Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ଆମର ପ୍ରଡକ୍ଟସ୍
ଅଲ୍ଟ୍ରାଟେକ୍ ବିଲଡିଂ ପ୍ରଡକ୍ଟସ୍
Share:
• ଓପିସି ଏବଂ ପିପିସି ସିମେଣ୍ଟ ନିର୍ମାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ହୋଇଥାଏ ଯାହା ଢାଞ୍ଚାର ସ୍ଥାୟିତ୍ୱ ଓ ଶକ୍ତିକୁ ପ୍ରଭାବିତ କରେ।
• ଅର୍ଡିନାରୀ ପୋର୍ଟଲାଣ୍ଡ ସିମେଣ୍ଟ (ଓପିସି) ଏକ ବହୁମୁଖୀ ଉପଯୋଗିତାଧାରୀ ସିମେଣ୍ଟ ଅଟେ, ଯାହା ଓପିସି ୩୩, ୪୩ ଓ ୫୩ ଭଳି ଗ୍ରେଡ୍ରେ ଆସିଥାଏ ଏବଂ ପ୍ରତ୍ୟେକ ଗ୍ରେଡ୍ର ଶକ୍ତିର ମାତ୍ରା ଭିନ୍ନ ଭିନ୍ନ ହୋଇଥାଏ।
• ପୋର୍ଟଲାଣ୍ଡ ପୋଜ୍ଜୋଲାନା ସିମେଣ୍ଟ (ପିପିସି) ଜଳ ଅବଶୋଷଣ ସମୟରେ କମ୍ ଉତ୍ତପ୍ତ ହେବା ଏବଂ ରାସାୟନିକ ପଦାର୍ଥ ପ୍ରତି ବର୍ଦ୍ଧିତ ପ୍ରତିରୋଧୀ କ୍ଷମତା ଭଳି ଲାଭ ଦେଇଥାଏ।
• ସଂରଚନା, ଖର୍ଚ୍ଚ, ସୁକରଣୀୟତା, ଉପଯୋଗ, ଶକ୍ତି ଏବଂ ସ୍ଥାୟିତ୍ୱ ଭଳି ମାନଦଣ୍ଡଗୁଡ଼ିକ ଓପିସି ଏବଂ ପିପିସିକୁ ପରସ୍ପରଠାରୁ ଅଲଗା କରିଥାଏ।
• ଶକ୍ତି, ଖର୍ଚ୍ଚ ଏବଂ ପରିବେଶୀୟ ପ୍ରଭାବ ଭଳି କାରକଗୁଡ଼ିକୁ ବିଚାରକୁ ନିଆଯାଇ ପୁଙ୍ଖାନୁପୁଙ୍ଖ ମୂଲ୍ୟାୟନ ଉପରେ ଓପିସି ଏବଂ ପିପିସିର ଚୟନ ନିର୍ଭର କରିଥାଏ।
• ଉଭୟ ସିମେଣ୍ଟର ଅନନ୍ୟ ଲାଭ ରହିଥାଏ ଯାହା ଭିନ୍ନ ଭିନ୍ନ ନିର୍ମାଣ ଆବଶ୍ୟକତାକୁ ସୁହାଇଥାଏ।
ଓପିସି ସିମେଣ୍ଟର ପୂର୍ଣ୍ଣ ନାମ ହେଉଛି ‘ଅର୍ଡିନାରୀ ପୋର୍ଟଲାଣ୍ଡ ସିମେଣ୍ଟ’। ନିର୍ମାଣ ଶିଳ୍ପରେ ଏହା ସବୁଠାରୁ ସାଧାରଣ ଭାବେ ବ୍ୟବହୃତ ହେଉଥିବା ସିମେଣ୍ଟ ଅଟେ। ଏହାକୁ କ୍ଲିଙ୍କର (ଲାଭା ପିଣ୍ଡ), ଜିପସମ୍ ଏବଂ ଚୂନପଥର, ଫ୍ଲାଏ ଆଶ୍ କିମ୍ବା ସ୍ଲାଗ୍କୁ ଅତି ସୂକ୍ଷ୍ମ ଗୁଣ୍ଡରେ ପେଷାଯାଇ ଏହା ତିଆରି ହୋଇଥାଏ। ଏ ପ୍ରକାର ସିମେଣ୍ଟଟି ନିଜର ବହମୁଖୀ ଉପଯୋଗିତା ପାଇଁ ବେଶ୍ ଜଣାଶୁଣା ଏବଂ ଏହାକୁ ଫାଉଣ୍ଡେସନ୍, ସେତୁ, ସଡ଼କ ଏବଂ ଆହୁରି ଅନେକ ଢାଞ୍ଚାର ନିର୍ମାଣ ପାଇଁ ବ୍ୟବହାର କରାଯାଇଥାଏ। ଓପିସି ସିମେଣ୍ଟ ସାଧାରଣତଃ ଓପିସି ୩୩, ଓପିସି ୪୩ ଏବଂ ଓପିସି ୫୩ ଭଳି ଗ୍ରେଡ୍ରେ ଉପଲବ୍ଧ ହୋଇଥାଏ; ପ୍ରତ୍ୟେକ ଗ୍ରେଡ୍ର ଭିନ୍ନ ଭିନ୍ନ ଶକ୍ତି ସମ୍ବନ୍ଧୀୟ ଗୁଣଧର୍ମ ରହିଥାଏ।
ପିପିସିର ପୂର୍ଣ୍ଣ ନାମ ହେଉଛି ‘ପୋର୍ଟଲାଣ୍ଡ ପୋଜ୍ଜୋଲାନା ସିମେଣ୍ଟ’। ଏହା ପୋର୍ଟାଲାଣ୍ଡ ସିମେଣ୍ଟ କ୍ଲିଙ୍କର, ଜିପସମ୍ ଏବଂ ଫାଏ ଆଶ୍, ଆଗ୍ନ୍ୟେୟ ପାଉଁଶ, କାଲସିୟମଯୁକ୍ତ ମାଟି କିମ୍ବା ସିଲିକା ଧୂମ ଭଳି ପୋଜ୍ଜୋଲାନିକ୍ ସାମଗ୍ରୀରେ ତିଆରି ହୋଇଥାଏ।
ପୋଜ୍ଜୋଲାନିକ୍ ସାମଗ୍ରୀଗୁଡ଼ିକ ଯୋଗ କରାଯିବା ଦ୍ୱାରା ସିମେଣ୍ଟର ସ୍ଥାୟିତ୍ୱ, ସୁକରଣୀୟତା ଏବଂ ଦୀର୍ଘସ୍ଥାୟୀ ଶକ୍ତି ଭଳି ନିର୍ଦ୍ଦିଷ୍ଟ କେତେକ ବୈଶିଷ୍ଟ୍ୟ ବୃଦ୍ଧି ପାଇଥାଏ। ଓପିସି ତୁଳନାରେ ପିପିସି ସିମେଣ୍ଟ ଜଳ ଅବଶୋଷଣ ସମୟରେ କମ୍ ଉତ୍ତପ୍ତ ହୋଇଥାଏ, ତେଣୁ ତାପମାତ୍ରାକୁ ନିୟନ୍ତ୍ରଣରେ ରଖିବାର ଆବଶ୍ୟକତା ଥିବା ବଡ଼ ବଡ଼ କଂକ୍ରିଟ୍ ଢାଞ୍ଚାଗୁଡ଼ିକର ନିର୍ମାଣ ପାଇଁ ଏହା ଉପାଦେୟ ସାବ୍ୟସ୍ତ ହୋଇଥାଏ। ଏହାବ୍ୟତୀତ, ଏହି ସିିମେଣ୍ଟ ଆକ୍ରାମକ ରାସାୟନିକ ପଦାର୍ଥ ପ୍ରତି ପ୍ରତିରୋଧକ୍ଷମ ହୋଇଥାଏ ଏବଂ ସୁକରଣୀୟତା ପ୍ରଦାନ କରିଥାଏ।
ପିପିସି ସିମେଣ୍ଟ ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟରେ ବହୁଳ ଭାବେ ବ୍ୟବହୃତ ହୋଇଥାଏ, ବିଶେଷକରି ପରିବେଶୀୟ ପ୍ରଭାବ ଓ ଦୀର୍ଘସ୍ଥାୟୀ ସ୍ଥାୟିତ୍ୱ ଗୁରୁତ୍ୱପୂର୍ଣ୍ଣ କାରକ ହୋଇଥିବା ନିର୍ମାଣ କାର୍ଯ୍ୟରେ ଏହାକୁ ବ୍ୟବହାର କରାଯାଇଥାଏ।
ନିର୍ମାଣ କାର୍ଯ୍ୟରେ ଉଭୟ ଓପିସି ଏବଂ ପିପିସି ସିମେଣ୍ଟର ବ୍ୟବହାର କରାଯାଇଥାଏ । ଏହି ଦୁଇଟି ସିମେଣ୍ଟ ଭିନ୍ନ ଭିନ୍ନ ଉପାଦାନରେ ନିର୍ମିତ ହୋଇଥାଏ ଏବଂ ଉଭୟର ଗୁଣଧର୍ମ ମଧ୍ୟ ଭିନ୍ନ ଅଟେ। ଓପିସି ଚୂନପଥର ଓ ଚିକିଟା ମାଟିରେ ତିଆରି ହେଉଥିବା ବେଳେ, ପିପିସି ସିମେଣ୍ଟ ଚୂନପଥର ଓ ଜିପସମ୍ରେ ତିଆରି ହୋଇଥାଏ । ତେବେ, ଓପିସି ଓ ପିପିସି ସିମେଣ୍ଟ ମଧ୍ୟରେ ପାର୍ଥକ୍ୟ କ’ଣ? ନିମ୍ନପ୍ରଦତ୍ତ ମାନଦଣ୍ଡ ତାଲିକାରେ ଏହି ଦୁଇଟି ସିମେଣ୍ଟ ମଧ୍ୟରେ ପାର୍ଥକ୍ୟକୁ ଦର୍ଶାଯାଇଛି।
ମାନଦଣ୍ଡ | ଓପିସି ସିମେଣ୍ଟ | ପିପିସି ସିମେଣ୍ଟ |
ସଂରଚନା | ଓପିସି ଏବଂ ପିପିସି ସିମେଣ୍ଟ ମଧ୍ୟରେ ରହିଥିବା ମୁଖ୍ୟ ପାର୍ଥକ୍ୟ ହେଉଛି ସେଗୁଡ଼ିକର ସଂରଚନା ଏବଂ ଗଠନର ପ୍ରକୃତି। ଓପିସି ସିମେଣ୍ଟ ଚୂନପଥର ଏବଂ କ୍ଲିଙ୍କର ସହିତ ଅନ୍ୟାନ୍ୟ ସାମଗ୍ରୀର ମିଶ୍ରଣକୁ ଚୂର୍ଣ୍ଣ କରି ତିଆରି କରାଯାଇଥାଏ। |
ଏହା ଚୂନପଥର, ଚିକିଟା ମାଟି ଏବଂ ଫ୍ଲାଏ ଆଶ୍ର ମିଶ୍ରଣକୁ ପେଷାଯାଇ ତିଆରି ହୋଇଥାଏ।
|
ଖର୍ଚ୍ଚ | କ୍ଲିଙ୍କର ନିର୍ମାଣରେ ଉପଯୋଗ ହେଉଥିବା ଉଚ୍ଚତର ଶକ୍ତି ଖର୍ଚ୍ଚ ଏବଂ ଉତ୍ପାଦନ ଖର୍ଚ୍ଚ କାରଣରୁ ଓପିସି ତିଆରି ପାଇଁ ଅଧିକ ଖର୍ଚ୍ଚ ଲାଗିଥାଏ। |
ପ୍ରାୟତଃ ଓପିସି ତୁଳନାରେ ଅଧିକ ଖର୍ଚ୍ଚ-ସାଶ୍ରୟୀ ହୋଇଥାଏ କାରଣ ଏଥିରେ ଫ୍ଲାଏ ଆଶ୍ କିମ୍ବା ସ୍ଲାଗ୍ ଭଳି ପରିପୂରକ ସାମଗ୍ରୀ ଅନ୍ତର୍ଭୁକ୍ତ ହୋଇଥାଏ।
|
ସୁକରଣୀୟତା | ଗ୍ରେଡ୍ ଉପରେ ନିର୍ଭର କରି ଓପିସି ସିମେଣ୍ଟର କଣିକାର ସୂକ୍ଷ୍ମତା ଏବଂ ସେଟିଂ ସମୟ ଦ୍ୱାରା ତାହା ପ୍ରଭାବିତ ହୋଇଥାଏ। |
ଏହାର ଅତି ସୂକ୍ଷ୍ମ କଣିକା ଏବଂ ପୋଜ୍ଜୋଲାନିକ୍ ଗୁଣଧର୍ମ କାରଣରୁ ଏହା ଅଧିକ ସୁକରଣୀୟତା ଯୋଗାଇଥାଏ।
|
ଉପଯୋଗ | ଅତି ସୁଦୃଢ଼ କଂକ୍ରିଟ୍ ଆବଶ୍ୟକ ହେଉ ନ ଥିବା ନିର୍ମାଣ କାର୍ଯ୍ୟରେ ଏହି ପ୍ରକାର ସିମେଣ୍ଟ ବ୍ୟବହୃତ ହୋଇଥାଏ। |
ଅତି ସୁଦୃଢ଼ ଓ ଶକ୍ତିଶାଳୀ କଂକ୍ରିଟ୍ ଆବଶ୍ୟକ ହେଉଥିବା ନିର୍ମାଣ କାର୍ଯ୍ୟରେ ଏ ପ୍ରକାର ସିମେଣ୍ଟକୁ ବ୍ୟବହାର କରାଯାଇଥାଏ।
|
ଶକ୍ତି | ସାଧାରଣତଃ ଶୀଘ୍ର ଶକ୍ତି ହାସଲ କରିବା ପାଇଁ ଜଣାଶୁଣା ଅଟେ, ବିଶେଷ କରି ଓପିସି ୫୩ ଗ୍ରେଡ୍ କିଓରିଂର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଧିକ କମ୍ପ୍ରେସିଭ୍ ଶକ୍ତି ପ୍ରଦାନ କରିଥାଏ। |
ଏହାର ପ୍ରାରମ୍ଭିକ ଶକ୍ତି ବା ସୁଦୃଢ଼ତା କମ୍ ହୋଇଥାଇପାରେ, କିନ୍ତୁ ପିପିସି ସମୟ ସହିତ ସୁଦୃଢ଼ତା ହାସଲ କରିଥାଏ ଏବଂ ଦୀର୍ଘମିଆଦରେ ଓପିସି ଶକ୍ତିର ସମକକ୍ଷ କିମ୍ବା ତାହାଠାରୁ ଅଧିକ ସୁଦୃଢ଼ତା ହାସଲ କରିପାରିଥାଏ।
|
ସ୍ଥାୟିତ୍ୱ | ଓପିସି ଉତ୍ତମ ଶକ୍ତି ଯୋଗାଇଥାଏ, କିନ୍ତୁ ନିର୍ଦ୍ଦିଷ୍ଟ କେତେକ ପରିସ୍ଥିତିରେ ତାହାର ସ୍ଥାୟିତ୍ୱ ସାମାନ୍ୟ କମ୍ ହୋଇଥାଏ। |
ପିପିସିରେ ରହିଥିବା ପୋଜ୍ଜୋଲାନିକ୍ ସାମଗ୍ରୀଗୁଡ଼ିକ ଉତ୍ତମ ସ୍ଥାୟିତ୍ୱ ପ୍ରଦାନ କରିବା ସହିତ ଆକ୍ରାମକ ରାସାୟନିକ ପଦାର୍ଥ ପ୍ରତି ଉଚ୍ଚ ପ୍ରତିରୋଧ କ୍ଷମତା ଏବଂ ଦୀର୍ଘମିଆଦୀ ଶକ୍ତିକୁ ଉନ୍ନତ କରିବାରେ ସହାୟକ ହୋଇଥାଏ।
|
ପିପିସି ଓ ଓପିସି ସିମେଣ୍ଟ ମଧ୍ୟରେ ପାର୍ଥକ୍ୟର ବିଷୟରେ, ଆମେ ଏହା ଜାଣିବାକୁ ପାଇଲୁ ଯେ, ଉପରୋକ୍ତ ଉଭୟ ସିମେଣ୍ଟର ଅନନ୍ୟ ଲାଭ ରହିଥାଏ ଏବଂ ପ୍ରକଳ୍ପ ଆବଶ୍ୟକତା, ଖର୍ଚ୍ଚ, ପରିବେଶୀୟ ପ୍ରଭାବ ତଥା ନିର୍ମାଣ କାର୍ଯ୍ୟର ନିର୍ଦ୍ଦିଷ୍ଟ ଆବଶ୍ୟକତା ଆଧାରରେ ସେଗୁଡ଼ିକୁ ଚୟନ କରାଯାଇଥାଏ। ବିଭିନ୍ନ ମାନଦଣ୍ଡରେ ଓପିସି ଓ ପିପିସି ସିମେଣ୍ଟ ମଧ୍ୟରେ ଉପରପ୍ରଦତ୍ତ ପାର୍ଥକ୍ୟକୁ ଅନୁଧ୍ୟାନ କରି ଆପଣ ସୁଚିନ୍ତିତ ନିଷ୍ପତ୍ତି ଗ୍ରହଣ କରିବାରେ ସାହାଯ୍ୟ ପାଇପାରିବେ।
ଏହି ବ୍ଲଗ୍ରେ, ଆମେ ଓପିସି ଏବଂ ପିପିସି ସିମେଣ୍ଟ ମଧ୍ୟରେ ଥିବା ପାର୍ଥକ୍ୟଗୁଡ଼ିକ ସମ୍ପର୍କରେ ଆଲୋଚନା କରିଛୁ । ଉଭୟ ସିମେଣ୍ଟର ଭିନ୍ନ ଭିନ୍ନ ଗୁଣଧର୍ମ ରହିଥାଏ ଯେଉଁଗୁଡ଼ିକୁ ଜାଣିରଖିବା ନିହାତି ଜରୁରୀ। ଆପଣ ଯଦି ଏହି କଥାକୁ ନେଇ ସନ୍ଦିହାନ ଥାଆନ୍ତି ଯେ, ଓପିସି ଓ ପିପିସି ମଧ୍ୟରେ କେଉଁ ସିମେଣ୍ଟଟି ସବୁଠାରୁ ଭଲ, ତେବେ ସେହି ନିଷ୍ପତ୍ତି ଆପଣଙ୍କ ପ୍ରକଳ୍ପର ଆବଶ୍ୟକତାର ବ୍ୟାପକ ମୂଲ୍ୟାୟନ, ଶକ୍ତି, ସ୍ଥାୟିତ୍ୱ, ଖର୍ଚ୍ଚ, ସୁକରଣୀୟତା ଏବଂ ପରିବେଶୀୟ ପ୍ରଭାବ ଭଳି ସନ୍ତୁଳନକାରୀ କାରକ ଉପରେ ନିର୍ଭର କରିଥାଏ। ଉଭୟ ଓପିସି ଓ ପିପିସି ସିମେଣ୍ଟ ନିଜସ୍ୱ ଅନନ୍ୟ ଲାଭ ରହିଥାଏ ଏବଂ ଉପରୋକ୍ତ କାରକଗୁଡ଼ିକୁ ବିଚାରକୁ ନିଆଯାଇ ସେଗୁଡ଼ିକୁ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ।