ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ଭୂମିକମ୍ପ ପ୍ରବଣ ଅଞ୍ଚଳଗୁଡ଼ିକ ପାଇଁ ନିର୍ମାଣ ମାନକ

ଯଦି ଆପଣ ଭାରତର କୌଣସି ଭୂମିକମ୍ପ ପ୍ରବଣ ଅଞ୍ଚଳରେ ଘର ତିଆରି କରୁଛନ୍ତି, ତେବେ ଏହି ଉପଦେଶଗୁଡ଼ିକ ଆପଣଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହେବ। ଏଭଳି ଭୌଗୋଳିକ ଅଞ୍ଚଳରେ ଏକ ନିରାପଦ ଫାଉଣ୍ଡେସନ୍ ନିର୍ମାଣ କରିବା ପାଇଁ ଆମେ ଅନେକ ପ୍ରୋଟୋକଲ୍, ସମ୍ବଳ ଏବଂ ନିର୍ମାଣ ସମ୍ବନ୍ଧୀୟ ନିରାପତ୍ତା ନିୟମାବଳୀ ସମ୍ପର୍କରେ ଆଲୋଚନା କରିବା।

Share:


ଭୂମିକମ୍ପ କାରଣରୁ ଘର ଏବଂ ଅନ୍ୟାନ୍ୟ ଢାଞ୍ଚାଗୁଡ଼ିକ ଗୁରୁତର ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଥାଏ। ତେଣୁ ଭୂମିକମ୍ପ-ନିରୋଧୀ ଡିଜାଇନ୍ ନୀତି ଏବଂ ନିର୍ମାଣ ନିର୍ଦ୍ଦିଷ୍ଟତା ତଥା ମାନକକୁ କାର୍ଯ୍ୟକାରୀ କରିବା ବିଲ୍‌‌ଡିଂ ନିରାପତ୍ତା ପାଇଁ ଅତ୍ୟାବଶ୍ୟକ ଅଟେ। ଏହି ଆଲେଖ୍ୟରେ ଘରକୁ ଭୂମିକମ୍ପଜନିତ କ୍ଷୟକ୍ଷତିରୁ ସୁରକ୍ଷା ଯୋଗାଇବା ପାଇଁ ପ୍ରମୁଖ ଜ୍ଞାନକୌଶଳ ସମ୍ପର୍କରେ ଆଲୋଚନା କରାଯାଇଛି, ଯାହା ମଧ୍ୟରେ ଫାଉଣ୍ଡେସନ ପୃଥକୀକରଣ, ଡାମ୍ପିଂ ସିଷ୍ଟମ୍, ରିଇନ୍‌‌ଫୋର୍ସଡ୍ କାନ୍ଥ/ଫ୍ରେମ୍, ଶିୟର୍ ୱାଲ୍, ଏବଂ ଷ୍ଟିଲ୍, କାଠ ଓ କମ୍ପୋଜିଟ୍ ଭଳି ନମନୀୟ ନିର୍ମାଣ ସାମଗ୍ରୀଗୁଡ଼ିକ ଅନ୍ତର୍ଭୁକ୍ତ ।



ଭୂମିକମ୍ପ ପ୍ରବଣ ଅଞ୍ଚଳଗୁଡ଼ିକ ପାଇଁ ଭାରତରେ ନିର୍ମାଣ ମାନକ

ଭାରତ ଦୁଇଟି ପ୍ରମୁଖ ଟେକ୍ଟୋନିକ୍ ପ୍ଲେଟ୍ ଉପରେ ଅବସ୍ଥିତ, ତେଣୁ ଏହା ଏକ ଭୂମିକମ୍ପ ପ୍ରବଣ ଅଞ୍ଚଳ ଅଟେ। ବର୍ଷ ବର୍ଷ ଧରି ଭୂମିକମ୍ପ କାରଣରୁ ଅନେକ ଧନଜୀବନ ହାନି ହୋଇଛି। ତେଣୁ, ଭାରତରେ ଭୂମିକମ୍ପ ପ୍ରବଣ ଅଞ୍ଚଳରେ ଘର ନିର୍ମାଣ ସମୟରେ ନିର୍ମାଣ ମାନକ ଏବଂ ପ୍ରୋଟୋକଲ୍‌‌‌ଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଉପଯୁକ୍ତ ପ୍ଲାନିଂ ଏବଂ ଭୂମିକମ୍ପ-ନିରୋଧୀ ଜ୍ଞାନକୌଶଳର ଉପଯୋଗ କରାଯାଇ ଆପଣଙ୍କ ଘର ପାଇଁ ଭୂମିକମ୍ପଜନିତ କ୍ଷୟକ୍ଷତିକୁ ନ୍ୟୂନତମ କରାଯାଇପାରିବ।



ଭୂମିକମ୍ପ ପ୍ରବଣ ଅଞ୍ଚଳଗୁଡ଼ିକରେ ବିଲଡିଂଗୁଡ଼ିକର ଢାଞ୍ଚାଗତ ସୁରକ୍ଷାକୁ ବୃଦ୍ଧି କରିବା ପାଇଁ ଭାରତ ଜାତୀୟ ନିର୍ମାଣ ସଂହିତା (ନ୍ୟାସନାଲ ବିଲଡିଂ କୋଡ୍ ବା ଏନ୍‌‌ବିସି) ଅନୁସରଣ କରିଥାଏ। ଏହାର ମୁଖ୍ୟ ଦିଗଗୁଡ଼ିକ ହେଲା:

 

୧. ସାଇଜ୍‌‌ମିକ୍ ଜଏନିଂ

ଭୂକମ୍ପ ଗତିବିଧି ଉପରେ ଆଧାର କରି ଉପଯୁକ୍ତ ନିର୍ମାଣ ଜ୍ଞାନକୌଶଳ ନିର୍ଦ୍ଧାରଣ କରିବା ପାଇଁ ଭାରତ ଚାରିଟି ସାଇଜ୍‌‌ମିକ୍ ଜୋନ୍‌‌ରେ ବିଭକ୍ତ (II, III, IV, V)।

 

୨. ଢାଞ୍ଚାଗତ ଡିଜାଇନ୍

ବିଲଡିଂ ଡିଜାଇନଗୁଡ଼ିକ ସମ୍ପୃକ୍ତ ସାଇଜ୍‌‌ମିକ୍ ଜୋନ୍‌‌ ପାଇଁ ପ୍ରଯୁଜ୍ୟ ହୋଇଥିବା ମାନକକୁ ଅନୁପାଳନ କରିବା ଜରୁରୀ ହୋଇଥାଏ, ଯାହାଦ୍ୱାରା ଉପଯୁକ୍ତ ସାମଗ୍ରୀ ଏବଂ ଏଲାଇନମେଣ୍ଟର ଉପଯୋଗ ସୁନିଶ୍ଚିତ ହୋଇପାରିଥାଏ।

 

୩. ସାମଗ୍ରୀଗୁଡ଼ିକର ବ୍ୟବହାର

ଉନ୍ନତ ଭୂମିକମ୍ପ ନିରୋଧୀ କ୍ଷମତା ପାଇଁ ଷ୍ଟିଲ୍ ଏବଂ ରିଇନ୍‌‌ଫୋର୍ସଡ୍ ସିମେଣ୍ଟ କଂକ୍ରିଟ୍ (ଆର୍‌‌ସିସି) ଭଳି ନମନୀୟ ସାମଗ୍ରୀ ବ୍ୟବହାର କରାଯିବା ଆବଶ୍ୟକ।

 

୪. ଗୁଣବତ୍ତା ନିୟନ୍ତ୍ର

ସାମଗ୍ରୀର କଡ଼ାକଡ଼ି ନିୟନ୍ତ୍ରଣ ଏବଂ ନିର୍ମାଣ ପ୍ରକ୍ରିୟାକୁ ସୁନିଶ୍ଚିତ କରନ୍ତୁ ଏବଂ ନିୟମିତ ତଦାରଖ କରନ୍ତୁ।

 

୫. ଫାଉଣ୍ଡେସନର ପ୍ରକାର

ସାଇଜ୍‌‌ମିକ୍ ଜୋନ୍ ଆଧାରରେ ଫାଉଣ୍ଡେସନ୍ ଚୟନ କରନ୍ତୁ, ଉଚ୍ଚ ଭୂକମ୍ପ ଗତିବିଧି ରହୁଥିବା ଅଞ୍ଚଳଗୁଡ଼ିକରେ ଆଇସୋଲେଟେଡ୍ କିମ୍ବା ରାଫ୍ଟ ଫାଉଣ୍ଡେସନ୍ ସୁପାରିସଯୋଗ୍ୟ।

 

୬. ରେଟ୍ରୋଫିଟିଂ

ବିଦ୍ୟମାନ ଢାଞ୍ଚାଗୁଡ଼ିକର ଭୂମିକମ୍ପ ନିରୋଧୀ କ୍ଷମତା ବଢ଼ାଇବା ପାଇଁ ତାହାକୁ ସୁଦୃଢ଼ କରିବା।

ଏହିସବୁ ନିର୍ମାଣ ମାନକକୁ ଅନୁସରଣ କରାଗଲେ ଭୂମିକମ୍ପ ସମୟରେ ଧନ ଓ ଜୀବନର ହାନିକୁ ନ୍ୟୂନତମ କରାଯାଇପାରିବ।


ଭୂମିକମ୍ପ ଘରଗୁଡ଼ିକୁ କିପରି ପ୍ରଭାବିତ କରିଥାଏ?



ଭୂମିକମ୍ପ ସମୟରେ, ଭୂମିରେ କମ୍ପନ ସୃଷ୍ଟି ହୋଇଥାଏ ଓ ତାହାର ଦିଗ ଭିନ୍ନ ଭିନ୍ନ ହୋଇଥାଏ, ଯାହାଫଳରେ ଘରର ଫାଉଣ୍ଡେସନ ମଧ୍ୟ ଦୋହଲିଥାଏ। ଯେହେତୁ ଫାଉଣ୍ଡେସନଟି ଭୂମି ସହିତ ସଂଯୁକ୍ତ ହୋଇଥାଏ, ତେଣୁ ଉକ୍ତ କମ୍ପନ ସାରା ବିଲ୍‌‌ଡିଂରେ ବ୍ୟାପିଯାଏ। ଏହାଦ୍ୱାରା ଭୂସମାନ୍ତର କମ୍ପନ କାରଣରୁ ବିଲଡିଂଟି ଗୋଟିଏ ପଟରୁ ଅନ୍ୟପଟକୁ ଦୋହଲିବାକୁ ଲାଗେ। ବିଲଡିଂର ମେଜିଆଗୁଡ଼ିକ ମଧ୍ୟ ବିଭିନ୍ନ ଦିଗରେ ହଲିବାକୁ ଲାଗିଥାଏ, ଯାହାଦ୍ୱାରା କାନ୍ଥ ଏବଂ କଲମ୍ ଭଳି ବିଲଡିଂର ଭୂଲମ୍ବ ଅଂଶ ଉପରେ ଚାପ ସୃଷ୍ଟି ହୁଏ। ଏହି ଚାପ କରଣରୁ ବିଲଡିଂ ସାମଗ୍ରୀ ଫାଟିଯାଇପାରେ କିମ୍ବା ଭାଙ୍ଗିଯାଇପାରେ, ଯାହାଫଳରେ ବିଲଡିଂର ଶକ୍ତି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥାଏ। ଖରାପରୁ ଖରାପ ପରିସ୍ଥିତିରେ, ଯଦି କମ୍ପନ ବହୁତ ଶକ୍ତିଶାଳୀ ହୁଏ, ତେବେ ବିଲଡିଂଟି ଭୁଷୁଡ଼ିଯାଇପାରେ।


ଅନୁସରଣ କରିବା ପାଇଁ କେତୋଟି ନିର୍ମାଣ ପ୍ରୋଟୋକଲ୍

ନିମ୍ନଲିଖିତ କେତୋଟି ଗୁରୁତ୍ୱପୂର୍ଣ୍ଣ ଭୂମିକମ୍ପ-ନିରୋଧୀ ନିର୍ମାଣ ମାନକକୁ ଅନୁସରଣ କରାଯିବା ଜରୁରୀ ଅଟେ:



୧) ଆଡଜଷ୍ଟ ହୋଇପାରୁଥିବା ଫାଉଣ୍ଡେସନ୍ ତିଆରି କରନ୍ତୁ

ଏକ ଫଳପ୍ରଦ ଭୂମିକମ୍ପ ଇଞ୍ଜିନିୟରିଂ ରଣନୀତି ହେଉଛି ବେସ୍ ଆଇସୋଲେଟର୍ ବ୍ୟବହାର କରି ଫାଉଣ୍ଡେସନକୁ ଭୂମିରୁ ଆଇସୋଲେଟ୍ ବା ପୃଥିକୀକୃତ କରାଯିବା। ଏହି ବେସ୍ ଆଇସୋଲେଟର୍‌‌ଗୁଡ଼ିକ ବିଲଡିଂ ଏବଂ ଭୂମି ମଧ୍ୟରେ ଝଟ୍‌‌କା ଅବଶୋଷକ (ଶକ୍ ଆବର୍ଜବର୍) ଭଳି କାମ କରିଥାଏ। ସେଗୁଡ଼ିକ ରବର ଓ ଇସ୍ପାତର ଆସ୍ତରଣରୁ ତିଆରି ହୋଇଥାଏ ଏବଂ ତାହାକୁ ବିଲଡିଂର ଫାଉଣ୍ଡେସନ ତଳେ ରଖାଯାଇଥାଏ। ଭୂମି ହଲିଲେ ଏହି ଆଇସୋଲେଟରଗୁଡ଼ିକ ଭୂମିକମ୍ପର ଶକ୍ତିକୁ ଅବଶୋଷିତ କରିନିଏ ଏବଂ ଭୂମିକମ୍ପର ପ୍ରଭାବକୁ ଦୂର୍ବଳ କରି ବିଲଡିଂକୁ ନିରାପଦ ରଖିବାରେ ସହାୟକ ହୁଏ। ଏହା ଢାଞ୍ଚାକୁ ବିନାଶକାରୀ ଭୂ-ଚଳନରୁ ସୁରକ୍ଷା ଯୋଗାଇଥାଏ।

 

ବ୍ୟବହୃତ ହେଉଥିବା କେତୋଟି ପ୍ରକାର  ବେସ୍ ଆଇସୋଲେଟର୍‌‌ଗୁଡ଼ିକ ହେଲା:

 

କ. ଲିଡ୍ ରବର୍ ବିୟରିଂ

ଷ୍ଟିଲ୍ ପ୍ଲେଟ୍ ଏବଂ ରବର୍‌‌ ପରସ୍ତଗୁଡ଼ିକୁ ଲିଡ୍ କୋର୍ ସାହାଯ୍ୟରେ ବାନ୍ଧି ତିଆରି କରାଯାଇଥାଏ। ଲିଡ୍ କାରଣରୁ ବିୟରିଂ ଗୁଡ଼ିକ ତାହାର ଶକ୍ତି ନ ହରାଇ ଧିରେ ଧିରେ ହଲଚଲ ହେବାରେ ସାହାଯ୍ୟ କରିଥାଏ।

 

ଖ. ଫ୍ରିକ୍ସନ୍ ପେଣ୍ଡୁଲମ୍ ସିଷ୍ଟମ୍

ବିଲଡିଂ ଆଧାର ଏବଂ ଭୂମି ମଧ୍ୟରେ ଏକ ଆର୍ଟିକୁଲେଟେଡ୍ ସ୍ଲାଇଡର୍‌‌ରେ ନିର୍ମିତ ହୁଏ। ସ୍ଲାଇଡର୍‌‌ ଚଳପ୍ରଚଳ ହେବା ସମୟରେ ଫ୍ରିକ୍ସନ୍ ବା ଘର୍ଷଣ ଭୂମିକମ୍ପର ଶକ୍ତିକୁ ଅବଶୋଷଣ କରିନିଏ।

 

ଗ. ଇଲାଷ୍ଟାମେରିକ୍ ଆଇସୋଲେଟର୍

ଏଥିରେ ଗୋଟିଏ ପରେ ଗୋଟିଏ ରବର୍ ଏବଂ ଷ୍ଟିଲ୍ ପରସ୍ତ ଆକାରରେ ବାନ୍ଧି ହୋଇ ରହିଥାଏ। ରବର୍ ପରସ୍ତଗୁଡ଼ିକର ନମନୀୟତା କମ୍ପନର ପ୍ରଭାବକୁ ହ୍ରାସ କରିଥାଏ।

 

ଘ. ହାଇ-ଡାମ୍ପିଂ ରବର୍ ଆଇସୋଲେଟର୍

ଏଗୁଡ଼ିକରେ କୋମଳ ରବର ବ୍ୟବହୃତ ହୁଏ ଯାହା ଭୂମିକମ୍ପର ଶକ୍ତିକୁ ପ୍ରଭାବୀ ଢଙ୍ଗରେ ଅବଶୋଷିତ କରିନିଏ।

 

 

୨) ପ୍ରଭାବ ହ୍ରାସ କରୁଥିବା ବିପରୀତ ବଳ



ମେଜିଆ ଏବଂ କାନ୍ଥରେ ଡାମ୍ପର୍ କିମ୍ବା ଶକ୍ ଆବଜର୍ବର୍ ଲଗାଇବା ଦ୍ୱାରା ଭୂସମାନ୍ତର କମ୍ପନ ବିରୁଦ୍ଧରେ ଏକ ବିପରୀତ ବଳ ସୃଷ୍ଟି ହୋଇଥାଏ। ଡାମ୍ପର୍ କମ୍ପନଜନିତ ଶକ୍ତିକୁ ଅବଶୋଷଣ କରି ତାହାକୁ ତାପରେ ରୂପାନ୍ତରିତ କରିବା ସହିତ ଘର ଉପରେ କମ୍ପନର ପ୍ରଭାବକୁ ହ୍ରାସ କରିଥାଏ। ନିର୍ମାଣ ମାନକ ଅନୁଯାୟୀ ଢାଞ୍ଚାର ସ୍ଥିରତା ପାଇଁ ହ୍ରାଇଡ୍ରଲିକ୍ ପେଣ୍ଡୁଲମ୍ ସିଷ୍ଟମ୍ ମଧ୍ୟ ସ୍ଥାପନ କରାଯାଇପାରେ। ବ୍ୟବହୃତ ହେଉଥିବା କେତେକ ପ୍ରକାର ଭୂମିକମ୍ପ ଡାମ୍ପରଗୁଡ଼ିକ ହେଲା:

 

କ. ମେଟାଲିକ୍ ୟିଲ୍ଡ ଡାମ୍ପର୍

ଏଥିରେ ଧାତବ ପ୍ଲେଟ୍ ରହିଥାଏ ଯାହା ଶକ୍ତିକୁ ଅପସାରଣ କରିବା ପାଇଁ ପ୍ଲାଷ୍ଟିକ୍ ଡିଫର୍ମେସନ୍ ମାଧ୍ୟମରେ କାମ କରିଥାଏ।

 

ଖ. ଭିସ୍କୋଇଲାଷ୍ଟିକ୍ ଡାମ୍ପର୍

ଏଥିରେ ପଲିମର୍ ବ୍ୟବହୃତ ହୋଇଥାଏ ଯାହା ବଳକୁ ହ୍ରାସ କରିବା ପାଇଁ ବିକୃତ ହୋଇଯାଏ ଏବଂ ଧୀରେ ଧୀରେ ପୂର୍ବାବସ୍ଥାକୁ ଫେରିଆସେ।

 

ଗ. ଫ୍ରିକ୍ସନ୍ ଡାମ୍ପର୍

ଶକ୍ତିକୁ ଅପସାରଣ କରିବା ପାଇଁ ସ୍ଲାଇଡିଂ ପୃଷ୍ଠଭାଗଗୁଡ଼ିକ ମଧ୍ୟରେ ଘର୍ଷଣ ବଳକୁ ବ୍ୟବହାର କରିଥାଏ।

 

୪. ଟ୍ୟୁନ୍‌‌ଡ ମାସ୍ ଡାମ୍ପର୍

ଏଥିରେ ସ୍ପ୍ରିଙ୍ଗ୍ କିମ୍ବା ହାଇଡ୍ରଲିକ୍ ମାଧ୍ୟମରେ ଏକ ମାସ୍  ସଂଲଗ୍ନ ହୋଇଥାଏ ଯାହା ଢାଞ୍ଚା ସହିତ ବିପରୀତ ପର୍ଯ୍ୟାୟରେ କମ୍ପିତ ହୋଇଥାଏ।

 

ଘ. ଟ୍ୟୁନଡ୍ ଲିକ୍ୱିଡ୍ ଡାମ୍ପର୍

ଶକ୍ତିକୁ ଅପରସାରଣ କରିବା ପାଇଁ ତରଳ ଭର୍ତ୍ତି ପାତ୍ରଟି ବିଲଡିଂର କମ୍ପନ ହାରରେ କମ୍ପିତ ହୋଇଥାଏ।

 

ଙ. ଆକ୍ଟିଭ୍ ମାସ୍ ଡାମ୍ପର୍

କମ୍ପ୍ୟୁଟର ଦ୍ୱାରା ନିୟନ୍ତ୍ରିତ ହାଇଡ୍ରଲିକ୍ ପ୍ରଣାଳୀ ଯାହା ଭୂମିକମ୍ପର ଚଳନକୁ ପୂର୍ବାନୁମାନ କରି ବିପରୀତ ଶକ୍ତିର ପ୍ରୟୋଗ କରିଥାଏ।

 

 

୩) ନିଜ ଘରକୁ କମ୍ପନରୁ ସୁରକ୍ଷା ଦିଅନ୍ତୁ

ଭୂମିକମ୍ପ କମ୍ପନ ନିୟନ୍ତ୍ରଣ ଉପକରଣ ଗୁଡ଼ିକ ଘରକୁ କ୍ଷତିରୁ ସୁରକ୍ଷିତ ରଖିବା ପାଇଁ ଢାଲ ଭାବେ କାମ କରିପାରେ। ଏହି ପ୍ରକ୍ରିୟାରେ ଫାଉଣ୍ଡେସନ ଚାରିପଟେ ସଂକେନ୍ଦ୍ରିତ ପ୍ଲାଷ୍ଟିକ୍ ଓ କଂକ୍ରିଟ୍‌‌ ବଳୟ ତିଆରି କରାଯାଏ, ଯାହା ଘର ଚାରିପଟେ ପଡ଼ୁଥିବା ଭୂମିକମ୍ପର ଶକ୍ତିକୁ ଭୂମି ମଧ୍ୟକୁ ସ୍ଥାନାନ୍ତରିତ କରିଦେଇଥାଏ। ଏହି ଆବରଣରେ ନିର୍ଦ୍ଦିଷ୍ଟ ଆକାରର ପ୍ଲାଷ୍ଟିକ୍ ଏବଂ କଂକ୍ରିଟ୍‌‌ର ଭୂତଳ ସଂକେନ୍ଦ୍ରିତ ବଳୟ ତିଆରି କରାଯାଏ ଯାହା ପ୍ରତ୍ୟାଶିତ ଭୂମିକମ୍ପ କମ୍ପନର ଅନୁକୂଳ ହୋଇଥାଏ। ଏଥିରେ ବ୍ୟବହୃତ ହେଉଥିବା ପ୍ରମୁଖ ସିଦ୍ଧାନ୍ତଗୁଡ଼ିକ ହେଲା:

 

୧. ବଳୟଗୁଡ଼ିକ ମଧ୍ୟରେ ବ୍ୟବଧାନ ଏତେ ପାଖାପାଖି ଥାଏ ଯେ ତାହା ଆସୁଥିବା ଭୂମିକମ୍ପ ଲହର ସହ ସଂକ୍ରିୟା କରିପାରେ।

୨. ଭିତର ବଳୟରୁ ବାହାର ବଳୟ ପର୍ଯ୍ୟନ୍ତ ଯିବା ମଧ୍ୟରେ ଭୂମିକମ୍ପ ତରଙ୍ଗର ବେଗ କମିଯାଇଥାଏ।

୩. ଏହାଦ୍ୱାରା ତରଙ୍ଗଗୁଡ଼ିକ ବିଲଡିଂ ଫାଉଣ୍ଡେସନର କେନ୍ଦ୍ରରୁ ବାହାରକୁ ଚାଲିଯାଇଥାଏ।

୪. ତରଙ୍ଗଗୁଡ଼ିକ ସବୁଠାରୁ କମ୍ ପ୍ରତିରୋଧୀ ମାର୍ଗକୁ ଅନୁସରଣ କରେ ଏବଂ ଫାଉଣ୍ଡେସନ୍ ଚାରିପଟେ ଖେଳାଇ ହୋଇଯାଏ।

୫. ବିଲଡିଂ ଭୂମିର ଚଳନ ସହିତ ସମତାଳରେ କମ୍ପିତ ହୁଏନାହିଁ।

 

 

୪) ଘରର ଢାଞ୍ଚାକୁ ସୁଦୃଢ଼ୀକୃତ କରନ୍ତୁ



ବିଲଡିଂର ଢାଞ୍ଚାଟି ଭୂମିକମ୍ପ ବଳକୁ ସହିବା ଏବଂ ତାହାକୁ ଏକ ବାଞ୍ଛିତ ଭାର ପଥ ମଧ୍ୟ ଦେଇ ଭୂମିକା ସ୍ଥାନାନ୍ତର କରିବାର କ୍ଷମତା ସହିତ ଡିଜାଇନ୍ କରାଯିବା ଉଚିତ୍। ଗୁରୁତ୍ୱପୂର୍ଣ୍ଣ ଢାଞ୍ଚାଗତ ଉପାଦାନଗୁଡ଼ିକୁ ଦୃଢ଼ୀକୃତ (ରିଇନ୍‌ଫୋର୍ସ) ଏବଂ ନିମ୍ନଲିଖିତ ଉପାଦାନର ନମନୀୟତାକୁ ଉନ୍ନ କରି ସମ୍ପାଦନ କରାଯାଇଥାଏ:

 

୧. ଶିୟର୍ ୱାଲ୍

କାନ୍ଥ ସ୍ତର ସହିତ ସମାନ୍ତରାଳ ଭାବେ ଭୂସମାନ୍ତର ଭୂମିକମ୍ପ ବଳକୁ ପ୍ରତିରୋଧ କରିବା ପାଇଁ ଡିଜାଇନ କରାଯାଇଥିବା ଭୂଲମ୍ବ କାନ୍ଥ ଉପାଦାନ। ସେଗୁଡ଼ିକ କଠିନତା ବୃଦ୍ଧି କରି ଏବଂ ବ୍ରେସିଂ ଭାବେ କାମ କରିଥାଏ।

 

୨. କ୍ରସ୍ ବ୍ରେସିଂ

ପାର୍ଶ୍ୱିକ ଭାର ବିରୁଦ୍ଧରେ ଦୃଢ଼ତା ପାଇଁ ଇସ୍ପାତ ସାହାଯ୍ୟରେ ବିମ୍ ଏବଂ କଲମ୍ ମଧ୍ୟରେ ଦିଆଯାଇଥିବା ତେରଛା ଢାଞ୍ଚାଗତ ବ୍ରେସିଂ।

 

୩. ମୁମେଣ୍ଟ-ରେଜିଷ୍ଟିଂ ଫ୍ରେମ୍

ଉଚ୍ଚ କଠିନତାଯୁକ୍ତ ବିମ୍-କଲମ୍ ଜଏଣ୍ଟ ଯାହା ବିଲଡିଂ ଦୋହଲିବାକୁ ଅପେକ୍ଷାକୃତ ହ୍ରାସ କରିଥାଏ।

 

୪. ଡାୟାଫ୍ରେମ୍

ମେଜିଆ ଭଳି ଭୂସମାନ୍ତର ଉପାଦାନ ସହିତ ଭୂଲମ୍ବ, ପାର୍ଶ୍ୱିକ ବଳ-ନିରୋଧ ଉପାଦାନଗୁଡ଼ିକୁ ଯୋଡ଼ିବା।

 

୫. କଠିନ ମେଜିଆ ଏବଂ ଛାତ ଡାୟାଫ୍ରେମ୍

ସମସ୍ତ କାନ୍ଥ/ଫ୍ରେମ୍‌‌ଗୁଡ଼ିକୁ ଏକାଠି ବାନ୍ଧିବା ଏବଂ ବଳକୁ ସେଗୁଡ଼ିକ ମଧ୍ୟରେ ବିତରଣ କରିବା।

 

୬. ଟାଏ ଏବଂ କଣ୍ଟିନ୍ୟୁଟି ବିମ୍

କାନ୍ଥ ଏବଂ ଫ୍ରେମ୍‌‌ଗୁଡ଼ିକରେ ନିରନ୍ତର ସଂଯୋଗ ଦେବା ଏବଂ ବିଚ୍ଛିନ୍ନତାକୁ ଏଡ଼ାଇବା।


ନିର୍ମାଣରେ ବ୍ୟବହୃତ ହେଉଥିବା ଭୂମିକମ୍ପ-ନିରୋଧୀ ସାମଗ୍ରୀ

ଭୂମିକମ୍ପ-ନିରୋଧୀ ଡିଜାଇନ୍ ସହିତ ନିର୍ମାଣ ମାନକ ଅନୁରୂପ ସାମଗ୍ରୀଗୁଡ଼ିକ ଚୟନ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ:

 

 

୧) ଇସ୍ପାତ



ଭୂମିକମ୍ପର ଚାପ ଏବଂ କମ୍ପନକୁ ସହିବା ପାଇଁ ଇସ୍ପାତରେ ଉଚ୍ଚ ତନନ ଶକ୍ତି ଏବଂ ନମନୀୟତା ରହିଥାଏ। ସଠିକ୍ ଷ୍ଟିଲ୍ ରିଇନଫୋର୍ସମେଣ୍ଟ ଏବଂ ଫ୍ରେମ୍ ଶକ୍ତି ସହିତ ନମନୀୟତା ଯୋଗାଇଥାଏ। ଭାରତରେ ଭୂମିକମ୍ପ-ନିରୋଧୀ ନିର୍ମାଣ ମାନକ ପାଇଁ ଇସ୍ପାତ ଅନ୍ୟତମ ସବୁଠାରୁ ଉପଯୁକ୍ତ ସାମଗ୍ରୀ ଅଟେ। ଏହାର ଉତ୍କୃଷ୍ଟ ନମନୀୟତା ଏବଂ ଘାତ ସହନଶକ୍ତି କାରଣରୁ ଏହାର ଆକୃତିରେ ପରିବର୍ତ୍ତନ ଘଟିଲେ ମଧ୍ୟ ଏହା ଭାଙ୍ଗି ନ ଯାଇ ନିଜର ପୂର୍ବସ୍ଥିତିକୁ ଫେରିପାରିଥାଏ। ଏହାର ଇଲାକ୍ଟିକ୍ ପ୍ରକୃତି କାରଣରୁ ଚାପ ସହନ କରିବା ପରେ ଏହା ନିଜର ମୂଳ ଆକୃତିକୁ ପୁନର୍ବାରେ ଫେରିପାଇଥାଏ।

 

ଇସ୍ପାତ ବ୍ୟବହାର କରିବାର ମୁଖ୍ୟ ଲାଭ:

 

୧. ଉଚ୍ଚ ଶକ୍ତି-ଓଜନ ଅନୁପାତ କାରଣରୁ ଏହା ଅଧିକ ହାଲୁକା ଭୂମିକମ୍ପ-ନିରୋଧୀ ଢାଞ୍ଚାରେ ବିଲଡିଂ ନିର୍ମାଣକୁ ସମ୍ଭବ କରିଥାଏ।

୨. ବିକୃତି ଘଟିଲେ ଏହାର ଚାପଜନିତ କଠିନତାଲାଭ ଗୁଣଧର୍ମ ଇସ୍ପାତକୁ ଅଧିକ କଠିନ କରିଦେଇଥାଏ, ଯାହା ଶକ୍ତି ଅବଶୋଷଣ ପାଇଁ ଆଦର୍ଶ ଅଟେ।

୩. ସମରୂପୀ ଏବଂ ମାନକୀକୃତ ଉତ୍ପାଦନ କାରଣରୁ ସାମଗ୍ରୀର ଗୁଣଧର୍ମର ଗୁଣମାନ ନିୟନ୍ତ୍ରଣ ସମ୍ଭବ ଅଟେ।

୪. ଲେପନ ମାଧ୍ୟମରେ କ୍ଷୟ ନିରୋଧ ତାହାର ସ୍ଥାୟିତ୍ୱକୁ ବୃଦ୍ଧି କରିଥାଏ।

 

 

୨) କାଠ



କାଠ ହାଲୁକା ହୋଇଥିଲେ ମଧ୍ୟ ତାହାର ପ୍ରାକୃତିକ ସ୍ଥିତିସ୍ଥାପକତା ବା ଇଲାଷ୍ଟିସିଟି କାରଣରୁ ଅତ୍ୟନ୍ତ ନମନୀୟ ହୋଇଥାଏ। ଏହି ଗୁଣ ଭୂମିକମ୍ପ ସମୟରେ ଉପାଦେୟ ସାବ୍ୟସ୍ତ ହୋଇଥାଏ। କ୍ରସ୍-ଲାମିନେଟେଡ୍ ଟିମ୍ବର ଏବଂ ପ୍ଲାଏଉଡ୍ ଭଳି ଉତ୍ପାଦଗୁଡ଼ିକୁ ନିର୍ମାଣ ସଂହିତ ଅନୁଯାୟୀ ମେଜିଆ ଏବଂ ଛାତର ନିର୍ମାଣ ପାଇଁ ବ୍ୟବହାର କରାଯାଇପାରିବ।

 

କାଠରେ ନିର୍ମାଣ କାର୍ଯ୍ୟ କରିବାର ଲାଭ:

 

୧. କମ୍ ଘନତ୍ୱ କାରଣରୁ ବିଲଡିଂ ଉପରେ ସ୍ୱଳ୍ପ ଭୂମିକମ୍ପ ବଳ ପଡ଼ିଥାଏ।

୨. ହାଲୁକା ଫ୍ରେମ୍ କାଠ ବିଲଡିଂ ଭୂମିକମ୍ପର ଶକ୍ତିକୁ ଚଳନଶକ୍ତି ମାଧ୍ୟମରେ ଅପସାରିତ କରିବାରେ ସକ୍ଷମ ହୋଇଥାଏ।

୩. ପ୍ଲାଏଉଡ୍ ଶିଦିଂ ଭଳି ପ୍ୟାନେଲ୍ କାନ୍ଥଗୁଡ଼ିକୁ ଶିୟର୍ ରେଜିଷ୍ଟାନ୍ସ ଯୋଗାଇଥାଏ।

୪. ଧାତବ ଫାଷ୍ଟନର୍ ସହିତ କାଠନିର୍ମିତ ଶିୟର୍ କାନ୍ଥ ଉତ୍ତମ ପାର୍ଶ୍ୱିକ ଭାର ପ୍ରତରୋଧ ଯୋଗାଇଥାଏ।

୫. କାଠ ଉପାଦାନଗୁଡ଼ିକୁ କଣ୍ଟାରେ ଏକାଠି ଯୋଡ଼ିବା ଦ୍ୱାରା ଶକ୍ତି ଅପସାରୀ ସଂଯୋଗ ସୃଷ୍ଟି ହୋଇଥାଏ।

 

 

୩) ଉନ୍ନତ ସାମଗ୍ରୀ

ଭୂମିକମ୍ପ ନିରୋଧ କ୍ଷମତା ପାଇଁ ବିଶେଷ ଭାବେ ସ୍ୱତନ୍ତ୍ର ଆଲଏ, କମ୍ପୋଜିଟ୍ ଏବଂ ଫାଇବର୍-ରିଇନଫୋର୍ସଡ୍ ପ୍ଲାଷ୍ଟିକ୍ ଭଳି ପଲିମର୍ ଏବଂ ଗ୍ରାଫିନ୍ ଆଧାରିତ ସାମଗ୍ରୀଗୁଡ଼ିକର ନିର୍ମାଣ କରାଯାଇଥାଏ। ବାଉଁଶ ମଧ୍ୟ ଏକ ପରିବେଶ ଅନୁକୂଳ ବିକଳ୍ପ ରୂପେ ଉଭା ହେବାରେ ଲାଗିଛି।

 

ଭୂମିକମ୍ପ-ନିରୋଧୀ ଗୁଣଧର୍ମ ପାଇଁ ଅଭିନବ ଉନ୍ନତ ସାମଗ୍ରୀଗୁଡ଼ିକର ବିକାଶ ନିରବଚ୍ଛିନ୍ନ ରୂପେ ଜାରି ରହିଛି:

 

୧. ଶେପ୍ ମେମୋରୀ ଆଲଏ

ଏହି ସାମଗ୍ରୀ ଚାପଜନିତ ବିକୃତି ପରେ ତାହାର ପୂର୍ବାବସ୍ଥାକୁ ଫେରିପାରିଥାଏ।

 

୨. ଫାଇବର୍ ରିଇନଫୋର୍ସଡ୍ ପଲିମର୍ (ଏଫ୍ଆର୍‌‌ପି)

ହାଲୁକା ଏବଂ କ୍ଷୟନିରୋଧୀ ଉଚ୍ଚ ଶକ୍ତିଶାଳୀ ଫାଇବର୍ ଯୌଗିକ ସାମଗ୍ରୀ।

 

୩. ଇଞ୍ଜିନିୟର୍ଡ ସିମେଣ୍ଟିଟିୟର୍ କମ୍ପୋଜିଟ୍ (ଇସିସି)

ଅତି-ପ୍ରସାର୍ଯ୍ୟକ୍ଷମ କଂକ୍ରିଟ୍ ଯାହା ନ ଫାଟି ବିକୃତି ହାସଲ କରିପାରିଥାଏ।

 

୪. ଗ୍ରାଫିନ୍ ଆଧାରିତ ସାମଗ୍ରୀ

ନିର୍ମାଣ ମାନକ ପାଇଁ ଉପଯୁକ୍ତ ଅତ୍ୟନ୍ତ ସୁଦୃଢ଼ କାର୍ବନ୍ ନାନୋସାମଗ୍ରୀ



ଶେଷରେ, ସ୍ମାର୍ଟ ଢାଞ୍ଚା ଡିଜାଇନ୍ ଏବଂ ଉପଯୁକ୍ତ ସାମଗ୍ରୀର ଉପଯୋଗ ତଥା ବିଲଡିଂ ନିର୍ଦ୍ଦିଷ୍ଟତା ଓ ନିର୍ମାଣ ପ୍ରୋଟୋକଲ୍ ଉପରେ ଧ୍ୟାନ ଦିଆଯାଇ ଭାରତରେ ଭୂମିକମ୍ପ-ନିରୋଧୀ ଘର ତିଆରି କରିବା ସମ୍ଭବ ଅଟେ। କେତେକ ଗୁରୁତ୍ୱପୂର୍ଣ୍ଣ ପଦ୍ଧତି ମଧ୍ୟରେ ନମନୀୟ ଫାଉଣ୍ଡେସନ୍, ରିଇନଫୋର୍ସମେଣ୍ଟ ନିର୍ମାଣ, ଡାମ୍ପିଂ ସିଷ୍ଟମ୍, ରିଇନଫୋର୍ସଡ୍ କଂକ୍ରିଟ୍ କାନ୍ଥ ଓ ଫ୍ରେମ୍, ଶିୟର୍ ୱାଲ୍‌‌ ତଥା ଇସ୍ପାତ, କାଠ ଏବଂ ଇଞ୍ଜିନିୟର୍ଡ କମ୍ପୋଜିଟ୍‌‌ଗୁଡ଼ିକର ଉପଯୋଗ ଅନ୍ତର୍ଭୁକ୍ତ। ନିର୍ମାଣ ମାନକ କାରଣରୁ କାର୍ଯ୍ୟକାରୀ ହେଉଥିବା ଏହି ପଦକ୍ଷେପଗୁଡ଼ିକ ବିଲଡିଂକୁ ଶକ୍ତିଶାଳୀ ଭୂମିକମ୍ପକୁ ସହିବାରେ ସକ୍ଷମ କରିଥାଏ ଏବଂ ଧନ ଓ ଜୀବନର ସୁରକ୍ଷାକୁ ସୁନିଶ୍ଚିତ କରିବାରେ ସହାୟକ ହୋଇଥାଏ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....