Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ଆମର ପ୍ରଡକ୍ଟସ୍
Share:
ବାସ୍ତୁ ଅନୁଯାୟୀ ରୋଷେଇ ଘରର ସଠିକ୍ ରଙ୍ଗ ଚୟନ କରିବା ଦ୍ୱାରା ଆପଣଙ୍କ ରୋଷେଇ ଘର ସୌହାର୍ଦ୍ଦ୍ୟ, ସମୃଦ୍ଧି ଏବଂ ସକାରାତ୍ମକ ଶକ୍ତିର ସ୍ଥାନରେ ପରିଣତ ହୋଇପାରିବ । ପାରମ୍ପରିକ ଭାରତୀୟ ସ୍ଥାପତ୍ୟ ପ୍ରଣାଳୀ ବାସ୍ତୁଶାସ୍ତ୍ର, ରଙ୍ଗ ଆମ ଜୀବନ ଏବଂ କଲ୍ୟାଣକୁ କିପରି ପ୍ରଭାବିତ କରେ ସେ ବିଷୟରେ ସୂଚନା ପ୍ରଦାନ କରିଥାଏ । ଆଜି, ଆସନ୍ତୁ ଜାଣିବା ଆପଣଙ୍କ ରୋଷେଇ ଘର ପାଇଁ ଆଦର୍ଶ ବାସ୍ତୁ ରଙ୍ଗ, ଯାହାର ଲକ୍ଷ୍ୟ ହେଉଛି ଏକ ଜୀବନ୍ତ ପରିବେଶ ସୃଷ୍ଟି କରିବା ଯାହା ସ୍ୱାସ୍ଥ୍ୟ ଏବଂ ସୁଖକୁ ସମର୍ଥନ କରିଥାଏ । ଆପଣ ନିଜ ରୋଷେଇ ଘରର ନବୀକରଣ କରୁଛନ୍ତି କିମ୍ବା ନୂଆ ରୋଷେଇ ଘର ନିର୍ମାଣ କରୁଛନ୍ତି, ବାସ୍ତୁଶାସ୍ତ୍ର ଅନୁଯାୟୀ ରୋଷେଇ ଘରର ରଙ୍ଗର ମହତ୍ତ୍ୱ କୁ ବୁଝିରଖିଲେ ଏକ ସନ୍ତୁଳିତ ଏବଂ ଆନନ୍ଦଦାୟକ ଘର ଗଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ଆସିଥାଏ ।
1. ସୌହାର୍ଦ୍ଦ୍ୟପୂର୍ଣ୍ଣ ରଙ୍ଗ ଚୟନ: ବାସ୍ତୁ ଅନୁଯାୟୀ ରୋଷେଇ ଘରର ସଠିକ୍ ରଙ୍ଗ ବାଛିବା ଦ୍ୱାରା ଆପଣଙ୍କ ଘରେ କିପରି ସୌହାର୍ଦ୍ଦ୍ୟ ଓ ସନ୍ତୁଳନ ଆସିପାରିବ ତାହା ଜାଣନ୍ତୁ ।
2. ଶକ୍ତି ବୃଦ୍ଧିକାରୀ ରଙ୍ଗ: ବାସ୍ତୁ ଅନୁଯାୟୀ ରୋଷେଇ ଘର ପାଇଁ କେଉଁ ରଙ୍ଗ ସବୁଠାରୁ ଭଲ ତାହା ଜାଣନ୍ତୁ ସେହି ସ୍ଥାନର ଶକ୍ତି ଏବଂ ଜୀବନ୍ତତା ବୃଦ୍ଧି କରନ୍ତୁ ।
3. ବାସ୍ତୁ-ଅନୁକୂଳ ରଙ୍ଗ ମିଶ୍ରଣ: ବାସ୍ତୁ ଅନୁଯାୟୀ ରୋଷେଇ ଘରର ପ୍ରଭାବଶାଳୀ ରଙ୍ଗ ଅନୁସନ୍ଧାନ କରନ୍ତୁ ଯାହା କେବଳ ଆକର୍ଷଣୀୟ ଦେଖାଯାଏ ନାହିଁ ବରଂ ସୁସ୍ଥତାକୁ ମଧ୍ୟ ପ୍ରୋତ୍ସାହିତ କରେ ।
4. ବ୍ୟବହାରିକ ଉପଦେଶ ଓ ଅନ୍ତର୍ଦୃଷ୍ଟି: ଆପଣଙ୍କ ଘରେ ରୋଷେଇ ଘରର ରଙ୍ଗ ପାଇଁ ବାସ୍ତୁଶାସ୍ତ୍ରକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟବହାରିକ ପରାମର୍ଶ ନିଅନ୍ତୁ, ସକାରାତ୍ମକତା ସୃଷ୍ଟି କରୁଥିବା ସ୍ଥାନ ସୁନିଶ୍ଚିତ କରନ୍ତୁ ।
5. ସାମଗ୍ରିକ ସୁସ୍ଥତା ବୃଦ୍ଧି: ବାସ୍ତୁଶାସ୍ତ୍ର ଅନୁଯାୟୀ ରୋଷେଇ ଘରର ରଙ୍ଗ କିପରି ଆପଣଙ୍କ ଘରର ସାମଗ୍ରିକ କଲ୍ୟାଣରେ ସହାୟକ ହୋଇଥାଏ ଜାଣନ୍ତୁ ।
ବାସ୍ତୁଶାସ୍ତ୍ରରେ ଆପଣଙ୍କ ରୋଷେଇ ଘରର ରଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ଯାହା କେବଳ ସ୍ଥାନର ରୂପ ଏବଂ ଅନୁଭବକୁ ପ୍ରଭାବିତ କରେ ନାହିଁ ବରଂ ଆପଣଙ୍କ ଘରର ମନୋଭାବ, ଶକ୍ତି ଏବଂ କଲ୍ୟାଣକୁ ମଧ୍ୟ ପ୍ରଭାବିତ କରିଥାଏ । ବାସ୍ତୁ ଅନୁଯାୟୀ ରୋଷେଇ ଘର ହେଉଛି ଏକ ଅଗ୍ନି ତତ୍ତ୍ୱ କ୍ଷେତ୍ର, ଯେଉଁଠାରେ ଖାଦ୍ୟ ପ୍ରସ୍ତୁତ କରାଯାଏ ଏବଂ ଶକ୍ତି ସଞ୍ଚାଳନ ହୋଇଥାଏ । ବାସ୍ତୁ ଅନୁଯାୟୀ ରୋଷେଇ ଘରର ସଠିକ୍ ରଙ୍ଗ ବାଛିବା ଦ୍ୱାରା ଏହି ଶକ୍ତି ବଢିଥାଏ, ସ୍ୱାସ୍ଥ୍ୟ ବଢିଥାଏ ଏବଂ ସମୃଦ୍ଧି ଆସିଥାଏ । ଅଗ୍ନି ତତ୍ତ୍ୱକୁ ସନ୍ତୁଳିତ କରୁଥିବା ରଙ୍ଗ ଚୟନ କରିବା ଜରୁରୀ, ଯାହାଦ୍ୱାରା ସକାରାତ୍ମକତା ଏବଂ କଲ୍ୟାଣକୁ ସମର୍ଥନ କରୁଥିବା ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ସୃଷ୍ଟି କରାଯାଇପାରିବ ।
ସବୁଜ ପ୍ରକୃତି, ଆରୋଗ୍ୟ ଏବଂ ସତେଜତାର ପ୍ରତିନିଧିତ୍ୱ କରେ । ବାସ୍ତୁରେ ଏହା ସକାରାତ୍ମକତା ଏବଂ ସୌହାର୍ଦ୍ଦ୍ୟକୁ ପ୍ରୋତ୍ସାହିତ କରିଥାଏ ଏବଂ ରୋଷେଇ ଘର ପାଇଁ ଏହା ଏକ ଉତ୍ତମ ପସନ୍ଦ ବୋଲି ବିଶ୍ୱାସ କରାଯାଏ । ଏକ ସବୁଜ ରୋଷେଇ ଘର ସନ୍ତୁଳନ ଆଣିପାରେ, ସୁସ୍ଥତାକୁ ଉତ୍ସାହିତ କରିପାରେ ଏବଂ ସୁସ୍ଥ ଭୋଜନ ଅଭ୍ୟାସକୁ ପ୍ରୋତ୍ସାହିତ କରିପାରେ ।
ଧଳା ରଙ୍ଗ ପବିତ୍ରତା, ଶାନ୍ତି ଏବଂ ସ୍ପଷ୍ଟତାର ପ୍ରତୀକ ଅଟେ । ଏହା ଆଲୋକକୁ ପ୍ରତିଫଳିତ କରେ, ଯାହା ଆପଣଙ୍କ ରୋଷେଇ ଘରକୁ ଅଧିକ ପ୍ରଶସ୍ତ ଏବଂ ପରିଷ୍କାର ରୂପ ପ୍ରଦାନ କରିଥାଏ । ବାସ୍ତୁ ଅନୁଯାୟୀ ଧଳା ରଙ୍ଗ ଆପଣଙ୍କ ରୋଷେଇ ସ୍ଥାନରେ ଶାନ୍ତିଦାୟକ ଶକ୍ତି ଆଣିଥାଏ ଏବଂ ଶାନ୍ତିପୂର୍ଣ୍ଣ ବାତାବରଣକୁ ଉତ୍ସାହିତ କରିଥାଏ ।
ଉଜ୍ଜ୍ୱଳ ଏବଂ ଆନନ୍ଦଦାୟକ, ହଳଦିଆ ରଙ୍ଗ ଖୁସି ଏବଂ ସକାରାତ୍ମକ ଶକ୍ତି ପ୍ରଦାନ କରେ ବୋଲି କୁହାଯାଏ । ଏହା ଏକ ରଙ୍ଗ ଯାହା ଭୋକକୁ ଉତ୍ସାହିତ କରେ ଏବଂ ରୋଷେଇ ଘରର ସାମଗ୍ରିକ ମନୋଭାବକୁ ଉନ୍ନତ କରିଥାଏ । ବାସ୍ତୁ ନୀତି ଅନୁଯାୟୀ ହଳଦିଆ ରଙ୍ଗ, ସଫ୍ଟ ବଟରୀ ଟୋନଠାରୁ ଆରମ୍ଭ କରି ଭାଇବ୍ରାଣ୍ଟ ଲେମନ୍ ପର୍ଯ୍ୟନ୍ତ, ଆପଣଙ୍କ ରୋଷେଇ ଘରେ ସୂର୍ଯ୍ୟକିରଣ ଏବଂ ଉଷ୍ମତାକୁ ଭରପୂର କରିଥାଏ ।
ପୃଥିବୀ ଓ ଭୂମି ସହିତ ଜଡ଼ିତ, ହାଲୁକା ବାଦାମୀ ରଙ୍ଗ ଆପଣଙ୍କ ରୋଷେଇ ଘରେ ସ୍ଥିରତା ଏବଂ ପ୍ରକୃତିର ଭାବନା ଆଣିଥାଏ । ବାସ୍ତୁ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ଯେ ବାଦାମୀ ବା ମାଟିଆ ରଙ୍ଗ ବିଶ୍ୱସନୀୟତା ଏବଂ ଆରାମର ଅନୁଭବ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ, ଯାହା ରୋଷେଇ ଘରକୁ ସମସ୍ତଙ୍କ ପାଇଁ ଏକ ସ୍ୱାଗତଯୋଗ୍ୟ ସ୍ଥାନରେ ପରିଣତ କରିଥାଏ ।
ପିଚ୍ ଟୋନ୍ ନରମ, ପୋଷକ ଏବଂ ଉଷ୍ମ ହୋଇତାଏ, ଯାହା ଏକ ଆରାମଦାୟକ ଏବଂ ରୋଷେଇ ପାଇଁ ଆକର୍ଷଣୀୟ ପରିବେଶ ସୃଷ୍ଟି କରେ । ବାସ୍ତୁ ଅନୁଯାୟୀ, ପିଚ୍ ଶକ୍ତିକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ, ସାମାଜିକ ସମ୍ପର୍କକୁ ପ୍ରୋତ୍ସାହିତ କରିଥାଏ ଏବଂ ରୋଷେଇ ଘରେ ଆରାମ ଏବଂ ଯତ୍ନର ଭାବନା ପ୍ରଦାନ କରିଥାଏ ।
ଘରର ସୌନ୍ଦର୍ଯ୍ୟ ଅନୁଯାୟୀ ରୋଷେଇ ଘରର ରଙ୍ଗ ପାଇଁ ବାସ୍ତୁ ରଙ୍ଗ ଚୟନ କରି ଆପଣ ଏପରି ଏକ ସ୍ଥାନ ସୃଷ୍ଟି କରିପାରିବେ ଯାହା କେବଳ ସୁନ୍ଦର ଦେଖାଯାଏ ନାହିଁ ବରଂ ଆପଣଙ୍କ ପରିବାରର ସ୍ୱାସ୍ଥ୍ୟ, ସୁଖ ଏବଂ ସମୃଦ୍ଧିକୁ ମଧ୍ୟ ସମର୍ଥନ କରିଥାଏ ।
ବାସ୍ତୁଶାସ୍ତ୍ରରେ ପ୍ଲାଟଫର୍ମ, କ୍ୟାବିନେଟ, ଫ୍ଲୋରିଂ ଏବଂ ଟାଇଲ୍ସ ସମେତ ରୋଷେଇ ଘରର ରୂପରେଖ ବା ଲେ’ଆଉଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ଉପାଦାନଗୁଡିକ ପାଇଁ ଚୟନ କରାଯାଇଥିବା ରଙ୍ଗଗୁଡିକ ଶକ୍ତି ପ୍ରବାହକୁ ଯଥେଷ୍ଟ ଭାବରେ ପ୍ରଭାବିତ କରିପାରେ, ଯାହା ରୋଷେଇ ଘରର ସାମଗ୍ରିକ ଭାବନା ଏବଂ କାର୍ଯ୍ୟକାରିତାକୁ ପ୍ରେରିତ କରିଥାଏ । ଆସନ୍ତୁ ଜାଣିବା ରୋଷେଇ ଘରର ନିମ୍ନଲିଖିତ ଉପାଦାନଗୁଡ଼ିକ ପ୍ରସଙ୍ଗରେ କେଉଁ ରଙ୍ଗଗୁଡ଼ିକ ବାସ୍ତୁ ଅନୁସାରେ ସର୍ବୋତ୍ତମ:
ରୋଷେଇ ଘର ପ୍ଲାଟଫର୍ମ ପାଇଁ, ଏକ ସନ୍ତୁଳିତ ସ୍ଥାନ ସୃଷ୍ଟି କରିବା ଲାଗି ସଠିକ୍ ରଙ୍ଗ ଚୟନ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ବାସ୍ତୁ ଅନୁଯାୟୀ ଧଳା କିମ୍ବା ପୀତାଭ ବାଦାମୀ ବା ବେଜ ଭଳି ହାଲୁକା ରଙ୍ଗ ଭଲ । ଏହି ରଙ୍ଗ ଗୁଡ଼ିକ କେବଳ ସମ୍ପୃକ୍ତ ସ୍ଥାନକୁ ସ୍ୱଚ୍ଛ ଏବଂ ଅଧିକ ପ୍ରଶସ୍ତ ଦେଖାଏ ନାହିଁ ବରଂ ସକାରାତ୍ମକ ଶକ୍ତି ମଧ୍ୟ ଆକର୍ଷିତ କରେ, ଯାହା ରୋଷେଇ ପ୍ରକ୍ରିୟାକୁ ଅଧିକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ଆନନ୍ଦଦାୟକ କରିଥାଏ ।
ରୋଷେଇ ଘରର ଦୃଶ୍ୟମାନ ସ୍ଥାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କ୍ୟାବିନେଟ ନେଇଥାଏ । ବାସ୍ତୁରେ ଏପରି ରଙ୍ଗ ବାଛିବାକୁ ପରାମର୍ଶ ଦିଆଯାଇଛି ଯାହା ଉଷ୍ମତା ଏବଂ ସକାରାତ୍ମକତା ଆଣିପାରୁଥିବ । କାଠ ଟୋନ୍ କିମ୍ବା କ୍ରିମ୍, ହାଲୁକା ହଳଦିଆ କିମ୍ବା ସବୁଜ ଭଳି ହାଲୁକା ରଙ୍ଗଗୁଡ଼ିକ କ୍ୟାବିନେଟ ପାଇଁ ଉତ୍ତମ ବିକଳ୍ପ ଅଟେ । ଏହି ରଙ୍ଗଗୁଡ଼ିକ ରୋଷେଇ ଘରେ ଥିବା ଅଗ୍ନି ତତ୍ତ୍ୱ ସହିତ ସନ୍ତୁଳନ ବଜାୟ ରଖି ସକାରାତ୍ମକତା ଏବଂ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିଥାଏ ବୋଲି ବିଶ୍ୱାସ କରାଯାଏ ।
ସ୍ଥିରତା ଏବଂ ଗ୍ରାଉଣ୍ଡିଂକୁ ସୁନିଶ୍ଚିତ କରିବା ପାଇଁ ବାସ୍ତୁ ଅନୁଯାୟୀ ଫ୍ଲୋରିଂ ରଙ୍ଗ ବାଛିବା ଉଚିତ୍ । ପ୍ରାକୃତିକ ରଙ୍ଗ ଯେପରିକି ହାଲୁକା ବାଦାମୀ, ବେଜ କିମ୍ବା ଲାଲ ଓ ଗୋଲାପୀ ରଙ୍ଗର ନରମ ରଙ୍ଗ ବାଛିବା ପରାମର୍ଶଯୋଗ୍ୟ । ଏହି ରଙ୍ଗଗୁଡ଼ିକ ରୋଷେଇ ଘରେ ଏକ ସ୍ୱାଗତଯୋଗ୍ୟ ଏବଂ ଆରାମଦାୟକ ବାତାବରଣ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ, ଯାହା ପାଦ ତଳେ ଏକ ମଜବୁତ ଭୂମି ଓ ସ୍ଥିରତା ଅନୁଭୂତି ପ୍ରଦାନ କରିବାରେ ସହାୟକ ଅଟେ ।
ରୋଷେଇ ଘରର ଟାଇଲ୍ସ ବିଷୟରେ ବାସ୍ତୁରେ ଆରାମଦାୟକ ଏବଂ ହାଲୁକା ରଙ୍ଗ ବାଛିବାକୁ ପରାମର୍ଶ ଦିଆଯାଇଛି । ନୀଳ, ହାଲୁକା ସବୁଜ କିମ୍ବା ଧଳା ରଙ୍ଗ ଏକ ଶାନ୍ତ ଏବଂ ସ୍ୱଚ୍ଛ ପରିବେଶରେ ଯୋଗଦାନ କରିପାରେ, ଯାହା ସକାରାତ୍ମକ ଶକ୍ତିର ପ୍ରବାହକୁ ସୁଗମ କରିଥାଏ | ଏହି ରଙ୍ଗଗୁଡ଼ିକ କେବଳ ସୌନ୍ଦର୍ଯ୍ୟପୂର୍ଣ୍ଣ ନୁହେଁ ବରଂ ଆଲୋକକୁ ପ୍ରତିଫଳିତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ, ଯାହା ରୋଷେଇ ଘରକୁ ଉଜ୍ଜ୍ୱଳ ଏବଂ ଅଧିକ ଶକ୍ତି-ଦକ୍ଷ କରିଥାଏ ।
ବାସ୍ତୁ ଅନୁଯାୟୀ ଆପଣଙ୍କ ରୋଷେଇ ଘରର ବିଭିନ୍ନ ଦିଗ ପାଇଁ ସଠିକ୍ ରଙ୍ଗ ଚୟନ କରିବା ଦ୍ୱାରା ରୁମ୍ ର ବାତାବରଣ ଯଥେଷ୍ଟ ଉନ୍ନତ ହୋଇପାରିବ । ଏହା କେବଳ ସୌନ୍ଦର୍ଯ୍ୟ ବିଷୟରେ ନୁହେଁ ବରଂ ଏପରି ଏକ ସ୍ଥାନ ସୃଷ୍ଟି କରିବା ବିଷୟରେ ଯାହା ସକାରାତ୍ମକତା ସୃଷ୍ଟି କରୁଥିବ, ଉତ୍ତମ ସ୍ୱାସ୍ଥ୍ୟକୁ ଉତ୍ସାହିତ କରୁଥିବ ଏବଂ ସମୃଦ୍ଧିକୁ ଆମନ୍ତ୍ରଣ କରୁଥିବ । ଆପଣଙ୍କ ରୋଷେଇ ଘରର ରଙ୍ଗ ଯୋଜନା ପାଇଁ ଏହି ବାସ୍ତୁ ଟିପ୍ସଗୁଡ଼ିକୁ ବିଚାରକୁ ନେଇ, ଆପଣ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ଆନନ୍ଦଦାୟକ ରୋଷେଇ ଅନୁଭୂତି ପାଇଁ ମଞ୍ଚ ପ୍ରସ୍ତୁତ କରିପାରିବେ ।
ରୋଷେଇ ଘରେ ସକାରାତ୍ମକତା ଓ ସୌହାର୍ଦ୍ଦ୍ୟକୁ ପ୍ରୋତ୍ସାହିତ କରୁଥିବା ସଠିକ୍ ବାସ୍ତୁ ରଙ୍ଗ ଚୟନ କରିବାର ପରାମର୍ଶ ସହିତ ବାସ୍ତୁଶାସ୍ତ୍ରରେ ଏପରି କେତେକ ରଙ୍ଗର ବର୍ଣ୍ଣନା ମଧ୍ୟ ରହିଛି ଯାହାଠାରୁ ଦୂରେଇ ରହିବା ଉଚିତ୍, କାରଣ ସେଗୁଡ଼ିକ ସମ୍ପୃକ୍ତ ସ୍ଥାନର ସନ୍ତୁଳନକୁ ବ୍ୟାହତ କରିପାରେ । କେଉଁ ରଙ୍ଗରୁ ଦୂରେଇ ରହିବା ଉଚିତ ତାହା ବୁଝିବା ଦ୍ୱାରା ରୋଷେଇ ଘରର ଶକ୍ତି ବଜାୟ ରହିପାରିଥାଏ ଏବଂ ତାହାକୁ ସ୍ୱାସ୍ଥ୍ୟ, ସୁଖ ଏବଂ ସମୃଦ୍ଧିର ସ୍ଥାନ ଭାବେ ବଜାୟ ରଖିବାରେ ସହାୟତା ମିଳିଥାଏ ।
ବାସ୍ତୁ ଅନୁଯାୟୀ ରୋଷେଇ ଘରେ ସାଧାରଣତଃ କଳା, ନେଭି ବ୍ଲୁ ଏବଂ ଗାଢ଼ ଧୂସର ରଙ୍ଗ କୁ ଦୂରେଇ ରଖିବାକୁ ପରାମର୍ଶ ଦିଆଯାଏ । ଏହି ରଙ୍ଗଗୁଡିକ ସ୍ଥାନକୁ ଛୋଟ ଏବଂ ଅଧିକ ସୀମିତ ଅନୁଭବ କରାଇପାରେ । ଏହାବ୍ୟତୀତ, ଉକ୍ତ ରଙ୍ଗଗୁଡ଼ିକ ଅଧିକ ଉତ୍ତାପ ଅବଶୋଷଣ କରିଥାଏ, ଯାହା ରୋଷେଇ ଘରର ଅଗ୍ନି ଉପାଦାନରେ ଅସନ୍ତୁଳନ ସୃଷ୍ଟି କରିପାରେ । ଏହାଦ୍ୱାରା ସମ୍ଭବତଃ ଘରର ମନୋଭାବ ଏବଂ କଲ୍ୟାଣ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିପାରେ ।
ନାଲି ରଙ୍ଗ ଅଗ୍ନି ତତ୍ତ୍ୱ ସହିତ ଜଡିତ ଥିବା ବେଳେ ଉଜ୍ଜ୍ୱଳ ନାଲି ରଙ୍ଗକୁ ରୋଷେଇ ଘର ପାଇଁ ଅତ୍ୟଧିକ ଉଦ୍ଦୀପକ ବୋଲି ବିବେଚନା କରାଯାଏ, ଯାହା ସମ୍ଭବତଃ ଆକ୍ରୋଶ ଏବଂ ଉତ୍ତେଜନା ସୃଷ୍ଟି କରିପାରେ । ସେହିଭଳି ଗାଢ଼ ବାଦାମୀ ରଙ୍ଗ ଭାରିପଣ ଓ ଆଳସ୍ୟର ଭାବନା ଓ ରୋଷେଇ ଘରେ ଶକ୍ତି ପ୍ରବାହରେ ବାଧା ସୃଷ୍ଟି କରିପାରେ ।
ଅତ୍ୟଧିକ ଜୀବନ୍ତ କିମ୍ବା ନିଓନ୍ ରଙ୍ଗ ଅତ୍ୟଧିକ ଉଦ୍ଦୀପକ ହୋଇପାରେ ଏବଂ ରୋଷେଇ ଏବଂ ଖାଇବା ପାଇଁ ରୋଷେଇ ଘରେ ଆବଶ୍ୟକ ଶାନ୍ତିରେ ବାଧା ସୃଷ୍ଟି କରିପାରେ । ବାସ୍ତୁ ଯେଉଁ ଶାନ୍ତି ଓ ସନ୍ତୁଳନ ସୃଷ୍ଟି କରିବାକୁ ଚାହୁଁଛି, ସେଥିରୁ ଏଭଳି ରଙ୍ଗ ଦୂରେଇ ଯାଇଥାଏ, ଯାହା ରୋଷେଇ ଘରକୁ ଶାନ୍ତି ପରିବର୍ତ୍ତେ ବିଶୃଙ୍ଖଳିତ ଅନୁଭବ କରାଇଥାଏ ।
ବାସ୍ତୁ ଅନୁଯାୟୀ ରୋଷେଇ ଘରର ସଠିକ୍ ରଙ୍ଗ ଚୟନ କରିବା ଆପଣଙ୍କ ଘରର ସକାରାତ୍ମକତା ଏବଂ ସୌହାର୍ଦ୍ଦ୍ୟକୁ ଯଥେଷ୍ଟ ପ୍ରଭାବିତ କରିଥାଏ । ଆପଣଙ୍କ ରୋଷେଇ ଘର ପାଇଁ ବାସ୍ତୁ-ଅନୁମୋଦିତ ରଙ୍ଗ ଚୟନ କରି ଆପଣ ସମୃଦ୍ଧି, ସ୍ୱାସ୍ଥ୍ୟ ଏବଂ ସୁଖକୁ ଆମନ୍ତ୍ରଣ କରିପାରିବେ । ଅନ୍ଧାରୁଆ ବା ଗାଢ଼ କିମ୍ବା ଅତ୍ୟଧିକ ଜୀବନ୍ତ ରଙ୍ଗଠାରୁ ଦୂରେଇ ରୁହନ୍ତୁ ଯାହା ସମ୍ପୃକ୍ତ ସ୍ଥାନର ଶକ୍ତିକୁ ବ୍ୟାହତ କରିପାରେ । ନବୀକରଣ ହେଉ ଅବା ନୂଆ କରି ନିର୍ମାଣ ହେଉ, ରୋଷେଇ ଘରର ବାସ୍ତୁ ରଙ୍ଗ ଉପରେ ଧ୍ୟାନ ଦିଅନ୍ତୁ, ଯାହାଦ୍ୱାରା ଆପଣଙ୍କ ଘର ଭଲ ପରିବେଶରେ ପରିପୂର୍ଣ୍ଣ ହେବ।