ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


କଂକ୍ରିଟ୍‌‌ରେ କଳଙ୍କି କାହିଁକି ଲାଗିଥାଏ ଏବଂ ତାହାକୁ କିପରି ପ୍ରତିରୋଧ କରାଯାଇପାରିବ

କଂକ୍ରିଟ୍ ହେଉଛି ଏକ ବ୍ୟାପକ ଭାବେ ବ୍ୟବହୃତ ହେଉଥିବା ନିର୍ମାଣ ସାମଗ୍ରୀ, ଯାହା ନିଜର ସ୍ଥାୟିତ୍ୱ ଓ ଶକ୍ତି ପାଇଁ ସୁପରିଚିତ। ହେଲେ, କଳଙ୍କି କାରଣରୁ ଉପୁଜୁଥିବା ସମସ୍ୟାଗୁଡ଼ିକର ବିପଦରୁ ତାହା ମୁକ୍ତ ନୁହେଁ, ତେଣୁ ଏପରି ସମସ୍ୟାକୁ କିପରି ଏଡ଼ାଯିବ ତାହା ଶିଖିବା ଜରୁରୀ ହୋଇଥାଏ।

Share:


କଳଙ୍କି କାରଣରୁ ସୃଷ୍ଟି ହେଉଥିବା ଉଭୟ ଢାଞ୍ଚାଗତ ଏବଂ ଅର୍ଥନୈତିକ ଭାବରେ ସମ୍ଭାବ୍ୟ କ୍ଷତିକୁ ଦୃଷ୍ଟିରେ ରଖି ନିର୍ମାତା ଏବଂ ସମ୍ପତ୍ତି ମାଲିକମାନେ କଳଙ୍କିର କାରଣ ଏବଂ ତାହାକୁ କିପରି ରୋକାଯାଇପାରିବ ସେ ବିଷୟରେ ସଚେତନ ହେବା ଜରୁରୀ।

 

ଏହି ବ୍ଲଗରେ, ଆମେ କଂକ୍ରିଟରେ କଳଙ୍କି ହେବାର କାରଣଗୁଡିକ ବିଷୟରେ ଅନୁଧ୍ୟାନ କରିବୁ ଏବଂ ତାହାକୁ ଆରମ୍ଭ କରିବାରେ ଯୋଗଦାନ ଦେଉଥିବା କାରକଗୁଡିକ ଉପରେ ନଜର ପକାଇବୁ। ପ୍ରଭାବଶାଳୀ ପ୍ରତିଷେଧକ ରଣନୀତି ପ୍ରସ୍ତୁତ କରିବା ପାଇଁ ପରିବେଶଗତ କାରଣଠାରୁ ଆରମ୍ଭ କରି ଖରାପ ନିର୍ମାଣ ଅଭ୍ୟାସ ପର୍ଯ୍ୟନ୍ତ, ମୂଳ କାରଣଗୁଡ଼ିକୁ ବୁଝିବା ଜରୁରୀ ଅଟେ। ଏହାବ୍ୟତୀତ, ଆମେ ଆପଣଙ୍କୁ ଏହି ଢାଞ୍ଚାଗୁଡିକରେ କଳଙ୍କିକୁ ରୋକିବା ପାଇଁ ବ୍ୟବହାରିକ ପଦକ୍ଷେପ ସହିତ ସଶକ୍ତ କରିବୁ। ଏହି ନିବାରଣମୂଳକ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରି, ଆପଣ ନିଜର କଂକ୍ରିଟ୍ ସଂରଚନାଗୁଡ଼ିକର ଦୀର୍ଘାୟୁ ଏବଂ ନିର୍ଭରଯୋଗ୍ୟତାକୁ ସୁନିଶ୍ଚିତ କରିପାରିବେ, ଉଭୟ ସମୟ ଏବଂ ସମ୍ବଳକୁ ଦୀର୍ଘକାଳୀନ ଭାବରେ ସଞ୍ଚୟ କରିପାରିବେ।



କଂକ୍ରିଟ୍‌‌ରେ କଳଙ୍କି ଲାଗିବାର କାରଣ



କଂକ୍ରିଟ୍‌‌ରେ କଳଙ୍କି ଲାଗିବା ଏକ ଜଟିଳ ପ୍ରକ୍ରିୟା ଅଟେ, ଯାହା ଉଭୟ ଆଭ୍ୟନ୍ତରୀଣ ଏବଂ ବାହ୍ୟ ଅନେକ କାରଣ ଦ୍ୱାରା ପ୍ରଭାବିତ ହୋଇଥାଏ । ଫଳପ୍ରଦ ପ୍ରତିରୋଧାତ୍ମକ ରଣନୀତି ବିକଶିତ କରିବା ପାଇଁ ଏହି କାରଣଗୁଡ଼ିକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ । ଆସନ୍ତୁ, କଂକ୍ରିଟ୍ ଢାଞ୍ଚାରେ କଳଙ୍କି ଲାଗିବାରେ ଯୋଗଦାନ କରୁଥିବା କେତେକ ପ୍ରମୁଖ କାରଣଗୁଡ଼ିକୁ ଜାଣିବା:

 

୧. ପାଣି-ସିମେଣ୍ଟ ଅନୁପାତ



କଂକ୍ରିଟ୍‌‌ର ଶକ୍ତି ଏବଂ ସ୍ଥାୟୀତ୍ୱ ନିର୍ଦ୍ଧାରଣ କରିବାରେ ପାଣି ଓ ସିମେଣ୍ଟର ଅନୁପାତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଅତ୍ୟଧିକ ପାଣି-ସିମେଣ୍ଟ ଅନୁପାତ ଫଳରେ କଂକ୍ରିଟର ଭେଦ୍ୟତା ବୃଦ୍ଧି ପାଇଥାଏ, ଯାହା ଦ୍ୱାରା ସେଥିରେ ଜଳ ପ୍ରବେଶ କରିଥାଏ ଓ ସେହି କାରଣବଶତଃ ସେଥିରେ କଳଙ୍କି ଲାଗିବାର ସମ୍ଭାବନା ବଢ଼ିଯାଇଥାଏ। ଅତିରିକ୍ତ ଜଳ କ୍ଲୋରାଇଡ୍ ଆୟନ ଭଳି କ୍ଷୟକାରୀ ଏଜେଣ୍ଟମାନଙ୍କୁ ଷ୍ଟିଲ୍ ଛଡ଼ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପ୍ରବେଶମାର୍ଗ ଭାବରେ କାର୍ଯ୍ୟ କରେ, ଯାହା କଳଙ୍କିର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । କଳଙ୍କିର ଆଶଙ୍କାକୁ ହ୍ରାସ କରିବା ପାଇଁ ଉପଯୁକ୍ତ ପାଣି-ସିମେଣ୍ଟ ଅନୁପାତ ବଜାୟ ରଖିବା ଜରୁରୀ ଅଟେ ।

 

୨. କଂକ୍ରିଟ୍‌‌ରେ ସଂକୋଚନ



କଂକ୍ରିଟ୍ କିଓରିଂ ହେବା ସହିତ ଜଳର ବାଷ୍ପୀକରଣ ହେତୁ ଏହା ସଂକୋଚନ ପ୍ରକ୍ରିୟା ଦେଇ ଗତି କରିଥାଏ । ଏହି ସଂକୋଚନ କଂକ୍ରିଟରେ ଫାଟ ସୃଷ୍ଟି କରିପାରେ, ଯାହା କ୍ଷୟକାରୀ ଉପାଦାନଗୁଡ଼ିକୁ ଷ୍ଟିଲ୍ ଛଡ଼ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ମାର୍ଗ ପ୍ରଶସ୍ତ କରିଦେଇଥାଏ । ଫାଟଗୁଡ଼ିକ ଢାଞ୍ଚାଗତ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିବା ସହିତ ଢାଞ୍ଚାକୁ ଦୁର୍ବଳ କରିଦିଏ ଏବଂ କଳଙ୍କିକୁ ଆରମ୍ଭ ଏବଂ ବିସ୍ତାରିତ ହେବା କରିବା ସହଜ କରିଥାଏ।

 

୩. ସାମଗ୍ରୀର ଗୁଣମାନ

କଂକ୍ରିଟ ନିର୍ମାଣରେ ବ୍ୟବହୃତ ସାମଗ୍ରୀର ଗୁଣବତ୍ତା ସିଧାସଳଖ କଳଙ୍କି ପ୍ରତିରୋଧ କ୍ଷମତାକୁ ପ୍ରଭାବିତ କରିଥାଏ । ନିମ୍ନମାନର ଆଗ୍ରିଗେଟ୍‌‌ସ (ଗୋଡ଼ି/ବଜୁରୀ/ବାଲି) ବା ଷ୍ଟିଲ୍ ଛଡ଼ ସହିତ ଅପର୍ଯ୍ୟାପ୍ତ କଳଙ୍କି ନିରୋଧୀ କ୍ଷମତା କାରଣରୁ କଳଙ୍କି ଆରମ୍ଭ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରେ । ଉନ୍ନତ ମାନର ସାମଗ୍ରୀରେ ପୁଞ୍ଜିନିବେଶ କଲେ କଂକ୍ରିଟ୍ ଢାଞ୍ଚାର ଦୀର୍ଘାୟୁ ଅନେକ ମାତ୍ରାରେ ସୁନିଶ୍ଚିତ କରାଯାଇପାରିବ।

 

୪. କଂକ୍ରିଟ୍‌‌ର ଭେଦ୍ୟତା

ଭେଦ୍ୟତାର ଅର୍ଥ ହେଉଛି କଂକ୍ରିଟ୍ ମଧ୍ୟକୁ ପାଣି ଓ ଅନ୍ୟାନ୍ୟ ଉପାଦାନ ପ୍ରବେଶ କରିବାର ସାମର୍ଥ୍ୟ। ଉଚ୍ଚ ଭେଦ୍ୟତାଯୁକ୍ତ କଂକ୍ରିଟ୍ କ୍ଷୟକାରୀ ଉପାଦାନଗୁଡ଼ିକୁ ଭିତରକୁ ପ୍ରବେଶ କରିବା ଏବଂ ଇସ୍ପାତ ଛଡ଼ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଅନୁମତି ଦେଇଥାଏ, ଯାହାଫଳରେ କଳଙ୍କି ଲାଗିବାର ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଯାଏ। ଉପଯୁକ୍ତ ମିଶ୍ରଣ ଡିଜାଇନ୍ ଏବଂ ଆଡିଟିଭ୍‌‌ଗୁଡ଼ିକର ବ୍ୟବହାର କରି ଆମେ କଂକ୍ରିଟ୍‌‌ର ଭେଦ୍ୟତାକୁ ହ୍ରାସ କରିପାରିବା ଓ ତାହାର ସ୍ଥାୟିତ୍ୱକୁ ବୃଦ୍ଧି କରିପାରିବା।

 

୫. ଆର୍ଦ୍ରତା

ଆର୍ଦ୍ରତା କଳଙ୍କି ଲାଗିବାର ଏକ ଗୁରୁତ୍ୱପୂର୍ଣ୍ଣ କାରକ ଅଟେ। ଉଚ୍ଚ ଆର୍ଦ୍ରତାଯୁକ୍ତ ଅଞ୍ଚଳ କିମ୍ବା ନିରନ୍ତର ଭାବେ ଜଳ ସଂସ୍ପର୍ଶରେ ଆସୁଥିବା କଂକ୍ରିଟ୍‌‌ଗୁଡ଼ିକରେ କଳଙ୍କିର ସମ୍ଭାବନା ବିଶେଷ ରୂପେ ଅଧିକ ହୋଇଥାଏ। ଆର୍ଦ୍ରତା ଏପରି ଏକ ପରିବେଶ ସୃଷ୍ଟି କରିଥାଏ, ଯେଉଁଠି କ୍ଷୟକାରୀ ଉପାଦାନଗୁଡ଼ିକ ଇସ୍ପାତ ଛଡ଼ ସହ ପ୍ରତିକ୍ରିୟା ସୃଷ୍ଟି କରନ୍ତି ଏବଂ କାଳକ୍ରମେ କଳଙ୍କି ଲାଗିବା ଆରମ୍ଭ ହୋଇଯାଏ।

 

୫. କଂକ୍ରିଟ୍‌‌ର ଶକ୍ତି



କଂକ୍ରିଟ୍ ସହଜାତ ଭାବେ ଦୃଢ଼ ହୋଇଥାଏ, କିନ୍ତୁ ନିମ୍ନ ମାନର ଡିଜାଇନ୍, ଅନୁପଯୁକ୍ତ ମିଶ୍ରଣ ଅନୁପାତ, ଉପଯୁକ୍ତ କିଓରିଂର ଅଭାବ ଏବଂ ଭୁଲ୍ ଢଳେଇ ଏହାର ଶକ୍ତିକୁ ନକାରାତ୍ମକ ଭାବେ ପ୍ରଭାବିତ କରିପାରେ। ଦୁର୍ବଳ କଂକ୍ରିଟ୍ ସହଜରେ କ୍ଷତିଗ୍ରସ୍ତ ହୋଇଥାଏ ଓ ଫାଟିଯାଇଥାଏ ଓ ଶେଷରେ ସେଥିରେ କଳଙ୍କି ଲାଗିଯାଇଥାଏ।

 

 

କଂକ୍ରିଟ୍‌‌ରେ କଳଙ୍କିକୁ କିପରି ପ୍ରତିରୋଧ କରିବେ?



କଂକ୍ରିଟ୍‌‌ରେ କଳଙ୍କିର ପ୍ରତିରୋଧ କାର୍ଯ୍ୟରେ ଉତ୍ତମ ନିର୍ମାଣ ଅଭ୍ୟାସ, ରଣନୀତିପୂର୍ଣ୍ଣ ସାମଗ୍ରୀ ଚୟନ ଏବଂ ନିୟମିତ ରକ୍ଷଣାବେକ୍ଷଣ ଅନ୍ତର୍ଭୁକ୍ତ ହୋଇଥାଏ। ସୁରକ୍ଷାତ୍ମକ ପଦକ୍ଷେପ ଗ୍ରହଣ କରି ଆମେ ଆମର କଂକ୍ରିଟ୍ ଢାଞ୍ଚାଗୁଡ଼ିକୁ କଳଙ୍କିର କ୍ଷତିକାରକ ପ୍ରଭାବରୁ ରକ୍ଷା କରିପାରିବା। ଆସନ୍ତୁ କଂକ୍ରିଟ୍‌‌ରେ କଳଙ୍କିକୁ ପ୍ରତିରୋଧ କରିବା ପାଇଁ କେତେକ ଫଳପ୍ରଦ ରଣନୀତି ସମ୍ପର୍କରେ ଆଲୋଚନା କରିବା:

 

୧. କଂକ୍ରିଟ୍‌‌ର କ୍ୱାଲିଟି



କଳଙ୍କି ନିରୋଧର ମୂଳନୀତି ହେଉଛି ଉଚ୍ଚ-କ୍ୱାଲିଟିର କଂକ୍ରିଟ୍ ବ୍ୟବହାର କରିବା। ସଠିକ୍ ମିଶ୍ରଣ ଡିଜାଇନ୍, ଉପଯୁକ୍ତ କିଓରିଂ କୌଶଳ ତଥା ଆଗ୍ରିଗେଟ୍‌‌ସର ଉପଯୋଗ କଂକ୍ରିଟ୍‌‌ର ସ୍ଥାୟିତ୍ୱ ଏବଂ କଳଙ୍କି ପ୍ରତିରୋଧ କ୍ଷମତାକୁ ବୃଦ୍ଧି କରିପାରିବ। ଏକ ସୁନିର୍ମିତ କଂକ୍ରିଟ୍ କଳଙ୍କି ବିରୁଦ୍ଧରେ ସୁରକ୍ଷା ପ୍ରଥମ ବନ୍ଧ ଗଠନ କରିଥାଏ।

 

୨. ଇପକ୍ସି କୋଟିଂ



ଇପକ୍ସି କୋଟିଂ ବା ଲେପ କଂକ୍ରିଟ୍ ପୃଷ୍ଠଭାଗକୁ ଉତ୍କୃଷ୍ଟ ସୁରକ୍ଷାତ୍ମକ ଆସ୍ତରଣ ଯୋଗାଇଥାଏ। ଏହି ଲେପଗୁଡ଼ିକ ପ୍ରତିବନ୍ଧକ ରୂପେ କାମ କରିଥାଏ ଏବଂ କଂକ୍ରିଟ୍‌‌କୁ କ୍ଷୟକାରୀ ଉପାଦାନଗୁଡ଼ିକର ସଂସ୍ପର୍ଶରେ ଆସିବାରୁ ରକ୍ଷା କରିଥାଏ। ଇପକ୍ସି କୋଟିଂଗୁଡ଼ିକ କଳଙ୍କିକୁ ପ୍ରତିରୋଧ କରିବା ସହିତ ଉନ୍ନତ ରାସାୟନିକ ପ୍ରତିରୋଧ କ୍ଷମତା ଏବଂ ସୌନ୍ଦର୍ଯ୍ୟ ମଧ୍ୟ ଯୋଗାଇଥାଏ। ଏହାବ୍ୟତୀତ, ଇପକ୍ସି ଗ୍ରାଉଟ୍‌‌କୁ କଂକ୍ରିଟ୍‌‌ର ମରାମତି ଓ ସୁଦୃଢ଼ୀକରଣ ପାଇଁ ବ୍ୟବହାର କରି ତାହାର ଜୀବନକାଳକୁ ବୃଦ୍ଧି କରାଯାଇପାରିବ।

 

୩. ପଲିମେରିକ୍ ଫାଇବର୍

କଂକ୍ରିଟ୍ ମିଶ୍ରଣରେ ପଲିମେରିକ୍ ଫାଇବର୍ ଯୋଗ କରାଗଲେ ସଙ୍କୋଚନଜନିତ ଫାଟର ନିୟନ୍ତ୍ରଣ ହୋଇଥାଏ, ଯେଉଁ ଫାଟଗୁଡ଼ିକ କ୍ଷୟକାରକ ଉପାଦାନଗୁଡ଼ିକର ପ୍ରବେଶମାର୍ଗ ହୋଇଥାଏ। ଏହି ଫାଇବରଗୁଡ଼ିକ କଂକ୍ରିଟ୍‌‌ର ସାମଗ୍ରିକ ଶକ୍ତି ଏବଂ ସ୍ଥାୟିତ୍ୱ ବୃଦ୍ଧି କରିବା ସହିତ କଳଙ୍କିର ଆଶଙ୍କାକୁ ହ୍ରାସିତ କରିଥାଏ।

 

୪. ଉପଯୁକ୍ତ କାରିଗରୀ



ଦକ୍ଷ ଏବଂ ଯତ୍ନଶୀଳ ନିର୍ମାଣ କାର୍ଯ୍ୟାଭ୍ୟାସ କଳଙ୍କି ପ୍ରତିରୋଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ, ଯାହା କଂକ୍ରିଟ୍‌‌ରେ ଥିବା ଷ୍ଟିଲ୍‌‌କୁ କଳଙ୍କିରୁ ସୁରକ୍ଷା ଯୋଗାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ନିର୍ମାଣ ସମୟରେ ଉପଯୁକ୍ତ କମ୍ପାକ୍ସନ୍ କରାଗଲେ, ରିଇନଫୋର୍ସମେଣ୍ଟରେ ଉପଯୁକ୍ତ ଆଚ୍ଛାଦନ ଏବଂ ଛୋଟ ଛୋଟ କଥାଗୁଡ଼ିକ ଉପରେ ଧ୍ୟାନ ଦିଆଗଲେ ତ୍ରୁଟିର ସମ୍ଭାବନା ନ୍ୟୂନତମ ହୋଇଥାଏ ଏବଂ କଳଙ୍କିର ଆଶଙ୍କା ସୃଷ୍ଟି କରୁଥିବା ଫାଟକୁ ପ୍ରତିରୋଧ କରାଯାଇପାରିଥାଏ।

 

୫. କଳଙ୍କିନିରୋଧୀ ଧାତବର ବ୍ୟବହାର

ରିଇନଫୋର୍ସମେଣ୍ଟ ଷ୍ଟିଲ୍ ଚୟନ କରିବା ସମୟରେ କଳଙ୍କି ଲାଗୁ ନ ଥିବା କିମ୍ବା କଳଙ୍କି ନିରୋଧୀ ସାମଗ୍ରୀ ଚୟନ କରନ୍ତୁ, ଯେପରିକି- ଷ୍ଟେନଲେସ୍ ଷ୍ଟିଲ୍ ଏବଂ ଇପକ୍ସି ଲେପଯୁକ୍ତ ଷ୍ଟିଲ୍। ଏହି ସାମଗ୍ରୀଗୁଡ଼ିକ କ୍ଷୟକାରକ ପରିବେଶକୁ ସହିବା ପାଇଁ ଡିଜାଇନ୍ ହୋଇଥାଏ ଏବଂ ସେଗୁଡ଼ିକ କଂକ୍ରିଟ୍ ଢାଞ୍ଚାର ଜୀବନକାଳକୁ ଅପେକ୍ଷାକୃତ ବୃଦ୍ଧି କରିପାରିଥାଏ।

 

୬. କୋଟିଂର ବ୍ୟବହାର

ଶେଷରେ, କଂକ୍ରିଟ୍‌ରେ ଏକ ଲେପ ବା କୋଟିଂ ବାହ୍ୟ କ୍ଷତିକାରକ ଉପାଦାନ ବିରୁଦ୍ଧରେ ଅତିରିକ୍ତ ସୁରକ୍ଷାମୂଳକ ଆସ୍ତରଣ ଯୋଗାଇଥାଏ। ଏହି କୋଟିଂଗୁଡ଼ିକ କଳଙ୍କିନିରୋଧୀ ରଙ୍ଗରୁ ଆରମ୍ଭ କରି ସିଲାଣ୍ଟ ରୂପରେ ଉପଲବ୍ଧ ହୋଇଥାଏ। ଏଗୁଡ଼ିକ ପାଣି ଓ କ୍ଷୟକାରକ ଉପାଦାନକୁ କଂକ୍ରିଟ୍ ମଧ୍ୟକୁ ପ୍ରବେଶ କରିବାରୁ ରୋକିଥାଏ। ଏହି ଲେପନଗୁଡ଼ିକ ନିୟମିତ ତଦାରଖ ଏବଂ ରକ୍ଷଣାବେକ୍ଷଣ ଦୀର୍ଘ ସମୟ ପାଇଁ ସେଗୁଡ଼ିକର ପ୍ରଭାବକୁ ସୁନିଶ୍ଚିତ କରିଥାଏ ଏବଂ କଂକ୍ରିଟ୍‌‌ରେ କଳଙ୍କିକୁ ପ୍ରତିରୋଧ କରିଥାଏ।



କଂକ୍ରିଟ୍‌ରେ କଳଙ୍କି ଲାଗିବା ଏକ ଗୁରୁତର ସମସ୍ୟା ଅଟେ ଯାହା ସମୟ ସହିତ କଂକ୍ରିଟ୍ ଢାଞ୍ଚାଗୁଡ଼ିକର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଥାଏ। ପାଣି-ସିମେଣ୍ଟର ଅନୁପାତ, ସଙ୍କୋଚନ ଏବଂ ସାମଗ୍ରୀର କ୍ୱାଲିଟି ଭଳି ମୂଳ କାରଣଗୁଡ଼ିକୁ ବୁଝିବା ଦ୍ୱାରା ଆପଣ କଳଙ୍କିକୁ ପ୍ରତିରୋଧ କରିବା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିପାରିବେ। ଇପକ୍ସି କୋଟିଂ, ପଲିମେରିକ୍ ଫାଇବର୍ ଏବଂ ଉପଯୁକ୍ତ କାରିଗରୀ ପ୍ରମୁଖ ପ୍ରତିରୋଧମୂଳକ ପଦକ୍ଷେପ ଅଟେ। ମନେ ରଖନ୍ତୁ ପ୍ରତିରୋଧ ପାଇଁ ଆଜି ନିବେଶ ଆପଣଙ୍କୁ ଭବିଷ୍ୟତ ପାଇଁ କଂକ୍ରିଟ୍ ନିର୍ମାଣର ଦୀର୍ଘଜୀବନ ଏବଂ ନିର୍ଭରଯୋଗ୍ୟତାକୁ ସୁନିଶ୍ଚିତ କରିଥାଏ।



ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

 

୧) କେଉଁ କଂକ୍ରିଟ୍ ଅଧିକ କଳଙ୍କି ପ୍ରବଣ ହୋଇଥାଏ?

ଉଚ୍ଚ ପାଣି-ରୁ-ସିମେଣ୍ଟ ଅନୁପାତ ଥିବା, ନିମ୍ନ ମାନର ସାମଗ୍ରୀରେ ତିଆରି ହୋଇଥିବା, ଅଧିକ ଜଳଭେଦ୍ୟତା ରହିଥିବା ଏବଂ ଅପର୍ଯ୍ୟାପ୍ତ କିଓରିଂ କରାଯାଇ ନ ଥିବା କଂକ୍ରିଟ୍‌‌ରେ କଳଙ୍କି ସୃଷ୍ଟି ହେବାର ସମ୍ଭାବନା ଅଧିକ ହୋଇଥାଏ। ଏହାବ୍ୟତୀତ, କ୍ଲୋରାଇଡ୍, ସଲଫେଟ୍ କିମ୍ବା ଅତି ପ୍ରତିକୂଳ ପାଣିପାଗ ଭଳି ଅବକ୍ଷୟକାରୀ ଉପଦାନ ସଂସ୍ପର୍ଶରେ ଆସୁଥିବା ଢାଞ୍ଚାଗୁଡ଼ିକ ଅଧିକ କଳଙ୍କି ପ୍ରବଣ ହୋଇଥାଏ।

 

୨) ଆର୍‌‌‌‌ସିସିରେ କଳଙ୍କିର ପ୍ରଭାବ କ’ଣ ହୋଇଥାଏ?

ରିଇନଫୋର୍ସଡ୍ ସିମେଣ୍ଟ କଂକ୍ରିଟ୍ (ଆର୍‌‌ସିସିି)ରେ କଳଙ୍କି ଲାଗିବା କାରଣରୁ ଆୟତନ ସମ୍ପ୍ରସାରଣ ହୋଇପାରେ, ଯାହା ଫଳରେ ଆଭ୍ୟନ୍ତରୀଣ ଚାପ ଏବଂ ଫାଟ ଦେଖାଦେଇପାରେ ଓ ତାହାର ଭାର ବହନ କ୍ଷମତା ଓ ଢାଞ୍ଚାଗତ ଅଖଣ୍ଡତା ହ୍ରାସିତ ହୋଇପାରେ। ଏହାଫଳରେ ଭାର ବହନ କ୍ଷମତା ହ୍ରାସିତ ହୋଇଥାଏ, ଚାପ ଅଧୀନରେ ଢାଞ୍ଚାର କାର୍ଯ୍ୟଦକ୍ଷତା କମିଯାଇଥାଏ ଏବଂ ଶେଷରେ ଢାଞ୍ଚାର ଅଖଣ୍ଡତା ଦୁର୍ବଳ ହୋଇଯାଇଥାଏ।

 

୩) କଂକ୍ରିଟ୍‌‌ର ସ୍ଥାୟିତ୍ୱ ଉପରେ କଳଙ୍କିର ପ୍ରଭାବ କ’ଣ ହୋଇଥାଏ?

କଳଙ୍କି କାରଣରୁ କଂକ୍ରିଟ୍‌‌ର ଜଳଭେଦ୍ୟତା ବଢ଼ିଯାଇଥାଏ, ଯାହାଫଳରେ କଂକ୍ରିଟ୍‌‌‌‌ରେ ଫାଟ, ବିଖଣ୍ଡନ ଦେଖାଦେଇଥାଏ ଏବଂ ଶେଷରେ ତାହା ଭୁଷୁଡ଼ିପଡ଼ିଥାଏ। ଏହି କାରକଗୁଡ଼ିକ କଂକ୍ରିଟ୍‌‌ ଢାଞ୍ଚାର ସ୍ଥାୟିତ୍ୱ ଓ ଜୀବନକାଳକୁ ଅପେକ୍ଷାକୃତ ହ୍ରାସ କରିଥାଏ ଏବଂ ଖୁବ୍ ଶୀଘ୍ର ଏବଂ ମହଙ୍ଗା ମରାମତି ଓ ପ୍ରତିବଦଳ ଆବଶ୍ୟକ କରିଥାଏ।

 

୪) କଂକ୍ରିଟ୍‌‌ କଳଙ୍କିକୁ କେଉଁ ସାମଗ୍ରୀଗୁଡ଼ିକ ପ୍ରତିରୋଧ କରିପାରିବ?

ପ୍ରତିରୋଧମୂଳକ ସାମଗ୍ରୀଗୁଡ଼ିକ ମଧ୍ୟରେ ଉଚ୍ଚ-କ୍ୱାଲିଟିର ଆଗ୍ରିଗେଟ୍ ଏବଂ ସିମେଣ୍ଟ, ଇପକ୍ସି ଗ୍ରାଉଟ୍, ପଲିମେରିକ୍ ଫାଇବର, ଷ୍ଟେନଲେସ୍ ଷ୍ଟିଲ୍ ଭଳି ଅଣ-ଅବକ୍ଷୟଶୀଳ ଧାତବ ଏବଂ ସୁରକ୍ଷାମୂଳକ କଂକ୍ରିଟ୍ କୋଟିଂ ଅନ୍ତର୍ଭୁକ୍ତ ଅଟେ। ନିର୍ମାଣ ପର୍ଯ୍ୟାୟରେ ଏହିସବୁ ସାମଗ୍ରୀ ଓ ସାଧନ ବ୍ୟବହାର କରାଗଲେ ଦୀର୍ଘମିଆଦ ଧରି କଂକ୍ରିଟ୍‌‌ର ଅବକ୍ଷୟ ପ୍ରତିରୋଧୀ କ୍ଷମତା ସୁନିଶ୍ଚିତ ହୋଇଥାଏ।

 

୫) କେଉଁ ସାମଗ୍ରୀ କଂକ୍ରିଟ୍‌‌କୁ କ୍ଷତିଗ୍ରସ୍ତ କରି ନ ଥାଏ?

ଷ୍ଟେନଲେସ୍ ଷ୍ଟିଲ୍ ଏବଂ ଗାଲଭାନାଇଜ୍‌‌ଡ ଷ୍ଟିଲ୍ ଭଳି ଧାତବଗୁଡ଼ିକର ସ୍ୱଳ୍ପତର ପ୍ରତିକ୍ରିୟାଶୀଳତା ସ୍ତର ଯୋଗୁଁ ସେଗୁଡ଼ିକ କଂକ୍ରିଟ୍‌‌ରେ କଳଙ୍କି ସୃଷ୍ଟି କରିବାର ସମ୍ଭାବନା କମ୍ ଥାଏ। ସେଗୁଡ଼ିକର ଅବକ୍ଷୟ ନିରୋଧୀ ସାମର୍ଥ୍ୟ କାରଣରୁ ଦୀର୍ଘମିଆଦୀ ସ୍ଥାୟିତ୍ୱ ଏବଂ ରକ୍ଷଣାବେକ୍ଷଣ ବାବଦୀୟ ସଞ୍ଚୟ ପାଇଁ ତାହା ଫଳପ୍ରଦ ବିକଳ୍ପ ସାବ୍ୟସ୍ତ ହୋଇଥାଏ।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....