ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ସିମେଣ୍ଟ ୱାଟରପ୍ରୁଫିଙ୍ଗ କ’ଣ, ତାହାର ପ୍ରକାରଭେଦ ଏବଂ ଲାଭଗୁଡ଼ିକ ଉପରେ ଏକ ମାର୍ଗଦର୍ଶିକା

ଭାରି ବର୍ଷାରେ ମଧ୍ୟ କେତେକ ବିଲଡିଂ କେମିତି ଶୁଖିଲା ରହିପାରୁଛି ତାହା ଦେଖି କେବେ ଆଶ୍ଚର୍ଯ୍ୟ ହୋଇଛନ୍ତି କି? ରହସ୍ୟ ହେଉଛି ସିମେଣ୍ଟ ୱାଟରପ୍ରୁଫିଙ୍ଗ। ୱାଟରପ୍ରୁଫିଙ୍ଗ ବା ଜଳନିରୋଧୀ ବ୍ୟବସ୍ଥା ଏକ ସୁରକ୍ଷାମୂଳକ ଆଚ୍ଛାଦନ ଭାବେ କାମ କରିଥାଏ, ଯାହା ଢାଞ୍ଚାଗୁଡ଼ିକୁ ପାଣି ଏବଂ ଆର୍ଦ୍ରତାରୁ ସୁରକ୍ଷା ଦେଇଥାଏ ଏବଂ ବିଲଡିଂଟି ଯେପରି ଶୁଷ୍କ ଓ ନିରାପଦ ରୁହେ ତାହା ସୁନିଶ୍ଚିତ କରିଥାଏ।

Share:


ଯଦି ଆପଣ ଏକ ଘର ତିଆର କରିବାର ଯୋଜନା କରୁଛନ୍ତି ଏବଂ ତାହାକୁ ବର୍ଷାପାଣି ଓ ଓଦାପଣରୁ କିପରି ସୁରକ୍ଷିତ ରଖିବା ତାହାକୁ ନେଇ ଚିନ୍ତିତ ଅଛନ୍ତି, ତେବେ ସିମେଣ୍ଟ ୱାଟରପ୍ରୁଫିଙ୍ଗ ଏକ ବଢ଼ିଆ ସମାଧାନ ଅଟେ। ବର୍ଷା ସମୟରେ ବର୍ଷାତି ପିନ୍ଧିଲା ଭଳି, ଆମେ ଆମ ଘରକୁ ଏକ ଜଳନିରୋଧୀ ଆସ୍ତରଣରେ ଆଚ୍ଛାଦିତ କରିଦେଇଥାଉ, ଯାହା ଜଳ ଭେଦନଜନିତ ସମ୍ଭାବ୍ୟ ସମସ୍ୟାରୁ ଘରକୁ ସୁରକ୍ଷା ଦେଇଥାଏ।

 

ନିର୍ମାଣ ପ୍ରକଳ୍ପଗୁଡ଼ିକରେ ୱାଟରପ୍ରୁଫିଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥାଏ, କାରଣ ଜଳ ଭେଦନ ବା ସିପେଜ୍ କେବଳ ଯେ କୁତ୍ସିତ ଓଦାଳିଆ ଦାଗ, ଶିଉଳି/କବକ ଏବଂ ପାଣିଜନିତ ଢାଞ୍ଚାଗତ କ୍ଷତି ସୃଷ୍ଟି କରେ ତାହା ନୁହେଁ, ବରଂ ଏହା ବିଲଡିଂର ସାମଗ୍ରିକ ଶକ୍ତିକୁ ମଧ୍ୟ ଦୁର୍ବଳ କରିଦେଇଥାଏ। ୱାଟରପ୍ରୁଫିଙ୍ଗ ବ୍ୟବସ୍ଥା କରି ଆମେ ବିିଭିନ୍ନ ପରିବେଶରେ ସିମେଣ୍ଟ ଆଧାରିତ ଢାଞ୍ଚାଗୁଡ଼ିକର ଅଖଣ୍ଡତା, ରୂପରଙ୍ଗ ଏବଂ ସ୍ଥାୟିତ୍ୱକୁ ଫଳପ୍ରଦ ଭାବେ ସୁରକ୍ଷିତ ରଖିପାରିବା। ଏହି ବ୍ଲଗ୍‌‌ରେ ଆମେ ସିମେଣ୍ଟ ୱାଟରପ୍ରୁଫିଙ୍ଗ କ’ଣ ଏବଂ ଆଦର୍ଶ ୱାଟରପ୍ରୁଫିଙ୍ଗକୁ ସୁନିଶ୍ଚିତ କରିବା ପାଇଁ ତାହାକୁ ସମ୍ପାଦନ କରିବାର ବିଭିନ୍ନ ଉପାୟ ସମ୍ପର୍କରେ ଆଲୋଚନା କରିବା।



ସିମେଣ୍ଟ ୱାଟରପ୍ରୁଫିଙ୍ଗ କ’ଣ?



ସିମେଣ୍ଟ ୱାଟରପ୍ରୁଫିଙ୍ଗର ଅର୍ଥ ହେଉଛି ଢାଞ୍ଚାର ପୃଷ୍ଠଭାଗରେ ସିମେଣ୍ଟ ସହିତ ନିର୍ଦ୍ଦିଷ୍ଟ କେତେକ ୱାଟରପ୍ରୁଫିଙ୍ଗ କେମିକାଲ୍ସର ମିଶ୍ରଣରେ ପ୍ରସ୍ତୁତ ଏକ ସୁରକ୍ଷାମୂଳକ ରୋଧକର ପ୍ରୟୋଗ କରାଯିବା। ପାଣି କିମ୍ବା ଆର୍ଦ୍ରତା ଯେପରି ବିଲଡିଂ ଢାଞ୍ଚା ମଧ୍ୟକୁ ପ୍ରବେଶ ନ କରେ ତାହା ସୁନିଶ୍ଚିତ କରିବା ପାଇଁ ଏହି ସୁରକ୍ଷାମୂଳକ ପଦକ୍ଷେପକୁ ଡିଜାଇନ୍ କରାଯାଇଛି। ଉକ୍ତ ମିଶ୍ରଣଟି ଏକ ଦୃଢ଼, ଜଳନିରୋଧୀ ଆସ୍ତରଣ ଗଠନ କରିଥାଏ, ଯାହା ଢାଞ୍ଚାର ଅକ୍ଷୂର୍ଣ୍ଣତା ଏବଂ ଶୁଷ୍କତାକୁ ସୁନିଶ୍ଚିତ କରିଥାଏ। ନିର୍ମାଣ ଉଦ୍ୟୋଗରେ ଏହି ଅତ୍ୟାବଶ୍ୟକ ପ୍ରକ୍ରିୟା ବିଲଡିଂଗୁଡ଼ିକର ଜୀବନକାଳ ଓ ସ୍ଥାୟିତ୍ୱ ବୃଦ୍ଧି କରିବା ସହିତ ଜଳ ଏବଂ ଆର୍ଦ୍ରତାଜନିତ କ୍ଷୟକ୍ଷତି ପାଇଁ ଏକ ଖର୍ଚ୍ଚ-ସାଶ୍ରୟୀ ସମାଧାନ ଯୋଗାଇଥାଏ।

 

 

ସିମେଣ୍ଟ ୱାଟରପ୍ରୁଫିଙ୍ଗର ପ୍ରକାରଭେଦ

ଏ ଧରଣର ୱାଟରପ୍ରୁଫିଙ୍ଗ ଅନେକ ଉପାୟରେ କରାଯାଇପାରିବ, ଯାହା ଢାଞ୍ଚାର ଆବଶ୍ୟକତା, ଅବସ୍ଥିତି ଏବଂ ପାଣି ସହିତ ସମ୍ଭାବ୍ୟ ସଂସ୍ପର୍ଶ ଉପରେ ନିର୍ଭର କରିଥାଏ। କେତେକ ଲୋକପ୍ରିୟ ସିମେଣ୍ଟ ୱାଟରପ୍ରୁଫିଙ୍ଗ ପ୍ରକାରଗୁଡ଼ିକ ତଳେ ଦିଆଗଲା:

 

୧. ସିମେଣ୍ଟିଟିୟସ୍ ୱାଟରପ୍ରୁଫିଙ୍ଗ



ଏହି ପଦ୍ଧତିରେ ସିମେଣ୍ଟ ସହିତ ଏକ ଜଳନିରୋଧୀ ବା ୱାଟରପ୍ରୁଫିଙ୍ଗ ଯୌଗିକ ମିଶ୍ରଣ କରାଯାଇ ଏକ ପେଷ୍ଟ୍ ତିଆରି କରାଯାଏ, ଯାହାକୁ ପୃଷ୍ଠଭାଗରେ ଏକ ପତଳା ଆସ୍ତରଣ ରୂପେ ଲଗାଯାଏ। ଏହା ଶୁଖିଗଲା ପରେ ଏକ ସୁରକ୍ଷାମୂଳକ ଆସ୍ତରଣ ଗଠନ କରିଥାଏ, ଯାହାର ଜଳ ଭେଦନ ପ୍ରତିରୋଧ କ୍ଷମତା ଅତ୍ୟନ୍ତ ଉଚ୍ଚ ହୋଇଥାଏ। ଏ ଧରଣର ୱାଟରପ୍ରୁଫିଙ୍ଗ ବ୍ୟବହାରରେ ସହଜ ଏବଂ ବହୁମୁଖୀ ଉପଯୋଗିତା ବିଶିଷ୍ଟ ହୋଇଥାଏ ଏବଂ ଏହାକୁ ପ୍ରାୟତଃ ଆଭ୍ୟନ୍ତରୀଣ ଓଦା ସ୍ଥାନ ଯେପରିକି ଶୌଚାଳୟ ଓ ରୋଷେଇଘରେ ଲଗାଯାଇଥାଏ। ଏହାର ଫାଇଦାଗୁଡ଼ିକ ହେଉଛି ସ୍ଥାୟିତ୍ୱ ଏବଂ ବିଭିନ୍ନ ପୃଷ୍ଠଭାଗରେ ଭଲ ଭାବେ ଲାଗି ରହିବାର ସାମର୍ଥ୍ୟ। ଏହାକୁ ପ୍ରାୟତଃ ବେସମେଣ୍ଟ, ଛାତର ଉପରିଭାଗ ଓ ପାଣି ଟାଙ୍କିରେ ବ୍ୟବହାର କରାଯାଇଥାଏ।

 

୨. ଲିକ୍ୱିଡ୍ ୱାଟରପ୍ରୁଫିଙ୍ଗ ମେମ୍ବ୍ରେନ୍



ଲିକ୍ୱିଡ୍ ୱାଟରପ୍ରୁଫିଙ୍ଗ ମେମ୍ବ୍ରେନ୍ ହେଉଛି ଏକ ପତଳା କୋଟିଂ ଯାହାକୁ ଏକ ରୋଲର୍, ସ୍ପ୍ରେ କିମ୍ବା କରଣି ସାହାଯ୍ୟରେ ପୃଷ୍ଠଭାଗରେ ଲଗାଯାଇଥାଏ, ଯାହା ଶୁଖିବା ପରେ ସିମେଣ୍ଟ ପୃଷ୍ଠଭାଗରେ ଏକ ରବର-ଭଳି ଜଳନିରୋଧୀ ପରସ୍ତ ସୃଷ୍ଟି କରିଥାଏ। ଏହା ଉତ୍କୃଷ୍ଟ ନମନୀୟତା ଏବଂ ସ୍ଥାୟିତ୍ୱ ଯୋଗାଇଥାଏ, ତେଣୁ ଢାଞ୍ଚାଟି ସାମାନ୍ୟ ଦୋହଲିବାର ସମ୍ଭାବନା ରହିଥିବା ଜଟିଳ ପରିସ୍ଥିତିଗୁଡ଼ିକ ପାଇଁ ଏହା ଏକ ଆଦର୍ଶ ବିକଳ୍ପ ହୋଇଥାଏ। ଏଗୁଡ଼ିକୁ ସାଧାରଣତଃ ଛାତ, ବାଲକୋନୀ ଏବଂ ଓଦା ସ୍ଥାନଗୁଡ଼ିକରେ ଲଗାଯାଇଥାଏ। ବିନା ଯୋଡ଼ ବା ଜଏଣ୍ଟରେ ଏକ ନିରବଚ୍ଛିନ୍ନ ପ୍ରତିବନ୍ଧକ ସୃଷ୍ଟି କରିବାର ସାମର୍ଥ୍ୟ ଏହି ପଦ୍ଧତିର ଏକ ଉଲ୍ଲେଖନୀୟ ଫାଇଦା ଅଟେ।

 

୩. ବିଟୁମିନସ୍ କୋଟିଂ



ବିଟୁମିନସ୍ ବା ପିଚୁ କୋଟିଂ ହେଉଛି ଏକ ପ୍ରକାର ଜଳନିରୋଧୀ ବ୍ୟବସ୍ଥା। ଏହାର ଉତ୍କୃଷ୍ଟ ଜଳ ପ୍ରତିରୋଧ କ୍ଷମତା କାରଣରୁ ଏହାକୁ ନମନୀୟ ସୁରକ୍ଷାମୂଳକ ଲେପନ ପାଇଁ ବ୍ୟବହାର କରାଯାଏ। ମୋଟା ପରସ୍ତରେ ପ୍ରୟୋଗ କରାଯାଉଥିବା ଏହି କୋଟିଂଗୁଡ଼ିକ ଏକ ପ୍ରଭାବୀ ପ୍ରତିବନ୍ଧକ ଯୋଗାଇଥାଏ। ଖରା ପ୍ରତି ଏହାର ପ୍ରତିରୋଧ କ୍ଷମତା ଏତେ ଭଲ ହୋଇ ନ ଥିବାରୁ ଏହାର ଉପଯୋଗ ଅଧିକାଂଶ ଭାବେ ଭୂତଳ କଂକ୍ରିଟ୍ ଢାଞ୍ଚାରେ ସୀମିତ ରହିଥାଏ। ଏହାର ବଳିଷ୍ଠ ଅଠାଳିଆ ଗୁଣଧର୍ମ ଯୋଗୁଁ ଏହି କୋଟିଂ ଫାଉଣ୍ଡେସନ୍ ଏବଂ କଂକ୍ରିଟ୍ ଫୁଟିଂ ପାଇଁ ଉତ୍କୃଷ୍ଟ ହୋଇଥାଏ।

 

୪. ବିଟୁମିନସ୍ ମେମ୍ବ୍ରେନ୍



ବିଟୁମିନସ୍ ମେମ୍ବ୍ରେନ୍ ୱାଟରପ୍ରୁଫିଙ୍ଗ ଏକ ନିର୍ଭରଯୋଗ୍ୟ କୌଶଳ ଅଟେ ଯାହାକୁ ମୁଖ୍ୟତଃ କମ୍-ଢାଲୁ ଛାତରେ ବ୍ୟବହାର କରାଯାଇଥାଏ। ଏହା ଏକ ସେଲ୍‌‌ଫ-ଆଢେସିଭ୍ ଏବଂ ଟର୍ଚ୍ଚ-ଅନ୍ ମେମ୍ବ୍ରେନ୍ ସମ୍ବଳିତ ହୋଇଥାଏ। ସେଲ୍‌‌ଫ-ଆଢ଼େସିଭ୍ ଉପାଦାନଟି ପିଚୁ, ପଲିମର୍ ଏବଂ ଫିଲର୍‌‌‌ଗୁଡ଼ିକର ମିଶ୍ରଣ ହୋଇଥାଏ, ଯାହା ସମୟକ୍ରମେ ତାହାର ଅଠାଳିଆ ଗୁଣଧର୍ମକୁ ହରାଇପାରେ। ଟର୍ଚ୍ଚ-ଅନ୍ ମେମ୍ବ୍ରେନ୍‌‌କୁ ଲଗାଯିବା ପରେ ତାହାକୁ ପାଣିପାଗଜନିତ କ୍ଷତିରୁ ସୁରକ୍ଷା ଦେବା ପାଇଁ ଉପରେ ଦାନାଦାର ଖଣିଜଗୁଡ଼ିକର ଆଗ୍ରିଗେଟ୍‌‌ସ ବିଛାଯାଇଥାଏ। ଏହି ପ୍ରକାର ୱାଟରପ୍ରୁଫିଙ୍ଗ, ବିଶେଷ କରି ଟର୍ଚ୍ଚ-ଅନ୍ ସିଲିଂ, ଏହାର ସ୍ଥାୟିତ୍ୱ ତଥା ମୂଲ୍ୟ-ଦକ୍ଷତା ପାଇଁ ଆଦୃତି ଲାଭ କରିଛି।

 

୫. ସ୍ଫଟିକୀୟ ଅଧିମିଶ୍ରଣ



ସ୍ଫଟିକୀୟ ଅଧିମିଶ୍ରଣ (କ୍ରିଷ୍ଟାଲାଇନ୍ ଆଡ୍‌‌ମିକ୍ସର୍ସ)କୁ ସିଧାସଳଖ କଂକ୍ରିଟ୍ ମିଶ୍ରରେ ଯୋଗ କରାଯାଇଥାଏ, ଯେଉଁଠି ସେଗୁଡ଼ିକ ପାଣି ଓ ପାଣି ମିଶି ନ ଥିବା ସିମେଣ୍ଟ କଣିକାଗୁଡ଼ିକ ସହିତ ପ୍ରତିକ୍ରିୟା ସୃଷ୍ଟି କରି ଅଦ୍ରବଣୀୟ ସ୍ଫଟିକ ଗଠିତ ହୋଇଥାଏ। ଏହି ସ୍ଫଟିକଗୁଡ଼ିକ କଂକ୍ରିଟ୍‌‌ରେ ଥିବା ଛିଦ୍ର ଏବଂ କ୍ୟାପିଲାରୀଗୁଡ଼ିକୁ ଭରିଦେଇଥାଏ, ଯାହା ଫଳରେ ଜଳ ଭେଦନ ଫଳପ୍ରଦ ଭାବେ ଅବରୁଦ୍ଧ ହୋଇଯାଏ। ଏହି ପଦ୍ଧତି କଂକ୍ରିଟ୍‌‌କୁ ସିଲ୍ କରି ତାହା ମଧ୍ୟକୁ ଜଳ ଭେଦନକୁ ରୋକିଥାଏ ଏବଂ ଏହା ବ୍ୟାପକ ବର୍ଗର କଂକ୍ରିଟ୍ ପ୍ରୟୋଗଗୁଡ଼ିକ ପାଇଁ ଉପଯୁକ୍ତ ହୋଇଥାଏ।

 

୬. ଆଡ୍‌‌‌ମିକ୍ସର୍ ୱାଟରପ୍ରୁଫିଙ୍ଗ



ଆଡ୍‌‌ମିକ୍ସର୍ ୱାଟରପ୍ରୁଫିଙ୍ଗ ହେଉଛି ଏକ ପ୍ରକ୍ରିୟା ଯାହା କଂକ୍ରିଟ୍‌‌ରେ ଯୌଗିକଗୁଡ଼ିକୁ ସୃଷ୍ଟି କରି ତାହାର ଜଳଭେଦ୍ୟତାକୁ ହ୍ରାସ କରିଥାଏ, ଯାହା ଫଳରେ କଂକ୍ରିଟ୍‌‌ର ଜଳ ପ୍ରତିରୋଧ କ୍ଷମତା ବୃଦ୍ଧି ପାଇଥାଏ। ସାମଗ୍ରିକ ସ୍ଥାୟିତ୍ୱ ଏବଂ ଦୀର୍ଘଜୀବନକୁ ଉନ୍ନତ କରିବା ପାଇଁ ଆଡ୍‌‌ମିକ୍ସରଗୁଡ଼ିକୁ କଂକ୍ରିଟ୍ ମିଶ୍ରଣ ସମୟରେ ହିଁ ନୂଆ କଂକ୍ରିଟ୍‌‌ରେ ମିଶାଯାଇପାରିବ। ଏହି ପଦ୍ଧତି ବିଶେଷ କରି ବୃହତ ପ୍ରକଳ୍ପଗୁଡ଼ିକ ପାଇଁ ଲାଭଦାୟକ ଅଟେ ଯେଉଁଠାରେ କଂକ୍ରିଟ୍‌‌ରେ ଏକସମାନ ଜଳନିରୋଧକ କ୍ଷମତାକୁ ସୁନିଶ୍ଚିତ କରିବା ଜରୁରୀ ହୋଇଥାଏ ।

 

 

ସିମେଣ୍ଟ ୱାଟରପ୍ରୁଫିଙ୍ଗର ଲାଭ

ପାଣିର ଅନୁପ୍ରବେଶର କ୍ଷତିକାରକ ପ୍ରଭାବ ବିରୁଦ୍ଧରେ ଢାଞ୍ଚାଗୁଡ଼ିକୁ ସୁରକ୍ଷା ଯୋଗାଇବାର କଥା ଉଠିଲେ, ସିମେଣ୍ଟ ୱାଟରପ୍ରୁଫିଙ୍ଗ ବହୁ ଉପାଦେୟ ସାବ୍ୟସ୍ତ ହୋଇଥାଏ। ଚାଲନ୍ତୁ, ଏହା କାହିଁକି ଏକ ବିଜ୍ଞ ନିବେଶ ତାହା ଉପରେ ନଜର ପକାଇବା:

 

୧. ସ୍ଥାୟିତ୍ୱ ବଢ଼ାଏ

ୱାଟରପ୍ରୁଫିଙ୍ଗ ଢାଞ୍ଚାଗୁଡ଼ିକର ସ୍ଥାୟିତ୍ୱକୁ ବହୁମାତ୍ରାରେ ବୃଦ୍ଧି କରିଥାଏ। ପାଣି ବିରୁଦ୍ଧରେ ଏକ ସୁରକ୍ଷାମୂଳକ ପ୍ରତିବନ୍ଧକ ସୃଷ୍ଟି କରି ଏହା କଂକ୍ରିଟ୍ ଏବଂ ରାଜମିସ୍ତ୍ରୀ ସାମଗ୍ରୀଗୁଡ଼ିକୁ ଆର୍ଦ୍ରତାଜନିତ ଅବକ୍ଷୟରୁ ସୁରକ୍ଷା ଯୋଗାଇଥାଏ। ଏହା ଢାଞ୍ଚାର ଜୀବନକାଳକୁ ଲମ୍ବିତ କରିବା ସହିତ ବାରମ୍ବାର ମରାମତି ଓ ପ୍ରତିବଦଳ କରିବାର ଆବଶ୍ୟକତାକୁ ହ୍ରାସ କରିଥାଏ।

 

୨. ମରାମତି ଖର୍ଚ୍ଚକୁ ହ୍ରାସ କରିଥାଏ

ଆରମ୍ଭରୁ ହିଁ ୱାଟରପ୍ରୁଫିଙ୍ଗ ମାଧ୍ୟମରେ ଜଳଜନିତ କ୍ଷତିକୁ ପ୍ରତିରୋଧ କରି ଆପଣ ଦୀର୍ଘ ମିଆଦରେ ଆଖିଦୃଶିଆ ଅର୍ଥ ସଞ୍ଚୟ କରିପାରିବେ। ଜଳର ଅନୁପ୍ରବେଶ କାରଣରୁ ଫାଟ, କ୍ଷୟ ଏବଂ ଅନ୍ୟାନ୍ୟ ଢାଞ୍ଚାଗତ କ୍ଷତି ଦେଖାଦେଇଥାଏ, ଯେଉଁଥିପାଇଁ ମରାମତିର ଆବଶ୍ୟକତା ଉପୁଜିଥାଏ। ଏହା ଏକ ଅଗ୍ରସକ୍ରିୟ ପଦକ୍ଷେପ ଭାବେ କାମ କରିଥାଏ ଏବଂ ଭବିଷ୍ୟତରେ ବ୍ୟାପକ ମରାମତି ବାବଦୀୟ ଆବଶ୍ୟକତାକୁ ହ୍ରାସ କରିଥାଏ।

 

୩. କ୍ଷୟକୁ ରୋକିଥାଏ

ଜଳ ପ୍ରବେଶ କଲେ କଂକ୍ରିଟ୍ ଭିତରେ ରହିଥିବା ଷ୍ଟିଲ୍ ଛଡ଼ଗୁଡ଼ିକ କ୍ଷୟପ୍ରାପ୍ତ ହୋଇପାରେ, ଯାହା ଢାଞ୍ଚାଗତ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିପାରେ। ୱାଟରପ୍ରୁଫିଙ୍ଗ ପାଣିକୁ ଷ୍ଟିଲ୍ ସଂସ୍ପର୍ଶରେ ଆସିବାରୁ ପ୍ରତିରୋଧ କରି ଅବକ୍ଷର ଆଶଙ୍କାକୁ ଫଳପ୍ରଦ ଭାବେ ହ୍ରାସ କରିଥାଏ, ଯାହାଫଳରେ ସାମଗ୍ରୀର ଢାଞ୍ଚାଗତ ଶକ୍ତି ବଜାୟ ରହିପାରିଥାଏ।

 

୪. ସିପେଜ୍ ରୋକିଥାଏ

ନିର୍ମାଣରେ ସବୁଠାରୁ ସାଧାରଣ ସମସ୍ୟା ହେଉଛି କାନ୍ଥ ଓ ଚଟାଣ ମଧ୍ୟ ଦେଇ ପାଣି ଭେଦିବା। ଏହା ଏକ ଅଭେଦ୍ୟ ପ୍ରତିବନ୍ଧକ ସୃଷ୍ଟି କରି ଜଳ ଭେଦନକୁ ଫଳପ୍ରଦ ଭାବରେ ରୋକିଥାଏ। ଏହା ଅଧିକ ବୃଷ୍ଟିପାତ ହେଉଥିବା ଅଞ୍ଚଳଗୁଡ଼ିକ ପାଇଁ ବିଶେଷ ଲାଭଦାୟକ ଅଟେ, ଯାହା ଅଭ୍ୟନ୍ତରକୁ ଶୁଷ୍କ ଓ ସୁରକ୍ଷିତ ରଖିବା ସୁନିଶ୍ଚିତ କରିଥାଏ।

 

୫. ଓଦାପଣକୁ ରୋକିଥାଏ

କାନ୍ଥଗୁଡ଼ିକରେ ଓଦାପଣ ଦାଗ ଓ ରଙ୍ଗ ଛାଡ଼ିବା ସମସ୍ୟା ସୃଷ୍ଟି କରିବା ସହିତ ସେଭଳି ଜାଗାରେ କବକ/ଶିଉଳି ବିକଶିତ ହୋଇ ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଥାଏ। ଉପଯୁକ୍ତ ସିମେଣ୍ଟ ୱାଟରପ୍ରୁଫିଙ୍ଗ, ବିଶେଷକରି କ୍ରିଷ୍ଟାଲାଇନ୍ ଆଡ୍‌‌‌ମିକ୍ସର୍, ଯାହା କାନ୍ଥରେ ଓଦାପଣକୁ ପ୍ରତିରୋଧ କରିଥାଏ, ଏକ ଶୁଷ୍କ ଏବଂ ସ୍ୱାସ୍ଥ୍ୟକର ବାସୋପଯୋଗୀ ବାତାବରଣକୁ ସୁନିଶ୍ଚିତ କରିଥାଏ।



ସଂକ୍ଷେପରେ, ସିମେଣ୍ଟ ୱାଟରପ୍ରୁଫିଙ୍ଗର ଅନେକ ଲାଭ ରହିଛି, ଯାହା କେବଳ ଜଳଜନିତ କ୍ଷୟକ୍ଷତିରୁ ସୁରକ୍ଷାରେ ସୀମିତ ନୁହେଁ। ଏଥିପାଇଁ କମ୍ ପରିମାଣର ପ୍ରାରମ୍ଭିକ ନିବେଶ ଆବଶ୍ୟକ ହୋଇଥାଏ କିନ୍ତୁ ତାହା ଆପଣଙ୍କର ଭିତ୍ତିଭୂମିକୁ ସୁରକ୍ଷିତ ରଖି, ମହଙ୍ଗା ମରାମତିକୁ ପ୍ରତିରୋଧ କରି ଏବଂ ଢାଞ୍ଚାର ଜୀବନକାଳକୁ ବୃଦ୍ଧି କରି ଆପଣଙ୍କୁ ଦୀର୍ଘମିଆଦୀ ଲାଭ ଯୋଗାଇଥାଏ। ଆପଣଙ୍କର ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ଆଧାର କରି, ଉପରେ ଆଲୋଚନା କରାଯାଇଥିବା ୱାଟରପ୍ରୁଫିଙ୍ଗ ପଦ୍ଧତିଗୁଡ଼ିକ ମଧ୍ୟରୁ ସଠିକ୍ ପ୍ରକାର ପଦ୍ଧତିକୁ ଚୟନ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ।



ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

 

୧. ସିମେଣ୍ଟ ୱାଟରପ୍ରୁଫିଙ୍ଗ କେତେଦିନ ଧରି ଚାଲିଥାଏ?

ବ୍ୟବହାର କରାଯାଇଥିବା ୱାଟରପ୍ରୁଫିଙ୍ଗ ପଦ୍ଧତି ଏବଂ ସାମଗ୍ରିକ ରକ୍ଷଣାବେକ୍ଷଣ ଆଧାରରେ ସିମେଣ୍ଟ ୱାଟରପ୍ରୁଫିଙ୍ଗ ୫ରୁ ୧୦ ବର୍ଷ ପର୍ଯ୍ୟନ୍ତ ବଜାୟ ରହିପାରେ। ହେଲେ, ପରିବେଶୀୟ ପରିସ୍ଥିତି ଏବଂ ପ୍ରୟୋଗର ଗୁଣମାନ ଭିତ୍ତିରେ ଏହି ସମୟକାଳ ଭିନ୍ନ ହୋଇପାରେ।

 

୨. ସିମେଣ୍ଟ ୱାଟରପ୍ରୁଫିଙ୍ଗ ପ୍ଲାଷ୍ଟରିଂ ପୂର୍ବରୁ କରାଯାଇଥାଏ କି?

ହଁ। ସିମେଣ୍ଟ ୱାଟରପ୍ରୁଫିଙ୍ଗ ସାଧାରଣତଃ ପଲସ୍ତରା କାର୍ଯ୍ୟ ପୂର୍ବରୁ କରାଯାଇଥାଏ। ୱାଟରପ୍ରୁଫିଂ ପରସ୍ତ ଜଳ ଭେଦନ ବିରୁଦ୍ଧରେ ଏକ ପ୍ରତିବନ୍ଧକ ରୂପେ କାମ କରିଥାଏ, ଯାହା ଏହାକୁ ପଲସ୍ତରା ପରସ୍ତରେ ପହଞ୍ଚିବାରୁ ରୋକିଥାଏ।

 

୩. ସିମେଣ୍ଟ ୱାଟରପ୍ରୁଫିଙ୍ଗ ଶୁଖିବାକୁ କେତେ ସମୟ ଲାଗିଥାଏ?

ବ୍ୟବହାର କରାଯାଇଥିବା ସାମଗ୍ରୀ ଏବଂ ପରିବେଶୀୟ ପରିସ୍ଥିତି ଆଧାରରେ ସିମେଣ୍ଟ ୱାଟରପ୍ରୁଫିଙ୍ଗ ଶୁଖିବାର ସମୟ ଭିନ୍ନ ଭିନ୍ନ ହୋଇପାରେ। ହେଲେ, ଏହା ସମ୍ପୂର୍ଣ୍ଣ ଶୁଖିବା ପାଇଁ ସାଧାରଣତଃ ୨୪ରୁ ୪୮ ଘଣ୍ଟା ସମୟ ନେଇଥାଏ।

 

୪. ୱାଟରପ୍ରୁଫିଙ୍ଗ ପାଇଁ କେଉଁ ଗ୍ରେଡ୍‌‌ର ସିମେଣ୍ଟ ବ୍ୟବହାର କରାଯାଏ?

ୱାଟରପ୍ରୁଫିଙ୍ଗ ପାଇଁ ସାଧାରଣତଃ ୪୩ କିମ୍ବା ୫୩ ଗ୍ରେଡ୍‌‌ର ଓପିସି (ଅର୍ଡିନାରୀ ପୋର୍ଟଲାଣ୍ଡ ସିମେଣ୍ଟ) କିମ୍ବା ପିପିସି (ପୋର୍ଟଲାଣ୍ଡ ପୋଜ୍ଜୋଲାନା ସିମେଣ୍ଟ) ବ୍ୟବହୃତ ହୋଇଥାଏ।

 

୫. ସିମେଣ୍ଟ ୱାଟରପ୍ରୁଫିଙ୍ଗକୁ ଛାତ ପାଇଁ ବ୍ୟବହାର କରାଯାଇପାରିବ କି?

ହଁ, ସିମେଣ୍ଟ ୱାଟରପ୍ରୁଫିଙ୍ଗକୁ ଛାତ ପାଇଁ ବ୍ୟବହାର କରାଯାଇପାରିବ। ହେଲେ, କେଉଁ ପ୍ରକାର ୱାଟରପ୍ରୁଫିଙ୍ଗ ବ୍ୟବହାର କରାଯିବ ତାହା ଛାତର ନିର୍ମାଣ ସାମଗ୍ରୀ ଓ ଢାଞ୍ଚା ଉପରେ ନିର୍ଭର କରିବ। ଛାତ ପାଇଁ ସାଧାରଣତଃ ବିଟୁମିନସ୍ ମେମ୍ବ୍ରେନ୍ ୱାଟରପ୍ରୁଫିଙ୍ଗ କିମ୍ବା ଲିକ୍ୱିଡ୍ ୱାଟରପ୍ରୁଫିଙ୍ଗ ମେମ୍ବ୍ରେନ୍ ବ୍ୟବହାର କରାଯାଇଥାଏ।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....