ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj

One home. One chance. Build it with India’s no.1 cement

Ultratech Header

ଅଲ୍‌‌ଟ୍ରାଟେକ୍ ସିମେଣ୍ଟର ପରିଚୟ

ସିମେଣ୍ଟ ଆପଣଙ୍କ ଘରର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଉପାଦାନ ହୋଇଥାଏ । ଅନ୍ୟ ସମସ୍ତ ଉପାଦାନକୁ ଏହା ବାନ୍ଧିରଖିଥାଏ ଏବଂ ଢାଞ୍ଚାର ସୁଦୃଢ଼ତା ପାଇଁ ଏହା ଅପରିହାର୍ଯ୍ୟ ହୋଇଥାଏ । ଆମେ ବୁଝୁଛୁ ଯେ ଆପଣ କେବଳ ସିମେଣ୍ଟ ନୁହେଁ, ବରଂ ଅଲ୍‌ଟ୍ରାଟେକ୍ ଯୋଗାଉଥିବା ଆଶ୍ୱାସନା ଏବଂ ବିଶ୍ୱାସକୁ ମଧ୍ୟ କିଣିଥାନ୍ତି । ଏହା ଫଳରେ, ଆପଣଙ୍କ ଭଳି କୋଟି କୋଟି ଆଇଏଚ୍‌ବିମାନେ ସେମାନଙ୍କର ଘର ନିର୍ମାଣ କରିବା ପାଇଁ ଅଲ୍‌‌ଟ୍ରାଟେକ୍ ଉପରେ ଭରସା କରିଥାନ୍ତି, ଯାହା ଆମକୁ ଭାରତର ନଂ.୧ ସିମେଣ୍ଟ ବ୍ରାଣ୍ଡରେ ପରିଣତ କରିଛି ।

Boy with Ultratech


ଆମର ବଳ

ଆମର ବିଭିନ୍ନ ବଳଗୁଡ଼ିକୁ ଆମକୁ ଭାରତର ସର୍ବଶ୍ରେଷ୍ଠ ସିମେଣ୍ଟ ଏବଂ ଆପଣଙ୍କର ନମ୍ବର ୧ ପସନ୍ଦରେ ପରିଣତ କରିବାରେ ସକ୍ଷମ କରିଛି ।




ଉତ୍ପାଦ ପୋର୍ଟଫୋଲିଓ


ଫାଉଣ୍ଡେସନରୁ ଫିନିଶ୍ ପର୍ଯ୍ୟନ୍ତ, ଅଲ୍‌‌ଟ୍ରାଟେକ୍ ହେଉଛି ସବୁ ପ୍ରକାର ନିର୍ମାଣ ସାମଗ୍ରୀର ଚରମ ଗନ୍ତବ୍ୟସ୍ଥଳୀ । ନିର୍ମାଣ ଉଦ୍ୟୋଗର ବିବିଧ ଆବଶ୍ୟକତା ଓ ଉପଯୋଗର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅଲ୍‌‌ଟ୍ରାଟେକ୍‌‌ର ଉତ୍ପାଦଗୁଡ଼ିକର ପରିସର ଗ୍ରେ ସିମେଣ୍ଟ (ଅଲ୍‌‌ଟ୍ରାଟେକ୍‌‌ ସିମେଣ୍ଟ)ରୁ ହ୍ୱାଇଟ୍ ସିମେଣ୍ଟ (ବିର୍ଲା ହ୍ୱାଇଟ୍), ବିଲ୍‌‌‌ଡିଂ ପ୍ରଡକ୍ଟସ୍‌‌ (ଅଲ୍‌‌ଟ୍ରାଟେକ୍‌‌ ବିଲ୍‌ଡିଂ ପ୍ରଡକ୍ଟସ୍ ଡିଭିଜନ)ରୁ ବିଲ୍‌‌‌ଡିଂ ସଲ୍ୟୁସନ୍ସ (ଅଲ୍‌‌ଟ୍ରାଟେକ୍‌‌‌ ବିଲ୍‌‌ଡିଂ ସଲ୍ୟୁସସନ୍ସ), ଏବଂ ରେଡି ମିକ୍ସ କଂକ୍ରିଟ୍ (ଆର୍‌‌ଏମ୍‌‌ସି)ର ବିଭିନ୍ନ ବର୍ଗମାଳା ଏବଂ ବିଶେଷ ଭାଲ୍ୟୁ ଆଡେଡ କଂକ୍ରିଟ୍ (ଭିଏସି) ପର୍ଯ୍ୟନ୍ତ ବ୍ୟାପ୍ତ ଅଟେ ।



ସାଧାରଣ ପୋର୍ଟଲାଣ୍ଡ ସିମେଣ୍ଟ

ସାଧାରଣ ପୋର୍ଟଲାଣ୍ଡ ସିମେଣ୍ଟ (ଓପିସି) ହେଉଛି ବ୍ୟାପକ ଶୃଙ୍ଖଳାର ପ୍ରୟୋଗ ପାଇଁ ସବୁଠାରୁ ସାଧାରଣ ଭାବେ ବ୍ୟବହୃତ ହେଉଥିବା ସିମେଣ୍ଟ । ଏହାର ପରିସର ଆର୍‌ସିସି ଏବଂ ରାଜମିସ୍ତ୍ରୀ କାମରୁ ଆରମ୍ଭ କରି ପ୍ଲାଷ୍ଟରିଂ, ପ୍ରିକାଷ୍ଟ ଏବଂ ପ୍ରିଷ୍ଟ୍ରେସ୍ କାର୍ଯ୍ୟ ପର୍ଯ୍ୟନ୍ତ ବ୍ୟାପ୍ତ ଅଟେ । ଏହି ସିମେଣ୍ଟ ସାଧାରଣ, ମାନକ ଏବଂ ଉଚ୍ଚ-ସୁଦୃଢ଼ତା ବିଶିଷ୍ଟ କଂକ୍ରିଟ୍, ମୋର୍ଟାର୍, ସାଧାରଣ-ଉଦ୍ଦେଶ୍ୟ ରେଡି-ମିକ୍ସେସ୍ ଏବଂ ଡ୍ରାଏ ଲିନ୍ ମିକ୍ସେସ୍‌‌ର ଉତ୍ପାଦନ ପାଇଁ ବ୍ୟବହୃତ ହୋଇଥାଏ ।

Ultratech

ପୋର୍ଟଲାଣ୍ଡ ପୋଜ୍ଜୋଲାନା ସିମେଣ୍ଟ (ପିପିସି)

ପୋର୍ଟାଲାଣ୍ଡ ପୋଜ୍ଜୋଲାନା ସିମେଣ୍ଟ ବା ପିପିସିକୁ ଓପିସି ଏବଂ (୧୫-୩୫%) ଫ୍ଲାଏ ଆଶ୍‌‌କୁ ସମାନ ଭାବେ ଗ୍ରାଇଣ୍ଡିଂ/ବ୍ଲେଣ୍ଡିଂ କରାଯାଇ ହାସଲ କରାଯାଇଥାଏ । ସାଧାରଣତଃ ଓପିସି ବ୍ୟବହୃତ ହେଉଥିବା ସମସ୍ତ କ୍ଷେତ୍ରଗୁଡ଼ିକରେ ଏହାକୁ ବ୍ୟବହାର କରାଯାଇପାରିବ, ବିଶେଷ ଭାବେ ଉଚ୍ଚ ପ୍ରାରମ୍ଭିକ ସୁଦୃଢ଼ତା ଆବଶ୍ୟକ ହେଉଥିବା କ୍ଷେତ୍ରଗୁଡ଼ିକୁ ଛାଡ଼ି, ଯେପରିକି ପ୍ରିଷ୍ଟ୍ରେସ୍‌‌ଡ କଂକ୍ରିଟ୍, ସ୍ଲିପ୍‌ଫର୍ମ କାର୍ଯ୍ୟ ଭଳି ହାଇ-ସ୍ପିଡ୍ ଷ୍ଟ୍ରକ୍ଚର୍ ଏବଂ ପ୍ରିକାଷ୍ଟ ପ୍ରୟୋଗରେ ।

Super Cement

ଅଲ୍‌‌ଟ୍ରାଟେକ୍ ପ୍ରିମିୟମ୍

ଅଲ୍‌‌ଟ୍ରାଟେକ୍‌‌ ପ୍ରିମିୟମ୍ ଅଲ୍‌‌ଟ୍ରାଟେକ୍‌‌‌ର ସବୁଠାରୁ ବୈପ୍ଳବିକ ଟେକ୍ନୋଲୋଜି ମଧ୍ୟରୁ ଅନ୍ୟତମ ଅଟେ । ଏହାର ଅତ୍ୟୁଚ୍ଚ ଇଞ୍ଜିନିୟର୍ଡ କଣିକାଗୁଡ଼ିକର ବିତରଣ କଂକ୍ରିଟ୍‌କୁ ଅଧିକ ଘନ ଏବଂ ଅଧିକ ଅଭେଦ୍ୟ କରିଥାଏ । ଉଚ୍ଚ-ପ୍ରତିକ୍ରିୟାଶୀଳ ସିଲିକା ଏବଂ ସ୍ଲାଗ୍‌‌ର ଆଦର୍ଶ ମିଶ୍ରଣ ସହିତ ଏହା ଆପଣଙ୍କ ଘରକୁ ସୁଦୃଢ଼ତା, ସ୍ଥାୟିତ୍ୱ ଏବଂ ସୁରକ୍ଷା ଯୋଗାଇଥାଏ । ଅଲ୍‌‌ଟ୍ରାଟେକ୍‌‌‌ ପ୍ରିମିୟମ୍ ସବୁ ପ୍ରକାର ଜଳବାୟୁ ପରିସ୍ଥିତି, କ୍ଷୟ ଏବଂ ସଙ୍କୁଚନଜନିତ ଫାଟକୁ ସହ୍ୟ କରିପାରିଥାଏ ।

Weather Plus

ଅଲ୍‌‌ଟ୍ରାଟେକ୍‌‌‌ ସୁପର୍

ଦୀର୍ଘ ମିଆଦ ଧରି ଦୃଢ଼ ଏବଂ ସ୍ଥାୟୀ ହେବା ପାଇଁ ଡିଜାଇନ୍ କରାଯାଇଥିବା ଅଲ୍‌‌ଟ୍ରାଟେକ୍‌‌‌ ସୁପର୍ ସିମେଣ୍ଟ ଫାଷ୍ଟ-ଟ୍ରାକ୍ ନିର୍ମାଣ ଭଳି ଆଧୁନିକ-ଯୁଗର ନିର୍ମାଣ କୌଶଳ ପାଇଁ ଆଦର୍ଶ ଅଟେ । ଅଲ୍‌‌ଟ୍ରାଟେକ୍‌‌‌ ସୁପର୍ ସିମେଣ୍ଟ ଏକ ନୂଆ ପିଢ଼ିର ସିମେଣ୍ଟ ଅଟେ ଯେଉଁଥିରେ ଉନ୍ନତ ଟେକ୍ନୋଲୋଜି, କମ୍ପ୍ୟୁଟରାଇଜ୍‌‌‌ଡ ପ୍ରୋସେସ୍ କଣ୍ଟ୍ରୋଲ୍ ଏବଂ ଅନ୍‌‌ଲାଇନ୍ କ୍ୱାଲିଟି କଣ୍ଟ୍ରୋଲ୍ ସମ୍ମିଳିତ ହୋଇଛି ।

Weather Plus


Loading....