ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


କଂକ୍ରିଟ୍ କମ୍ପାକ୍ସନ୍ ପଦ୍ଧତି: ମଜବୁତ ଏବଂ ଦୀର୍ଘସ୍ଥାୟୀ ଢାଞ୍ଚା ପାଇବା ପାଇଁ ଏକ ମାର୍ଗଦର୍ଶିକା

ଦୃଢ଼ ଏବଂ ଦୀର୍ଘସ୍ଥାୟୀ କଂକ୍ରିଟ ଢାଞ୍ଚା ହାସଲ କରିବାର ପ୍ରକ୍ରିୟା ଆରମ୍ଭ ହୋଇଥାଏ ଉପଯୁକ୍ତ ଦୃଢ଼ୀକରଣ ବା କମ୍ପାକ୍ସନ୍ ସହିତ । ଏହି ସବିଶେଷ ମାର୍ଗଦର୍ଶିକାରେ ଫଳପ୍ରଦ କଂକ୍ରିଟ୍ କମ୍ପାକ୍ସନ୍ ପାଇଁ ଅତ୍ୟାବଶ୍ୟକ କୌଶଳ ଏବଂ ଉପକରଣ ବିଷୟରେ ଶିଖନ୍ତୁ ।

Share:


କଂକ୍ରିଟ୍ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ ସାମଗ୍ରୀ ଯାହା ନିଜର ଶକ୍ତି ଏବଂ ସ୍ଥାୟିତ୍ୱ ପାଇଁ ପରିଚିତ ହୋଇଥାଏ । ହେଲେ, କଂକ୍ରିଟ୍‌‌ର ଏହି ବାଞ୍ଛନୀୟ ଗୁଣକୁ ସୁନିଶ୍ଚିତ କରିବା ପାଇଁ, ଉପଯୁକ୍ତ ଦୃଢ଼ୀକରଣ ବା କମ୍ପାକ୍ସନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କଂକ୍ରିଟ୍ କମ୍ପାକ୍ସନ ପ୍ରକ୍ରିୟାରେ କଂକ୍ରିଟ୍‌‌ରେ ଫସି ରହିଥିବା ବାୟୁ ଫୋଟକାକୁ ଦୂର କରିବା ଏବଂ ମିଶ୍ରଣକୁ ଫେଣ୍ଟି ତାହାର ଶକ୍ତି ବୃଦ୍ଧି କରିବା ଏବଂ କଂକ୍ରିଟ୍‌‌ର ଜଳ-ଭେଦ୍ୟତାକୁ ହ୍ରାସ କରିବା ଅନ୍ତର୍ଭୁକ୍ତ ହୋଇଥାଏ । ଏହି ବ୍ଲଗ୍‌‌ରେ, ଆମେ କଂକ୍ରିଟ୍‌‌ର ଏହି ଅବସ୍ଥାକୁ ଫଳପ୍ରଦ ଢଙ୍ଗରେ ହାସଲ କରିବା ପାଇଁ କଂକ୍ରିଟ୍‌‌ର ବିଭିନ୍ନ କମ୍ପାକ୍ସନ୍ ପଦ୍ଧତି ଓ କୌଶଳ ବିଷୟରେ ଆଲୋଚନା କରିବୁ ।



କଂକ୍ରିଟ୍ କମ୍ପାକ୍ସନ୍ କ’ଣ?


ସଦ୍ୟ ଢଳାଯାଇଥିବା କଂକ୍ରିଟ୍‌ ମଧ୍ୟରେ ଫସି ରହିଯାଇଥିବା ବାୟୁ ଫୋଟକାଗୁଡ଼ିକୁ ଫେଣ୍ଟି ହ୍ରାସ କରିବାର ପ୍ରକ୍ରିୟାକୁ କଂକ୍ରିଟ୍ ଦୃଢ଼ୀକରଣ ବା କମ୍ପାକ୍ସନ୍ କୁହାଯାଇଥାଏ । ଏହା କଂକ୍ରିଟ୍ ମଧ୍ୟରେ ରହିଥିବା ରିକ୍ତ ସ୍ଥାନକୁ ଦୂର କରି, କଂକ୍ରିଟ୍‌‌ର ଘନତାକୁ ବୃଦ୍ଧି କରି ଏବଂ ଗୋଡ଼ି, ବାଲି ସହ ସିମେଣ୍ଟ ପେଷ୍ଟ୍‌‌‌ର ଉତ୍ତମ ବନ୍ଧନକୁ ପ୍ରୋତ୍ସାହିତ କରି କଂକ୍ରିଟ୍‌‌ର ସାମଗ୍ରିକ ଗୁଣବତ୍ତାକୁ ଉନ୍ନତ କରିଥାଏ । କମ୍ପାକ୍ସନ୍ କଂକ୍ରିଟ୍ ଢାଞ୍ଚାର ଦୃଢ଼ତା, ସ୍ଥାୟିତ୍ୱ ଏବଂ ଦୀର୍ଘ ଜୀବନରେ ଅପେକ୍ଷାକୃତ ସହାୟକ ହୋଇଥାଏ । ଉପଯୁକ୍ତ କମ୍ପାକ୍ସନ୍ ହାସଲ କରି ଆପଣ କଂକ୍ରିଟ୍‌‌ରେ ଦେଖାଦେଉଥିବା ବିଭିନ୍ନ ଧରଣର ଫାଟକୁ ମଧ୍ୟ ଏଡ଼ାଇପାରିବେ ଓ ତାହାର ସାମଗ୍ରିକ ଜୀବନକୁ ବୃଦ୍ଧି କରିପାରିବେ ।

 

ଅନେକ ପ୍ରକାର କଂକ୍ରିଟ୍ କମ୍ପାକ୍ସନ୍ ପଦ୍ଧତି ରହିଛି । ପ୍ରତ୍ୟେକ ପଦ୍ଧତିର ନିଜସ୍ୱ ଅନନ୍ୟ ଲାଭ ଓ ପ୍ରୟୋଗ ରହିଛି । ନିମ୍ନଲିଖିତ ଅନୁଚ୍ଛେଦଗୁଡ଼ିକରେ ଆମେ ସେଗୁଡ଼ିକ ବିଷୟରେ ଆଲୋଚନା କରିବା ।


କଂକ୍ରିଟ୍ କମ୍ପାକ୍ସନ୍‌‌ର ପ୍ରକାରଭେଦ



୧. ମାନୁଆଲ୍ କମ୍ପାକ୍ସନ୍ (ହାତରେ କମ୍ପାକ୍ସନ୍ କରିବା)

ମାନୁଆଲ୍ କମ୍ପାକ୍ସନ୍, ଅର୍ଥାତ୍ ହାତ ଦ୍ୱାରା କଂକ୍ରିଟ୍‌‌ର ଦୃଢ଼ୀକରଣ ବା କମ୍ପାକ୍ସନ୍ ପ୍ରକ୍ରିୟାରେ ଶ୍ରମିକମାନଙ୍କ ଶାରୀରିକ ପରିଶ୍ରମ ଆବଶ୍ୟକ ହୋଇଥାଏ । ସେମାନେ କଂକ୍ରିଟ୍‌‌କୁ ଦୃଢ଼ୀଭୂତ କରିବା ପାଇଁ ହାତଧରା ଉପକରଣ ବ୍ୟବହାର କରିଥାନ୍ତି । ଏଥିରେ ସାଧାରଣତଃ କରଣି, ଟାମ୍ପର୍ ଏବଂ ରଡ୍ ଭଳି ସାଧନ ବ୍ୟବହ୍ୟତ ହୁଏ । ଛୋଟ ଆକାରର ପ୍ରକଳ୍ପ କିମ୍ବା ବଡ଼ ବଡ଼ କମ୍ପାକ୍ସନ୍ ଉପକରଣ ପହଞ୍ଚି ପାରୁ ନ ଥିବା ଜାଗା ପାଇଁ ଏହା ଉପଯୁକ୍ତ ।

 

ମାନୁଆଲ୍ କମ୍ପାକ୍ସନ୍ ସମୟରେ, ଶ୍ରମିକମାନେ କଂକ୍ରିଟ୍ ମିଶ୍ରଣକୁ ଯତ୍ନର ସହିତ ଚାପି, ଦବାଇ ଏବଂ ବାଡ଼େଇ ସେଥିରୁ ବାୟୁ ଫୋଟକାଗୁଡ଼ିକୁ ଦୂର କରି କଂକ୍ରିଟ୍‌କୁ ମଜବୁତ କରିଥାନ୍ତି । କୁଶଳୀ କର୍ମଚାରୀମାନେ ଆବଦ୍ଧ ଜାଗା କିମ୍ବା ଜଟିଳ ରିଇନ୍‌‌ଫୋର୍ସମେଣ୍ଟ ରହିଥିବା ଜାଗାରେ ଫଳପ୍ରଦ ଭାବେ କଂକ୍ରିଟ୍‌‌ର କମ୍ପାକ୍ସନ୍ କରିପାରନ୍ତି । ହେଲେ, ମାନୁଆଲ୍ କମ୍ପାକ୍ସନ୍ ସମୟସାପେକ୍ଷ ହେବା ସହିତ ଉପଯୁକ୍ତ କମ୍ପାକ୍ସନ୍‌‌କୁ ସୁନିଶ୍ଚିତ କରିବା ପାଇଁ ଅଭିଜ୍ଞ ଶ୍ରମିକ ଆବଶ୍ୟକ କରିଥାଏ ।

 

୨. ଚାପ ଓ ଝଟ୍‌‌କା ଦ୍ୱାରା କଂକ୍ରିଟ୍‌‌ର କମ୍ପାକ୍ସନ୍

ଚାପ ଓ ଝଟ୍‌‌କା (ପ୍ରେସର୍ ଆଣ୍ଡ ଜଲ୍ଟିଂ) କୌଶଳ ସାଧାରଣତଃ ପରୀକ୍ଷାଗାର କିମ୍ବା ପ୍ରିକାଷ୍ଟ କଂକ୍ରିଟ୍ ବିନିର୍ମାଣରେ ବ୍ୟବହୃତ ହୋଇଥାଏ । ଏହି ପଦ୍ଧତିରେ, ନମୁନା କଂକ୍ରିଟ୍‌‌ରୁ ବାୟୁ ଫୋଟକାଗୁଡ଼ିକୁ ଦୂର କରିବା ଏବଂ ଏକସମାନ ଘନତ୍ୱ ପାଇବା ପାଇଁ ତାହା ଉପରେ ଚାପ କିମ୍ବା ଝଟ୍‌‌କା ଭାର ପ୍ରୟୋଗ କରାଯାଇଥାଏ । ପରୀକ୍ଷାଗାରରେ କମ୍ପାକ୍ସନ୍ ଆପାରେଟସ୍ କିମ୍ବା କମ୍ପାକ୍ସନ୍ ଫାକ୍ଟର୍ ଆପାରେଟସ୍ ଭଳି ବିଶେଷ ଉପକରଣ ବ୍ୟବହୃତ ହୋଇଥାଏ । ଏହି ଆପାରେଟସ୍ ବା ସାଜ ସରଞ୍ଜାମ କଂକ୍ରିଟ୍ ନମୁନା ଉପରେ ଚାପ ପ୍ରୟୋଗ କରି ତାହାକୁ ଦୃଢ଼ୀଭୂତ କରିଥାଏ ଏବଂ କଂକ୍ରିଟ୍‌‌ର ନିର୍ଭୁଲ୍ ପରୀକ୍ଷଣ ତଥା ତାହାର ଗୁଣଧର୍ମର ବିଶ୍ଳେଷଣକୁ ସମ୍ଭବ କରିଥାଏ ।

 

ପ୍ରିକାଷ୍ଟ କଂକ୍ରିଟ୍ ବିନିର୍ମାଣରେ, ଜଲ୍ଟିଂ ଟେବୁଲ ବା ଭାଇବ୍ରେଟିଂ ଟେବୁଲ ବ୍ୟବହୃତ ହୋଇଥାଏ । କଂକ୍ରିଟ୍‌‌କୁ ଏହି ଟେବୁଲ ଉପରେ ରଖାଯାଏ ଏବଂ ଦ୍ରୁତ ଭୂଲମ୍ବ କମ୍ପନ ପ୍ରୟୋଗ କରାଯାାଏ, ଯାହାଫଳରେ ମିଶ୍ରଣଟି ବସିଯାଏ ଓ ସେଥିରେ ଫସି ରହିଥିବା ବାୟୁ ବାହାରିଯାଇଥାଏ । ଆଦର୍ଶ ଦୃଢ଼ତା ଏବଂ ସ୍ଥାୟିତ୍ୱ ନିମନ୍ତେ ତନ୍ନ ତନ୍ନ କମ୍ପାକ୍ସନ ଆବଶ୍ୟକ କରୁଥିବା ଉଚ୍ଚ-କାର୍ଯ୍ୟଦକ୍ଷ କଂକ୍ରିଟ୍ ଉତ୍ପାଦନ ପାଇଁ ପ୍ରାୟତଃ ଏହି କଂକ୍ରିଟ୍ କମ୍ପାକ୍ସନ୍ ପଦ୍ଧତିକୁ କାମରେ ଲଗାଯାଇଥାଏ ।

 

୩. ଘୂର୍ଣ୍ଣନ ଦ୍ୱାରା କଂକ୍ରିଟ୍ କମ୍ପାକ୍ସନ୍

ଘୂର୍ଣ୍ଣନ (ବା ସ୍ପିନିଂ) ଦ୍ୱାରା କଂକ୍ରିଟ୍‌‌ କମ୍ପାକ୍ସନ୍‌‌ ଏକ ବିଶେଷ କୌଶଳ ଅଟେ ଯାହାକୁ ନିର୍ଦ୍ଦିଷ୍ଟ କେତେକ ପ୍ରୟୋଗରେ ବ୍ୟବହାର କରାଯାଇଥାଏ । ଉଚ୍ଚ-କାର୍ଯ୍ୟଦକ୍ଷ କଂକ୍ରିଟ୍ ଉତ୍ପାଦନରେ ଏହା ଫଳପ୍ରଦ ହୋଇଥିବାକୁ ଏହି କୌଶଳକୁ ସାଧାରଣତଃ ପାଇପ୍, ଖୁଣ୍ଟ ଏବଂ ଅନ୍ୟାନ୍ୟ ସିଲିଣ୍ଡର ଆକୃତିର ପ୍ରିକାଷ୍ଟ କଂକ୍ରିଟ୍ ଢାଞ୍ଚାର ଉତ୍ପାଦନରେ ବ୍ୟବହାର କରାଯାଏ ।

 

ଏହି ପଦ୍ଧତିରେ, କଂକ୍ରିଟ୍‌‌ ଭର୍ତ୍ତି ହୋଇଥିବା ଏକ ଛାଞ୍ଚକୁ ଦ୍ରୁତ ଗତିରେ ଘୂର୍ଣ୍ଣନ ବା ସ୍ପିନ୍ କରାଯାଇଥାଏ । ଘୂର୍ଣ୍ଣନ ସମୟରେ ସୃଷ୍ଟି ହେଉଥିବା କେନ୍ଦ୍ରାପସାରୀ ବଳ ଫଳପ୍ରଦ ଭାବେ କଂକ୍ରିଟ୍‌‌ରେ ଥିବା ବାୟୁ ଫୋଟକାକୁ ଦୂର କରିବା ସହିତ କଂକ୍ରିଟ୍‌‌କୁ ଫେଣ୍ଟିଦେଇଥାଏ । ଏହି କଂକ୍ରିଟ୍ କମ୍ପାକ୍ସନ୍ ପଦ୍ଧତି ଏକସମାନ ଘନତ୍ୱକୁ ସୁନିଶ୍ଚିତ କରିଥାଏ ଏବଂ ଉଚ୍ଚ-ଗୁଣମାନର ପ୍ରିକାଷ୍ଟ ଢାଞ୍ଚା ଉତ୍ପାଦନରେ ସହାୟକ ହୋଇଥାଏ ।

 

୪. କମ୍ପନ ଦ୍ୱାରା ଯାନ୍ତ୍ରିକ କମ୍ପାକ୍ସନ୍

କଂକ୍ରିଟ୍ କମ୍ପାକ୍ସନ୍ ଯନ୍ତ୍ର, ବିଶେଷ କରି ଯାନ୍ତ୍ରିକ ଭାଇବ୍ରେଟରଗୁଡ଼ିକୁ କଂକ୍ରିଟ୍‌‌ରେ ଫଳପ୍ରଦ କମ୍ପାକ୍ସନ ହାସଲ ଲାଗି ବ୍ୟାପକ ରୂପେ ବ୍ୟବହାର କରାଯାଇଥାଏ । ଏଥିରେ ଯାନ୍ତ୍ରିକ କମ୍ପନ ସୃଷ୍ଟିକାରୀ (ବା ଭାଇବ୍ରେଟର୍) ବ୍ୟବହାର କରି କଂକ୍ରିଟ୍‌ରେ କମ୍ପନ ସୃଷ୍ଟି କରାଯାଏ, ଯାହାଫଳରେ ଉତ୍ତମ କମ୍ପାକ୍ସନ୍ ହୋଇପାରିଥାଏ । ହେଲେ, ଏହା ଧ୍ୟାନରେ ରଖାଯିବା ଆବଶ୍ୟକ ଯେ ସେଲ୍‌‌ଫ କମ୍ପାକ୍ଟିଂ କଂକ୍ରିଟ୍ ବା ସେଲ୍‌‌ଫ କନ୍‌‌ସୋଲିଡେଟିଂ କଂକ୍ରିଟ୍ (ଏସ୍‌‌ସିସି) ଭଳି ନିର୍ଦ୍ଦିଷ୍ଟ କେତେକ ତରଳ କଂକ୍ରିଟ୍ ମିଶ୍ରଣରେ ଭାଇବ୍ରେଟର୍ ବ୍ୟବହାର କରିବା ଜରୁରୀ ହୋଇ ନ ଥାଏ ।



ବିଭିନ୍ନ ପ୍ରକାର ଯାନ୍ତ୍ରିକ ଭାଇବ୍ରେଟର୍ ଉପଲବ୍ଧ ଅଛି । ସେଗୁଡ଼ିକ ପ୍ରତ୍ୟେକ ଭିନ୍ନ ଭିନ୍ନ ପ୍ରୟୋଗ ପାଇଁ ଉପଯୁକ୍ତ ହୋଇଥାଏ । ତାହା ମଧ୍ୟରୁ କେତୋଟି ହେଲା:

 

କ) ନିଡଲ୍ ଭାଇବ୍ରେଟର୍

ନିଡଲ୍ ଭାଇବ୍ରେଟର୍ ଇମର୍ସନ୍ ବା ଇଣ୍ଟର୍ନାଲ୍ ଭାଇବ୍ରେଟର୍ସ ଭାବେ ମଧ୍ୟ ପରିଚିତ, ଯାହାକୁ ସାଧାରଣତଃ କାନ୍ଥ, କଲମ୍ ଓ ଅନ୍ୟାନ୍ୟ ସଂକୀର୍ଣ୍ଣ ଭାଗରେ କଂକ୍ରିଟ୍‌‌‌ର କମ୍ପାକ୍ସନ୍ ପାଇଁ ବ୍ୟବହାର କରାଯାଇଥାଏ । ଏହି ଭାଇବ୍ରେଟର୍‌‌‌ରେ ଏକ ନମନୀୟ ଦଣ୍ଡରେ ଭାଇବ୍ରେଟିଂ ହେଡ୍ ଲାଗିଥାଏ । ଭାଇବ୍ରେଟିଂ ହେଡ୍‌‌କୁ ନିୟମିତ ବ୍ୟବଧାନରେ କଂକ୍ରିଟ୍ ମଧ୍ୟରେ ଭର୍ତ୍ତି କରାଯାଏ, ଏହାଦ୍ୱାରା ସୃଷ୍ଟି ହେଉଥିବା କମ୍ପନ ମିଶ୍ରଣକୁ ତରଳୀକୃତ କରେ, ବାୟୁ ଫୋଟକାଗୁଡ଼ିକୁ ଦୂର କରେ ଏବଂ ସମରୂପୀ କଂକ୍ରିଟ୍ କମ୍ପାକ୍ସନ୍ ହାସଲରେ ସହାୟକ ହୋଇଥାଏ ।

 

ଖ) ସର୍ଫେସ୍ ଭାଇବ୍ରେଟର୍

ସର୍ଫେସ୍ ଭାଇବ୍ରେଟର୍‌‌କୁ ସ୍କ୍ରିଡ୍ କିମ୍ବା ପ୍ୟାନ୍ ଭାଇବ୍ରେଟର୍ ମଧ୍ୟ କୁହାଯାଇଥାଏ । ଏହା ଏକ କଂକ୍ରିଟ୍ କମ୍ପାକ୍ସନ୍ ପଦ୍ଧତି ଅଟେ ଯାହାକୁ କଂକ୍ରିଟ୍ ସ୍ଲାବ୍, ପେଭମେଣ୍ଟ ଏବଂ ସମତଳ ପୃଷ୍ଠଭାଗକୁ କମ୍ପାକ୍ଟ କରିବା ପାଇଁ ବ୍ୟବହାର କରାଯାଏ । ଏହି ଭାଇବ୍ରେଟରକୁ କଂକ୍ରିଟ୍‌‌ ପୃଷ୍ଠଭାଗର ଗୋଟିଏ ପାର୍ଶ୍ୱରୁ ଆର ପାର୍ଶ୍ୱକୁ ଚାଳନା କରାଯାଇଥାଏ, ଯାହା କଂକ୍ରିଟ୍‌‌କୁ ସମତଳ କରିବା ସଙ୍ଗେ ସଙ୍ଗେ ବାୟୁ ଫୋଟକାଗୁଡ଼ିକୁ ହଟାଇଥାଏ । ସର୍ଫେସ୍ ଭାଇବ୍ରେଟର୍ ବିଶେଷ ରୂପେ ବଡ଼ ଆକାରର ଭୂସମାନ୍ତ ପୃଷ୍ଠଭାଗରେ ସ୍ମୁଦ୍ ଫିନିସ୍ ହାସଲ ପାଇଁ ବ୍ୟବହୃତ ହୋଇଥାଏ ।

 

ଗ) ଫର୍ମୱାର୍କ ଭାଇବ୍ରେଟର୍

ଫର୍ମୱାର୍କ ଭାଇବ୍ରେଟରଗୁଡିକ ବିଶେଷ ଭାବରେ ଫର୍ମୱାର୍କରେ କଂକ୍ରିଟକୁ ଫେଣ୍ଟିବା ପାଇଁ ଡିଜାଇନ୍ କରାଯାଇଥାଏ । ଏଗୁଡିକ ସନ୍ନିହିତ ରିଇନ୍‌‌ଫୋର୍ସମେଣ୍ଟ ଚାରିପଟେ ଉପଯୁକ୍ତ କଂକ୍ରିଟ୍ କମ୍ପାକ୍ସନ୍‌‌କୁ ସୁନିଶ୍ଚିତ କରିବା ଏବଂ ଏକ ସ୍ମୁଦ୍ ପୃଷ୍ଠଭାଗ ଫିନିଶ୍ ପାଇବା ପାଇଁ ବ୍ୟବହାର କରାଯାଏ । କାନ୍ଥ, ବିମ୍ ଏବଂ ସ୍ତମ୍ଭ ପରି ଉଚ୍ଚ ଗୁଣବତ୍ତା ବିଶିଷ୍ଟ କଂକ୍ରିଟ୍ ଢାଞ୍ଚା ପାଇଁ ଫର୍ମୱାର୍କ ଭାଇବ୍ରେଟର୍ ଜରୁରୀ ଅଟେ ।

 

ଘ) ଟେବୁଲ ଭାଇବ୍ରେଟର୍

ଟେବୁଲ ଭାଇବ୍ରେଟରଗୁଡିକ ପତଳା କଂକ୍ରିଟ୍ ଢାଞ୍ଚା, ଯେପରିକି ପ୍ରିକାଷ୍ଟ ପ୍ୟାନେଲ କିମ୍ବା ଟାଇଲ୍ସକୁ କମ୍ପ୍ୟାକ୍ଟ କରିବା ପାଇଁ ବ୍ୟବହୃତ ହୁଏ । କଂକ୍ରିଟ୍‌‌କୁ ଏକ ଭାଇବ୍ରେଟିଂ ଟେବୁଲ ଉପରେ ରଖାଯାଏ, ଯାହା ସମଗ୍ର ପୃଷ୍ଠକୁ କମ୍ପନଶୀଳ ଗତି ପ୍ରଦାନ କରେ । ଏହି କଂକ୍ରିଟ୍ କମ୍ପାକ୍ସନ୍ ପଦ୍ଧତିର ଗତି ପ୍ରଭାବଶାଳୀ ଭାବରେ ବାୟୁ ଫୋଟକାକୁ ଦୂର କରିଥାଏ ଏବଂ ଘନତା ବୃଦ୍ଧି କରିଥାଏ, ପତଳା ଅଂଶରେ କମ୍ପନ ଦ୍ୱାରା କଂକ୍ରିଟ୍‌‌ର ଉତ୍କୃଷ୍ଟ କମ୍ପାକ୍ସନ୍‌‌କୁ ସୁନିଶ୍ଚିତ କରିଥାଏ ।



ସଂକ୍ଷେପରେ କହିଲେ, ମଜବୁତ ଏବଂ ଦୀର୍ଘସ୍ଥାୟୀ କଂକ୍ରିଟ୍ ଢାଞ୍ଚା ପାଇବାରେ କଂକ୍ରିଟ୍ ଦୃଢ଼ୀକରଣ ବା କମ୍ପାକ୍ସନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । କଂକ୍ରିଟ୍‌ରେ ଫସି ରହିଥିବା ବାୟୁ ଫୋଟକାକୁ ଦୂର କରି ଏବଂ ମିଶ୍ରଣକୁ ସୁଦୃଢ଼ କରି କମ୍ପାକ୍ସନ୍ ପ୍ରକ୍ରିୟା କଂକ୍ରିଟ୍‌‌ର ଶକ୍ତି, ଘନତା ଏବଂ ଅଭେଦ୍ୟତାକୁ ଉନ୍ନତ କରିଥାଏ । ଆପଣ ପ୍ରେସର୍ ଓ ଜଲ୍ଟିଂ, ସ୍ପିନିଂ ଭଳି ମାନୁଆଲ୍ କମ୍ପାକ୍ସନ୍ ବାଛନ୍ତୁ କିମ୍ବା କମ୍ପନ (ଭାଇବ୍ରେସନ୍) ବ୍ୟବହାର କରି ଯାନ୍ତ୍ରିକ କମ୍ପାକ୍ସନର ବିକଳ୍ପ ବାଛନ୍ତୁ, ଜରୁରୀ କଥା ହେଉଛି ଉପଯୁକ୍ତ କୌଶଳକୁ ଅନୁସରଣ କରିବା ଏବଂ ଉପଯୁକ୍ତ ଉପକରଣକୁ କାମରେ ଲଗାଇବା ।

 

ଆପଣଙ୍କ କଂକ୍ରିଟ୍ ଢାଞ୍ଚାର ଦୀର୍ଘସ୍ଥାୟିତା ଏବଂ କାର୍ଯ୍ୟଦକ୍ଷତାକୁ ସୁନିଶ୍ଚିତ କରିବା ପାଇଁ ଦୃଢ଼ୀକରଣ ବା କମ୍ପାକ୍ସନ୍ କିପରି କରାଯିବ ସେ ସମ୍ପର୍କରେ ଅଧିକ ଜାଣିବା ପାଇଁ ଏହି ଉପାଦେୟ ଭିଡିଓଟିକୁ ଦେଖନ୍ତୁ ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....