ୱାଟରପ୍ରୁଫିଙ୍ଗ୍ ପଦ୍ଧତିଗୁଡ଼ିକ, ମଡେର୍ଣ୍ଣ କିଚେନ୍ ଡିଜାଇନ୍ସ, ହୋମ୍ ପାଇଁ ବାସ୍ତୁ ଉପଦେଶ, Home Construction cost

ସମ୍ପର୍କ କରନ୍ତୁ

ଆପଣଙ୍କର ଉତ୍ତର ଏଠାରେ ପାଆନ୍ତୁ

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |



ମୋର୍ଟାର୍ ଓ କଂକ୍ରିଟ୍ ମଧ୍ୟରେ ପାର୍ଥକ୍ୟ

ଉପାଦାନରୁ ଆରମ୍ଭ କରି ପ୍ରୟୋଗ ପର୍ଯ୍ୟନ୍ତ, ମୋର୍ଟାର୍ ଓ କଂକ୍ରିଟ୍ ଏହି ଦୁଇ ମୂଳଭୁତ ନିର୍ମାଣ ସାମଗ୍ରୀଗୁଡ଼ିକ ମଧ୍ୟରେ ରହିଥିବା ପ୍ରମୁଖ ପାର୍ଥକ୍ୟଗୁଡ଼ିକୁ ଆବିଷ୍କାର କରନ୍ତୁ, ଆମର ଏହି ବ୍ୟାପକ ଗାଇଡ୍ ଜରିଆରେ ।

Share:


ମୋର୍ଟାର୍ ଓ କଂକ୍ରିଟ୍ ନିର୍ମାଣ ଜଗତର ଦୁଇଟି ମୌଳିକ ଉପାଦାନ ଅଟେ । ସମୟର କଷଟିରେ ଉତ୍ତୀର୍ଣ୍ଣ ହୋଇପାରୁଥିବା ଢାଞ୍ଚାଗୁଡ଼ିକର ନିର୍ମାଣରେ ସେଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି । ଯଦିଓ ଉଭୟରେ ସମାନ ଧରଣର ଉପାଦାନ ରହିଥାଏ, ଯେପରିକି- ସିମେଣ୍ଟ, ବାଲି ଓ ପାଣି; କିନ୍ତୁ ସେଗୁଡ଼ିକର ଉଦ୍ଦେଶ୍ୟ, ସଂରଚନା ଏବଂ ପ୍ରୟୋଗ ଅପେକ୍ଷାକୃତ ଭିନ୍ନ ହୋଇଥାଏ । ଏହି ବ୍ଲଗ୍ ରେ, ଆମେ ମୋର୍ଟାର୍ ଏବଂ କଂକ୍ରିଟ୍ ମଧ୍ୟରେ ଥିବା ମୂଳଭୁତ ପାର୍ଥକ୍ୟ ଉପରେ ଆଲୋଚନା କରିବା, ସେଗୁଡ଼ିକର ଶକ୍ତି, ଗାଢ଼ାପଣ ଏବଂ ଉପଯୋଗ କେମିତି ପରସ୍ପରଠାରୁ ଭିନ୍ନ ହୋଇଥାଏ ତାହା ଉପରେ ଆଲୋକପାତ କରିବା । ମୋର୍ଟାର୍ ଓ କଂକ୍ରିଟ୍ ମଧ୍ୟରେ ପାର୍ଥକ୍ୟକୁ ବୁଝିବା ଦ୍ୱାରା, ଇଟା ଓ ପଥର ଯୋଡ଼େଇ କାର୍ଯ୍ୟରୁ ଆରମ୍ଭ କରି ସୁଦୃଢ଼ ଫାଉଣ୍ଡେସନ୍ ଓ ସୁବିସ୍ତୀର୍ଣ୍ଣ ଢାଞ୍ଚାର ନିର୍ମାଣ ପର୍ଯ୍ୟନ୍ତ, ଊକ୍ତ ପ୍ରତ୍ୟେକ ନିର୍ମାଣ ସାମଗ୍ରୀକୁ ନିର୍ମାଣ ପ୍ରକଳ୍ପରେ କେଉଁଠି ଓ କେମିତି ବ୍ୟବହାର କରାଯିବ ସେ ସମ୍ପର୍କରେ ଆପଣ ଜ୍ଞାନ ଆହରଣ କରିପାରିବେ

 

 


ମୋର୍ଟାର୍ କ’ଣ?



ମୋର୍ଟାର୍ ବାଲି, ସିମେଣ୍ଟ ଏବଂ ପାଣିର ଏକ ମିଶ୍ରଣ ହୋଇଥାଏ । ରାଜମିସ୍ତ୍ରୀ ବା ଇଟା ଯୋଡ଼େଇ ନିର୍ମାଣ କାର୍ଯ୍ୟରେ ଇଟା ବା ପଥରଗୁଡ଼ିକୁ ଯୋଡ଼ିବା ପାଇଁ ଏହା ବ୍ୟବହୃତ ହୋଇଥାଏ । ନିର୍ମାଣ ଉପାଦାନଗୁଡ଼ିକ ମଧ୍ୟରେ ଏକ ସୁଦୃଢ଼ ବନ୍ଧନ ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ ହୋଇଥାଏ, ଯାହା ଫଳରେ ନିର୍ମିତ ଢାଞ୍ଚାଗୁଡ଼ିକ ଅଧିକ ସ୍ଥିର ଏବଂ ଦୀର୍ଘସ୍ଥାୟୀ ହୋଇପାରିଥାଏ । ମୋର୍ଟାର୍ ପ୍ରକୃତିଗତ ଭାବେ ଅପେକ୍ଷାକୃତ କୋମଳ ହୋଇଥାଏ, ଅର୍ଥାତ୍ ଏହା ଫାଙ୍କଗୁଡ଼ିକୁ ଭରିଥାଏ ଏବଂ ନିର୍ମାଣ ଉପାଦାନଗୁଡ଼ିକର ବିଭିନ୍ନ ପ୍ରକାର ଆକୃତି ଓ ଆକାରରେ ଢଳିଯାଇଥାଏ । ଏହାକୁ ପ୍ଲାଷ୍ଟରିଂ ପାଇଁ ଏକ ବେସ୍ ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ ।

 

 

ମୋର୍ଟାର୍ ର ଲାଭ

 

1) ବଣ୍ଡିଂ ଏଜେଣ୍ଟ

ମୋର୍ଟାର୍ ଇଟା ଓ ପଥର ମଧ୍ୟରେ ଉତ୍କୃଷ୍ଟ ଆଢେସନ୍ ବା ସଂଲଗ୍ନତା ଏବଂ ସୁଦୃଢ଼ ବନ୍ଧନ ଯୋଗାଇଥାଏ, ଯାହା ଫଳରେ ଏକ ସଂଲଗ୍ନଶୀଳ ଏବଂ ଦୀର୍ଘସ୍ଥାୟୀ ଢାଞ୍ଚାର ନିର୍ମାଣ ହୋଇପାରେ ।

 

2) ନମନୀୟତା

ଏହା ଫାଙ୍କଗୁଡ଼ିକୁ ପୂରଣ କରିପାରିଥାଏ ଏବଂ ଇଟାର ଆକାର ଓ ଆକୃତିରେ ରହିଥିବା ଭିନ୍ନତା ଅନୁସାରେ ଢଳିଯାଇଥାଏ, ଯାହାଫଳରେ ନିର୍ମାଣ ସମୟରେ ସହଜରେ ଆଡଜଷ୍ଟମେଣ୍ଟ କରାଯାଇପାରେ ।

 

3) ପାଣିପାଗ ନିରୋଧୀ

ମୋର୍ଟାର୍ ପ୍ରତିକୂଳ ପାଣିପାଗ ପରିସ୍ଥିତିରୁ ସୁରକ୍ଷା ଯୋଗାଇବା ସହିତ ଜଳ ଭେଦନକୁ ପ୍ରତିରୋଧ କରିଥାଏ ।

 

4) ସୁକରଣୀୟତା

ଏହାକୁ ବ୍ୟବହାର କରିବା, ମିଶ୍ରଣ କରିବା ଏବଂ ଖେଳାଇବା ଖୁବ୍ ସହଜ, ଯାହାଫଳରେ ଇଟା ଯୋଡ଼େଇ କାମ ଅଧିକ ଦକ୍ଷ ହୋଇଥାଏ ।

 

 

ମୋର୍ଟାର୍ ର ଉପଯୋଗ

 

1) ଇଟା କିମ୍ବା ପଥର କାନ୍ଥର ନିର୍ମାଣ

ଇଟା କିମ୍ବା ପଥରଗୁଡ଼ିକୁ ଏକାଠି ବାନ୍ଧିବା ପାଇଁ ମୋର୍ଟାର୍ ବ୍ୟବହୃତ ହୋଇଥାଏ, ଯାହା ଏକ ସୁଦୃଢ଼ ଏବଂ ସ୍ଥିର ଢାଞ୍ଚା ଯୋଗାଇଥାଏ ।

 

2) ପଏଣ୍ଟିଂ ଓ ମରାମତି

ମୋର୍ଟାର୍ କୁ ଇଟା ଓ ପଥରଗୁଡ଼ିକ ମଧ୍ୟରେ ଥିବା ଫାଙ୍କଗୁଡ଼ିକୁ ଭରିବା ପାଇଁ ବ୍ୟବହାର କରାଯାଇପାରିବ, ଯାହାଫଳରେ ସଂରଚନାକୁ ଅତିରିକ୍ତ ଶକ୍ତି ଏବଂ ପାଣିପାଗ ନିରୋଧୀ ଗୁଣ ମିଳିଥାଏ ।

 

3) ପ୍ଲାଷ୍ଟର୍ ବେସ୍

ମୋର୍ଟାର୍ କୁ ପ୍ରାୟତଃ କାନ୍ଥର ପ୍ଲାଷ୍ଟରିଂ ପାଇଁ ବେସ୍ ଭାବେ ପ୍ରୟୋଗ କରାଯାଇଥାଏ । ଏହା ସାହାଯ୍ୟରେ ପ୍ଲାଷ୍ଟର କିମ୍ବା ପେଣ୍ଟ୍ କାନ୍ଥରେ ସହଜରେ ଓ ଫଳପ୍ରଦ ଢଙ୍ଗରେ ଲାଗିପାରିଥାଏ ।

 

4) ଜଏଣ୍ଟଗୁଡ଼ିକୁ ସିଲ୍ କରିବା

ମୋର୍ଟାର୍ ପାଇପ୍, ଡ୍ରେନ୍ ଏବଂ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟରେ ଜଏଣ୍ଟଗୁଡ଼ିକୁ ସିଲ୍ କରିବା ଏବଂ ୱାଟରପ୍ରୁଫ୍ କରିବାରେ ସାହାଯ୍ୟ କରିଥାଏ ।

 

କଂକ୍ରିଟ୍ କ’ଣ?



ସିମେଣ୍ଟ, ଏଗ୍ରିଗେଟ୍ (ବାଲି ଓ ଗୋଡ଼ି) ଏବଂ ପାଣିର ମିଶ୍ରଣକୁ କଂକ୍ରିଟ୍ କୁହାଯାଏ । ଏହା ଏକ ଶକ୍ତିଶାଳୀ ଏବଂ ଦୀର୍ଘସ୍ଥାୟୀ ନିର୍ମାଣ ସାମଗ୍ରୀ ଅଟେ, ଯାହା ସମୟକ୍ରମେ କଠିନତା ହାସଲ କରେ ଓ ପଥର ଭଳି ଗୁଣବତ୍ତା ପ୍ରାପ୍ତ କରେ । କଂକ୍ରିଟ୍ ର ଉତ୍କୃଷ୍ଟ ଶକ୍ତି ଏବଂ ବହୁ-ଉପଯୋଗିତା କାରଣରୁ କଂକ୍ରିଟ୍ କୁ ବିବିଧ ନିର୍ମାଣ ପ୍ରକଳ୍ପରେ ବ୍ୟବହାର କରାଯାଇଥାଏ । ରିଇଫୋର୍ସମେଣ୍ଟ, ଯଥା- ଷ୍ଟିଲ୍ ରଡ୍ କିମ୍ବା ଫାଇବର୍ ସହିତ ମିଶାଯାଇ କଂକ୍ରିଟ୍ କୁ ଆହୁରି ଅଧିକ ବ୍ୟାପକ ବର୍ଗମାଳାର ପ୍ରୟୋଗରେ ବ୍ୟବହାର କରାଯାଇପାରିବ ।

 

 

କଂକ୍ରିଟ୍ ର ଲାଭ

 

1) ଉଚ୍ଚ ଶକ୍ତି

କଂକ୍ରିଟ୍ ର ଉତ୍କୃଷ୍ଟ କମ୍ପ୍ରେସିଭ୍ ଶକ୍ତି ରହିଥାଏ, ଯାହାଫଳରେ ତାହା ଉଚ୍ଚ-ଭାର ବହନକାରୀ ଢାଞ୍ଚାଗୁଡ଼ିକ ପାଇଁ ଆଦର୍ଶ ହୋଇଥାଏ ।

 

2) ସ୍ଥାୟିତ୍ୱ

କଂକ୍ରିଟ୍ କ୍ଷୟ, କଳଙ୍କି, ପାଣିପାଗର ପ୍ରଭାବ ଏବଂ ଅଗ୍ନି ନିରୋଧୀ ହୋଇଥାଏ, ଯାହାଫଳରେ ତାହା ଦୀର୍ଘସ୍ଥାୟୀ ହୋଇଥାଏ ।

 

3) ବହୁ-ଉପଯୋଗିତା

ଏହାକୁ ବିଭିନ୍ନ ପ୍ରକାର ଆକୃତି ଓ ଡିଜାଇନରେ ଢଳେଇ କରାଯାଇପାରିବ, ତେଣୁ ନିର୍ମାଣରେ ଏହା ଏକ ନମନୀୟ ବିକଳ୍ପ ଯୋଗାଇଥାଏ ।

 

4) ସ୍ୱଳ୍ପ ରକ୍ଷଣାବେକ୍ଷଣ

କଂକ୍ରିଟ୍ ନ୍ୟୂନତମ ରକ୍ଷଣାବେକ୍ଷଣ ଆବଶ୍ୟକ କରିଥାଏ, ତେଣୁ ଦୀର୍ଘ ମିଆଦରେ ଏହା ସମୟ, ପରିଶ୍ରମ ଏବଂ ଟଙ୍କା ବଞ୍ଚାଇଥାଏ ।

 

 

କଂକ୍ରିଟ୍ ର ଉପଯୋଗ

 

1) ଫାଉଣ୍ଡେସନ୍ ଏବଂ ସ୍ଲାବ୍

ଫାଉଣ୍ଡେସନ୍ ଏବଂ ସ୍ଲାବ୍ ନିର୍ମାଣ ପାଇଁ କଂକ୍ରିଟ୍ ବହୁଳ ଭାବେ ବ୍ୟବହୃତ ହୋଇଥାଏ, ଯାହା ବିଲଡିଂଗୁଡ଼ିକୁ ଏକ ଶକ୍ତିଶାଳୀ ଆଧାର ଯୋଗାଇଥାଏ ।

 

2) କଲମ୍, ବିମ୍ ଏବଂ କାନ୍ଥ

ଢାଞ୍ଚାକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବା ଓ ସ୍ଥିରତା ପ୍ରଦାନ କରିବା ପାଇଁ ପୁନଃସୁଦୃଢ଼ୀକୃତ (ରିଇନଫୋର୍ସଡ୍) କଂକ୍ରିଟ୍ କୁ କଲମ୍ ଏବଂ ବିମ୍ ତଥା କାନ୍ଥ ଭଳି ଭାର-ବହନକାରୀ ଉପାଦାନର ନିର୍ମାଣ ନିମନ୍ତେ ବ୍ୟବହାର କରାଯାଇପାରିବ ।

 

3) ସଡ଼କ ଏବଂ ରାଜମାର୍ଗ

ଏହାର ସ୍ଥାୟିତ୍ୱ ଏବଂ ଶକ୍ତି ଏହାକୁ ଭାରି ଯାନବାହନ ଚଳାଚଳ କରୁଥିବା ସଡ଼କ ଏବଂ ରାଜମାର୍ଗଗୁଡ଼ିକ ପାଇଁ ଉପଯୁକ୍ତ କରିଥାଏ ।

 

4) ସେତୁ ଓ ବନ୍ଧ

ରିଇନଫୋର୍ସଡ୍ କଂକ୍ରିଟ୍ ର ଦୀର୍ଘସ୍ଥାଳୀ ପ୍ରକୃତି ଏବଂ ଓଜନିଆ ଭାରକୁ ସହିବାର ସାମର୍ଥ୍ୟ ପାଇଁ ତାହାକୁ ସାଧାରଣତଃ ବୃହଦାକାୟ ଭିତ୍ତିଭୂମି, ଯେପରିକି - ସେତୁ ଓ ବନ୍ଧ ପାଇଁ ବ୍ୟବହାର କରାଯାଇଥାଏ । 


ମୋର୍ଟାର୍ ବନାମ କଂକ୍ରିଟ୍



  ମୋର୍ଟାର୍ କଂକ୍ରିଟ୍‌
ସଂରଚନା ସିମେଣ୍ଟ, ବାଲି ଓ ପାଣିରେ ତିଆରି ହୋଇଥାଏ ସିମେଣ୍ଟ, ବାଲି, ଗୋଡ଼ି ଓ ପାଣିରେ ତିଆରି ହୋଇଥାଏ
ଶକ୍ତି କଂକ୍ରିଟ୍ ତୁଳନାରେ ଏହା କମ୍ ମଜବୁତ ହୋଇଥାଏ ଏହା ଅଧିକ ଶକ୍ତିଶାଳୀ ଓ ଦୀର୍ଘସ୍ଥାୟୀ
ନମନୀୟତା ଇଟା/ପଥରର ଆକାରରେ ବିବିଧତା ସହିତ କାର୍ଯ୍ୟ କରିହୋଇଥାଏ ଟାଣ ହୋଇ ପଥର ସଦୃଶ ପଦାର୍ଥ ଭାବେ ସେଟ୍ ହୋଇଥାଏ
ଉପଯୋଗ ପ୍ରାଥମିକ ଭାବେ ଇଟା/ପଥର ବନ୍ଧନ, ପ୍ଲାଷ୍ଟର୍ ଆଧାର ପାଇଁ ଉଦ୍ଦିଷ୍ଟ ବିଲଡିଂ ନିର୍ମାଣ, ସଡ଼କ, ସେତୁ ନିର୍ମାଣ କାର୍ଯ୍ୟରେ ବ୍ୟାପକ ରୂପେ ବ୍ୟବହୃତ ହୁଏ
ସୁକରଣୀୟତା ଲେପିବାରେ ସହଜ, ଫାଙ୍କଗୁଡ଼ିକୁ ଭରିବା ପାଇଁ ଆଦର୍ଶ ବିଭିନ୍ନ ଆକାରରେ ଢଳେଇ ପାଇଁ ଆଦର୍ଶ
ପାଣିପାଗ ନିରୋଧ ପାଣିପାଗ ବିରୁଦ୍ଧରେ ସୁରକ୍ଷା ଯୋଗାଏ ପ୍ରତିକୂଳ ପାଣିପାଗ ପରିସ୍ଥିତି, କ୍ଷୟ ଏବଂ ଅଗ୍ନି ପ୍ରତିରୋଧୀ ହୋଇଥାଏ
ରକ୍ଷଣାବେକ୍ଷଣ ଗୁଣବତ୍ତା ଓ ପ୍ରକାର ଭିତ୍ତିରେ ବିବିଧ ହୋଇଥାଏ ନ୍ୟୂନତମ ରକ୍ଷଣାବେକ୍ଷଣ ଆବଶ୍ୟକ କରେ



 

ସାରାଂଶରେ, ଫଳପ୍ରଦ ଗୃହ ନିର୍ମାଣ ପାଇଁ ମୋର୍ଟାର୍ ଓ କଂକ୍ରିଟ୍ ମଧ୍ୟରେ ରହିଥିବା ପାର୍ଥକ୍ୟକୁ ଜାଣିରଖିବା ଗୁରୁତ୍ୱପୂର୍ଣ୍ଣ ଅଟେ । ମୋର୍ଟାର୍ ଇଟା ଓ ପଥର ପାଇଁ ଏକ ଉତ୍କୃଷ୍ଟ ବଣ୍ଡିଂ ଏଜେଣ୍ଟ ରୂପେ କାମ କରିଥାଏ; ଅନ୍ୟ ପକ୍ଷରେ କଂକ୍ରିଟ୍ ବିଭିନ୍ନ ନିର୍ମାଣ ପ୍ରକଳ୍ପକୁ ଉଚ୍ଚମାନର ଶକ୍ତି ଓ ସ୍ଥାୟିତ୍ୱ ଯୋଗାଇଥାଏ । ସେଗୁଡ଼ିକର ଅନନ୍ୟ ଗୁଣଧର୍ମ ଏବଂ ଉପଯୋଗ ବିଷୟରେ ଜାଣିରଖିଲେ ଆପଣ ନିଜର ନିର୍ମାଣ ଯାତ୍ରା ସମୟରେ ସୁଚିନ୍ତିତ ନିଷ୍ପତ୍ତି ଗ୍ରହଣ କରିପାରିବେ ଏବଂ ନିଜର ପ୍ରକଳ୍ପର ଫଳାଫଳ ଓ ନିଜ ଘରର ଗୁଣବତ୍ତାକୁ ସୁନିଶ୍ଚିତ କରିପାରିବେ ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |



ପରାମର୍ଶିତ ଭିଡିଓଗୁଡିକ |





  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....