ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ଘର ପାଇଁ ଫାଉଣ୍ଡେସନ ନିର୍ମାଣର ଏକ ସୋପାନକ୍ରମିକ ମାର୍ଗଦର୍ଶିକା

ନିର୍ମାଣ ଜଗତରେ, ଘରର ଫାଉଣ୍ଡେସନରୁ ହିଁ ନିର୍ମାଣ କାର୍ଯ୍ୟର ଯାତ୍ରା ଆରମ୍ଭ ହୋଇଥାଏ। ଏହି ମାର୍ଗଦର୍ଶିକାରେ, ଆମେ ଆପଣଙ୍କ ଘର ପାଇଁ ଏକ ସୁଦୃଢ଼ ଏବଂ ସ୍ଥାୟୀ ଆଧାର ତିଆରି କରିବା ଲାଗି ଆବଶ୍ୟକ ହେଉଥିବା ଜରୁରୀ ସୋପାନଗୁଡ଼ିକ ସହିତ ଆପଣଙ୍କର ପରିଚୟ କରାଇବୁ। ଚାଲନ୍ତୁ, ଘର ଫାଉଣ୍ଡେସନ ଜଗତ ମଧ୍ୟରେ ପାଦ ଥାପିବା ଏବଂ ଆପଣଙ୍କର ସ୍ୱପ୍ନର ଘରକୁ ଏକ ମଜବୁତ ବାସ୍ତବତାରେ ପରିଣତ କରିବାର ଯାତ୍ରା ଆରମ୍ଭ କରିବା।

Share:


ଘରର ଫାଉଣ୍ଡେସନ୍ ନିର୍ମାଣ କରିବା ଯେକୌଣସି ଗୃହ ନିର୍ମାଣ ପ୍ରକଳ୍ପର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ, କାରଣ ଏହା ଘରର ସମ୍ପୂର୍ଣ୍ଣ ଭାରକୁ ବହନ କରେ । ଅନୁପଯୁକ୍ତ ଭାବରେ ନିର୍ମିତ ଫାଉଣ୍ଡେସନ୍ କାନ୍ଥ ଏବଂ ମେଜିଆଗୁଡ଼ିକରେ ଫାଟ ସୃଷ୍ଟି କରିପାରେ ବା ସ୍ଥାନାନ୍ତର କରିପାରେ, ଯାହା ଦ୍ୱାରା ଢାଞ୍ଚାଗତ କ୍ଷତି ହୋଇପାରେ । ସେଥିପାଇଁ ଏକ ଉପଯୁକ୍ତ ଆବାସିକ ଗୃହ ଫାଉଣ୍ଡେସନ୍ ନିର୍ମାଣ ପାଇଁ ଯତ୍ନବାନ ଯୋଜନା, ଉପଯୁକ୍ତ ସାମଗ୍ରୀର ସଠିକ ଚୟନ ଏବଂ ପର୍ଯ୍ୟାୟକ୍ରମେ ସତର୍କତାର ସହ କାର୍ଯ୍ୟର ନିର୍ବାହ କରାଯିବା ଆବଶ୍ୟକ । ଏହି ଗାଇଡ୍ ଆପଣଙ୍କୁ ପ୍ରାରମ୍ଭିକ ସ୍ଥାନ ପ୍ରସ୍ତୁତିଠାରୁ ଆରମ୍ଭ କରି ଚୂଡ଼ାନ୍ତ କଂକ୍ରିଟ୍ ଢାଳିବା ପର୍ଯ୍ୟନ୍ତ ଘରର ଶିଳାନ୍ୟାସର ସମଗ୍ର ପ୍ରକ୍ରିୟା ସହିତ ଆପଣଙ୍କର ପରିଚୟ କରାଇବ । ସଠିକ ଜ୍ଞାନକୌଶଳ ଏବଂ ସାମଗ୍ରୀ ସହିତ, ଆପଣ ଏକ ମଜଭୁତ, ଦୀର୍ଘସ୍ଥାୟୀ ଭିତ୍ତିଭୂମି ନିର୍ମାଣ କରିପାରିବେ ଯାହା ଦଶନ୍ଧି ଦଶନ୍ଧି ଧରି ଘରକୁ ଧରି ରଖିପାରିବ।



ଘରର ଫାଉଣ୍ଡେସନ୍ କହିଲେ କ’ଣ ବୁଝାଏ?



ଯେକୌଣସି ଘର କିମ୍ବା କୋଠାରେ ଫାଉଣ୍ଡେସନ୍ ନିର୍ମାଣ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଢାଞ୍ଚାଗତ ଉପାଦାନ, କାରଣ ଏହା ଢାଞ୍ଚାର ସମ୍ପୂର୍ଣ୍ଣ ଭାର ବହନ କରେ ଏବଂ ତାହାକୁ ସୁରକ୍ଷିତ ଭାବରେ ତଳେ ଥିବା ଭୂମିକୁ ସ୍ଥାନାନ୍ତର କରେ । ଏହା ଘରର କାନ୍ଥ, ମେଜିଆ, ଛାତ, ଉପଯୋଗିତା ଏବଂ ବାସିନ୍ଦାଙ୍କ ସମ୍ପୂର୍ଣ୍ଣ ଭାରକୁ ବହନ କରିଥାଏ । ଫାଉଣ୍ଡେସନ୍‌‌ର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଅନ୍ତର୍ନିହିତ ମାଟିରେ ଢାଞ୍ଚାଗତ ଭାରକୁ ସମାନ ଭାବରେ ବଣ୍ଟନ କରି ସ୍ଥିରତା ପ୍ରଦାନ କରିବା । ଫାଉଣ୍ଡେସନ୍‌‌ ନିର୍ମାଣ କରିବା ସମୟରେ ଏହା ସମୟ କ୍ରମେ କୋଠାର ଅସମାନ ଭାବେ ଦବିବା ପ୍ରକ୍ରିୟାକୁ ରୋକିଥାଏ, ଯାହା ବଡ଼ ଫାଟ ଏବଂ କ୍ଷତି ଘଟାଇପାରେ ।

 

ଆବାସିକ ନିର୍ମାଣରେ ମୁଖ୍ୟତଃ ଦୁଇ ପ୍ରକାରର ଫାଉଣ୍ଡେସନ ବ୍ୟବହୃତ ହୁଏ, ଅଗଭୀର ଏବଂ ଗଭୀର । ଅଗଭୀର ଫାଉଣ୍ଡେସନ୍ ୧.୫ ମିଟର କିମ୍ବା ତା'ଠାରୁ କମ୍ ପର୍ଯ୍ୟନ୍ତ ବିସ୍ତାରିତ ଏବଂ ଏକକ ପରିବାର ଘର ଏବଂ ଛୋଟ କୋଠା ପାଇଁ ଉପଯୁକ୍ତ ଅଟେ । ସେଗୁଡ଼ିକ ମଧ୍ୟରେ ସ୍ପ୍ରେଡ୍ ଫୁଟିଂ, ମ୍ୟାଟ୍ ସ୍ଲାବ୍, ଫ୍ଲୋଟିଂ ସ୍ଲାବ୍ ଇତ୍ୟାଦି ଅନ୍ତର୍ଭୁକ୍ତ। ଗଭୀର ଭିତ୍ତିଭୂମି ୧.୫ ମିଟର ଗଭୀରତାରୁ ଅଧିକ ଗଭୀର ମାଟି କିମ୍ବା ଭୂଶଯ୍ୟା ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଥାଏ। ଦୁର୍ବଳ କିମ୍ବା ଅସ୍ଥିର ମାଟିରେ ଥିବା ବହୁମହଲା କୋଠା ଏବଂ ଘର ପାଇଁ ଏଗୁଡ଼ିକର ଆବଶ୍ୟକତା ରହିଛି । ପାଇଲ୍ସ, ପିୟର୍ସ ଏବଂ କାଇସନ୍ ହେଉଛି ସାଧାରଣ ଗଭୀର ଫାଉଣ୍ଡେସନ ପ୍ରଣାଳୀ । ଘର ଫାଉଣ୍ଡେସନର ପ୍ରକାର ମାଟିର ସ୍ଥିତି, ବିଲ୍ଡିଂ ଭାର ଏବଂ ନିର୍ମାଣ ବଜେଟ୍ ଉପରେ ନିର୍ଭର କରେ । ଏକ ସଠିକ ଭାବରେ ଡିଜାଇନ୍ ଏବଂ ନିର୍ମିତ ଫାଉଣ୍ଡେସନ ଘରକୁ ସ୍ଥିର, ସୁରକ୍ଷିତ ଏବଂ ଦବିବା ସମସ୍ୟାରୁ ମୁକ୍ତ ରଖିଥାଏ ।

 

ଦୁର୍ବଳ କିମ୍ବା ଅସ୍ଥିର ମାଟିରେ ଥିବା ବହୁମହଲା କୋଠା ଏବଂ ଘର ପାଇଁ ଏଗୁଡ଼ିକର ଆବଶ୍ୟକତା ରହିଛି । ପାଇଲ୍ସ, ପିୟର୍ସ ଏବଂ କାଇସନ୍ ହେଉଛି ସାଧାରଣ ଗଭୀର ଫାଉଣ୍ଡେସନ ପ୍ରଣାଳୀ । ଘର ଫାଉଣ୍ଡେସନର ପ୍ରକାର ମାଟିର ସ୍ଥିତି, ବିଲ୍ଡିଂ ଭାର ଏବଂ ନିର୍ମାଣ ବଜେଟ୍ ଉପରେ ନିର୍ଭର କରେ । ଏକ ସଠିକ ଭାବରେ ଡିଜାଇନ୍ ଏବଂ ନିର୍ମିତ ଫାଉଣ୍ଡେସନ ଘରକୁ ସ୍ଥିର, ସୁରକ୍ଷିତ ଏବଂ ଦବିବା ସମସ୍ୟାରୁ ମୁକ୍ତ ରଖିଥାଏ ।


ଫାଉଣ୍ଡେସନ୍ ପାଇଁ ଆବଶ୍ୟକ ଉପକରଣ ଏବଂ ସାମଗ୍ରୀ



ନିଜ ଘରର ଫାଉଣ୍ଡେସନ୍ ପ୍ରକଳ୍ପ ଆରମ୍ଭ କରିବା ପାଇଁ, ଅତ୍ୟାବଶ୍ୟକ ଉପକରଣ ଏବଂ ସାମଗ୍ରୀଗୁଡ଼ିକୁ ଏକାଠି କରନ୍ତୁ:

 

୧. ଖୋଳିବା ପାଇଁ କୋଦାଳ

୨. ଶକ୍ତ ଭୂପୃଷ୍ଠ ପାଇଁ ଗଇଁତି

୩. କଂକ୍ରିଟ୍ କାର୍ଯ୍ୟ ପାଇଁ କରଣି

୪. ନିଖୁଣ କାମ ପାଇଁ ସ୍ପିରିଟ୍ ଲେଭଲ୍

୫. ଚିହ୍ନ ଦେବା ପାଇଁ ମାପ ଫିତା, ସୂତା ଏବଂ ଖିଲ ବା କୀଳା

୬. ନେବାଆଣିବା ପାଇଁ ଠେଲାଗାନି

୭. ଫର୍ମୱାର୍କ ପାଇଁ କାଠ ପଟା

୮. ଫଳପ୍ରଦ ମିଶ୍ରଣ ପାଇଁ କଂକ୍ରିଟ୍ ମିକ୍ସର୍

୯. ସୁଦୃଢ଼ତା ପାଇଁ ରିଇନଫୋର୍ସମେଣ୍ଟ ଷ୍ଟିଲ୍

୧୦. ରିଟେନିଂ ୱାଲ୍ ପାଇଁ କଂକ୍ରିଟ୍ ବ୍ଲକ୍

୧୧. ଡ୍ରେନେଜ୍ ପାଇଁ ଗୋଡ଼ିବଜୁରି

୧୨. ମିଶ୍ରଣ ଓ କିଓରିଂ ପାଇଁ ନିର୍ମାଣ ବାଲି, ସିମେଣ୍ଟ ଏବଂ ସଫା ପାଣି।

 

ଆପଣଙ୍କ ସ୍ୱପ୍ନର ଘର ପାଇଁ ନିର୍ଭରଯୋଗ୍ୟ ବିଲଡିଂ ଫାଉଣ୍ଡେସନ ତିଆରି ପାଇଁ ଏହିସବୁ ମୌଳିକ ଉପକରଣ ଏବଂ ସାମଗ୍ରୀଗୁଡ଼ିକ ଆବଶ୍ୟକ ହୋଇଥାଏ।


ଫାଉଣ୍ଡେସନ୍ ନିର୍ମାଣର ସୋପାନ/ପ୍ରକ୍ରିୟା

ଘର ଫାଉଣ୍ଡେସନ୍ କିପରି ତିଆରି ହୁଏ ତାହା ଜାଣିବା ପାଇଁ ମନରେ କେବେ ଆଗ୍ରହ ସୃଷ୍ଟି ହୋଇଛି କି? ଚାଲନ୍ତୁ, ଫାଉଣ୍ଡେସନ୍ ନିର୍ମାଣର ସୋପାନକ୍ରମିକ ପ୍ରକ୍ରିୟା ସମ୍ପର୍କରେ ଜାଣିବା ଯାହା ଆପଣଙ୍କୁ ନିର୍ମାଣର ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ସମ୍ପର୍କରେ ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିବ।

 

 

୧) ସ୍ଥାନର ଚୟନ



ଫାଉଣ୍ଡେସନ୍ ନିର୍ମାଣ କରିବା ସମୟରେ ସଠିକ୍ ସ୍ଥାନ ଚୟନ କରିବା ଗୁରୁତ୍ୱପୂର୍ଣ୍ଣ । ସ୍ଥିର, ଦୃଢ଼ୀଭୂତ ମାଟି ଥିବା ସ୍ଥାନଗୁଡିକ ଚୟନ କରନ୍ତୁ ଯେଉଁଠାରେ ଭଲ ଭାର ବହନ କ୍ଷମତା ରହିଥାଏ । ଢ଼ିଲା କିମ୍ବା ବାଲୁକା ମାଟିଠାରୁ ଦୂରେଇ ରୁହନ୍ତୁ ଯାହା ସ୍ଥାନାନ୍ତରିତ ହୋଇ ଦବିଯାଇପାରେ। ସୁନିଶ୍ଚିତ କରନ୍ତୁ ଯେ ସେହି ସ୍ଥାନରେ ବନ୍ୟାଜଳ ଆସୁ ନ ଥିବ କିମ୍ବା ସେଠାକାର ଭୂତଳ ଜଳସ୍ତର ବହୁତ ଉଚ୍ଚରେ ନ ଥିବ, ଯାହା ଘର ଫାଉଣ୍ଡେସନ ଉପରେ ଚାପ ପକାଇଥାଏ । ନିର୍ମାଣସ୍ଥଳର ପୁଙ୍ଖୁନୁପୁଙ୍ଖ ସର୍ବେକ୍ଷଣ କରି ଭୂତଳ ତାର, ପାଇପ୍ କିମ୍ବା ବଡ଼ ଗଛ ମୂଳ ଯାଞ୍ଚ କରନ୍ତୁ ଯାହା ଖନନ ଏବଂ ଭିତ୍ତିଭୂମି କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ । ସତର୍କତା ଅବଲମ୍ବନ କରା ନ ଗଲେ ଗଛର ଚେରଗୁଡ଼ିକ ଫାଉଣ୍ଡେସନ୍ କାନ୍ଥ ଏବଂ ଫୁଟିଂକୁ କ୍ଷତିଗ୍ରସ୍ତ କରିପାରେ।

 

 

୨) ଖନନ କାର୍ଯ୍ୟ



ଫାଉଣ୍ଡେସନ୍ ନିର୍ମାଣର ପ୍ରକ୍ରିୟାରେ ଆପଣ ସ୍ଥାନର ଚୟନ କରିସାରିବା ପରେ, ସୂତା, ଖିଲ ଏବଂ ସ୍ପ୍ରେ ରଙ୍ଗ ସହିତ ଫାଉଣ୍ଡେସନର ଲେ’ଆଉଟ୍‌‌କୁ ନିର୍ଭୁଲ୍ ଭାବେ ଚିହ୍ନିତ କରନ୍ତୁ। ତା’ପରେ ପ୍ଲାନ୍‌‌ରେ ନିର୍ଦ୍ଧାରିତ ହୋଇଥିବା ଅନୁଯାୟୀ ଆକାରରେ ଫାଉଣ୍ଡେସନ୍ ଖାତ ଏବଂ ଫୁଟିଂ ଖୋଳିବା କାମ ଆରମ୍ଭ କରନ୍ତୁ। ମାଟିର ପ୍ରକାର ଏବଂ ବିଲଡିଂର ଭାର ଉପରେ ଖନନର ଗଭୀରତା ନିର୍ଭର କରିଥାଏ। ବାଲୁକା ଏବଂ ଢିଲା ମାଟିରେ ଅଧିକ ଗଭୀର ଫୁଟିଂ ଆବଶ୍ୟକ ହୋଇଥାଏ। ଖାତର ଉପଯୁକ୍ତ ଗଡ଼ାଣି ଏବଂ ଡ୍ରେନେଜ୍‌‌କୁ ସୁନିଶ୍ଚିତ କରନ୍ତୁ। ଭବିଷ୍ୟତରେ ମାଟି ଯେମିତି ଦବି ନ ଯାଏ ତାହା ସୁନିଶ୍ଚିତ କରିବା ପାଇଁ କଂକ୍ରିଟ୍ ଢାଳିବା ପୂର୍ବରୁ ମାଟିକୁ ପ୍ରଥମେ ଭଲଭାବେ କମ୍ପାକ୍ଟ ବା ଧୁର୍ମୁଷ କରନ୍ତୁ। କମ୍ପାଟିଂ ଏକ ସ୍ଥିର ଆଧାର ଯୋଗାଇଥାଏ।

 

 

୩) ଉଇ ନିରୋଧୀ ଉପଚାର



କାଠ ନିର୍ମାଣ ଏବଂ ଘର ଫାଉଣ୍ଡେସନକୁ ଉଇମାନେ ନଷ୍ଟ କରିପାରନ୍ତି ଏବଂ ବିପର୍ଯ୍ୟୟ ସୃଷ୍ଟି କରିପାରନ୍ତି। ତେଣୁ, କଂକ୍ରିଟ୍ ଢଳେଇ ପୂର୍ବରୁ ଫାଉଣ୍ଡେସନ ପାର୍ଶ୍ୱରେ ଏବଂ ତଳେ ଉଇ-ନିରୋଧୀ ଉପଚାର କେମିକାଲ୍ ଲଗାନ୍ତୁ। ଏହି ଉପଚାର ଏକ ରାସାୟନିକ ବନ୍ଧ ସୃଷ୍ଟି କରିଥାଏ ଯାହା ଉଇଙ୍କୁ ଫାଉଣ୍ଡେସନ ମଧ୍ୟକୁ ପ୍ରବେଶ କରିବାକୁ ଦେଇ ନ ଥାଏ। ଫାଉଣ୍ଡେସନ ନିର୍ମାଣ ପ୍ରକ୍ରିୟାରେ ମାଟିର ପ୍ରକାର ଏବଂ ଭୂତଳ ଜଳର ଉପସ୍ଥିତି ଆଧାରରେ ଉପଯୁକ୍ତ ଉଇନାଶକ ଚୟନ କରନ୍ତୁ । ଉପଚାର ପାଇଁ ବ୍ୟବହାର କରୁଥିବା ରାସାୟନିକ ଉତ୍ପାଦର ନିର୍ଦ୍ଦେଶାବଳୀ ଏବଂ ସୁରକ୍ଷା ସତର୍କତାକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ।

 

 

୪) ଖେଳାଯାଇଥିବା ମାଟିର କମ୍ପାକ୍ସନ୍



ଖୋଳାଯାଇଥିବା ମାଟିକୁ କମ୍ପାକ୍ଟ କରିବା/ଧୁର୍ମୁଷ କରି ଘନୀଭୂତ କରିବା ଫାଉଣ୍ଡେସନ ବିଛାଇବା ପୂର୍ବର ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ ହୋଇଥାଏ। ଖାତ ଖୋଳାସରିବା ପରେ, ଏକ ଧୂର୍ମୁଷ କିମ୍ବା ଯାନ୍ତ୍ରିକ ପ୍ଲେଟ୍ କମ୍ପାକ୍ଟର ସାହାଯ୍ୟରେ ଆଧାର ମାଟିକୁ ଭଲ ଭାବେ କମ୍ପାକ୍ଟ କରନ୍ତୁ। କମ୍ପାକ୍ସନ ପ୍ରକ୍ରିୟାରେ ମାଟି କଣିକାଗୁଡ଼ିକ ଏକାଠି ଘନୀଭୂତ ହୋଇଯାଏ, ମାଟିର ଘନତ୍ୱ ଓ ଭାର ବହନ ସାମର୍ଥ୍ୟ ବୃଦ୍ଧି ପାଏ। ସବୁଆଡ଼େ ସମାନ କମ୍ପାକ୍ସନ ହାସଲ କରିବା ପାଇଁ କମ୍ପାକ୍ଟରକୁ ଏକାଧିକ ଥର ଚାରିଆଡ଼େ ବୁଲାଇ ଆଣନ୍ତୁ। ଫାଉଣ୍ଡେସନ ନିର୍ମାଣ ସମୟରେ ଏହି ପ୍ରକ୍ରିୟା ଭବିଷ୍ୟତରେ ମାଟିକୁ ଦବିବାରୁ ପ୍ରତିରୋଧ କରେ ଏବଂ ଫାଉଣ୍ଡେସନ ପାଇଁ ଏକ ସ୍ଥିର ଆଧାର ଯୋଗାଇଥାଏ।

 

 

୫) କାଠ ଫର୍ମୱାର୍କ

 



ଫାଉଣ୍ଡେସନ ଖାତର ଭିତର ପରିସୀମାରେ କାଠ ପଟା କିମ୍ବା ପ୍ଲାଏଉଡ୍ ଲଗାନ୍ତୁ, ଯାହା କଂକ୍ରିଟ୍ ଢଳେଇ ବେଳେ ତାହାକୁ ଅଟକାଇ ରଖିବ। କଂକ୍ରିଟ୍ ଢଳେଇ ସମୟରେ ପଟା ବା ପ୍ଲାଏଉଡ୍ ଯେପରି ଫୁଲି ନ ଯାଏ ତାହା ସୁନିଶ୍ଚିତ କରିବା ପାଇଁ ଫର୍ମୱାର୍କ ବା ଛାଞ୍ଚକୁ ଭଲ ଭାବେ ବନ୍ଧନୀରେ ବାନ୍ଧି ଦିଅନ୍ତୁ (ବ୍ରେସିଂ)। ଫର୍ମୱାର୍କର କୋଣଗୁଡ଼ିକ ନିର୍ଭୁଲ୍ ଭାବେ ସମାନ ଉଚ୍ଚତା ଓ ସରଳରେଖାରେ ରହିବା ସୁନିଶ୍ଚିତ କରିବା ପାଇଁ ସ୍ପିରିଟ୍ ଲେଭଲ୍ ବ୍ୟବହାର କରନ୍ତୁ । କଂକ୍ରିଟ୍ ଯେପରି ଫର୍ମୱାର୍କରେ ଲାଖି ରହି ନ ଯାଏ ତାହା ସୁନିଶ୍ଚିତ କରିବା ପାଇଁ ଏକ ରିଲିଜ୍ ଏଜଣ୍ଟ ବ୍ୟବହାର କରନ୍ତୁ । ଫର୍ମୱାର୍କ ତରଳ କଂକ୍ରିଟ୍‌‌କୁ ଅଟକାଇ ରଖିଥାଏ, ତାହାକୁ ଏକ ମସୃଣ ଫିନିଶ୍ ଦେଇଥାଏ ଏବଂ ଉପଯୁକ୍ତ ଫାଉଣ୍ଡେସନ ଆକାର ବଜାୟ ରଖିଥାଏ।

 

 

୬) ରିଇନଫୋର୍ସମେଣ୍ଟ ଷ୍ଟିଲ୍ (ରିବାର୍) କାମ

 



ଷ୍ଟିଲ୍ ରିବାର୍ ରିଇନଫୋର୍ସମେଣ୍ଟ କଂକ୍ରିଟ ଫାଉଣ୍ଡେସନ୍ କାନ୍ଥ ଏବଂ ଫୁଟିଂର ଶକ୍ତି ଏବଂ ସ୍ଥାୟୀତ୍ୱରେ ଉନ୍ନତି ଆଣିଥାଏ । ଫାଉଣ୍ଡେସନ୍ ନିର୍ମାଣ କରିବା ସମୟରେ ରିବାର ଡିଜାଇନ୍ ଏବଂ ଲେଆଉଟ୍ ପାଇଁ ଜଣେ ଷ୍ଟ୍ରକ୍ଚରାଲ ଇଞ୍ଜିନିୟରଙ୍କ ସହ ପରାମର୍ଶ କରାଯିବା ଆବଶ୍ୟକ । କଂକ୍ରିଟ ଢାଳିବା ପୂର୍ବରୁ ଡିଜାଇନ୍ ଅନୁଯାୟୀ ରିବାର ରଖନ୍ତୁ। ରିବାର ପିଞ୍ଜରାକୁ ଯଥାସ୍ଥାନରେ ଅଟକାଇ ରଖିବା ପାଇଁ ପ୍ଲାଷ୍ଟିକ୍ କିମ୍ବା ମେଟାଲ ବାର୍ ଚେୟାର ବ୍ୟବହାର କରନ୍ତୁ। ରିବାର ଚେୟାର ଗୁଡିକ ଇସ୍ପାତ ଉପରେ ଉପଯୁକ୍ତ ବ୍ୟବଧାନ ଏବଂ କଂକ୍ରିଟ କଭର ପ୍ରଦାନ କରିଥାଏ । ରିବାରଗୁଡିକ ତନ୍ୟ ଭାରକୁ ବହନ କରେ ଏବଂ କଂକ୍ରିଟରେ ଫାଟକୁ ରୋକିଥାଏ । ସଠିକ୍ ରିବାର ଆକାର, ବ୍ୟବଧାନ ଏବଂ ଓଭରଲ୍ୟାପ୍‌‌କୁ ସୁନିଶ୍ଚିତ କରନ୍ତୁ।

 

 

୯) ଫୁଟିଂ ମଧ୍ୟରେ କଂକ୍ରିଟ୍ ଢଳେଇ



ସୁପାରିଶ କରାଯାଇଥିବା ପାଣି-ସିମେଣ୍ଟ ଅନୁପାତ ଅନୁଯାୟୀ ଉଚ୍ଚ ଗୁଣବତ୍ତା ବିଶିଷ୍ଟ କଂକ୍ରିଟ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ୧୮-୨୪ ଇଞ୍ଚର କ୍ରମାଗତ ଲିଫ୍ଟରେ ଫାଉଣ୍ଡେସନ ଖାଲରେ କଂକ୍ରିଟ ଢାଳି ଦିଅନ୍ତୁ। କଂକ୍ରିଟକୁ ସୁଦୃଢ଼ କରିବା ପାଇଁ ଏବଂ ଭିତ୍ତିଭୂମିକୁ ଦୁର୍ବଳ କରୁଥିବା ବାୟୁ ଶୂନ୍ୟତାକୁ ଦୂର କରିବା ପାଇଁ ଏକ ଟାମ୍ପିଂ ରଡ୍ ବ୍ୟବହାର କରନ୍ତୁ। ସମତଳ କରନ୍ତୁ ଏବଂ ଏକ ପରିଷ୍କାର ଫିନିଶ୍ ପାଇଁ ଏକ କରଣି ସହିତ ଉପର ପୃଷ୍ଠକୁ ସମତଳ ଓ ସ୍ମୁଦ୍ କରନ୍ତୁ। ଫାଉଣ୍ଡେସନ ନିର୍ମାଣ ସମୟରେ ପାଣି ବ୍ୟବହାର କରି ଅତି କମରେ ୭ ଦିନ ପର୍ଯ୍ୟନ୍ତ କଂକ୍ରିଟ୍‌‌ର କିଓରିଂ କରନ୍ତୁ । ଉପଯୁକ୍ତ ଢଳେଇ ଏବଂ କିଓରିଂ ଦ୍ୱାରା ମଜବୁତ, ସ୍ଥାୟୀ ଫାଉଣ୍ଡେସନ୍ କଂକ୍ରିଟ୍ ପ୍ରାପ୍ତ ହୋଇଥାଏ । ସର୍ବୋତ୍ତମ ଅଭ୍ୟାସ ପାଇଁ ପେସାଦାର ମାର୍ଗଦର୍ଶିକାକୁ ଅନୁସରଣ କରନ୍ତୁ।


ଏକ ଭଲ ଫାଉଣ୍ଡେସନ୍ ପାଇଁ କ’ଣସବୁ ଆବଶ୍ୟକ ହୋଇଥାଏ?

 

ଭଲ ଫାଉଣ୍ଡେସନର ଗୁଣମାନ ନିମ୍ନ ଅନୁଯାୟୀ ହୋଇଥାଏ:

 

୧. ଢାଞ୍ଚାଗତ ଭାରକୁ ସମାନ ଭାବେ ଭୂମିକୁ ସ୍ଥାନାନ୍ତର କରିଥାଏ

 

୨. ବିଲଡିଂରେ ଫାଟ ଏବଂ ଦବିବାକୁ ପ୍ରତିରୋଧ କରିଥାଏ

 

୩. ମୁଖ୍ୟ ଢାଞ୍ଚା ପାଇଁ ଏକ ମଜବୁତ, ସ୍ଥିର ଆଧାର ଯୋଗାଇଥାଏ

 

୪. ଭୂଚଳନର ପ୍ରଭାବକୁ ସହନ କରିପାରିଥାଏ

 

୫. ଉଚ୍ଚ-ଗୁଣମାନର କଂକ୍ରିଟ୍ ଏବଂ ଉପଯୁକ୍ତ ରିବାର୍ ରିଇନଫୋର୍ସମେଣ୍ଟ ସହିତ ନିର୍ମିତ ହୋଇଥାଏ

 

୬. ବରଫ ଘନୀଭବନ କାରଣରୁ କ୍ଷତିକୁ ପ୍ରତିରୋଧ କରିବା ପାଇଁ ବରଫ ରେଖା ତଳ ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଥାଏ



ଫାଉଣ୍ଡେସନର ଉପଯୁକ୍ତ ନିର୍ମାଣ ପଦକ୍ଷେପକୁ ଅନୁସରଣ କରି, ସଠିକ ସାମଗ୍ରୀର ବ୍ୟବହାର ଏବଂ ଦୃଢ଼ ଜ୍ଞାନକୌଶଳକୁ କାମରେ ଲଗାଇ ଆପଣ ଆପଣଙ୍କ ଘର ପାଇଁ ଏକ ମଜଭୁତ ଏବଂ ସ୍ଥାୟୀ ଫାଉଣ୍ଡେସନ ନିର୍ମାଣ କରିପାରିବେ ଯାହା ସହଜରେ ଅନେକ ଦଶନ୍ଧି ଧରି ଚାଲିବ | ଗୃହ ଫାଉଣ୍ଡେସନ ନିର୍ମାଣ କରିବା ସମୟରେ ଉପଯୁକ୍ତ ସ୍ଥାନ ଚୟନ କରିବା, ମାଟି ପରୀକ୍ଷଣ କରିବା, ଆବଶ୍ୟକ ଆକାରର ଖନନ କରିବା, ଦୃଢ଼ ଫର୍ମୱାର୍କ ନିର୍ମାଣ କରିବା, ସଠିକ ଭାବେ ସୁଦୃଢ଼ କରିବା ଏବଂ ସତର୍କତାର ସହ ଉଚ୍ଚମାନର କଂକ୍ରିଟ୍ ଢାଳିବା ଉପରେ ଧ୍ୟାନ ଦିଅନ୍ତୁ। ଫାଉଣ୍ଡେସନ ନିର୍ମାଣର ପ୍ରତ୍ୟେକ ପର୍ଯ୍ୟାୟରେ ସତର୍କ ରହି ଏବଂ ଗୁଣବତ୍ତା ସହ କୌଣସି ସାଲିସ୍ ନ କରି ଆପଣ ଏକ ପଥର ଭଳି ଦୃଢ଼ ଫାଉଣ୍ଡେସନ ପାଇପାରିବେ, ଯାହା ପିଢ଼ି ପିଢ଼ି ଧରି ଆପଣଙ୍କ ଘରକୁ ଧରିତୋଳିବ ଏବଂ ସୁରକ୍ଷିତ ରଖିବ ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....