ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


କଂକ୍ରିଟ୍ ଓ ସିମେଣ୍ଟ ମଧ୍ୟରେ ପାର୍ଥକ୍ୟକୁ ବୁଝିବା

କଂକ୍ରିଟ୍ ଏବଂ ସିମେଣ୍ଟକୁ ପ୍ରାୟତଃ ସମାନାର୍ଥରେ ବ୍ୟବହାର କରାଯାଇଥା, କିନ୍ତୁ ସେହି ଦୁଇଟି ପଦାର୍ଥ ଭିନ୍ନ ଅଟେ ଓ ଉଭୟର ଅନନ୍ୟ ଗୁଣଧର୍ମ ଏବଂ ଉଦ୍ଦେଶ୍ୟ ରହିଥାଏ। ଏହି ବ୍ଲଗ୍‌‌ରେ ଆମେ କଂକ୍ରିଟ୍ ଓ ସିମେଣ୍ଟ ମଧ୍ୟରେ ଥିବା ପାର୍ଥକ୍ୟ, ସେଗୁଡ଼ିକର ବୈଶିଷ୍ଟ୍ୟ ଏବଂ ନିର୍ମାଣ ପ୍ରକଳ୍ପଗୁଡ଼ିକରେ ସେଗୁଡ଼ିକର ଭୂମିକା ଉପରେ ଆଲୋକପାତ କରିବୁ।

Share:


ନିର୍ମାଣ କଥା ଉଠିଲେ, ଲୋକମାନେ ପ୍ରାୟତଃ ‘‘କଂକ୍ରିଟ୍’’ ଓ ‘‘ସିମେଣ୍ଟ’’ ସମାନ ବୋଲି ବୁଝିଥାନ୍ତି। କିନ୍ତୁ ତାହାକ ପ୍ରକୃତରେ ସତ ନୁହେଁ। ସିମେଣ୍ଟ ହେଉଛି ଏକ ଅଠା ଭଳି ପଦାର୍ଥ ଯାହା ଅନ୍ୟ ପଦାର୍ଥଗୁଡ଼ିକୁ ଏକାଠି ଯୋଡ଼ି ରଖିବାରେ ସାହାଯ୍ୟ କରିଥାଏ। ଏହା ଚୂନ, ମାଟି, ଶିପ ଏବଂ ବାଲିରେ ତିଆରି ହୋଇଥାଏ। ଅନ୍ୟପକ୍ଷରେ, କଂକ୍ରିଟ୍ ହେଉଛି ସିମେଣ୍ଟ ଓ ବାଲି, ଗୋଡ଼ି ଓ ପାଣିର ମିଶ୍ରଣରେ ତିଆରି ହେଉଥିବା ଏକ ଶକ୍ତ ସାମଗ୍ରୀ। ଏହା ହେଉଛି ମୌଳିକ ପାର୍ଥକ୍ୟ। ଚାଲନ୍ତୁ, କଂକ୍ରିଟ୍ ଓ ସିମେଣ୍ଟ ମଧ୍ୟରେ ଥିବା ପାର୍ଥକ୍ୟଗୁଡ଼ିକ ଉପରେ ନଜର ପକାଇବା ଯାହାଦ୍ୱାରା ଆପଣ ତାହାକୁ ଭଲଭାବରେ ବୁଝିପାରିବେ।



ସିମେଣ୍ଟ କ’ଣ?



କଂକ୍ରିଟ୍ ଓ ସିମେଣ୍ଟ ମଧ୍ୟରେ ପାର୍ଥକ୍ୟକୁ ବୁଝିବାର ପ୍ରଥମ ସୋପାନ ହେଉଛି ପ୍ରଥମେ ସିମେଣ୍ଟ କ’ଣ ତାହା ବୁଝିବା। ସିମେଣ୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ ସାମଗ୍ରୀ ଅଟେ ଯାହା ନିଜର ବନ୍ଧନକାରୀ ବା ବାଇଣ୍ଡିଂ ଗୁଣଧର୍ମ ପାଇଁ ସୁପରିଚିତ, ଏହା ପଥର, ଇଟା ଏବଂ ଟାଇଲ ଭଳି ବିଭିନ୍ନ ନିର୍ମାଣ ଉପାଦାନଗୁଡ଼ିକୁ ଯୋଡ଼ି ହୋଇ ରହିବାରେ ସାହାଯ୍ୟ କରିଥାଏ। ଏହା ମୁଖ୍ୟତଃ ଅତି ସରୁ ଭାବେ ଗୁଣ୍ଡ ହୋଇଥିବା କଞ୍ଚା ସାମଗ୍ରୀ, ଯଥା- ଚୂନ (କ୍ୟାଲସିୟମରେ ସମୃଦ୍ଧ), ବାଲି ଓ ମାଟି ଭଳି ସିଲିକାରେ ସମୃଦ୍ଧ ଉପାଦାନ, ବକ୍ସାଇଟ୍ ଭଳି ଆଲୁମିନିୟମ୍ ଉତ୍ସ, ଲୌହ ଉପଧାତୁ ଏବଂ ବେଳେବେଳେ ଶିପ, ଚକ୍, ଚୂନମିଶା ସାରମାଟି ଓ ସ୍ଲେଟ୍ ପଥର ଭଳି ଅତିରିକ୍ତ ଉପାଦାନରେ ନିର୍ମିତ ହୋଇଥାଏ।

 

ସିମେଣ୍ଟ ଉତ୍ପାଦନ ପ୍ରକ୍ରିୟାରେ ସିମେଣ୍ଟ କାରଖାନାରେ ଏହିସବୁ ଉପାଦାନଗୁଡ଼ିକର ପ୍ରକ୍ରିୟାକରଣ କରାଯାଏ ଓ ତାହାକୁ ଉଚ୍ଚ ତାପମାତ୍ରାରେ ଉତ୍ତମ କରାଯାଏ, ଯାହାଫଳରେ ଉପାଦାନଗୁଡ଼ିକ ଏକ କଠିନ ପଦାର୍ଥରେ ପରିଣତ ହୋଇଯାଏ। ଏହି କଠିନ ପଦାର୍ଥକୁ ଚୂନା କରି ପୁଣିଥରେ ଏକ ସରୁ ଗୁଣ୍ଡରେ ପରିଣତ କରାଯାଏ। ତା’ପରେ ତାହାକୁ ବାଣିଜ୍ୟିକ ବିତରଣ ପାଇଁ ବ୍ୟବହାର କରାଯାଏ। ପାଣି ସହିତ ମିଶିଲେ ସିମେଣ୍ଟରେ ଏକ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ, ତାହା ଏକ ପେଷ୍ଟରେ ପରିଣତ ହୁଏ ଓ ଧୀରେ ଧୀରେ କଠିନତା ହାସଲ କରିଥାଏ, ଯାହା ବିଭିନ୍ନ ନିର୍ମାଣ ସାମଗ୍ରୀକୁ ଫଳପ୍ରଦ ଭାବେ ଯୋଡ଼ି ରଖିଥାଏ।

 

କଂକ୍ରିଟ୍ ଓ ସିମେଣ୍ଟ ମଧ୍ୟରେ ପାର୍ଥକ୍ୟଗୁଡ଼ିକୁ ବୁଝିବା ସମୟରେ ଆପଣ ଏହା ବୁଝିରଖିବା ଆବଶ୍ୟକ ହୋଇଥାଏ ଯେ, ସିମେଣ୍ଟ ଅନେକ ଲାଭ ଯୋଗାଏ ଯାହା ମଧ୍ୟରେ ଢାଞ୍ଚାକୁ ଦୃଢ଼ତା ଏବଂ ସ୍ଥାୟିତ୍ୱ ଯୋଗାଇବାର ଏହାର ସାମର୍ଥ୍ୟ ଅନ୍ତର୍ଭୁକ୍ତ। ବିଭିନ୍ନ ନିର୍ମାଣ କାର୍ଯ୍ୟରେ ଏହାର ବହୁମୁଖୀ ଉପଯୋଗିତା ଏବଂ ଅଗ୍ନି ଓ ଅତ୍ୟଧିକ ତାପମାତ୍ରାକୁ ସହନ କରିବାର ସାମର୍ଥ୍ୟ କାରଣରୁ କୋଠା, ସଡ଼କ, ସେତୁ ତଥା ଆଧୁନିକ ଜଗତର ମେରୁଦଣ୍ଡ ସାଜିଥିବା ଅଗଣିତ ଅନ୍ୟାନ୍ୟ ଢାଞ୍ଚାଗୁଡ଼ିକର ନିର୍ମାଣ ପାଇଁ ଏହା ଏକ ଅପରିହାର୍ଯ୍ୟ ସାମଗ୍ରୀ ଭାବେ ପରିଗଣିତ ହୋଇଥାଏ।

 

 

କଂକ୍ରିଟ୍ କ’ଣ?



ସିମେଣ୍ଟର ଉପଯୋଗିତା ପାଣି ସହିତ ପ୍ରତିକ୍ରିୟାଶୀଳ ହେବାର ତାହାର ସାମର୍ଥ୍ୟରେ ପର୍ଯ୍ୟବସିତ ହୋଇଥାଏ। ପାଣି ସହିତ ମିଶିବା ପରେ ସିମେଣ୍ଟ ଏକ ପେଷ୍ଟରେ ପରିଣତ ହୋଇଯାଏ ଯାହା ଅନ୍ୟାନ୍ୟ ସାମଗ୍ରୀକୁ ଯୋଡ଼ି ରଖିପାରିଥାଏ। ଏହି ପେଷ୍ଟ ସମୟକ୍ରମେ କଠିନତା ହାସଲ କରେ ଏବଂ ବାଲି ଓ ଗୋଡ଼ି ଭଳି ଆଗ୍ରିଗେଟ୍‌‌‌ସକୁ ବାନ୍ଧି ରଖୁଥିବା ଏକ କଠିନ ପଦାର୍ଥରେ ପରିଣତ ହୁଏ, ଯାହାକୁ କଂକ୍ରିଟ୍ କୁହାଯାଏ।

 

କଂକ୍ରିଟ୍ ଏବଂ ସିମେଣ୍ଟ ମଧ୍ୟରେ ପାର୍ଥକ୍ୟକୁ ବୁଝିବା ସମୟରେ ଏହା ବୁଝିବା ଜରୁରୀ ହୋଇଥାଏ ଯେ କଂକ୍ରିଟ୍ ହେଉଛି ଏକ ଯୌଗିକ ସାମଗ୍ରୀ ଯାହା ସିମେଣ୍ଟ, ବାଲି, ଗୋଡ଼ି ଓ ପାଣିର ମିଶ୍ରଣରୁ ତିଆରି ହୋଇଥାଏ। ଏହାର ଶକ୍ତି, ସ୍ଥାୟିତ୍ୱ ଏବଂ ବହୁମୁଖୀତା କାରଣରୁ କଂକ୍ରିଟ୍ ନିର୍ମାଣ କାର୍ଯ୍ୟରେ ବ୍ୟାପକ ରୂପେ ବ୍ୟବହୃତ ହୋଇଥାଏ। କଂକ୍ରିଟ୍‌‌ର ଅନେକ ଲାଭ ରହିଛି, ଯଥା- ଢାଞ୍ଚାଗତ ଭାରକୁ ସହନ କରିବା, ଅଗ୍ନିର ନିରୋଧ କରିବାର ସାମର୍ଥ୍ୟ, ଏହାର ସ୍ୱଳ୍ପ ରକ୍ଷଣାବେକ୍ଷଣର ଆବଶ୍ୟକତା ଏବଂ ଦୀର୍ଘ ଜୀବନକାଳ।

 

ସଡ଼କ ଏବଂ ସାମୁଦ୍ରିକ ଢାଞ୍ଚା ନିର୍ମାଣ, ବିଲଡିଂ, ଭିତ୍ତିଭୂମି, ସାଜସଜ୍ଜା ଉପାଦାନ ତଥା ପରିବହନ ଭଳି ବିଭିନ୍ନ କ୍ଷେତ୍ରରେ ଏହାର ପ୍ରୟୋଗ ହୋଇଥାଏ।


ସିମେଣ୍ଟ ବନାମ କଂକ୍ରିଟ୍

 

୧. ଗଠନ

କଂକ୍ରିଟ୍ ଓ ସିମେଣ୍ଟ ମଧ୍ୟରେ ମୁଖ୍ୟ ପାର୍ଥକ୍ୟ ହେଉଛି ସେଗୁଡ଼ିକର ଗଠନ ବା ସଂରଚନା। ସିମେଣ୍ଟ କଂକ୍ରିଟ୍‌‌ର ମୁଖ୍ୟ ଉପାଦାନ ହୋଇଥାଏ ଏବଂ ଏହା ଚୂନପଥର, ମାଟି, ଶିପ ଏବଂ ସିଲିକା ବାଲିର ମିଶ୍ରଣରେ ତିଆରି ହୋଇଥାଏ। ଏହି ସାମଗ୍ରୀଗୁଡ଼ିକୁ ଚୂନା କରାଯାଇ ଉଚ୍ଚ ତାପମାତ୍ରାରେ ଉତ୍ତପ୍ତ କରାଯାଏ ଓ ପରେ ତାହାକୁ ଗୁଣ୍ଡରେ ପରିଣତ କରାଯାଏ। ଅନ୍ୟପକ୍ଷରେ, କଂକ୍ରିଟ୍ ହେଉଛି ସିମେଣ୍ଟ ଆଗ୍ରିଗେଟ୍‌‌ସ (ବାଲି ଓ ଗୋଡ଼ି) ଏବଂ ପାଣିର ଏକ ମିଶ୍ରଣ। କଂକ୍ରିଟ୍ ଓ ସିମେଣ୍ଟ ମଧ୍ୟରେ ଏହା ହିଁ ମୁଖ୍ୟ ପାର୍ଥକ୍ୟ ଅଟେ।

 

୨. କାର୍ଯ୍ୟ

ଏହି ସାମଗ୍ରୀଗୁଡ଼ିକର କାର୍ଯ୍ୟ ପଦ୍ଧତି ମଧ୍ୟରେ କଂକ୍ରିଟ୍ ଓ ସିମେଣ୍ଟର ଏକ ପ୍ରମୁଖ ପାର୍ଥକ୍ୟ ଅଟେ। ସିମେଣ୍ଟକୁ ପାଣି ସହିତ ମିଶାଯାଇ ଏକ ପେଷ୍ଟ ତିଆରି କରାଯାଏ ଯାହା ଆଗ୍ରିଗେଟ୍‌‌ସକୁ ଏକାଠି ବାନ୍ଧି ବା ଯୋଡ଼ି ରଖିତାଏ। ସିମେଣ୍ଟ ଓ ପାଣି ମଧ୍ୟରେ ସୃଷ୍ଟି ହେଉଥିବା ପ୍ରତିକ୍ରିୟା, ଯାହାକୁ ହାଇଡ୍ରେସନ୍ କୁହାଯାଏ, ପେଷ୍ଟକୁ କଠିନ କରିଥାଏ ଏବଂ ଏକ ଟାଣ ଢାଞ୍ଚା ତିଆରି କରିଥାଏ। ସମୟକ୍ରମେ, କଂକ୍ରିଟ୍ ମିଶ୍ରଣ ଟାଣ ଓ ଦୀର୍ଘସ୍ଥାୟୀ ହୋଇଯାଏ।

 

୩. ବ୍ୟବହାର

କଂକ୍ରିଟ୍ ଓ ସିମେଣ୍ଟ ମଧ୍ୟରେ ଆଉ ଏକ ପାର୍ଥକ୍ୟ ହେଉଛି ସେଗୁଡ଼ିକର ବ୍ୟବହାର ବା ଉପଯୋଗ। କଂକ୍ରିଟ୍ ତିଆରି ପାଇଁ ପ୍ରାଥମିକ ଉପାଦାନ ଭାବେ ସିମେଣ୍ଟକୁ ବ୍ୟବହାର କରାଯାଏ ଏବଂ ନିର୍ମାଣ ଶିଳ୍ପରେ କଂକ୍ରିଟ୍‌‌ର ଅନେକ ପ୍ରୟୋଗ ରହିଛି। କଂକ୍ରିଟ୍‌‌କୁ ସାଧାରଣତଃ ଫାଉଣ୍ଡେସନ୍, କାନ୍ଥ, ମେଜିଆ, ସଡ଼କ, ସେତୁ ଏବଂ ଅନ୍ୟାନ୍ୟ ଢାଞ୍ଚାର ନିର୍ମାଣରେ ବ୍ୟବହାର କରାଯାଇଥାଏ। ସିମେଣ୍ଟକୁ ମୋର୍ଟାର୍ ବା ସିମେଣ୍ଟ ମସଲା ତିଆରି ପାଇଁ ବ୍ୟବହାର କରାଯାଏ ଯାହା ଇଟା, ପଥର ଏବଂ ଟାଇଲ୍ ପାଇଁ ଏକ ବନ୍ଧନକାରୀ ସାମଗ୍ରୀ ବା ବଣ୍ଡିଂ ଏଜେଣ୍ଟ ଭାବେ କାମ କରିଥାଏ। ମାଟିକୁ ସ୍ଥିରତା ଯୋଗାଇବା ଏବଂ ଢାଞ୍ଚାଗୁଡ଼ିକର ମରାମତି କାମ ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ।

 

୪. ପ୍ରକାରଭେଦ

ଶେଷରେ, କଂକ୍ରିଟ୍ ଓ ସିମେଣ୍ଟ ମଧ୍ୟରେ ଥିବା ପାର୍ଥକ୍ୟକୁ ସେଗୁଡ଼ିକର ପ୍ରକାରଭେଦରେ ମଧ୍ୟ ଚିହ୍ନଟ କରାଯାଇପାରିବ। ସିମେଣ୍ଟର ପ୍ରକାରଭେଦ ମଧ୍ୟରେ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ପୋର୍ଟାଲାଣ୍ଡ ସିମେଣ୍ଟ, ବ୍ଲେଣ୍ଡେଡ୍ ସିମେଣ୍ଟ, ସ୍ଥାପତ୍ୟଗତ ପ୍ରକଳ୍ପରେ ବ୍ୟବହୃତ ହେଉଥିବା ଧଳା ସିମେଣ୍ଟ ଏବଂ ବନ୍ଧ ତଥା ଫାଉଣ୍ଡେସନ ପାଇଁ ବ୍ୟବହୃତ ହେଉଥିବା ସ୍ୱଳ୍ପ ଉତ୍ତାପ ସିମେଣ୍ଟ ଅନ୍ତର୍ଭୁକ୍ତ। ଏଗୁଡ଼ିକ ସିମେଣ୍ଟର ପ୍ରକାରଭେଦର ଅଳ୍ପ କେତୋଟି ଉଦାହରଣ ମାତ୍ର। ଆହୁରି ଅନେକ ପ୍ରକାର ସିମେଣ୍ଟ ରହିଛି। ସେହିଭଳି, କଂକ୍ରିଟ୍‌‌ର ପ୍ରକାରଭେଦରେ ଚୂନ କଂକ୍ରିଟ୍, ସିମେଣ୍ଟ କଂକ୍ରିଟ୍ ଏବଂ ରିଇନଫୋର୍ସଡ୍ ସିମେଣ୍ଟ କଂକ୍ରିଟ୍ ଅନ୍ତର୍ଭୁକ୍ତ। ଏହିସବୁ ପ୍ରକାରଗୁଡ଼ିକ ତାହାର ସାମଗ୍ରୀ ଏବଂ ଉଦ୍ଦେଶ୍ୟ ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ।



ସଂକ୍ଷେପରେ କହିବାକୁ ଗଲେ, ସିମେଣ୍ଟ ଓ କଂକ୍ରିଟ୍ ହେଉଛି ପରସ୍ପର ସହିତ ନିକଟ ସମ୍ପର୍କ ରଖୁଥିବା କିନ୍ତୁ ପରସ୍ପରଠାରୁ ଭିନ୍ନ ନିର୍ମାଣ ସାମଗ୍ରୀ। ସିମେଣ୍ଟ ସାମଗ୍ରୀଗୁଡ଼ିକୁ ଏକାଠି ବାନ୍ଧି ରଖିଥାଏ; ଅନ୍ୟପକ୍ଷରେ, କଂକ୍ରିଟ୍ ସିମେଣ୍ଟ, ଆଗ୍ରିଗେଟ୍ ଏବଂ ପାଣିର ମିଶ୍ରଣରେ ତିଆରି ହୋଇଥାଏ ଯାହାର ବହୁମୁଖୀ ଉପଯୋଗିତା ରହିଥାଏ। ଏହା ଫାଉଣ୍ଡେସନ୍, କାନ୍ଥ, ସଡ଼କ ଏବଂ ଆହୁରି ଅନେକ ଜାଗାରେ ବ୍ୟବହୃତ ହୁଏ। ସିମେଣ୍ଟର ପ୍ରକାରଭେଦ ମଧ୍ୟରେ ପୋର୍ଟଲାଣ୍ଡ, ବ୍ଲେଣ୍ଡେଡ୍, ଧଳା, ଦ୍ରୁତ ଗତିରେ କଠିନତା ହାସଲ କରୁଥିବା ଏବଂ କମ୍ ଉତ୍ତାପ ସିମେଣ୍ଟ ଅନ୍ତର୍ଭୁକ୍ତ। କଂକ୍ରିଟ୍ ଓ ସିମେଣ୍ଟ ମଧ୍ୟରେ ଏହି ପାର୍ଥକ୍ୟକୁ ବୁଝିରଖିବା ଦ୍ୱାରା ଆପଣଙ୍କ ପାଇଁ ଭବିଷ୍ୟତ ନିର୍ମାଣ ସମ୍ବନ୍ଧୀୟ ନିଷ୍ପତ୍ତିଗୁଡ଼ିକୁ ଗ୍ରହଣ କରିବା ସହଜ ହୋଇଯିବ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....