ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ସିମେଣ୍ଟର ବିଭିନ୍ନ ଗ୍ରେଡ୍‌‌ ଏବଂ ସେଗୁଡ଼ିକର ଉପଯୋଗକୁ ବୁଝନ୍ତୁ

ବିଭିନ୍ନ ସିମେଣ୍ଟ ଗ୍ରେଡ୍ ଓ ସେଗୁଡ଼ିକର ବ୍ୟବହାରକୁ ବ୍ୟାଖ୍ୟା କରିବାରେ ଏହି ବ୍ଲଗ୍ ଆପଣଙ୍କୁ ସାହାଯ୍ୟ କରିବ। ଏହା ବ୍ୟତୀତ, ପ୍ରତ୍ୟେକ ପ୍ରକାର ସିମେଣ୍ଟକୁ କେଉଁ ଧରଣର କାମରେ ବ୍ୟବହାର କରଯାଇପାରିବ ତଥା ବଜାରରେ ଉପଲବ୍ଧ ବିଭିନ୍ନ ଗ୍ରେଡ୍‌‌ର ସିମେଣ୍ଟ ସମ୍ପର୍କରେ ଏହି ବ୍ଲଗ୍ ଆପଣଙ୍କୁ ଧାରଣା ଯୋଗାଇବ।

Share:


ସିମେଣ୍ଟର ଗ୍ରେଡ୍ କହିଲେ କ’ଣ ବୁଝାଏ?

ବିଶ୍ୱବ୍ୟାପୀ ବ୍ୟବହୃତ ହେଉଥିବା ସବୁଠାରୁ ମୌଳିକ ନିର୍ମାଣ ସାମଗ୍ରୀ କଂକ୍ରିଟ୍ ପାଇଁ ସିମେଣ୍ଟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବନ୍ଧନକାରୀ ଉପାଦାନ। ସିମେଣ୍ଟର ସଠିକ୍ ଗ୍ରେଡ୍ ଚୟନ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ କାରଣ ତାହା ହିଁ କଂକ୍ରିଟ୍ ଢାଞ୍ଚାର କମ୍ପ୍ରେସିଭ୍ ଶକ୍ତି ଏବଂ ସ୍ଥାୟିତ୍ୱକୁ ନିର୍ଦ୍ଧାରଣ କରିଥାଏ। ସିମେଣ୍ଟ ଗ୍ରେଡ୍ କିଓରିଂ ପରେ ସିମେଣ୍ଟର ୨୮-ଦିନର କମ୍ପ୍ରେସିଭ୍ ଶକ୍ତିକୁ ସୂଚାଇଥାଏ ଏବଂ ଏହାକୁ ମେଗାପାସ୍କାଲ୍ (ଏମ୍‌‌ପିଏ)ରେ ମପାଯାଇଥାଏ।


ନିର୍ମାଣରେ ବ୍ୟବହୃତ ହେଉଥିବା ପ୍ରାଥମିକ ସିମେଣ୍ଟ ଗ୍ରେଡ୍‌ଗୁଡ଼ିକ ହେଉଛି ୩୩, ୪୩, ୫୩ ଗ୍ରେଡ୍ ଓପିସି, ପୋର୍ଟାଲାଣ୍ଡ ପୋଜ୍ଜୋଲାନା ସିମେଣ୍ଟ ଏବଂ ପୋର୍ଟଲାଣ୍ଡ ସ୍ଲାଗ୍ ସିମେଣ୍ଟ। ଶକ୍ତି ଏବଂ ଢାଞ୍ଚାର ଆବଶ୍ୟକତା ଅନୁସାରେ ପ୍ରତ୍ୟେକ ସିମେଣ୍ଟର ଏକ ନିର୍ଦ୍ଦିଷ୍ଟ ଗୁଣଧର୍ମ ଓ ପ୍ରୟୋଗ ଥାଏ। ଏହି ଲେଖାରେ ସିମେଣ୍ଟର ବିଭିନ୍ନ ଗ୍ରେଡ୍, ସେଗୁଡ଼ିକର ଗୁଣଧର୍ମ ବା ବୈଶିଷ୍ଟ୍ୟ, ବିଭିନ୍ନ ନିର୍ମାଣ ପ୍ରକଳ୍ପରେ ଉପଯୋଗ ତଥା ନିଜର ନିର୍ମାଣ ଆବଶ୍ୟକତା ପାଇଁ ଉପଯୁକ୍ତ ଗୁଣମାନର ସିମେଣ୍ଟ କିପରି ଚୟନ କରିବେ ସେ ସମ୍ପର୍କରେ ବ୍ୟାଖ୍ୟା କରଯାଇଛି।

 


ସିମେଣ୍ଟର ଗ୍ରେଡ୍ ଓ ସେଗୁଡ଼ିକର ବ୍ୟବହାରକୁ ବୁଝିବା

ଉପଯୁକ୍ତ ସିମେଣ୍ଟ ଗ୍ରେଡ୍ ଢାଞ୍ଚାର ପର୍ଯ୍ୟାପ୍ତ ଶକ୍ତି ଏବଂ କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରିଥାଏ। କିନ୍ତୁ, ସିମେଣ୍ଟ ଗ୍ରେଡ୍‌‌ର ଚୟନ ଢାଞ୍ଚାର ସ୍ୱତନ୍ତ୍ରତା ଉପରେ ନିର୍ଭର କରିଥାଏ। ଅଣ-ଢାଞ୍ଚାଗତ କାମ ପାଇଁ, ୩୩ ଓ ୪୪ ଗ୍ରେଡ୍ ସିମେଣ୍ଟ ବ୍ୟବହାର କରାଯାଏ ଏବ ଉଚ୍ଚ-ଶକ୍ତିସମ୍ପନ୍ନ ଢାଞ୍ଚାଗତ କଂକ୍ରିଟ୍ କାର୍ଯ୍ୟ ଲାଗି ୫୩ ଗ୍ରେଡ୍ ସିମେଣ୍ଟ ବ୍ୟବହାର କରାଯାଏ। ପୋର୍ଟଲାଣ୍ଡ ପୋଜ୍ଜୋଲାନା ଏବଂ ସ୍ଲାଗ୍ ସିମେଣ୍ଟ ପରିବେଶୀୟ ପରିସ୍ଥିତି ବିରୁଦ୍ଧରେ ସ୍ଥାୟିତ୍ୱ ଯୋଗାଇଥାଏ।

 

 

ବିଭିନ୍ନ ପ୍ରକାର ସିମେଣ୍ଟ ଗ୍ରେଡ୍

କଂକ୍ରିଟ୍‌‌ରୁ ଉପଯୁକ୍ତ ଶକ୍ତି ଏବଂ କାର୍ଯ୍ୟଦକ୍ଷତା ପାଇବା ପାଇଁ ଉପଯୁକ୍ତ ଗ୍ରେଡ୍‌‌ର ସିମେଣ୍ଟ ଚୟନ କରିବା ଅତ୍ୟାବଶ୍ୟକ ଅଟେ। କେତେକ ପ୍ରକାର ସିମେଣ୍ଟ ରହିଛି ଏବଂ ସେଗୁଡ଼ିକୁ କିପରି ବ୍ୟବହାର କରାଯାଏ, ଆସନ୍ତୁ ତାହା ଉପରେ ନଜର ପକାଇବା।

 

 

୧) ଓପିସି ୩୩ ଗ୍ରେଡ୍ ସିମେଣ୍ଟ

ଏହାକୁ ଅର୍ଡିନାରୀ ପୋର୍ଟଲାଣ୍ଡ ସିମେଣ୍ଟ ବା ଓପିସି କୁହାଯାଏ, ୨୮ ଦିନର କିଓିଂ ପରେ, ୩୩ ଗ୍ରେଡ୍ ସିମେଣ୍ଟର ସର୍ବନିମ୍ନ କମ୍ପ୍ରେସିଭ୍ ଶକ୍ତି ୩୩ ଏମ୍‌‌ପିଏ ହୋଇଥାଏ। ଏହାର ଉତ୍କୃଷ୍ଟ କାର୍ଯ୍ୟକ୍ଷମତା ଯୋଗୁଁ ଏହାକୁ ପ୍ଳାଷ୍ଟରିଂ ଏବଂ ସାଧାରଣ ରାଜମିସ୍ତ୍ରୀ କାମରେ ବ୍ୟବହାର କରାଯାଏ, ଯେଉଁଠି ଉଚ୍ଚ ଶକ୍ତି ଆବଶ୍ୟକ ହୋଇ ନ ଥାଏ। ଟାଇଲ୍ ସ୍ଥାପନା ଏବଂ ଅନ୍ୟାନ୍ୟ ଅଣ ଢାଞ୍ଚାଗତ କାର୍ଯ୍ୟ ଯେପରିକି ଇଟା ଓ ବ୍ଲକ୍ ବିଛାଇବା କାର୍ଯ୍ୟ ୩୩ ଗ୍ରେଡ୍ ଓପିସି ସିମେଣ୍ଟରେ ସମ୍ପୂର୍ଣ୍ଣ କରାଯାଇପାରିବ।

 

ରାଜମିସ୍ତ୍ରୀ ପ୍ରକଳ୍ପଗୁଡ଼ିକ ପାଇଁ, ଏହାର ହ୍ରାସିତ ଶକ୍ତି କାରଣରୁ ଏହାକୁ ନେଇ କାମ କରିବା ଖୁବ୍ ସହଜ ହୋଇଥାଏ। ଆଭ୍ୟନ୍ତରୀଣ ଏବଂ ବାହ୍ୟ କାନ୍ଥ, ମେଜିଆ ଓ ସିଲିଂ ପ୍ଲାଷ୍ଟିଂ ପାଇଁ ଏହା ଆବଶ୍ୟକୀୟ କାର୍ଯ୍ୟକ୍ଷମତା ଯୋଗାଇଥାଏ। ଏହା ଶକ୍ତି ହାସଲ କରିବା ହାର ମନ୍ଥର ହୋଇଥିବା କାରଣରୁ ଏହାକୁ ନମନୀୟତା ସହ ବ୍ୟବହାର କରିହୋଇଥାଏ। ଯେହେତୁ ଏହା ଆବଶ୍ୟକୀୟ କମ୍ପ୍ରେସିଭ୍ ଶକ୍ତି ଯୋଗାଇପାରିବ ନାହିଁ, ତେଣୁ ଏହାକୁ ଆର୍‌‌ସିସି ନିର୍ମାଣରେ ବ୍ୟବହାର କରାଯାଏ ନାହିଁ । ଏହା ସମୟ ସହିତ ଶକ୍ତି ହାସଲ କରିଥାଏ, ଏହାକୁ ଗ୍ରାଉଟିଂ ଏବଂ ସାଇଟ୍ ପୁନରୁଦ୍ଧାର କାର୍ଯ୍ୟ ପାଇଁ ମଧ୍ୟ ବ୍ୟବହାର କରାଯାଏ।

 

 

୨) ଓପିସି ୪୩ ଗ୍ରେଡ୍ ସିମେଣ୍ଟ

୨୮ ଦିନର କିଓରିଂ ପରେ ୪୩ ଗ୍ରେଡ୍ ଓପିସି ସିମେଣ୍ଟର ସର୍ବନିମ୍ନ କମ୍ପ୍ରେସିଭ୍ ଶକ୍ତି ୪୩ ଏମ୍‌‌ପିଏ ହୋଇଥାଏ। ୩୩ ଗ୍ରେଡ୍ ସିମେଣ୍ଟ ତୁଳନାରେ ଏହାର ଫାଟ ପ୍ରତିରୋଧ କ୍ଷମତା ଉତ୍ତମ ହୋଇଥାଏ, ତେଣୁ ଏହା ଏକ ମୁଦିତ ଏବଂ ମସୃଣ ପୃଷ୍ଠଭାଗ ଫିନିଶ୍ ଦେଇପାରେ। କଂକ୍ରିଟ୍ ଓ ମୋର୍ଟାରରେ, ଅତି ସରୁ ଦାନାଗୁଡ଼ିକ ଉତ୍ତମ କାର୍ଯ୍ୟକ୍ଷମତା ଓ ପ୍ରୟୋଗରେ ସହଜତା ଯୋଗାଇଥାଏ।

 

୪୩ ଗ୍ରେଡ୍ ସିମେଣ୍ଟକୁ ଏହାର ଶକ୍ତି କାରଣରୁ ଆବାସିକ ବିଲଡିଂ, ସେତୁ, ବନ୍ଧ, ପ୍ରି-ଷ୍ଟ୍ରେସ୍‌‌ଡ କଂକ୍ରିଟ୍ ନିର୍ମାଣ, କଂକ୍ରିଟ୍ ସ୍ଲିପର୍ ଏବଂ ଅନ୍ୟାନ୍ୟ ଢାଞ୍ଚା ନିର୍ମାଣ ପାଇଁ ବ୍ୟବହାର କରାଯାଏ। ପ୍ଲାଷ୍ଟରିଂ ଏବଂ କଂକ୍ରିଟ୍ ପ୍ରକଳ୍ପ ପାଇଁ କେଉଁ ଗ୍ରେଡ୍ ସିମେଣ୍ଟ ସର୍ବୋତ୍ତମ ତାହା ନିର୍ଦ୍ଧାରଣ କରିବାର ପ୍ରଶ୍ନ ଉଠିଲେ, ୪୩ ଗ୍ରେଡ୍ ଓପିସି ନିଜର ଅତିରିକ୍ତ ଶକ୍ତି କାରଣରୁ ସାମଗ୍ରୀ ଅପଚୟ ବିନା ପର୍ଯ୍ୟାପ୍ତ ସୁଦୃଢ଼ତା ଯୋଗାଇଥାଏ। ଏହା ଏକ ଉତ୍କୃଷ୍ଟ ସବୁ-ଉଦ୍ଦ୍ୟେଶୀୟ ଗ୍ରେଡ୍ ଅଟେ ଯାହାକୁ ଅଧିକାଂଶ ନିର୍ମାଣ ପ୍ରକଳ୍ପରେ ବ୍ୟବହାର କରାଯାଇପାରିବ।

 

 

୩) ଓପିସି ୫୩ ଗ୍ରେଡ୍ ସିମେଣ୍ଟ

ସ୍ଲାବ୍ ନିର୍ମାଣ ପାଇଁ କେଉଁ ଗ୍ରେଡ୍‌‌ର ସିମେଣ୍ଟ ବ୍ୟବହାର କରାଯିବ ତାହା ନିର୍ଦ୍ଧାରଣ କରିବା କଥା ଉଠିଲେ, ଓପିସି ୫୩ ଗ୍ରେଡ୍ ସିମେଣ୍ଟ ଏକ ଉତ୍କୃଷ୍ଟ ବିକଳ୍ପ ଭାବେ ଉଭା ହୁଏ। ୨୮ ଦିନର କିଓରିଂ ପରେ, ୫୩ ଗ୍ରେଡ୍ ଓପିସି ସିମେଣ୍ଟର ୫୩ ଏମ୍‌‌ପିଏର ଉଚ୍ଚ କମ୍ପ୍ରେସିଭ୍ ଶକ୍ତି ପାଇଥାଏ। ଏହା ଶୀଘ୍ର ଅଧିକ ଶକ୍ତି ହାସଲ କରୁଥିବାରୁ ଶୀଘ୍ର ଫର୍ମୱାର୍କ କଢ଼ାଯିବାର ଆବଶ୍ୟକତା ଥିବା ବିଲଡିଂ ପ୍ରକଳ୍ପରେ ଏହାକୁ ବ୍ୟବହାର କରାଯାଏ। ଏହା ଫଳରେ ପ୍ରକଳ୍ପ ଖର୍ଚ୍ଚ ଏବଂ ନିର୍ମାଣ ସମୟ ଅପେକ୍ଷାକୃତ ହ୍ରାସ ପାଏ। ବିଭିନ୍ନ ଗ୍ରେଡ୍‌‌ର ସିମେଣ୍ଟ ମଧ୍ୟରୁ ଏହି ସିମେଣ୍ଟକୁ ହେଭି-ଡ୍ୟୁଟି କଂକ୍ରିଟ୍ ନିର୍ମାଣ ଯେପରିକି ଔଦ୍ୟୋଗିକ ଢାଞ୍ଚା, ସେତୁ, ସୁଉଚ୍ଚ ଅଟ୍ଟାଳିକା ଏବଂ ଫାଉଣ୍ଡେସନ୍ ନିର୍ମାଣ ପାଇଁ ବ୍ୟବହାର କରାଯାଏ। ଏହାର ଶକ୍ତି ଏବଂ କାର୍ଯ୍ୟଦକ୍ଷତା ଯୋଗୁଁ ଏହାକୁ କଂକ୍ରିଟ୍ ରନ୍‌‌ୱେ ଓ ସଡ଼କ ନିର୍ମାଣ ଲାଗି ବ୍ୟବହାର କରାଯାଏ।

 

ଏହାବ୍ୟତୀତ, ୫୩ ଗ୍ରେଡ୍ ଓପିସି ସିମେଣ୍ଟର ଉଚ୍ଚ ଶକ୍ତି କାରଣରୁ ଢାଞ୍ଚାରେ ଫାଟ ସୃଷ୍ଟି ହେବା କିମ୍ବା ଭାଙ୍ଗିବାର ସମ୍ଭାବନା ହ୍ରାସ ପାଇଥାଏ। ଜଳଭଣ୍ଡାର ଏବଂ ବନ୍ଧ ଭଳି ଜଳଧାରକ ଭିତ୍ତିଭୂମିରେ ଏହା ପାଣିକୁ ଭେଦିବାରୁ ରୋକିଥାଏ। ସିମେଣ୍ଟର ଅତି ସୂକ୍ଷ୍ମ କଣିକାଗୁଡ଼ିକ ଅଧିକ ଘନ କଂକ୍ରିଟ୍ ଏବଂ ଅଧିକ ମସୃଣ ପୃଷ୍ଠଭାଗ ଫିନିଶ୍ ଯୋଗାଇଥାଏ। ହେଲେ, ଏହା ଧ୍ୟାନରେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ, ଏହା ଶୀଘ୍ର ସେଟ୍ ହୋଇଯାଉଥିବାରୁ କେତେକ ପରିସ୍ଥିତିରେ ଏହା କମ୍ କାର୍ଯ୍ୟଯୋଗ୍ୟ ହୋଇଥାଏ।

 

 

୪) ପୋର୍ଟଲାଣ୍ଡ ପୋଜ୍ଜୋଲାନା ସିମେଣ୍ଟ ଗ୍ରେଡ୍ ସିମେଣ୍ଟ

ପୋର୍ଟଲାଣ୍ଡ ପୋଜ୍ଜୋଲାନା ସିମେଣ୍ଟ (ପିପିସି) ଓପିସି ଆଧାର ଏବଂ ଫ୍ଲାଏ ଆଶ୍ ଏବଂ କାଲସାଇନ୍‌‌ଡ ମାଟି ଭଳି ପୋଜ୍ଜୋଲାନିକ୍ ସାମଗ୍ରୀର ଏକ ବହୁମୁଖୀ ମିଶ୍ରଣ ଅଟେ। ଏହି ଅନନ୍ୟ ସମ୍ମିଶ୍ରଣ ସିମେଣ୍ଟର ଶକ୍ତି ଏବଂ ସ୍ଥାୟିତ୍ୱକୁ ବୃଦ୍ଧି କରିଥାଏ। ପିପିସି ପାଣି ଓ ସଲଫେଟ୍‌‌ର ଅବକ୍ଷୟକାରୀ ପ୍ରଭାବ ବିରୁଦ୍ଧରେ ଉତ୍କୃଷ୍ଟ ପ୍ରତିରୋଧ ଯୋଗାଇଥାଏ, ତେଣୁ ପ୍ରତିକୂଳ ପରିବେଶଗୁଡ଼ିକ ପାଇଁ ଏହା ଏକ ଉତ୍କୃଷ୍ଟ ବିକଳ୍ପ ହୋଇଥାଏ। ଏହା କଂକ୍ରିଟ୍‌‌ର ଫିନିଶିଂକୁ ଉନ୍ନତ କରିବା ସହିତ ଲିକ୍ ଓ ଫାଟର ସମ୍ଭାବନାକୁ ଅପେକ୍ଷାକୃତ ହ୍ରାସ କରିଥାଏ। ଏହାଛଡ଼ା, ଏହି ସିମେଣ୍ଟ ବିଭିନ୍ନ ରାସାୟନିକ ପଦାର୍ଥ ସହିତ ଅତ୍ୟନ୍ତ ସୁସଙ୍ଗତ ହୋଇଥାଏ।

 

ପିପିସି ରିଇନ୍‌‌ଫୋର୍ସଡ୍ କଂକ୍ରିଟ୍ ବିଲ୍‌‌ଡିଂ, ପ୍ରିକାଷ୍ଟ କଂକ୍ରିଟ୍ ଏବଂ ସାମୁଦ୍ରିକ ସ୍ଥାପତ୍ୟ ପାଇଁ ସବୁଠାରୁ ଉପଯୁକ୍ତ ହୋଇଥାଏ। ଏହାକୁ ଫାଉଣ୍ଡେସନ୍, କାନ୍ଥ, ରିଟେନିଂ ୱାଲ୍, ସିୱର୍, ବନ୍ଧ ଏବ ଅନ୍ୟାନ୍ୟ ଜଳ-ସମ୍ବନ୍ଧୀୟ ଢାଞ୍ଚାରେ ବ୍ୟବହାର କରାଯାଏ। ପିପିସି କଂକ୍ରିଟ୍ ବିଲଡିଂର ଦୀର୍ଘାୟୁ ଏବଂ ସେବାଯୋଗ୍ୟତାକୁ ବୃଦ୍ଧି କରିଥାଏ।

 

 

୫) ପୋର୍ଟଲାଣ୍ଡ ସ୍ଲାଗ୍ ସିମେଣ୍ଟ ଗ୍ରେଡ୍ ସିମେଣ୍ଟ

ପୋର୍ଟଲାଣ୍ଡ ସ୍ଲାଗ୍ ସିମେଣ୍ଟ (ପିଏସ୍‌‌ସି) ଓପିସି କ୍ଲିଙ୍କର୍ ସହିତ ଦାନାଦାର ବ୍ଲାଷ୍ଟ ଫର୍ନେସ୍ ସ୍ଲାଗ୍‌‌କୁ ମିଶାଇ ତିଆରି କରାଯାଏ, ଏହି ପ୍ରକ୍ରିୟା ଶକ୍ତି, ସ୍ଥାୟିତ୍ୱ ଏବଂ କାର୍ଯ୍ୟଯୋଗ୍ୟତା ଦୃଷ୍ଟିରୁ ସିମେଣ୍ଟକୁ ଉନ୍ନତ କରିଥାଏ। ପିଏସ୍‌‌ସିର ଏକ ଉଲ୍ଲେଖନୀୟ ଲାଭ ହେଉଛି ଏହାର ହ୍ରାସିତ ହାଇଡ୍ରେଶନ୍ ଉତ୍ତାପ, ଯାହା ଫଳରେ ବଡ଼ ଆକାରର କଂକ୍ରିଟ୍ ଢଳେଇର ସମ୍ପାଦନ ସୁବିଧାଜନକ ହୋଇଥାଏ।

ବିଭିନ୍ନ ଗ୍ରେଡ୍‌‌ର ସିମେଣ୍ଟ ମଧ୍ୟରୁ ପିଏସ୍‌‌ସିକୁ ବଡ଼-ଆକାରର କଂକ୍ରିଟ୍ ନିର୍ମାଣ ପ୍ରକଳ୍ପରେ ବ୍ୟବହାର କରାଯାଏ, ଯାହା ମଧ୍ୟରେ ସଡ଼କ, ସେତୁ, ସଂକୀର୍ଣ୍ଣ ଟାୱାର୍, ପେଭମେଣ୍ଟ ଏବଂ ସାମୁଦ୍ରିକ ନିର୍ମାଣ କାର୍ଯ୍ୟ ଅନ୍ତର୍ଭୁକ୍ତ। ତାପ ହ୍ରାସକରଣ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକ ପାଇଁ ପିଏସ୍‌‌ସି ଫାଉଣ୍ଡେସନର ସର୍ବୋତ୍ତମ ପସନ୍ଦ ହୋଇଥାଏ। ସଲଫେଟ୍ ଆକ୍ରମଣ ପ୍ରତି ଏହାର ଉତ୍କୃଷ୍ଟ ପ୍ରତିରୋଧ କ୍ଷମତା ଏହାକୁ ଉପକୂଳବର୍ତ୍ତୀ ପରିବେଶ ନିମନ୍ତେ ଅନୁକୂଳ କରିଥାଏ। ଅଧିକନ୍ତୁ, ପିଏସ୍‌‌ସିର ଅତି ସୂକ୍ଷ୍ମ ଟେକ୍ସର୍ କାରଣରୁ କଂକ୍ରିଟ୍‌‌ର ସ୍ଥାୟିତ୍ୱ ଏବଂ ଶକ୍ତି ବୃଦ୍ଧି ପାଇଥାଏ। ଛିଦ୍ରାଳତାକୁ ହ୍ରାସ କରି ଏହା କଂକ୍ରିଟ୍‌‌କୁ ଉତ୍କୃଷ୍ଟ ଜଳ ଭେଦ୍ୟତା ବିରୋଧୀ ଶକ୍ତି ପ୍ରଦାନ କରିଥାଏ। ପିଏସ୍‌‌ସିର ସ୍ୱଳ୍ପ ତାପନ ଗୁଣଧର୍ମ ଏବଂ ଫାଟ ହ୍ରାସକାରୀ ଗୁଣ ଏହାକୁ ଭୂମିକମ୍ପ-ନିରୋଧୀ ଢାଞ୍ଚା ପାଇଁ ଏକ ମୂଲ୍ୟବାନ ଉପାଦାନରେ ପରିଣତ କରିଥାଏ, ଯାହା କଂକ୍ରିଟ୍ ନିର୍ମାଣର ଜୀବନକାଳକୁ ଅପେକ୍ଷାକୃତ ବୃଦ୍ଧି କରିଥାଏ।

 

 

୬) ସୁପର୍ ଗ୍ରେଡ୍ ସିମେଣ୍ଟ

ସୁପର୍ ଗ୍ରେଡ୍ ସିମେଣ୍ଟର ଅତ୍ୟଧିକ ଉଚ୍ଚ କମ୍ପ୍ରେସିଭ୍ ଶକ୍ତି ରହିଥାଏ, ଯାହା ୬୦ ମେଗାପାସ୍କାଲରୁ ବହୁତ ଅଧିକ ହୋଇଥାଏ। ସୁପର୍ ଗ୍ରେଡ୍ ସିମେଣ୍ଟକୁ କେବଳ ଅଲ୍‌‌ଟ୍ରାଟେକ୍ ଭଳି ଅଳ୍ପ କେତେକ ବଛା ବଛା ନିର୍ମାତାଙ୍କ ଦ୍ୱାରା ସ୍ୱତନ୍ତ୍ର ଖଣିଜ ମିଶ୍ରଣ ଡିଜାଇ୍ ଆଧାରରେ ଉତ୍ପାଦନ କରାଯାଇଥାଏ। ଏହି ପ୍ରିମିୟମ୍ ସିମେଣ୍ଟଟି ଅନନ୍ୟ ଖଣିଜ ଉପାଦାନ ମିଶ୍ରଣ ଡିଜାଇନ୍‌‌ର ପରିଣାମ ଅଟେ ଏବଂ ଏଥିରେ ପୋର୍ଟଲାଣ୍ଡ ସିମେଣ୍ଟର ଉଚ୍ଚ ପ୍ରାରମ୍ଭିକ ଶକ୍ତି ରହିଥାଏ। ଏହାକୁ ପ୍ରାୟତଃ ଉନ୍ନତ ମାନର ଗ୍ରାଇଣ୍ଡିଂ କୌଶଳ ସହିତ ତୈଳକୂପ ସିମେଣ୍ଟିଂରେ ବ୍ୟବହାର କରାଯାଏ।

 

ସୁପର୍ ଗ୍ରେଡ୍ ସିମେଣ୍ଟକୁ ଗୌରବଶାଳୀ ଏବଂ ସ୍ୱତନ୍ତ୍ର ନିର୍ମାଣ ପ୍ରକଳ୍ପ, ଯେପରିକି ଆଣବିକ ଶକ୍ତି କାରଖାନା, ସୁଉଚ୍ଚ ଅଟ୍ଟାଳିକ ଏବଂ ବୃହଦାକାୟ ବନ୍ଧରେ ବ୍ୟବହାର କରାଯାଏ, ଯାହା ଅତ୍ୟନ୍ତ ଉଚ୍ଚପ୍ରାରମ୍ଭିକ ଏବଂ ଚରମ ଶକ୍ତି ଆବଶ୍ୟକ କରିଥାଏ।

 

 

ଉଚ୍ଚ-କ୍ୱାଲିଟିର ସିମେଣ୍ଟ କେଉଁଠାରୁ କିଣିବେ

ସର୍ବୋତ୍ତମ କ୍ୱାଲିଟିର ସିମେଣ୍ଟ ଚୟନ କରିବା ଏବଂ କେଉଁ ଗ୍ରେଡ୍‌‌ର ସିମେଣ୍ଟ ସର୍ବୋତ୍ତମ ଅଟେ ତାହା ମୂଲ୍ୟାୟନ କରିବାର ପ୍ରଶ୍ନ ଉଠିଲେ, ଅଲ୍‌‌ଟ୍ରାଟେକ୍ ସିମେଣ୍ଟ ହିଁ ସର୍ବଶ୍ରେଷ୍ଠ ବିକଳ୍ପ ହୋଇଥାଏ। ବ୍ୟାପକ ବର୍ଗର ସିମେଣ୍ଟ ଗ୍ରେଡ୍ ସହିତ ଆମର ଉତ୍ପାଦଗୁଡ଼ିକ ବିଭିନ୍ନ ନିର୍ମାଣ ଆବଶ୍ୟକତାଗୁଡ଼ିକୁ ପୂରଣ କରିଥାଏ । ଯଦି ଆପଣ ଆପଣଙ୍କ ଘର ନିର୍ମାଣ ପାଇଁ କେଉଁ ଗ୍ରେଡ୍‌‌ର ସିମେଣ୍ଟ ସର୍ବୋତ୍ତମ ତାହା ଜାଣିବାକୁ ଚାହୁଁଥାନ୍ତି କିମ୍ବା ଆପଣଙ୍କ ପ୍ରକଳ୍ପ ପାଇଁ କେଉଁ ଗ୍ରେଡ୍ ସବୁଠାରୁ ଅନୁକୂଳ ହେବ ତାହାର ମୂଲ୍ୟାୟନ କରିବାକୁ ଚାହୁଁଥାନ୍ତି, ତେବେ ଅଲ୍‌‌ଟ୍ରାଟେକ୍ ବିବିଧ ବର୍ଗମାଳାର ଉଚ୍ଚ-କ୍ୱାଲିଟିର ଉତ୍ପାଦ ଯୋଗାଇଥାଏ, ଯେଉଁ କାରଣରୁ ଆପଣଙ୍କର ନିର୍ମାଣ ଚାହିଦା ପାଇଁ ଏହା ଏକ ଭରସାଯୋଗ୍ୟ ଉତ୍ସ ଅଟେ।



ଶେଷରେ, ସିମେଣ୍ଟର ବିଭିନ୍ନ ଗ୍ରେଡ୍ ଓ ସେଗୁଡ଼ିକର ପ୍ରୟୋଗ ସମ୍ପର୍କରେ ଗଭୀର ଜ୍ଞାନ ଆହରଣ ନିର୍ମାଣ କାର୍ଯ୍ୟରେ ସଂଶ୍ଳିଷ୍ଟ ଯେକୌଣସି ବ୍ୟକ୍ତି କିମ୍ବା ପେସାଦାରଙ୍କ ପାଇଁ ଅତ୍ୟାବଶ୍ୟକ ହୋଇଥାଏ। ବହୁମୁଖୀ ୪୩-ଗ୍ରେଡ୍‌‌ରୁ ଆରମ୍ଭ କରି ଶକ୍ତିଶାଳୀ ୫୩-ଗ୍ରେଡ୍ ପର୍ଯ୍ୟନ୍ତ ପ୍ରତ୍ୟେକ ସିମେଣ୍ଟ ଗ୍ରେଡ୍‌‌ର ନିଜସ୍ୱ ଅନନ୍ୟ ଶକ୍ତି ଓ ଉଦ୍ଦେଶ୍ୟ ରହିଥାଏ । ତାହା ପ୍ରତ୍ୟେକ ନିର୍ମାଣ ପ୍ରକଳ୍ପ ପାଇଁ ଉପଯୁକ୍ତ ବିକଳ୍ପର ଉପଲବ୍ଧତାକୁ ସୁନିଶ୍ଚିତ କରିଥାଏ। ସଠିକ୍ ଗ୍ରେଡ୍‌‌ର ସିମେଣ୍ଟ ଚୟନ କରି, ଆପଣ ନିଜ ବିଲ୍‌‌ଡିଂର ଢାଞ୍ଚାଗତ ଅଖଣ୍ଡତାକୁ ଉନ୍ନତ କରିବା ସହିତ ନିର୍ମାଣ ସମୟରେଖା ଓ ଖର୍ଚ୍ଚକୁ ଆଦର୍ଶ କରିପାରିବେ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....