ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ବିଭିନ୍ନ ପ୍ରକାର ମୋର୍ଟାର୍‌‌କୁ ବୁଝିବା: ସେଗୁଡ଼ିକର ଗୁଣଧର୍ମ, ଉପଯୋଗ ଏବଂ ଆହୁରି ଅନେକ କିଛି

ଏହି ବ୍ଲଗରେ ମୋର୍ଟାରର ମହତ୍ତ୍ୱ ବିଷୟରେ ଆଲୋଚନା କରାଯାଇଛି। ମୋର୍ଟାର୍ ପାଣି ଏବଂ ସୂକ୍ଷ୍ମ-ଆଗ୍ରିଗେଟ୍ ସହିତ ସିମେଣ୍ଟ ପରି ଏକ ବନ୍ଧନକାରୀ ଏଜେଣ୍ଟର ମିଶ୍ରଣ ଅଟେ । ମୋର୍ଟାରର ଅନେକ ପ୍ରକାରଭେଦ ଅଛି ଏବଂ ପ୍ରତ୍ୟେକ ଉପ-ବର୍ଗର ବ୍ୟବହାର ତାହା କେଉଁ ଉଦ୍ଦେଶ୍ୟରେ ବ୍ୟବହୃତ ହେବ ତାହା ଉପରେ ନିର୍ଭର କରିଥାଏ।

Share:


ମୋର୍ଟାର ହେଉଛି ଏକ କାର୍ଯ୍ୟକ୍ଷମ ପେଷ୍ଟ ଯାହାକୁ ପଥର, ଇଟା କିମ୍ବା ଟାଇଲକୁ ଏକାଠି ବାନ୍ଧିବା ବା ଯୋଡ଼ିବା ପାଇଁ ବ୍ୟବହାର କରାଯାଇଥାଏ। ଏହି ରଚନାର ପ୍ରାଥମିକ ଉପାଦାନ ଗୁଡ଼ିକ ମଧ୍ୟରେ ପାଣି ସହିତ ଚୂନ, ସିମେଣ୍ଟ ଇତ୍ୟାଦି ବନ୍ଧନ ଏଜେଣ୍ଟ ଏବଂ ଏକ ସୂକ୍ଷ୍ମ ଆଗ୍ରିଗେଟ୍ (ବାଲି / ସୁରଖୀ) ଅନ୍ତର୍ଭୁକ୍ତ । କେଉଁ ଉଦ୍ଦେଶ୍ୟରେ ମୋର୍ଟାର୍ ବ୍ୟବହାର କରାଯିବ ତାହା ଉପରେ ନିର୍ଭର କରି ଉପାଦାନ ଏବଂ ଉପାଦାନଗୁଡିକର ଅନୁପାତ ଭିନ୍ନ ହୋଇପାରେ । ଏହି ବ୍ଲଗରେ ବିଭିନ୍ନ ପ୍ରକାରର ମୋର୍ଟାର୍ ଏବଂ ତାହାର ବ୍ୟବହାର ବିଷୟରେ ବିସ୍ତୃତ ବିବରଣୀ ଦିଆଯାଇଛି ।



ମୋର୍ଟାରର ପ୍ରକାରଭେଦ

ସ୍ଥାପତ୍ୟ ଜଗତରେ ଯେକୌଣସି ଢାଞ୍ଚାର ନିର୍ମାଣ ଏକ ବନ୍ଧନକାରୀ ସାମଗ୍ରୀ ବା ବାଇଣ୍ଡିଂ ମ୍ୟାଟେରିଆଲ୍ ବିନା ଅସମ୍ପୂର୍ଣ୍ଣ ଅଟେ । ଇଟା, ପଥର, ଟାଇଲ୍ ଇତ୍ୟାଦି ଯେକୌଣସି ନିର୍ମାଣ ସାମଗ୍ରୀକୁ ଯୋଡ଼ିବା ପାଇଁ ଏକ ପେଷ୍ଟ ବା ମୋର୍ଟାର୍ ଆବଶ୍ୟକ ହୋଇଥାଏ। ମୋର୍ଟାର ନିର୍ମାଣ ପ୍ରକ୍ରିୟାର ଏକ ଅପରିହାର୍ଯ୍ୟ ଅଙ୍ଗ, କାରଣ ଏହା ବିଲ୍ଡିଂ ବ୍ଲକ ମଧ୍ୟରେ ଥିବା ବ୍ୟବଧାନକୁ ପୂରଣ କରେ । ବିଭିନ୍ନ ପ୍ରକାରର ମୋର୍ଟାରର ଉପଯୋଗ ତାହାର ପ୍ରୟୋଗ, ଘନତା ଏବଂ ଉଦ୍ଦେଶ୍ୟ ଉପରେ ନିର୍ଭର କରିଥାଏ।


ମୋର୍ଟାର ମିଶ୍ରଣ କ’ଣ?



ସାଧାରଣତଃ, ନିର୍ମାଣରେ ମୋର୍ଟାର୍ ହେଉଛି ଜଳ, ବନ୍ଧନକାରୀ ସାମଗ୍ରୀ ଏବଂ ସୂକ୍ଷ୍ମ ଆଗ୍ରିଗେଟ୍ (ବାଲି କିମ୍ବା ସୁରଖୀ)ର ମିଶ୍ରଣ । ବିଭିନ୍ନ ପ୍ରକାରର ମୋର୍ଟାର ମିଶ୍ରଣରେ ଥିବା ଉପାଦାନଗୁଡ଼ିକର ଅନୁପାତ ବ୍ୟବହୃତ ରାଜମିିସ୍ତ୍ରୀ ସାମଗ୍ରୀର ପ୍ରକାର, ଆବଶ୍ୟକ କମ୍ପ୍ରେସନ ଶକ୍ତି ଏବଂ ଚୂଡ଼ାନ୍ତ ପ୍ରୟୋଗ ଉପରେ ନିର୍ଭର କରିଥାଏ । ଏହାର ଚୂଡ଼ାନ୍ତ ପ୍ରୟୋଗ ଉପରେ ନିର୍ଭର କରି ମୋର୍ଟାର ମିଶ୍ରଣ ଭିନ୍ନ ହୋଇଥାଏ ।


ମୋର୍ଟାରର ବିଭିନ୍ନ ପ୍ରକାରଭେଦ

 

 

୧. ସିମେଣ୍ଟ ମୋର୍ଟାର୍

ଏହାର ନାମ ସୂଚାଉଥିବା ଭଳି ଏହି ବର୍ଗର ମୋର୍ଟାର୍ ମିଶ୍ରଣରେ ବନ୍ଧନକାରୀ ସାମଗ୍ରୀ ହେଉଛି ସିମେଣ୍ଟ। କାର୍ଯ୍ୟର ଉଦ୍ଦେଶ୍ୟ ଏବଂ ଚାହୁଁଥିବା ସ୍ଥାୟିତ୍ୱ ଉପରେ ସିମେଣ୍ଟ, ପାଣି ଏବଂ ବାଲିର ମିଶ୍ରଣ ନିର୍ଭର କରିଥାଏ। ସାଧାରଣତଃ, ପ୍ରଥମେ ସିମେଣ୍ଟ ଓ ବାଲିର ମିଶ୍ରଣ କରାଯାଏ। ତା’ପରେ ସେଥିରେ ଧୀରେ ଧୀରେ ପାଣି ମିଶାଯାଏ। ସିମେଣ୍ଟ ଓ ବାଲିର ଅନୁପାତ ୧:୨ରୁ ୧:୬ ପର୍ଯ୍ୟନ୍ତ କିଛି ବି ହୋଇପାରେ।

 

 

୨. ଚୂନ ମୋର୍ଟାର୍



ଏ ପ୍ରକାର ମୋର୍ଟାରରେ ଚୂନ ବନ୍ଧନକାରୀ ସାମଗ୍ରୀ ହୋଇଥାଏ। ଚୂନ ଦୁଇଟି କିସମର ହୋଇଥାଏ - ହାଇଡ୍ରଲିକ୍ ଚୂନ ଏବଂ ଫ୍ୟାଟ୍ ଚୂନ। ଶୁଷ୍କ ପରିସ୍ଥିତିରେ କାମ କରିବା ସମୟରେ ଫ୍ୟାଟ୍ ଚୂନ ସବୁଠାରୁ ଉପଯୁକ୍ତ ବିକଳ୍ପ ଅଟେ (ଯାହାର ପରିମାଣ ବାଲିର ପରିମାଣଠାରୁ ୨ରୁ ୩ ଘୁଣ ହେବା ବାଞ୍ଛନୀୟ)। ହେଲେ, ଅତ୍ୟଧିକ ବୃଷ୍ଟିପାତ କିମ୍ବା ପାଣି ଜମୁଥିବା ସ୍ଥାନଗୁଡ଼ିକରେ ହାଇଡ୍ରଲିକ୍ ଚୂନ ସଠିକ୍ ବିକଳ୍ପ ହୋଇଥାଏ (ଚୂନ-ବାଲିର ଅନୁପାତ ୧:୨ ହେବା ଉଚିତ୍)।

 

 

୩. ଜିପସମ୍ ମୋର୍ଟାର୍

 



ଜିପସମ୍ ମୋର୍ଟାରରେ ବନ୍ଧନକାରୀ ସାମଗ୍ରୀ ହେଉଛି ପ୍ଲାଷ୍ଟର ଏବଂ କୋମଳ ବାଲି। ଆର୍ଦ୍ର କିମ୍ବା ଓଦା ଜଳବାୟରୁ ଏହା ବହୁତ କମ୍ ସ୍ଥାୟିତ୍ୱ ଦେଇଥାଏ।

 

 

୪. ଗେଜ୍‌‌‌ଡ ମୋର୍ଟାର୍

ଚୂନ ଏବଂ ସିମେଣ୍ଟକୁ ମିଶ୍ରଣକାରୀ ଭାବେ ଏବଂ ବାଲିକୁ ସୂକ୍ଷ୍ମ ଆଗ୍ରିଗେଟ୍ ଭାବେ ବ୍ୟବହାର କରାଗଲେ, ପ୍ରାପ୍ତ ହେଉଥିବା ମିଶ୍ରଣକୁ ଗେଜ୍‌‌ଡ ମିଶ୍ରଣ କୁହାଯାଏ। ଏଥିରେ ଉଭୟ ଚୂନ ମୋର୍ଟାର୍ ଏବଂ ସିମେଣ୍ଟ ମୋର୍ଟାର୍‌‌ର ଉପାଦେୟ ଗୁଣଧର୍ମ ରହିଥାଏ। ଚୂନ ଆବଶ୍ୟକୀୟ ନମନୀୟତା ଯୋଗାଉଥିବା ବେଳେ, ସିମେଣ୍ଟ ସ୍ଥାୟିତ୍ୱ ଦେଇଥାଏ। ଏହି ମିଶ୍ରଣରେ ସିମେଣ୍ଟ-ଚୂନର ଅନୁପାତ ୧:୬ରୁ ଆରମ୍ଭ କରି ୧:୯ ପର୍ଯ୍ୟନ୍ତ ହୋଇପାରେ। ଏହା ସବୁଠାରୁ ଅର୍ଥସାଶ୍ରୟୀ ମୋର୍ଟାର୍ ବିକଳ୍ପ ଅଟେ।

 

 

୫. ସୁରଖୀ ମୋର୍ଟାର୍

ଚୂନ, ସୁରଖୀ (ଗେରୁ) ଏବଂ ପାଣିକୁ ମିଶାଇଲେ ଆମେ ସୁରଖୀ ମୋର୍ଟାର୍ ପାଇଥାଉ। ସୁରଖୀ ବା ଗେରୁ ସୂକ୍ଷ୍ମ ଆଗ୍ରିଗେଟ୍ ଭାବେ କାମ କରିଥାଏ। ଗୁଣ୍ଡ ଆକାରରେ ଉପଲବ୍ଧ ହେଉଥିବା ପୋଡା ମାଟିକୁ ସୁରଖୀ କୁହାଯାଏ। ବାଲି ତୁଳନାରେ ଏହା ମୋର୍ଟାର୍ ମିଶ୍ରଣରେ ଅଧିକ ଶକ୍ତି ଯୋଡ଼ିଥାଏ ଏବଂ ଅପେକ୍ଷାକୃତ ଶସ୍ତା ହୋଇଥାଏ। ବେଳେବେଳେ ଆମେ ଅଧା ଅଂଶ ବାଲି ଏବଂ ଅଧା ଅଂଶ ସୁରଖୀ ବ୍ୟବହାର କରିପାରିବା।

 

 

୬. ଏରେଟେଡ୍ ସିମେଣ୍ଟ ମୋର୍ଟାର୍

ସିମେଣ୍ଟ ସ୍ୱଳ୍ପ ନମନୀୟ ଗୁଣଧର୍ମ କାରଣରୁ ତାହାକୁ ନେଇ କାମ କରିବା କଷ୍ଟକର ହୋଇପାରେ। ହେଲେ, ମିଶ୍ରଣରେ ଯଦି ଆମେ ବାୟୁ ଅବରୋଧୀ ସାମଗ୍ରୀ ମିଶାଇଦେଉ ତା’ହେଲେ ସିମେଣ୍ଟ ମୋର୍ଟାର୍‌‌‌କୁ ନେଇ କାମ କରିବା ଅପେକ୍ଷାକୃତ ସହଜ ହୋଇଯାଇଥାଏ। ଏଥିପାଇଁ ଏରେଟେଡ୍ ସିମେଣ୍ଟ ମୋର୍ଟାର୍ କାମରେ ଆସିଥାଏ।

 

 

୭. କାଦୁଅ ମୋର୍ଟାର୍

ସିମେଣ୍ଟ କିମ୍ବା ଚୂନ ଉପଲବ୍ଧ ନ ଥିଲେ, ଆମେ କାଦୁଅକୁ ବନ୍ଧନକାରୀ ସାମଗ୍ରୀ ଭାବେ ବ୍ୟବହାର କରିପାରୁ। କାଦୁଅ ସାଙ୍ଗରେ ଗୋବର କିମ୍ବା ଧାନ ଚୋକଡ଼କୁ ସୂକ୍ଷ୍ମ ଆଗ୍ରିଗେଟ୍ ଭାବେ ମିଶାଇଲେ କାଦୁଅ ମୋର୍ଟାର୍ ପ୍ରାପ୍ତ ହୋଇଥାଏ।

 

 

୮. ଭାରି ଏବଂ ହାଲୁକା ମୋର୍ଟାର୍

ଯେଉଁ ମୋର୍ଟାରର ସ୍ଥୂଳ ଘନତ୍ୱ ୧୫ କେଏନ୍/ଏମ୍୩ ହୋଇଥାଏ, ତାହାକୁ ଭାରି ମୋର୍ଟାର୍ କୁହାଯାଏ। ଏ ପ୍ରକାର ମୋର୍ଟାର୍‌‌ରେ ଭାରି ସ୍ଫଟିକ ପଥରଗୁଡ଼ିକ ସୂକ୍ଷ୍ମ ଆଗ୍ରିଗେଟ୍‌‌ର କାମ କରିଥାଏ। ଅନ୍ୟପକ୍ଷରେ, ହାଲୁକା ମୋର୍ଟାର୍‌‌ର ସ୍ଥୂଳ ଘନତ୍ୱ ୧୫ କେଏନ୍/ଏମ୍୩ ରୁ କମ୍ ହୋଇଥାଏ। ଏହି ମୋର୍ଟାର୍ ଚୂନ କିମ୍ବା ସିମେଣ୍ଟକୁ ବନ୍ଧନକାରୀ ଏଜେଣ୍ଟ ଏବଂ ବାଲି, କାଠ ଭୁଷି ଆଦିକୁ ସୂକ୍ଷ୍ମ ଆଗ୍ରିଗେଟ୍ ଭାବେ ବ୍ୟବହାର କରିଥାଏ।

 

 

୯. ପତଳା ମୋର୍ଟାର୍



ଯଦି ଆମେ ବିଶେଷ କରି ଟାଇଲ୍ସ ପାଇଁ ଏକ ଆଢେସିଭ୍ ବା ସଂଲଗ୍ନତା ସାମଗ୍ରୀର ସନ୍ଧାନରେ ଥାଉ, ତେବେ ଆମେ ପତଳା ବା ଥିନ୍-ସେଟ୍ ମୋର୍ଟାର୍ ବ୍ୟବହାର କରିଥାଉ, ଯାହା ଅଧିକ ପତଳା ହୋଇଥାଏ। ହେଲେ, ଏହି ମୋର୍ଟାରଟି ଇଟା କିମ୍ବା ଭାରି ପଥର ସହିତ ବ୍ୟବହାର ପାଇଁ ଉପଯୁକ୍ତ ହୋଇ ନ ଥାଏ। ଏହା ସିମେଣ୍ଟ, ବାଲି ଏବଂ ଜଳ ଧାରଣ ସାମଗ୍ରୀର ମିଶ୍ରରେ ତିଆରି ହୋଇଥାଏ। ଆଜିକାଲି ଟାଇଲ୍ ମାଷ୍ଟିକ୍ ସହିତ ପତଳା ମୋର୍ଟାରର ବ୍ୟବହାର ସାଧାରଣ ହୋଇଗଲାଣି। ଟାଇଲ୍ ମାଷ୍ଟିକ୍ ହେଉଛି ଏକ ପ୍ରକାର ଅଠା ଯାହା ଟାଇଲ୍ସକୁ କାନ୍ଥ କିମ୍ବା ମେଜିଆ ସହ ଯୋଡ଼ିଥାଏ।

 

 

୧୦. ଇପକ୍ସି ମୋର୍ଟାର୍

ମୋର୍ଟାର୍ ଗଠନରେ ନିରବଚ୍ଛିନ୍ନ ଅଗ୍ରଗତି ଜାରି ରହିଛି ଏବଂ ସେହିକ୍ରମରେ ଗୋଟିଏ ବୈପ୍ଳବିକ ଉତ୍ପାଦ ହେଉଛି ଇପକ୍ସି ମୋର୍ଟାର୍। ଏହି ମୋର୍ଟାର୍ ଇପକ୍ସି ରେଜିନ୍, ସଲଭେଣ୍ଟ ଇତ୍ୟାଦିରେ ତିଆରି ହୋଇଥାଏ। ଏହି ମୋର୍ଟାର୍ ଅଠାଳିଆ ଏବଂ ଜଳନିରୋଧୀ ହୋଇଥାଏ। ଏହା ଦାଗନିରୋଧୀ ହେବା ସହିତ ସିମେଣ୍ଟ ମୋର୍ଟାର୍ ତୁଳନାରେ ଦ୍ରୁତ କିଓରିଂ ହାସଲ କରିଥାଏ, ତେଣୁ ଟାଇଲ୍ସ କାମରେ ଏହି ମୋର୍ଟାରକୁ ବ୍ୟବହାର କରିବା ଅଧିକ ପସନ୍ଦ କରାଯାଏ।

 

 

୧୧. ଅଗ୍ନିନିରୋଧୀ ମୋର୍ଟାର୍

ଏହି ଉପ-ବର୍ଗରେ ଏଲୁମିନସ୍ ସିମେଣ୍ଟ ପ୍ରମୁଖ ଉପାଦାନ ହୋଇଥାଏ। ଅଗ୍ନିନିରୋଧୀ ଇଟାର ସୂକ୍ଷ୍ମ ଗୁଣ୍ଡ ଏବଂ ସିମେଣ୍ଟର ମିଶ୍ରଣ ଦ୍ୱାରା ଏହି ଅଗ୍ନିନିରୋଧୀ ମୋର୍ଟାର୍ ପ୍ରାପ୍ତ ହୋଇଥାଏ।

 

 

୧୨. ପ୍ୟାକିଂ ମୋର୍ଟାର୍

ପ୍ୟାକିଂ ମୋର୍ଟାର୍ ସିମେଣ୍ଟ-ଲୋମ୍, ସିମେଣ୍ଟ-ବାଲି କିମ୍ବା ବେଳେବେଳେ ସିମେଣ୍ଟ-ବାଲି-ଲୋମ୍‌‌ରେ ନିର୍ମିତ ହୋଇଥାଏ। ଏହାର ସୁଦୃଢ଼ତା ଏବଂ ଜଳନିରୋଧୀ ଗୁଣ ଯୋଗୁଁ ତୈଳକୂପ ନିର୍ମାଣରେ ଏହାକୁ ବନ୍ଧନକାରୀ ସାମଗ୍ରୀ ରୂପେ ବ୍ୟବହାର କରାଯାଏ।

 

 

୧୩. ଅନ୍ୟାନ୍ୟ କିସମ

ଜିପସମ, ସ୍ଲାଗ୍ କିମ୍ବା ସିମେଣ୍ଟ ବ୍ୟତୀତ ସିଣ୍ଡର ଏବଂ ଝାମା ପଥରକୁ ଫାଇନ୍-ଆଗ୍ରିଗେଟ୍ ଭାବରେ ବ୍ୟବହାର କରୁଥିବା ମୋର୍ଟାର୍‌‌ରେ ସାଉଣ୍ଡପ୍ରୁଫିଙ୍ଗ ଗୁଣ ବିକଶିତ ହୋଇଥାଏ, ତେଣୁ, ଆମେ ଶବ୍ଦ-ଅବଶୋଷଣକାରୀ ମୋର୍ଟାର୍ ପ୍ରାପ୍ତ କରିଥାଉ । ରାସାୟନିକ ଆକ୍ରମଣ ପ୍ରବଣ ଢାଞ୍ଚାଗୁଡ଼ିକ ପାଇଁ, ଆମେ ରାସାୟନିକ-ପ୍ରତିରୋଧୀ ମୋର୍ଟାର୍ ବ୍ୟବହାର କରିପାରିବା | ରଞ୍ଜନ ରଶ୍ମୀର କୁପ୍ରଭାବ ରହିଥାଏ ଏବଂ ରଞ୍ଜନ ରଶ୍ମୀ ବା ଏକ୍ସ-ରେ ରୁମ୍‌‌ର କାନ୍ଥଗୁଡ଼ିକ ଯେପରି ନିରାପଦ ରହେ ତାହା ସୁନିଶ୍ଚିତ କରିବା ପାଇଁ ଏକ ଭାରି ସ୍ଥୂଳ ଘନତ୍ୱର ମୋର୍ଟାର୍ (୨୨ କେଏନ୍/ଏମ୍୩) ବ୍ୟବହାର କରାଯାଇଥାଏ।


ଭଲ ମୋର୍ଟାର୍‌‌ର ବୈଶିଷ୍ଟ୍ୟ



ମୋର୍ଟାର୍‌‌ର ଉପଯୋଗ ତାହାର ପ୍ରୟୋଗଯୋଗ୍ୟତା ଏବଂ ଉଦ୍ଦେଶ୍ୟ ଉପରେ ନିର୍ଭରଶୀଳ ହୋଇଥିବା ବେଳେ, ଭଲ ମୋର୍ଟାର୍‌‌ର ବୈଶିଷ୍ଟ୍ୟଗୁଡ଼ିକ ନିମ୍ନ ଅନୁଯାୟୀ ଅଟେ:

 

୧. ଆଢେସିଭ୍

ମୋର୍ଟାର୍‌‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଇଟା, ଟାଇଲ୍ସ ଭଳି ନିର୍ମାଣ ବ୍ଲକ୍‌‌ଗୁଡ଼ିକୁ ବାନ୍ଧିରଖିବା ବା ଯୋଡ଼ିରଖିବା। ତେଣୁ, ଅଠାଳିଆପଣ ମୋର୍ଟାର୍‌‌ର ଏକ ଅତ୍ୟାବଶ୍ୟକ ବୈଶିଷ୍ଟ୍ୟ ଅଟେ।

 

୨. ଜଳନିରୋଧୀ

ଭଲ ମୋର୍ଟାର୍ ଜଳନିରୋଧୀ ହୋଇଥାଏ, ଯାହା ବର୍ଷାପାଗକୁ ସହିବାରେ ସକ୍ଷମ ହୋଇଥାଏ।

 

୩. ସ୍ଥାୟିତ୍ୱ

ଯେକୌଣସି ସ୍ଥାପତ୍ୟଗତ ନିର୍ମାଣର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୁଣ ହେଉଛି ସମୟ ସହିତ ଖରାପ ନ ହୋଇ ଦୀର୍ଘ ସମୟ ଧରି ବଜାୟ ରହିବା। ତେଣୁ, ପ୍ରତିକୂଳ ପରିସ୍ଥିତିଗୁଡ଼ିକର ମୁକାବିଲା କରିବା ପାଇଁ ମୋର୍ଟାର୍ ଉନ୍ନତ ଗୁଣମାନର ହେବା ଉଚିତ୍।

 

୪. ବ୍ୟବହାରଯୋଗ୍ୟତା

ମୋର୍ଟାର୍‌‌କୁ ନେଇ କାମ କରିବା ସହଜ ହେବା ଉଚିତ୍।

 

୫. ଫାଟ ନିରୋଧୀ

ଉଚ୍ଚ ଚାପ କିମ୍ବା ତାପମାତ୍ରା କମ୍-ବେଶୀ ହେବାର ସମ୍ମୁଖୀନ ହେଲେ ସହଜରେ ବିକୃତ ହୋଇଯାଇପାରେ। ଏହାର ପରିଣତିସ୍ୱରୂପ, ଟାଇଲ୍ କିମ୍ବା ବିଲଡିଂ ପୃଷ୍ଠଗୁଡ଼ିକରେ ଫାଟ ଦେଖାଦେବା ଆରମ୍ଭ ହୁଏ। ତେଣୁ ଭଲ-ଗୁଣମାନର ମୋର୍ଟାର୍ ଦୀର୍ଘ ସମୟ ଧରି ସୁଦୃଢ଼ ଯୋଡ଼େଇ ଓ ବନ୍ଧନକୁ ସୁନିଶ୍ଚିତ କରିବା ଉଚିତ୍।

 

 

ମୋର୍ଟାରର ଉପଯୋଗ

 

୧. ବନ୍ଧନକାରୀ ସାମଗ୍ରୀ

ମୋର୍ଟାର୍‌‌ର ପ୍ରାଥମିକ କାର୍ଯ୍ୟ ହେଉଛି ଇଟା କିମ୍ବା ପଥରଗୁଡ଼ିକୁ ବାନ୍ଧି ବା ଯୋଡ଼ିରଖିବା।

 

୨. ପ୍ରତିରୋଧକ୍ଷମତା

ମୋର୍ଟାର୍ ପ୍ରତିକୂଳ ପାଣିପାଗ ପରିସ୍ଥିତି ଏବଂ ଅନ୍ୟାନ୍ୟ ନକାରାତ୍ମକ ପ୍ରଭାବ (ରାସାୟନିକ ଆକ୍ରମଣ, ଉଚ୍ଚ ଧ୍ୱନି ଇତ୍ୟାଦି)କୁ ପ୍ରତିରୋଧ କରିବା ସହିତ ଶକ୍ତି ଯୋଗାଇଥାଏ।

 

୩. ଜଏଣ୍ଟଗୁଡ଼ିକୁ ଭରିବା

ପତଳା ମୋର୍ଟାର୍ (ଗ୍ରାଉଟ୍) ଟାଇଲ୍ସ କିମ୍ବା ଇଟାଗୁଡ଼ିକ ମଧ୍ୟରେ ଜଏଣ୍ଟ ଓ ବ୍ୟବଧାନଗୁଡ଼ିକୁ ଭରିବାର ସାହାଯ୍ୟ କରିଥାଏ।



ଶେଷରେ, ମୋର୍ଟାର ହେଉଛି ଏକ ବହୁମୁଖୀ ନିର୍ମାଣ ସାମଗ୍ରୀ ଯାହାର ବିଭିନ୍ନ ପ୍ରକାରଭେଦ ରହିଛି ଏବଂ ପ୍ରତ୍ୟେକ ପ୍ରକାର ନିର୍ଦ୍ଦିଷ୍ଟ ଆବଶ୍ୟକତା ପାଇଁ ଡିଜାଇନ୍ କରାଯାଇଥାଏ। ନିର୍ମାଣରେ ଏହାର ଅତ୍ୟାବଶ୍ୟକ ଭୂମିକା, ଏହାର ବିଭିନ୍ନ ଗୁଣ ସହିତ ମିଶି, ସ୍ଥାୟୀ ଢାଞ୍ଚା ନିର୍ମାଣରେ ଏହାର ମହତ୍ତ୍ୱକୁ ରେଖାଙ୍କିତ କରିଥାଏ । ନିର୍ମାଣ ଶିଳ୍ପ ସହ ଜଡିତ ଯେ କୌଣସି ବ୍ୟକ୍ତିଙ୍କ ପାଇଁ ମୋର୍ଟାର ପ୍ରକାର ଏବଂ ଏହାର ପ୍ରୟୋଗକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....