ରୁଫ୍ କୋଟିଂ ଲିକ୍ ରୋକିଥାଏ କି?

ହଁ, ଜଳ ଭେଦନ ବିରୁଦ୍ଧରେ ଏକ ସୁରକ୍ଷାମୂଳକ ବନ୍ଧ ସୃଷ୍ଟି କରି ରୁଫ୍ କୋଟିଂ ଲିକ୍‌‌କୁ ରୋକିବାରେ ସହାୟକ ହୋଇପାରିବ। ହେଲେ, ଉପଯୁକ୍ତ ପୃଷ୍ଠଭାଗ ପ୍ରସ୍ତୁତି ଏବଂ ଉଚ୍ଚ-କ୍ୱାଲିଟିର ରୁଫ୍ କୋଟିଂ ଉତ୍ପାଦନ ଚୟନ କରାଗଲେ ହିଁ ସବୁଠାରୁ ଉପଯୁକ୍ତ ଫଳାଫଳ ପ୍ରାପ୍ତ ହେବା ସୁନିଶ୍ଚିତ ହୋଇଥାଏ।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....