Share:
Home Building Guide
Our Products
Useful Tools
Waterproofing methods, Modern kitchen designs, Vaastu tips for home, Home Construction cost
Share:
ଏବେ ମାନବଜାତି ପାଇଁ ଜଳାଭାବ ଏକ ବଡ଼ ସମସ୍ୟା ରୂପେ ଉଭା ହେବାକୁ ଲାଗିଲାଣି । ୱାଟର୍ ଏଡ୍ ଭଳି ସଂସ୍ଥାର ଆକଳନ ଅନୁଯାୟୀ ୨୦୫୦ ମସିହା ସୁଦ୍ଧା ପୃଥିବୀର ଜନସଂଖ୍ୟାର ଅଧା ଲୋକ ଜଳାଭାବର ସମ୍ମୁଖୀନ ହେବେ । ତେଣୁ, ମାନବ ଜାତି ପାଇଁ ମଧୁର ଜଳର ଉପଲବ୍ଧତାକୁ ସୁନିଶ୍ଚିତ କରୁଥିବା ଏକ ପ୍ରଣାଳୀର ଜରୁରୀ ଆବଶ୍ୟକତା ଦେଖାଦେଇଛି । ଏହି ସମସ୍ୟାର ସମାଧାନ ହେଉଛି ‘ବର୍ଷାଜଳ ସଂରକ୍ଷଣ’ । ମଧୁର ଜଳ ପାଇବାର ଏହା ସବୁଠାରୁ ଚିରପୋଷଣକ୍ଷମ ଉପାୟ ଅଟେ । ଏଥିପାଇଁ ବିଜୁଳି ଶକ୍ତିର ଆବଶ୍ୟକତା ପଡ଼ି ନ ଥାଏ । ଏହା କୌଣସି ପ୍ରାକୃତିକ ସମ୍ପଦକୁ ହ୍ରାସ କରି ନ ଥାଏ । ଓଲଟା, ଏହା ପ୍ରାକୃତିକ ବସତିକୁ ସଂରକ୍ଷିତ ଏବଂ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ । ବର୍ଷାଜଳ ସଂରକ୍ଷଣର ସୋପାନ ତଥା ବର୍ଷାଜଳ ସଂରକ୍ଷଣର ଆବଶ୍ୟକତା କାହିଁକି ରହିଛି ତାହାକୁ ବୁଝିବା ଏହି ଆଲେଖ୍ୟର ଉଦ୍ଦେଶ୍ୟ ଅଟେ ।
ସମୁଦ୍ରର ଲୁଣିଆ ଜଳ ଖରା କାରଣରୁ ବାଷ୍ପୀଭୂତ ହୋଇ ମେଘରେ ପରିଣତ ହୁଏ ଏବଂ ପରେ ବର୍ଷା ଆକାରରେ ମଧୁର ଜଳ ଭାବେ ତଳେ ପଡ଼ିଥାଏ । ଏହି ବୃଷ୍ଟିପାତରେ ପଡ଼ୁଥିବା ଅଧିକାଂଶ ପାଣି ପୁଣିଥରେ ବହିଯାଇ ସମୁଦ୍ର ଓ ନାଳନର୍ଦ୍ଦମାରେ ମିଶିଯାଇଥାଏ । ପଡ଼ୁଥିବା ମଧୁର ପାଣିକୁ ଫଳପ୍ରଦ ଢଙ୍ଗରେ ସଦୁପଯୋଗ କରାଗଲେ ତାହାକୁ ବିଭିନ୍ନ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରାଯାଇପାରିବ । ତେଣୁ, ସଂକ୍ଷେପରେ କହିଲେ, ବର୍ଷାପାଣିକୁ ବହିଯିବାକୁ ନ ଦେଇ ତାହାକୁ ସଂରକ୍ଷିତ ରଖିବାର ପ୍ରକ୍ରିୟାକୁ ‘ବର୍ଷାଜଳ ସଂରକ୍ଷଣ’ କୁହାଯାଏ । ହେଲେ, ତା’ ପୂର୍ବରୁ ବର୍ଷାଜଳ ସଂରକ୍ଷଣର ସୋପାନଗୁଡ଼ିକୁ ବୁଝିନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।
ବର୍ଷାଜଳ ସଂରକ୍ଷଣର ପ୍ରକାରଭେଦ ଆମକୁ ଏହି ପ୍ରଣାଳୀକୁ ଭଲଭାବେ ବୁଝିବାରେ ସାହାଯ୍ୟ କରିବ । ପ୍ରକାରଭେଦକୁ ଜାଣିରଖିଲେ ହିଁ, ଆମ ପାଇଁ କେଉଁ ପ୍ରକାରଟି ଉପଯୁକ୍ତ ହେବ ତାହା ଆମେ ଜାଣିପାରିବା ଏବଂ ସେହି ଅନୁଯାୟୀ ବର୍ଷାଜଳ ସଂରକ୍ଷଣର ସୋପାନଗୁଡ଼ିକୁ ଶିଖିପାରିବା ।
ବର୍ଷାଜଳ ସଂରକ୍ଷଣର ସୋପାନଗୁଡ଼ିକୁ ଜାଣିବା ପୂର୍ବରୁ ଆସନ୍ତୁ ପ୍ରଥମେବର୍ଷାଜଳ ସଂରକ୍ଷଣର ଫାଇଦାଗୁଡ଼ିକୁ ବୁଝିବା।
ଏହା ଭୂତଳ ଜଳର ଉପଲବ୍ଧତାକୁ ବୃଦ୍ଧି କରିଥାଏ: ଜନସଂଖ୍ୟା ବୃଦ୍ଧି ସହିତ ଭୂତଳ ଜଳ ଉପରେ ନିର୍ଭରଶୀଳତା ମଧ୍ୟ ବଢ଼ିଚାଲିଛି । ଅନେକ ଆବାସିକ କଲୋନୀ ଓ ଶିଳ୍ପସଂସ୍ଥାଗୁଡ଼ିକ ନିଜର ଦୈନନ୍ଦିନ ଜଳ ଚାହିଦା ମେଣ୍ଟାଇବା ପାଇଁ ଭୂତଳ ଜଳ କାଢ଼ୁଛନ୍ତି । ଏହାଫଳରେ ଭୂତଳ ଜଳର ସ୍ତର ହ୍ରାସ ପାଇବାରେ ଲାଗିଛି ଏବଂ କେତେକ ସ୍ଥାନରେ ତାହାର ସ୍ତର ଅତି କମ୍ ହୋଇଯାଇଛି, ଯେଉଁଠି ଉତ୍କଟ ଜଳାଭାବ ସୃଷ୍ଟି ହୋଇଛି । ବର୍ଷାଜଳ ସଂରକ୍ଷଣ ଦ୍ୱାରା ଭୂତଳ ଜଳ ସ୍ତର ହ୍ରାସିତ ହେବା ବଦଳରେ ବୃଦ୍ଧି ପାଇଥାଏ କିମ୍ବା ସ୍ଥିତାବସ୍ଥା ବଜାୟ ରହିଥାଏ ।
ମରୁଡ଼ିର ପ୍ରଭାବକୁ ଲାଘବ କରିଥାଏ: ଅନେକ ଦେଶ, ବିଶେଷକରି ଶୁଷ୍କ ଜଳବାୟୁ ବିଶିଷ୍ଟ ଦେଶଗୁଡ଼ିକ ସ୍ୱଚ୍ଛ ପାଣିର ଏକ ଶସ୍ତା ଓ ଭରସାଯୋଗ୍ୟ ଉତ୍ସ ଭାବେ ବର୍ଷାଜଳ ସଂରକ୍ଷଣକୁ ବ୍ୟବହାର କରିଥାନ୍ତି । ମରୁଡ଼ି ଦେଖାଦେଲେ, ଅତୀତରେ ସଂରକ୍ଷିତ ରଖାଯାଇଥିବା ବର୍ଷାପାଣିକୁ ବ୍ୟବହାର କରାଯାଏ । ମରୁଭୂମିରେ ମାଟିର ବନ୍ଧ ନିର୍ମାଣ କରାଯାଇ ବର୍ଷାପାଣିକୁ ଗଡ଼ିବା ଓ ବହିବାରୁ ଅଟକାଯାଇଥାଏ ଓ ପରେ ତାହାକୁ ଜଳସେଚନ ପାଇଁ ବ୍ୟବହାର କରାଯାଏ । କମ୍ ବୃଷ୍ଟିପାତ କ୍ଷେତ୍ରରେ ମଧ୍ୟ, ସଂରକ୍ଷିତ ବର୍ଷାପାଣି ଫସଲ ବଢ଼ାଇବା ପାଇଁ ପର୍ଯ୍ୟାପ୍ତ ସାବ୍ୟସ୍ତ ହୋଇଥାଏ ।
ଭୂତଳ ଜଳର ସ୍ତରକୁ ଉନ୍ନତ କରିଥାଏ, ଯାହାଫଳରେ ପାଣି ଉଠାଇବା ବାବଦୀୟ ବିଜୁଳି ଖର୍ଚ୍ଚ ବଞ୍ଚିଥାଏ: ବର୍ଷାଜଳ ସଂରକ୍ଷଣ ପ୍ରଣାଳୀ ପୃଷ୍ଠଭାଗରେ ବହିଯାଉଥିବା ପାଣିକୁ ଭୂତଳ ଜଳାଶୟର ପୁନଃଭରଣ କରିବା ତଥା ଭୂତଳ ଜଳର ସ୍ତର ଓ ଗୁଣମାନକୁ ଉନ୍ନତ କରିବାରେ ସହାୟତା କରିଥାଏ । ଏହାଫଳରେ କମ୍ ବୃଷ୍ଟିପାତ କ୍ଷେତ୍ରରେ ମଧ୍ୟ ଭୂତଳ ଜଳ ସ୍ତର ପୋଷଣକ୍ଷମ ରହିପାରିଥାଏ ।
ଭୂତଳରେ ଜଳ ସଂରକ୍ଷଣ କରିବା ପରିବେଶ ପାଇଁ ଭଲ: ଭୂତଳରେ ବର୍ଷାଜଳ ସଂରକ୍ଷଣ କରାଗଲେ ତାହା ବାଷ୍ପୀଭୂତ ହୋଇ ନ ଥାଏ ଏବଂ ଦୀର୍ଘ ସମୟ ପାଇଁ ଉପଲବ୍ଧ ରହିଥାଏ । ଏହା ଭୂତଳ ଜଳର ଉପଲବ୍ଧତାକୁ ମଧ୍ୟ ପ୍ରତିପୂର୍ତ୍ତି କରିଥାଏ, ସାମୁଦ୍ରିକ ଜଳର ଅନୁପ୍ରବେଶକୁ ରୋକିଥାଏ ଏବଂ ବଞ୍ଚିବା ପାଇଁ ଭୂତଳ ଜଳ ଉପରେ ନିର୍ଭରଶୀଳ ଜୈବ-ପରିସଂସ୍ଥାକୁ ସୁରକ୍ଷିତ ରଖିଥାଏ ।
ଏହା ଖର୍ଚ୍ଚ-ସାଶ୍ରୟୀ ହୋଇଥାଏ: ଅନ୍ୟାନ୍ୟ ଜଳ ପୁନଃଚକ୍ରଣ ପଦ୍ଧତି ତୁଳନାରେ ବର୍ଷାଜଳ ସଂରକ୍ଷଣ ଏକ ଖର୍ଚ୍ଚ-ସାଶ୍ରୟୀ ବିକଳ୍ପ ଅଟେ ଏବଂ ଏହା ଏକ ଦୀର୍ଘମିଆଦୀ ନିବେଶ ହୋଇଥିବାକୁ ପକେଟ୍କୁ ଖୁବ୍ ସୁହାଇଥାଏ । ଅଧିକନ୍ତୁ, ଏହା ବିଭିନ୍ନ ମାଧ୍ୟମ ଜରିଆରେ ଦ୍ୱାରଦେଶରେ ପାଣି ପରିବହନ କରିବାର ଆବଶ୍ୟକତାକୁ ମଧ୍ୟ ଦୂର କରିଥାଏ ।
ଜଳ ସଂରକ୍ଷଣ ପାଇଁ ସହାୟକ ହୋଇଥାଏ: ଜଳ ସଞ୍ଚୟ କରିବା ଏବଂ ତାହାକୁ ଫଳପ୍ରଦ ଢଙ୍ଗରେ ବ୍ୟବହାର କରିବାର ମହତ୍ତ୍ୱକୁ ବର୍ଷାଜଳ ସଂରକ୍ଷଣ ଆମକୁ ଶିଖାଇଥାଏ । ଜଳ ସଂରକ୍ଷଣର ଏହା ସବୁଠାରୁ ଫଳପ୍ରଦ ଉପାୟ ଅଟେ । ହେଲେ, ବର୍ଷାଜଳ ସଂରକ୍ଷଣ ପ୍ରଣାଳୀର ନିର୍ମାଣ କରିବା ସମୟରେ ବିଶେଷ ଯତ୍ନବାନ୍ ହୁଅନ୍ତୁ । କଂକ୍ରିଟ୍ର ସୁଦୃଢ଼ତା ପରୀକ୍ଷା କରନ୍ତୁ, କଂକ୍ରିଟ୍ର ଉପଯୁକ୍ତ କିଓରିଂ କରନ୍ତୁ ଏବଂ କଂକ୍ରିଟ୍କୁ ଯତ୍ନର ସହିତ ପରିବହନ ଓ ଢଳେଇ କରନ୍ତୁ ।
ବର୍ଷାଜଳ ସଂରକ୍ଷଣର ସୋପାନ ସୁଦୀର୍ଘ ପ୍ରତୀତ ହୋଇପାରେ । କିନ୍ତୁ, ତାହାକୁ ଠିକ୍ ରୂପେ କାର୍ଯ୍ୟାନ୍ୱିତ କରାଗଲେ, ଏହି ପ୍ରଣାଳୀ ଆଜୀବନ ବଜାୟ ରହିପାରିବ ।
ମୁହଁରେ ଗୋଟିଏ ଜାଲିଦାର ଫିଲ୍ଟର ଏବଂ ଫାର୍ଷ୍ଟ ଫ୍ଲଶ୍ (ରୁଫ୍ ୱାଶର୍ ନାମରେ ମଧ୍ୟ ପରିଚିତ) ଉପକରଣ ଯାହା ପାଣିର ପ୍ରଥମ ପ୍ରବାହକୁ ଟାଙ୍କିରୁ ବାହାରକୁ ନେଇଯିବ ।
ଷ୍ଟୋରେଜ୍ ଟାଙ୍କିରେ ସଂଯୋଗ ପୂର୍ବରୁ ଏକ ଫିଲ୍ଟରେଶନ୍ ବା ବିଶୋଧନ ପ୍ରଣାଳୀ ।
ବର୍ଷାଜଳର ଓଲଟା ପ୍ରବାହକୁ ପ୍ରତିରୋଧ କରିବା ପାଇଁ ଏୟାର୍ ଗ୍ୟାପ୍ ।
ପ୍ରତ୍ୟେକ ଟାଙ୍କିରେ ମାତ୍ରାଧିକ ପାଣିର ଓଭରଫ୍ଲୋ ବ୍ୟବସ୍ଥା ରହିବା ଉଚିତ୍ ।
ମାତ୍ରାଧିକ ପାଣିକୁ ରିଚାର୍ଜ ବ୍ୟବସ୍ଥା ଆଡ଼କୁ ପଠାଇଦିଆଯାଇପାରେ ।
୪. ପାଇପ୍ ଓ ଟାଙ୍କିଗୁଡ଼ିକୁ ସ୍ଥାପନ କରନ୍ତୁ :
ପାଇପ୍ ସ୍ଥାପନ କରିବା ପାଇଁ :
କର୍ତ୍ତୃପକ୍ଷଙ୍କଠାରୁ ପାଇପ୍ ବିଛାଇବା ପାଇଁ ଆବଶ୍ୟକୀୟ ଅନୁମତି ଆଣନ୍ତୁ (ଯଦି ଆବଶ୍ୟକ ହୋଇଥାଏ)
ଭୂତଳରେ ତିଆରି କରାଯାଉଥିଲେ, ଖାତ ଖୋଳନ୍ତୁ ।
ପାଇପ୍ଟି ସଳଖ ଭାବେ ଆସି ଟାଙ୍କିରେ ପଡ଼ୁଥିଲେ ଭଲ, କାରଣ ବଙ୍କା ରହିଲେ ଯଦି ଆବର୍ଜନା ଜମେ ତେବେ ତାହାକୁ ସଫା କରିବା କଷ୍ଟକର ହୋଇଯାଏ ।
ଖାତରେ ପାଇପ୍ଗୁଡ଼ିକୁ ବିଛାନ୍ତୁ ଏବଂ କନେକ୍ଟର ସାହାଯ୍ୟରେ ଯୋଡ଼ନ୍ତୁ ।
ଟାଙ୍କି ସ୍ଥାପନ କରିବା ପାଇଁ :
ଆପଣଙ୍କ ସମ୍ପତ୍ତି ପାଇଁ ଉପଯୁକ୍ତ ଟାଙ୍କି ଷ୍ଟାଣ୍ଡ ତିଆରି କରନ୍ତୁ ।
ଟାଙ୍କିକୁ ସେହି ଷ୍ଟାଣ୍ଡ ଉପରେ ଲଗାନ୍ତୁ ଏବଂ ସୁନିଶ୍ଚିତ କରନ୍ତୁ ଯେ ତାହା ଖାଲି ରହିବା ସମୟରେ ଯେପରି ପବନରେ ଉଡ଼ି ନ ଯାଏ ।
ସେଗୁଡ଼ିକୁ ପରସ୍ପର ସହିତ ସଂଯୁକ୍ତ କରନ୍ତୁ, ଯାହାଫଳରେ ସେଗୁଡ଼ିକୁ ଗୋଟିଏ ଟାଙ୍କି ଭଳି କାମ କରିବ । ମୁଖ୍ୟତଃ ରକ୍ଷଣାବେକ୍ଷଣ ଉଦ୍ଦେଶ୍ୟ ପାଇଁ ପ୍ରତ୍ୟେକ ଟାଙ୍କି ପାଇଁ ଭାଲ୍ଭ ଲଗାଇବା ସୁପାରିସଯୋଗ୍ୟ ।
ସବୁଠାରୁ ଅଧିକ ଦୂଷିତ ବର୍ଷାପାଣିକୁ ନିଜ ଟାଙ୍କିରୁ ଦୂରରେ ରଖିବା ପାଇଁ ଫାର୍ଷ୍ଟ ଫ୍ଲଶ୍ ଡାଇଭର୍ଟର୍ସ ଲଗାନ୍ତୁ ।
ଓଭରଫ୍ଲୋ ପାଇଁ କିଛି ନା କିଛି ବ୍ୟବସ୍ଥା କରନ୍ତୁ । ଯଦି ଟାଙ୍କିଗୁଡ଼ିକ ଏକ ସମ୍ପ୍ରେ ରହିଥାଏ ତେବେ ତାହା ଓଭରଫ୍ଲୋ ବ୍ୟବସ୍ଥା ଏବଂ ଅନେକଗୁଡ଼ିକ ଡ୍ରେନେଜ୍ ଆବଶ୍ୟକ କରିବ । ଓଭରଫ୍ଲୋର ଆକାର ଛୋଟ ହୋଇଥିଲେ, ପମ୍ପରେ ପାଣି ପଶିଯିବ ।
ପିଭିସି କଲେକ୍ଟର ପାଇପ୍ ଏବଂ ଟାଙ୍କି ମଧ୍ୟରେ ଶେଷ କନେକ୍ସନ୍ କରନ୍ତୁ ।
ନିଜର ପାଣିର ସ୍ତର ଏବଂ ଉପଯୋଗ ଉପରେ ନଜର ରଖିବା ପାଇଁ ଟାଙ୍କିରେ ଗେଜ୍ ଲଗାନ୍ତୁ ।
ଏସବୁ ବର୍ଷାଜଳ ସଂରକ୍ଷଣର ସୋପାନ ଥିଲା, ଯାହାକୁ ଅନୁସରଣ କରି ଆପଣ ଏକ ଉତ୍ତମ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା କରିପାରିବେ ।