ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ଢାଲୁ ଛାତର ବିଭିନ୍ନ ପ୍ରକାରଭେଦ ଏବଂ ତାହାର ଫାଇଦାକୁ ବୁଝିବା

ଡ୍ରେନେଜ୍ ଡିଜାଇନ୍ ମୁଖ୍ୟତଃ ଛାତର ଗଡ଼ାଣି ଢାଞ୍ଚା ଉପରେ ନିର୍ଭର କରିଥାଏ । ତାହାକୁ ଆଧାର କରି ଆମେ ଦୁଇ ପ୍ରକାର ଛାତ ନିର୍ମାଣ କରିଥାଉ: ସମତଳ ଛାତ ଏବଂ ଗଡ଼ାଣିଆ ଛାତ ବା ଢାଲୁ ଛାତ । ଏହି ଆଲେଖ୍ୟରେ ଢାଲୁ ଛାତ ଓ ତାହାର ପ୍ରକାରଭେଦ ସମ୍ପର୍କରେ ଜାଣିବା ।

Share:



ନିଜ ଘର ତିଆରି କରିବା ସମୟରେ ଆପଣ କେତୋଟି ମୌଳିକ କଥାକୁ ଧ୍ୟାନରେ ରଖିବା ଉଚିତ:

  1. ମଜଭୁତ କାନ୍ଥ କୋଠାର ଭାରକୁ ବହନ କରିଥାଏ
  2. ପବନ ଚଳାଚଳ ଓ ପ୍ରାକୃତିକ ଆଲୋକକୁ ସୁନିଶ୍ଚିତ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଝରକା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ମୁଣ୍ଡ ଉପରେ ଆପଣଙ୍କୁ ସୁରକ୍ଷିତ ରଖୁଥିବା ଏକ ଛାତ ରହିବା ଉଚିତ
  3. ଏକ ଦୀର୍ଘସ୍ଥାୟୀ ଆଶ୍ରା ବିନା, ଆପଣଙ୍କ ଘର ବାହ୍ୟ ପବନ, ପାଣି ଓ ଖରାର ସଂସ୍ପର୍ଶରେ ଆସିବ, ଯାହାଫଳରେ ଆପଣଙ୍କ ଘରର ଜୀବନକାଳ ହ୍ରାସିତ ହେବ ।

ସଭ୍ୟତାର ଆରମ୍ଭକାଳରୁ ହିଁ ଛାତ ମଣିଷ ଆଶ୍ରୟସ୍ଥଳୀର ଏକ ଅବିଚ୍ଛେଦ୍ୟ ଅଂଶ ରହିଆସିଛି । ଘରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ରଖିଥାଏ । ତା’ ସହିତ ଛାତର ଡିଜାଇନ୍ ଫଳପ୍ରଦ ଜଳ ନିଷ୍କାସନକୁ ସମ୍ଭବ କରିଥାଏ । ବିଶେଷ ଭାବେ ସମ୍ପୃକ୍ତ କୋଠା ପାଇଁ ଜଳ ନିଷ୍କାସନକୁ ଧ୍ୟାନରେ ରଖି ଡିଜାଇନ୍ ଚୟନ କରାଯିବା ତଥା ସେହି ଅନୁସାରେ ନିର୍ମାଣ କାର୍ଯ୍ୟକୁ ଆଗକୁ ବଢ଼ାଇବା ଉଚିତ ।

 


 

ଢାଲୁ ଛାତ କ’ଣ?

କେତେକ ଛାତ ଏକ କେନ୍ଦ୍ରବିନ୍ଦୁରୁ ତଳଆଡ଼କୁ ଆନତ ଭାବେ ଗଡ଼ିଆସିଥାଏ । ଏହି ଗଡ଼ାଣି ସାଧାରଣତଃ ଦୁଇ ପାର୍ଶ୍ୱରେ ରହିଥାଏ । କେତେକ କ୍ଷେତ୍ରରେ, ଗଡ଼ାଣି କେବଳ ଗୋଟିଏ ପାର୍ଶ୍ୱରେ ହୋଇପାରେ । ଏ ପ୍ରକାର ଛାତଗୁଡ଼ିକୁ ଢାଲୁ ଛାତ ବା ପିଚ୍‌‌ଡ ରୁଫ୍ କୁହାଯାଏ ।

ଆପଣ ଛାତର ଗଡ଼ାଣି/ଉଠାଣିର ତୀବ୍ରତାକୁ ମାପି ଏବଂ ତାହାର ଭୂଲମ୍ବ ଉଠାଣିକୁ ଭୂସମାନ୍ତର ବିସ୍ତାର ସହ ଭାଗ କରି ଛାତର ‘‘ଢାଲୁ’’ ବା ପିଚ୍‌‌ ହିସାବ କରିପାରିବେ ।

ଏପରି ଆଶ୍ରାଗୁଡ଼ିକ ଅନ୍ୟ ପ୍ରକାର ଛାତ ତୁଳନାରେ ଅଧିକ ଶସ୍ତା ହୋଇଥାଏ । ପାରମ୍ପରିକ ଭାବେ, ଏପରି ଛାତ କାଠରେ ନିର୍ମିତ ହେଉଥିଲା। ହେଲେ, ଆଧୁନିକ ସମୟରେ ଏହାକୁ ନିର୍ମାଣ କରିବା ପାଇଁ ଷ୍ଟ୍ରକ୍ଚରାଲ୍ କଂକ୍ରିଟ୍, ରିଇନଫୋର୍ସଡ୍ ସିମେଣ୍ଟ କଂକ୍ରିଟ୍ ଏବଂ ପ୍ରିଷ୍ଟ୍ରେସ୍‌‌ଡ କଂକ୍ରିଟ୍ ମଧ୍ୟ ବ୍ୟବହାର କରାଯାଉଛି ।

ଏହିଭଳି କେତେକ ଛାତରେ ପୃଷ୍ଠଭାଗର ଛାଞ୍ଚ ପାଇଁ କାଠ ବ୍ୟବହାର କରାଯାଇଥାଏ । ଅଧିକାଂଶ ସମୟରେ ପଣ୍ୟାଗାର, କାରଖାନା ବିଲ୍‌ଡିଂ ଏବଂ କର୍ମଶାଳା ନିର୍ମାଣ ପାଇଁ ଢାଲୁ ଛାତ ବଛାଯାଇଥାଏ । ସହଜରେ ଜଳ ନିଷ୍କାସନ ହୋଇପାରୁଥିବାରୁ ଅତ୍ୟଧିକ ବରଫ ଓ ବର୍ଷା ପଡ଼ୁଥିବା ଅଞ୍ଚଳଗୁଡ଼ିକରେ ମଧ୍ୟ ଢାଲୁ ଛାତର ବ୍ୟବହାର ଦେଖିବାକୁ ମିଳିଥାଏ ।




ଢାଲୁ ଛାତ‌‌ର ପ୍ରକାରଭେଦ

ପରିବେଶଗତ କାରକ, ଗଡ଼ାଣି ପୃଷ୍ଠଭାଗର ସଂଖ୍ୟା, ଗଡ଼ାଣି ଏବଂ ସୌନ୍ଦର୍ଯ୍ୟ ଆଧାରରେ ଢାଲୁ ଛାତକୁ ବିଭିନ୍ନ ପ୍ରକାରଭେଦରେ ବିଭକ୍ତ କରାଯାଇପାରିବ:

 

୧. ମୋନୋ-ପିଚ୍ ରୁଫ୍



 

ତାଲିକାର ଏହା ସବୁଠାରୁ ସାଦାସିଧା ଛାତ ଅଟେ । ମୋନୋ-ପିଚ୍ ରୁଫ୍‌‌ରେ ଗୋଟିଏ ଗଡ଼ାଣି ପୃଷ୍ଠତଳ ରହିଥାଏ । ଏହି ଛାତ ଏକ ସମବାହୁ ତ୍ରିଭୁଜ ଭଳି ଦେଖାଦେଇଥାଏ । ଏହାର ଗୋଟିଏ ପ୍ରାନ୍ତ କୋଠାର ମଥାନରେ ମିଶୁଥିବା ବେଳେ ଅନ୍ୟ ପ୍ରାନ୍ତଟି ବାହାରକୁ ଝୁଲି ରହିଥାଏ ।

 

ଏହି ଛାତକୁ ଶେଡ୍-ରୁଫ୍, ଲିନ୍-ଟୁ ରୁଫ୍, ପେଣ୍ଟ୍ ରୁଫ୍ ଏବଂ ସ୍କିଲିୟନ୍ ରୁଫ୍ ମଧ୍ୟ କୁହାଯାଏ । ମୋନୋ-ପିଚ୍ ରୁଫ୍ ତିଆରି କରିବା ପାଇଁ ମୌଳିକ ସାମଗ୍ରୀ ଆବଶ୍ୟକ ହୋଇଥାଏ, ନିର୍ମାଣ କରିବା ପାଇଁ କମ୍ ସମୟ ଓ ଖର୍ଚ୍ଚ ଆବଶ୍ୟକ ହୋଇଥାଏ ଏବଂ ଏଥିରେ ବେଶୀ କିଛି ଡିଜାଇନ୍‌‌ର ଆବଶ୍ୟକତା ନ ଥାଏ ।
 

ଏହାକୁ ସାଧାରଣତଃ ଗ୍ୟାରେଜ୍ ଏବଂ ଷ୍ଟୋରେଜ୍ ରୁମ୍ ପାଇଁ ବ୍ୟବହାର କରାଯାଇଥାଏ ।
 

 

୨. ଡବଲ୍ ପିଚ୍ ରୁଫ୍



 

ଏଠାରେ, ଦୁଇଟି ପୃଷ୍ଠତଳ ବିପରୀତ ଦିଗରେ ଢାଲୁ ହୋଇ ରହିଥାଏ । ଏହା ଚାରିଟି ବାହୁ ଥିବା ତ୍ରିଭୁଜ ଭଳି ଦିଶିଥାଏ । ଆକର୍ଷଣୀୟ ରୂପ, ଫଳପ୍ରଦ ଜଳ ନିଷ୍କାସନ ଏବଂ କମ୍ ପରିଶ୍ରମ ଆବଶ୍ୟକ କରୁଥିବା ନିର୍ମାଣ ପ୍ରକ୍ରିୟା କାରଣରୁ ସାଧାରଣତଃ ଆବାସିକ କୋଠାରେ ଡବଲ୍-ପିଚ୍ ରୁଫ୍ ବ୍ୟବହାର କରାଯାଇଥାଏ ।

 

୩. କପଲ୍ ରୁଫ୍


 

କପଲ୍ ରୁଫ୍ ହେଉଛି ଢାଲୁ ଛାତର ଏକ ସରଳ ରୂପ । ଏହା ପ୍ରାୟତଃ ଡବଲ୍-ପିଚ୍ ରୁଫ୍ ଭଳି ଅଟେ । ଏଠାରେ ଘରର ଛାତକୁ ନିର୍ମାଣ କରିବା ସହଜ ହୋଇଥାଏ ଏବଂ ତାହାକୁ ନିର୍ମାଣ କରିବା ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ି ନ ଥାଏ । ଏପରି ଛାତରେ କାଠ ମୁଖ୍ୟ ସାମଗ୍ରୀ ରୂପେ ବ୍ୟବହୃତ ହୋଇଥାଏ ।

ଏହା ହାଲୁକା ଓ ସ୍ଥାପନ କରିବାରେ ସହଜ ହୋଇଥିବାରୁ ଏପରି ଛାତଗୁଡ଼ିକୁ ମୁଖ୍ୟତଃ ଶେଡ୍ ଏବଂ ଗ୍ୟାରେଜ୍‌‌ରେ ବ୍ୟବହାର କରାଯାଇଥାଏ । ତଥାପି, ଏହାର ଫଳପ୍ରଦ ଜଳ ନିଷ୍କାସନ ସୁବିଧା କାରଣରୁ ଆବାସିକ କୋଠା ପାଇଁ ମଧ୍ୟ ଏପରି ଛାତ ଉପାଦେୟ ସାବ୍ୟସ୍ତ ହୋଇଥାଏ ।

 

୪. କପଲ୍ କ୍ଲୋଜ୍ ରୁଫ୍



 

ଏହି ଛାତ କପଲ୍ ରୁଫ୍ ଭଳି ସମାନ ଧରଣର ହୋଇଥାଏ । ଏକମାତ୍ର ପାର୍ଥକ୍ୟ ହେଉଛି ଭୂସମାନ୍ତର ଶିକୁଳି ଗୋଟିଏ ସାଧାରଣ ଶେଣିର ଗୋଡ଼ ସହିତ ଯୋଡ଼ି ହୋଇ ରହିଥାଏ । କପଲ୍ ରୁଫ୍‌‌ରେ ଭାର ପାର୍ଶ୍ୱକାନ୍ଥକୁ ସ୍ଥାନାନ୍ତର ହେଉଥିବାବେଳେ ଏଠାରେ ଭାରକୁ ଏହି ବିମ୍ ବହନ କରିତାଏ ।

 

ଏ ପ୍ରକାର ଛାତ ଆଟୁର ସୁବିଧା ଦେଇଥାଏ । ଅର୍ଥାତ୍ ଜିନିଷପତ୍ର ରଖିବା ପାଇଁ ଘର ଉପରେ ଏକ ଅତିରିକ୍ତି ତିନିକୋଣିଆ ଜାଗା । ଏହାଛଡ଼ା, ଏପରି ଛାତର ଡିଜାଇନ୍ ପାଇଁ ବିଶେଷ ପରିଶ୍ରମ ଆବଶ୍ୟକ ହୋଇ ନ ଥାଏ ଏବଂ ତାହାକୁ ସହଜରେ ଡିଜାଇନ୍ କରାଯାଇପାରିଥାଏ ।

 

୫. ସ୍ଲାଣ୍ଟ ରୁଫ୍



 

ଏଭଳି ଛାତ୍ରରେ ଛାତର ପ୍ରାନ୍ତଗୁଡ଼ିକ ଭୂଲମ୍ବ ହେବା ବଦଳରେ ଗଡ଼ାଣିଆ ହୋଇଥାଏ । ପ୍ରତ୍ୟେକ ପାର୍ଶ୍ୱରେ ଦୁଇଟି ଗଡ଼ାଣି ରହିଥାଏ, ତଳ ଗଡ଼ାଣିଟି ଅଧିକ ତୀବ୍ର ହୋଇଥାଏ । ସ୍ଲାଣ୍ଟ ରୁଫ୍ ମଧ୍ୟ ଆଟୁର ସୁବିଧା ଦେଇଥାଏ । ଅତିରିକ୍ତ ଭାବେ, ଏହା ବରଫର ଜମାଟକୁ ମନ୍ଥର କରିଥାଏ ଏବଂ ପାଣିକୁ ଅଧିକ ଦକ୍ଷ ଭାବେ ଆପଣଙ୍କ ଗଟର୍ ମଧ୍ୟକୁ ଠେଲିଦେଇଥାଏ ।

 

୬. ପୁର୍ଲିନ୍ ରୁଫ୍



 

ଛାତର ଭୂସମାନ୍ତର ଢାଞ୍ଚାଗତ ଉପାଦାନକୁ ପୁର୍ଲିନ୍ କୁହାଯାଇଥାଏ । କାଠ ଫ୍ରେମ୍ ଦ୍ୱାରା ନିର୍ମିତ ଛାତରେ ୩ ପ୍ରକାର ପୁର୍ଲିନ୍ ରହିଥାଏ: ପୁର୍ଲିନ୍ ପ୍ଲେଟ୍, ପ୍ରିନ୍ସିପାଲ୍ ପୁର୍ଲିନ୍ ଏବଂ ସାଧାରଣ ପୁର୍ଲିନ୍ । ଷ୍ଟିଲ୍ ଫ୍ରେମ୍ ଯୁକ୍ତ ଛାତରେ ରହିଥିବା ପୁର୍ଲିନ୍‌‌ଗୁଡ଼ିକୁ ପରିବେଶୀୟ ପ୍ରଭାବରୁ ସୁରକ୍ଷିତ ରଖିବା ପାଇଁ ସାଧାରଣତଃ ରଙ୍ଗ କରାଯାଇଥାଏ କିମ୍ବା ଗ୍ରୀଜ୍ ଲଗାଯାଇଥାଏ ।

 

ପୁର୍ଲିନ୍ ରୁଫ୍ କାରଣରୁ ଆପଣ ବିଭିନ୍ନ ଆକୃତି ଓ ଡିଜାଇନ୍‌‌ର ଛାତ ତିଆରି କରିପାରିଥାନ୍ତି । ତା’ ସହିତ ସେଗୁଡ଼ିକ ଆପଣଙ୍କ ଡିଜାଇନ୍ ବିକଳ୍ପଗୁଡ଼ିକୁ ଅଧିକ ନମନୀୟ କରିଥାଏ ।

 

୭. କିଙ୍ଗ୍ ପୋଷ୍ଟ ରୁଫ୍



 

କିଙ୍ଗ୍ ପୋଷ୍ଟ ହେଉଛି ଏକ କେନ୍ଦ୍ରୀୟ, ଢିରା ପାଇଁ ବ୍ୟବହାର କରାଯାଉଥିବା ଖୁଣ୍ଟ ଯାହାକୁ ସେତୁ, କୋଠା ଏବଂ ବିମାନ ଆଦି ଡିଜାଇନ୍ କରିବା ପାଇଁ ବ୍ୟବହାର କରାଯାଇଥାଏ । କ୍ରସ୍-ବିମ୍‌‌ରୁ କିଙ୍ଗ୍ ପୋଷ୍ଟ ଭୂଲମ୍ବ ଭାବେ ତ୍ରିକୋଣାକାର ଟ୍ରସ୍ ପର୍ଯ୍ୟନ୍ତ ଉଠିରହିଥାଏ ।

 

ଟ୍ରସ୍ ଆଧାରରେ ଥିବା ଟାଏ ବିମ୍‌‌ର ଭାର କିଙ୍ଗ୍ ପୋଷ୍ଟ ବହନ କରିଥାଏ, ଯାହା ଟ୍ରସ୍‌‌ର ଶିଖରକୁ ତାହାର ଆଧାର ସହିତ ଯୋଡ଼ିଥାଏ । କିଙ୍ଗ୍ ପୋଷ୍ଟ ନିର୍ମାଣ ସମୟରେ ତାହା ଛାତର ଟ୍ରସ୍ ଶୀର୍ଷ ପର୍ଯ୍ୟନ୍ତ ପହଞ୍ଚିବା ପୂର୍ବରୁ କେନ୍ଦ୍ରୀୟ ଖୁଣ୍ଟକୁ କାଟି ଦିଆଯାଇଥାଏ ।

 

ତା’ ପରିବର୍ତ୍ତେ, ଟାଏ ବିମ୍ ସହିତ ସମାନ୍ତରାଳ ଭାବେ ରହିଥିବା କଲାର୍ ବିମ୍ କିଙ୍ଗ୍ ପୋଷ୍ଟକୁ ଯଥାସ୍ଥାନରେ ଧରି ରଖିଥାଏ ।

 

ସରଳ ଛାତ ଟ୍ରସ୍ ପାଇଁ କିଙ୍ଗ୍ ପୋଷ୍ଟ ବ୍ୟବହୃତ ହୋଇଥାଏ । ଅନ୍ୟାନ୍ୟ ରିଟେନିଂ ଷ୍ଟ୍ରକ୍ଚର ତୁଳନାରେ ତାହା ଅଧିକ ଶସ୍ତା ହୋଇଥାଏ ଏବଂ ଅଧିକ ଶୀଘ୍ର ନିର୍ମିତ ହୋଇପାରେ । ଏହି ଷ୍ଟ୍ରକ୍ଚରରେ ସହଜରେ ବାଞ୍ଚିତ ପରିବର୍ତ୍ତନ କରାଯାଇପାରିଥାଏ ।

 

୮. କଲାର୍ ବିମ୍ ରୁଫ୍



ଶେଣି ମଧ୍ୟରେ ଥିବା ଜାଗାରେ ଢିରା ଦେବା ପାଇଁ ଏକ ଭୂସମାନ୍ତର ଢାଞ୍ଚାକୁ କଲାର୍ ଟାଏ କୁହାଯାଏ ଏବଂ ଏହା ଢାଞ୍ଚାର ତଳଭାଗରୁ ପାଖାପାଖି କେନ୍ଦ୍ରଭାଗ ପର୍ଯ୍ୟନ୍ତ ଉଠି ରହିଥାଏ ।

 

ଅତ୍ୟଧିକ ଭାର ଏବଂ ଛାତର ବିସ୍ତାର କାରଣରୁ ଶେଣିଗୁଡ଼ିକ ବକ୍ର ହେବାର ସମ୍ଭାବନା ରହିଥାଏ । କଲାର୍ ଟାଏଗୁଡ଼ିକ ଶେଣିକୁ ଅଧିକ ଭାର ଓ ବିସ୍ତାର କାରଣରୁ ଝୁଲିବାକୁ ପ୍ରତିରୋଧ କରିଥାଏ ।

 

ଅଧିକ ବିସ୍ତାରର ଛାତ ପାଇଁ କଲାର୍ ବିମ୍ ରୁଫ୍‌‌କୁ ଢାଞ୍ଚାଗତ ଭାବେ ସୁରକ୍ଷିତ ମନେ କରାଯାଏ ।

 

ଢାଲୁ ଛାତ ନିର୍ମାଣ କରିବାର ଫାଇଦା କ’ଣ?



୧. ଷ୍ଟାଇଲ୍: ଆକୃତି ଓ ଆକାର
 

ଢାଲୁ ଛାତଗୁଡ଼ିକ ଛାତର ଡିଜାଇନ, ଆକୃତି ଏବଂ ଆକାରରେ ଅଧିକ ସ୍ୱାଧୀନତା ପ୍ରଦାନ କରିଥାଏ । ଆର୍କିଟେକ୍ଟ କୌଣସି ବାଧକ ବିନା ନିଜ ପସନ୍ଦର ଜଟିଳ ଆକୃତିର ଡିଜାଇନ୍ ତିଆରି କରିପାରିବେ । ଏପରି ଛାତରେ ବିଭିନ୍ନ ପ୍ରକାରର ନିର୍ମାଣ ସାମଗ୍ରୀ ବ୍ୟବହାର କରାଯାଇପାରିବ । ଏହି କାରଣରୁ ଆମେ ଆମ ପସନ୍ଦ ଅନୁଯାୟୀ ଆକୃତି ଓ ଆକାରର ନିଖୁଣ ଛାତ ପାଇପାରିବା ।

 

୨. ଶକ୍ତି ସଞ୍ଚୟ

ଢାଲୁ ଛାତଗୁଡ଼ିକ ଢାଞ୍ଚା ଏବଂ ବାହ୍ୟ ପରସ୍ତ ମଧ୍ୟରେ ପ୍ରାକୃତିକ ପବନ ଚଳାଚଳକୁ ଅନୁମତି ଦେଇଥାଏ । ଶକ୍ତି ସଞ୍ଚୟ କରିବା ସହିତ ଏହା ଆବୃତ କୋଠା କାରଣରୁ ଶକ୍ତି ହାନିକୁ ୨୫-୩୦% ହ୍ରାସ କରିଥାଏ ।

 


୩. ପରିବେଶୀୟ ବିପଦ ବିରୁଦ୍ଧରେ ସୁରକ୍ଷା


ଢାଲୁ ଛାତଗୁଡ଼ିକ ତ୍ରିକୋଣାକାର ହୋଇଥିବାରୁ ତାହାର ଢାଞ୍ଚାଗତ ସୁଦୃଢ଼ତା ଅଧିକ ସ୍ଥିର ଓ ସୁରକ୍ଷିତ ହୋଇଥାଏ । ତାହା ଅତ୍ୟଧିକ ବରଫପାତ, ବୃଷ୍ଟିପାତ ଏବଂ ପବନର ତୀବ୍ରତାକୁ ସହିପାରିଥାଏ । ତେଣୁ ପ୍ରତିକୂଳ ପାଣିପାଗ ପରିସ୍ଥିତି ପାଇଁ ଏପରି ଛାତ ଉତ୍ତମ ହୋଇଥାଏ ।

 

ଏହା ସହିତ, ଅତିରିକ୍ତ ସୁରକ୍ଷା ଓ ସ୍ଥାୟିତ୍ୱ ପାଇଁ ଆପଣ କାନ୍ଥ ଓ ଛାତର ଇନସୁଲେସନ୍ କରିପାରିବେ ।

 


୪. ଖର୍ଚ୍ଚ-ସାଶ୍ରୟୀ ଅତିରିକ୍ତ ଜାଗା
 

ଗଡ଼ାଣିଆ ଏବଂ କପଲ୍ କ୍ଲୋଜ୍ ଢାଲୁ ଛାତ ସହିତ ଆପଣ ଅଧିକ ଖର୍ଚ୍ଚାନ୍ତ ନ ହୋଇ କିମ୍ବା ନିଜର ଘରକୁ ନ ବଢ଼ାଇ ଅତିରିକ୍ତ ଜାଗାର ଲାଭ ଉଠାଇପାରିବେ ।

 


୫. ବର୍ଷାଜଳର ପୁନର୍ବ୍ୟବହାର

ଢାଲୁ ଛାତଗୁଡ଼ିକ ବିଭିନ୍ନ ପଦ୍ଧତିରେ ବର୍ଷାଜଳ ସଂରକ୍ଷଣକୁ ଅଧିକ ସରଳ ଓ ଅଧିକ ସୁବିଧାଜନକ କରିଥାଏ । ଏପରି ଛାତରେ ରହିଥିବା ବାହ୍ୟ ଜଳ ନିଷ୍କାସନ ପ୍ରଣାଳୀ ପାଣିକୁ ସହଜରେ ବାଞ୍ଚିତ ସ୍ଥାନକୁ ଠେଲିବାରେ ସାହାଯ୍ୟ କରିଥାଏ ।



ବିଭିନ୍ନ ପ୍ରକାର ଢାଲୁ ଛାତଗୁଡ଼ିକର ଢାଞ୍ଚାଗତ, ଖର୍ଚ୍ଚ, ସମୟ-ସଞ୍ଚୟ ଏବଂ ସୌନ୍ଦର୍ଯ୍ୟଗତ ବୈଶିଷ୍ଟ୍ୟକୁ ଏକାଠି କରି ଦେଖିଲେ, ଏହା ନିଃସନ୍ଦେହରେ କୁହାଯାଇପାରିବ ଯେ ଏପରି ଛାତ ଯେକୌଣସି କୋଠାକୁ ଅତୁଳନୀୟ ସୁରକ୍ଷା ଯୋଗାଇଥାଏ ।ବର୍ତ୍ତମାନ, ଯେହେତୁ ଆପଣ ଢାଲୁ ଛାତ କ’ଣ ତାହା ଜାଣିଲେ ଏବଂ ତାହାର ବିଭିନ୍ନ ପ୍ରକାରଭେଦ ସମ୍ପର୍କରେ ସଚେତନ ହେଲେ, ତେଣୁ ଆପଣ ନିଜ ଘରକୁ ସର୍ବାଧିକ ସୁରକ୍ଷା ଏବଂ ଆକର୍ଷଣୀୟ ରୂପ ଦେବା ପାଇଁ ଉପଯୁକ୍ତ ଢାଲୁ ଛାତର ବିକଳ୍ପ ବାଛିପାରିବେ ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |



ପରାମର୍ଶିତ ଭିଡିଓଗୁଡିକ |




  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....