ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


କାନ୍ଥର ୱାଟରପ୍ରୁଫିଙ୍ଗ ଓ ତାହାର ପ୍ରକାରଭେଦ: ଏକ ସମ୍ପୂର୍ଣ୍ଣ ଗାଇଡ୍

ଆପଣଙ୍କର ଆଭ୍ୟନ୍ତରୀଣ ଓ ବାହ୍ୟ କାନ୍ଥଗୁଡ଼ିକୁ ୱାଟରପ୍ରୁଫ୍ କରି ଆପଣ ମହଙ୍ଗା ମରାମତି ଓ ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ ଖର୍ଚ୍ଚକୁ ଏଡ଼ାଇବା ସହିତ ଘର ଭିତରେ ଏକ ସ୍ୱାସ୍ଥ୍ୟକର ପରିବେଶକୁ ସୁନିଶ୍ଚିତ କରିପାରିବେ। କାନ୍ଥରେ ଆର୍ଦ୍ରତା ବା ଓଦାପଣ ରହିଲେ ବିଲଡିଂର ଢାଞ୍ଚା ପ୍ରତି ବିପଦ ସୃଷ୍ଟି ହୋଇଥାଏ, ସେଥିରେ କବକ/ଶିଉଳି ଜମିଥାଏ, ଯାହା ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇବା ସହିତ ଆପଣଙ୍କର ଘରର ମୂଲ୍ୟକୁ ମଧ୍ୟ ହ୍ରାସ କରିଦେଇଥାଏ। କାନ୍ଥଗୁଡ଼ିକର ୱାଟରପ୍ରୁଫିଙ୍ଗ ପାଇଁ ଅନେକ ପଦ୍ଧତି ଉପଲବ୍ଧ ଅଛି; ପ୍ରତ୍ୟେକ ପଦ୍ଧତି ବିଭିନ୍ନ ଆବଶ୍ୟକତା ଓ ବଜେଟକୁ ସୁହାଇବା ପାଇଁ ଡିଜାଇନ୍ କରାଯାଇଛି। ଏହି ବ୍ଲଗ୍‌‌ରେ, ଆମେ ଆପଣଙ୍କ କାନ୍ଥଗୁଡ଼ିକ ପାଇଁ ସବୁଠାରୁ ଲୋକପ୍ରିୟ ଓ ସବୁଠାରୁ ଫଳପ୍ରଦ ୱାଟରପ୍ରୁଫିଙ୍ଗ ପଦ୍ଧତିଗୁଡ଼ିକ ସମ୍ପର୍କରେ ଆଲୋଚନା କରିବା।

Share:


ଆପଣଙ୍କର ଆଭ୍ୟନ୍ତରୀଣ ଓ ବାହ୍ୟ କାନ୍ଥଗୁଡ଼ିକୁ ୱାଟରପ୍ରୁଫ୍ କରି ଆପଣ ମହଙ୍ଗା ମରାମତି ଓ ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ ଖର୍ଚ୍ଚକୁ ଏଡ଼ାଇବା ସହିତ ଘର ଭିତରେ ଏକ ସ୍ୱାସ୍ଥ୍ୟକର ପରିବେଶକୁ ସୁନିଶ୍ଚିତ କରିପାରିବେ। କାନ୍ଥରେ ଆର୍ଦ୍ରତା ବା ଓଦାପଣ ରହିଲେ ବିଲଡିଂର ଢାଞ୍ଚା ପ୍ରତି ବିପଦ ସୃଷ୍ଟି ହୋଇଥାଏ, ସେଥିରେ କବକ/ଶିଉଳି ଜମିଥାଏ, ଯାହା ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇବା ସହିତ ଆପଣଙ୍କର ଘରର ମୂଲ୍ୟକୁ ମଧ୍ୟ ହ୍ରାସ କରିଦେଇଥାଏ। କାନ୍ଥଗୁଡ଼ିକର ୱାଟରପ୍ରୁଫିଙ୍ଗ ପାଇଁ ଅନେକ ପଦ୍ଧତି ଉପଲବ୍ଧ ଅଛି; ପ୍ରତ୍ୟେକ ପଦ୍ଧତି ବିଭିନ୍ନ ଆବଶ୍ୟକତା ଓ ବଜେଟକୁ ସୁହାଇବା ପାଇଁ ଡିଜାଇନ୍ କରାଯାଇଛି। ଏହି ବ୍ଲଗ୍‌‌ରେ, ଆମେ ଆପଣଙ୍କ କାନ୍ଥଗୁଡ଼ିକ ପାଇଁ ସବୁଠାରୁ ଲୋକପ୍ରିୟ ଓ ସବୁଠାରୁ ଫଳପ୍ରଦ ୱାଟରପ୍ରୁଫିଙ୍ଗ ପଦ୍ଧତିଗୁଡ଼ିକ ସମ୍ପର୍କରେ ଆଲୋଚନା କରିବା।



କାନ୍ଥର ୱାଟରପ୍ରୁଫିଙ୍ଗ କହିଲେ କ’ଣ ବୁଝାଏ?

କାନ୍ଥ ୱାଟରପ୍ରୁଫିଙ୍ଗ ହେଉଛି ଯେକୌଣସି ବିଲଡିଂର କାନ୍ଥ ମଧ୍ୟ ଦେଇ ଜଳ ଭେଦନକୁ ପ୍ରତିରୋଧ କରିବା ଲାଗି ବ୍ୟବହୃତ ହେଉଥିବା ଏକ ସ୍ୱତନ୍ତ୍ର କୌଶଳ। ଏହି ପ୍ରକ୍ରିୟାରେ ଜଳକୁ ବାହାରେ ରଖିବା ପାଇଁ ଏକ ଜଳନିରୋଧୀ ବନ୍ଧ ସୃଷ୍ଟି କରିବା ନିମନ୍ତେ ବିଭିନ୍ନ ୱାଟରପ୍ରୁଫିଙ୍ଗ ସାମଗ୍ରୀର ଉପଯୋଗ କରାଯାଇଥାଏ। ଅତ୍ୟଧିକ ବୃଷ୍ଟିପାତ ହେଉଥିବା ଅଞ୍ଚଳ, ଅତ୍ୟଧିକ ଗୁଳୁଗୁଳିଆ ଅଞ୍ଚଳ ଏବଂ ଅତ୍ୟଧିକ ଆର୍ଦ୍ରତାର ସମ୍ମୁଖୀନ ହେଉଥିବା ଅଞ୍ଚଳରେ ଏହି ସୁରକ୍ଷାମୂଳକ ପଦକ୍ଷେପ ବିଶେଷ ରୂପେ ଉପାଦେୟ ସାବ୍ୟସ୍ତ ହୋଇଥାଏ।

 

ୱାଟରପ୍ରୁଫିଙ୍ଗ ଉଭୟ ବାହ୍ୟ ଏବଂ ଆଭ୍ୟନ୍ତରୀଣ କାନ୍ଥରେ ପ୍ରୟୋଗ କରାଯାଇପାରିବ ଏବଂ ଏହା ଜଳଭେଦନ (ସିପେଜ୍), ଓଦାପଣ (ଡାମ୍ପନେସ୍), କବକ/ଫିମ୍ପି ବୃଦ୍ଧି ତଥା ଢାଞ୍ଚାଗତ କ୍ଷୟକ୍ଷତି ଭଳି ଜଳଜନିତ ସମସ୍ୟା ବିରୁଦ୍ଧରେ ଏକ ପ୍ରଭାବଶାଳୀ ସୁରକ୍ଷା କବଚ ଭାବେ କାମ କରିଥାଏ। କାନ୍ଥଗୁଡ଼ିକୁ ସିଲ୍ କରି ଏବଂ ଜଳ ଭେଦନକୁ ପ୍ରତିରୋଧ କରି, କାନ୍ଥଗୁଡ଼ିକର ୱାଟରପ୍ରୁଫିଙ୍ଗ୍ ବିଲଡିଂର ଅଖଣ୍ଡତାକୁ ବଜାୟ ରଖିବା ଏବଂ ଢାଞ୍ଚାର ସୁଦୀର୍ଘ ଜୀବନକାଳକୁ ସୁନିଶ୍ଚିତ କରିବାରେ ସହାୟକ ହୋଇଥାଏ।


କାନ୍ଥକୁ ୱାଟରପ୍ରୁଫିଙ୍ଗ କରିବାର ଫାଇଦା



୧. ଜଳଜନିତ କ୍ଷୟକ୍ଷତି ବିରୁଦ୍ଧରେ ସୁରକ୍ଷା ମିଳେ

କାନ୍ଥକୁ ୱାଟରପ୍ରୁଫିଙ୍ଗ କରିବାର ମୁଖ୍ୟ ଲାଭ ହେଉଛି, ଏହା କୋଠାଗୁଡ଼ିକୁ ଜଳଜନିତ କ୍ଷୟକ୍ଷତିରୁ ସୁରକ୍ଷା ଯୋଗାଇଥାଏ। ଜଳନିରୋଧୀ ବନ୍ଧ ସୃଷ୍ଟି କରିବା ଦ୍ୱାରା, ଏହା ଜଳକୁ କାନ୍ଥ ମଧ୍ୟରେ ଭେଦିବାରୁ ରୋକିଥାଏ, ଅନ୍ୟଥା ଜଳଜନିତ କ୍ଷତି କାରଣରୁ କାନ୍ଥ ଓ ଢାଞ୍ଚାର ବିଭିନ୍ନ ଉପାଦାନ ବା ଅଂଶରେ କ୍ଷୟ, କଳଙ୍କି ଏବଂ ଅବକ୍ଷୟର ଆଶଙ୍କା ସୃଷ୍ଟି ହୋଇଥାଏ। ଅତ୍ୟଧିକ ବୃଷ୍ଟିପାତ ହେଉଥିବା କିମ୍ବା ବନ୍ୟାପ୍ରବଣ ସ୍ଥାନଗୁଡ଼ିକ ପାଇଁ ଏହି ସୁରକ୍ଷା ବିଶେଷ ରୂପେ ଉପାଦେୟ ସାବ୍ୟସ୍ତ ହୋଇଥାଏ।

 

୨. କବକ/ଫିମ୍ପି ବୃଦ୍ଧିକୁ ପ୍ରତିରୋଧ କରିଥାଏ

ଓଦାଳିଆ ଏବଂ ଆର୍ଦ୍ର ପରିବେଶ କବକ/ଫିମ୍ପିର ଅନ୍ତୁଡ଼ିଶାଳ ଅଟେ ଏବଂ ତାହା ଆଭ୍ୟନ୍ତରୀଣ ବାୟୁ ଗୁଣମାନକୁ ପ୍ରଭାବିତ କରିବା ସହିତ ଘରେ ବସବାସ କରୁଥିବା ଲୋକମାନଙ୍କର ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥାଏ। କାନ୍ଥଗୁଡ଼ିକରେ ୱାଟରପ୍ରୁଫିଙ୍ଗ ଆସ୍ତରଣ ଆର୍ଦ୍ରତାକୁ ଜମାଟ ବାନ୍ଧିବାରୁ ରୋକିଥାଏ, ଯାହା ଫଳରେ କାନ୍ଥ ଓ ଅନ୍ୟାନ୍ୟ ପୃଷ୍ଠଭାଗରେ କବକ/ଫିମ୍ପି ଜମିବାର ଘଟଣା ଅପେକ୍ଷାକୃତ ହ୍ରାସ ପାଇଥାଏ।

 

୩. ଢାଞ୍ଚାଗତ ଅଖଣ୍ଡତାକୁ ଉନ୍ନତ କରିଥାଏ

ପାଣି କାନ୍ଥ ମଧ୍ୟରେ ପ୍ରବେଶ କଲେ, ତାହା ସମୟକ୍ରମେ ସମଗ୍ର ଢାଞ୍ଚାର ଅଖଣ୍ଡତାକୁ ଦୁର୍ବଳ କରିପାରେ। ୱାଟରପ୍ରୁଫିଙ୍ଗ କାନ୍ଥଗୁଡ଼ିକୁ ଅଧିକ ସୁଦୃଢ଼ କରିଥାଏ, ବାହ୍ୟ ବଳ/ପ୍ରଭାବ ବିରୁଦ୍ଧରେ ସେଗୁଡ଼ିକୁ ଅଧିକ ସହନଶୀଳ କରିଥାଏ ଏବଂ ଢାଞ୍ଚାର ସାମଗ୍ରିକ ସ୍ଥିରତା ବା ସୁଦୃଢ଼ତାକୁ ସୁନିଶ୍ଚିତ କରିଥାଏ।

 

୪. ମୂଲ୍ୟ ସାଶ୍ରୟୀ ସମାଧାନ

କାନ୍ଥର ୱାଟରପ୍ରୁଫିଙ୍ଗ କରିବା ପାଇଁ ଆବଶ୍ୟକ ହେଉଥିବା ଖର୍ଚ୍ଚ ହୁଏତ ଆରମ୍ଭରୁ ଖୁବ୍ ଅଧିକ ଲାଗୁଥାଇପାରେ, କିନ୍ତୁ ଦୀର୍ଘମିଆଦରେ ତାହା ଅପେକ୍ଷାକୃତ ଖର୍ଚ୍ଚ-ସାଶ୍ରୟୀ ସାବ୍ୟସ୍ତ ହୋଇଥାଏ। ଜଳଜନିତ କ୍ଷତିକୁ ପ୍ରତିରୋଧ କରି, ଘରମାଲିକମାନେ ଭବିଷ୍ୟତର ମହଙ୍ଗା ମରାମତି ଓ ରକ୍ଷଣାବେକ୍ଷଣ ବାବଦୀୟ ଖର୍ଚ୍ଚକୁ ସଞ୍ଚୟ କରିପାରିବେ । ତେଣୁ, ଏହି ଦୃଷ୍ଟିରୁ କାନ୍ଥ ୱାଟରପ୍ରୁଫିଂ ହୋଇଥିବା କୋଠାଗୁଡ଼ିକ ଆପଣଙ୍କର ଟଙ୍କା ବଞ୍ଚାଇଥାଏ।

 

୫. ବର୍ଦ୍ଧିତ ଶକ୍ତିଦକ୍ଷତା

ୱାଟରପ୍ରୁଫିଙ୍ଗ ଆପଣଙ୍କ ବିଲଡିଂର ଶକ୍ତି ଦକ୍ଷତାକୁ ଉନ୍ନତ କରିବାରେ ମଧ୍ୟ ସହାୟକ ହୋଇପାରେ। କାନ୍ଥଗୁଡ଼ିକରେ ଥିବା ଫାଟ ଓ ଫାଙ୍କଗୁଡ଼ିକ ସିଲ୍ କରିବା ଦ୍ୱାରା ବାୟୁର ଲିକେଜ୍ ବନ୍ଦ ହୋଇଯାଏ ଏବଂ ଏହା ତାପ ହାନିକୁ ହ୍ରାସିତ କରିଥାଏ। ଯାହାଫଳରେ ଘରକୁ ଥଣ୍ଡା କିମ୍ବା ଗରମ କରିବା ବାବଦୀୟ ଖର୍ଚ୍ଚ ବହୁ ପରିମାଣରେ ହ୍ରାସିତ ହୋଇଥାଏ।

 

୬. ସମ୍ପତ୍ତିର ମୂଲ୍ୟକୁ ବୃଦ୍ଧି କରିଥାଏ

ଉପଯୁକ୍ତ ୱାଟରପ୍ରୁଫିଙ୍ଗ ସହିତ ଏକ ସୁ-ରକ୍ଷଣାବେକ୍ଷଣଯୁକ୍ତ ସମ୍ପତ୍ତି ସମ୍ଭାବ୍ୟ କ୍ରେତାମାନଙ୍କୁ ଆକର୍ଷିତ କରିଥାଏ। ନୂଆ ଘରମାଲିକମାନେ ଏଭଳି ସମ୍ପତ୍ତିକୁ କିଣିବାକୁ ପସନ୍ଦ କରନ୍ତି। ୱାଟରପ୍ରୁଫିଙ୍ଗ କୋଠାର ମୂଲ୍ୟକୁ ବଢ଼ାଇଥାଏ । ତେଣୁ, ଆପଣ ଯଦି ନିଜର ସମ୍ପତ୍ତିକୁ ବିକିବାକୁ ଚାହୁଁଛନ୍ତି ତେବେ ତାହାର ବିକ୍ରୟରେ ସମ୍ପୃକ୍ତ ସମ୍ପତ୍ତିର ୱାଟରପ୍ରୁଫିଙ୍ଗ ଏକ ସକାରାତ୍ମକ ଦିଗ ହେବା ସହିତ ତାହାର ମୂଲ୍ୟକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ।

 

କାନ୍ଥର ୱାଟରପ୍ରୁଫିଙ୍ଗ ଏକ ବିଜ୍ଞ ନିବେଶ ଅଟେ। ଏହା ଆପଣଙ୍କ ସମ୍ପତ୍ତିକୁ ସୁରକ୍ଷା ଦେବା ସଙ୍ଗେ ସଙ୍ଗେ ଏକ ସୁରକ୍ଷିତ ତଥା ଆରାମଦାୟକ ବାସ ଓ କାର୍ଯ୍ୟସ୍ଥଳୀକୁ ସୁନିଶ୍ଚିତ କରିଥାଏ। ନିର୍ମାଣ କାର୍ଯ୍ୟଟି ନୂଆ ହେଉ କି ପୁରୁଣା କୋଠାର ନବୀକରଣ ହେଉ, କାନ୍ଥଗୁଡ଼ିକର ୱାଟରପ୍ରୁଫିଙ୍ଗ ଏହା ସୁନିଶ୍ଚିତ କରିଥାଏ ଯେ, କୋଠାଗୁଡ଼ିକୁ ସୁରକ୍ଷିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ କେବଳ ପ୍ରସାଧନମୂଳକ ନୁହେଁ ବରଂ ତାହାକୁ ସୁଦୃଢ଼ ଓ ସୁରକ୍ଷିତ କରିବା ପାଇଁ ଗ୍ରହଣ କରାଯାଇଛି।


କାନ୍ଥ ୱାଟରପ୍ରୁଫିଙ୍ଗର ପ୍ରକାରଭେଦ

କାନ୍ଥ ୱାଟରପ୍ରୁଫିଙ୍ଗକୁ ବ୍ୟାପକ ଭାବେ ଦୁଇଟି ମୁଖ୍ୟ ବିଭାଗରେ ବିଭକ୍ତ କରାଯାଇପାରିବ: ବାହ୍ୟ ଏବଂ ଆଭ୍ୟନ୍ତରୀଣ ୱାଟରପ୍ରୁଫିଙ୍ଗ। ପ୍ରତ୍ୟେକ ପ୍ରକାରରେ ଭିନ୍ନ ଧରଣର ପଦ୍ଧତି ଓ ସାମଗ୍ରୀ ବ୍ୟବହୃତ ହୋଇଥାଏ ଏବଂ ତାହା ନିର୍ଦ୍ଦିଷ୍ଟ ଆବଶ୍ୟକତା ଏବଂ ପରିସ୍ଥିତି ପାଇଁ ଉପଯୁକ୍ତ ହୋଇଥାଏ ।

 

୧. ବାହ୍ୟ କାନ୍ଥର ୱାଟରପ୍ରୁଫିଙ୍ଗ



ବାହ୍ୟ ଆର୍ଦ୍ରତାର କ୍ଷତିକାରକ ପ୍ରଭାବରୁ କୋଠା ବା ଢାଞ୍ଚାକୁ ସୁରକ୍ଷିତ ରଖିବା ପାଇଁ ବାହ୍ୟ କାନ୍ଥଗୁଡ଼ିକରେ ୱାଟରପ୍ରୁଫିଙ୍ଗ ବ୍ୟବସ୍ଥା କରିବା ଜରୁରୀ ହୋଇଥାଏ। ୱାଟରପ୍ରୁଫିଙ୍ଗ ରସାୟନର ଏହି ସୁରକ୍ଷାମୂଳକ ଆବରଣ ବାହ୍ୟ କାନ୍ଥଗୁଡ଼ିକୁ ତାହାର ସୌନ୍ଦର୍ଯ୍ୟକୁ ବଜାୟ ରଖିବା ଏବଂ ସମ୍ଭାବ୍ୟ ଜଳଜନିତ ସମସ୍ୟାରୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ।

 

କ. ସିମେଣ୍ଟ ଆଧାରିତ ୱାଟରପ୍ରୁଫିଙ୍ଗ



ଏହି ପଦ୍ଧତିରେ ସିମେଣ୍ଟ ଆଧାରିତ ୱାଟରପ୍ରୁଫିଙ୍ଗ ସାମଗ୍ରୀଗୁଡ଼ିକୁ ସିଧାସଳଖ ବାହ୍ୟ କାନ୍ଥଗୁଡ଼ିକରେ ପ୍ରୟୋଗ କରାଯାଇଥାଏ। ଏହି ଯୌଗିକଗୁଡ଼ିକ ଏକ ମୋଟା ତଥା ସୁରକ୍ଷାମୂଳକ ଆବରଣ ସୃଷ୍ଟି କରେ ଯାହା କାନ୍ଥ ମଧ୍ୟକୁ ଜଳର ଭେଦନକୁ ପ୍ରତିରୋଧ କରିଥାଏ। ସିମେଣ୍ଟିଟିୟସ୍ ୱାଟରପ୍ରୁଫିଙ୍ଗ୍ ଅତ୍ୟନ୍ତ ଦୀର୍ଘସ୍ଥାୟୀ ହୋଇଥାଏ ଏବଂ ତାହା ପ୍ରତିକୂଳ ଜଳବାୟୁକୁ ସହନ କରିପାରିଥାଏ। ତେଣୁ ଏହା ଉଭୟ ଆବାସିକ ତଥା ବାଣିଜ୍ୟିକ କୋଠା/ଭବନ ପାଇଁ ଏକ ଉପଯୁକ୍ତ ୱାଟରପ୍ରୁଫିଙ୍ଗ ସମାଧାନ ଅଟେ।

 

ଖ. ଲିକ୍ୱିଡ୍ ୱାଟରପ୍ରୁଫିଙ୍ଗ ମେମ୍ବ୍ରେନ୍



ଲିକ୍ୱିଡ୍ ୱାଟରପ୍ରୁଫିଙ୍ଗ ମେମ୍ବ୍ରେନ୍ଗୁଡ଼ିକ ବାହ୍ୟ କାନ୍ଥଗୁଡ଼ିକର ଓ୍ୱାଟରପ୍ରୁଫିଙ୍ଗର ଏକ ଲୋକପ୍ରିୟ ପସନ୍ଦ ଅଟେ। ଏଗୁଡ଼ିକୁ ତରଳ ଆସ୍ତରଣ ଆକାରରେ ଲେପନ କରାଯାଏ ଯାହା କାନ୍ଥଗୁଡ଼ିକରେ କ୍ରମଶଃ ଏକ ନିରବଚ୍ଛିନ୍ନ, ନମନୀୟ ତଥା ଜଳନିରୋଧୀ ପ୍ରତିବନ୍ଧକ ସୃଷ୍ଟି କରିଥାଏ। ଏହି ମେମ୍ବ୍ରେନ୍ ବା ଝିଲ୍ଲୀଗୁଡ଼ିକ ବିଭିନ୍ନ ପୃଷ୍ଠଭାଗରେ ଲାଗିରହିପାରେ ଏବଂ ଢାଞ୍ଚାର ଚଳନ କାରଣରୁ ଫାଟି ନ ଥାଏ, ତେଣୁ ଏଗୁଡ଼ିକ ଜଳ ଭେଦନ ବିରୁଦ୍ଧରେ ଉତ୍କୃଷ୍ଟ ତଥା ଦୀର୍ଘସ୍ଥାୟୀ ସୁରକ୍ଷା ଯୋଗାଇଥାଏ।

 

ଗ. ଲିକ୍ୱିଡ୍ ବିଟୁମିନସ୍ ମେମ୍ୱ୍ରେନ୍ ୱାଟରପ୍ରୁଫିଙ୍ଗ



ବିଟୁମିନସ୍ ୱାଟରପ୍ରୁଫିଙ୍ଗ ଏକ ସମୟ କଷଟିରେ ପରୀକ୍ଷିତ ପଦ୍ଧତି ଅଟେ, ଯେଉଁଥିରେ ବିଟୁମେନ୍ ଆଧାରିତ ସାମଗ୍ରୀଗୁଡ଼ିକ ବ୍ୟବହାର କରାଯାଇ ବାହ୍ୟ କାନ୍ଥଗୁଡ଼ିକ ଜଳନିରୋଧୀ ବା ୱରପ୍ରୁପ୍ କରାଯାଇଥାଏ। ଏହା ପ୍ରାୟତଃ ଏକାଧିକ ପରସ୍ତରେ ଲଗାଯାଇଥାଏ, ଯାହା ତାହାର ଫଳପ୍ରଦତାକୁ ସୁନିଶ୍ଚିତ କରିଥାଏ। ବିଟୁମିନସ୍ ଝିଲ୍ଲୀଗୁଡ଼ିକ ଅତିବାଇଗଣୀ ରଶ୍ମୀ ବା ୟୁଭି ପ୍ରତିରୋଧୀ ହୋଇଥାଏ ଏବଂ ତାହା ତାପମାତ୍ରାର ପରିବର୍ତ୍ତନକୁ ସହ୍ୟ କରିପାରେ। ତେଣୁ ସେଗୁଡ଼ିକ ବାହ୍ୟ ବା ଆଉଟଡୋର୍ ପ୍ରୟୋଗ ପାଇଁ ଉପଯୁକ୍ତ ହୋଇଥାଏ।

 

ଘ. ମେମ୍ବ୍ରେନ୍ ୱାଟରପ୍ରୁଫିଙ୍ଗ

ମେମ୍ବ୍ରେନ୍ ୱାଟରପ୍ରୁଫିଙ୍ଗ ପ୍ରଣାଳୀରେ ପ୍ରିଫାବ୍ରିକେଟେଡ୍ ବା ପୂର୍ବରୁ ତିଆରି ହୋଇଥିବା ଚାଦର ବା ଶିଟ୍ ରହିଥାଏ, ଯାହା ସଂଶୋଧିତ ବିଟୁମେନ୍, ପିଭିସି କିମ୍ବା ଇପିଡିଏମ୍‌‌ରେ ତିଆରି ହୋଇଥାଏ। ଏହି ଚାଦର ବା ଶିଟ୍ ଗୁଡ଼ିକୁ ବାହ୍ୟ କାନ୍ଥଗୁଡ଼ିକରେ ଲଗାଯାଏ ଏବଂ ଏଗୁଡ଼ିକ ଜଳ ଭେଦନ ବିରୁଦ୍ଧରେ ନିରବଚ୍ଛିନ୍ନ ପ୍ରତିବନ୍ଧକ ସୃଷ୍ଟି କରିଥାଏ। ମେମ୍ବ୍ରେନ୍ ୱାଟରପ୍ରୁଫିଙ୍ଗ ତାହାର ସ୍ଥାପନାରେ ସହଜତା ପାଇଁ ସୁପରିଚିତ, ଅର୍ଥାତ୍ ତାହାକୁ ଲଗାଇବା ଖୁବ୍ ସହଜ ଏବଂ ସେଗୁଡ଼ିକୁ ନିମ୍ନ-ଗ୍ରେଡ୍ କାର୍ଯ୍ୟ ଓ ଫାଉଣ୍ଡେସନ୍ କାନ୍ଥଗୁଡ଼ିକରେ ବ୍ୟବହାର କରାଯାଇଥାଏ।

 

 

୨. ଆଭ୍ୟନ୍ତରୀଣ କାନ୍ଥର ୱାଟରପ୍ରୁଫିଙ୍ଗ



ଆଭ୍ୟନ୍ତରୀଣ କାନ୍ଥଗୁଡ଼ିକୁ ୱାଟରପ୍ରୁଫ୍ କରିବା ଦ୍ୱାରା ଘର ଭିତରେ ଓଦାପଣ ଓ ଜଳ ଭେଦନରୁ ସୁରକ୍ଷା ମିଳିଥାଏ। ଘରର ଅଭ୍ୟନ୍ତରୁ ୱାଟରପ୍ରୁଫିଙ୍ଗ ଲିକ୍ୱିଡ୍ ମାଧ୍ୟମରେ ସୁରକ୍ଷିତ କରିବା ଦ୍ୱାରା ଆପଣ ଏକ ଆରାମଦାୟକ ଏବଂ ସ୍ୱାସ୍ଥ୍ୟକର ବାସ ପରିବେଶକୁ ସୁନିଶ୍ଚିତ କରିଥାନ୍ତି।

 

କ. ରଙ୍ଗ (ପେଣ୍ଟ୍) ଓ ସିଲାଣ୍ଟ



ୱାଟରପ୍ରୁପ୍ ରଙ୍ଗ ଓ ସିଲାଣ୍ଡ ବ୍ୟବହାର ମାଧ୍ୟମରେ ଆଭ୍ୟନ୍ତରୀଣ ୱାଟରପ୍ରୁଫିଙ୍ଗ ଲକ୍ଷ୍ୟକୁ ହାସଲ କରାଯଇପାରିବ। ଏହି ଉତ୍ପାଦଗୁଡ଼ିକୁ ଆଭ୍ୟନ୍ତରୀଣ କାନ୍ଥରେ ପ୍ରୟୋଗ କରାଯାଇଥାଏ, ଯାହା ଏକ ପ୍ରତିରୋଧୀ ବନ୍ଧ ସୃଷ୍ଟି କରିଥାଏ ଯାହା ଆର୍ଦ୍ରତାକୁ ବାସସ୍ଥଳ ମଧ୍ୟକୁ ପ୍ରବେଶ କରିବାରୁ ରୋକିଥାଏ। ଏଗୁଡ଼ିକ ନିର୍ଦ୍ଦିଷ୍ଟ ସ୍ତର ପର୍ଯ୍ୟନ୍ତ ଜଳ ନିରୋଧି ସାମର୍ଥ୍ୟ ଯୋଗାଇଥାଏ, ତେଣୁ ବାଥରୁମ୍ ଓ କିଚେନ୍ ଭଳି ନ୍ୟୂନତମ ଜଳ ସଂସ୍ପର୍ଶରେ ଆସୁଥିବା ସ୍ଥାନଗୁଡ଼ିକ ପାଇଁ ସବୁଠାରୁ ଉପଯୁକ୍ତ ହୋଇଥାଏ।

 

ଖ. ୱାଟରପ୍ରୁଫ୍ ଝିଲ୍ଲୀ



ଆଭ୍ୟନ୍ତରୀଣ ୱାଟରପ୍ରୁପ୍ ଝିଲ୍ଲୀ ବା ମେମ୍ବ୍ରେନ୍ କାନ୍ଥର ଅଭ୍ୟନ୍ତରରେ ଲଗାଯାଇଥାଏ। ଏଗୁଡ଼ିକ ପାଣି ବିରୁଦ୍ଧରେ ଏକ ଶକ୍ତିଶାଳୀ ପ୍ରତିବନ୍ଧକ ଯୋଗାଇଥାଏ ଏବଂ ବାହ୍ୟ ୱାଟରପ୍ରୁଫିଙ୍ଗ ପର୍ଯ୍ୟାପ୍ତ ହେଉ ନ ଥିବା ଅଞ୍ଚଳରେ ବିଶେଷ ରୂପେ ଉପାଦେୟ ହୋଇଥାଏ। ୱାଟରପ୍ରୁଫ୍ ମେମ୍ବ୍ରେନ୍ ବା ଝିଲ୍ଲୀଗୁଡ଼ିକୁ ସାଧାରଣତଃ ବେସମେଣ୍ଟ ଏବଂ ଫାଉଣ୍ଡେସନ୍ କାନ୍ଥରେ ପାଣିକୁ ଅଭ୍ୟନ୍ତର ମଧ୍ୟକୁ ପ୍ରବେଶ କରିବାରୁ ପ୍ରତିରୋଧ କରିବା ଉଦ୍ଦେଶ୍ୟରେ ପ୍ରୟୋଗ କରାଯାଇଥାଏ।

 

ଗ. ଡ୍ରେନେଜ୍ ବୋର୍ଡ



ଜଳ ଭେଦନ ବା ସିପେଜ୍‌‌କୁ ଫଳପ୍ରଦ ଢଙ୍ଗରେ ପରିଚାଳିତ କରିବା ପାଇଁ ଆଭ୍ୟନ୍ତରୀଣ କାନ୍ଥଗୁଡ଼ିକରେ ଡ୍ରେନେଜ୍ ବୋର୍ଡ ଲଗାଯାଇଥାଏ । ଏହି ବୋର୍ଡଗୁଡ଼ିକରେ ଚ୍ୟାନେଲ୍ ବା ଜଳ ନିଷ୍କାସନ ପ୍ରଣାଳୀ ରହିଥାଏ ଯାହା ପାଣିକୁ ଡ୍ରେନେଜ୍‌ ପ୍ରଣାଳୀ ମଧ୍ୟକୁ ପ୍ରବାହିତ କରିଥାଏ ଏବଂ ପାଣି ଯେପରି କାନ୍ଥରେ ଜମା ନ ହୁଏ ତାହା ସୁନିଶ୍ଚିତ କରିଥାଏ। ଜଳର ପ୍ରବାହକୁ ନିୟନ୍ତ୍ରଣ କରିବା ପାଇଁ ଅନ୍ୟାନ୍ୟ ଆଭ୍ୟନ୍ତରୀଣ ୱାଟରପ୍ରୁଫିଙ୍ଗ ପଦ୍ଧତି ସହିତ ବ୍ୟବହାର କରାଗଲେ ଡ୍ରେନେଜ୍ ବୋର୍ଡଗୁଡ଼ିକ ବହୁ ଉପାଦେୟ ସାବ୍ୟସ୍ତ ହୋଇଥାଏ।

 

ଘ. ସିମେଣ୍ଟିଟିୟସ୍ କୋଟିଂ

ପୃଷ୍ଠଭାଗରେ ସିମେଣ୍ଟକୁ ପ୍ରବେଶ କରାଯାଇ ଏବଂ ଜଳର ଭେଦନ ବା ଅବଶୋଷଣକୁ ଅବରୁଦ୍ଧ କରାଯାଇ ଏକ ଜଳନିରୋଧୀ ବନ୍ଧ ତିଆରି କରିବା ପାଇଁ ସିମେଣ୍ଟିଟିୟସ୍ କୋଟିଂ ବା ଲେପକୁ ସିଧାସଳଖ ଆଭ୍ୟନ୍ତରୀଣ କାନ୍ଥରେ ବ୍ୟବହାର କରାଯାଇଥାଏ। ଆର୍ଦ୍ରତା ବିରୁଦ୍ଧରେ ସାମଗ୍ରିକ ସୁରକ୍ଷାକୁ ଉନ୍ନତ କରିବା ପାଇଁ ଏଗୁଡ଼ିକୁ ପ୍ରାୟତଃ ଅନ୍ୟାନ୍ୟ ୱାଟରପ୍ରୁଫିଙ୍ଗ ପଦ୍ଧତି ସହିତ ମିଶାଇ ବ୍ୟବହାର କରାଯାଇଥାଏ।



ସଂକ୍ଷେପରେ, କାନ୍ଥଗୁଡ଼ିକର ୱାଟରପ୍ରୁଫିଙ୍ଗ କରିବା ଏକ ସୁରକ୍ଷାମୂଳକ ପଦକ୍ଷେପ ଅଟେ ଯାହା ଘର ବା ଭବନର ଦୃଢ଼ତା ଓ ଦୀର୍ଘାୟୁକୁ ସୁନିଶ୍ଚିତ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ। ଜଳ ଭେଦନର କ୍ଷୟକାରୀ ପ୍ରଭାବ କାରଣରୁ ଢାଞ୍ଚାଗୁଡ଼ିକ କ୍ଷୟପ୍ରାପ୍ତ ହୋଇପାରେ, ସେଥିରେ ଶିଉଳି ଆଦି ବୃଦ୍ଧି ହୋଇପାରେ ଏବଂ ତା’ସହିତ ଅନେକ ଅନ୍ୟାନ୍ୟ ନକାରାତ୍ମକ ପ୍ରଭାବ ସୃଷ୍ଟି ହୋଇପାରେ, ଯାହା ସମ୍ପୃକ୍ତ ଢାଞ୍ଚାର ସାମଗ୍ରିକ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଥାଏ। ଉପଯୁକ୍ତ କାନ୍ଥ ୱାଟରପ୍ରୁଫିଙ୍ଗ ପଦ୍ଧତି ଅଥବା କାନ୍ଥ ପାଇଁ ଉପଯୁକ୍ତ ୱାଟରପ୍ରୁଫ୍ କେମିକାଲ୍‌‌ରେ ପଇସା ଖର୍ଚ୍ଚ କରି ଆପଣ ନିଜର ସମ୍ପତ୍ତିକୁ ଜଳଜନିତ କ୍ଷୟକ୍ଷତିରୁ ସୁରକ୍ଷିତ ରଖିପାରିବେ, ଏକ ସ୍ୱାସ୍ଥ୍ୟକର ବାସ ପରିବେଶକୁ ବଜାୟ ରଖିପାରିବେ ଏବଂ ଭବିଷ୍ୟତରେ ମହଙ୍ଗା ମରାମତି କାରଣରୁ ନିଜକୁ ଖର୍ଚ୍ଚାନ୍ତ ହେବାରୁ ରା କରିପାରିବେ।



ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

 

୧. ଓଦାପଣ ଏକ ଗୁରୁତର ସମସ୍ୟା କି?

ଓଦାପଣ ବା ଆର୍ଦ୍ରତା ବାସ୍ତବରେ ଏକ ଗୁରୁତର ସମସ୍ୟା ହୋଇପାରେ, କାରଣ ଏହା ଶିଉଳି ବୃଦ୍ଧି, ଢାଞ୍ଚାର କ୍ଷୟକ୍ଷତି ଏବଂ ଦୁର୍ବଳ ଆଭ୍ୟନ୍ତରୀଣ ବାୟୁ ଗୁଣମାନ କାରଣଜନିତ ବିଭିନ୍ନ ସମସ୍ୟାର କାରଣ ସାଜିପାରେ। ତାହାର ଉପଚାରକୁ ଅଣଦେଖା କରିଲେ, କୋଠାର ଢାଞ୍ଚା କ୍ଷତିଗ୍ରସ୍ତ ହେବା ସହିତ ସମ୍ପୃକ୍ତ କୋଠା ବା ଢାଞ୍ଚାଟି ବସବାସ ପାଇଁ ଅନୁପଯୁକ୍ତ ହୋଇଯାଇପାରେ।

 

୨. ଏକ ଓଦାଳିଆ କାନ୍ଥକୁ ୱାଟରପ୍ରୁଫ୍ କରାଯାଇପାରିବ କି?

ଓଦାଳିଆ କାନ୍ଥକୁ ୱାଟରପ୍ରୁଫ୍ କରିବା ସାଧାରଣତଃ ସୁପାରିସଯୋଗ୍ୟ ନୁହେଁ। ଯେକୌଣସି ୱାଟରପ୍ରୁଫିଙ୍ଗ ସମାଧାନର ପ୍ରୟୋଗ କରିବା ପୂର୍ବରୁ ଓଦାପଣ କାହିଁକି ହେଉଛି ତାହାର ପ୍ରକୃତ ଉତ୍ସକୁ ଚିହ୍ନଟ କରବା ଓ ତାହାର ସମାଧାନ କରବା ଜରୁରୀ ହୋଇଥାଏ । ଏହା ମଧ୍ୟରେ ଲିକ୍‌‌‌ଗୁଡ଼କୁ ସଜାଡ଼ବା, ଡ୍ରେନେଜ୍‌‌କୁ ଉନ୍ନତ କରବା କିମ୍ବା ଜଳକଣା ଜମାଟ ସମସ୍ୟାକୁ ଦୂର କରିବା ଭଳି ଅନ୍ତର୍ନିହିତ କାର୍ଯ୍ୟଗୁଡ଼ିକ ଅନ୍ତର୍ଭୁକ୍ତ ହୋଇଥାଏ। କାନ୍ଥ ଶୁଖିସାରିବା ପରେ ଏବଂ ତାହା କାହିଁକି ଓଦା ରହୁଥିଲା ତାହାର ମୂଳ କାରଣକୁ ସମାଧାନ କରିବା ପରେ ହିଁ ୱାଟରପ୍ରୁଫିଙ୍ଗ ପଦକ୍ଷେପ ଗ୍ରହଣ କରାଯାଇପାରିବ ଏବଂ ତାହାକୁ ଭବିଷ୍ୟତର ଆର୍ଦ୍ରତାରୁ ସୁରକ୍ଷିତ ରଖାଯାଇପାରିବ।

 

୩. କାନ୍ଥଗୁଡ଼ିକରେ ଓଦାପଣ କ’ଣ ପାଇଁ ସୃଷ୍ଟି ହୋଇଥାଏ?

କାନ୍ଥରେ ଓଦାପଣ ବିଭିନ୍ନ କାରଣରୁ ଦେଖାଦେଇପାରେ, ଯାହା ମଧ୍ୟରେ ଛାତରୁ ପାଣି ଲିକ୍ ହେବା, ତ୍ରୁଟିପୂର୍ଣ୍ଣ ପ୍ଲମ୍ବିଂ, ଭୂପୃଷ୍ଠରୁ ଆର୍ଦ୍ରତା ଉପରକୁ ଉଠିବା, ପର୍ଯ୍ୟାପ୍ତ ଭେଣ୍ଟିଲେସନର ଅଭାବ ଏବଂ ତାପମାତ୍ରା ଏବଂ ଆର୍ଦ୍ରତା ପାର୍ଥକ୍ୟ କାରଣରୁ ଜଳକଣା ଘନୀଭୂତ ହେବା ଭଳି ବିଭିନ୍ନ କାରଣ ଅନ୍ତର୍ଭୁକ୍ତ।

 

୪. ଓଦାପଣର ଲକ୍ଷଣଗୁଡ଼ିକ କ’ଣ?

କାନ୍ଥରେ ଓଦାପଣର ସାଧାରଣ ଲକ୍ଷଣଗୁଡ଼ିକ ହେଲା, ପାଣିର ଦାଗ ଦେଖାଯିବା, ରଙ୍ଗ କିମ୍ବା ୱାଲପେପର୍ ଛାଡ଼ିବା, ଗମୁରା ଗନ୍ଧ ଆସିବା, ଶିଉଳିର ଜମାଟ ଦେଖାଯିବା ଏବଂ ପ୍ରଭାବିତ ସ୍ଥାନରେ ଓଦାଳିଆପଣ ବା ଆର୍ଦ୍ରତାର ଅନୁଭୂତି ସୃଷ୍ଟିହେବା।

 

୫. ଝରକା ଖୋଲିବା ଦ୍ୱାରା ଓଦାପଣ ହ୍ରାସ ହୋଇଥାଏ କି?

ଝରକାକୁ ଖୋଲା ରଖିବା ଦ୍ୱାରା ବାୟୁ ଚଳାଚଳ ବା ଭେଣ୍ଟିଲେସନ୍ ଉନ୍ନତ ହୋଇଥାଏ, ଭିତର ବାୟୁ ବାହାରକୁ ଯାଏ ଓ ନୂଆ ବାୟୁ ଘର ମଧ୍ୟରେ ପ୍ରବାହିତ ହୋଇପାରେ, ଯାହାଫଳରେ ଓଦାପଣ/ଆର୍ଦ୍ରତା/ସନ୍ତସନ୍ତିଆପଣ ହ୍ରାସିତ ହୁଏ। ବାଥରୁମ୍ ଓ କିଚେନ୍ ଭଳି ଆର୍ଦ୍ରତାପ୍ରବଣ ସ୍ଥାନଗୁଡ଼ିକରେ ଉପଯୁକ୍ତ ଭେଣ୍ଟିଲେସନ୍ ଅତ୍ୟାବଶ୍ୟକ ଅଟେ।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....