Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ଆମର ପ୍ରଡକ୍ଟସ୍
Share:
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ବାଲକୋନୀ ସମେତ ଆପଣଙ୍କ ଘରର ପ୍ରତ୍ୟେକ ଉପାଦାନର ଶକ୍ତି ପ୍ରବାହ ଏବଂ ସାମଗ୍ରିକ କଲ୍ୟାଣ ଉପରେ ପ୍ରଭାବ ରହିଥାଏ । ଆପଣଙ୍କ ଘରର ବାହ୍ୟ ସ୍ଥାନଗୁଡ଼ିକରେ ଏକ ସୁସଙ୍ଗତ ଏବଂ ସକାରାତ୍ମକ ବାତାବରଣ ସୃଷ୍ଟି କରିବା ପାଇଁ କେତେକ ବାଲକୋନୀ ବାସ୍ତୁ ଉପଦେଶ ଏଠାରେ ଦିଆଗଲା:
ଆପଣଙ୍କ ବାଲକୋନୀର ଦିଗ ତାହା ଆକର୍ଷିତ କରୁଥିବା ଶକ୍ତିକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ । ଦକ୍ଷିଣ ଆଡ଼କୁ ମୁହାଁଇଥିବା ବାଲକୋନୀ ଦିନସାରା ପର୍ଯ୍ୟାପ୍ତ ସୂର୍ଯ୍ୟକିରଣ ପ୍ରାପ୍ତ କରିଥାଏ ଏବଂ ଏକ ଉଷ୍ମ ତଥା ପ୍ରାଣବନ୍ତ ସ୍ଥାନ ସୃଷ୍ଟି କରିଥାଏ । ପଶ୍ଚିମ ଆଡ଼କୁ ମୁହାଁଇଥିବା ବାଲକୋନୀ ବିଳମ୍ବିତ ଅପରାହ୍ନରେ ବିଶ୍ରାମ ପାଇଁ ଉପଯୁକ୍ତ ହୋଇଥିବା ବେଳେ, ଦକ୍ଷିଣପଶ୍ଚିମ ମୁହାଁ ବାଲକୋନୀ ସୂର୍ଯ୍ୟକିରଣ ଏବଂ ଶାନ୍ତିର ମିଶ୍ରଣ ଯୋଗାଇଥାଏ । ଏହି ଦିଗଗୁଡ଼ିକ ବିଶ୍ରାମ, ଧ୍ୟାନ କିମ୍ବା ଛୋଟମୋଟ ଜନସମାଗମ ପାଇଁ ବାଲକୋନୀର ସାମର୍ଥ୍ୟକୁ ଉନ୍ନତ କରିଥାଏ ।
ଆପଣଙ୍କ ବାଲକୋନୀ ଛାତର ସ୍ଥିତି ତାହାର ବାସ୍ତୁକୁ ସିଧାସଳଖ ପ୍ରଭାବିତ କରିଥାଏ । ଉତ୍ତମ ଭାବେ ରକ୍ଷଣାବେକ୍ଷଣ କରାଯାଉଥିବା ଏବଂ ଲିକ୍-ମୁକ୍ତ ଛାତ ଏକ ସ୍ୱାଗତମୟ ଏବଂ ସତେଜ ବାତାବରଣଯୋଗାଇବା ସହିତ ବାଲକୋନୀର ବାସ୍ତୁକୁ ଉନ୍ନତ କରିଥାଏ । ଏକ ଅବରୋଧିତ କିମ୍ବା କ୍ଷତିଗ୍ରସ୍ତ ଛାତ କାରଣରୁ ଶକ୍ତିର ପ୍ରବାହ ବାଧିତ ହୋଇଥାଏ, ତେଣୁ ତାହାକୁ ଏଡ଼ାଇବା ଉଚିତ୍ । ଛାତକୁ ସବୁବେଳେ ସଫା ଓ ଆବର୍ଜନାମୁକ୍ତ କରି ରଖନ୍ତୁ ।
ଉପଯୁକ୍ତ ଆଲୋକ ବ୍ୟବସ୍ଥା ଆପଣଙ୍କ ବାଲକୋନୀର ସୌଷ୍ଠବକୁ ସ୍ଥିର କରିଥାଏ । କୋମଳ, ଉଷ୍ମ ଆଲୋକ ଏକ ଶାନ୍ତିଦାୟକ ଏବଂ ଆକର୍ଷଣୀୟ ବାତାବରଣ ସୃଷ୍ଟି କରିଥାଏ, ଯାହାଫଳରେ ସନ୍ଧ୍ୟାବେଳେ ବାଲକୋନୀ ଫୁରସତ୍ ସମୟକୁ ବିତାଇବାର ଏକ ଆଦର୍ଶ ସ୍ଥାନ ହୋଇଥାଏ । ଅତ୍ୟଧିକ ଉଜ୍ଜ୍ୱଳ କିମ୍ବା ରୁକ୍ଷ ଆଲୋକ ଶାନ୍ତିକୁ ଭଙ୍ଗ କରିଥାଏ, ତେଣୁ ଏଭଳି ଆଲୋକକୁ ଏଡ଼ାନ୍ତୁ । ସୌରଚାଳିତ କିମ୍ବା ପରିବେଶ-ଅନୁକୂଳ ଆଲୋକୀକରଣ ବିକଳ୍ପ ଉଭୟ ଶକ୍ତିଦକ୍ଷ ଏବଂ ବାସ୍ତୁ-ଅନୁକୂଳ ହୋଇଥାଏ ।
ରଙ୍ଗର ଚୟନ ବାଲକୋନୀର ଶକ୍ତିଗତ ସନ୍ତୁଳନକୁ ପ୍ରଭାବିତ କରିଥାଏ । ପ୍ରାକୃତିକ ବର୍ଣ୍ଣ ଯେପରି ସବୁଜ, ପୀତାଭ ବାଦାମୀ କିମ୍ବା ହାଲୁକା ହଳଦିଆ ରଙ୍ଗଗୁଡ଼ିକ ଅଭିବୃଦ୍ଧି, ସକାରାତ୍ମକତା ଏବଂ ସନ୍ତୁଳନର ପ୍ରତୀକ ଅଟେ । ଏହି ରଙ୍ଗଗୁଡ଼ିକ ଏକ ଶାନ୍ତିପ୍ରଦ ବାତାବରଣ ସୃଷ୍ଟି କରିଥାଏ, ତାହା ଆପଣଙ୍କ ବାଲକୋନୀକୁ ବିଶ୍ରାମ ଏବଂ ଧ୍ୟାନ ପାଇଁ ଏକ ଆଦର୍ଶ ସ୍ଥାନରେ ପରିଣତ କରିଥାଏ । ଆପଣ ଏହି ବର୍ଣ୍ଣଗୁଡ଼ିକୁ ନିଜର ଫର୍ନିଚର, ଗଦି କିମ୍ବା କାନ୍ଥର ରଙ୍ଗ ସମେତ ସାଜସଜ୍ଜାରେ ସାମିଲ କରି ନିଜ ଘରକୁ ବାଲକୋନୀ ବାସ୍ତୁର ଅନୁକୂଳ କରିବା ସୁନିଶ୍ଚିତ କରିପାରିବେ ।
ଆପଣଙ୍କ ବାଲକୋନୀରେ ଫର୍ନିଚରର ଉପଯୁକ୍ତ ବିନ୍ୟାସ ଏବଂ ଚୟନ ଏକ ସୁସଙ୍ଗତ ସ୍ଥାନ ସୃଷ୍ଟି ପାଇଁ ଅତ୍ୟାବଶ୍ୟକ ହୋଇଥାଏ । ଏକ ଆରାମଦାୟକ ଏବଂ ଦୀର୍ଘସ୍ଥାୟୀ ଫର୍ନିଚର ଚୟନ କରନ୍ତୁ ଯାହା ସେହି ସ୍ଥାନର ରୂପ ସହିତ ଖାପ ଖାଉଥିବ । ଶକ୍ତିର ମୁକ୍ତ ପ୍ରବାହକୁ ସୁବିଧାଜନକ କରୁଥିବା ଏବଂ ବିଶ୍ରାମକୁ ଅନୁମତି ଦେଉଥିବା ଡିଜାଇନ୍ ବାଛନ୍ତୁ । ନିଜର ଫର୍ନିଚରକୁ ଏପରି ଭାବେ ରଖନ୍ତୁ ଯାହାଦ୍ୱାରା ଆପଣ ନିଜ ଘରର ଉଭୟ ଭିତର ଓ ବାହାର ଦୃଶ୍ୟକୁ ଉପଭୋଗ କରିପାରୁଥିବେ ।
ଉପରୋକ୍ତ ଟିପ୍ସ ବ୍ୟତୀତ, ଆପଣ ନିଜର ବାଲକୋନୀର ସୌନ୍ଦର୍ଯ୍ୟ ପାଇଁ ନିମ୍ନଲିଖିତ ଅତିରିକ୍ତ ଉପାୟକୁ ବାସ୍ତୁ ସିଦ୍ଧାନ୍ତରେ ସାମିଲ କରିପାରିବେ:
ନିଜ ବାଲକୋନୀରେ ଗଛକୁ ସାମିଲ କରନ୍ତୁ, ତାହା ବାଲକୋନୀର ଶୋଭା ବୃଦ୍ଧି କରିବା ସହିତ ବାୟୁକୁ ବିଶୋଧିତ କରିଥାଏ ଏବଂ ସକାରାତ୍ମକ ଶକ୍ତିକୁ ପ୍ରୋତ୍ସାହିତ କରିଥାଏ । ଆପଣଙ୍କ ବାଲକୋନୀ ଯେଉଁ ଦିଗରେ ଅଛି ଓ ଯେଉଁ ପରିମାଣର ସୂର୍ଯ୍ୟକିରଣ ପାଉଛି ସେଥିରେ ବଢ଼ିପାରୁଥିବା ଗଛଗୁଡ଼ିକୁ ଚୟନ କରନ୍ତୁ ।
ବାଲକୋନୀକୁ ସଫା ଏବଂ ଆବର୍ଜନା ମୁକ୍ତ କରି ରଖନ୍ତୁ । ଅନାବଶ୍ୟକ ସାମଗ୍ରୀ କିମ୍ବା ଆବର୍ଜନା ଶକ୍ତି ପ୍ରବାହକୁ ବାଧିତ କରିଥାଏ । ଆପଣଙ୍କ ବାଲକୋନୀରୁ ନିୟମିତ ଭାବେ ଅଦରକାରୀ ବସ୍ତୁଗୁଡ଼ିକୁ ହଟାନ୍ତୁ ଓ ତାହାକୁ ସବୁବେଳେ ବ୍ୟବସ୍ଥିତ କରି ରଖନ୍ତୁ ।
ବାଲକୋନୀରେ ପବନ ଝଙ୍କାର ବା ୱିଣ୍ଡ ଚାଇମ୍ସ ଟଙ୍ଗାନ୍ତୁ, ବିଶେଷ କରି ଯଦି ତାହା ଉତ୍ତର କିମ୍ବା ଉତ୍ତରପୂର୍ବ ମୁହାଁ ହୋଇଥାଏ । ତାହା ସୃଷ୍ଟି କରୁଥିବା ମୃଦୁ ଏବଂ ସୁମଧୁର ଧ୍ୱନି ସକାରାତ୍ମକ ଶକ୍ତିକୁ ଆକର୍ଷିତ କରିବା ଏବଂ ପରିବେଶକୁ ଶାନ୍ତିପ୍ରଦ କରିଥାଏ ବୋଲି ବିଶ୍ୱାସ କରାଯାଏ ।
ନିଜର ବାଲକୋନୀକୁ ଆପଣଙ୍କ ପାଇଁ ମହତ୍ତ୍ୱ ରଖୁଥିବା ସାଜସଜ୍ଜାରେ ସଜାନ୍ତୁ, ଯେମିତିକି ଚିତ୍ରକଳା, କାରୁକୃତି କିମ୍ବା ଆପଣଙ୍କ ପାଇଁ ସକାରାତ୍ମକ ମହତ୍ତ୍ୱ ରଖୁତିବା ପ୍ରତୀକ ଚିହ୍ନ । ସେଗୁଡ଼ିକ ସକାରାତ୍ମକ କମ୍ପନକୁ ବୃଦ୍ଧି କରିଥାଏ ।
ନିଜର ବାଲକୋନୀକୁ ନିୟମିତ ଭାବେ ସୈନ୍ଧବ ଲବଣ କିମ୍ବା ଝୁଣା ଧୂପରେ ନିର୍ମଳ କରନ୍ତୁ । ତାହା ନକାରାତ୍ମକ ଶକ୍ତିଗୁଡ଼ିକୁ ଦୂର କରିଥାଏ ଏବଂ ଉତ୍ତମ ବାଲକୋନୀ ବାସ୍ତୁ ପାଇଁ ଏକ ସତେଜ, ସକାରାତ୍ମକ ବାତାବରଣକୁ ବଜାୟ ରଖିଥାଏ ।
ନିଜର ବାଲକୋନୀକୁ ବାସ୍ତୁ ଅନୁକୂଳ କରିବା ଦ୍ୱାରା ଆପଣ ତାହାକୁ ଏକ ଶାନ୍ତିଦାୟକ ଏବଂ ସକାରାତ୍ମକ ସ୍ଥାନରେ ରୂପାନ୍ତରିତ କରିଥାନ୍ତି, ଯାହା ଆପଣଙ୍କର ସାମଗ୍ରିକ କଲ୍ୟାଣକୁ ଉନ୍ନତ କରିଥାଏ ଏବଂ ଆପଣଙ୍କୁ ପ୍ରାକୃତିକ ଉପାଦାନଗୁଡ଼ିକ ସହିତ ଏକାକାର କରିଥାଏ । ଉପରୋକ୍ତ ଅଳ୍ପ କେତୋଟି ଉପଦେଶକୁ ଅନୁସରଣ କରି ଆପଣ ନିଜର ବାଲକୋନୀକୁ ବାସ୍ତୁ ଅନୁକୂଳ କରିପାରିବେ । ଜଣେ ପେସାଦାରଙ୍କ ପରାମର୍ଶ ଗ୍ରହଣ କରିବା ସର୍ବଦା ଶ୍ରେୟସ୍କର ହୋଇଥାଏ । ଏହି ସିଦ୍ଧାନ୍ତ ଗୁଡ଼ିକୁ ଖାସ୍ ଆପଣଙ୍କ ପାଇଁ କିପରି ପ୍ରୟୋଗ କରିହେବ ସେମାନେ ସେଥିରେ ସିଦ୍ଧହସ୍ତ ହୋଇଥାନ୍ତି ।
ନିଜ ବାଲକୋନୀରେ ବାସ୍ତୁ ସିଦ୍ଧାନ୍ତକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କୁ ଏକ ସକାରାତ୍ମକ ଏବଂ ଶାନ୍ତିପ୍ରଦ ବାହ୍ୟ ବିଶ୍ରାମସ୍ଥଳୀ ପ୍ରାପ୍ତ ହୋଇଥାଏ । ବାଲକୋନୀରେ ଶକ୍ତି ପ୍ରବାହକୁ ବୃଦ୍ଧି କରିବା ପାଇଁ ବାଲକୋନୀର ଦିଗ, ରଙ୍ଗ, ଆଲୋକ ଏବଂ ଫର୍ନିଚର ଅବସ୍ଥିତି ଭଳି ଦିଗ ଉପରେ ଗୁରୁତ୍ୱ ପ୍ରଦାନ କରନ୍ତୁ । ଏହି ବାସ୍ତୁ ଉପଦେଶଗୁଡ଼ିକ ଆପଣଙ୍କ ବାଲକୋନୀକୁ ବିଶ୍ରାମ ଏବଂ ସତେଜତା ପ୍ରାପ୍ତି ପାଇଁ ଏକ ସୁସଙ୍ଗତ ଅଭୟାରଣ୍ୟରେ ପରିଣତ କରିବାରେ ସହାୟକ ହୋଇଥାଏ, ଯାହା ଆପଣଙ୍କୁ ପ୍ରକୃତିର ପ୍ରାଚୁର୍ଯ୍ୟତାକୁ ଉପଭୋଗ କରିବା ପାଇଁ ଅନୁମତି ଦେଇଥାଏ । ଆପଣଙ୍କର ପସନ୍ଦ ଏବଂ ସୁବିଧା ଅନୁଯାୟୀ ଏହି ବାଲକୋନୀ ବାସ୍ତୁ ଉପଦେଶଗୁଡ଼ିକୁ ଅନୁସରଣ କରାଯାଇପାରିବ । ଏହିଭଳି ବାସ୍ତୁ ସିଦ୍ଧାନ୍ତଗୁଡ଼ିକ ସମ୍ପର୍କରେ ଅଧିକ ଜାଣିବାକୁ ଚାହୁଁଥିଲେ, ଆପଣ ଗୃହ ବାସ୍ତୁ ଉପଦେଶ ଉପରେ ଆମର ବ୍ଲଗ୍ ପଢ଼ିପାରନ୍ତି ।