Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ଆମର ପ୍ରଡକ୍ଟସ୍
Share:
• କଂକ୍ରିଟ୍ ପୃଷ୍ଠଭାଗ ନିମନ୍ତେ ଗ୍ରାଉଟିଂ ଏବଂ ଇପକ୍ସି ମଧ୍ୟରୁ ସଠିକ୍ ବିକଳ୍ପ ବାଛିବା ଆପଣଙ୍କ ପ୍ରୋଜେକ୍ଟ-ବିନିର୍ଦ୍ଦିଷ୍ଟ ଆବଶ୍ୟକତା ଓ ପ୍ରୟୋଜନ ଉପରେ ନିର୍ଭରଶୀଳ ହୋଇଥାଏ ।
• ସୁଲଭ ଏବଂ ବହୁ-ଉପଯୋଗୀ, ସିମେଣ୍ଟ ଗ୍ରାଉଣ୍ଟ ସିମେଣ୍ଟ, ପାଣି ଏବଂ ଆଡିଟିଭ୍ ମିଶ୍ରଣରୁ ପ୍ରସ୍ତୁତ ହୋଇଥାଏ ଏବଂ ଏହା କଂକ୍ରିଟ୍ ମଧ୍ୟରେ ଥିବା ଫାଙ୍କଗୁଡ଼ିକୁ ଭରିବା ପାଇଁ ଆଦର୍ଶ ତଥା ବିଭିନ୍ନ ପ୍ରୟୋଗ ପାଇଁ ଉପଯୁକ୍ତ ହୋଇଥାଏ ।
• ଇପକ୍ସି, ଏକ ହାଇ-ଟେକ୍ ସମାଧାନ ଅଟେ, ଯାହା କୃତ୍ରିମ ରେଜିନ୍ ଏବଂ ହାର୍ଡେନର୍ ମିଶ୍ରଣରେ ତିଆରି ହୋଇଥାଏ । ଏହା ଉତ୍କୃଷ୍ଟ ସ୍ଥାୟିତ୍ୱ, ରାସାୟନିକ ପ୍ରତିରୋଧୀ କ୍ଷମତା ଏବଂ ପସନ୍ଦ ଅନୁଯାୟୀ ସୌନ୍ଦର୍ଯ୍ୟର ବିକଳ୍ପ ପ୍ରଦାନ କରିବା ସହିତ କ୍ଷୟକ୍ଷତି ଏବଂ ଦାଗ ବିରୁଦ୍ଧରେ ଏକ ସୁରକ୍ଷାମୂଳକ କବଚ ଯୋଗାଇଥାଏ ।
• ଇପକ୍ସି ଏବଂ ସିମେଣ୍ଟ ଗ୍ରାଉଟ୍ ମଧ୍ୟରେ ପସନ୍ଦ ଆପଣଙ୍କର ଆବଶ୍ୟକତା, ପ୍ରାଥମିକତା ଏବଂ ବଜେଟ୍ ଉପରେ ନିର୍ଭରଶୀଳ ହୋଇଥାଏ ।
ଯଦି ଆପଣ ନିଜର କଂକ୍ରିଟ୍ ପୃଷ୍ଠଭାଗରେ ରହିଥିବା ଫାଙ୍କ ଏବଂ ଫାଟଗୁଡ଼ିକୁ ଭରିବାକୁ ଚାହୁଁଛନ୍ତି ତେବେ ସିମେଣ୍ଟ ଗ୍ରାଉଟ୍ ହିଁ ବାଛନ୍ତୁ - ଏହା ଏକ ବହୁ ପ୍ରୟୋଜନୀୟ ଏବଂ ଦୀର୍ଘସ୍ଥାୟୀ ସାମଗ୍ରୀ ଏବଂ ନିର୍ମାଣ ଜଗତର ଏକ ମହତ୍ତ୍ୱପୂର୍ଣ୍ଣ ଉପାଦାନ ଅଟେ ।
ସିମେଣ୍ଟ, ପାଣି ଏବଂ ଅନ୍ୟାନ୍ୟ ଆଡିଟିଭ୍ ଗୁଡ଼ିକର ମିଶ୍ରଣରେ ତିଆରି ହୋଇଥିବା ସିମେଣ୍ଟ ଗ୍ରାଉଟ୍ ଛୋଟରୁ ଅତି ଛୋଟ ଫାଙ୍କଗୁଡ଼ିକୁ ମଧ୍ୟ ସହଜରେ ଭରିଦେଇଥାଏ । ତେଣୁ ମରାମତି ଓ ପୁନରୁଦ୍ଧାର ପ୍ରକଳ୍ପଗୁଡ଼ିକ ପାଇଁ ଏହା ଆଦର୍ଶ ହୋଇଥାଏ । ତା’ ସହିତ, ଏହା ଏକ ଖର୍ଚ୍ଚ-ସାଶ୍ରୟୀ ସମାଧାନ ଅଟେ, ଯାହାକୁ ବିଭିନ୍ନ କିସମରେ ପ୍ରୟୋଗରେ ବ୍ୟବହାର କରାଯାଇପାରେ, ଚଟାଣରେ ଥିବା ଫାଙ୍କଗୁଡ଼ିକୁ ଭରିବାଠାରୁ ଆରମ୍ଭ କରି କ୍ଷତିଗ୍ରସ୍ତ କଂକ୍ରିଟ୍ ଷ୍ଟ୍ରକ୍ଚରର ମରାମତି ପର୍ଯ୍ୟନ୍ତ ।
ତେଣୁ, ଆପଣ ଏକ ନିରବଚ୍ଛିନ୍ନ ଫିନିଶ୍ ଚାହୁଁଥାନ୍ତୁ କିମ୍ବା ନିଜର କଂକ୍ରିଟ୍ ପୃଷ୍ଠଭାଗଗୁଡ଼ିକୁ ପୁନରୁଦ୍ଧାର କରିବାକୁ ଚାହୁଁଥାନ୍ତୁ, ସିମେଣ୍ଟ ଗ୍ରାଉଟ୍ ଏକ ଭରସାଯୋଗ୍ୟ ପସନ୍ଦ ଅଟେ, ଯାହା ଆପଣଙ୍କୁ କଦାପି ନିରାଶ କରିବ ନାହିଁ ।
ଏହି ହାଇ-ଟେକ୍ ସମାଧାନ ଏକ କୃତ୍ରିମ ରେଜିନ୍ ଅଟେ ଯାହା ହାର୍ଡନର୍ ସହିତ ମିଶି ରହିଥାଏ, ଯାହା ଉତ୍କୃଷ୍ଟ ସ୍ଥାୟିତ୍ୱ ସହିତ ରାସାୟନିକ ଏବଂ ପରିବେଶୀୟ କ୍ଷତି ପ୍ରତିରୋଧୀ ହୋଇଥାଏ ।
ଏହା ଆପଣଙ୍କ କଂକ୍ରିଟ୍ ପୃଷ୍ଠଭାଗ ଉପରେ ଏକ କବଚ ଭଳି କାମ କରିଥାଏ, ତାହାକୁ ବ୍ୟବହାର ଜନିତ କ୍ଷୟକ୍ଷତିରୁ ସୁରକ୍ଷା ଦେଇଥାଏ ଏବଂ ପୃଷ୍ଠଭାଗର ଜୀବନକାଳ ବୃଦ୍ଧି କରିଥାଏ । ତା’ ସହିତ, ଏହା ବ୍ୟାପକ ବର୍ଗମାଳାର ରଙ୍ଗରେ ଉପଲବ୍ଧ ହୋଇଥାଏ, ତେଣୁ ଆପଣ ନିଜର ସୌନ୍ଦର୍ଯ୍ୟବୋଧକୁ ସୁହାଉଥିବା ରଙ୍ଗରେ ନିଜର ଘରର ପୃଷ୍ଠଭାଗକୁ କଷ୍ଟମାଇଜ୍ କରିପାରିବେ ।
ଆଉ, ଦାଗ ଓ ରଙ୍ଗ ଛାଡ଼ିବାକୁ ନେଇ ବିବ୍ରତ ହୁଅନ୍ତୁ ନାହିଁ ଇପକ୍ସି ଗ୍ରାଉଟ୍ ଅତ୍ୟନ୍ତ ରେଜିଷ୍ଟାଣ୍ଟ ଅଟେ । ତେଣୁ, ବହୁଳ ବ୍ୟବହୃତ ହେଉଥିବା ସ୍ଥାନ ହେଉ କି ଛିଟିକା ଏବଂ ଦାଗ ପ୍ରବଣ କ୍ଷେତ୍ର ହେଉ, ସବୁ ସ୍ଥାନ ପାଇଁ ଏହା ସର୍ବୋପଯୁକ୍ତ ହୋଇଥାଏ । ଯଦିଓ ଏହା ପାରମ୍ପରିକ ସିମେଣ୍ଟ ଗ୍ରାଉଟିଂ ଅପେକ୍ଷା ଅଧିକ ମହଙ୍ଗା ଅଟେ, ତଥାପି ତାହାର ଦୀର୍ଘ ସ୍ଥାୟିତ୍ୱ, ଉଚ୍ଚ-କାର୍ଯ୍ୟଦକ୍ଷତାକୁ ବିଚାରକୁ ନେଲେ ସେହି ନିବେଶ ଆପଣଙ୍କ ଧନର ଉଚିତ୍ ମୂଲ୍ୟ ଆପଣଙ୍କୁ ଫେରସ୍ତ କରିଥାଏ ।
ଇପକ୍ସି ଏବଂ ସିମେଣ୍ଟ ଗ୍ରାଉଟିଂ ମଧ୍ୟରେ ତୁଳନା କରାଗଲେ, ପ୍ରତ୍ୟେକର ନିଜସ୍ୱ ଶକ୍ତି ଏବଂ ଦୁର୍ବଳତା ରହିଛି । କିନ୍ତୁ, ଏହି ଦୁଇ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ରହିଥିବା ପାର୍ଥକ୍ୟଟି କ’ଣ?
ସିମେଣ୍ଟ ଗ୍ରାଉଟ୍ ଏକ ପାରମ୍ପରିକ ସାମଗ୍ରୀ ଅଟେ, ଯାହା ଶତାବ୍ଦୀ ଶତାବ୍ଦୀ ଧରି ନିର୍ମାଣ ପ୍ରକଳ୍ପରେ ବ୍ୟବହୃତ ହୋଇଆସିଛି । ସିମେଣ୍ଟ, ବାଲି ଓ ପାଣିର ମିଶ୍ରଣରେ ତିଆରି ହୋଇଥିବା ଏହି ସାମଗ୍ରୀଟି ପକେଟକୁ ସୁହାଇଲା ଭଳି ହେବା ସହିତ, ତାହାକୁ ପ୍ରୟୋଗ କରିବା ସହଜ ଅଟେ ଏବଂ ତାହା ଆପଣଙ୍କ ଟାଇଲ୍ସ ପାଇଁ ଏକ ସୁଦୃଢ଼ ଆଧାର ଯୋଗାଇଥାଏ । ହେଲେ ତାହାର କେତେକ ବଦଗୁଣ ମଧ୍ୟ ରହିଛି - ସମୟକ୍ରମେ ତାହା ଫାଟିଯାଇପାରେ କିମ୍ବା ଖଣ୍ଡିଆ ହୋଇଯାଇପାରେ, ସେଥିରେ ଦାଗ ଲାଗିବାର ସମ୍ଭାବନା ରହିଥାଏ ଏବଂ ଭଲ ଦେଖାଯିବା ପାଇଁ ତାହା ନିୟମିତ ରକ୍ଷଣାବେକ୍ଷଣ ଓ ଯତ୍ନ ଆବଶ୍ୟକ କରିଥାଏ ।
ଅନ୍ୟ ପକ୍ଷରେ, ଇପକ୍ସି ଗ୍ରାଉଟ୍ ସିମେଣ୍ଟ ଗ୍ରାଉଟ୍ ର ଏକ ହାଇ-ଟେକ୍, ଭବିଷ୍ୟବାଦୀ ବିକଳ୍ପ ଅଟେ । ଏହା କୃତ୍ରିମ ରେଜିନ୍ ଏବଂ ହାର୍ଡେନରୁ ତିଆରି ହୋଇଥାଏ, ଅଧିକ ଶକ୍ତିଶାଳୀ, ଅଧିକ ଦୀର୍ଘସ୍ଥାୟୀ ଏବଂ ରାସାୟନିକ ଏବଂ ପରିବେଶୀୟ କ୍ଷୟକ୍ଷତି ପ୍ରତିରୋଧ ହୋଇଥାଏ । ଏହା ଆପଣଙ୍କ ଟାଇଲ୍ସ ପାଇଁ ସୁରକ୍ଷା କବଚ ବା ସାଞ୍ଜୁ ଭଳି କାମ କରିଥାଏ । ଉଚ୍ଚ ମାନର ସୁରକ୍ଷା ସହିତ ତାହାର ଜୀବନକାଳକୁ ବୃଦ୍ଧି କରିଥାଏ । ତା’ ଛଡ଼ା, ଏହା ଅନେକ ରଙ୍ଗରେ ଉପଲବ୍ଧ ହୁଏ । ଏଥିରେ ସହଜରେ ଦାଗ ଲାଗେ ନାହିଁ କିମ୍ବା ତାହାର ରଙ୍ଗ ସହଜରେ ଛାଡ଼େନାହିଁ କି ଫିକା ପଡ଼େ ନାହିଁ । ତେଣୁ ବହୁଳ ଭାବେ ବ୍ୟବହୃତ ହେଉଥିବା ସ୍ଥାନ କିମ୍ବା ଛିଟିକା ଓ ଦାଗ ପ୍ରବଣ ସ୍ଥାନଗୁଡ଼ିକ ପାଇଁ ଏହା ଏକ ଆଦର୍ଶ ବିକଳ୍ପ ଅଟେ ।
କିନ୍ତୁ ଗୋଟିଏ ଅସୁବିଧା - ସିମେଣ୍ଟ ଗ୍ରାଉଟ୍ ତୁଳନାରେ ଇପକ୍ସି ଗ୍ରାଉଟ୍ ସାଧାରଣତଃ ଅଧିକ ମହଙ୍ଗା ହୋଇଥାଏ । ତେଣୁ, ଏହା ଯଦିଓ ଉତ୍କୃଷ୍ଟ ମାନର କାର୍ଯ୍ୟଦକ୍ଷତା ଓ ଦୀର୍ଘସ୍ଥାୟିତା ଦିଏ, କିନ୍ତୁ ସର୍ବଦା ଏକ ଖର୍ଚ୍ଚ-ସାଶ୍ରୟୀ ବିକଳ୍ପ ହୋଇ ନ ଥାଏ । ଚୂଡ଼ାନ୍ତ ରୂପେ, ଇପକ୍ସି ଏବଂ ସିମେଣ୍ଟ ଗ୍ରାଉଟ୍ ମଧ୍ୟରେ କ’ଣ ବାଛିବେ ତାହାର ନିଷ୍ପତ୍ତି ଆପଣଙ୍କର ବ୍ୟକ୍ତିଗତ ଆବଶ୍ୟକତା ଏବଂ ପ୍ରାଥମିକତା ଉପରେ ନିର୍ଭର କରିଥାଏ । ନିଷ୍ପତ୍ତି ଆପଣଙ୍କର!
ଇପକ୍ସି ଗ୍ରାଉଟ୍ ବନାମ ସିମେଣ୍ଟ ଗ୍ରାଉଟ୍ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମେ ଏହା କହିପାରିବୁ ଯେ, ସିମେଣ୍ଟ ଗ୍ରାଉଟ୍ ଏକ ପାରମ୍ପରିକ ଏବଂ ଶସ୍ତା ବିକଳ୍ପ ଅଟେ, ଯାହା ସିମେଣ୍ଟ, ବାଲି ଓ ପାଣିର ମିଶ୍ରଣରୁ ତିଆରି ହୋଇଥାଏ ଏବଂ ଆପଣଙ୍କ ଟାଇଲ୍ ପାଇଁ ଏକ ନିଦା ଆଧାର ପ୍ରଦାନ କରିଥାଏ । ହେଲେ, ଏଥିରେ ସହଜରେ ଦାଗ ଲାଗିଯାଇଥାଏ ଏବଂ ଏହା ନିୟମିତ ରକ୍ଷଣାବେକ୍ଷଣ ଆବଶ୍ୟକ କରିଥାଏ । ଅନ୍ୟ ପକ୍ଷରେ, ଇପକ୍ସି ଗ୍ରାଉଟ୍ ଏକ ହାଇ-ଟେକ୍ ଏବଂ ଭବିଷ୍ୟବାଦୀ ବିକଳ୍ପ ଅଟେ ଯାହା ଉତ୍କୃଷ୍ଟ ସ୍ଥାୟିତ୍ୱ ପ୍ରଦାନ କରିବା ସହିତ, କ୍ଷୟକ୍ଷତିକୁ ପ୍ରତିରୋଧ କରିଥାଏ ଓ ବ୍ୟାପକ ବର୍ଗମାଳାର ରଙ୍ଗରେ ଉପଲବ୍ଧ ହୋଇଥାଏ । ଏହା ଧ୍ୟାନରେ ରଖନ୍ତୁ ଯେ, ଇପକ୍ସି ଗ୍ରାଉଟ୍ ର ମୂଲ୍ୟ ସାମାନ୍ୟ ଅଧିକ ହୋଇଥାଏ । ଏହି ଦୁଇଟି ସାମଗ୍ରୀ ସମ୍ପର୍କରେ ଅଧିକ ବିବରଣୀ ପାଇଁ ଆପଣ ‘ୱାଲ୍ ଫିନିଶେସ୍ ର ପ୍ରକାରଭେଦ’ ଉପରେ ଏହି ଶିକ୍ଷାପ୍ରଦ ଭିଡିଓ ମଧ୍ୟ ଦେଖିପାରନ୍ତି । ଚୂଡ଼ାନ୍ତ ରୂପେ, ଗ୍ରାଉଟିଂ ବନାମ ଇପକ୍ସି ମଧ୍ୟରେ କ’ଣ ବଛାଯିବ ତାହାର ନିଷ୍ପତ୍ତି ଆପଣଙ୍କର ବ୍ୟକ୍ତିଗତ ଆବଶ୍ୟକତା ଓ ପ୍ରାଥମିକତା ଉପରେ ନିର୍ଭର କରିଥାଏ ।