Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ଆମର ପ୍ରଡକ୍ଟସ୍
ଅଲ୍ଟ୍ରାଟେକ୍ ବିଲଡିଂ ପ୍ରଡକ୍ଟସ୍
Share:
• ମାଟିର ପ୍ରକାର ନିର୍ମାଣ ପ୍ରକଳ୍ପଗୁଡ଼ିକର ସ୍ଥିରତା ଉପରେ ବିଶେଷ ପ୍ରଭାବ ପକାଇଥାଏ।
• ବାଲିଆ ଏବଂ ବାଲି ଓ ପଙ୍କ ମିଶା (ଲୋମ୍) ମାଟିର ଜଳ ପ୍ରବନ୍ଧନ ଦକ୍ଷତା ଏବଂ ସ୍ଥିରତା ପାଇଁ ସେଗୁଡ଼ିକ ଫାଉଣ୍ଡେସନ୍ ନିର୍ମାଣ ପାଇଁ ଉତ୍କୃଷ୍ଟ ବିକଳ୍ପ ହୋଇଥାଏ।
• ଚିକିଟା ଏବଂ ପିଟ୍ ମାଟିର ଯଥାକ୍ରମେ ପ୍ରସାରଣଯୋଗ୍ୟତା ଏବଂ ଉଚ୍ଚ ଜଳଧାରଣ କ୍ଷମତା କାରଣରୁ ସେଗୁଡ଼ିକ ମୂଳଦୁଆ ପାଇଁ ଆଦର୍ଶ ହୋଇ ନ ଥାଏ।
• ସର୍ବୋତ୍ତମ ମାଟିର ଚୟନ ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ନିର୍ମାଣସ୍ଥଳର ତଦନ୍ତ ଏବଂ ମାଟି ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।
ସମସ୍ତ ନିର୍ମାଣ କାର୍ଯ୍ୟ ଏକ ସୁଦୃଢ଼ ଏବଂ ସ୍ଥିର ମାଟି ଉପରେ କରାଯିବା ଉଚିତ୍। ମାଟିର ସୁଦୃଢ଼ତା ତାହାର ଭୌତିକ ଗୁଣଧର୍ମ ଉପରେ ନିର୍ଭର କରିଥାଏ। ନିର୍ମିତ କୋଠା ତଳେ ଥିବା ମାଟି ଯଦି ସୁଦୃଢ଼ ହୋଇ ନ ଥାଏ ତେବେ ମୂଳଦୁଆ ଫାଟିପାରେ, ଭାଙ୍ଗିପାରେ ଏବଂ କୋଠା ଭୁଷୁଡ଼ିବାର କାରଣ ସାଜିପାରେ।
ତଳେ ଫାଉଣ୍ଡେସନ୍ ବା ମୂଳଦୁଆ ନିର୍ମାଣ ପାଇଁ ବିଭିନ୍ନ ପ୍ରକାର ମାଟିର ପ୍ରକାରଭେଦ ଓ ସେଗୁଡ଼ିକର ବୈଶିଷ୍ଟ୍ୟ ଦିଆଗଲା, ଯାହା ଆପଣଙ୍କୁ ସଠିକ୍ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ:
ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାର ମାଟି ମଧ୍ୟରୁ ବାଲି/ଗରଡ଼ାର କଣିକା ଆକାର ସବୁଠାରୁ ବଡ଼ ହୋଇଥାଏ। ବଡ଼ ଆକାରର କଣିକା କାରଣରୁ ଏ ପ୍ରକାର ମାଟିରେ ପାଣି ଜମି ରହେନାହିଁ ଏବଂ ଶୀଘ୍ର ନିଗିଡ଼ିଯାଇଥାଏ, ଯାହା ବିଲଡିଂ ପାଇଁ ଏକ ଭଲ କଥା ଅଟେ। ଘନୀଭୂତ ବା କମ୍ପାକ୍ଟେଡ୍ ବାଲି/ଗରଡ଼ା ଆହୁରି ଅଧିକ ସ୍ଥିରତା ଯୋଗାଏ ଏବଂ ସେଥିରେ ମୂଳଦୁଆ ନିର୍ମାଣ କରିବା ଖୁବ୍ ଉତ୍ତମ ହୋଇଥାଏ।
ବିଲଡିଂର ଫାଉଣ୍ଡେସନ ନିର୍ମାଣ ପାଇଁ ଚିକିଟା ମାଟି ଏକ ଆଦର୍ଶ ସାମଗ୍ରୀ ହୋଇ ନ ଥାଏ। ବିଭିନ୍ନ ଋତୁରେ ଏହା ସଙ୍କୁଚିତ ଏବଂ ପ୍ରସାରିତ ହୋଇଥାଏ ଯାହା ଫଳରେ ବିଲଡିଂର ଫାଉଣ୍ଡେସନରେ ଫାଟ କିମ୍ବା ଗର୍ତ୍ତ ସୃଷ୍ଟି ହୋଇଥାଏ। ଚିକିଟା ମାଟି ଉପରେ ନିର୍ମିତ ଫାଉଣ୍ଡେସନକୁ ସ୍ଥିରତା ଦେବା ପାଇଁ ତାହାକୁ ଅଧିକ ଗଭୀରତାରେ ନିର୍ମାଣ କରାଯାଇଥାଏ। ଚିକିଟା ମାଟିର ଅତି ଛୋଟ କଣିକାଗୁଡ଼ିକ ଅଧିକ ସମୟ ଧରି ଜଳକୁ ଧାରଣ କରି ରଖିଥାଏ। ମାତ୍ରାଧିକ ପରିବର୍ତ୍ତନ ଗୁଣ କାରଣରୁ ତାହା ଫାଉଣ୍ଡେସନ ଉପରେ ଅଧିକ ଚାପ ସୃଷ୍ଟି କରିଥାଏ।
ବାଲି ଓ ପଙ୍କ ମିଶା ମାଟି ବା ଲୋମ୍ ମାଟି ନିର୍ମାଣ ପାଇଁ ସର୍ବୋତ୍ତମ ପ୍ରକାର ମାଟି ଅଟେ। ଏଥିରେ ବାଲି, ପଙ୍କ ଏବଂ ମାଟିର ଆଦର୍ଶ ସମ୍ମିଶ୍ରଣ ରହିଥାଏ। ଏହା ଫାଉଣ୍ଡେସନକୁ ମଜବୁତ କରିବାରେ ସହାୟତା କରିଥାଏ। ପାଣି ସଂସ୍ପର୍ଶରେ ଆସିଲେ ଲୋମ୍ ମାଟି ସଙ୍କୁଚିତ, ପ୍ରସାରିତ କିମ୍ବା ସ୍ଥାନାନ୍ତରିତ ହୁଏନାହିଁ। ଲୋମ୍ ମାଟିର ଏକମାତ୍ର ଅସୁବିଧା ହେଉଛି ଯେ, ଏ ପ୍ରକାର ମାଟିରେ ଅଣବିଘଟିତ ସାମଗ୍ରୀ ରହିଥିବାର ସମ୍ଭାବନା ରହିଥାଏ, ତେଣୁ ନିର୍ମାଣ କାର୍ଯ୍ୟ ପୂର୍ବରୁ ସେଗୁଡ଼ିକୁ ମାଟିରୁ ବାହାର କରିଦିଆଯିବା ଆବଶ୍ୟକ ହୋଇଥାଏ।
କର୍ଦ୍ଦମାକ୍ତ ଏବଂ ସନ୍ତସନ୍ତିଆ ସ୍ଥାନଗୁଡ଼ିକରେ ପିଟ୍ ମାଟି ଦେଖିବାକୁ ମିଳିଥାଏ। ଏହା ମୁଖ୍ୟତଃ ଜୈବିକ ପଦାର୍ଥ ଏବଂ ବନସ୍ପତିରେ ଗଠିତ ହୋଇଥାଏ। ଏହା ବହୁ ପରିମାଣର ପାଣିକୁ ଧାରଣ କରି ରଖିପାରେ, ତେଣୁ ନିର୍ମାଣ କାର୍ଯ୍ୟ ପାଇଁ ଏହା ଆଦର୍ଶ ହୋଇ ନ ଥାଏ। ପିଟ୍ ମାଟି ଉପରେ ନିର୍ମିତ ଫାଉଣ୍ଡେସନରେ ଫାଟ ସୃଷ୍ଟିହେବା, ଫାଉଣ୍ଡେସନ୍ ଘୁଞ୍ଚିଯିବାର ଅଧିକ ସମ୍ଭାବନା ରହିଥାଏ ଏବଂ ତାହାର ଭାର ବହନ କ୍ଷମତା କମ୍ ହୋଇଥାଏ। ଯଦି ଏ ପ୍ରକାର ମାଟିରେ ଫାଉଣ୍ଡେସନ୍ ସହିତ ଆପଣ ବିଲଡିଂ ତିଆରି କରୁଛନ୍ତି ତେବେ ତାହା କ୍ଷତିଗ୍ରସ୍ତ ହେବାର ସମ୍ଭାବନା ବହୁତ ଅଧିକ ହୋଇଥାଏ।
ଚୂନପଥର, କଠିନ ଚକ୍, ବାଲିପଥର ଆଦିର ଉଚ୍ଚ ଭାର ବହନ କ୍ଷମତା ରହିଥାଏ, ତେଣୁ ସେଗୁଡ଼ିକ ଫାଉଣ୍ଡେସନ ନିର୍ମାଣ ପାଇଁ ଆଦର୍ଶ ହୋଇଥାଏ। ଜଳଜନିତ କ୍ଷତିର ଦୃଷ୍ଟିକୋଣରୁ ଭୂତଳ ପଥର ଅଧିକ ସ୍ଥିର ଏବଂ ଜଳନିରୋଧୀ ହୋଇଥାଏ। ଭୂତଳ ପଥର ଉପରେ ବିଲଡିଂ ନିର୍ମାଣ କରିବା ସମୟରେ ମନରେ ରଖିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ତାହା ଭଲ ଭାବେ ସମତଳ ହୋଇଥିବା ଜରୁରୀ ଅଟେ।
ମାଟିର ଅନେକଗୁଡ଼ିଏ ବିକଳ୍ପ ଉପଲବ୍ଧ, ତେଣୁ ନିର୍ମାଣରେ ମାଟିର ପ୍ରକାରଭେଦକୁ ବିଚାରକୁ ନେବା ସମୟରେ କେତୋଟି କଥାକୁ ଧ୍ୟାନରେ ରଖାଯିବା ଆବଶ୍ୟକ। ପ୍ରତ୍ୟେକ ବିଲଡିଂର ଫାଉଣ୍ଡେସନ ଦୃଢ଼, ଦକ୍ଷ ଏବଂ ସୁନିର୍ମିତ ହେବା ଆବଶ୍ୟକ। ବ୍ୟବହୃତ ହୋଇଥିବା ମାଟିର ପ୍ରକାର ତାହାର ଗୁଣଧର୍ମ ଆଧାରରେ ଫାଉଣ୍ଡେସନ ଉପରେ ଭିନ୍ନ ଭିନ୍ନ ପ୍ରଭାବ ପକାଇଥାଏ। ସାଧାରଣତଃ, ଅଧିକ ପଥର, ବାଲି ଏବଂ ଗରଡ଼ା ରହିଥିବା ମାଟି ଅଧିକ ଦୃଢ଼ ହୋଇଥାଏ ଏବଂ ବଦଳୁଥିବା ଋତୁକୁ ସହନ କରିପାରିଥାଏ। ଜଳ ସଂସ୍ପର୍ଶରେ ଆସିଲେ ପ୍ରସାରିତ କିମ୍ବା ସଙ୍କୁଚିତ ହେଉ ନ ଥିବା ମାଟି ଚୟନ କରନ୍ତୁ। ମାଟିରେ ଜୈବିକ ପଦାର୍ଥ ରହିଥାଇପାରେ ଯେଉଁଥିରେ ଅଧିକ ପରିମାଣର ପାଣି ଜମା ହୋଇ ରହିପାରେ, ଯେଉଁ କାରଣରୁ ଫାଉଣ୍ଡେସନ ସ୍ଥାନାନ୍ତରିତ ହୋଇପାରେ କିମ୍ବା ଫାଟିଯାଇପାରେ। ସାମଗ୍ରୀର ଅବକ୍ଷୟକୁ ପ୍ରତିରୋଧ କରିବା ପାଇଁ ସନ୍ତୁଳିତ ରାସାୟନିକ ଉପାଦାନ ରହିଥିବା ମାଟିଗୁଡ଼ିକ ନିର୍ମାଣ କାର୍ଯ୍ୟ ପାଇଁ ସର୍ବୋତ୍ତମ ହୋଇଥାଏ।
ସଂକ୍ଷେପରେ, ଯେକୌଣସି ଢାଞ୍ଚାର ସ୍ଥାୟିତ୍ୱ ଏବଂ ସ୍ଥିରତାକୁ ସୁନିଶ୍ଚିତ କରିବା ପାଇଁ ଫାଉଣ୍ଡେସନ ନିର୍ମାଣ ନିମନ୍ତେ ସଠିକ୍ ପ୍ରକାର ମାଟିର ଚୟନ କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥାଏ। ପ୍ରତ୍ୟେକ ପ୍ରମୁଖ ପ୍ରକାର ମାଟିର ଅନନ୍ୟ ଗୁଣଧର୍ମ ଓ ବୈଶିଷ୍ଟ୍ୟ ରହିଥାଏ ଏବଂ ସେହିସବୁ ଗୁଣଧର୍ମକୁ ବୁଝିବା ଇଞ୍ଜିନିୟର ତଥା ବିଲ୍ଡରମାନଙ୍କ ପାଇଁ ଜରୁରୀ ହୋଇଥାଏ। ପ୍ରସାରଣକ୍ଷମ ଚିକିଟା ମାଟି ହେଉ କି ବାଲିଆ ମାଟି କିମ୍ବା ପଙ୍କ ଓ ବାଲି ମିଶା ମାଟି ହେଉ, ନିର୍ମାଣ ସ୍ଥଳର ଉପଯୁକ୍ତ ତଦନ୍ତ କରିବା ଏବଂ ମାଟି ପରୀକ୍ଷା କରିବା ଦ୍ୱାରା ଆପଣ ନିଜର ନିର୍ମାଣ କାର୍ଯ୍ୟ ସମ୍ବନ୍ଧରେ ସୁଚିନ୍ତିତ ନିଷ୍ପତ୍ତି ଗ୍ରହଣ କରିପାରିବେ।