ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ଲିକ୍ ହେଉଥିବା ଛାତର ମରାମତି ପାଇଁ ଏକ ମାର୍ଗଦର୍ଶିକା : ସୋପାନ ଏବଂ କାରଣ

ଏହି ବ୍ଲଗ୍‌‌ରେ ଛାତରୁ ପାଣି ଗଳିବା (ଲିକେଜ୍)ର କାରଣକୁ ଚିହ୍ନଟ କରିବାଠାରୁ ଆରମ୍ଭ କରି ଛାତର ଲିକେଜ୍‌‌କୁ ବନ୍ଦ କରିବାର ବିଭିନ୍ନ ଉପାୟର ବିଶଦ ବର୍ଣ୍ଣନା ରହିଛି । ଛାତକୁ ଭଲ ସ୍ଥିତିରେ ରଖିବା, ମହଙ୍ଗା ସାବ୍ୟସ୍ତ ହେଉଥିବା ପାଣିଜନିତ କ୍ଷୟକ୍ଷତିରୁ ଘରକୁ ସୁରକ୍ଷା ଦେବା ଏବଂ ଲିକ୍ ହେଉଥିବା ଛାତକୁ ମରାମତି କରିବା ବାବଦରେ ଏହି ବ୍ଲଗ୍‌‌ରେ ବ୍ୟାବହାରିକ ଉପାୟମାନ ଦର୍ଶାଯାଇଛି ।

Share:


ପାଣି ଗଳୁଥିବା ଛାତ ଘରମାଲିକଙ୍କ ପାଇଁ ଏକ ଦୁଃସ୍ୱପ୍ନ ହୋଇଥାଏ । ଖାଲି ଯେ ଏହା ଘରର ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରେ ତାହା ନୁହେଁ, ବରଂ ଏହା ଆପଣଙ୍କ ଘର ପାଇଁ ଗୁରୁତର କ୍ଷତି ସୃଷ୍ଟି କରିପାରେ । ତେଣୁ, ଏହାକୁ ଅଣଦେଖା କରାଯିବା ଉଚିତ ନୁହେଁ । ତତ୍ପରତା ସହିତ ମରାମତି କରା ନ ଗଲେ ଛାତ ଲିକ୍ କାରଣରୁ ପାଣିଜନିତ କ୍ଷତି, ଶିଉଳି ବଢ଼ିବା ଏବଂ ଘରର ଢାଞ୍ଚାଗତ ସମସ୍ୟା ସୃଷ୍ଟି ହୋଇପାରେ । ଛାତ ଲିକେଜ୍ କ’ଣ, ଏହା କେଉଁ କେଉଁ ବିପଦ ସୃଷ୍ଟି କରିପାରିବ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ - ଏହାର ମରାମତି କିପରି କରାଯିବ ସେ ସମ୍ପର୍କରେ ଆମେ ଏହି ବ୍ଲଗ୍‌‌ରେ ଆଲୋଚନା କରିବା । ଆପଣ ନିଜେ ନିଜେ ମରାମତି କାମ କରିବା କିମ୍ବା ପେସାଦାର ବ୍ୟକ୍ତିଙ୍କୁ କାମରେ ଲଗାଇବାକୁ ପସନ୍ଦ କରୁଥାନ୍ତୁ, ଲିକ୍ ହେଉଥିବା ଛାତର ମୁକାବିଲା କରିବା ଏବଂ ନିଜ ଘରକୁ ଅଧିକ କ୍ଷୟକ୍ଷତିରୁ ସୁରକ୍ଷିତ ରଖିବା ପାଇଁ ଆମେ ଏଠାରେ ଆପଣଙ୍କୁ ଆବଶ୍ୟକୀୟ ଜ୍ଞାନ ଓ ସାଧନ ଉପଲବ୍ଧ କରିବୁ ।





ଛାତରୁ ପାଣି ଗଳିବାର କାରଣ କ’ଣ?

 

୧) ଛାତରେ ଫାଟ

ଛାତରେ ଥିବା ଫାଟ ଛାତରୁ ପାଣି ଗଳିବାର ସବୁଠାରୁ ସାଧାରଣ କାରଣ ଅଟେ । ଏଭଳି ଫାଟ ବିଭିନ୍ନ କାରଣରୁ ଦେଖାଦେଇପାରେ, ଯେପରିକି - କୋଠା ପୁରୁଣା ହେବା, ପାଣିପାଗ କିମ୍ବା ନିମ୍ନମାନର ଛାତ ଢଳେଇ । ସମୟକ୍ରମେ ଖରା, ପବନ ଓ ବର୍ଷା କାରଣରୁ ଛାତର ନିର୍ମାଣ ସାମଗ୍ରୀଗୁଡ଼ିକ କ୍ଷୟପ୍ରାପ୍ତ ହୁଏ ଓ ଫାଟିଯାଏ । ଅତିରିକ୍ତ ଭାବେ, ଛାତ ନିର୍ମାଣ ସମୟରେ ସଠିକ୍ ଭାବେ ତାହାର ଢଳେଇ କରା ନ ଯିବା କାରଣରୁ ଅପ୍ରତ୍ୟାଶିତ ଭାବେ ଛାତରେ ଫାଟ ସୃଷ୍ଟି ହୋଇପାରେ । ଛାତର ଫାଟ ଦେଇ ପାଣି ଛାତର ଢାଞ୍ଚା ମଧ୍ୟକୁ ଭେଦିଥାଏ ଏବଂ ତାହାକୁ କ୍ଷତିଗ୍ରସ୍ତ କରିଥାଏ । ତା’ଛଡ଼ା ଛାତରେ ଫିମ୍ପି ବୃଦ୍ଧି ପାଇଥାଏ । ଏହାର ପ୍ରତିକାର କରା ନ ଗଲେ, ଛୋଟ ଫାଟଗୁଡ଼ିକ କ୍ରମଶଃ ବଡ଼ ଫାଟରେ ପରିଣତ ହୋଇଯାଇ ଏକ ବଡ଼ ସମସ୍ୟା ରୂପେ ଛିଡ଼ା ହୋଇଯିବ । ନିୟମିତ ଭାବେ ଛାତର ତଦାରଖ କରି ଆପଣ ସମୟ ଥାଉ ଥାଉ ଫାଟଗୁଡ଼ିକୁ ଚିହ୍ନଟ କରିପାରିବେ ଏବଂ ଉପଯୁକ୍ତ ଛାତ କିମ୍ବା ସିଲିଂ ଲିକ୍ ମରାମତି କରିପାରିବେ ।

 

୨) ଛାତର ଅନୁପଯୁକ୍ତ ସ୍ଲୋପ୍

ଛାତର ଅନୁପଯୁକ୍ତ ସ୍ଲୋପ୍ (ଗଡ଼ାଣି) ମଧ୍ୟ ଲିକେଜ୍ ସୃଷ୍ଟି କରିପାରେ । ଛାତର ସ୍ଲୋପ୍ କରାଯିବା ଜରୁରୀ ହୋଇଥାଏ କାରଣ ତାହାଦ୍ୱାରା ବର୍ଷାପାଣି ଓ ତରଳୁଥିବା ବରଫ ଗଡ଼ି ଗଟର୍ କିମ୍ବା ଡ୍ରେନେଜ୍ ବ୍ୟବସ୍ଥା ମଧ୍ୟକୁ ଚାଲିଯାଇଥାଏ । ସ୍ଲୋପ୍ କମ୍ ଗଭୀର କିମ୍ବା ସମତଳ ହୋଇଥିଲେ, ଛାତ ପୃଷ୍ଠଭାଗରେ ପାଣି ଜମି ରହିବ ଓ ଲିକେଜ୍ ତଥା ପାଣିଜନିତ କ୍ଷତିର ସମସ୍ୟା ସୃଷ୍ଟି କରିବ । ଅତ୍ୟଧିକ ବୃଷ୍ଟିପାତ କିମ୍ବା ବରଫପାତ ହେଉଥିବା ଅଞ୍ଚଳରେ ଏହା ବିଶେଷ ମହତ୍ତ୍ୱ ରଖିଥାଏ । ସେହିଭଳି ଭାବେ, ସ୍ଲୋପ୍‌ ଅତ୍ୟଧିକ ତୀବ୍ର ହୋଇଥିଲେ ପାଣି ଖୁବ୍ ଶୀଘ୍ର ଗଡ଼ି ଗଟର୍ ମଧ୍ୟକୁ ଚାଲିଯିବ ଓ ଗଟର୍ ଓଭରଫ୍ଲୋ ସୃଷ୍ଟି କରିବ । ଛାତ ନିର୍ମାଣ କରିବା କିମ୍ବା ମରାମତି କରିବା ସମୟରେ ତାହାର ସ୍ଲୋପ୍ ଯେପରି ଉପଯୁକ୍ତ ଅଛି ତାହା ସୁନିଶ୍ଚିତ କରାଯିବା ଉଚିତ । ଏହାଦ୍ୱାରା ପାଣି ଲିକେଜ୍‌‌କୁ ପ୍ରତିରୋଧ କରାଯାଇପାରିବ ।

 

୩) କ୍ଷତିଗ୍ରସ୍ତ ଫ୍ଲାଶିଂ

ଫ୍ଲାଶିଂ ସାଧାରଣତଃ ଧାତୁରେ ନିର୍ମିତ ଏକ ପତଳା ସାମଗ୍ରୀ ହୋଇଥାଏ, ଯାହାକୁ ଛାତର ଜଏଣ୍ଟ ଏବଂ ଆଙ୍ଗଲ୍‌‌ଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ବ୍ୟବହାର କରାଯାଏ । ଚିମ୍‌‌ନୀ, ସ୍କାଏଲାଇଟ୍, ଭେଣ୍ଟ ଏବଂ ଛାତ ପୃଷ୍ଠଭାଗରେ ଉଚ୍ଚକୁ ଉଠି ରହିଥିବା ଅନ୍ୟାନ୍ୟ ଜାଗାରେ ଫ୍ଲାଶିଂ ଦେଖିବାକୁ ମିଳିଥାଏ । ଫ୍ଲାଶିଂ କ୍ଷତିଗ୍ରସ୍ତ ହୋଇଥିଲେ କିମ୍ବା ଭୁଲ୍ ଭାବେ ଲଗାଯାଇଥିଲେ ଏହା କାରଣରୁ ପାଣି ଛାତର ଢାଞ୍ଚା ମଧ୍ୟକୁ ଭେଦିଯାଇପାରେ । ସମୟକ୍ରମେ, ପରିବେଶୀୟ ପ୍ରଭାବ କାରଣରୁ ଫ୍ଲାଶିଂ କ୍ଷୟପ୍ରାପ୍ତ ହୋଇପାରେ ଏବଂ ଫାଟ କିମ୍ବା ଫାଙ୍କ ସୃଷ୍ଟି କରିପାରେ । ଅତିରିକ୍ତ ଭାବେ, ତାହାକୁ ଅନୁପଯୁକ୍ତ ଭାବେ ଲଗାଯାଇଥିଲେ, ଫ୍ଲାଶିଂ ଢିଲା ହୋଇଯାଇପାରେ କିମ୍ବା ଛାତରୁ ଛାଡ଼ିଯାଇପାରେ । ଏହି କାରଣରୁ ପାଣି ଛାତର ଢାଞ୍ଚା ମଧ୍ୟକୁ ପ୍ରବେଶ କରିଥାଏ । ଫ୍ଲାଶିଂର ନିୟମିତ ତଦାରଖ ଏବଂ ରକ୍ଷଣାବେକ୍ଷଣ କରାଗଲେ ସମସ୍ୟାକୁ ସଅଳ ଚିହ୍ନଟ କରାଯାଇପାରିବ ଏବଂ ଅଧିକ କ୍ଷତିକୁ ପ୍ରତିରୋଧ କରାଯାଇପାରିବ ।

 

୪) କ୍ଷତିଗ୍ରସ୍ତ ଟାଇଲ୍

ଟାଇଲ୍ସ ଏକ ଲୋକପ୍ରିୟ ରୁଫିଂ ସାମଗ୍ରୀ ଅଟେ, ଯାହା ବର୍ଷ ବର୍ଷ ଧରି ବଜାୟ ରହିପାରେ । ହେଲେ, ସମୟକ୍ରମେ ତାହା ପାଣିପାଗର ପ୍ରଭାବ ଏବଂ ନିମ୍ନମାନର କାମ କାରଣରୁ କ୍ଷତିଗ୍ରସ୍ତ ହୋଇଯାଇପାରେ । ଟାଇଲ୍‌‌ଗୁଡ଼ିକ କ୍ଷତିଗ୍ରସ୍ତ ହେଲେ କିମ୍ବା ଭାଙ୍ଗିଗଲେ ଛାତର ଢାଞ୍ଚା ମଧ୍ୟକୁ ପାଣି ପ୍ରବେଶ କରିିଯାଏ । ଛୋଟରୁ ଛୋଟ ଫାଟ ମଧ୍ୟ ଦେଇ ପାଣି ପ୍ରବେଶ କରିପାରେ ଓ ଢାଞ୍ଚାକୁ କ୍ଷତି ପହଞ୍ଚାଇପାରେ । ତା’ ସହିତ ଫିମ୍ପି/ଶିଉଳି ବୃଦ୍ଧି ପାଇବାର ଆଶଙ୍କା ମଧ୍ୟ ରହିଥାଏ । କେତେକ କ୍ଷେତ୍ରରେ, ଛାଡ଼ିଯାଇଥିବା କିମ୍ବା ଭାଙ୍ଗିଯାଇଥିବା ଟାଇଲ୍‌‌ଗୁଡ଼ିକୁ ସହଜରେ ବଦଳାଯାଇପାରିବ । କିନ୍ତୁ ଅନ୍ୟ କେତେକ ମାମଲାରେ ସମଗ୍ର ଛାତକୁ ବଦଳାଇବା ଆବଶ୍ୟକ ହୋଇପାରେ ।

 

୫) ଅନୁପଯୁକ୍ତ ରକ୍ଷଣାବେକ୍ଷଣ

ଅନୁପଯୁକ୍ତ ରକ୍ଷଣାବେକ୍ଷଣ ବା ଯତ୍ନ ମଧ୍ୟ ଛାତରୁ ପାଣି ଗଳିବାର ଏକ ସାଧାରଣ କାରଣ ଅଟେ । ନିୟମିତ ଭାବେ ଗଟର୍‌ ସଫା କରିବା, ଅଳିଆ ଆବର୍ଜନାକୁ ସଫା କରିବା ଏବଂ କେଉଁଠି କିଛି କ୍ଷତି ହୋଇଛି କି ନାହିଁ ତାହା ଯାଞ୍ଚ କରିବା ଭଳି କାର୍ଯ୍ୟକୁ ଛାତର ରକ୍ଷଣାବେକ୍ଷଣ କୁହାଯାଏ । ନିୟମିତ ରକ୍ଷଣାବେକ୍ଷଣ ନ କରିବା ଦ୍ୱାରା ଛାତର ପୃଷ୍ଠଭାଗରେ ଆବର୍ଜନା ଜମିଥାଏ, ଯାହାଫଳରେ ପାଣିଜନିତ କ୍ଷତି ଓ ଲିକ୍ ସମସ୍ୟା ସୃଷ୍ଟି ହୁଏ । ଅତିରିକ୍ତ ଭାବେ, ତତ୍ପରତା ସହିତ ଛୋଟ ଛୋଟ ସମସ୍ୟାକୁ ସଜାଡ଼ିବାରେ ହେଳା କଲେ ତାହା ଭବିଷ୍ୟତରେ ଏକ ବଡ଼ ସମସ୍ୟା ରୂପେ ଉଭା ହୋଇଥାଏ ।

 

୬) ଛାତରେ ମାତ୍ରାଧିକ ଆର୍ଦ୍ରତା

ଘରର ଦୁର୍ବଳ ବାୟୁ ଚଳାଚଳ ବ୍ୟବସ୍ଥା (ଭେଣ୍ଟିଲେସନ୍), ପାଣିପାଗ ପରିସ୍ଥିତି କିମ୍ବା ଛାତର ଢାଞ୍ଚାରେ ଲିକ୍ କାରଣରୁ ଛାତର ପୃଷ୍ଠଭାଗରେ ଆର୍ଦ୍ରତା ଜମାଟ ବାନ୍ଧିଥାଏ । ସମୟକ୍ରମେ, ଅତ୍ୟଧିକ ଆର୍ଦ୍ରତା କାରଣରୁ ଶିଉଳି/ଫିମ୍ପି ଆଦି ଦେଖାଦେଇଥାଏ । ଏହା ଛାତର ଢାଞ୍ଚାକୁ ଦୁର୍ବଳ କରିପାରେ ଏବଂ ଲିକ୍ ସୃଷ୍ଟି କରିପାରେ । ଅତିରିକ୍ତ ଭାବେ, ଆର୍ଦ୍ରତା ଛାତରେ ଲାଗିଥିବା ଧାତବ ସାମଗ୍ରୀରେ କଳଙ୍କିର କାରଣ ସାଜିଥାଏ । ଏହା ଫଳରେ ଛାତରେ ଲିକ୍ ଦେଖାଦିଏ ଏବଂ ତାହା ଆହୁରି କ୍ଷତିଗ୍ରସ୍ତ ହୁଏ । ୱାଟରପ୍ରୁଫିଂର ଅନେକ ଫାଇଦା ଅଛି । ତେଣୁ ଅଧିକାଂଶ କ୍ଷେତ୍ରରେ, ଲିକ୍ ହେଉଥିବା ସ୍ଥାନରେ ୱାଟରପ୍ରୁଫିଂ କରାଯାଇ ସମସ୍ୟାର ସମାଧାନ କରାଯାଇପାରିବ ।

 

୭) କ୍ଷୟ

ନିର୍ମାଣ ସାମଗ୍ରୀରେ ହେଉଥିବା କ୍ଷୟ ଛାତରୁ ପାଣି ଗଳିବାର ଆଉ ଏକ କାରଣ ଅଟେ । ବିଶେଷକରି ଧାତବ ଛାତରେ ଏହି ସମସ୍ୟା ଅଧିକ ଦେଖାଦେଇଥାଏ । ଛାତରେ ବ୍ୟବହୃତ ଧାତବ ସାମଗ୍ରୀ ବର୍ଷା, ପବନ ଏବଂ ଖରା ସଂସ୍ପର୍ଶରେ ଆସି ସମୟକ୍ରମେ କ୍ଷୟପ୍ରାପ୍ତ ହୁଏ । କ୍ଷୟ କାରଣରୁ ଛାତରେ ବ୍ୟବହୃତ ସାମଗ୍ରୀ ଦୁର୍ବଳ ଓ ଭଙ୍ଗୁର ହୋଇଯାଏ । ଏହାଫଳରେ ଫାଟ ଓ ରନ୍ଧ୍ର ଆଦି ସୃଷ୍ଟି ହୁଏ ଓ ତାହା ମଧ୍ୟ ଦେଇ ପାଣି ଛାତର ଢାଞ୍ଚା ମଧ୍ୟକୁ ପ୍ରବେଶ କରିଥାଏ । ଅତିରିକ୍ତ ଭାବେ, କ୍ଷୟ କାରଣରୁ ଛାତରେ ଲାଗିଥିବା ନଟ୍/ବୋଲ୍ଟ ଓ ଅନ୍ୟାନ୍ୟ ଧାତବ ସାମଗ୍ରୀ ଢିଲା ହୋଇ ଅଧିକ କ୍ଷତି ଓ ଲିକ୍ ସୃଷ୍ଟି କରିଥାଏ ।

 

୮) ସମୟର ପ୍ରଭାବ

ସମୟର ପ୍ରଭାବ କାରଣରୁ ପ୍ରାକୃତିକ ଭାବେ ଛାତରୁ ପାଣି ଗଳିଥାଏ । ସମୟକ୍ରମେ, ଛାତରେ ବ୍ୟବହୃତ ସାମଗ୍ରୀଗୁଡ଼ିକ ପରିବେଶର ପ୍ରଭାବ ଏବଂ ଅନ୍ୟାନ୍ୟ କାରଣରୁ କ୍ଷୟପ୍ରାପ୍ତ ହୋଇଥାଏ । ସମୟ ଗଡ଼ିବା ସହିତ ଛାତରେ ବ୍ୟବହୃତ ସାମଗ୍ରୀଗୁଡ଼ିକ ଭଙ୍ଗୁର ହୋଇଯାଏ, ଫାଟିଯାଏ କିମ୍ବା ତାହାର ସୁରକ୍ଷତ୍ମକ ଆବରଣ ହରାଇଥାଏ । ଏହାଫଳରେ ଲିକ୍ ଏବଂ ପାଣିଜନିତ କ୍ଷୟ ସୃଷ୍ଟି ହୁଏ । ଆହୁରି ମଧ୍ୟ, ସମୟ ସହିତ ଛାତରେ ବ୍ୟବହୃତ ସାମଗ୍ରୀ ତାହାର ଜଳ ବିକର୍ଷଣ କ୍ଷମତାକୁ ହରାଏ ଓ ଛାତରେ ପୃଷ୍ଠଭାଗରେ ପାଣି ଜମା ହେବାକୁ ଦିଏ । କ୍ରମଶଃ ଛାତରୁ ପାଣି ଗଳିବା ସମସ୍ୟା ଦେଖାଦିଏ । ନିୟମିତ ତଦାରଖ ଏବଂ ରକ୍ଷଣାବେକ୍ଷଣ କରାଗଲେ ସମୟର ପ୍ରଭାବରୁ ସୃଷ୍ଟି ହୋଇଥିବା କ୍ଷତିଗୁଡ଼ିକୁ ଚିହ୍ନଟ କରିହେବ ଏବଂ ବେଳ ଥାଉ ଥାଉ ତାହାର ମରାମତି କରାଯାଇ ବଡ଼ ସମସ୍ୟାକୁ ଏଡ଼ାଯାଇପାରିବ ।





ଛାତରୁ ପାଣି ଗଳିବା କିପରି ବନ୍ଦ କରିବେ?

 

୧) ପିଚୁ ପଟି

ଛାତରୁ ପାଣି ଗଳିବା ବନ୍ଦ କରିବାର ଗୋଟିଏ ଉପାୟ ହେଉଛି ଛାତରେ ପିଚୁ ପଟିଗୁଡ଼ିକୁ ଲଗାଇବା କିମ୍ବା ମରାମତି କରିବା । ଆସ୍‌ଫାଲ୍ଟ ଶିଙ୍ଗଲ୍ସ ବା ପିଚୁ ପଟିଗୁଡ଼ିକ ଲୋକପ୍ରିୟ ଛାତ ନିର୍ମାଣ ସାମଗ୍ରୀ ଅଟେ ଯାହା ଦୀର୍ଘସ୍ଥାୟୀ ଏବଂ ଅପେକ୍ଷାକୃତ ଶସ୍ତା ହୋଇଥାଏ । ତାହାକୁ ଲଗାଇବା ଓ ମରାମତି କରିବା ଖୁବ୍ ସହଜ । ତେଣୁ ତାହା ଘରମାଲିକଙ୍କ ମଧ୍ୟରେ ବେଶ୍ ଆଦୃତି ଲାଭ କରିଛି । ଆପଣଙ୍କ ଛାତକୁ ମରାମତି କରିବାରେ ନିମ୍ନଲିଖିତ ପଦକ୍ଷେପଗୁଡ଼ିକ ସହାୟକ ହୋଇପାରିବ:

 

  • ପ୍ରଥମେ, ଛାତରେ ଥିବା କ୍ଷୟକ୍ଷତିର ପରିମାଣକୁ ଯାଞ୍ଚ କରିନିଅନ୍ତୁ

  • ତା’ପରେ, ମୋଡ଼ି ହୋଇ ରହିଥିବା ଶିଙ୍ଗଲ୍ସ ବା ପଟିଗୁଡ଼ିକୁ ସିଧା କରି ପୁଣିଥରେ ଲଗାନ୍ତୁ

  • ଯଦି କୌଣସି ଫାଟ ସ୍ପଷ୍ଟ ଦୃଶ୍ୟମାନ ହେଉଥାଏ ତେବେ ତାହାକୁ ମରାମତି କରିବା ପାଇଁ ଛାତ ସିଲାଣ୍ଟ ବ୍ୟବହାର କରନ୍ତୁ

  • ଭାଙ୍ଗିଯାଇଥିବା କିମ୍ବା ଛାଡ଼ିଯାଇଥିବା ଶିଙ୍ଗଲ୍ସ ବଦଳରେ ନୂଆ ଶିଙ୍ଗଲ୍ସ ଲଗାନ୍ତୁ

     

୨) ରୋଲ୍ ରୁଫିଂ

ରୋଲ୍ ରୁଫିଂ ଏକ ପ୍ରକାର ଛାତ ନିର୍ମାଣ ସାମଗ୍ରୀ ଅଟେ । ଏହା ପିଚୁ ପଟି ଭଳି ପିଚୁରେ ନିର୍ମିତ ହୋଇଥାଏ । ଏହା ବଡ଼ ରୋଲ୍ ଆକାରରେ ବଜାରରେ ବିକ୍ରି ହୋଇଥାଏ ଓ ଏହାକୁ ଶୀଘ୍ର ଓ ସହଜରେ ଲଗାଯାଇପାରିଥାଏ । କମ୍ ଗଡ଼ାଣିଆ ଛାତ ପାଇଁ ଏହା ଏକ ଆକର୍ଷଣୀୟ ବିକଳ୍ପ ଅଟେ । ଏଥିପାଇଁ ନିମ୍ନଲିଖିତ ପଦକ୍ଷେପ ଅନୁସରଣ କରାଯାଇପାରିବ:

 

  • ଛାତରେ ଫାଟ କିମ୍ବା ଫୋଟକାଗୁଡ଼ିକୁ ଯାଞ୍ଚ କରିନିଅନ୍ତୁ

  • ଫୋଟକା ଦେଖିଲେ ତାହାକୁ ଭାଙ୍ଗିଦିଅନ୍ତୁ ଯାହାଫଳରେ ସେଥିରେ ଆବଦ୍ଧ ହୋଇ ରହିଥିବା ବାୟୁ ବାହାରିଯିବ

  • ଫାଟ ତଳେ ପର୍ଯ୍ୟାପ୍ତ ପରିମାଣର ରୁଫିଂ ସିମେଣ୍ଟ ଲଗାନ୍ତୁ

  • ଆବଶ୍ୟକ ହୋଇଥିଲେ, ଛାତର ନିମ୍ନବର୍ତ୍ତୀ ପରସ୍ତକୁ ବଦଳାନ୍ତୁ

  • ସମ୍ପୃକ୍ତ ଜାଗାକୁ ରୋଲ୍ ରୁଫିଂ ଦ୍ୱାରା ଘୋଡ଼ାଇ ଦିଅନ୍ତୁ

  • ଜଳରୋଧୀ ପ୍ୟାଚ୍ ପାଇଁ ରୁଫିଂ ସିମେଣ୍ଟର ଚୂଡ଼ାନ୍ତ ପରସ୍ତ ଲଗାନ୍ତୁ

     

 

୩) ଉଡ୍ ଶେକ୍‌‌ସ

ରୁଫ୍ ଶେକ୍‌‌ସ ବା କାଠ ପଟା ଏକ ପ୍ରକାର ଛାତ ନିର୍ମାଣ ସାମଗ୍ରୀ ଅଟେ ଯାହା କାଠରେ ତିଆରି ହୋଇଥାଏ, ସାଧାରଣତଃ ଦେବଦାରୁ ବା ରେଡ୍‌‌ଉଡ୍ ଭଳି ଗଛ କାଠ । ଏଗୁଡ଼ିକୁ ପ୍ରାୟତଃ ଅଧିକ ତୀବ୍ର ଗଡ଼ାଣି ଥିବା ଛାତରେ ବ୍ୟବହାର କରାଯାଏ । ଏହା ଘରକୁ ପ୍ରାକୃତିକ, ଗାଉଁଲି ରୂପ ଦେଇଥାଏ । ଉଡ୍ ଶେକ୍‌‌ସ ମରାମତି କରିବା ସମୟରେ ଏହିସବୁ ପଦକ୍ଷେପ ସହାୟକ ହୋଇପାରିବ:

 

  • ଛାତରେ ହୋଇଥିବା କ୍ଷୟକ୍ଷତିକୁ ଯାଞ୍ଚ ଓ ତଦାରଖ କରିନିଅନ୍ତୁ

  • ଫାଟିଥିବା ପଟାକୁ ହାତୁଡ଼ି ଓ ନିହଣ ସାହାଯ୍ୟରେ ଚିରନ୍ତୁ

  • ଭାଙ୍ଗିଥିବା ପଟାକୁ ବାନ୍ଧି ରଖିଥିବା କଣ୍ଟାକୁ କରତ ସାହାଯ୍ୟରେ କାଟିଦିଅନ୍ତୁ

  • ଫାଙ୍କ ଜାଗାରେ ଏକ ନୂଆ ପଟା ଲଗାନ୍ତୁ

  • ନୂଆ ପଟାକୁ ୨ଟି ଗାଲଭାନାଇଜ୍‌‌ଡ କଣ୍ଟା ସାହାଯ୍ୟରେ ସୁରକ୍ଷିତ କରନ୍ତୁ

  • ବାହାରୁ ଦେଖାଯାଉଥିବା କଣ୍ଟା ମୁଣ୍ଡକୁ ଆବୃତ କରିବା ପାଇଁ ରୁଫିଂ ସିମେଣ୍ଟ ବ୍ୟବହାର କରାଯିବା ଆବଶ୍ୟକ

     

୪) ଲିକ୍ ହେଉଥିବା ଯୋଡ଼େଇ

ଛାତର ବିଭିନ୍ନ ଅଂଶ ଯେଉଁଠି ଏକାଠି ହୁଏ ସେଠାରେ ଲିକ୍ ସମସ୍ୟା ଦେଖାଦେଇପାରେ । ଯେମିତିକି, ଛାତ ଯେଉଁଠି ଚିମ୍‌‌ନୀ ସହିତ ମିଶିଥାଏ କିମ୍ବା ଯେଉଁଠି ଛାତର ଦୁଇଟି ଭାଗ ଏକାଠି ହୋଇଥାଏ । ଏହି ଲିକ୍ ହେଉଥିବା ଯୋଡ଼େଇଗୁଡ଼ିକୁ ମରାମତି କରିବା ପାଇଁ ଆପଣ ନିମ୍ନଲିଖିତ ପଦକ୍ଷେପ ଅନୁସରଣ କରିପାରିବେ:

 

  • ଚିମ୍‌‌ନୀ କିମ୍ବା ଭ୍ୟାଲୀ ଭଳି ପୃଷ୍ଠଭାଗଗୁଡ଼ିକୁ ତନଖି କରିନିଅନ୍ତୁ

  • ସେହି ଜାଗାରେ ପୁଟ୍ଟି ଛୁରୀ ସାହାଯ୍ୟରେ ରୁଫ୍ ସିଲାଣ୍ଟ ଲଗାନ୍ତୁ

  • ରୁଫିଂ କଣ୍ଟା ବ୍ୟବହାର କରି ସେହି ଜାଗାରେ ଧାତବ ଫ୍ଲାଶିଂର ଏକ ପଟି ଲଗାନ୍ତୁ

  • ତା’ପରେ ଲିକ୍‌‌କୁ ସିଲ୍ କରିବା ଆରମ୍ଭ କରନ୍ତୁ । ଜଳରୋଧୀ ସିଲ୍ କରିବା ପାଇଁ ଫ୍ଲାଶିଂ ଉପରେ ରୁଫିଂ ସିମେଣ୍ଟର ଆଉ ଗୋଟିଏ ପରସ୍ତ ଲଗାନ୍ତୁ

     

୫) କଂକ୍ରିଟ୍ ଛାତ

କଂକ୍ରିଟ୍ ଛାତରେ ଉପଯୁକ୍ତ ରକ୍ଷଣାବେକ୍ଷଣ କରା ନ ଗଲେ ସେଥିରେ ଲିକ୍ ହେବାର ଆଶଙ୍କା ସୃଷ୍ଟି ହୋଇଥାଏ । କଂକ୍ରିଟ୍ ଛାତଗୁଡ଼ିକ ରିଇନ୍‌‌ଫୋର୍ସଡ୍ କଂକ୍ରିଟ୍‌‌ରେ ନିର୍ମିତ ହୋଇଥାଏ ଏବଂ ଏହା ଅତ୍ୟନ୍ତ ଦୀର୍ଘସ୍ଥାୟୀ ହୋଇଥାଏ । ହେଲେ ଫାଟ, ନିମ୍ନମାନର କାମ ଏବଂ ପାଣିପାଗ ପରିସ୍ଥିତି କିମ୍ବା ପ୍ରଭାବ କାରଣରୁ ସେଥିରେ ଲିକ୍ ଦେଖାଦେଇପାରେ । କଂକ୍ରିଟ୍ ଛାତଗୁଡ଼ିକୁ ମରାମତି କରିବା ପାଇଁ ଏଠାରେ କେତୋଟି ସୋପାନ ଦିଆଗଲା:

 

  • ଲିକ୍ କେଉଁ ଜାଗାରୁ ହେଉଛି ତାହାକୁ ତନଖି କରି ଚିହ୍ନଟ କରନ୍ତୁ

  • କ୍ଷତିଗ୍ରସ୍ତ ସ୍ଥାନରୁ ଆବର୍ଜନା କିମ୍ବା ଢିଲା କଂକ୍ରିଟ୍‌‌କୁ କାଢ଼ି ସଫା କରି ମରାମତି ପାଇଁ ପ୍ରସ୍ତୁତ କରନ୍ତୁ

  • ସେହି ସ୍ଥାନରେ ସିଲାଣ୍ଟ କିମ୍ବା ପ୍ୟାଚିଂ କମ୍ପାଉଣ୍ଡ ଲଗାନ୍ତୁ

  • ପ୍ୟାଚ୍‌‌କୁ ଶୁଖିବା ପାଇଁ ଛାଡ଼ିଦିଅନ୍ତୁ





ଅତଏବ, ବେଳ ଥାଉ ଥାଉ ମରାମତି କରା ନ ଗଲେ ଲିକ୍ ହେଉଥିବା ଛାତ ଆପଣଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିପାରେ ଏବଂ ଘରକୁ କ୍ଷତି ପହଞ୍ଚାଇପାରେ । ଛାତରୁ ପାଣି କାହିଁକି ଗଳୁଛି ତାହାର କାରଣକୁ ଚିହ୍ନଟ କରିବା ଦ୍ୱାରା ଆପଣ ଆରମ୍ଭରୁ ହିଁ ଲିକ୍‌‌କୁ ନିବାରଣ କରିପାରିବେ । ଆଉ, ଉପରୋକ୍ତ ୱାଟରପ୍ରୁଫିଂ ଉପଦେଶଗୁଡ଼ିକୁ ଜାଣିରଖିଲେ, ଆପଣ ନିଜ ଘର ଛାତର ସ୍ଥାୟିତ୍ୱକୁ ସୁନିଶ୍ଚିତ କରିପାରିବେ । ନିଜ ଘରକୁ ସୁରକ୍ଷିତ ରଖିବା ସହିତ ଦକ୍ଷ ଭାବରେ ଲିକ୍ ହେଉଥିବା ଛାତର ମରାମତି କରିପାରିବେ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |





  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....