ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj

ୱାଟରପ୍ରୁଫିଂ କେମିକାଲ୍ସ

ୱାଟରପ୍ରୁଫିଙ୍ଗ୍ କେମିକାଲ୍ସ ବ୍ୟବହାର କରି ଏକ ଢାଞ୍ଚାକୁ ୱାଟରପ୍ରୁଫ୍ ବା ଜଳ କିମ୍ବା ଆର୍ଦ୍ରତା ନିରୋଧୀ କରିବାର ପ୍ରକ୍ରିୟାକୁ ୱାଟରପ୍ରୁଫିଙ୍ଗ୍ କୁହାଯାଏ । ଏହି ପ୍ରକ୍ରିୟା ଘର ମଧ୍ୟରେ ଆର୍ଦ୍ରତାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏବଂ ଦୀର୍ଘ-ମିଆଦୀ ଜଳ ସଂସ୍ପର୍ଶ କାରଣରୁ ହେଉଥିବା କ୍ଷତିକୁ ନ୍ୟୂନତମ କରିଥାଏ ।

logo

ଯେକୌଣସି ଢାଞ୍ଚା, ବିଶେଷକରି ଘର ଓ ବିଲ୍‌‌‌ଡିଂର ସ୍ଥାୟିତ୍ୱକୁ ବୃଦ୍ଧି କରିବା ପାଇଁ ୱାଟରପ୍ରୁଫିଙ୍ଗ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ୱାଟରପ୍ରୁଫିଙ୍ଗ୍ ସାମଗ୍ରୀର ଉପଯୋଗ ଆଭ୍ୟନ୍ତରୀଣ କାନ୍ଥକୁ ସୁରକ୍ଷା ଦେଇଥାଏ, ଢାଞ୍ଚାଗତ କ୍ଷତି, ଧାତବର କଳଙ୍ଗି ଏବଂ କାଠର କ୍ଷୟକୁ ପ୍ରତିରୋଧ କରିଥାଏ ।

ନିଜ ଘରକୁ ଆର୍ଦ୍ରତାକୁ ପ୍ରତିରୋଧ କରାଯିବା କାହିଁକି ଆବଶ୍ୟକ?

ଆର୍ଦ୍ରତା ଦୃଶ୍ୟମାନ ହେବା ବେଳକୁ ତାହା ଆଭ୍ୟନ୍ତରୀଣ କ୍ଷତି କରିସାରିଥାଏ ଏବଂ ତାହାକୁ ଦୂର କରିବା ପାଖାପାଖି ଅସମ୍ଭବ ଅଟେ । ପ୍ରଭାବିତ ସ୍ଥାନକୁ ମରାମତି କିମ୍ବା ପୁନର୍ବାର ରଙ୍ଗ କରିବା ମହଙ୍ଗା ତ ହୋଇଥାଏ, କିନ୍ତୁ ତାହା କେବଳ ଅସ୍ଥାୟୀ ପ୍ରତିକାର ଦେଇଥାଏ ।



ତେଣୁ ନିଜ ଘରକୁ ଆରମ୍ଭରୁ ହିଁ ଆର୍ଦ୍ରତାରୁ ସୁରକ୍ଷିତ ରଖିବା ପାଇଁ ଫଳପ୍ରଦ ପ୍ରତିରୋଧାତ୍ମକ ପଦକ୍ଷେପ ନିଆଯିବା ବିଜ୍ଞତାର ପରିଚୟ ଅଟେ । ଆପଣଙ୍କ ଘରର ସୁଦୃଢ଼ତାକୁ ସୁନିଶ୍ଚିତ କରିବା ପାଇଁ ଆରମ୍ଭରୁ ହିଁ ଆର୍ଦ୍ରତାରୁ ଘରକୁ ସୁରକ୍ଷିତ କରିବାର ପଦକ୍ଷେପ ନିଅନ୍ତୁ । ଅଲ୍ଟ୍ରାଟେକ୍ର ଗବେଷଣାଗାରରେ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ୱେଦର୍ ପ୍ରୋ ପ୍ରିଭେଣ୍ଟିଭ୍ ୱାଟରପ୍ରୁଫିଂ ସିଷ୍ଟମ୍, ଏବେ ଉପଲବ୍ଧ ଅଟେ । 



ନିର୍ମାଣ କାର୍ଯ୍ୟରେ ୱାଟରପ୍ରୁଫିଙ୍ଗ୍ ପାଇଁ ପ୍ରୟୋଗ ସ୍ଥାନଗୁଡ଼ିକ


1. ଉତ୍ତମ ଆର୍ଦ୍ରତା ପ୍ରତିକାର

logo

2. କଳଙ୍କି ଲାଗିବାରୁ ଉନ୍ନତ ପ୍ରତିରୋଧ

logo

3.ସୁରକ୍ଷାକୁ ସହାୟତା କରେ ନିର୍ମାଣ ଦକ୍ଷତା

logo

4. ଗୃହର ଅଧିକ ସ୍ଥାୟୀତ୍ବ

logo

5.ପ୍ଲାଷ୍ଟର କ୍ଷୟକ୍ଷତିରୁ ଉତ୍ତମ ପ୍ରତିକାର

logo



ନିର୍ମାଣ କାର୍ଯ୍ୟରେ ୱାଟରପ୍ରୁଫିଙ୍ଗ୍ ପାଇଁ ପ୍ରୟୋଗ ସ୍ଥାନଗୁଡ଼ିକ


ପାଣି ଟାଙ୍କି 

ଆପଣଙ୍କର ପାଣି ଟାଙ୍କିକୁ ୱାଟରପ୍ରୁଫିଙ୍ଗ୍ କରିବା ଦ୍ୱାରା ଆପଣଙ୍କ କାନ୍ଥ ଓ ଚଟାଣରେ ପାଣିର ଭେଦନ ଓ ଘରର ଢାଞ୍ଚାଗତ ଅଖଣ୍ଡତା ନଷ୍ଟ ହେବା ପ୍ରତିରୋଧିତ ହୁଏ । 

ଫାଉଣ୍ଡେସନ୍

ନିଜର ଘର ଓ ବିଲ୍ଡିଂର ଫାଉଣ୍ଡେସନକୁ ୱାଟରପ୍ରୁଫିଙ୍ଗ୍ କରିବା ଦ୍ୱାରା ଢାଞ୍ଚାକୁ ଦୁର୍ବଳ ହେବାରୁ ପ୍ରତିରୋଧ କରାଯାଇପାରିବ, ଯାହାଫଳରେ ଆପଣଙ୍କ ଘର ଅଧିକ ଦୀର୍ଘସ୍ଥାୟୀ ଏବଂ ଆର୍ଦ୍ରତା ନିରୋଧୀ ହୋଇପାରିବ । 

କାନ୍ଥ

ୱାଟରପ୍ରୁଫିଙ୍ଗ୍ ସଲ୍ୟୁସନ୍ସ ସହିତ ନିଜର କାନ୍ଥଗୁଡ଼ିକୁ ଆର୍ଦ୍ରତା ଏବଂ ସିକ୍ତତା ନିରୋଧୀ କରି ନିର୍ମାଣ କରିବା ଦ୍ୱାରା ଫାଉଣ୍ଡେସନର କଂକ୍ରିଟ୍ ୱାଟରପ୍ରୁଫ୍ ହୋଇଥାଏ ଏବଂ ଆର୍ଦ୍ରତାରୁ ସୁରକ୍ଷିତ ରହିଥାଏ ।


ଛାତ

ଆପଣଙ୍କ ଘର ଓ ବିଲ୍ଡିଂ ଛାତରେ ୱାଟରପ୍ରୁଫ୍ କେମିକାଲ୍ସ ଲଗାଇବା ଦ୍ୱାରା ତାହାର ମେନ୍ଫ୍ରେମ୍ ବର୍ଷା, ବରଫ ଓ କୁହୁଡ଼ିର ଆର୍ଦ୍ରତାରୁ ସୁରକ୍ଷିତ ରହିଥାଏ ।  

ବାଲ୍‌‌କୋନୀ

ବାଲକୋନୀଗୁଡ଼ିକ ୱାଟରପ୍ରୁଫିଙ୍ଗ୍ ସାମଗ୍ରୀ ଆବଶ୍ୟକ କରିଥାଏ କାରଣ ବର୍ଷା ସମୟରେ ତାହା ହିଁ ସର୍ବପ୍ରଥମେ ପାଣି ସଂସ୍ପର୍ଶରେ ଆସିଥାଏ ।  

ଟେରେସ୍

ଆପଣଙ୍କ ଘର ଓ ବିଲ୍ଡିଂର ଟେରେସ୍ ପ୍ରାୟତଃ ଅବିରତ ବର୍ଷା ସଂସ୍ପର୍ଶରେ ଆସିଥାଏ ଏବଂ ସେହି କାରଣରୁ ସିକ୍ତ ଓ କ୍ଷତିଗ୍ରସ୍ତ ହୋଇଥାଏ, ୱାଟରପ୍ରୁଫିଂ ସଲ୍ୟୁସନ୍ସ ବ୍ୟବହାର କରିବା ଦ୍ୱାରା ଜଳର ଭେଦନକୁ ପ୍ରତିରୋଧ କରାଯାଇପାରିବ । 


ବେସ୍‌‌‌ମେଣ୍ଟ

ଆପଣଙ୍କ ବେସ୍ମେଣ୍ଟ ମଧ୍ୟକୁ ଭେଦ କରୁଥିବା ଆର୍ଦ୍ରତା କାରଣରୁ ଧାତୁଗୁଡ଼ିିକ କଳଙ୍କିପ୍ରାପ୍ତ ଏବଂ କାଠଗୁଡ଼ିକ କ୍ଷୟପ୍ରାପ୍ତ ହୋଇପାରେ । ୱାଟରପ୍ରୁଫିଙ୍ଗ୍ ସାମଗ୍ରୀ ବ୍ୟବହାର କରି ତାହାକୁ ଏବଂ ତଦ୍-ଜନିତ କ୍ଷତିକୁ ପ୍ରତିରୋଧ କରାଯାଇପାରିବ । 



ନିର୍ମାଣ କାର୍ଯ୍ୟରେ ୱାଟରପ୍ରୁଫିଙ୍ଗ୍ ପାଇଁ ପ୍ରୟୋଗ ସ୍ଥାନଗୁଡ଼ିକ


water-tank.png

ଆପଣଙ୍କର ପାଣି ଟାଙ୍କିକୁ ୱାଟରପ୍ରୁଫିଙ୍ଗ୍ କରିବା ଦ୍ୱାରା ଆପଣଙ୍କ କାନ୍ଥ ଓ ଚଟାଣରେ ପାଣିର ଭେଦନ ଓ ଘରର ଢାଞ୍ଚାଗତ ଅଖଣ୍ଡତା ନଷ୍ଟ ହେବା ପ୍ରତିରୋଧିତ ହୁଏ । 

foundation.png

ନିଜର ଘର ଓ ବିଲ୍ଡିଂର ଫାଉଣ୍ଡେସନକୁ ୱାଟରପ୍ରୁଫିଙ୍ଗ୍ କରିବା ଦ୍ୱାରା ଢାଞ୍ଚାକୁ ଦୁର୍ବଳ ହେବାରୁ ପ୍ରତିରୋଧ କରାଯାଇପାରିବ, ଯାହାଫଳରେ ଆପଣଙ୍କ ଘର ଅଧିକ ଦୀର୍ଘସ୍ଥାୟୀ ଏବଂ ଆର୍ଦ୍ରତା ନିରୋଧୀ ହୋଇପାରିବ । 

walls

ୱାଟରପ୍ରୁଫିଙ୍ଗ୍ ସଲ୍ୟୁସନ୍ସ ସହିତ ନିଜର କାନ୍ଥଗୁଡ଼ିକୁ ଆର୍ଦ୍ରତା ଏବଂ ସିକ୍ତତା ନିରୋଧୀ କରି ନିର୍ମାଣ କରିବା ଦ୍ୱାରା ଫାଉଣ୍ଡେସନର କଂକ୍ରିଟ୍ ୱାଟରପ୍ରୁଫ୍ ହୋଇଥାଏ ଏବଂ ଆର୍ଦ୍ରତାରୁ ସୁରକ୍ଷିତ ରହିଥାଏ ।

Roofs

ଆପଣଙ୍କ ଘର ଓ ବିଲ୍ଡିଂ ଛାତରେ ୱାଟରପ୍ରୁଫ୍ କେମିକାଲ୍ସ ଲଗାଇବା ଦ୍ୱାରା ତାହାର ମେନ୍ଫ୍ରେମ୍ ବର୍ଷା, ବରଫ ଓ କୁହୁଡ଼ିର ଆର୍ଦ୍ରତାରୁ ସୁରକ୍ଷିତ ରହିଥାଏ । 

Balconies

ବାଲକୋନୀଗୁଡ଼ିକ ୱାଟରପ୍ରୁଫିଙ୍ଗ୍ ସାମଗ୍ରୀ ଆବଶ୍ୟକ କରିଥାଏ କାରଣ ବର୍ଷା ସମୟରେ ତାହା ହିଁ ସର୍ବପ୍ରଥମେ ପାଣି ସଂସ୍ପର୍ଶରେ ଆସିଥାଏ ।  

Terrace

ଆପଣଙ୍କ ଘର ଓ ବିଲ୍ଡିଂର ଟେରେସ୍ ପ୍ରାୟତଃ ଅବିରତ ବର୍ଷା ସଂସ୍ପର୍ଶରେ ଆସିଥାଏ ଏବଂ ସେହି କାରଣରୁ ସିକ୍ତ ଓ କ୍ଷତିଗ୍ରସ୍ତ ହୋଇଥାଏ, ୱାଟରପ୍ରୁଫିଂ ସଲ୍ୟୁସନ୍ସ ବ୍ୟବହାର କରିବା ଦ୍ୱାରା ଜଳର ଭେଦନକୁ ପ୍ରତିରୋଧ କରାଯାଇପାରିବ । 

Basement

ଆପଣଙ୍କ ବେସ୍ମେଣ୍ଟ ମଧ୍ୟକୁ ଭେଦ କରୁଥିବା ଆର୍ଦ୍ରତା କାରଣରୁ ଧାତୁଗୁଡ଼ିିକ କଳଙ୍କିପ୍ରାପ୍ତ ଏବଂ କାଠଗୁଡ଼ିକ କ୍ଷୟପ୍ରାପ୍ତ ହୋଇପାରେ । ୱାଟରପ୍ରୁଫିଙ୍ଗ୍ ସାମଗ୍ରୀ ବ୍ୟବହାର କରି ତାହାକୁ ଏବଂ ତଦ୍-ଜନିତ କ୍ଷତିକୁ ପ୍ରତିରୋଧ କରାଯାଇପାରିବ । 


ଅଲ୍‌‌ଟ୍ରାଟେକ୍ ୱାଟରପ୍ରୁଫିଙ୍ଗ୍ କେମିକାଲ୍ସ

ଅଲ୍ଟ୍ରାଟେକ୍ର ୱେଦର୍ ପ୍ରୋ ୱାଟରପ୍ରୁଫିଙ୍ଗ୍ ଏକ ବିଶିଷ୍ଟ ପ୍ରତିରୋଧାତ୍ମକ ୱାଟରପ୍ରୁଫିଂ ସିଷ୍ଟମ୍ ଅଟେ, ଯାହାକୁ ନିର୍ମାଣ ସମୟରେ ବ୍ୟବହାର କରାଯାଇଥାଏ । ୱେଦର୍ ପ୍ରୋ ସିଷ୍ଟମ୍ ଆପଣଙ୍କ ଘରକୁ ଫଳପ୍ରଦ ଢଙ୍ଗରେ ଆର୍ଦ୍ରତାରୁ ସୁରକ୍ଷିତ ରଖିଥାଏ । ଆମର ୱେଦର୍ ପ୍ରୋ ୱାଟରପ୍ରୁଫିଙ୍ଗ୍ ସିଷ୍ଟମ୍‌‌ରେ ଦୁଇଟି ଉପାଦାନ ରହିଛି:





ସାରାଂଶ/ଉପସଂହାର

ଆପଣ ନିଜର ନିକଟତମ ଅଲ୍‌ଟ୍ରାଟେକ୍ ହୋମ୍ ଏକ୍ସପର୍ଟ ଷ୍ଟୋରରୁ ଅଲ୍‌ଟ୍ରାଟେକ୍ ୱାଟରପ୍ରୁଫିଂ କେମିକାଲ୍ସ କ୍ରୟ କରିପାରିବେ ।



ବାରମ୍ବାର ପଚରାଯାଉଥିବା ପ୍ରଶ୍ନ

ଛାତ, ବାହ୍ୟ କାନ୍ଥ, ଚଟାଣ ଏବଂ ଏପରିକି ଫାଉଣ୍ଡେସନ୍ ମଧ୍ୟ ଦେଇ ଆର୍ଦ୍ରତା ଆପଣଙ୍କ ଘର ମଧ୍ୟକୁ ପ୍ରବେଶ କରିପାରେ । ତେଣୁ, ନିଜ ଘରର ସୁଦୃଢ଼ତାକୁ ଆର୍ଦ୍ରତାରୁ ସୁରକ୍ଷିତ ରଖିବା ପାଇଁ ନିଜର ସମଗ୍ର ଘରକୁ ଅଲ୍ଟ୍ରାଟେକ୍ ୱେଦର୍ ପ୍ଲସ୍ ସହିତ ନିର୍ମାଣ କରନ୍ତୁ । ଅଲ୍ଟ୍ରାଟେକ୍ ୱେଦର୍ ପ୍ଲସ୍ ପାଣିକୁ ବିକର୍ଷିତ କରିଥାଏ ଏବଂ ଆର୍ଦ୍ରତାକୁ ଘର ମଧ୍ୟକୁ ପ୍ରବେଶ କରିବାରୁ ଉତ୍ତମ ସୁରକ୍ଷା ଦେଇଥାଏ । 

ଆପଣଙ୍କ ଘରର ଢାଞ୍ଚା ମଧ୍ୟକୁ ପ୍ରବେଶ କରୁଥିବା ଅବାଞ୍ଛିତ ଜଳସିକ୍ତତାକୁ ଆର୍ଦ୍ରତା ବା ଡାମ୍ପନେସ୍ କୁହାଯାଏ । ଆର୍ଦ୍ରତା ଆପଣଙ୍କ ଘରର ସୁଦୃଢ଼ତାର ସବୁଠାରୁ ବଡ଼ ଶତ୍ରୁ ଅଟେ । ଆର୍ଦ୍ରତା ଆପଣଙ୍କ ଘର ମଧ୍ୟକୁ ଥରେ ପ୍ରବେଶ କରିଗଲେ, ତାହା ଦ୍ରୁତ ଗତିରେ ବ୍ୟାପିଥାଏ ଏବଂ ଆପଣଙ୍କ ଘରର ଢାଞ୍ଚାକୁ ଭିତରୁ ଫମ୍ପା ଓ ଦୁର୍ବଳ କରିବା ଆରମ୍ଭ କରିଦେଇଥାଏ । ଆର୍ଦ୍ରତା ଆପଣଙ୍କ ଘରର ଜୀବନକାଳକୁ ହ୍ରାସ କରିଥାଏ ଏବଂ ଚୂଡ଼ାନ୍ତ ରୂପେ ଜଳ କ୍ଷରଣ ସମସ୍ୟାରେ ପରିଣତ ହୁଏ । 

ଆର୍ଦ୍ରତା ଆପଣଙ୍କ ଘରର ଯେକୌଣସି ଅଂଶରୁ ପ୍ରବେଶ କରିପାରେ । ତାହା ଛାତ ଓ କାନ୍ଥ ମଧ୍ୟ ଦେଇ ପ୍ରବେଶ କରିପାରେ, ଏବଂ ଦ୍ରୁତଗତିରେ ସାରା ଘର ମଧ୍ୟରେ ବ୍ୟାପିଯାଇପାରେ । ଏପରିକି ଏହା ଆପଣଙ୍କ ଘରର ଫାଉଣ୍ଡେସନ୍ ମଧ୍ୟ ଦେଇ ମଧ୍ୟ ପ୍ରବେଶ କରିପାରେ, ଏବଂ ତା’ପରେ କାନ୍ଥ ମାଧ୍ୟମରେ ବ୍ୟାପିଯାଇପାରେ ।

ଆର୍ଦ୍ରତା ଷ୍ଟିଲ୍କୁ କ୍ଷତିଗ୍ରସ୍ତ କରିଥାଏ ଏବଂ ଆର୍ସିସିରେ ଫାଟ ସୃଷ୍ଟି କରିଥାଏ, ଯାହା ଫଳରେ ଢାଞ୍ଚାର ସୁଦୃଢ଼ତା ହ୍ରାସିତ ହୋଇଥାଏ । ଏହାଦ୍ୱାରା ଆପଣଙ୍କ ଘରର ଢାଞ୍ଚା ଭିତରୁ ଫମ୍ପା ଏବଂ ଦୁର୍ବଳ ହୋଇଯାଏ ଓ ଘରର ସ୍ଥାୟିତ୍ୱ ପ୍ରଭାବିତ ହୁଏ । ଦୁର୍ଭାଗ୍ୟବଶତଃ, ଯେତେବେଳେ ଆର୍ଦ୍ରତା ଆଖିକୁ ଦୃଶ୍ୟମାନ ହୁଏ, ସେତେବେଳକୁ ତାହା କ୍ଷୟକ୍ଷତି କରିସାରିଥାଏ! 

ଆର୍ଦ୍ରତା ଏକ ଦୁଃସାଧ୍ୟ ରୋଗ ଭଳି ଅଟେ, ଯାହା ଆପଣଙ୍କ ଘରକୁ ଭିତରୁ ଫମ୍ପା ଏବଂ ଦୁର୍ବଳ କରିଦେଇଥାଏ । ଆର୍ଦ୍ରତା ଥରେ ପ୍ରବେଶ କରିଗଲେ, ସେଥିରୁ ମୁକ୍ତି ପାଇବା ଅସମ୍ଭବ ହୋଇଯାଏ । ୱାଟରପ୍ରୁଫିଙ୍ଗ୍ କୋଟ୍, ରଙ୍ଗ କିମ୍ବା ଡିଷ୍ଟେମ୍ପର୍ର ପତଳା ଆସ୍ତରଣ ଖୁବ୍ ଶୀଘ୍ର ଛାଲ ଭଳି ଉତୁରିଯାଇଥାଏ ଏବଂ ତାହା ଆର୍ଦ୍ରତା ବିରୁଦ୍ଧରେ ଦୀର୍ଘ-ମିଆଦୀ ସୁରକ୍ଷା ଯୋଗାଇ ନ ଥାଏ । ପୁନଃପ୍ଲାଷ୍ଟରିଂ ଏବଂ ପୁନଃ ରଙ୍ଗକରଣ ମହଙ୍ଗା ଓ ଅସୁବିଧାଜନକ ହେବା ସତ୍ତ୍ୱେ ତାହା ଆପଣଙ୍କୁ କେବଳ ଅସ୍ଥାୟୀ ଉପଶମ ପ୍ରଦାନ କରିଥାଏ । ତେଣୁ, ନିଜ ଘରର ସୁଦୃଢ଼ତାକୁ ଆର୍ଦ୍ରତାରୁ ସୁରକ୍ଷିତ ରଖିବା ପାଇଁ ପ୍ରତିରୋଧାତ୍ମକ ବା ନିବାରଣମୂଳକ ସମାଧାନ ବ୍ୟବହାର କରିବା ବିଜ୍ଞତାର ପରିଚୟ ଅଟେ । 


Loading....