ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ନିର୍ମାଣ କାର୍ଯ୍ୟରେ ଉପଯୁକ୍ତ ବ୍ୟାକ୍‌‌‌ଫିଲିଙ୍ଗର ମହତ୍ତ୍ୱକୁ ବୁଝନ୍ତୁ

ନିର୍ମାଣ କାର୍ଯ୍ୟ ଓ ବିଲଡିଂ ଫାଉଣ୍ଡେସନରେ ବ୍ୟାକ୍‌‌‌ଫିଲିଙ୍ଗର ମହତ୍ତ୍ୱକୁ ଜାଣନ୍ତୁ : ଯେପରିକି- ତାହାର ଅର୍ଥ କ’ଣ, ଢାଞ୍ଚାର ଅଖଣ୍ଡତା ଉପରେ ତାହାର କି ପ୍ରଭାବ ରହିଥାଏ ଏବଂ ଏହି କାର୍ଯ୍ୟ ପାଇଁ ସଠିକ୍ ସାମଗ୍ରୀଗୁଡ଼ିକ କ’ଣ କ’ଣ ।

Share:


ଯେକୌଣସି ନିର୍ମାଣ ପ୍ରକଳ୍ପର ଢାଞ୍ଚାଗତ ଅଖଣ୍ଡତା ପାଇଁ ଏକ ମଜବୁତ ଏବଂ ଅଟଳ ଫାଉଣ୍ଡେସନ୍ ନିର୍ମାଣ କରିବା ଜରୁରୀ ହୋଇଥାଏ । ଯଦିଓ ଲୋକମାନେ ଫାଉଣ୍ଡେସନ୍‌‌‌ରେ ବ୍ୟବହୃତ ହେଉଥିବା ସାମଗ୍ରୀ ଓ ନିର୍ମାଣ କୌଶଳ ଉପରେ ଧ୍ୟାନ କେନ୍ଦ୍ରିତ କରିଥାନ୍ତି, ତଥାପି ଉପଯୁକ୍ତ ବ୍ୟାକ୍‌‌‌ଫିଲିଙ୍ଗ ବା ଖୋଳାଯାଇଥିବା ଜାଗାଗୁଡ଼ିକୁ ପୁନର୍ବାର ଭରିବାର ପ୍ରକ୍ରିୟାର ମହତ୍ତ୍ୱକୁ ଅଣଦେଖା କରାଯିବା ଉଚିତ ନୁହେଁ । ଫାଉଣ୍ଡେସନକୁ ସମର୍ଥନ ଯୋଗାଇବା ଏବଂ ଢାଞ୍ଚା ବସିବା (ସେଟ୍‌‌ଲିଂ), ମୃତ୍ତିକା କ୍ଷୟ ଏବଂ ଢାଞ୍ଚାଗତ କ୍ଷୟକ୍ଷତି ଭଳି ସମ୍ଭାବ୍ୟ ସମସ୍ୟାର ନିବାରଣରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଏହି ବ୍ଲଗ୍‌‌ରେ ଆମେ ବିଲଡିଂ ଫାଉଣ୍ଡେସନରେ ଉପଯୁକ୍ତ ବ୍ୟାକ୍‌‌ଫିଲିଙ୍ଗର ମହତ୍ତ୍ୱ, ତାହାର ସଂଜ୍ଞା, ନିର୍ମାଣ କାର୍ଯ୍ୟରେ ବ୍ୟାକ୍‌‌ଫିଲିଙ୍ଗକୁ ପ୍ରଭାବିତ କରୁଥିବା କାରକ ଏବଂ ନିର୍ମାଣ କାର୍ଯ୍ୟରେ ତାହାର ସାମଗ୍ରିକ ଲାଭଗୁଡ଼ିକୁ ଆଲୋଚନା କରିବା ।



ବ୍ୟାକ୍‌‌ଫିଲିଙ୍ଗ କ’ଣ?

ବ୍ୟାକ୍‌‌ଫିଲିଙ୍ଗର ଅର୍ଥ ହେଉଛି ଖୋଳାଯାଇଥିବା ମାଟିକୁ ଖାତରେ କିମ୍ବା ଫାଉଣ୍ଡେସନର ନିର୍ମାଣ ପରେ ତାହା ସହ ଲଗାଇ ପ୍ରତିବଦଳ କରିବାର ପ୍ରକ୍ରିୟା । ଏହା ଅନେକ ଉଦ୍ଦେଶ୍ୟକୁ ସାଧିତ କରିଥାଏ; ଯେପରିକି, ଫାଉଣ୍ଡେସନକୁ ପାର୍ଶ୍ୱିକ ସମର୍ଥନ ଯୋଗାଇବା, ଜଳ ନିଷ୍କାସନକୁ ସୁଧାରିବା ଏବଂ ମାଟିକୁ ଦୃଢ଼ୀଭୂତ କରିବା ଏବଂ ସମୟକ୍ରମେ ଫାଉଣ୍ଡେସନକୁ ସ୍ଥାନାନ୍ତର ହେବା କିମ୍ବା ବସିଯିବାରୁ ପ୍ରତିରୋଧ କରିବା । ଏହି ପ୍ରକ୍ରିୟାକୁ ଉପଯୁକ୍ତ ଢଙ୍ଗରେ ସମ୍ପାଦନ କରିବା ଦ୍ୱାରା ଫାଉଣ୍ଡେସନର ସ୍ଥିରତା ଏବଂ ସ୍ଥାୟିତ୍ୱ ସୁନିଶ୍ଚିତ ହୁଏ, ଢାଞ୍ଚାଗତ ସମସ୍ୟା ଏବଂ ମହଙ୍ଗା ମରାମତି ବାବଦୀୟ ଖର୍ଚ୍ଚର ସମ୍ଭାବନା ହ୍ରାସିତ ହୋଇଥାଏ ।

 

ନିର୍ମାଣ କାର୍ଯ୍ୟରେ ବ୍ୟାକ୍‌‌ଫିଲିଙ୍ଗ ପ୍ରକ୍ରିୟାରେ ଫାଉଣ୍ଡେସନ୍ ଚାରିପଟେ ଏବଂ ଖୋଳାଯାଇଥିବା ଖାତକୁ ଯତ୍ନର ସହିତ ଉପଯୁକ୍ତ ସାମଗ୍ରୀରେ ଭରାଯାଇଥାଏ ଏବଂ ସମ୍ପୃକ୍ତ ସାମଗ୍ରୀକୁ ଦୃଢ଼ୀଭୂତ କରାଯାଇଥାଏ । ଫାଉଣ୍ଡେସନ ପାଇଁ ବ୍ୟାକ୍‌‌ଫିଲ୍ ସାମଗ୍ରୀକୁ ତାହାର ଗୁଣଧର୍ମ ଏବଂ ନିର୍ମାଣ ସ୍ଥାନ ସହିତ ତାହାର ସୁସଙ୍ଗତା ଆଧାରରେ ଚୟନ କରାଯାଇଥାଏ । ବ୍ୟବହାର କରାଯାଉଥିବା ସବୁଠାରୁ ସାଧାରଣ ସାମଗ୍ରୀଗୁଡ଼ିକ ହେଉଛି ମାଟି, ବଜୁରି, ଭଙ୍ଗା ପଥର ଏବଂ ବାଲି । ସାମଗ୍ରୀର ଚୟନ ମାଟିର କିସମ, ଭାର ବହନ ସାମର୍ଥ୍ୟ, ଜଳ ନିଷ୍କାସନର ଆବଶ୍ୟକତା ଏବଂ ପରିବେଶଜନିତ ଦିଗ ଭଳି ବିଭିନ୍ନ କାରକ ଉପରେ ନିର୍ଭର କରିଥାଏ ।


ନିର୍ମାଣ କାର୍ଯ୍ୟରେ ବ୍ୟାକ୍‌‌ଫିଲିଙ୍ଗକୁ ପ୍ରଭାବିତ କରୁଥିବା କାରକଗୁଡ଼ିକ



ବିଲଡିଂ ଫାଉଣ୍ଡେସନରେ ଫଳପ୍ରଦ ବ୍ୟାକ୍‌‌ଫିଲିଙ୍ଗକୁ ସୁନିଶ୍ଚିତ କରିବା ଲାଗି ଅନେକ କାରକଗୁଡ଼ିକୁ ବିଚାରକୁ ନିଆଯିବା ଆବଶ୍ୟକ । ଆସନ୍ତୁ କେତେକ ମୁଖ୍ୟ କାରକଗୁଡ଼ିକ ଉପରେ ନଜର ପକାଇବା:

 

 

୧. ସଠିକ୍ ବ୍ୟାକ୍‌‌ଫିଲ୍ ସାମଗ୍ରୀ ଚୟନ କରିବା

ବ୍ୟାକ୍‌‌ଫିଲ୍ ସାମଗ୍ରୀର ଚୟନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥାଏ ଯାହା ବିଭିନ୍ନ କାରକଗୁଡ଼ିକ ଉପରେ ନିର୍ଭର କରିଥାଏ । ପ୍ରଥମତଃ, ମାଟିର କିସମ ଓ ତାହାର ଗୁଣଧର୍ମକୁ ବିଚାରକୁ ନିଆଯାଇଥାଏ । ଉଦାହରଣସ୍ୱରୂପ, ଯଦି ବିଦ୍ୟମାନ ମାଟିର ଜଳ ନିଷ୍କାସନ ସାମର୍ଥ୍ୟ ଦୁର୍ବଳ ହୋଇଥାଏ ତେବେ ଉତ୍ତମ ଜଳ ନିଷ୍କାସନ ଗୁଣଧର୍ମ ଥିବା ସାମଗ୍ରୀ, ଯେପରିକି - ବଜୁରି କିମ୍ବା ଭଙ୍ଗା ପଥର ଚୟନ କରାଗଲେ ଫାଉଣ୍ଡେସନ ଚାରିପଟେ ପାଣି ଜମିବାର ଆଶଙ୍କା ହ୍ରାସ ପାଇଥାଏ ।

 

ଦ୍ୱିତୀୟତଃ, ବ୍ୟାକ୍‌‌ଫିଲ୍ ସାମଗ୍ରୀର ଭାର-ବହନ ସାମର୍ଥ୍ୟ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଦିଗ ଅଟେ । ତାହା ଫାଉଣ୍ଡେସନକୁ ପର୍ଯ୍ୟାପ୍ତ ସମର୍ଥନ ଯୋଗାଇବା ଏବଂ ଭାରକୁ ସମାନ ଭାବେ ଚାରିଆଡ଼େ ବାଣ୍ଟିବାରେ ସକ୍ଷମ ହୋଇଥିବା ଆବଶ୍ୟକ । ସାମଗ୍ରୀ ଚୟନ କରିବା ବେଳେ, ଢାଞ୍ଚାର ପ୍ରକାର, ମାଟିର ସ୍ଥିତି ଏବଂ ଆଶା କରାଯାଉଥିବା ଭାର ଆଦି ଦିଗଗୁଡ଼ିକୁ ବିଚାରକୁ ନିଆଯିବା ଜରୁରୀ ଅଟେ ।

 

୨. ବ୍ୟାକ୍‌‌ଫିଲ୍‌ ସାମଗ୍ରୀକୁ ଦୃଢ଼ୀଭୂତ କରିବା

ବାଞ୍ଚିତ ସ୍ତରର ମାଟି ଘନତ୍ୱ ପାଇବା ପାଇଁ ବ୍ୟାକ୍‌‌ଫିଲ୍ ସାମଗ୍ରୀର ଉପଯୁକ୍ତ ଦୂଢ଼ୀକରଣ (କମ୍ପାକ୍ସନ୍) ଜରୁରୀ ହୋଇଥାଏ । ନିର୍ମାଣରେ ବ୍ୟାକ୍‌‌ଫିଲିଙ୍ଗ ଏବଂ କମ୍ପାକ୍ସନ ବାୟୁପୂର୍ଣ୍ଣ ଖାଲିସ୍ଥାନକୁ ଦୂର କରିଥାଏ, ମାଟିର ସୁଦୃଢ଼ତାକୁ ବୃଦ୍ଧି କରିଥାଏ ଏବଂ ଢାଞ୍ଚାକୁ ବସିବାରୁ ପ୍ରତିରୋଧ କରିଥାଏ । ଦୃଢ଼ୀକରଣ ବା କମ୍ପାକ୍ସନ ପ୍ରକ୍ରିୟାରେ ବିଭିନ୍ନ ଉପକରଣ ବ୍ୟବହାର କରାଯାଇଥାଏ, ଯେପରିକି - ଭାଇବ୍ରେଟୋରୀ ରୋଲର୍ କିମ୍ବା ପ୍ଲେଟ୍ କମ୍ପାକ୍ଟର୍ । ଏହି ଉପକରଣଗୁଡ଼ିକ ବ୍ୟାକ୍‌‌ଫିଲ୍ ସାମଗ୍ରୀ ଉପରେ ଚାପ ପକାଇ ତାହାର ସମରୂପତା ଏବଂ ସ୍ଥିରତାକୁ ସୁନିଶ୍ଚିତ କରିଥାଏ ।

 

ତା’ ସହିତ, କମ୍ପାକ୍ସନ୍ ପାଇଁ କେତେ ପ୍ରୟାସ ଲୋଡ଼ା ତାହା ବ୍ୟାକ୍‌‌ଫିଲ୍ ସାମଗ୍ରୀର ପ୍ରକାର, ସେଥିରେ ରହିଥିବା ଆର୍ଦ୍ରତାର ପରିମାଣ ଏବଂ ଦୃଢ଼ୀକରଣର ବାଞ୍ଛିତ ସ୍ତର ଭଳି କାରକ ଉପରେ ନିର୍ଭର କରିଥାଏ । ଉପଯୁକ୍ତ କମ୍ପାକ୍ସନ୍ ଘନତ୍ୱ ପାଇବା ପାଇଁ ଏହି ଉଦ୍ୟୋଗ ପାଇଁ ଉଦ୍ଦିଷ୍ଟ ମାର୍ଗଦର୍ଶିକା ଏବଂ ବିନିର୍ଦ୍ଦିଷ୍ଟତାକୁ ଅନୁସରଣ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ ।

 

୩. ବ୍ୟାକ୍‌‌ଫିଲିଙ୍ଗର ଅବଧି

ବିଲଡିଂ ଫାଉଣ୍ଡେସନର ଦୃଢ଼ତାକୁ ସୁନିଶ୍ଚିତ କରିବାରେ ବ୍ୟାକ୍‌‌ଫିଲିଂ ପ୍ରକ୍ରିୟା ସମ୍ପାଦନ କରାଯିବାର ସମୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ଫାଉଣ୍ଡେସନ ନିର୍ମାଣର ତୁରନ୍ତ ପରେ ବ୍ୟାକ୍‌‌ଫିଲିଙ୍ଗ ପ୍ରକ୍ରିୟା ସମ୍ପାଦନ କରାଯିବା ଉଚିତ ନୁହେଁ । ବ୍ୟାକ୍‌‌ଫିଲ୍ ସାମଗ୍ରୀର ଭାରକୁ ସମ୍ଭାଳିବା ପାଇଁ ପର୍ଯ୍ୟାପ୍ତ ଦୃଢ଼ତା ହାସଲ କରିବା ପାଇଁ ଫାଉଣ୍ଡେସନକୁ ପର୍ଯ୍ୟାପ୍ତ ସମୟ ଦିଆଯିବା ଆବଶ୍ୟକ । ଅଧିକନ୍ତୁ, ପ୍ରବଳ ବୃଷ୍ଟିପାତ ହେଉଥିବା ଅଞ୍ଚଳରେ, ଏହି ପ୍ରକ୍ରିୟାକୁ ଏପରି ସମୟରେ ସମ୍ପାଦନ କରିବା ପାଇଁ ସମୟ ନିର୍ଦ୍ଧାରିତ କରାଯିବା ଉଚିତ୍ ଯେତେବେଳେ ବର୍ଷା-ଜନିତ ମୃତ୍ତିକା କ୍ଷୟର ସମ୍ଭାବନା ସବୁଠାରୁ କମ୍ ରହିଥିବ ।


ବ୍ୟାକ୍‌‌ଫିଲିଙ୍ଗ ସାମଗ୍ରୀଗୁଡ଼ିକର ପ୍ରକାରଭେଦ



ପ୍ରକଳ୍ପର ଆବଶ୍ୟକତା ଆଧାରରେ ବିଭିନ୍ନ ପ୍ରକାର ବ୍ୟାକ୍‌‌ଫିଲିଙ୍ଗ ସାମଗ୍ରୀ ବ୍ୟବହାର କରାଯାଇପାରିବ । ସାଧାରଣ ଭାବେ ବ୍ୟବହାର କରାଯାଉଥିବା କେତେକ ସାମଗ୍ରୀଗୁଡ଼ିକ ହେଲା:

 

୧. ଖଦଡ଼-ଗୋଡ଼ିଯୁକ୍ତ ମାଟି

ଖଦଡ଼-ଗୋଡ଼ିଯୁକ୍ତ ମାଟି, ଯେପରିକି ବଜୁରି ଏବଂ ଭଙ୍ଗା ପଥରକୁ ସାଧାରଣ ଭାବେ ବ୍ୟାକ୍‌‌ଫିଲ୍ ସାମଗ୍ରୀ ଭାବେ ବ୍ୟବହାର କରାଯାଇଥାଏ । ଏହି ସାମଗ୍ରୀର ଉତ୍କୃଷ୍ଟ ଜଳ ନିଷ୍କାସନ ଗୁଣଧର୍ମ ରହିଥାଏ, ଯାହା କାରଣରୁ ସମ୍ପୃକ୍ତ ଜାଗାରୁ ପାଣି ସ୍ୱଚ୍ଛନ୍ଦରେ ବହିଯାଇଥାଏ । ସେଗୁଡ଼ିକର ଭାର ବହନର ସାମର୍ଥ୍ୟ ମଧ୍ୟ ଭଲ ହୋଇଥାଏ, ଯାହା ଫାଉଣ୍ଡେସନର ସ୍ଥିରତା ଏବଂ ଅଖଣ୍ଡତାକୁ ସୁନିଶ୍ଚିତ କରିଥାଏ ।

 

୨. ସରୁ-ଦାନାଯୁକ୍ତ ମାଟି

ସରୁ-ଦାନାଯୁକ୍ତ ବା ଫାଇନ୍-ଗ୍ରେଡେଡ୍ ମାଟି ତଥା ବାଲି ତାହାର କମ୍ପାକ୍ସନ୍ ଗୁଣଧର୍ମ ଏବଂ ଫାଉଣ୍ଡେସନର ସ୍ଥିରତାକୁ ବଜାୟ ରଖିବାର ସାମର୍ଥ୍ୟ କାରଣରୁ ଲୋକପ୍ରିୟ ବ୍ୟାକ୍‌‌ଫିଲିଂ ସାମଗ୍ରୀ ଭାବେ ପରିଗଣିତ ହୋଇଥାଏ । ଏହିସବୁ ସାମଗ୍ରୀ ପ୍ରଭାବୀ କମ୍ପାକ୍ସନକୁ ସୁବିଧାଜନକ କରିବା ସହ ସେଟଲମେଣ୍ଟକୁ ହ୍ରାସିତ କରିଥାଏ ଏବଂ ଢାଞ୍ଚାକୁ ଏକ ମଜବୁତ ସମର୍ଥନ ପ୍ରଣାଳୀ ଯୋଗାଇଥାଏ ।

 

୩. ବାଣିଜ୍ୟିକ ଉପ-ଉତ୍ପାଦ

ଫ୍ଲାଏ ଆଶ୍ ଏବଂ ସ୍ଲାଗ୍ ଭଳି ବାଣିଜ୍ୟିକ ଉପ-ଉତ୍ପାଦଗୁଡ଼ିକୁ ମଧ୍ୟ ବ୍ୟାକ୍‌‌ଫିଲ୍ ସାମଗ୍ରୀ ଭାବେ ବ୍ୟବହାର କରାଯାଇପାରିବ । ଏହି ସାମଗ୍ରୀଗୁଡ଼ିକର କମ୍ପାକ୍ସନ ବୈଶିଷ୍ଟ୍ୟ ବହୁତ ଭଲ ହେବା ସହ ସେଗୁଡ଼ିକ ପରିବେଶ ଅନୁକୂଳ ହୋଇଥାଏ । ବ୍ୟାକ୍‌‌ଫିଲିଙ୍ଗରେ ଏହି ଉପ-ଉତ୍ପାଦଗୁଡ଼ିକୁ ବ୍ୟବହାର କରାଗଲେ ଅପଚୟର ମାତ୍ରା ହ୍ରାସିତ ହୁଏ ଏବଂ ଆପଣଙ୍କୁ ଏକ ପରିବେଶ ଅନୁକୂଳ ବିକଳ୍ପ ମିଳିଥାଏ ।

 

୪. କଣ୍ଟ୍ରୋଲ୍‌‌ଡ ଲୋ-ଷ୍ଟ୍ରେଂଥ୍ ମ୍ୟାଟେରିଆଲ୍

କଣ୍ଟ୍ରୋଲ୍‌‌ଡ ଲୋ-ଷ୍ଟ୍ରେଂଥ୍ ମ୍ୟାଟେରିଆଲ୍ (ସିଏଲ୍ଏସ୍ଏମ୍), ଫ୍ଲୋଏବଲ୍ ଫିଲ୍ ବା ପ୍ରବାହକ୍ଷମ ଭରଣ ସାମଗ୍ରୀ ନାମରେ ପରିଚିତ ହୋଇଥାଏ । ଏହା ଆଉ ଏକ ପ୍ରକାର ବ୍ୟାକ୍‌‌ଫିଲ୍ ସାମଗ୍ରୀ ଅଟେ ଯାହାକୁ ବିଶେଷ ପରିସ୍ଥିତିଗୁଡ଼ିକରେ ବ୍ୟବହାର କରାଯାଇଥାଏ । ସିଏଲ୍ଏସ୍ଏମ୍ ପୋର୍ଟାଲ୍ୟାଣ୍ଡ ସିମେଣ୍ଟ, ଫ୍ଲାଏ ଆଶ୍, ସରୁ ଗୋଡ଼ି ଓ ପାଣିର ମିଶ୍ରଣ ହୋଇଥାଏ । ଏହାର ଆପେ ଆପେ ସମତଳ ହେବାର ଗୁଣଧର୍ମ ରହିଥାଏ, ତେଣୁ ବିଶାଳକାୟ ଖାତକୁ ପୋତିବା ଓ ଜଟିଳ ଜ୍ୟାମିତିକ ଆକାର ଥିବା ଜାଗା ପାଇଁ ଏହା ଉପଯୁକ୍ତ ହୋଇଥାଏ ।



ଅତଏବ, ନିର୍ମାଣ କାର୍ଯ୍ୟରେ ବ୍ୟାକ୍‌‌ଫିଲିଙ୍ଗ ପ୍ରକ୍ରିୟା ବିଲଡିଂ ଫାଉଣ୍ଡେସନର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହୋଇଥାଏ । ସଠିକ୍ ସାମଗ୍ରୀ ଚୟନ କରି, ସେଗୁଡ଼ିକୁ ଫଳପ୍ରଦ ଢଙ୍ଗରେ ଦୃଢ଼ୀଭୂତ ବା କମ୍ପାକ୍ଟିଂ କରି ଏବଂ ସମୟୋଚିତ ଭାବେ ବ୍ୟାକ୍‌‌ଫିଲିଙ୍ଗ କରି ଆମେ ନିର୍ମାଣ ପ୍ରକଳ୍ପଗୁଡ଼ିକୁ ସ୍ଥିରତା ଯୋଗାଇପାରିବା, ତାହାକୁ ବସିିବାରୁ ପ୍ରତିରୋଧ କରିପାରିବା ଏବଂ ସମ୍ଭାବ୍ୟ ଢାଞ୍ଚାଗତ ସମସ୍ୟାକୁ ଏଡ଼ାଇପାରିବା । ଉପଯୁକ୍ତ କୌଶଳକୁ ଆପଣାଇବାରେ ଅବହେଳା କଲେ, ପରେ ମରାମତି ବାବଦରେ ଅତ୍ୟଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ ଓ ଢାଞ୍ଚାର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ । ତେଣୁ, ନିର୍ମାଣ କାର୍ଯ୍ୟରେ ବ୍ୟାକ୍‌‌ଫିଲିଙ୍ଗକୁ ପ୍ରାଧାନ୍ୟ ଦେବା ଏବଂ ସମୟର ପ୍ରଭାବକୁ ସହିବାରେ ସକ୍ଷମ ସୁଦୃଢ଼ ବ୍ୟାକ୍‌‌ଫିଲ୍ ଫାଉଣ୍ଡେସନକୁ ସୁନିଶ୍ଚିତ କରିବା ନିମନ୍ତେ ବିଶେଷଜ୍ଞଙ୍କ ପରାମର୍ଶ ସହ କାମ କରିବା ଜରୁରୀ ହୋଇଥାଏ ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....