ୱାଟରପ୍ରୁଫିଙ୍ଗ୍ ପଦ୍ଧତିଗୁଡ଼ିକ, ମଡେର୍ଣ୍ଣ କିଚେନ୍ ଡିଜାଇନ୍ସ, ହୋମ୍ ପାଇଁ ବାସ୍ତୁ ଉପଦେଶ, Home Construction cost

ସମ୍ପର୍କ କରନ୍ତୁ

ଆପଣଙ୍କର ଉତ୍ତର ଏଠାରେ ପାଆନ୍ତୁ

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |



ସ୍ନାନାଗାର ଏବଂ ଶୌଚାଳୟ ପାଇଁ ବାସ୍ତୁକୁ ବୁଝିବା ନିମନ୍ତେ ଉପଦେଶ

ନିଜ ଘରକୁ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ଆରାମ ଓ ଶାନ୍ତିଦାୟକ ସ୍ଥାନରେ ପରିଣତ କରିବାରେ ବାସ୍ତୁ ଶାସ୍ତ୍ର ଆପଣଙ୍କୁ ସାହାଯ୍ୟ କରିଥାଏ । ଏହି ବ୍ଲଗ୍ ରେ, ଆମେ ଆପଣଙ୍କୁ ବାସ୍ତୁ ସିଦ୍ଧାନ୍ତ ଅନୁସାରେ ନିଜର ସ୍ନାନାଗାର ଓ ଶୌଚାଳୟକୁ ଡିଜାଇନ୍ କରିବା ସମ୍ବନ୍ଧୀୟ ଉପଦେଶ ସମ୍ପର୍କରେ ଅବଗତ କରାଇବୁ ।

Share:


ସ୍ନାନାଗାର ଏବଂ ଶୌଚାଳୟ ଆମ ଘରର ଅତ୍ୟାବଶ୍ୟକ ଉପାଦାନ ଅଟେ; ଏବଂ ସକାରାତ୍ମକ ଶକ୍ତି ପ୍ରବାହ ଏବଂ ସାମଗ୍ରିକ କଲ୍ୟାଣ ପାଇଁ ତାହା ଯତ୍ନଶୀଳ ବିଚାର ଆବଶ୍ୟକ କରିଥାଏ । ବାସ୍ତୁ ଶାସ୍ତ୍ରରେ, ଏହି ସ୍ଥାନଗୁଡ଼ିକୁ ଡିଜାଇନ୍ ଓ ବ୍ୟବସ୍ଥିତ କରିବା ସମୟରେ ଅନୁସରଣ କରାଯିବାକୁ ଥିବା ନିର୍ଦ୍ଦିଷ୍ଟ ମାର୍ଗଦର୍ଶନ ଏବଂ ସିଦ୍ଧାନ୍ତ ରହିଛି । ସ୍ନାନାଗାର ଏବଂ ଶୌଚାଳୟ ପାଇଁ ବାସ୍ତୁକୁ ସାମିଲ କରି ଆପଣ ଏପରି ଏକ ପରିବେଶ ସୃଷ୍ଟି କରିପାରିବେ ଯାହା ପରିଚ୍ଛନ୍ନତା, ସ୍ୱାସ୍ଥ୍ୟକର ଅଭ୍ୟାସ ଏବଂ ସକାରାତ୍ମକ ଶକ୍ତିକୁ ପ୍ରୋତ୍ସାହିତ କରିବ । ଏହି ବ୍ଲଗ୍ ରେ, ଆମେ ସ୍ନାନାଗାର ଏବଂ ଶୌଚାଳୟ ସମେତ ସେଗୁଡ଼ିକ ଆଦର୍ଶ ଅବସ୍ଥିତି, ରଙ୍ଗ, ସାମଗ୍ରୀ ଏବଂ ନକାରାତ୍ମକ ଶକ୍ତିର ପ୍ରତିକାର ପାଇଁ ବିଭିନ୍ନ ବାସ୍ତୁ ଉପଦେଶ ସମ୍ପର୍କରେ ଆଲୋଚନା କରିବା । ଆସନ୍ତୁ, ବାସ୍ତୁ ସିଦ୍ଧାନ୍ତ ବ୍ୟବହାର କରି ଆପଣଙ୍କ ସ୍ନାନାଗାର ଏବଂ ଶୌଚାଳୟ ସ୍ଥାନକୁ ଏକ ଶାନ୍ତ ଏବଂ ଚାପମୁକ୍ତ ଅଭୟାରଣ୍ୟରେ କିପରି ରୂପାନ୍ତରିତ କରାଯିବ ତାହା ଜାଣିବା ।

 

 



ସ୍ନାନାଗାର ଏବଂ ଶୌଚାଳୟ ପାଇଁ ବାସ୍ତୁ ଉପଦେଶ

ଯେବେ ସ୍ନାନାଗାର ଏବଂ ଶୌଚାଳୟ ପାଇଁ ବାସ୍ତୁର ପ୍ରଶ୍ନ ଉଠେ, ତେବେ ଅନେକ ଗୁରୁତ୍ୱପୂର୍ଣ୍ଣ କଥାଗୁଡ଼ିକୁ ଧ୍ୟାନରେ ରଖିବା ଆବଶ୍ୟକ ହୋଇଥାଏ । ଏହି ସ୍ଥାନଗୁଡ଼ିକୁ କିପରି ବାସ୍ତୁ ଅନୁକୂଳ କରାଯିବ ସେ ବାବଦୀୟ କେତେକ ଉପାୟଗୁଡ଼ିକ ସମ୍ପର୍କରେ ଆସନ୍ତୁ ଆଲୋଚନା କରିବା।

 

1. ସ୍ନାନାଗାରର ଦ୍ୱାର ପାଇଁ ବାସ୍ତୁ ଉପଦେଶ



ବାସ୍ତୁରେ ସ୍ନାନାଗାରର ଦ୍ୱାରର ଅବସ୍ଥିତି ଅନେକ ମହତ୍ତ୍ୱ ରଖିଥାଏ । ସ୍ନାନାଗାରର ଦ୍ୱାରକୁ ଉତ୍ତର, ପୂର୍ବ କିମ୍ବା ଉତ୍ତରପୂର୍ବ ଦିଗରେ ରଖାଯିବା ପରାମର୍ଶଯୋଗ୍ୟ । ଏହି ଅବସ୍ଥିତିକୁ ଶୁଭ ବିବେଚନା କରାଯାଏ ଏବଂ ଏହା ଘର ମଧ୍ୟରେ ସକାରାତ୍ମକ ଶକ୍ତିର ପ୍ରବାହକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ । ଅନ୍ୟ ପକ୍ଷରେ, ସ୍ନାନାଗାରର ଦ୍ୱାରକୁ ଦକ୍ଷିଣପୂର୍ବ କିମ୍ବା ଉତ୍ତରପୂର୍ବ ଦିଗରେ ରଖନ୍ତୁ ନାହିଁ, କାରଣ ତାହା ଶକ୍ତିଗୁଡ଼ିକର ସନ୍ତୁଳନରେ ବିଘ୍ନ ପହଞ୍ଚାଉଥିବାର ବିଶ୍ୱାସ କରାଯାଏ ।

 

2. ଟଏଲେଟ୍ ସିଟ୍ ର ମୁହଁ ସମ୍ପର୍କରେ ବାସ୍ତୁ



ଟଏଲେଟ୍ ସିଟ୍ କେଉଁ ଦିଗ ଆଡ଼କୁ ମୁହାଁଇ ରହିବା ଉଚିତ ତାହା ମଧ୍ୟ ବାସ୍ତୁରେ ମହତ୍ତ୍ୱ ରଖିଥାଏ । ଆଦର୍ଶ ଭାବେ, ଟଏଲେଟ୍ ସିଟ୍ ଉତ୍ତର କିମ୍ବା ଦକ୍ଷିଣ ଦିଗ ଆଡ଼କୁ ମୁହାଁଇବା ଆବଶ୍ୟକ । ଏପରି ଅବସ୍ଥିତି ନକାରାତ୍ମକ ଶକ୍ତିଗୁଡ଼ିକୁ ସ୍ନାନାଗାର ସ୍ଥାନରୁ ଦୂରେଇ ରଖୁଥିବାର ବିଶ୍ୱାସ କରାଯାଏ । ଟଏଲେଟ୍ ସିଟ୍ ର ମୁହଁକୁ ପୂର୍ବ କିମ୍ବା ପଶ୍ଚିମ ଦିଗ ଆଡ଼କୁ କରି ରଖନ୍ତୁ ନାହିଁ, କାରଣ ତାହା ନକାରାତ୍ମକ ପ୍ରଭାବକୁ ଆକର୍ଷିତ କରିଥାଏ ।

 

3. ବାସ୍ତୁ ଅନୁଯାୟୀ ସ୍ନାନାଗାର ଏବଂ ଶୌଚାଳୟ ପାଇଁ ରଙ୍ଗ



ଆପଣଙ୍କ ସ୍ନାନାଗାର ଏବଂ ଶୌଚାଳୟ ପାଇଁ ସଠିକ୍ ରଙ୍ଗ ଚୟନ କରିବା ବାସ୍ତୁରେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏକ ଶାନ୍ତ ବାତାବରଣ ପାଇଁ ଶାନ୍ତିପ୍ରଦାୟକ ଏବଂ ହାଲୁକା ରଙ୍ଗ ଚୟନ କରନ୍ତୁ । ଧଳା, ହାଲୁକା ନୀଳ ଏବଂ ପାଷ୍ଟେଲ୍ ରଙ୍ଗଗୁଡ଼ିକ ବାସ୍ତୁ ସିଦ୍ଧାନ୍ତ ଅନୁଯାୟୀ ଅନୁକୂଳ ହୋଇଥାଏ । ଏହି ରଙ୍ଗଗୁଡ଼ିକ ସ୍ୱଚ୍ଛତାର ଭାବନାକୁ ପ୍ରୋତ୍ସାହିତ କରିବା ସହିତ ଏକ ସକାରାତ୍ମକ ବାତାବରଣ ବଜାୟ ରଖିବାରେ ସହାୟକ ହୋଇଥାଏ ।

 

4. ସ୍ନାନାଗାରର ଚଟାଣ ବା ଫ୍ଲୋରି ପାଇଁ ବାସ୍ତୁ



କାର୍ଯ୍ୟଦକ୍ଷତା ଏବଂ ବାସ୍ତୁ ଅନୁକୂଳତା ପାଇଁ ଦକ୍ଷ ଡ୍ରେନେଜ୍ ଅତ୍ୟାବଶ୍ୟକ ହୋଇଥାଏ । ଆପଣଙ୍କ ସ୍ନାନାଗାର ଓ ଶୌଚାଳୟରେ ଯେପରି ପାଣିର ସୁଚାରୁ ପ୍ରବାହକୁ ସୁନିଶ୍ଚିତ କରୁଥିବା ସୁ-ନିର୍ମିତ ଡ୍ରେନେଜ୍ ବ୍ୟବସ୍ଥା ରହେ ତାହା ସୁନିଶ୍ଚିତ କରନ୍ତୁ । ଉପଯୁକ୍ତ ଡ୍ରେନେଜ୍ ପାଣିର ଜମାଟକୁ ପ୍ରତିରୋଧ କରେ; ପାଣି ଜମା ହୋଇ ରହିଲେ ନକାରାତ୍ମକ ଶକ୍ତି ଆସିଥାଏ ।

 

5. ଶୌଚାଳୟ ଡ୍ରେନେଜ୍ ପାଇଁ ବାସ୍ତୁ



କାର୍ଯ୍ୟଦକ୍ଷତା ଏବଂ ବାସ୍ତୁ ଅନୁକୂଳତା ପାଇଁ ଦକ୍ଷ ଡ୍ରେନେଜ୍ ଅତ୍ୟାବଶ୍ୟକ ହୋଇଥାଏ । ଆପଣଙ୍କ ସ୍ନାନାଗାର ଓ ଶୌଚାଳୟରେ ଯେପରି ପାଣିର ସୁଚାରୁ ପ୍ରବାହକୁ ସୁନିଶ୍ଚିତ କରୁଥିବା ସୁ-ନିର୍ମିତ ଡ୍ରେନେଜ୍ ବ୍ୟବସ୍ଥା ରହେ ତାହା ସୁନିଶ୍ଚିତ କରନ୍ତୁ । ଉପଯୁକ୍ତ ଡ୍ରେନେଜ୍ ପାଣିର ଜମାଟକୁ ପ୍ରତିରୋଧ କରେ; ପାଣି ଜମା ହୋଇ ରହିଲେ ନକାରାତ୍ମକ ଶକ୍ତି ଆସିଥାଏ ।

 

6. ସ୍ନାନାଗାରରେ ୟୁଟିଲିଟି ଏବଂ ଫିକ୍ସର୍ ଗୁଡ଼ିକର ସ୍ଥାପନା



ସ୍ନାନାଗାରରେ ୟୁଟିଲିଟି ଏବଂ ଫିକ୍ସର୍ ଗୁଡ଼ିକୁ ଲଗାଇବା ପାଇଁ, ବାସ୍ତୁର ଉପଦେଶ ହେଉଛି ସିଙ୍କ୍ ବା ୱାଶ୍ ବେସିନକୁ ଉତ୍ତରପୂର୍ବ ଏବଂ ଉତ୍ତର ଦିଗରେ ଲଗାଯିବା ଉଚିତ୍ । ଏହି ଅବସ୍ଥିତି ସକାରାତ୍ମକ ଶକ୍ତି ଏବଂ ସମୃଦ୍ଧିକୁ ଆକର୍ଷିତ କରିଥାଏ ବୋଲି ବିଶ୍ୱାସ କରାଯାଏ । ଅତିରିକ୍ତ ଭାବେ, ଶାୱାର୍ ବା ସ୍ନାନ ପାଇଁ ଉଦ୍ଦିଷ୍ଟ ଜାଗାକୁ ପୂର୍ବ କିମ୍ବା ଉତ୍ତରପୂର୍ବ ଦିଗରେ ସ୍ଥାନିତ କରନ୍ତୁ, ଯାହା ଦୈନନ୍ଦିନ ଦିନଚର୍ଯ୍ୟା ସମୟରେ ସକାରାତ୍ମକ ଶକ୍ତି ପ୍ରବାହକୁ ବୃଦ୍ଧି କରିଥାଏ ।

 

7. ୱାଶ୍ ବେସିନ୍ ଏବଂ ଶାୱାର୍ ସ୍ଥାପନା



ବାସ୍ତୁରେ, ୱାଶ୍ ବେସିନ୍ ଏବଂ ଶାୱାର୍ ର ଅବସ୍ଥିତି ମହତ୍ତ୍ୱ ରଖିଥାଏ । ଆଦର୍ଶ ଭାବେ, ୱାଶ୍ ବେଶିନ୍ ଉତ୍ତରପୂର୍ବ କିମ୍ବା ଉତ୍ତର ଦିଗରେ ସ୍ଥାନିତ ହେବା ଆବଶ୍ୟକ, ଯାହା ଶାନ୍ତିଦାୟକ ଏବଂ ସକାରାତ୍ମକ ବାତାବରଣ ସୃଷ୍ଟି କରିବାରେ ସହାୟକ ହୋଇଥାଏ । ସେହିଭଳି, ଶାୱାର୍ କୁ ପୂର୍ବ କିମ୍ବା ଉତ୍ତରପୂର୍ବ ଦିଗରେ ସ୍ଥାନିତ କରାଯିବା ଦ୍ୱାରା ସ୍ନାନାଗାର ମଧ୍ୟରେ ସାମଗ୍ରିକ ଶକ୍ତିର ପ୍ରବାହ ଉନ୍ନତ ହୋଇଥାଏ ।

 

8. ସ୍ନାନାଗାରର ଝରକାଗୁଡ଼ିକ ପାଇଁ ବାସ୍ତୁ ଉପଦେଶ

ସ୍ନାନାଗାର ପାଇଁ ପର୍ଯ୍ୟାପ୍ତ ଭେଣ୍ଟିଲେସନ୍ ଅତ୍ୟାବଶ୍ୟକ ହୋଇଥାଏ । ଝରକାଗୁଡ଼ିକୁ ପୂର୍ବ କିମ୍ବା ଉତ୍ତର ଦିଗରେ ରଖନ୍ତୁ, ଯାହା ଫଳରେ ପ୍ରାକୃତିକ ଆଲୋକ ଏବଂ ତାଜା ବାୟୁ ସହଜରେ ପ୍ରବାହିତ ହୋଇପାରିବ । ବାସ୍ତୁରେ ଏହି ଦିଗଗୁଡ଼ିକୁ ଅନୁକୂଳ ବିବେଚନା କରାଯାଏ, କାରଣ ତାହା ସକାରାତ୍ମକ ଏବଂ ଉତ୍ତର ବାୟୁ ଚଳାଚଳଯୁକ୍ତ ସ୍ନାନାଗାର ପରିବେଶକୁ ବଜାୟ ରଖିବାରେ ସାହାଯ୍ୟ କରେ । ଅନ୍ୟ ପକ୍ଷରେ, ଝରକାଗୁଡ଼ିକୁ ଦକ୍ଷିଣ କିମ୍ବା ଦକ୍ଷିଣପଶ୍ଚିମ ଦିଗରେ ରଖନ୍ତୁ ନାହିଁ ।

 

9. ବାଥଟବ୍ ପାଇଁ ବାସ୍ତୁ



ଯଦି ଆପଣଙ୍କ ସ୍ନାନାଗାରରେ ଏକ ଗାଧୁଆକୁଣ୍ଡ ଅଛି ତେବେ ତାହାକୁ ପଶ୍ଚିମ, ଦକ୍ଷିଣ କିମ୍ବା ଦକ୍ଷିଣପଶ୍ଚିମ ଦିଗରେ ରଖିବା କଥା ବିଚାର କରନ୍ତୁ । ଏହି ଅବସ୍ଥିତି ବାସ୍ତୁ ସିଦ୍ଧାନ୍ତ ସହିତ ସୁସଙ୍ଗତ ହୋଇଥାଏ ଏବଂ ସ୍ନାନାଗାର ମଧ୍ୟକୁ ସନ୍ତୁଳିତ ଶକ୍ତି ପ୍ରବାହକୁ ସୁନିଶ୍ଚିତ କରିଥାଏ । ବାଥଟବ୍ କୁ ଉତ୍ତରପୂର୍ବ କୋଣରେ ରଖିବାରୁ ଦୂରେଇ ରୁହନ୍ତୁ, କାରଣ ତାହା ବାସ୍ତୁ ସୁସଙ୍ଗତାକୁ ବାଧିତ କରିଥାଏ ।

 

ଏହା ବ୍ୟତୀତ, ଆହୁରି ଅନେକ ଉପଦେଶ ରହିଛି, ଯେପରିକି- ୱାଶିଂ ମେଶିନକୁ ସ୍ନାନାଗାରର ଦକ୍ଷିଣପଶ୍ଚିମ କିମ୍ବା ଉତ୍ତରପଶ୍ଚିମ ଦିଗରେ ରଖନ୍ତୁ ଏବଂ ବୈଦ୍ୟୁତିକ ଉପଯୋଗିତାଗୁଡ଼ିକୁ ସ୍ନାନାଗାରର ଦକ୍ଷିଣପୂର୍ବ ପାର୍ଶ୍ୱରେ ଲଗାନ୍ତୁ ।



ସ୍ନାନାଗାର ଏବଂ ଶୌଚାଳୟକୁ ବାସ୍ତୁ ଅନୁସାରେ ନିର୍ମାଣ କରାଗଲେ ଆପଣଙ୍କ ପାଇଁ ଏକ ସୁସଙ୍ଗତ ଏବଂ ସ୍ୱାସ୍ଥ୍ୟକର ବାସସ୍ଥାନ ସୃଷ୍ଟି ହୋଇଥାଏ । ଦ୍ୱାରର ଅବସ୍ଥିତିରୁ ଆରମ୍ଭ କରି ରଙ୍ଗ ଏବଂ ଫିକ୍ସରର ଚୟନ ପର୍ଯ୍ୟନ୍ତ, ପ୍ରତ୍ୟେକ ଉପାଦାନର ସାମଗ୍ରିକ ବାସ୍ତୁ ଅନୁପାଳନ କ୍ଷେତ୍ରରେ ଅବଦାନ ରହିଥାଏ । ଦର୍ପଣର ଅବସ୍ଥିତି ହେଉ କି ହେୟାର ଡ୍ରାଏର୍ ର ଉପଯୋଗ ହେଉ, ଏପରିକି ଆପଣଙ୍କ ବାଥଟବ୍ କୁ ସ୍ଥାନିତ କରିବା ନିମନ୍ତେ ସ୍ଥାନର ଚୟନ ହେଉ, ବାସ୍ତୁ ଶାସ୍ତ୍ରରେ ଜ୍ଞାନ ରଖୁଥିବା ଜଣେ ପେସାଦାରଙ୍କ ପରାମର୍ଶ ହାସଲ କରିବା ସର୍ବଦା ପରାମର୍ଶଯୋଗ୍ୟ ହୋଇଥାଏ । ଏହି ବ୍ଲଗ୍ ରେ ଦର୍ଶାଯାଇଥିବା ସ୍ନାନାଗାର ଏବଂ ଶୌଚାଳୟ ସମ୍ବନ୍ଧୀୟ ଉପଦେଶଗୁଡ଼ିକୁ ଅନୁସରଣ କରି, ଆପଣ ସକାରାତ୍ମକ ଶକ୍ତିର ପ୍ରବାହକୁ ଉନ୍ନତ କରିପାରିବେ ଏବଂ ନିଜ ସ୍ନାନାଗାରରେ ଏକ ଶାନ୍ତ ଏବଂ ସତେଜତା ପ୍ରଦାୟକ ବାତାବରଣ ସୃଷ୍ଟି କରିପାରିବେ ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |



ପରାମର୍ଶିତ ଭିଡିଓଗୁଡିକ |





  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....