ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


କଂକ୍ରିଟ୍‌‌ର କମ୍ପ୍ରେସିଭ୍ ଶକ୍ତି ସମ୍ପର୍କରେ ଆପଣ ଜାଣି ରଖିବାଯୋଗ୍ୟ ସମସ୍ତ କଥା

ନିର୍ମାଣରେ, କଂକ୍ରିଟ୍‌‌ର କମ୍ପ୍ରେସିଭ୍ ଶକ୍ତିର ପରୀକ୍ଷା ତାହାର ମୂଳଭୂତ ମାନଦଣ୍ଡକୁ ସୂଚାଇଥାଏ, ଯାହା ସମ୍ପୃକ୍ତ କଂକ୍ରିଟ୍‌‌ର ଅକ୍ଷୀୟ ଭାରକୁ ସହନ କରିବାର ସାମର୍ଥ୍ୟକୁ ମାପିଥାଏ। କଂକ୍ରିଟ୍‌‌ର କମ୍ପ୍ରେସିଭ୍ ଶକ୍ତିର ପୁଙ୍ଖାନୁପୁଙ୍ଖ ପରୀକ୍ଷା ଦ୍ୱାରା ଢାଞ୍ଚାଗତ ଅଖଣ୍ଡତା ସୁନିଶ୍ଚିତ ହେବା ସହିତ ସ୍ଥାୟୀ ଏବଂ ଅଟଳ ଫାଉଣ୍ଡେସନ୍ ଗଢ଼ା ହୋଇପାରିଥାଏ।

Share:


  କମ୍ପ୍ରେସିଭ୍ ଶକ୍ତି କଂକ୍ରିଟ୍‌‌ର ଅକ୍ଷୀୟ ଭାରକୁ ସହିବାର ସାମର୍ଥ୍ୟକୁ ମୂଲ୍ୟାୟନ କରିଥାଏ, ଯାହା ଢାଞ୍ଚାଗତ ଅଟଳତାକୁ ସୁନିଶ୍ଚିତ କରିଥାଏ।

 

• ପ୍ରକଳ୍ପ ପରିଚାଳକମାନେ ପରୀକ୍ଷାର ପ୍ରଭାବ, ସାଧ୍ୟତା ଏବଂ ସଠିକତା ଆଧାରରେ ପରୀକ୍ଷା ପଦ୍ଧତିକୁ ଚୟନ କରିବା ଆବଶ୍ୟକ ଯାହା ନିର୍ମାଣ ସ୍ଥଳରେ ଗୁଣବତ୍ତାକୁ ବଜାୟ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ।

 

• ଇଞ୍ଜିନିୟରମାନେ କମ୍ପ୍ରେସିଭ୍ ଶକ୍ତିକୁ ନିର୍ଦ୍ଧାରଣ କରିବା ଲାଗି ସଠିକ୍ ହିସାବ ଉପରେ ଭରସା କରିଥାନ୍ତି, ଯାହା ସହରୀ ବିକାଶରେ ଢାଞ୍ଚାଗତ ସ୍ଥିରତା ପାଇଁ ଜରୁରୀ ହୋଇଥାଏ।


ନିର୍ମାଣ ପ୍ରକଳ୍ପରେ କଂକ୍ରିଟ୍‌‌‌ର କମ୍ପ୍ରେସିଭ୍ ଶକ୍ତିକୁ ଯାଞ୍ଚ କରିବା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥାଏ। ଆଉ ଏକ ପ୍ରମୁଖ ଦିଗ ହେଉଛି କଂକ୍ରିଟ୍‌‌ର ପ୍ରସାର୍ଯ୍ୟ ଶକ୍ତି, କାରଣ ତାହା ହିଁ ଢାଞ୍ଚାର ଦୀର୍ଘାୟୁ ଏବଂ ସ୍ଥାୟିତ୍ୱକୁ ବେଶୀ ପ୍ରଭାବିତ କରିଥାଏ। କଂକ୍ରିଟ୍ ଶକ୍ତି ପରୀକ୍ଷା ପଦ୍ଧତିକୁ ଚୟନ କରିବା ସମୟରେ, ପ୍ରକଳ୍ପର ପରିଚାଳନା କରୁଥିବା ବ୍ୟକ୍ତି ସେମାନଙ୍କ କାର୍ଯ୍ୟ ଅନୁସୂଚୀରେ ପ୍ରତ୍ୟେକ ପଦ୍ଧତିର ପ୍ରଭାବକୁ ମଧ୍ୟ ବିଚାରକୁ ନେବା ଜରୁରୀ। କଂକ୍ରିଟ୍‌‌ର କେତେକ କମ୍ପ୍ରେସିଭ୍ ଶକ୍ତି ପରୀକ୍ଷା ନିର୍ମାଣସ୍ଥଳରେ ହିଁ କରାଯାଇପାରୁଥିବା ବେଳେ ଅନ୍ୟ କେତୋଟି ପରୀକ୍ଷାର ତଥ୍ୟ ପାଇବା ପାଇବା ପାଇଁ ତାହାକୁ ପରୀକ୍ଷାଗାରରେ ପରୀକ୍ଷା କରାଯାଏ ଏବଂ ତାହା ଅଧିକ ସମୟସାପେକ୍ଷ ହୋଇଥାଏ।

 

ପରୀକ୍ଷା ପାଇଁ ଲାଗୁଥିବା ସମୟ ସହିତ, ପରିଚାଳକ ପ୍ରତ୍ୟେକ ପରୀକ୍ଷା ପଦ୍ଧତିର ସଠିକତା ଉପରେ ମଧ୍ୟ ନଜର ରଖିବା ଜରୁରୀ, କାରଣ ତାହା ସିଧାସଳଖ ଭାବେ କଂକ୍ରିଟ୍ ଢାଞ୍ଚାର ଗୁଣବତ୍ତାକୁ ପ୍ରଭାବିତ କରିଥାଏ । ପରୀକ୍ଷା ପଦ୍ଧତି ଚୟନ କରିବା ସମ୍ପର୍କିତ ନିଷ୍ପତ୍ତି ନେବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ ଅଟେ।


କଂକ୍ରିଟ୍‌‌ର କମ୍ପ୍ରେସିଭ୍ ଶକ୍ତିର ପରିଭାଷା

କଠିନତା ହାସଲ କରିଥିବା କଂକ୍ରିଟ୍‌‌ର ‌‌‌‌‌‌ସ୍ଥିତିସ୍ଥାପକତା ବା ନମନୀୟତାକୁ ମାପୁଥିବା ଏକ କଂକ୍ରିଟ୍ କମ୍ପ୍ରେସନ୍ ପରୀକ୍ଷାର ଫଳାଫଳକୁ କଂକ୍ରିଟ୍‌‌ର କମ୍ପ୍ରେସିଭ୍ ଶକ୍ତି କୁହାଯାଏ। କଂକ୍ରିଟ୍ ଉପରେ ଚାପ ସୃଷ୍ଟି କରୁଥିବା ଭାରକୁ ସହନ କରିବାରେ କଂକ୍ରିଟ୍‌‌ର ସାମର୍ଥ୍ୟକୁ ବିଶ୍ଳେଷଣ କରି ଏହାକୁ ମପାଯାଇଥାଏ।


କଂକ୍ରିଟ୍‌‌ ଶକ୍ତି ପରୀକ୍ଷାର ମହତ୍ତ୍ୱ

ନିର୍ମାଣସ୍ଥଳରେ ତିଆରି କରାଯାଉଥିବା କଂକ୍ରିଟ୍ ମିଶ୍ରଣଟି କାର୍ଯ୍ୟ ବିନିର୍ଦ୍ଦିଷ୍ଟତାରେ ଦର୍ଶାଯାଇଥିବା ଶକ୍ତିର ଆବଶ୍ୟକତାକୁ ପୂରଣ କରୁଛି କି ନାହିଁ ତାହା ଜାଣିବା ପାଇଁ କଂକ୍ରିଟ୍‌‌ର କମ୍ପ୍ରେସିଭ୍ ଶକ୍ତିର ପରୀକ୍ଷା କରିନେବା ମହତ୍ତ୍ୱପୂର୍ଣ୍ଣ ହୋଇଥାଏ।

 

କଂକ୍ରିଟ୍ କମ୍ପ୍ରେସନ୍ ପରୀକ୍ଷା ମାଧ୍ୟମରେ ପ୍ରକଳ୍ପ ପରିଚାଳକ କଂକ୍ରିଟ୍‌‌ର ଶକ୍ତି, ଘନତ୍ୱ, ୟୁନିଟ୍ ଓଜନ, ବାୟୁ ଉପାଦାନର ପରିମାଣ ଏବଂ ତାପମାତ୍ରା ଭଳି ଗୁଣଧର୍ମ ସମ୍ପର୍କରେ ଏକ ଧାରଣା ପାଇପାରନ୍ତି। ଏହିସବୁ ପରୀକ୍ଷାକୁ ନିରନ୍ତର ଭାବେ ସମ୍ପାଦନ କରାଗଲେ କଂକ୍ରିଟ୍‌‌ର ଗୁଣମାନରେ ଘଟିଥିବା ପରିବର୍ତ୍ତନକୁ ଚିହ୍ନଟ କରାଯାଇପାରିବ ଓ ତାହାକୁ ସୁଧାରିହେବ, ଅନ୍ୟଥା ଅସମାନ ଗୁଣମାନର କଂକ୍ରିଟ୍ ଦୀର୍ଘମିଆଦରେ ତାହାର କାର୍ଯ୍ୟଦକ୍ଷତାକୁ ହରାଇବ।


କଂକ୍ରିଟ୍‌‌ର କମ୍ପ୍ରେସିଭ୍ ଶକ୍ତି ପରୀକ୍ଷାର ପଦ୍ଧତି

କଂକ୍ରିଟ୍‌‌ର କମ୍ପ୍ରେସିଭ୍ ଶକ୍ତି ପରୀକ୍ଷା କରିବା ପାଇଁ ଅନେକ ଅନ୍ୟାନ୍ୟ ପଦ୍ଧତି ଓ ପରୀକ୍ଷା ରହିଛି। ଆସନ୍ତୁ, ସେଗୁଡ଼ିକ ମଧ୍ୟରୁ କେତୋଟି ପଦ୍ଧତି ଓ ପରୀକ୍ଷା ଉପରେ ନଜର ପକାଇବା:


୧) ରିବାଉଣ୍ଡ ହାମର୍ ବା ସ୍ମିଟ୍ ହାମର୍



ଏହି ପଦ୍ଧତିରେ କଂକ୍ରିଟ୍ ପୃଷ୍ଠଭାଗ ଉପରେ ରଖାଯାଇଥିବା ଏକ ପ୍ଲଞ୍ଜରକୁ ସ୍ପ୍ରିଙ୍ଗ ଦ୍ୱାରା ଛଡ଼ାଯାଉଥିବା ଏକ ହାତୁଡ଼ିରେ ପିଟା ଯାଇଥାଏ, ପ୍ଲଞ୍ଜର ସହିତ ଧକ୍କା ଖାଇ ହାତୁଡ଼ିଟି କେତେ ଦୂରକୁ ଫେରୁଛି ବା ରିବାଉଣ୍ଡ ହେଉଛି ତାହା ଦେଖାଯାଇଥାଏ, ଦୂରତାକୁ ୧୦ ରୁ ୧୦୦ ମଧ୍ୟରେ ମୂଲ୍ୟାଙ୍କିତ କରାଯାଇଥାଏ । ତା’ପରେ, ହାତୁଡ଼ି ଛିଟିକି ଫେରିବାର ଦୂରତା ସହ ମେଳ ଖାଉଥିବା ସଂଖ୍ୟାକୁ କଂକ୍ରିଟ୍‌‌ର କମ୍ପ୍ରେସିଭ ଶକ୍ତି କୁହାଯାଏ ।

 

କଂକ୍ରିଟ୍‌‌ର କମ୍ପ୍ରେସିଭ୍ ଶକ୍ତିକୁ ଯାଞ୍ଚ କରିବାର ପଦ୍ଧତି ବ୍ୟବହାରରେ ଖୁବ୍ ସହଜ ହୋଇଥାଏ। ହେଲେ, ନିର୍ଭୁଲ୍ ଫଳାଫଳ ପାଇବା ପାଇଁ କୋର୍ଡ ନମୁନା ବ୍ୟବହାର କରି ପ୍ରି-କାଲିବ୍ରେସନ୍ କରାଯିବା ଆବଶ୍ୟକ ହୋଇଥାଏ। ଯଦିଓ ଏହି ପଦ୍ଧତିଟି ସିଧାସଳଖ ନିର୍ମାଣ ସ୍ଥଳରେ ସମ୍ପାଦନ କରାଯାଇପାରିବ ଏବଂ ଏହା ସମୟ ବଞ୍ଚାଇବାରେ ସହାୟକ ହୁଏ, ତଥାପି ପୃଷ୍ଠଭାଗର ଅବସ୍ଥା ଏବଂ ଅନ୍ୟାନ୍ୟ କାରକ ଯୋଗୁଁ ଫଳାଫଳ ସବୁବେଳେ ଠିକ୍ ଠାକ୍ ହୋଇ ନ ପାରେ।


୨) ପେନିଟ୍ରେସନ୍ ରେଜିଷ୍ଟାନ୍ସ ପରୀକ୍ଷା

ପେନିଟ୍ରେସନ୍ ରେଜିଷ୍ଟାନ୍ସ ପରୀକ୍ଷା ସମ୍ପୂର୍ଣ୍ଣ କରିବା ପାଇଁ, ଏକ ଉପକରଣ ମାଧ୍ୟମରେ କଂକ୍ରିଟ୍ ପୃଷ୍ଠଭାଗ ମଧ୍ୟରେ ଏକ ଛୋଟିଆ ପିନ୍ ବା ପ୍ରୋବ୍ ଫୋଡ଼ାଯାଇଥାଏ। କଂକ୍ରିଟ୍ ମଧ୍ୟସ୍ଥ ପିନ୍‌‌ର ଶକ୍ତିକୁ ପୃଷ୍ଠଭାଗକୁ କଣା କରିବା ଲାଗି ଆବଶ୍ୟକ ବଳ ଏବଂ ଗର୍ତ୍ତର ଗଭୀତା ସହିତ ସଂଯୁକ୍ତ କରାଯାଏ।

 

କଂକ୍ରିଟ୍‌‌ର କମ୍ପ୍ରେସିଭ୍ ଶକ୍ତି ପରୀକ୍ଷା କରିବାର ଏହି ପଦ୍ଧତିରେ ମଧ୍ୟ ନିର୍ଭୁଲ୍ ଫଳାଫଳ ପାଇବା ପାଇଁ ଅନେକଗୁଡ଼ିକ କଂକ୍ରିଟ୍ ନମୁନା ସହିତ ପ୍ରି-କାଲିବ୍ରେଶନ୍ ଆବଶ୍ୟକ ହୋଇଥାଏ। ଯଦିଓ ଏହାକୁ ସହଜରେ ନିର୍ମାଣସ୍ଥଳରେ ସମ୍ପାଦନ କରାଯାଇପାରିବ ତଥାପି ମାପ ଫଳାଫଳ ପୃଷ୍ଠଭାଗର ଅବସ୍ଥା ଏବଂ ବ୍ୟବହୃତ ଆଗ୍ରିଗେଟ୍‌‌ସ ପ୍ରକାର ଦ୍ୱାରା ପ୍ରଭାବିତ ହୋଇଥାଏ।


୩) ଅଲ୍‌‌ଟ୍ରାସୋନିକ୍ ପଲ୍ସ ଭେଲୋସିଟି



ଏହି ପଦ୍ଧତିରେ ଏକ ସ୍ଲାବ୍‌‌ର ଏପାଖରୁ ସେପାଖ ପର୍ଯ୍ୟନ୍ତ କମ୍ପନ ଶକ୍ତି ସ୍ପନ୍ଦନର ବେଗକୁ ହିସାବ କରାଯାଇଥାଏ। ସ୍ଲାବ୍ ମଧ୍ୟ ଦେଇ କେତେ ସହଜରେ ଶକ୍ତି ପ୍ରବାହିତ ହୋଇପାରୁଛି ତାହାଦ୍ୱାରା କଂକ୍ରିଟ୍‌‌ର ସାନ୍ଦ୍ରତା, ପ୍ରସାର୍ଯ୍ୟତା ଏବଂ ଚାପ କିମ୍ବା ବିକୃତି ବିରୁଦ୍ଧରେ ସହନୀୟତା ସମ୍ବନ୍ଧୀୟ ତଥ୍ୟ ପ୍ରାପ୍ତ ହୋଇଥାଏ। ତା’ପରେ ସେହି ତଥ୍ୟକୁ ଆଧାର କରି ସ୍ଲାବ୍‌‌ର ଶକ୍ତି ନିର୍ଦ୍ଧାରଣ କରାଯାଇଥାଏ।

 

ଏହି କୌଶଳଟି ଅଣ-ବିନାଶକାରୀ ହୋଇଥାଏ ଏବଂ କଂକ୍ରିଟ୍‌‌ରେ ଫାଟ ଓ ହନିକମ୍ବିଂ ଭଳି ତ୍ରୁଟିକୁ ଚିହ୍ନଟ କରିପାରିଥାଏ । ହେଲେ, କଂକ୍ରିଟ୍ ଉପାଦାନରେ ବ୍ୟବହୃତ ଲୁହା ଛଡ଼, ଆଗ୍ରିଗେଟ୍ ଏବଂ ଆର୍ଦ୍ରତା ଉପାଦାନ ଦ୍ୱାରା ତାହା ବହୁ ମାତ୍ରାରେ ପ୍ରଭାବିତ ହୋଇଥାଏ ଏବଂ ପ୍ରଥମେ ଅନେକ ଅନ୍ୟାନ୍ୟ ନମୁନା ମାଧ୍ୟମରେ ପ୍ରି-କାଲିବ୍ରେଶନ୍ ଆବଶ୍ୟକ କରିଥାଏ।


 

୪) ପୁଲ୍‌‌ଆଉଟ୍ ପରୀକ୍ଷା

ଏହି ପରୀକ୍ଷାର ମୂଳଭୁତ ଧାରଣା ହେଉଛି କଂକ୍ରିଟ୍‌‌ ମଧ୍ୟରେ ଭର୍ତ୍ତି କରାଯାଇଥିବା କିମ୍ବା କାଷ୍ଟ କରାଯାଇଥିବା ଏକ ଧାତବ ଛଡ଼କୁ ବ୍ୟବହାର କରି ଟାଣିବା। ଟାଣି ହୋଇ ଆସିଥିବା ଶଙ୍କୁର ଆକାର ଏବଂ କଂକ୍ରିଟ୍‌‌ରୁ ତାହାକୁ ଟାଣିଆଣିବା ପାଇଁ ଆବଶ୍ୟକ ହୋଇଥିବା ବଳକୁ ଆଧାର କରି କଂକ୍ରିଟ୍‌‌ର କମ୍ପ୍ରେସିଭ୍ ଶକ୍ତି ନିର୍ଦ୍ଧାରଣ କରାଯାଇଥାଏ।

 

ଯଦିଓ ଏହି ପଦ୍ଧତିକୁ ଉଭୟ ପୁରୁଣା ଓ ନୂଆ ନିର୍ମାଣସ୍ଥଳରେ ସମ୍ପାଦନ କରାଯାଇପାରିବ, କିନ୍ତୁ ଏଥିରେ କଂକ୍ରିଟ୍‌‌ ନଷ୍ଟ ହୋଇଥାଏ। କଂକ୍ରିଟ୍‌‌ର କମ୍ପ୍ରେସିଭ୍ ଶକ୍ତିର ଏହି ପରୀକ୍ଷା ପାଇଁ ସଠିକ୍ ଫଳାଫଳ ପାଇବା ନିମନ୍ତେ ବହୁ ପରିମାଣର କଂକ୍ରିଟ୍ ଆବଶ୍ୟକ ହୋଇଥାଏ।


୫) ଡ୍ରିଲ୍‌‌ଡ କୋର୍

ଏହି ପଦ୍ଧତିରେ, ଢଳେଇ ସ୍ଥାନକୁ ସିଲିଣ୍ଡର ଆକାରର ଛାଞ୍ଚରେ ଆବୃତ କରାଯାଇଥାଏ। ସ୍ଲାବ୍ ମଧ୍ୟରେ ରହିଥିବା ଏହି ଛାଞ୍ଚଗୁଡ଼ିକୁ ତାଜା କଂକ୍ରିଟ୍‌‌ରେ ପୂର୍ଣ୍ଣ କରାଯାଇଥାଏ। ତା’ପରେ ଏହି ନମୁନାଗୁଡ଼ିକୁ କଢ଼ାଯାଏ ଏବଂ କଠିନତା ହାସଲ ପରେ ତାହାକୁ ଚିପୁଡ଼ି ତାହାର ଶକ୍ତି ନିର୍ଦ୍ଧାରଣ କରାଯାଏ।

 

ପରୀକ୍ଷା ପାଇଁ ଉଦ୍ଦିଷ୍ଟ କଂକ୍ରିଟ୍‌‌କୁ ଯଥା ସ୍ଥାନରେ ଲାଗିଥିବା ସ୍ଲାବ୍ ଭଳି ସମାନ କିଓରିଂ ଦ୍ୱାରା ଉପଚାରିତ କରାଯାଉଥିବାରୁ ଏହାର ଫଳାଫଳକୁ ଅଧିକ ସଠିକ୍ ଭାବେ ବିବେଚନା କରାଯାଏ। ହେଲେ, ଏ ପ୍ରକାର ନିର୍ମାଣରେ ସ୍ଲାବ୍‌‌ର ଢାଞ୍ଚାଗତ ଅଖଣ୍ଡତା ଦୁର୍ବଳ ହୋଇଥାଏ ଏବଂ ଫଳାଫଳ କେବଳ ପରୀକ୍ଷାଗାରରୁ ହିଁ ମିଳିଥାଏ। ତା’ପରେ ସିଲିଣ୍ଡରକୁ ବାହାର କରାଯାଇଥିବା ସ୍ଥାନରେ ରହିଥିବା ଗର୍ତ୍ତଗୁଡ଼ିକୁ ପୁନର୍ବାର ଭରିବାର ଆବଶ୍ୟକତା ରହିଥାଏ।


୬) କାଷ୍ଟ-ଇନ୍-ପ୍ଲେସ୍ ସିଲିଣ୍ଡର୍ସ

ଏହି ପଦ୍ଧତିରେ କଠିନତା ହାସଲ କରିସାରିଥିବା କଂକ୍ରିଟ୍‌‌କୁ ଏକ କୋର୍ ଡ୍ରିଲ୍ ବ୍ୟବହାର କରି ସ୍ଲାବ୍‌‌ରୁ କଢ଼ାଯାଇଥାଏ। ଯଥା ସ୍ଥାନରେ ରହିଥିବା କଂକ୍ରିଟ୍‌‌ର ଶକ୍ତିକୁ ମାପିବା ପାଇଁ, ପରେ ଏହି ନମୁନାଗୁଡ଼ିକୁ ଯନ୍ତ୍ରରେ କମ୍ପାକ୍ଟ କରାଯାଇଥାଏ।

 

ଯେହେତୁ ଶକ୍ତି ପରୀକ୍ଷା କରାଯାଉଥିବା କଂକ୍ରିଟ୍‌‌ ଯଥା ସ୍ଥାନରେ ଲାଗିଥିବା କଂକ୍ରିଟ୍ ସହିତ ସମାନ ତାପଜ ଇତିହାସର ଓ କିଓରିଂ ପରିସ୍ଥିତିର ସମ୍ମୁଖୀନ ହୋଇଛି ତେଣୁ ଏହି ନମୁନାଗୁଡ଼ିକୁ ଅଲଗା କରି କିଓର କରାଯାଇଥିବା ନମୁନାଗୁଡ଼ିକ ତୁଳନାରେ ଅଧିକ ନିର୍ଭୁଲ ବିବେଚନା କରାଯାଏ। ହେଲେ, କଂକ୍ରିଟ୍‌‌ର କମ୍ପ୍ରେସିଭ୍ ଶକ୍ତି ପରୀକ୍ଷାର ଏହି ପଦ୍ଧତିରେ ଅନେକ ପରିମାଣର କଂକ୍ରିଟ୍ ନଷ୍ଟ ହୋଇଥାଏ ଏବଂ ସଠିକ ମାପ ପାଇଁ ପରୀକ୍ଷାଗାରରୁ ତଥ୍ୟ ହାସଲ କରିବାକୁ ପଡ଼ିଥାଏ।


 

୭) ଓୟାରଲେସ୍ ମାଚ୍ୟୁରିଟି ସେନ୍ସର୍

ଏହି ପଦ୍ଧତିଟି ଏହି ଧାରଣା ଉପରେ ଆଧାରିତ ଯେ, କଂକ୍ରିଟ୍ ହାଇଡ୍ରେଶନର ତାପମାତ୍ରା ଇତିହାସ ସହିତ କଂକ୍ରିଟ୍‌‌ର ଗୁଣବତ୍ତା ଏବଂ ଶକ୍ତିର ନିବିଡ଼ ଶକ୍ତି ରହିଥାଏ। ଢଳାଯିବା ପୂର୍ବରୁ ଛଡ଼ରେ ଓୟାରଲେସ୍ ସେନ୍ସର୍ ଲଗାଯାଇଥାଏ ଏବଂ ତାହାକୁ କଂକ୍ରିଟ୍ ଫର୍ମୱାର୍କ ମଧ୍ୟରେ ଭର୍ତ୍ତି କରାଯାଇଥାଏ।

 

ଏହି ସେନ୍ସରଗୁଡ଼ିକ ତାପମାତ୍ରା ସମ୍ବନ୍ଧୀୟ ସୂଚନା ସଂଗ୍ରହ କରିଥାଏ, ଯାହା ଓୟାରଲେସ୍ ଭାବେ ଯେକୌଣସି ସ୍ମାର୍ଟ ଡିଭାଇସ୍ ମଧ୍ୟକୁ ସଞ୍ଚାରିତ ହୁଏ ଏବଂ ଆପ୍‌‌ରେ ସଞ୍ଚିତ ହୋଇ ରହେ। ଏହି ତଥ୍ୟ ଏବଂ ଆପ୍‌‌ରେ ମାଚ୍ୟୁରିଟି ସମୀକରଣ ଅନୁଯାୟୀ, କଂକ୍ରିଟ୍‌‌ର କମ୍ପ୍ରେସିଭ୍ ଶକ୍ତିର ହିସାବ କରାଯାଏ।


କଂକ୍ରିଟ୍‌‌ର କମ୍ପ୍ରେସିଭ୍ ଶକ୍ତି ପରୀକ୍ଷାର ହିସାବ

କଂକ୍ରିଟ୍‌‌ର କମ୍ପ୍ରେସିଭ୍ ଶକ୍ତିକୁ ବୁଝିବାରେ, ଶକ୍ତି ପରୀକ୍ଷାର ହିସାବ ଗୁରୁତ୍ୱ ବହନ କରିଥାଏ। ଏହି ପ୍ରକ୍ରିୟାରେ ଏକ କଂକ୍ରିଟ୍ ସିଲିଣ୍ଡରକୁ ଭାଙ୍ଗିବା ପାଇଁ ଆବଶ୍ୟକ ବଳକୁ ନିର୍ଦ୍ଧାରଣ କରିବା ସଂଶ୍ଳିଷ୍ଟ ଅଟେ, ଯାହା ଆମକୁ କମ୍ପ୍ରେସିଭ୍ ଶକ୍ତି ମୂଲ୍ୟାଙ୍କରେ ଫଳାଫଳ ପ୍ରଦାନ କରିଥାଏ। ଇଞ୍ଜିନିୟରମାନେ ଯଥାର୍ଥ ଗାଣିତିକ ସୂତ୍ର ବ୍ୟବହାର କରି ସାମଗ୍ରୀର ଚାପ ସହନ ସାମର୍ଥ୍ୟକୁ ମୂଲ୍ୟାୟନ କରିଥାନ୍ତି। ଏଭଳି ପଦକ୍ଷେପ ନିଆଯାଇ ଢାଞ୍ଚା ଯେପରି ସୁରକ୍ଷା ମାନକକୁ ପୂରଣ କରୁଛି ତାହା ସୁନିଶ୍ଚିତ କରାଯାଇଥାଏ।

 

ସହରର ଆକାର ଦିନକୁ ଦିନ ବଢ଼ିବାରେ ଲାଗିଛି, ତେଣୁ ଢାଞ୍ଚାଗୁଡ଼ିକୁ ସୁରକ୍ଷିତ ଏବଂ ଦୀର୍ଘସ୍ଥାୟୀ କରିବା ପାଇଁ ଏହି ଶକ୍ତି ମୂଲ୍ୟାଙ୍କଗୁଡ଼ିକୁ ବୁଝିବା ଏବଂ ବ୍ୟବହାର କରିବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ। ବିଲଡିଂଗୁଡ଼ିକର ଶକ୍ତିକୁ ସିଧାସଳଖ ପ୍ରଭାବିତ କରୁଥିବା ବିଭିନ୍ନ ପରିସ୍ଥିତିଗୁଡ଼ିକର ମୁକାବିଲା ପାଇଁ ସେଗୁଡ଼ିକୁ ସକ୍ଷମ କରିବା ନିମନ୍ତେ ସାରା ଦେଶରେ ଇଞ୍ଜିନିୟର୍ ଏବଂ ବିଲ୍ଡରମାନେ ଏହି ନିଖୁଣ ହିସାବଗୁଡ଼ିକ ଉପରେ ଭରସା କରିଥାନ୍ତି।



କଂକ୍ରିଟ୍‌‌ର କମ୍ପ୍ରେସିଭ୍ ଶକ୍ତି ପରୀକ୍ଷାର ମୂଲ୍ୟାଙ୍କକୁ ଡିଜାଇନର୍ ଏବଂ ଗୁଣବତ୍ତା ନିୟନ୍ତ୍ରଣ ଇଞ୍ଜିନିୟରମାନେ ସର୍ବାଧିକ ଗୁରୁତ୍ୱ ଦେଇଥାନ୍ତି। ସମାନ ସମୟରେ, କଂକ୍ରିଟ୍‌‌ର ପ୍ରସାର୍ଯ୍ୟ ଶକ୍ତି ହେଉଛି ଆଉ ଏକ ମାନଦଣ୍ଡ ଯାହା ଦୀର୍ଘ ମିଆଦରେ ଢାଞ୍ଚାର ସ୍ଥାୟିତ୍ୱ ଏବଂ ନମନୀୟତାକୁ ଅପେକ୍ଷାକୃତ ଭାବେ ପ୍ରଭାବିତ କରିଥାଏ। ଆପଣ ଯେଉଁ ପଦ୍ଧତି ସମ୍ପର୍କରେ ଜାଣିଛନ୍ତି ଏବଂ ଭରସା କରୁଛନ୍ତି ସେହି ପଦ୍ଧତିକୁ ଆପଣ ଚୟନ କରିପାରନ୍ତି। ହେଲେ, ନିର୍ଭୁଲ୍ ଫଳାଫଳ ପାଇବା ପାଇଁ ସଠିକତା, ଲାଗିଥିବା ସମୟ ଏବଂ ବିନାଶଯୋଗ୍ୟତା ଭଳି ମାନଦଣ୍ଡଗୁଡ଼ିକୁ ମଧ୍ୟ ବିଚାରକୁ ନିଆଯିବା ଆବଶ୍ୟକ। ଅଧିକନ୍ତୁ, କଂକ୍ରିଟ୍‌ର କମ୍ପ୍ରେସିଭ୍ ଶକ୍ତିକୁ ପ୍ରଭାବିତ କରୁଥିବା ବିଭିନ୍ନ କାରକଗୁଡ଼ିକ ସମ୍ପର୍କରେ ପଢ଼ିବା ଓ ଜ୍ଞାନ ଲାଭ କରିବା ଦ୍ୱାରା ଆପଣ ବିଜ୍ଞ ନିଷ୍ପତ୍ତି ନେଇପାରିଥାନ୍ତି।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....