Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ଆମର ପ୍ରଡକ୍ଟସ୍
Share:
ଏମ୍25 କଂକ୍ରିଟ ଅନୁପାତ ହେଉଛି ଏକ ନିର୍ଦ୍ଦିଷ୍ଟ ଶ୍ରେଣୀ ବା ଗ୍ରେଡ୍ ର କଂକ୍ରିଟ ଉତ୍ପାଦନ ପାଇଁ ବ୍ୟବହାର କରାଯାଉଥିବା ଏକ ସୂତ୍ର ଯାହା 28 ଦିନ ପର୍ଯ୍ୟନ୍ତ କିଓରିଂ ପାଇବା ପରେ, 25 ମେଗାପାସ୍କେଲ (ଏମପିଏ) ଶକ୍ତିରେ ପହଞ୍ଚିଥାଏ । ଏହି ଡିଜାଇନ୍ ମିଶ୍ରଣରେ ଗୋଟିଏ ଭାଗ ସିମେଣ୍ଟ, ଗୋଟିଏ ଭାଗ ପାଣି, ଦୁଇ ଭାଗ ବାଲି ଏବଂ ଚାରି ଭାଗ ପରିମାଣ ଅନୁଯାୟୀ ଏଗ୍ରିଗେଟ୍ ଏକତ୍ରିତ ହୋଇଥାଏ । ଏମ25 ମିଶ୍ରଣ ଅନୁପାତର ଉଦ୍ଦେଶ୍ୟ ହେଉଛି କଂକ୍ରିଟକୁ ଅତ୍ୟଧିକ ଜଟିଳ କିମ୍ବା ବ୍ୟୟବହୁଳ ନ କରି ବିଭିନ୍ନ ଢାଞ୍ଚାଗତ ପ୍ରୟୋଗ ପାଇଁ ତାହାର ଆବଶ୍ୟକ ଶକ୍ତିକୁ ସୁନିଶ୍ଚିତ କରିବା । ଏହା ନିର୍ମାଣ ପ୍ରକଳ୍ପଗୁଡିକ ପାଇଁ ବ୍ୟବହାରର ସହଜତା, ସାମର୍ଥ୍ୟ ଏବଂ ପ୍ରଦର୍ଶନ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ ।
ଏମ୍25 କଂକ୍ରିଟ ମିଶ୍ରଣ, ଅତ୍ୟନ୍ତ ଲାଭପ୍ରଦ ଅଟେ, ଯେଉଁ କାରଣରୁ ନିର୍ମାଣ କ୍ଷେତ୍ରରେ ଏହା ଏକ ଆଦର୍ଶ ପସନ୍ଦ ଅଟେ । ଏଠାରେ ଏମ୍25 ଅନୁପାତ କଂକ୍ରିଟ ମିଶ୍ରଣର କେତେକ ନିଆରା ବୈଶିଷ୍ଟ୍ୟ ଉଲ୍ଲେଖ କରାଯାଇଛି, ଯାହା ନିର୍ମାଣ ପ୍ରକଳ୍ପଗୁଡିକରେ ଏହାର ବ୍ୟାପକ ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାରେ ଯୋଗଦାନ କରିଥାଏ:
ଏମ୍25 ମିଶ୍ରଣ 28 ଦିନର କିଓରିଂ ପରେ 25 ଏମପିଏ ଶକ୍ତି ହାସଲ କରି ପ୍ରଭାବଶାଳୀ ସ୍ଥାୟୀତ୍ୱ ପ୍ରଦାନ କରିଥାଏ । ଏହି ଶକ୍ତି ଏହାକୁ ବିଭିନ୍ନ ମାନକ ନିର୍ମାଣ ପ୍ରକଳ୍ପ ପାଇଁ ଉପଯୁକ୍ତ କରିଥାଏ, ଅର୍ଥାତ୍ ହେଭି-ଡ୍ୟୁଟି ଆବଶ୍ୟକତାକୁ ଛାଡ଼ିଦେଲେ ପର୍ଯ୍ୟାପ୍ତ ଶକ୍ତି ଆବଶ୍ୟକ କରୁଥିବା ସ୍ଲାବ୍, ବିମ୍, ସ୍ତମ୍ଭ, ଏପରିକି ରାସ୍ତା ନିର୍ମାଣ ଭଳି ପ୍ରକଳ୍ପଗୁଡ଼ିକ ଅନ୍ତର୍ଭୁକ୍ତ ।
ଉପାଦାନଗୁଡ଼ିକର ସନ୍ତୁଳିତ ଅନୁପାତ ଯୋଗୁଁ, ଏମ୍25 କଂକ୍ରିଟ ଉତ୍କୃଷ୍ଟ ଢାଞ୍ଚାଗତ ଅଖଣ୍ଡତା ପ୍ରଦାନ କରିପାରିଥାଏ । ଏହା ଏଗ୍ରିଗେଟ୍ - ଭଙ୍ଗା ପଥର କିମ୍ବା ଗୋଡ଼ି - ଏବଂ ସବୁକିଛି ଏକାଠି ବାନ୍ଧିରଖୁଥିବା ସିମେଣ୍ଟ ପେଷ୍ଟ ମଧ୍ୟରେ ଏକ ଭଲ ବନ୍ଧନ ସୁନିଶ୍ଚିତ କରିଥାଏ । ଏହା ଫଳରେ ଏକ ଦୃଢ଼, ଏକୀକୃତ ଢାଞ୍ଚା ସୃଷ୍ଟି ହୁଏ ଯାହା ଚାପ ପ୍ରତିରୋଧୀ ଏବଂ ପ୍ରଭାବଶାଳୀ ଭାବରେ ଭାର ବହନ କରିପାରେ ।
ଏମ୍25 କଂକ୍ରିଟ ଅନେକ ନିର୍ମାଣ ପ୍ରକଳ୍ପ ପାଇଁ ଏକ ଶସ୍ତା ସମାଧାନ ପ୍ରଦାନ କରେ | ଏହାର ଶକ୍ତି ଏବଂ ସାମର୍ଥ୍ୟର ସନ୍ତୁଳନକୁ ଦୃଷ୍ଟିରେ ରଖି, ଏହା ଅନେକ ମାନକ ନିର୍ମାଣ କାର୍ଯ୍ୟ ପାଇଁ ଏକ ଲୋକପ୍ରିୟ ପସନ୍ଦ ଅଟେ । ଏହା ବିଲ୍ଡରମାନଙ୍କୁ ଢାଞ୍ଚାଗତ ଅଖଣ୍ଡତା ବଜାୟ ରଖିବା ଏବଂ ପ୍ରକଳ୍ପ ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖିବା ମଧ୍ୟରେ ସନ୍ତୁଳନ ହାସଲ କରିବାରେ ସାହାଯ୍ୟ କରେ ।
ନିର୍ମାଣରେ ନିରାପତ୍ତା ଏବଂ ଗୁଣବତ୍ତା ବଜାୟ ରଖିବା ପାଇଁ ଶିଳ୍ପମାନ ଜରୁରୀ ହୋଇଥାଏ । ଏକ ମାନକ ଡିଜାଇନ୍ ମିଶ୍ରଣ ଭାବରେ, ଏମ୍25 କଂକ୍ରିଟ ଅନୁପାତ ଭାରତୀୟ ମାନକ କୋଡ୍ ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡ ସମେତ ବିଶ୍ୱସ୍ତରରେ ସ୍ୱୀକୃତ ମାନଦଣ୍ଡ କୁ ଅନୁସରଣ କରେ । ଏହାର ଅର୍ଥ ଏହା ଏହାର ଆଶାନୁରୂପ ପ୍ରଦର୍ଶନର ବିଶ୍ୱସନୀୟତା ଏବଂ ନିଶ୍ଚିତତା ପ୍ରଦାନ କରେ |
ଦକ୍ଷ ନିର୍ମାଣ ପ୍ରକ୍ରିୟାରେ ଏହାର ଅବଦାନ ପାଇଁ ଏମ୍25 କଂକ୍ରିଟ ଅନୁପାତ ମିଶ୍ରଣକୁ ମଧ୍ୟ ପ୍ରଶଂସା କରାଯାଏ । ଏହାର ମାନକ ପ୍ରକୃତି ଏବଂ ସହଜରେ ଅନୁସରଣ କରାଯାଉଥିବା ମିଶ୍ରଣ ଅନୁପାତ ଯୋଗୁଁ, ଏହା ମିଶ୍ରଣ ପ୍ରକ୍ରିୟା ସମୟରେ ତ୍ରୁଟିକୁ ହ୍ରାସ କରିବାରେ ସାହାଯ୍ୟ କରେ, ନିର୍ମାଣ ସମୟସୀମାକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରେ ଏବଂ ଏକ ସହଜ କାର୍ଯ୍ୟପ୍ରବାହ ପାଇଁ ଅନୁମତି ଦିଏ ।
ଅଳ୍ପକେତୋଟି ଉପାଦାନକୁ ଏକାଠି ମିଶାଇଦେଲେ ଆଦର୍ଶ କଂକ୍ରିଟ ମିଶ୍ରଣ ବିକଶିତ ହୋଇଯାଏ ନାହିଁ । ଏଠାରେ ସଠିକ ଓ ନିଖୁଣ ହିସାବ ଅଛି, ଏହା ସୁନିଶ୍ଚିତ କରେ ଯେ ଆମର ମିଶ୍ରଣ ତାହାର ଲକ୍ଷ୍ୟିତ ଶକ୍ତି ହାସଲ କରିବ, ଉତ୍କୃଷ୍ଟ ସ୍ଥାୟୀତ୍ୱ ପ୍ରଦର୍ଶନ କରିବ ଏବଂ ସର୍ବୋତ୍ତମ କାର୍ଯ୍ୟଦକ୍ଷତା ପ୍ରଦାନ କରିବ । ତଳେ, ଆସନ୍ତୁ ଏକ ଆଦର୍ଶ ମିଶ୍ରଣ ପାଇଁ ଏମ୍25 କଂକ୍ରିଟ ଅନୁପାତ ଗଣନା ଉପରେ ବିଶେଷ ନଜର ପକାଇବା ଏବଂ ବୁଝିବା।
ଲକ୍ଷ୍ୟିତ ଶକ୍ତି ହେଉଛି ସେହି ଶକ୍ତି ଯାହାକୁ ଆମେ ଆମର କଂକ୍ରିଟ ମିଶ୍ରଣ କିଓରିଂ ହେବା ପାଇବା ପାଇଁ ଲକ୍ଷ୍ୟ ରଖିଥାଉ । ଏମ୍25 କଂକ୍ରିଟ ପାଇଁ ସେହି ଶକ୍ତିଟି ହେଉଛି 25 ଏମପିଏ । ଏମ୍25 କଂକ୍ରିଟ ଅନୁପାତ ମିଶ୍ରଣକୁ ଏଭଳି ଭାବେ ଡିଜାଇନ୍ କରାଯାଇଥାଏ ଯାହାଫଳରେ ତାହା କଠୋରତା ହାସଲ କରିବା ଏବଂ ସେଟ୍ ହେବା ପାଇଁ ସମୟ ମିଳିବା ପରେ ଉପରୋକ୍ତ ଶକ୍ତି ହାସଲ କରିବା ନିଶ୍ଚିତ ହୋଇଯାଇଥାଏ ।
ଜଳ-ସିମେଣ୍ଟ ଅନୁପାତ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଅଟେ । ଏହି ଅନୁପାତ ହେଉଛି ଏକ ମିଶ୍ରଣରେ ସିମେଣ୍ଟର ଓଜନ ଦ୍ୱାରା ବିଭାଜିତ କରାଯାଇଥିବା ପାଣିର ଓଜନ, ଯାହା କଂକ୍ରିଟର ଶକ୍ତି, ସ୍ଥାୟୀତ୍ୱ ଏବଂ କାର୍ଯ୍ୟକ୍ଷମତାକୁ ପ୍ରଭାବିତ କରେ । ଆମର M25 କଂକ୍ରିଟକୁ ତାହାର ଲକ୍ଷ୍ୟିତ ସ୍ଥାୟୀତ୍ୱ ଏବଂ ଶକ୍ତିରେ ପହଞ୍ଚିବା ସୁନିଶ୍ଚିତ କରିବା ପାଇଁ ସଠିକ୍ ଅନୁପାତ ଚୟନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।
ଏକ ମିଶ୍ରଣରେ ଆବଶ୍ୟକ ହେଉଥିବା ଜଳର ପରିମାଣ ବିଭିନ୍ନ କାରକ ଉପରେ ନିର୍ଭର କରିଥାଏ, ଯେପରିକି ବ୍ୟବହୃତ ହୋଇଥିବା ଏଗ୍ରିଗେଟ୍ ର ଆକାର ଏବଂ ପ୍ରକାର । କଂକ୍ରିଟ୍ ର ବାଞ୍ଛିତ କାର୍ଯ୍ୟକ୍ଷମତା ଏବଂ ନିର୍ଦ୍ଦିଷ୍ଟ ମିଶ୍ରଣ ଡିଜାଇନ୍ ଆଧାରରେ ଆପଣ ଏହାକୁ ନିର୍ଦ୍ଧାରଣ କରନ୍ତି।
ପାଣିର ପରିମାଣ ଏବଂ ଜଳ-ସିମେଣ୍ଟ ଅନୁପାତ ନିର୍ଦ୍ଧାରଣ କରିବା ପରେ, ଆପଣ ଜାଣିପାରିବେ ଯେ ଆପଣଙ୍କ ମିଶ୍ରଣରେ କେତେ ସିମେଣ୍ଟ ଆବଶ୍ୟକ ହେବ । ଯେହେତୁ ଜଳ-ସିମେଣ୍ଟ ଅନୁପାତ ସିମେଣ୍ଟର ଓଜନ ଦ୍ୱାରା ବିଭକ୍ତ ଜଳର ଓଜନ ସହିତ ସମାନ, ତେଣୁ ଆପଣ ନିଜ ସିମେଣ୍ଟର ପରିମାଣ ପାଇବା ପାଇଁ ବ୍ୟବହୃତ ଜଳର ପରିମାଣକୁ ଜଳ-ସିମେଣ୍ଟ ଅନୁପାତ ସହିତ ଗୁଣନ କରିପାରିବେ ।
ତା’ପରେ, ଏଗ୍ରିଗେଟ୍ ର ମାତ୍ରା ପାଇବା ପାଇଁ, ବ୍ୟବହାର କରିବାକୁ ଥିବା ଏଗ୍ରିଗେଟର ସର୍ବାଧିକ ଆକାର, ଏହାର ଗଠନ - ଚିକ୍କଣ କି ଖଦଡ଼ା - ଏବଂ କଂକ୍ରିଟର ବାଞ୍ଛିତ କାର୍ଯ୍ୟକ୍ଷମତା ଏବଂ କମ୍ପ୍ରେସିଭ୍ ଶକ୍ତି ଭଳି ବିଷୟଗୁଡ଼ିକୁ ବିଚାରକୁ ନିଅନ୍ତୁ । ଏହି କାରଣଗୁଡିକ, ଜଳ ଏବଂ ସିମେଣ୍ଟର ଜଣାଶୁଣା ପରିମାଣ ସହିତ, ଆବଶ୍ୟକ ଏଗ୍ରିଗେଟ୍ ର ପରିମାଣ ଗଣନାରେ ସାହାଯ୍ୟ କରିବ ।
ଶେଷରେ, ଅନ୍ୟ ସମସ୍ତ ମାପ ଜାଣିବା ସହିତ, ଆପଣ ନିର୍ଦ୍ଧାରଣ କରିପାରିବେ ଯେ ଆପଣଙ୍କ ମିଶ୍ରଣରେ ମୋଟା ଏଗ୍ରିଗେଟ୍ (ପଥର ପରି) ତୁଳନାରେ କେତେ ସୂକ୍ଷ୍ମ ଏଗ୍ରିଗେଟ୍ (ବାଲି ପରି) ଆବଶ୍ୟକ। ଏହି ଦୁଇଟି ମଧ୍ୟରେ ଅନୁପାତ କଂକ୍ରିଟ ଶକ୍ତି ଏବଂ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରେ । ଆପଣଙ୍କ ଏଗ୍ରିଗେଟ୍ ରେ ଥିବା ଆର୍ଦ୍ରତା ଉପରେ ଆଧାର କରି ଆପଣଙ୍କୁ ଆପଣଙ୍କ ଜଳ ର ପରିମାଣ କୁ ଆଡଜଷ୍ଟ କରିବାକୁ ପଡିପାରେ ।
ଏମ୍25 କଂକ୍ରିଟ, ଏହାର ଶକ୍ତି-ରୁ-କାର୍ଯ୍ୟଯୋଗ୍ୟତା ଅନୁପାତ ଯୋଗୁଁ, ନିର୍ମାଣ ପ୍ରକଳ୍ପଗୁଡିକରେ ବ୍ୟାପକ ପ୍ରୟୋଗରେ ଲାଗିଥାଏ । ଯଦିଓ ଏହାର ବ୍ୟବହାର କେବଳ ଏତିକିରେ ସୀମିତ ନୁହେଁ, ଏଠାରେ ଏମ୍25 କଂକ୍ରିଟର କିଛି ସାଧାରଣ ପ୍ରୟୋଗ ଅଛି:
ଉଭୟ ଆବାସିକ ଏବଂ ବାଣିଜ୍ୟିକ କୋଠା ପାଇଁ ବିଭିନ୍ନ ପ୍ରକାର ସ୍ଲାବ୍ ନିର୍ମାଣରେ ଏମ୍25 କଂକ୍ରିଟ ଅନୁପାତ ପ୍ରାୟତଃ ବ୍ୟବହୃତ ହୁଏ । ଏହା ଏକ କଠିନ, ସମତଳ ପୃଷ୍ଠ ପ୍ରଦାନ କରେ ଯାହା ଏହିପରି ଢାଞ୍ଚାରେ ସାଧାରଣ ଭାରକୁ ସହ୍ୟ କରିପାରିବ ଓ ଦୀର୍ଘସ୍ଥାୟୀ କାର୍ଯ୍ୟଦକ୍ଷତା ସୁନିଶ୍ଚିତ କରିପାରିବ ।
ଯାନବାହନ ଓଜନ ବହନ କରିବା ଆବଶ୍ୟକ କରୁଥିବା ଡ୍ରାଇଭୱେଗୁଡିକ ପାଇଁ, କଂକ୍ରିଟର ଏମ୍25 ମିଶ୍ରଣ ଅନୁପାତ ଏକ ଉତ୍ତମ ବିକଳ୍ପ ଅଟେ । ଏହା ଏକ ମଜବୁତ ଏବଂ ପାଣିପାଗ ପ୍ରତିରୋଧୀ ପୃଷ୍ଠକୁ ସୁନିଶ୍ଚିତ କରେ ଯାହା କାର୍ ଏବଂ ହାଲୁକା ଟ୍ରକଗୁଡିକର ନିୟମିତ ଗତିବିଧି ଏବଂ ଓଜନକୁ ସହ୍ୟ କରିବାରେ ସକ୍ଷମ ହୋଇଥାଏ ।
ଯେକୌଣସି ପଥଚାରୀ ପରିବେଶରେ ସୁରକ୍ଷିତ ଏବଂ ସ୍ଥାୟୀ ପାଦ ଟ୍ରାଫିକ୍ ନିମନ୍ତେ ଉଦ୍ଦିଷ୍ଟ ପଥ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ଉଦ୍ଦେଶ୍ୟରେ M25 କଂକ୍ରିଟ ପ୍ରାୟତଃ ବ୍ୟବହୃତ ହୁଏ । ଯଥେଷ୍ଟ ପାଦ ଯାତାୟତକୁ ସହନ କରିବାର କ୍ଷମତା ଥିବାରୁ ପେଭମେଣ୍ଟ ଏବଂ ଫୁଟପାଥ୍ ପାଇଁ ଏହା ଏକ ସାଧାରଣ ପସନ୍ଦ ହୋଇଥାଏ।
ଏମ୍25 କଂକ୍ରିଟ୍ ଗ୍ରେଡ୍ ର କମ୍ପ୍ରେସିଭ୍ ଶକ୍ତି ଏହାକୁ କ୍ଷୁଦ୍ରରୁ ମଧ୍ୟମ ଆକାରର କୋଠା ଗୁଡ଼ିକ ପାଇଁ ସୁଦୃଢ଼ ସ୍ତମ୍ଭ ଏବଂ ବିମ୍ ନିର୍ମାଣ ପାଇଁ ଏକ ଆଦର୍ଶ ପସନ୍ଦରେ ପରିଣତ କରିଥାଏ । ଏହା ଆବଶ୍ୟକ ସପୋର୍ଟ ଏବଂ ସ୍ଥାୟୀତ୍ୱ ପ୍ରଦାନ କରେ, ସୁନିଶ୍ଚିତ କରେ ଯେ କୋଠାଗୁଡ଼ିକ ସ୍ଥିର ଏବଂ ସୁରକ୍ଷିତ ରହିବ ।
ଭୂମିର ପାର୍ଶ୍ୱିକ ଚାପକୁ ସମ୍ଭାଳିବା ପାଇଁ କାନ୍ଥଗୁଡ଼ିକୁ ଯଥେଷ୍ଟ ମଜବୁତ କରାଯିବା ଆବଶ୍ୟକ ହୋଇଥାଏ । ଏମ୍25 କଂକ୍ରିଟ ଅନୁପାତ, ଏହାର ପ୍ରଶଂସନୀୟ ଶକ୍ତି ଏବଂ ସ୍ଥାୟୀତ୍ୱ ସହିତ, ଏହି ଆବଶ୍ୟକତାଗୁଡିକ ପାଇଁ ଉପଯୁକ୍ତ ହୋଇଥାଏ ଏବଂ ଏହାକୁ ପ୍ରାୟତଃ ରିଟେନିଂ ୱାଲ୍ ନିର୍ମାଣରେ ବ୍ୟବହାର କରାଯାଇଥାଏ ।
କେତେକ ନିର୍ମାଣ ପ୍ରକଳ୍ପ ପାଇଁ ବ୍ଲକ, ପ୍ୟାନେଲ ଏବଂ ସୀମା କାନ୍ଥ ଭଳି ପ୍ରାକ୍-ନିର୍ମିତ କିମ୍ବା ପ୍ରି-କାଷ୍ଟ ଉପାଦାନ ଆବଶ୍ୟକ ହୋଇପାରେ । ଏହିପରି ଉପାଦାନଗୁଡିକ ପାଇଁ, ଏମ୍25 କଂକ୍ରିଟ 28 ଦିନର କିଓରିଂ ପରେ ହାସଲ କରିଥିବା ଶକ୍ତି ତଥା ତାହାର ସ୍ଥିରତା ଓ ସବୁ ଋତୁ ପାଇଁ ଉପଯୁକ୍ତତା ଯୋଗୁଁ ଏକ ଆଦର୍ଶ ପସନ୍ଦ ହୋଇଥାଏ ।
ଏମ୍25 କଂକ୍ରିଟ ଅନୁପାତ ନିର୍ମାଣ ଶିଳ୍ପରେ ଏକ ମୌଳିକ ଉପାଦାନ, ଯାହା ଶକ୍ତି ଏବଂ କାର୍ଯ୍ୟଦକ୍ଷତା ମଧ୍ୟରେ ଏକ ନିର୍ଭରଯୋଗ୍ୟ ସନ୍ତୁଳନ ପ୍ରଦାନ କରେ । ଏମ୍25 କଂକ୍ରିଟ ମିଶ୍ରଣର ଭୂମିକା ଏବଂ ବ୍ୟବହାର ଏବଂ M25 କଂକ୍ରିଟ ଅନୁପାତର ଗଣନାକୁ ବୁଝିବା ପରେ ଏହା ସ୍ପଷ୍ଟ ହୋଇଯାଏ ଯେ ନିର୍ମାଣର ସ୍ଥିରତା, ଦୀର୍ଘାୟୁ ଏବଂ ସ୍ଥାୟୀତ୍ୱ ସୁନିଶ୍ଚିତ କରିବାରେ ଏହାର ସଂରଚନାଟି ଗୁରୁତ୍ୱପୂର୍ଣ୍ଣ । ଏହା ନିଜର ବୈଶିଷ୍ଟ୍ୟ ଏବଂ ପ୍ରୟୋଜନ କାରଣରୁ ନିର୍ମାଣ କ୍ଷେତ୍ରର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶବିଶେଷରେ ପରିଣତ ହୋଇପାରିଛି ।