ୱାଟରପ୍ରୁଫିଙ୍ଗ୍ ପଦ୍ଧତିଗୁଡ଼ିକ, ମଡେର୍ଣ୍ଣ କିଚେନ୍ ଡିଜାଇନ୍ସ, ହୋମ୍ ପାଇଁ ବାସ୍ତୁ ଉପଦେଶ, Home Construction cost

ସମ୍ପର୍କ କରନ୍ତୁ

ଆପଣଙ୍କର ଉତ୍ତର ଏଠାରେ ପାଆନ୍ତୁ

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |



ଘର ପାଇଁ ବାସ୍ତୁ ଶାସ୍ତ୍ର ଚାର୍ଟ ବ୍ୟବହାର କରିବା ପାଇଁ ଉପାଦେୟ ଗାଇଡ୍

ଯତ୍ନଶୀଳ ଭାବେ କୋଠରୀ ଏବଂ ବସ୍ତୁର ଅବସ୍ଥାନ ମାଧ୍ୟମରେ ବାସ୍ତୁଶାସ୍ତ୍ରକୁ ଗୃହ ବାସ୍ତୁ ଚାର୍ଟ ସହିତ କିପରି ପ୍ରୟୋଗ କଲେ ଆପଣଙ୍କ ଘରେ ସୌହାର୍ଦ୍ଦ୍ୟ, ସ୍ୱାସ୍ଥ୍ୟ ଓ ସମୃଦ୍ଧିର ସନ୍ତୁଳନ ରହିବ ତାହା ଆବିଷ୍କାର କରନ୍ତୁ ।

Share:


ଘର ପାଇଁ ବାସ୍ତୁଶାସ୍ତ୍ର ଚାର୍ଟ ହେଉଛି ଏକ ପାରମ୍ପରିକ ଭାରତୀୟ ନୀତି ଯାହା ପ୍ରାକୃତିକ ଶକ୍ତି ସହିତ ସ୍ଥାପତ୍ୟ ଡିଜାଇନ୍ ଏବଂ ଆଭ୍ୟନ୍ତରୀଣ ସଜ୍ଜାର ସମ୍ମିଶ୍ରଣ କରିଥାଏ । ଏହାର ଲକ୍ଷ୍ୟ ହେଉଛି ଏକ ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ବାସ ପରିବେଶ ସୃଷ୍ଟି କରିବା ଯାହା ପ୍ରକୃତି ସହିତ ସୁସଙ୍ଗତ ହୋଇଥିବ । ଏହି ପ୍ରକ୍ରିୟାରେ ଗୃହ ବାସ୍ତୁ ଚାର୍ଟ ନାମକ ଏକ ଉପକରଣ ବ୍ୟବହାର କରାଯାଇ ସର୍ବାଧିକ ସକାରାତ୍ମକତା ଏବଂ ସନ୍ତୁଳନ ପାଇଁ ଆପଣଙ୍କ ସ୍ଥାନକୁ ଡିଜାଇନ୍ ଏବଂ ଅନୁକୂଳିତ କରିବାରେ ସାହାଯ୍ୟ କରିଥାଏ ।

ଏହି ପଦ୍ଧତିଟି ଏହି ଧାରଣା ଉପରେ ପର୍ଯ୍ୟବସିତ ହୋଇଥାଏ କି ବିଶ୍ୱ ପାଞ୍ଚଟି ମୁଖ୍ୟ ତତ୍ତ୍ୱ ବା ପଞ୍ଚଭୂତକୁ ନେଇ ଗଠିତ - ପୃଥିବୀ, ଜଳ, ଅଗ୍ନି, ବାୟୁ ଏବଂ ଆକାଶ । ବାସ୍ତୁ ଶାସ୍ତ୍ର ବିଶ୍ୱାସ କରିଥାଏ ଯେ, ଯଦି ଆପଣ ନିଜ ଘରେ ଉପରୋକ୍ତ ତତ୍ତ୍ୱଗୁଡ଼ିକ ମଧ୍ୟରେ ସନ୍ତୁଳନ ହାସଲ କରନ୍ତି, ତେବେ ଆପଣ ଏକ ଶକ୍ତିଶାଳୀ, ସକାରାତ୍ମକ ଶକ୍ତି ସୃଷ୍ଟି କରିପାରିବେ । ଏହାପରେ ଏହି ଶକ୍ତି ସମ୍ପୃକ୍ତ ସ୍ଥାନରେ ରହୁଥିବା ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ ସହାୟକ ହୋଇପାରିବ ଏବଂ ସେମାନଙ୍କ ପାଇଁ ସାମଗ୍ରିକ କଲ୍ୟାଣ ଏବଂ ସମ୍ପତ୍ତି ଆଣିପାରିବ ।

 

 



ପ୍ରମୁଖ୍ୟ ତଥ୍ୟାବଳୀ

 

  • ବାସ୍ତୁ ଶାସ୍ତ୍ର ଏକ ପ୍ରାଚୀନ ଭାରତୀୟ ବିଜ୍ଞାନ ଅଟେ ଯାହାର ଲକ୍ଷ୍ୟ ହେଉଛି ଘରଗୁଡ଼ିକୁ ପ୍ରକୃତିର ତତ୍ତ୍ୱ ସହିତ ସୁସଙ୍ଗତ କରିବା । 
 
  • ବାସ୍ତୁ ଶାସ୍ତ୍ରର ସିଦ୍ଧାନ୍ତଗୁଡ଼ିକ ଦିଶାତ୍ମକ ସଂରେଖଣ ଏବଂ ପାଞ୍ଚଟି ମୁଖ୍ୟ ଉପାଦାନ - ପୃଥିବୀ, ଜଳ, ଅଗ୍ନି, ବାୟୁ ଏବଂ ଆକାଶର ସମ୍ମିଶ୍ରଣ ଉପରେ ଆଧାରିତ ଅଟେ ।
 
  • ଘର ବାସ୍ତୁ ଚାର୍ଟ ଏକ ଗ୍ରୀଡ୍-ଆଧାରିତ ରେଖାଚିତ୍ର ଅଟେ । ମୁଖ୍ୟ ଦିଗ ଏବଂ ତାତ୍ତ୍ୱିକ ଶକ୍ତି ସଂରେଖଣରେ ଘରର ଲେ’ଆଉଟ୍ ଯୋଜନା କରିବା ପାଇଁ ବାସ୍ତୁ ଶାସ୍ତ୍ରକୁ ପ୍ରୟୋଗ କରିବାର ଏହା ଏକ ପ୍ରମୁଖ ସାଧନ ହୋଇଥାଏ ।
 
  • ଘର ଡିଜାଇନରେ ବାସ୍ତୁ ଶାସ୍ତ୍ରକୁ ଆପଣାଇ ଆପଣ ସ୍ୱାସ୍ଥ୍ୟକୁ ଉନ୍ନତ କରିପାରିବେ, ସମୃଦ୍ଧିକୁ ଆକର୍ଷିତ କରିପାରିବେ, ଶାନ୍ତି ଏବଂ ବାସସ୍ଥାନର ସାମଗ୍ରିକ ଶକ୍ତିକୁ ବୃଦ୍ଧି କରିପାରିବେ ।
 
  • ଆଧୁନିକ ବାସସ୍ଥାନରେ କୌଣସି ବଡ଼ ଧରଣର ପରିବର୍ତ୍ତନ ବିନା ଅସଂଖ୍ୟ ଉପାୟରେ ସମ୍ପୃକ୍ତ ସ୍ଥାନରେ ବାସ୍ତୁ ଶାସ୍ତ୍ରର ସିଦ୍ଧାନ୍ତଗୁଡ଼ିକୁ ସାମିଲ କରାଯାଇପାରିବ । 
 
  • ବାସ୍ତୁ ଶାସ୍ତ୍ରର ମାର୍ଗଦର୍ଶିକା ଅନୁଯାୟୀ ଛୋଟ ଛୋଟ ଆଡଜଷ୍ଟମେଣ୍ଟ କରି ମଧ୍ୟ ଆପଣ ନିଜ ଘରର ଶକ୍ତି ଓ ପରିବେଶକୁ ଅପେକ୍ଷାକୃତ ଉନ୍ନତ କରିପାରିବେ ।

ଘର ବାସ୍ତୁ ଚାର୍ଟ କ’ଣ?

ଗୃହ ବାସ୍ତୁ ଚାର୍ଟ ବାସ୍ତୁ ଶାସ୍ତ୍ରର ଏକ ଅବିଚ୍ଛେଦ୍ୟ ଅଂଶ ଅଟେ । 360-ଡିଗ୍ରୀ ବାସ୍ତୁ ଚାର୍ଟ ମାର୍ଗ ସହିତ ସ୍ଥାନଗୁଡ଼ିକର ନିର୍ମାଣ ଏବଂ ବ୍ୟବସ୍ଥିତ କରିବା ପାଇଁ ଏହା ଏକ ବିସ୍ତୃତ ମାର୍ଗଦର୍ଶିକା ହୋଇଥାଏ । ପରିବେଶ ଏବଂ ଘରର ବାସିନ୍ଦାଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ଉଦ୍ଦେଶ୍ୟରେ ପ୍ରକୃତିର ଉପାଦାନ ସହିତ ସ୍ଥାପତ୍ୟକୁ ସଂଯୁକ୍ତ କରୁଥିବା ନୀତିଗୁଡ଼ିକୁ ଏହା ପ୍ରତିଫଳିତ କରିଥାଏ ।

 

 

ପ୍ରମୁଖ ବୈଶିଷ୍ଟ୍ୟାବଳୀ:

 

1) ଏକ ଗ୍ରୀଡ୍ ଆଧାରିତ ରେଖାଚିତ୍ର

ଏହି ଚାର୍ଟକୁ ଏକ ବାସ୍ତୁ ରେଖାଚିତ୍ର ମାଧ୍ୟମରେ ଏକ ଗ୍ରୀଡ୍ ଭାବରେ ଦର୍ଶାଯାଇଥାଏ, ଯେଉଁଥିରେ ସାଧାରଣତଃ ବର୍ଗକ୍ଷେତ୍ର କିମ୍ବା ପ୍ୟାଡ୍ ରହିଥାଏ, ଯେଉଁଥିରେ ବାସ୍ତୁ ନୀତି ଅନୁଯାୟୀ ବିଭିନ୍ନ କୋଠରୀ ଏବଂ କାର୍ଯ୍ୟ ପାଇଁ ଏକ ଢାଞ୍ଚା ମଧ୍ୟରେ ଆଦର୍ଶ ସ୍ଥାନଗୁଡିକର ନକ୍ସା ପ୍ରସ୍ତୁତ କରାଯାଏ ।

 

2) ଦିଶାତ୍ମକ ସଂରେଖଣ

ଏହା ମୁଖ୍ୟ ଦିଗ (ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ) ଏବଂ ସେଗୁଡ଼ିକ ପ୍ରତିନିଧିତ୍ୱ କରୁଥିବା ଉପାଦାନଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି ଘର ଏବଂ ତାହାର ବିଭିନ୍ନ ଉପାଦାନ (ଦ୍ୱାର, ଝରକା, କୋଠରୀ) ଏବଂ ସେଗୁଡ଼ିକ ପ୍ରତିନିଧିତ୍ୱ କରୁଥିବା ଉପାଦାନଗୁଡ଼ିକର ଦିଗଉପରେ ବିଶେଷ ଗୁରୁତ୍ୱ ଦେଇଥାଏ, ବିଶ୍ୱାସ କରାଯାଏ ଯେ ଏହା ସମୃଦ୍ଧି, ସ୍ୱାସ୍ଥ୍ୟ ଏବଂ ସୁଖକୁ ପ୍ରଭାବିତ କରେ ।

 

3) ମହାଜାଗତିକ ଶକ୍ତି ପ୍ରବାହ

ସ୍ଥାନ ମଧ୍ୟରେ ମହାଜାଗତିକ ଶକ୍ତିର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପ୍ରବାହ ସୁନିଶ୍ଚିତ କରିବା ପାଇଁ ଏପରି ଲେଆଉଟ୍ ଡିଜାଇନ୍ କରାଯାଇଥାଏ, ଯାହା ଏହାର ବାସିନ୍ଦାଙ୍କ କଲ୍ୟାଣକୁ ବଢ଼ାଇବ ବୋଲି ବିଶ୍ୱାସ କରାଯାଏ ।

 

ଘର ପାଇଁ ଏହି ବାସ୍ତୁଶାସ୍ତ୍ର ଚାର୍ଟ ଏକ ମୌଳିକ ବ୍ଲୁପ୍ରିଣ୍ଟ ଭାବରେ କାର୍ଯ୍ୟ କରେ ଯାହା ନିର୍ମିତ ପରିବେଶ ଏବଂ ପ୍ରାକୃତିକ ଦୁନିଆ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଲକ୍ଷ୍ୟରେ ସ୍ଥାପତ୍ୟ ଡିଜାଇନକୁ ମାର୍ଗଦର୍ଶନ କରେ, ଯାହା ଦ୍ୱାରା ଘରେ ସକାରାତ୍ମକ ଶକ୍ତି, ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି  ପ୍ରୋତ୍ସାହିତ ହୋଇଥାଏ ।


ଘର ପାଇଁ ବାସ୍ତୁ ଶାସ୍ତ୍ର ଚାର୍ଟରେ ପାଞ୍ଚଟି ତତ୍ତ୍ୱ:

 

1. ପୃଥିବୀ

ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଏବଂ ମାଧ୍ୟାକର୍ଷଣ ବଳ ମାନବ ଜୀବନକୁ ପ୍ରଭାବିତ କରିଥାଏ, ଯାହା ସ୍ଥିରତା ପାଇଁ ନିର୍ଦ୍ଦିଷ୍ଟ ଓ ଉପଯୁକ୍ତ ଦିଗ ଓ ସ୍ଥାନଗୁଡ଼ିକୁ ସୂଚାଇଥାଏ ।

 

2. ଜଳ

ପ୍ରବାହ ଏବଂ ଶୁଦ୍ଧତାର ପ୍ରତୀକ ଜଳ ଉପାଦାନଗୁଡ଼ିକୁ ଧନ ଏବଂ ସମୃଦ୍ଧି ବଢ଼ାଇବା ପାଇଁ ରଖାଯିବା ଆବଶ୍ୟକ ।

 

3. ଅଗ୍ନି

ଶକ୍ତି ଏବଂ ବଳକୁ ଅନୁଶାସିତ କରୁଥିବା ଅଗ୍ନି ଉପାଦାନଗୁଡ଼ିକ ରୋଷେଇ ଘର ଏବଂ ବୈଦ୍ୟୁତିକ ଉପକରଣକୁ ରଖିବାର ଉପଯୁକ୍ତ ସ୍ଥାନଗୁଡ଼ିକୁ ସୂଚାଇଥାଏ ।

 

4. ବାୟୁ

ବାୟୁ ପ୍ରବାହ ସ୍ୱାସ୍ଥ୍ୟକୁ ପ୍ରବାହିତ କରିଥାଏ । ଉପଯୁକ୍ତ ବାୟୁ ଚଳାଚଳର ବ୍ୟବସ୍ଥା ରଖିବା ଏବଂ ଝରକାଗୁଡ଼ିକୁ ଉପଯୁକ୍ତ ସ୍ଥାନରେ ରଖାଯିବା ଗୁରୁତ୍ୱପୂର୍ଣ୍ଣ ଅଟେ ।

 

5. ଆକାଶ

ସମସ୍ତ ଉପାଦାନ ଏବଂ ସ୍ଥାନର ମହାଜାଗତିକ ଆଧାର ମହାକାଶ ଢାଞ୍ଚାର ସାମଗ୍ରିକ ଡିଜାଇନ୍ ଓ ଲେ’ଆଉଟ୍ ନିର୍ଦ୍ଧାରଣ କରିଥାଏ ।


ବାସ୍ତୁ ଚାର୍ଟର କାର୍ଯ୍ୟ

ଗୃହ ବାସ୍ତୁ ଚାର୍ଟ ବା ବାସ୍ତୁ ପୁରୁଷ ମଣ୍ଡଳ ହେଉଛି ଏକ ଅଧିଭୌତିକ ବର୍ଗାକାର ଯୋଜନା । ଏହା ସ୍ଥାପତ୍ୟରେ ବାସ୍ତୁଶାସ୍ତ୍ରର ନୀତିକୁ ପ୍ରତିଫଳିତ କରି ପୂର୍ବ ଦିଗକୁ ମୁଣ୍ଡ ରଖି ଶୋଇଥିବା ଥିବା ମହାଜାଗତିକ ମନୁଷ୍ୟର ପ୍ରତିନିଧିତ୍ୱ କରିଥାଏ । ଏହି ଗ୍ରିଡ୍ ଢାଞ୍ଚାରେ କୋଠରୀ, କବାଟ ଏବଂ ଆସବାବପତ୍ର ସ୍ଥାପନ ଅନ୍ତର୍ଭୁକ୍ତ, ଯାହା ସମଗ୍ର ଜୀବଜଗତରେ ଶକ୍ତି ପ୍ରବାହକୁ ଅନୁକୂଳିତ କରିବାକୁ ଲକ୍ଷ୍ୟ ରଖିଥାଏ ।

 

 

1) ଦିଶାତ୍ମକ ମହତ୍ତ୍ୱ

ଚାର୍ଟରେ ଥିବା ପ୍ରତ୍ୟେକ ଦିଗର ସ୍ୱତନ୍ତ୍ର ମହତ୍ତ୍ୱ ରହିଥାଏ ଏବଂ ସେଗୁଡ଼ିକ ପ୍ରତ୍ୟେକ ନିର୍ଦ୍ଦିଷ୍ଟ କାର୍ଯ୍ୟ କିମ୍ବା କୋଠରୀ ପାଇଁ ଉପଯୁକ୍ତ ହୋଇଥାଏ:

 

a) ଦକ୍ଷିଣ

ଏହି ଦିଗଟି ବେଡରୁମ୍ ପାଇଁ ଆଦର୍ଶ ହୋଇଥାଏ । ଏହା ସ୍ଥିରତାର ପ୍ରତୀତ ଅଟେ ଏବଂ ଆରାମଦାୟକ ନିଦ୍ରାକୁ ପ୍ରୋତ୍ସାହିତ କରିଥାଏ ।

 

b) ଦକ୍ଷିଣପୂର୍ବ

ଅଗ୍ନିର ତତ୍ତ୍ୱ ସହିତ ଏହାର ସଂଯୋଗ କାରଣରୁ ରୋଷେଇ ଘରର ସର୍ବୋତ୍ତମ ସ୍ଥିତି ସ୍ୱାସ୍ଥ୍ୟ ଏବଂ ଶକ୍ତି ସହିତ ଜଡିତ ହୋଇଥାଏ ।

 

c) ପୂର୍ବ

ପ୍ରବେଶପଥ ପାଇଁ ପସନ୍ଦ କରାଯାଏ, କାରଣ ଏହା ଅଭିବୃଦ୍ଧି ଏବଂ ସକାରାତ୍ମକ ବାତାବରଣକୁ ପ୍ରୋତ୍ସାହିତ କରିଥାଏ

 

d) ଉତ୍ତର-ପୂର୍ବ

ଧ୍ୟାନ କିମ୍ବା ପ୍ରାର୍ଥନା କ୍ଷେତ୍ର ପାଇଁ ଉପଯୁକ୍ତ, ସ୍ପଷ୍ଟତା ଏବଂ ଆଧ୍ୟାତ୍ମିକ ଅଭିବୃଦ୍ଧି ପ୍ରଦାନ କରେ ।

 

 

2) କୋଠରୀର ଅବସ୍ଥିତି

ଘର ପାଇଁ ବାସ୍ତୁଶାସ୍ତ୍ର ଚାର୍ଟ ଅନୁସରଣ କରିବା ଦ୍ୱାରା ଆପଣ ପ୍ରତ୍ୟେକ କୋଠରୀକୁ ମଙ୍ଗଳ ଏବଂ ସୌହାର୍ଦ୍ଦ୍ୟ ପାଇଁ ଉପଯୁକ୍ତ ସ୍ଥାନରେ ଅବସ୍ଥାନ କରିବାରେ ସାହାଯ୍ୟ ପାଇପାରିବେ:

 

a) ଲିଭିଂ ରୁମ୍

ଏହାକୁ ଉତ୍ତର କିମ୍ବା ପୂର୍ବ ଦିଗରେ ରଖିବା ଦ୍ୱାରା ସ୍ୱାଗତଯୋଗ୍ୟ ଓ ପାରିବାରିକ ସମ୍ପର୍କ ପାଇଁ ଅନୁକୂଳ ବାତାବରଣ ପ୍ରୋତ୍ସାହିତ ହୋଇଥାଏ ।

 

b) ରୋଷେଇ ଘର

ଦକ୍ଷିଣ-ପୂର୍ବ ତା'ର ଜ୍ୱଳନ୍ତ ପ୍ରକୃତି ସହିତ ଯୋଡ଼ି ହୋଇ ସ୍ୱାସ୍ଥ୍ୟ ଓ ଉତ୍ସାହ ବଢ଼ାଇଥାଏ।

 

c) ଶୋଇବା ଘର

ଦକ୍ଷିଣରେ ଗ୍ରାଉଣ୍ଡିଂ ଏନର୍ଜି ମିଳିଥାଏ, ଶାନ୍ତି ଏବଂ ଗଭୀର ନିଦ ସୁନିଶ୍ଚିତ ହୋଇଥାଏ ।

 

d) ବାଥରୁମ୍

ଏହାକୁ ଉତ୍ତର-ପଶ୍ଚିମରେ ରଖିବା ଦ୍ୱାରା ସ୍ୱଚ୍ଛତା ବଜାୟ ରଖିବା ସହ ନକାରାତ୍ମକତା ଦୂର ହୋଇଥାଏ।

 

ବାସ୍ତୁ ନିର୍ଦ୍ଦେଶନା ଚାର୍ଟର ଏହି ସଂଯୋଗକୁ ଅନୁସରଣ କରି ଆପଣ ଏକ ସନ୍ତୁଳିତ ଏବଂ ସକାରାତ୍ମକ ଗୃହ ପରିବେଶ ସୃଷ୍ଟି କରିପାରିବେ ।


ବାସ୍ତୁ ଚାର୍ଟ କାହିଁକି ବ୍ୟବହାର କରିବେ?

 ଘର ପାଇଁ ବାସ୍ତୁଶାସ୍ତ୍ର ଚାର୍ଟର ନୀତିକୁ ପ୍ରୟୋଗ କରିବାର ଅର୍ଥ ପ୍ରତ୍ୟେକ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ନୁହେଁ ବରଂ ନିଜ ବାସସ୍ଥାନରେ ସନ୍ତୁଳନ, ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଆଣିବା ପାଇଁ ଏହାର ଜ୍ଞାନକୁ ବୁଝିବା ଏବଂ ପ୍ରୟୋଗ କରିବା ତାହାର ତାତ୍ପର୍ଯ୍ୟ ଅଟେ । ଏହି ପଦ୍ଧତି ଘରକୁ ପ୍ରାକୃତିକ ଶକ୍ତି ସହିତ ସମନ୍ୱିତ କରେ, ଶାରୀରିକ ସୁସ୍ଥତା ଠାରୁ ଆରମ୍ଭ କରି ମାନସିକ ଏବଂ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟକୁ ସମେତ ଆହୁରି ଅନେକ ଲାଭ ଆଣିଥାଏ ।

 

ମୋଟାମୋଟି ଭାବରେ କହିବାକୁ ଗଲେ, ଗୃହ ବାସ୍ତୁ ଚାର୍ଟ କେବଳ କାର୍ଯ୍ୟକ୍ଷମ ଏବଂ ସୌନ୍ଦର୍ଯ୍ୟପୂର୍ଣ୍ଣ ନୁହେଁ ବରଂ ଏକ ଶାନ୍ତ ଏବଂ ସମୃଦ୍ଧ ବାସସ୍ଥାନକୁ ପ୍ରୋତ୍ସାହିତ କରିବା ପାଇଁ ମୌଳିକ ଶକ୍ତି ସହିତ ତାଳମେଳ ରକ୍ଷା କରିବା ପାଇଁ ଏକ ମାର୍ଗଦର୍ଶିକା ଭାବରେ କାର୍ଯ୍ୟ କରେ।


ବାସ୍ତୁ ନୀତି ପ୍ରୟୋଗ କରିବାର ଫାଇଦା



ବାସ୍ତୁଶାସ୍ତ୍ର ଚାର୍ଟର ସିଦ୍ଧାନ୍ତକୁ ଘର ପାଇଁ ଅନ୍ତର୍ଭୁକ୍ତ କରିବା ଦ୍ୱାରା ବାସିନ୍ଦାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଠାରୁ ଆରମ୍ଭ କରି ସମୃଦ୍ଧି ଆକୃଷ୍ଟ କରିବା ପର୍ଯ୍ୟନ୍ତ ଅନେକ ଫାଇଦା ମିଳିଥାଏ । ରଣନୈତିକ ଆଭିମୁଖ୍ୟ ଏବଂ ସ୍ଥାନଗତ ବିନ୍ୟାସ ପ୍ରକୃତିର ଶକ୍ତି ଏବଂ ନିର୍ମିତ ପରିବେଶ ମଧ୍ୟରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସନ୍ତୁଳନ ସୃଷ୍ଟି କରେ, ଯାହା ସମ୍ଭବତଃ ଘରେ ଶାନ୍ତି ଏବଂ ଶକ୍ତି ବୃଦ୍ଧି କରିଥାଏ ।

 

a) ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରେ

ଆପଣଙ୍କ ଘରେ ବାସ୍ତୁ ନୀତି ବ୍ୟବହାର କରିବା ଦ୍ୱାରା ଏପରି ପରିବେଶ ସୃଷ୍ଟି ହୋଇଥାଏ ଯାହା ବାସିନ୍ଦାଙ୍କ ସ୍ୱାସ୍ଥ୍ୟକୁ ବଢ଼ାଇଥାଏ ।

 

b) ସମୃଦ୍ଧି ଆକର୍ଷିତ କରେ

ବାସ୍ତୁ ଅନୁଯାୟୀ ସ୍ଥାନଗୁଡିକର ସଂଯୋଗ ଏବଂ ବିନ୍ୟାସ ସକାରାତ୍ମକ ଶକ୍ତି ଏବଂ ସମୃଦ୍ଧିକୁ ଆକର୍ଷିତ କରିପାରେ ।

 

c) ଶାନ୍ତି ବଢ଼ାଇଥାଏ

ବାସ୍ତୁ ଆପଣଙ୍କ ରହୁଥିବା ସ୍ଥାନ ସହିତ ପ୍ରାକୃତିକ ଶକ୍ତିକୁ ସମନ୍ୱିତ କରିବାରେ ସାହାଯ୍ୟ କରେ, ଶାନ୍ତି ଏବଂ ସ୍ଥିରଚିତ୍ତତା ବୃଦ୍ଧି କରେ ।

 

d) ଶକ୍ତି ବୃଦ୍ଧି କରେ

ବାସ୍ତୁ ନୀତିପ୍ରୟୋଗ କରିବା ଦ୍ୱାରା ପ୍ରାକୃତିକ ଶକ୍ତିର ଉପଯୁକ୍ତ ପ୍ରବାହ ଏବଂ ସନ୍ତୁଳନ ସୁନିଶ୍ଚିତ କରି ଆପଣଙ୍କ ଘରେ ସାମଗ୍ରିକ ଶକ୍ତିସ୍ତର ବୃଦ୍ଧି କରାଯାଇପାରିବ ।

 

e) ପ୍ରକୃତି ଏବଂ ପରିବେଶକୁ ସନ୍ତୁଳିତ କରେ

ବାସ୍ତୁ ନୀତି ଘର ଏବଂ ପ୍ରାକୃତିକ ଶକ୍ତି ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ, ଯାହା ଏକ ସୁସ୍ଥ ଏବଂ ଅଧିକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନ ପରିବେଶ ସୃଷ୍ଟିରେ ସହାୟକ ହୋଇଥାଏ ।


ଗୃହ ବାସ୍ତୁ ଚାର୍ଟର ପରିଚାଳନା

ଘର ପାଇଁ ବାସ୍ତୁଶାସ୍ତ୍ରକୁ ସାମିଲ କରିବାର ଅର୍ଥ ହେଉଛି ଘରେ ଶାନ୍ତି ଓ ସନ୍ତୁଳନକୁ ପାଛୋଟି ଆଣିବା । ଗୃହ ବାସ୍ତୁ ଚାର୍ଟକୁ କିପରି ସଠିକ୍ ଭାବେ ବ୍ୟବହାର କରିବେ ତାହା ଜାଣିବା ଜରୁରୀ । ଏହି ଚାର୍ଟ କେବଳ ଏକ ସରଳ ଉପକରଣ ନୁହେଁ; ଏହା ଆପଣଙ୍କ ରହୁଥିବା ସ୍ଥାନକୁ ପ୍ରକୃତି ସହିତ ଯୋଡି ଆପଣଙ୍କ ଘରୋଇ ଜୀବନକୁ ଉନ୍ନତ କରିବାର ଏକ ଉପାୟ ଅଟେ । ଆସନ୍ତୁ ଜାଣିବା ଘର ପାଇଁ ବାସ୍ତୁଶାସ୍ତ୍ରର କିଛି ସହଜ ମାର୍ଗଦର୍ଶିକା ଯାହା ଆପଣଙ୍କ ସ୍ଥାନକୁ ଶୁଭ ଶକ୍ତି ଓ ଖୁସିକୁ ପାଛୋଟି ଆଣିଥାଏ ।

 

 

ମୁଖ୍ୟ ନିର୍ଦ୍ଦେଶାବଳୀ:

 

a) ପ୍ରବେଶ ପଥ

ସମୃଦ୍ଧିକୁ ଆମନ୍ତ୍ରଣ କରିବା ପାଇଁ ଆଦର୍ଶ ଭାବରେ ଉତ୍ତର କିମ୍ବା ପୂର୍ବ ଦିଗରେ ଅବସ୍ଥାପିତ କରାଯାଏ ।

 

b) ଲିଭିଂ ରୁମ୍

ଉତ୍ତର-ପୂର୍ବ ଦିଗ ସାମାଜିକ ସମ୍ପର୍କ ଏବଂ ପାରିବାରିକ ବନ୍ଧନକୁ ପ୍ରୋତ୍ସାହିତ କରିଥାଏ ।

 

c) ରୋଷେଇ ଘର

ଦକ୍ଷିଣ-ପୂର୍ବ କୋଣରେ ଅବସ୍ଥିତ, ଜୀବନ୍ତତା ପାଇଁ ଅଗ୍ନି ତତ୍ତ୍ୱ ସହିତ ସଂଯୁକ୍ତ ।

 

d) ଶୋଇବା ଘର

ମାଷ୍ଟର ବେଡରୁମ୍ ପାଇଁ ଦକ୍ଷିଣ-ପଶ୍ଚିମ, ଯାହା ସ୍ଥିରତା ସୁନିଶ୍ଚିତ କରିଥାଏ; ଗେଷ୍ଟ ରୁମ୍ ପାଇଁ ଉତ୍ତର-ପଶ୍ଚିମ।

 

e) ବାଥରୁମ୍

ନକାରାତ୍ମକତାକୁ ଦୂର କରିବା ପାଇଁ ଉତ୍ତର-ପଶ୍ଚିମରେ ଅବସ୍ଥିତ ହେବା ଉଚିତ୍ ।

 

ଏଗୁଡ଼ିକ କଠୋର ନିୟମ ନୁହେଁ ବରଂ ଡିଜାଇନ୍ ପ୍ରକ୍ରିୟାକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବା ପାଇଁ ମାର୍ଗଦର୍ଶିକା ଅଟେ ।


ଘର ପାଇଁ ବାସ୍ତୁଶାସ୍ତ୍ରର ବ୍ୟବହାରିକ ପ୍ରୟୋଗ ଓ ପ୍ରତିକାର



ଘର ପାଇଁ ବାସ୍ତୁ ଚାର୍ଟକୁ କଡ଼ାକଡ଼ି ଭାବେ ପାଳନ କରିବା ସବୁବେଳେ ସମ୍ଭବ ନୁହେଁ ବୋଲି ବୁଝିଥିଲେ, ଆପଣ ଏହା ଜାଣିପାରିବେ ଯେ ଏପରି ଉପଚାର ଏବଂ ଆଡଜଷ୍ଟମେଣ୍ଟ ଅଛି ଯାହା ଗୁରୁତ୍ୱପୂର୍ଣ୍ଣ ସ୍ଥାପତ୍ୟ ପରିବର୍ତ୍ତନର ଆବଶ୍ୟକତା ବିନା ପ୍ରତିକୂଳ ପ୍ରଭାବକୁ ହ୍ରାସ କରିପାରିବ ।

 

 

a) ଦର୍ପଣ

ଦର୍ପଣ ଶକ୍ତି ପ୍ରବାହକୁ ପୁନଃନିର୍ଦେଶିତ କରିପାରେ; ଏହାକୁ ଉତ୍ତର କିମ୍ବା ପୂର୍ବ କାନ୍ଥରେ ରଖିଲେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।

 

b) ରଙ୍ଗ

 ରଙ୍ଗ ମନୋଦଶା ଏବଂ ଶକ୍ତିକୁ ଯଥେଷ୍ଟ ପ୍ରଭାବିତ କରିଥାଏ । ବସାଉଠା କରୁଥିବା ସ୍ଥାନରେ ଥଣ୍ଡା ରଙ୍ଗ ଏବଂ ସକ୍ରିୟ ସ୍ଥାନରେ ଊଷ୍ମ ରଙ୍ଗ ଏକ ସନ୍ତୁଳିତ ପରିବେଶ ସୃଷ୍ଟି କରିପାରେ ।

 

c) ଉଦ୍ଭିଦ ଓ ଜଳାଶୟ

ଉତ୍ତର-ପୂର୍ବାଞ୍ଚଳରେ ଥିବା ଆଭ୍ୟନ୍ତରୀଣ ଉଦ୍ଭିଦ ଏବଂ ଜଳ ବୈଶିଷ୍ଟ୍ୟ ସକାରାତ୍ମକ ଶକ୍ତି ଏବଂ ସମୃଦ୍ଧିକୁ ଉତ୍ସାହିତ କରିପାରେ |


ସାଧାରଣ ଭୁଲ ଧାରଣା

ବାସ୍ତୁଶାସ୍ତ୍ର ବିଷୟରେ ସାଧାରଣ ଭ୍ରାନ୍ତ ଧାରଣାର ସମାଧାନ ଏକ ବ୍ୟାବହାରିକ ଆଭିମୁଖ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ:

 

a) କଠୋରତା

ବାସ୍ତୁକୁ ଅନେକ ସମୟରେ ଏକ କଠୋର ନିୟମ ଭାବରେ ଧରିନିଆଯାଏ । ତେବେ ଏହା ଏକ ନମନୀୟ ମାର୍ଗଦର୍ଶିକା ହୋଇଥାଏ ଯାହା ଆଧୁନିକ ଜୀବନଶୈଳୀକୁ ସମର୍ଥନ କରିଥାଏ ।

 

b) ଅନ୍ଧବିଶ୍ୱାସ

ପ୍ରାଚୀନ ଅଭ୍ୟାସରେ ଆଧାରିତ ହୋଇଥିଲେ ମଧ୍ୟ ବାସ୍ତୁନୀତିର ବୈଜ୍ଞାନିକ ଭିତ୍ତିଭୂମି ରହିଛି, ବିଶେଷ କରି ସ୍ଥାନୀୟ ସମନ୍ବୟ ଏବଂ ଶକ୍ତି ପ୍ରବାହ ସମ୍ପର୍କିତ।



 

ଘରୋଇ ବାସ୍ତୁ ଚାର୍ଟ ସହିତ ଯୋଡ଼ି ହେବା ପାଇଁ ଆପଣଙ୍କ ବାସସ୍ଥାନକୁ ଅନୁକୂଳ କରିବା ଅତ୍ୟନ୍ତ ଲାଭଦାୟକ ହୋଇପାରେ, ଏହା ଆପଣଙ୍କ ଦୈନନ୍ଦିନ ଜୀବନରେ ସମନ୍ୱୟ ଏବଂ ସକାରାତ୍ମକତା ସୃଷ୍ଟି କରିପାରେ । ବାସ୍ତୁଶାସ୍ତ୍ରର ପୁରୁଣା ଜ୍ଞାନକୁ ଛୋଟ ଛୋଟ ଉପାୟରେ ମଧ୍ୟ ଘର ପାଇଁ ଉପଯୋଗ କଲେ ତାହାର ମଙ୍ଗଳ ପ୍ରଭାବ ଅନୁଭବ ହୋଇପାରେ । ଏହି ନୀତିଗୁଡ଼ିକୁ ଅନୁସରଣ କରିବା ପାଇଁ ଆପଣଙ୍କ ପରିବେଶକୁ ମାନସିକ ଭାବରେ ସଂଗଠିତ କରିବା ଦ୍ୱାରା, ଆପଣଙ୍କ ଘର ଶାନ୍ତି ଏବଂ ସମୃଦ୍ଧିର ପାତ୍ର ରେ ପରିଣତ ହୁଏ - ଅର୍ଥାତ୍ ଏକ ସନ୍ତୁଳିତ ଏବଂ ସନ୍ତୁଷ୍ଟ ଜୀବନ ପ୍ରତିପୋଷଣ ପାଇଁ ଏକ ପ୍ରକୃତ ଆଶ୍ରୟସ୍ଥଳୀ ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |



ପରାମର୍ଶିତ ଭିଡିଓଗୁଡିକ |





  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....