ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj

ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ୧୦ ପ୍ରକାର ନିର୍ମାଣ ସାମଗ୍ରୀ

ଘର ହେଉ କି ଅନ୍ୟ କୌଣସି ଢାଞ୍ଚା, ତାହାକୁ ନିର୍ମାଣ କରିବା ରୋମାଞ୍ଚକ ହୋଇଥାଏ। କିନ୍ତୁ ତାହାକୁ ନିର୍ମାଣ କରିବାର ପ୍ରକ୍ରିୟା ଆରମ୍ଭ ହୋଇଥାଏ ସଠିକ୍ ନିର୍ମାଣ ସାମଗ୍ରୀର ଚୟନ ସହିତ। ନିର୍ମାଣ ଉଦ୍ୟୋଗ ଆପଣଙ୍କ ପାଇଁ ବ୍ୟାପକ ବର୍ଗମାଳାର ସାମଗ୍ରୀ ଉପଲବ୍ଧ କରାଇଥାଏ; ପ୍ରତ୍ୟେକ ସାମଗ୍ରୀର ନିଜସ୍ୱ ଅନନ୍ୟ ଗୁଣଧର୍ମ ଏବଂ ଉଦ୍ଦେଶ୍ୟ ରହିଥାଏ। ଏହି ଆଲେଖ୍ୟରେ ଆମେ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଦଶ ପ୍ରକାର ନିର୍ମାଣ ସାମଗ୍ରୀ ସମ୍ପର୍କରେ ଆଲୋଚନା କରିବା।

Share:


ନିର୍ମାଣ କାର୍ଯ୍ୟରେ ବିଭିନ୍ନ ଧରଣର ନିର୍ମାଣ ସାମଗ୍ରୀ ବ୍ୟବହୃତ ହୋଇଥାଏ, ଯଥା- ଷ୍ଟିଲ୍, ସିମେଣ୍ଟ, କଂକ୍ରିଟ୍, ରେଡି ମିକ୍ସ କଂକ୍ରିଟ୍, ବାଇଣ୍ଡିଂ ଓୟାର୍, କାଠ, ପଥର, ଇଟା ବ୍ଲକ୍ ଏବଂ ଏଗ୍ରିଗେଟ୍ ବା ଗୋଡ଼ି/ବଜୁରି। ଉପରୋକ୍ତ ପ୍ରତ୍ୟେକ ସାମଗ୍ରୀର ବିଭିନ୍ନ ଗୁଣଧର୍ମ ରହିଥାଏ, ଯେପରିକି ଓଜନ, ଶକ୍ତି, ସ୍ଥାୟିତ୍ୱ ଏବଂ ମୂଲ୍ୟ, ତେଣୁ ସେଗୁଡ଼ିକ ନିର୍ଦ୍ଦିଷ୍ଟ ଉପଯୋଗ ପାଇଁ ଉପଯୁକ୍ତ ହୋଇଥାଏ। କୌଣସି ପ୍ରକଳ୍ପ ପାଇଁ ନିର୍ମାଣ ସାମଗ୍ରୀର ଚୟନ ସେଗୁଡ଼ିକର ମୂଲ୍ୟ ଏବଂ ଢାଞ୍ଚା ସମ୍ମୁଖୀନ ହେବାକୁ ଯାଉଥିବା ବଳ ଓ ଚାପକୁ ସହନ କରିବାର ସାମର୍ଥ୍ୟ ଉପରେ ନିର୍ଭର କରିଥାଏ।



ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ସାମଗ୍ରୀଗୁଡ଼ିକର ପ୍ରକାରଭେଦ

ନିର୍ମାଣ ସାମଗ୍ରୀଗୁଡ଼ିକୁ ସେଗୁଡ଼ିକର ଦୁଇଟି ଉତ୍ପତ୍ତି ଉତ୍ସ ଭିତ୍ତିରେ ସାଧାରଣ ଭାବେ ବର୍ଗୀକୃତ କରାଯାଇପାରେ: ପ୍ରାକୃତିକ ଏବଂ ମନୁଷ୍ୟକୃତ। ହେଲେ, ଉଭୟ ବର୍ଗର ସାମଗ୍ରୀକୁ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରିବା ପୂର୍ବରୁ ପ୍ରଥମ ତିଆରି କିମ୍ବା ଉପଚାର କରାଯିବା ଜରୁରୀ ହୋଇଥାଏ। ବିଲଡିଂ ନିର୍ମାଣରେ ବ୍ୟବହୃତ ହେଉଥିବା ସାମଗ୍ରୀଗୁଡ଼ିକର ତାଲିକା ତଳେ ଦିଆଗଲା:

 

୧) ଇସ୍ପାତ



ଇସ୍ପାତ ବା ଷ୍ଟିଲ୍ ଲୁହା ଏବଂ କାର୍ବନ ସମେତ ଅନ୍ୟାନ୍ୟ ସାମଗ୍ରୀର ମିଶ୍ରଣରୁ ତିଆରି ହୋଇଥିବା ଏକ ଶକ୍ତିଶାଳୀ ଧାତୁ ଅଟେ। ଲୁହା ତୁଳନାରେ ଏହା ଆହୁରି ଅଧିକ ଶକ୍ତିଶାଳୀ ଏବଂ କ୍ଷୟ ପ୍ରତିରୋଧୀ ହୋଇଥାଏ। ଉଦାହରଣସ୍ୱରୂପ, ଷ୍ଟେନଲେସ୍ ଷ୍ଟିଲ୍‌‌ରେ ରହିଥିବା ଅତିରିକ୍ତ କ୍ରୋମିୟମ୍ କାରଣରୁ ତାହା କ୍ଷୟ ଏବଂ ଅକ୍ସଡେଶନ୍‌‌କୁ ପ୍ରତିରୋଧ କରିପାରିଥାଏ। ତାହାର ଓଜନ ସତ୍ତ୍ୱେ, ତାହାର ଅତୁଲ୍ୟ ଶକ୍ତି ପାଇଁ ଆଧୁନିକ ବିଲଡିଂ ଏବଂ ବିଶାଳକାୟ ଔଦ୍ୟୋଗିକ କାରଖାନାର ନିର୍ମାଣ ପାଇଁ ତାହା ସର୍ବପ୍ରଥମ ପସନ୍ଦରେ ପରିଣତ ହୋଇଛି।

 

୨) ସିମେଣ୍ଟ



ସିମେଣ୍ଟ ଏକ ଅତ୍ୟାବଶ୍ୟକ ନିର୍ମାଣ ସାମଗ୍ରୀ ହୋଇଥାଏ ଯାହା କଠିନତା ହାସଲ କରି ଅନ୍ୟାନ୍ୟ ସାମଗ୍ରୀ ସହିତ ଯୋଡ଼ି ହୁଏ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଯୋଡ଼ିରଖିବାରେ ସାହାଯ୍ୟ କରିଥାଏ। ସାଧାରଣତଃ ଏହାକୁ ଏକାକୀ ବ୍ୟବହାର କରାଯାଏ ନାହିଁ; ବରଂ ବାଲି ଓ ଗୋଡ଼ିରେ ମିଶାଇ ବ୍ୟବହାର କରାଯାଇଥାଏ। ସିମେଣ୍ଟକୁ ପ୍ରାୟତଃ ସରୁ ବାଲିରେ ମିଶାଇ ମୋର୍ଟାର୍ ତିଆରି କରାଯାଏ, ଯାହାକୁ ନିର୍ମାଣ କାର୍ଯ୍ୟରେ ଇଟା ଓ ପଥରକୁ ଯୋଡ଼ିବା ପାଇଁ ବ୍ୟବହାର କରାଯାଏ। ବାଲି ଏବଂ ଗୋଡ଼ି ସହିତ ମିଶିବା ପରେ ଏହା କଂକ୍ରିଟ୍‌‌ରେ ପରିଣତ ହୋଇଯାଏ। କଂକ୍ରିଟ୍ ଏକ ବହୁମୁଖୀ ସାମଗ୍ରୀ ଅଟେ ଯାହାକୁ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଏ। କଠିନତା ହାସଲ କରିବା ଏବଂ ଯୋଡ଼ିହେବାର ସାମର୍ଥ୍ୟ ଯୋଗୁଁ କଂକ୍ରିଟ୍ ଏକ ଅତି ଗୁରୁତ୍ୱପୂର୍ଣ୍ଣ ନିର୍ମାଣ ସାମଗ୍ରୀ ଅଟେ। ଏହା ବିଲଡିଂ ତଥା ଢାଞ୍ଚାର ସ୍ଥାୟିତ୍ୱକୁ ସୁନିଶ୍ଚିିତ କରିଥାଏ।

 

୩) କଂକ୍ରିଟ୍



କଂକ୍ରିଟ ହେଉଛି ଏକ ସ୍ୱତନ୍ତ୍ର ନିର୍ମାଣ ସାମଗ୍ରୀ ଯାହା ଛୋଟ ଓ ବଡ଼ ଖଣ୍ଡ ଯଥା ଗୋଡ଼ି, ଭଙ୍ଗା ପତର, ପୁନଃଚକ୍ରିତ କଂକ୍ରିଟ ଏବଂ ସିନ୍ଥେଟିକ୍ ସାମଗ୍ରୀକୁ ମିଶାଇ ତିଆରି ହୋଇଥାଏ । ଏହି ଖଣ୍ଡଗୁଡ଼ିକ ତରଳ ବାଇଣ୍ଡର, ଯାହା ସାଧାରଣତଃ ସିମେଣ୍ଟ ହୋଇଥାଏ, ସହିତ ମିଶିଥାଏ, ଯାହା ଶୁଖିବା ସହିତ ଧୀରେ ଧୀରେ କଠୋର ହୋଇଯାଏ । ବ୍ୟବହୃତ ହେଉଥିବା ସବୁଠାରୁ ସାଧାରଣ ପ୍ରକାରର ସିମେଣ୍ଟକୁ ପୋର୍ଟଲାଣ୍ଡ ସିମେଣ୍ଟ କୁହାଯାଏ, ଯାହା ଚୂନପଥର ଏବଂ ମାଟିକୁ ଗରମ କରି ଏବଂ ପରେ ଜିପ୍ସମ ମିଶାଇ ତିଆରି କରାଯାଏ । ଯେତେବେଳେ ଆପଣ ପୋର୍ଟଲାଣ୍ଡ ସିମେଣ୍ଟକୁ ଜଳ ଓ ଉପରୋକ୍ତ ଏଗ୍ରିଗେଟ୍ (ବାଲି, ଗୋଡ଼ି, ପଥର) ସହିତ ମିଶାନ୍ତି, ଏହା ଏକ ମଜଭୁତ ପଦାର୍ଥରେ ପରିଣତ ହୁଏ ଯାହାକୁ ଆମେ କଂକ୍ରିଟ ବୋଲି କହିଥାଉ । ଏହି ଶକ୍ତିଶାଳୀ ପଦାର୍ଥ ଆମ ଚାରିପାଖରେ ଦେଖାଯାଉଥିବା ଅନେକ ଢାଞ୍ଚାର ଆଧାର ତିଆରି ପାଇଁ ବ୍ୟବହୃତ ହୋଇଥାଏ ।

 

୪) ରେଡି ମିକ୍ସ କଂକ୍ରିଟ୍



ରେଡି ମିକ୍ସ କଂକ୍ରିଟ୍‌ ହେଉଛି ଏକ ସୁବିଧାଜନକ ନିର୍ମାଣ ସାମଗ୍ରୀ ଅଟେ ଯାହା ସାଇଟ୍‌‌ରୁ ଦୂରରେ ଥିବା କାରଖାନାରେ ତିଆରି ହୁଏ ଏବଂ ପୂର୍ବ-ମିଶ୍ରିତ ଏବଂ ବ୍ୟବହାର ପାଇଁ ପ୍ରସ୍ତୁତ ରୂପରେ ନିର୍ମାଣ ସ୍ଥଳରେ ପହଞ୍ଚିଥାଏ। ଏହା ହେଉଛି କଂକ୍ରିଟ୍ କାରଖାନାରେ ସଠିକ୍ ପରିମାଣର ସିମେଣ୍ଟ ଏବଂ ବାଲି ଓ ଗୋଡ଼ି ତଥା ପାଣିର ମିଶ୍ରଣ । ବ୍ୟବହାର ପାଇଁ ପ୍ରସ୍ତୁତ ଏହି ମିଶ୍ରଣ ସମରୂପତା ଏବଂ ଗୁଣବତ୍ତା ସୁନିଶ୍ଚିତ କରେ, ନିର୍ମାଣ ସ୍ଥଳରେ ସମୟ ଏବଂ ପରିଶ୍ରମ ସଞ୍ଚୟ କରେ । ଠିକାଦାରମାନେ ଏହାକୁ ଆଣି ସିଧାସଳଖ ଢାଞ୍ଚା କିମ୍ବା ଫର୍ମୱାର୍କରେ ଢାଳିପାରିବେ, ଯାହା ସଠିକ ଢଳେଇ ଏବଂ କିଓରିଂ ପାଇଁ ଅନୁମତି ଦେଇଥାଏ । ବେଳେବେଳେ କଂକ୍ରିଟ୍‌‌‌କୁ ପରିଚାଳନା କରିବା କିମ୍ବା ଏହାର ସେଟିଂ ସମୟକୁ ନିୟନ୍ତ୍ରଣ କରିବା ସହଜ କରିବା ପାଇଁ ଆଡ୍‌‌ମିକ୍ସର୍ ନାମକ ଏକ ଅତିରିକ୍ତ ଉପାଦାନ ମିଶାଯାଏ, ଯାହା ଦ୍ୱାରା ଏହାକୁ ଏକ ନିର୍ମାଣ ସ୍ଥଳକୁ ଦକ୍ଷତାର ସହ ପରିବହନ କରାଯାଇପାରିଥାଏ।

 

୫) ବାଇଣ୍ଡିଂ ଓୟାର୍



ନିର୍ମାଣ କାର୍ଯ୍ୟରେ ବାଇଣ୍ଡିଂ ଓୟାର୍ ବା ତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ତାହା ବିଭିନ୍ନ ଉପାଦାନଗୁଡ଼ିକୁ ଏକାଠି ସୁରକ୍ଷିତ ଭାବେ ବାନ୍ଧି ରଖିବାରେ ସାହାଯ୍ୟ କରିଥାଏ। ରିଇନଫୋର୍ସିଂ ବାର୍ (ରିବାର୍)ଗୁଡ଼ିକୁ ସଂଯୋଗ ବିନ୍ଦୁରେ ବାନ୍ଧିବାରେ ଏହା ବିଶେଷ ରୂପେ ଉପାଦେୟ ହୋଇଥାଏ, ଯାହାଦ୍ୱାରା ଢାଞ୍ଚାର ସ୍ଥିରତା ସୁନିଶ୍ଚିତ ହୋଇପାରିଥାଏ। ବାଇଣ୍ଡିଂ ଓୟାର୍ ସାଧାରଣତଃ କୋମଳ ଷ୍ଟିଲ୍‌‌ରେ ନିର୍ମିତ ହୋଇଥାଏ।

 

୧. କନଷ୍ଟ୍ରକ୍ସନାଲ୍ ବାଇଣ୍ଡିଂ ଓୟାର୍ (ଷ୍ଟ୍ରେଟେନ୍‌‌ଡ କଟ୍ ଓୟାର୍):

ଏହି ତାର ନିର୍ମାଣ ଉଦ୍ଦେଶ୍ୟ ପାଇଁ ଆଦର୍ଶ ଅଟେ, ଯାହା ଦୃୃଢ଼ ଏବଂ ସୁରକ୍ଷିତ ବନ୍ଧନ ଯୋଗାଇଥାଏ।

 

୨. ବ୍ଲାକ୍ ଆନିଲ୍‌‌ଡ ବାଇଣ୍ଡିଂ ଓୟାର୍

ନିତିଦିନିଆ ବନ୍ଧାବନ୍ଧି ଆବଶ୍ୟକତା ପାଇଁ ଉପଯୁକ୍ତ, ଏହି ତାରକୁ ନେଇ କାମ କରିବା ସହଜ ଏବଂ ଏହା ସୁଦୃଢ଼ ବନ୍ଧେଇକୁ ସୁନିଶ୍ଚିତ କରିଥାଏ।

 

୩. ଗାଲଭାନାଇଜ୍‌‌ଡ ଆଇରନ୍ ବାଇଣ୍ଡିଂ ଓୟାର୍

ଏହି ତାର କ୍ଷୟ ପ୍ରତିରୋଧୀ ହୋଇଥାଏ, ତେଣୁ ଦୀର୍ଘସ୍ଥାୟୀ ପ୍ରୟୋଗଗୁଡ଼ଇକ ପାଇଁ ଏହା ସବୁଠାରୁ ଉପଯୁକ୍ତ ଅଟେ।

 

୪. ସ୍ମଲ୍ କଏଲ୍ ରିବାର୍ ଓୟାର୍

ରିବାର୍‌‌ଗୁଡ଼ିକୁ ସୁରକ୍ଷିତ ଭାବେ ବାନ୍ଧିରଖିବା ଏବଂ ଢାଞ୍ଚାଗତ ସ୍ଥିରତାକୁ ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ହୋଇଥାଏ।

 

୫. ଟାଏ ଲୁପ୍ ଟାଏ ଓୟାର୍

ବହୁମୁଖୀ ଉପଯୋଗିତା କାରଣରୁ ଏହି ତାରକୁ ନିର୍ମାଣ କାର୍ଯ୍ୟରେ ବିଭିନ୍ନ ପ୍ରକାର ବନ୍ଧାବନ୍ଧି କାମ ପାଇଁ ବ୍ୟବହାର କରାଯାଇଥାଏ।

 

୬. ପ୍ୟାକିଂ ପାଇଁ ବାଇଣ୍ଡିଂ ଓୟାର୍

ସାମଗ୍ରୀ ଓ ଜିନିଷପତ୍ରକୁ ବାନ୍ଧି ରଖିବା ପାଇଁ ମୁଖ୍ୟତଃ ପ୍ୟାକେଜିଂ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥାଏ।

 

୭. ୟୁ ଟାଇପ୍ ବାଇଣ୍ଡିଂ ଓୟାର୍

ଏହି ତାରଟି ଇଂରାଜୀ ଅକ୍ଷର ‘U’ ଭଳିଆ ହୋଇଥାଏ, ଯାହା ସ୍ୱତନ୍ତ୍ର ବନ୍ଧେଇ ଆବଶ୍ୟକତା ପାଇଁ ବିଶେଷ ଭାବେ ନିର୍ମିତ ହୋଇଥାଏ।

 

୮. ଗାଲଭାନାଇଜ୍ଡ ଓୟାର୍

କଳଙ୍କି ବିରୁଦ୍ଧରେ ଅତିରିକ୍ତ ସୁରକ୍ଷା ଯୋଗାଏ, ବାହ୍ୟ ଉପଯୋଗ ପାଇଁ ଆଦର୍ଶ।

 

୯. ଷ୍ଟେନଲେସ୍ ଷ୍ଟିଲ୍ ଓୟାର୍

କ୍ଷୟ ପ୍ରତିରୋଧୀ ସାମର୍ଥ ରହିଥାଏ, ତେଣୁ ଏହା ବାହ୍ୟ ଏବଂ ସାମୁଦ୍ରିକ କାର୍ଯ୍ୟରେ ବ୍ୟବହାର ଲାଗି ଉପଯୁକ୍ତ ହୋଇଥାଏ।

 

୧୦. ପିତ୍ତଳ ତାର

ଏହି ତାର ନିଜର ଶକ୍ତି ଏବଂ କ୍ଷୟ ନିରୋଧୀ କ୍ଷମତା ପାଇଁ ସୁପରିଚିତ। ଏହାକୁ ବିଭିନ୍ନ ଉଦ୍ୟୋଗରେ ସାଧାରଣ ଭାବେ ବ୍ୟବହାର କରାଯାଇଥାଏ।

 

୧୧. ଆଲୁମିନମ୍ ତାର

ହାଲୁକା ଏବଂ କ୍ଷୟନିରୋଧୀ ସାମର୍ଥ୍ୟ ବିଶିଷ୍ଟ ଏହି ତାରଟି ଓଜନ ମହତ୍ତ୍ୱ ରଖୁଥିବା ଜାଗାରେ ପ୍ରୟୋଗ ପାଇଁ ଆଦର୍ଶ ଅଟେ।

 

୧୨. ପିଭିସି କୋଟେଡ୍ ବାଇଣ୍ଡିଂ ଓୟାର୍

ଅତିରିକ୍ତ ସୁରକ୍ଷା ଯୋଗାଏ ଏବଂ ଏହା ନିଜର ପାଣିପାଗ ପ୍ରଭାବ ପ୍ରତି ସହନଶୀଳତା ଯୋଗୁଁ ସାଧାରଣତଃ ବାହ୍ୟ ଏବଂ ପ୍ରତିକୂଳ ପରିବେଶରେ ବ୍ୟବହୃତ ହୋଇଥାଏ।

 

୬) କାଠ



କାଠ ଏକ ବହୁମୁଖୀ ପ୍ରାକୃତିକ ନିର୍ମାଣ ସାମଗ୍ରୀ ଅଟେ, ଯାହା ଗଛରୁ ପ୍ରାପ୍ତ ହୋଇଥାଏ। ଶତାବ୍ଦୀ ଶତାବ୍ଦୀ ଧରି ଏହା ଏକ ଭରସାଯୋଗ୍ୟ ନିର୍ମାଣ ସାମଗ୍ରୀ ରହିଆସିଛି। ଏହା ବିଭିନ୍ନ ପ୍ରକାରରେ ମିଳିଥାଏ, ପ୍ରତ୍ୟେକ ପ୍ରକାରର ନିଜସ୍ୱ ନିଆରା ଗୁଣଧର୍ମ ଏବଂ ଉପଯୋଗ ରହିଥାଏ। କାଠକୁ ଏହାର ଶକ୍ତି, ସ୍ଥାୟିତ୍ୱ ଏବଂ ସୌନ୍ଦର୍ଯ୍ୟ ଗୁଣଧର୍ମ ପାଇଁ ଏକ ନିର୍ମାଣ ସାମଗ୍ରୀ ଭାବେ ବ୍ୟବହାର କରାଯାଏ । ନିର୍ମାଣ ଜଗତରେ ଏହା ନିର୍ମାଣ, ଫର୍ନିଚର, ମେଜିଆ ଏବଂ ଅସଂଖ୍ୟ ଅନ୍ୟାନ୍ୟ ପ୍ରୟୋଗ ଲାଗି ଏକ ଲୋକପ୍ରିୟ ପସନ୍ଦ ଅଟେ। ଏହା କାଟି କିମ୍ବା ଚାପି ବିଭିନ୍ନ ଆକାର ଓ ରୂପ ଦିଆଯାଇ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ, ଉଦାହରଣ ସ୍ୱରୂପ- ଲମ୍ବର୍, ଟିମ୍ବର, ବୋର୍ଡ ଏବଂ ପ୍ଲାଙ୍କ।

 

ଏହା ଏକ ନବୀକରଣଯୋଗ୍ୟ ବା ଅକ୍ଷୟ ସମ୍ପଦ ଅଟେ। ତେଣୁ ବିଲଡିଂ ଓ ଡିଜାଇନ ପାଇଁ ଏହା ଏକ ପରିବେଶ ଅନୁକୂଳ ବିକଳ୍ପ ହୋଇଥାଏ। ଦାୟିତ୍ୱସମ୍ପନ୍ନ ଭାବେ, ଯଥା- ଏଫ୍ଏସ୍‌‌ସି (ଫରେଷ୍ଟ ଷ୍ଟିୱାର୍ଡଶିପ୍ କାଉନଶିନ୍) ପ୍ରମାଣନ ମାଧ୍ୟମରେ ହାସଲ କରାଗଲେ, କାଠ ଏହା ସୁନିଶ୍ଚିତ କରିଥାଏ ଯେ ଜଙ୍ଗଲଗୁଡ଼ିକ ଚିରପୋଷଣକ୍ଷମ ଭାବେ ପରିଚାଳିତ ହେଉଛି ଏବଂ ଏହା ସ୍ଥାନୀୟ ଜନସମୁଦାୟକୁ ସମର୍ଥନ ଯୋଗାଇବା ସହିତ ପ୍ରାକୃତିକ ବସତି ଏବଂ ଜୈବ ବିବିଧତାର ସଂରକ୍ଷଣକୁ ପ୍ରୋତ୍ସାହିତ କରିଥାଏ।

 

୭) ପଥର



ପଥର ଏକ ପ୍ରାକୃତିକ ନିର୍ମାଣ ସାମଗ୍ରୀ ଅଟେ, ଯାହା ଶତାବ୍ଦୀ ଶତାବ୍ଦୀବ୍ୟାପୀ ଭୂତତ୍ତ୍ୱିକ ପ୍ରକ୍ରିୟା ମାଧ୍ୟମରେ ଗଠିତ ହୋଇଥାଏ । ଏହା ଗ୍ରାନାଇଟ୍, ଚୂନପଥର, ମାର୍ବଲ ଏବଂ ଅନ୍ୟାନ୍ୟ ବିଭିନ୍ନ ପ୍ରକାର ରୂପରେ ଆସିଥାଏ, ପ୍ରତ୍ୟେକର ସ୍ୱତନ୍ତ୍ର ରଙ୍ଗ ଏବଂ ଗଠନ ରହିଛି । ପଥର ହେଉଛି ନିର୍ମାଣରେ ଭିତ୍ତିଭୂମି, କାନ୍ଥ, ଫ୍ଲୋରିଂ ଏବଂ ସାଜସଜ୍ଜା ଉପାଦାନ ପାଇଁ ବ୍ୟବହୃତ ହେଉଥିବା ନିର୍ମାଣ ସାମଗ୍ରୀ, ଯାହା କୋଠାଗୁଡ଼ିକୁ ଶକ୍ତି ପ୍ରଦାନ କରିଥାଏ । ଏହାର ଦୃଢ଼ତା ଏବଂ କଠିନ ପାଣିପାଗ ପରିସ୍ଥିତିର ମୁକାବିଲା କରିବାର କ୍ଷମତା ପଥର ସାମଗ୍ରୀକୁ ନିର୍ମାଣରେ ଏକ ଲୋକପ୍ରିୟ ପସନ୍ଦ କରିଥାଏ, ଯାହା ଉଭୟ ଦୀର୍ଘସ୍ଥାୟୀ କାର୍ଯ୍ୟକ୍ଷମତା ଏବଂ ସୌନ୍ଦର୍ଯ୍ୟକୁ ସୁନିଶ୍ଚିତ କରିଥାଏ ।

 

୮. ଇଟା



ଇଟା ହେଉଛି ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବାରୁ ସବୁଠାରୁ ପୁରାତନ ଏବଂ ସବୁଠାରୁ ମୌଳିକ ନିର୍ମାଣ ସାମଗ୍ରୀ। ଏଗୁଡ଼ିକ ସାଧାରଣତଃ ଇଟାଭାଟିରେ ମାଟିରେ ନିର୍ମିତ ହୋଇଥାଏ। କାନ୍ଥ, କୋଠା ଏବଂ ବିଭିନ୍ନ କୋଠା ନିର୍ମାଣରେ ଇଟା ବହୁଳ ଭାବରେ ବ୍ୟବହୃତ ହୁଏ । ସେଗୁଡ଼ିକ ବିଭିନ୍ନ ଆକୃତି, ଆକାର ଏବଂ ରଙ୍ଗରେ ମିଳିଥାଏ ଏବଂ ଏକ ଘର ନିର୍ମାଣ ପାଇଁ ବ୍ୟବହୃତ ସାମଗ୍ରୀ ଯାହା ବହୁମୁଖୀ ଡିଜାଇନ୍ ସମ୍ଭାବନାକୁ ଅନୁମତି ଦେଇଥାଏ। ଇଟା ନିଜର ସ୍ଥାୟୀତ୍ୱ ଏବଂ ଇନସୁଲେଟିଂ ଗୁଣ ପାଇଁ ଜଣାଶୁଣା। ଏକ ନିର୍ମାଣ ସାମଗ୍ରୀ ଭାବେ ନିର୍ମାଣ ଉଦ୍ୟୋଗରେ ଇଟା ସମୟର କଷଟିରେ ଉତ୍ତୀର୍ଣ୍ଣ ହୋଇଆସିଛି, ଯାହା ସ୍ଥାପତ୍ୟଗତ ପ୍ରକଳ୍ପଗୁଡ଼ିକୁ ଉଭୟ ଶକ୍ତି ଏବଂ ପାରମ୍ପରିକ ରୂପ ଦେଇଥାଏ।

 

୯) ବ୍ଲକ୍



ବ୍ଲକ୍‌‌ଗୁଡ଼ିକ ହେଉଛି ମଡ୍ୟୁଲାର ନିର୍ମାଣ ଏକକ ଯାହା କଂକ୍ରିଟ୍, ମାଟି କିମ୍ବା ଏରେଟେଡ୍ କଂକ୍ରିଟ୍ ଭଳି ସାମଗ୍ରୀରେ ତିଆରି ହୋଇଥାଏ। ଏହି ଏକକଗୁଡ଼ିକ ବିଭିନ୍ନ ଆକୃତି ଏବଂ ଆକାରରେ ଆସିଥାଏ ଏବଂ ପ୍ରତ୍ୟେକ କିସମ ନିର୍ଦ୍ଦିଷ୍ଟ ନିର୍ମାଣ ଆବଶ୍ୟକତାକୁ ପୂରଣ କରିଥାଏ। ନିର୍ମାଣ ପ୍ରକଳ୍ପଗୁଡ଼ିକରେ କାନ୍ଥ, ପାର୍ଟିସନ୍ ଏବଂ ଢାଞ୍ଚାଗତ ଉପାଦାନର ନିର୍ମାଣରେ ବ୍ଲକ୍ ମୌଳିକ ଭୂମିକା ନିର୍ବାହ କରିଥାଏ। ବ୍ଲକ୍‌‌ଗୁଡ଼ିକ ତାହାର ଶକ୍ତି, ସ୍ଥାୟିତ୍ୱ ଏବଂ ସ୍ଥାପନରେ ସହଜତା ପାଇଁ ସୁପରିଚିତ, ତେଣୁ ସେଗୁଡ଼ିକ ଉଭୟ ଆବାସିକ ଏବଂ ବାଣିଜ୍ୟିକ ବିଲଡିଂ ପାଇଁ ଏକ ବ୍ୟାବହାରିକ ବିକଳ୍ପ ହୋଇଥାଏ।

 

୧୦) ଆଗ୍ରିଗେଟ୍‌‌ସ



ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଦାନାଦାର ସାମଗ୍ରୀଗୁଡ଼ିକୁ ଆଗ୍ରିଗେଟ୍‌‌ସ କୁହାଯାଏ । ଭଙ୍ଗା ପଥର, ଗୋଡ଼ି/ବଜୁରି କିମ୍ବା କଂକ୍ରିଟ୍ ଓ ପିଚୁ ଭଳି ପୁନଃଚକ୍ରିତ ସାମଗ୍ରୀକୁ ଆଗ୍ରିଗେଟ୍‌‌ସ କୁହାଯାଇପାରିବ। ସଡ଼କ, ବିଲଡିଂ ଏବଂ ସେତୁ ଭଳି ବିଭିନ୍ନ ନିର୍ମାଣ ପ୍ରକଳ୍ପଗୁଡ଼ିକ ପାଇଁ ଏହି ଉପାଦାନଗୁଡ଼ିକ ଭିତ୍ତିଭୂମିଗତ ନିର୍ମାଣ ସାମଗ୍ରୀ ଭାବେ କାମ କରିଥାଏ। ଆଗ୍ରିଗେଟ୍‌‌ସ ଢାଞ୍ଚାଗତ ସମର୍ଥନ ଯୋଗାଏ, ଭାରର ବିତରଣରେ ସହାୟକ ହୁଏ ଏବଂ କଂକ୍ରିଟ୍ ଓ ପିଚୁ ମିଶ୍ରଣର ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏଗୁଡ଼ିକ ବିଭିନ୍ନ ଆକାର ଓ କିସମରେ ଉପଲବ୍ଧ ହୋଇଥାଏ, ତେଣୁ ନିର୍ମାଣର ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ସୁହାଉଥିବା ଉପଯୁକ୍ତ ଆଗ୍ରିଗେଟ୍‌‌ସ ସହଜରେ ଉପଲବ୍ଧ ହୋଇଯାଏ।

 

ଘର ନିର୍ମାଣର କଥା ଉଠିଲେ, ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ସଠିକ୍ ନିର୍ମାଣ ସାମଗ୍ରୀ ଚୟନ କରିବା ଅନିବାର୍ଯ୍ୟ ହୋଇଯାଏ। ଅଲ୍‌‌ଟ୍ରାଟେକ୍ ବିଲଡିଂ ସଲ୍ୟୁସନ୍ସ ବ୍ୟାପକ ବର୍ଗମାଳାର ନିର୍ମାଣ ସାମଗ୍ରୀ ଯୋଗାଇଥାଏ, ଯାହା ମଧ୍ୟରେ ସିମେଣ୍ଟ, କଂକ୍ରିଟ୍ ଏବଂ ରେଡି-ମିକ୍ସ ସମାଧାନ ଅନ୍ତର୍ଭୁକ୍ତ। ଏହି ବହୁମୁଖୀ ବିକଳ୍ପ ସହିତ ଆପଣ ନିଜର ନିର୍ମାଣ ଆବଶ୍ୟକତାକୁ ସୁହାଉଥିବା ସଠିକ୍ ସାମଗ୍ରୀ ସହଜରେ ପାଇପାରିବେ।



ନିର୍ମାଣ ଜଗତରେ, ସାମଗ୍ରୀଗୁଡ଼ିକର ଚୟନକୁ ନେଇ ସୁଚିନ୍ତିତ ନିଷ୍ପତ୍ତି ଗ୍ରହଣ କରିବା ଅତ୍ୟାବଶ୍ୟକ ହୋଇଥାଏ। ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ସାମଗ୍ରୀଗୁଡ଼ିକର ଗୁଣଧର୍ମ ଏବଂ ପ୍ରୟୋଗଗୁଡ଼ିକୁ ବୁଝିଲେ ହିଁ ଆପଣ ସେ ବାବଦୀୟ ସୁଚିନ୍ତିତ ନିଷ୍ପତ୍ତି ନେଇପାରିବେ ଏବଂ ନିରାପଦ, ଭରସାଯୋଗ୍ୟ ନିର୍ମାଣକୁ ସମ୍ଭବ କରିପାରିବେ। ଏହି ନିଷ୍ପତ୍ତିଗୁଡ଼ିକ ଘରର ସୁଦୃଢ଼ତା, ସ୍ଥାୟିତ୍ୱ ଏବଂ ରୂପକୁ ପ୍ରଭାବିତ କରିଥାଏ। ଆପଣ ନୂଆ ଘର ତିଆରି କରୁଥାନ୍ତୁ କିମ୍ବା ଘରର ନବୀକରଣ କରୁଥାନ୍ତୁ, ସଠିକ୍ ପସନ୍ଦ ହିଁ ନିର୍ମାଣ କ୍ଷେତ୍ରରେ ସଫଳତାକୁ ସୁନିଶ୍ଚିତ କରିଥାଏ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....