ୱାଟରପ୍ରୁଫିଙ୍ଗ୍ ପଦ୍ଧତିଗୁଡ଼ିକ, ମଡେର୍ଣ୍ଣ କିଚେନ୍ ଡିଜାଇନ୍ସ, ହୋମ୍ ପାଇଁ ବାସ୍ତୁ ଉପଦେଶ, Home Construction cost

ସମ୍ପର୍କ କରନ୍ତୁ

ଆପଣଙ୍କର ଉତ୍ତର ଏଠାରେ ପାଆନ୍ତୁ

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |



ଘର ନିର୍ମାଣ ପାଇଁ ବଜେଟ୍: ଘର ତିଆରି ପାଇଁ ସ୍ମାର୍ଟ ବଜେଟିଂ

ଆପଣଙ୍କ ସ୍ୱପ୍ନର ଘର ତିଆରି କରୁଛନ୍ତି? ବିଜ୍ଞତାର ସହିତ ନିଜ ବଜେଟ୍ ଯୋଜନା ପ୍ରସ୍ତୁତ କରନ୍ତୁ! ଆମର ଏହି ବ୍ୟାପକ ଗାଇଡ୍ ରେ ନିର୍ମାଣର ବିଭିନ୍ନ ପର୍ଯ୍ୟାୟ, ନିର୍ମାଣ ବଜେଟ୍ ର ଜରୁରୀ ଉପାଦାନ ଏବଂ ନିଜ ସମ୍ବଳ ମଧ୍ୟରେ ଗୃହ ନିର୍ମାଣ ପାଇଁ ବିଶେଷଜ୍ଞଙ୍କ ଟିପ୍ସ ପାଆନ୍ତୁ ।

Share:


ନିଜର ସ୍ୱପ୍ନର ଘର ଗଢ଼ିବା ଏକ ଜୀବନର ଏକ ରୋମାଞ୍ଚକ ଯାତ୍ରା ହୋଇଥାଏ, କିନ୍ତୁ ଏହା ଯତ୍ନଶୀଳ ଆର୍ଥିକ ଯୋଜନା ମଧ୍ୟ ଆବଶ୍ୟକ କରିଥାଏ । ଘର ତିଆରି ପାଇଁ ଏକ ସୁପ୍ରସ୍ତୁତ ନିର୍ମାଣ ବଜେଟ୍ ଏହା ସୁନିଶ୍ଚିତ କରିଥାଏ ଯେ, ଆପଣଙ୍କର ପ୍ରକଳ୍ପ ଯେପରି ସୁଚାରୁ ରୂପେ ଆଗକୁ ବଢ଼େ ଓ ସେ ବାବଦୀୟ ଖର୍ଚ୍ଚ ଆପଣଙ୍କ ଆର୍ଥିକ ସମ୍ବଳ ମଧ୍ୟରେ ହିଁ ରହେ । ଏହି ବ୍ଲଗ୍‌‌ରେ, ଆମେ ନିର୍ମାଣର ବିଭିନ୍ନ ପର୍ଯ୍ୟାୟ, ନିର୍ମାଣ ପାଇଁ ବଜେଟ୍ ପ୍ରସ୍ତୁତ କରିବାର ମହତ୍ତ୍ୱ, ନିର୍ମାଣ ବଜେଟ୍ ରେ କ’ଣସବୁ ଅନ୍ତର୍ଭୁକ୍ତ ହୋଇଥାଏ ତାହା ଜାଣିବା ଏବଂ ଏ ବାବଦରେ ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା । ଆପଣ ଏକ ନୂଆ ଘର ତିଆରି କରୁଥାନ୍ତୁ କିମ୍ବା ନିଜର ବିଦ୍ୟମାନ ଘରକୁ ମରାମତି ବା ନବୀକରଣ କରୁଥାନ୍ତୁ, ବଜେଟିଂ ପ୍ରକ୍ରିୟାକୁ ବୁଝିବା ଦ୍ୱାରା ଆପଣଙ୍କର ପ୍ରକଳ୍ପ ସଫଳ ଏବଂ ଚିନ୍ତାମୁକ୍ତ ପ୍ରକ୍ରିୟା ହୋଇଯାଇଥାଏ ।

 

 



ନିର୍ମାଣର ବିଭିନ୍ନ ପର୍ଯ୍ୟାୟ ଏବଂ ମୋଟ ବ୍ୟୟର ଶତକଡ଼ା



ଏକ ନିର୍ଭୁଲ୍ ନିର୍ମାଣ ବଜେଟ୍ ତିଆରି କରିବା ପାଇଁ, ନିର୍ମାଣର ବିଭିନ୍ନ ପର୍ଯ୍ୟାୟ ଏବଂ ମୋଟ ବ୍ୟୟରେ ସେଗୁଡ଼ିକର ପ୍ରଭାବକୁ ବୁଝିବା ମହତ୍ତ୍ୱପୂର୍ଣ୍ଣ ଅଟେ । ଏହି ପ୍ରକ୍ରିୟାରେ ସାଧାରଣତଃ ସାଇଟ୍ ପ୍ରସ୍ତୁତି, ଫାଉଣ୍ଡେସନ୍, ଫ୍ରେମିଂ, ପ୍ଲମ୍ବିଂ ଏବଂ ବୈଦ୍ୟୁତିକ କାର୍ଯ୍ୟ, ଇଣ୍ଟେରିୟର୍ ଫିନିଶ୍ ତଥା ଲ୍ୟାଣ୍ଡସ୍କେପିଂ କାର୍ଯ୍ୟ ସାମିଲ ରହିଥାଏ । ପ୍ରତ୍ୟେକ ପର୍ଯ୍ୟାୟରେ ମୋଟ ବ୍ୟୟର ଏକ ନିର୍ଦ୍ଦିଷ୍ଟ ଶତକଡ଼ା ଆବଶ୍ୟକ ହୋଇଥାଏ । ଉଦାହରଣସ୍ୱରୂପ, ସାଇଟ୍ ପ୍ରସ୍ତୁତି ପାଇଁ ମୋଟ ବଜେଟର ପାଖାପାଖି 5% ଆବଶ୍ୟକ ହେଉଥିବା ବେଳେ, ଇଣ୍ଟେରିୟର୍ ଫିନିଶିଂ ପାଇଁ 25% କିମ୍ବା ତା’ଠାରୁ ଅଧିକ ଶତକଡ଼ା ଆବଶ୍ୟକ ହୋଇପାରେ । ଏହି ଶତକଡ଼ାଗୁଡ଼ିକୁ ବୁଝିବା ଦ୍ୱାରା ଆପଣ, ନିର୍ମାଣର ବିଭିନ୍ନ ପର୍ଯ୍ୟାୟ ଦେଇ ଆଗକୁ ବଢ଼ୁଥିବା ସମୟରେ, ଦକ୍ଷତାର ସହିତ ପ୍ରତ୍ୟେକ ପର୍ଯ୍ୟାୟ ପାଇଁ ବଜେଟ୍ ଆବଣ୍ଟନ କରିବାରେ ସାହାଯ୍ୟ ପାଇପାରିବେ ।

 

 

ନିର୍ମାଣ ବଜେଟିଂର ମହତ୍ତ୍ୱ

ଏକ ସୁ-ନିୟୋଜିତ ନିର୍ମାଣ ବଜେଟ୍ କେବଳ ସଂଖ୍ୟାଗୁଡ଼ିକୁ ନେଇ ଗଠିତ ହୋଇ ନ ଥାଏ; ବରଂ ଏଥିରେ ଆପଣଙ୍କ ପ୍ରକଳ୍ପର ସଫଳତାର ପ୍ରାକ୍-ଯୋଜନା ରହିଥାଏ । ନିର୍ମାଣ ବଜେଟିଂ କାହିଁକି ଜରୁରୀ ତାହାର କାରଣଗୁଡ଼ିକ ତଳେ ଦିଆଗଲା:

 

1. ଆର୍ଥିକ ଯୋଜନା

ଏକ ବଜେଟ୍ ପ୍ରସ୍ତୁତ କରିବା ଦ୍ୱାରା ଆପଣ ନିଜର ଖର୍ଚ୍ଚଗୁଡ଼ିକର ଯୋଜନା କରିପାରନ୍ତି ଓ ସେହି ଅନୁସାରେ ପାଣ୍ଠିକୁ ଆବଣ୍ଟିତ କରିପାରନ୍ତି । ଏହାଦ୍ୱାରା ଆପଣଙ୍କୁ ବାସ୍ତବବାଦୀ ଲକ୍ଷ୍ୟ ନିର୍ଦ୍ଧାରିତ କରିବା, ଆବଶ୍ୟକତାରୁ ଅଧିକ ଖର୍ଚ୍ଚାନ୍ତ ହେବାରୁ ବଞ୍ଚିବା ଏବଂ ନିଜର ଆର୍ଥିକ ସମ୍ବଳର ପରିସର ମଧ୍ୟରେ ରହିବାରେ ସାହାଯ୍ୟ ମିଳିଥାଏ ।

 

2. ଜରୁରୀ ଆବଶ୍ୟକତା ଏବଂ ଅଭିଳାଷ ମଧ୍ୟ ପ୍ରାଥମିକତା ସ୍ଥିର କରିବା

ବଜେଟ୍ ପ୍ରସ୍ତୁତ କରିବା ପରେ, ଆପଣ ନିଜର ଜରୁରୀ ଆବଶ୍ୟକତା ଏବଂ ଅଭିଳାଷଗୁଡ଼ିକର ପ୍ରାଥମିକତା ଆରମ୍ଭରୁ ହିଁ ସ୍ଥିର କରିପାରିବେ । ଏହାଦ୍ୱାରା ପ୍ରକଳ୍ପର ଅତ୍ୟାବଶ୍ୟକ ଉପାଦାନ ପାଇଁ ପାଣ୍ଠିର ଆବଣ୍ଠନ ସୁନିଶ୍ଚିତ ହେବା ସହିତ ଇଚ୍ଛାଧୀନ ବୈଶିଷ୍ଟ୍ୟାବଳୀ କିମ୍ବା ଅପଗ୍ରେଡ୍ ଗୁଡ଼ିକ ମଧ୍ୟ ଧ୍ୟାନରେ ରହିପାରିଥାଏ ।

 

3. ବ୍ୟୟକୁ ନିୟନ୍ତ୍ରଣ କରିବା

ନିଜ ବଜେଟ୍ ଉପରେ ସତର୍କ ନଜର ରଖି ଆପଣ ଅନାବଶ୍ୟକ ଖର୍ଚ୍ଚକୁ ପ୍ରତିରୋଧ କରିପାରିବେ, ଖଚ୍ଚ-ସଞ୍ଚୟକାରୀ ସୁଯୋଗକୁ ଚିହ୍ନଟ କରିପାରିବେ ଏବଂ ସମଗ୍ର ନିର୍ମାଣ ପ୍ରକ୍ରିୟାରେ ସୁଚିନ୍ତିତ ନିଷ୍ପତ୍ତି ଗ୍ରହଣ କରିପାରିବେ ।

 

4. ଆର୍ଥିକ ଅସୁବିଧାକୁ ଏଡ଼ାଇବା

ଏକ ସୁ-ପ୍ରବନ୍ଧିତ ବଜେଟ୍ ଆପଣଙ୍କୁ ଆର୍ଥିକ ଅପ୍ରୀତିକର ପରିସ୍ଥିତି ଓ ଅପ୍ରତ୍ୟାଶିତ ଖର୍ଚ୍ଚକୁ ଏଡ଼ାଇବାରେ ସାହାଯ୍ୟ କରିଥାଏ । ଏହା ଆପଣଙ୍କୁ ଆଗୁଆ ପ୍ରସ୍ତୁତ ରହିବା ଏବଂ ନିର୍ମାଣ ପ୍ରକ୍ରିୟା ସମୟରେ ଆକସ୍ମିକ ଭାବେ ଉପୁଜିଥିବା ଯେକୌଣସି ଅପ୍ରତ୍ୟାଶିତ ପରିସ୍ଥିତିର ମୁକାବିଲା କରିବା ପାଇଁ ଅନୁମତି ଦେଇଥାଏ ।

 

 

ଏହି ନିର୍ମାଣ ବଜେଟରେ କ’ଣସବୁ ଅନ୍ତର୍ଭୁକ୍ତ ହୋଇଥାଏ?

ଏକ ବ୍ୟାପକ ନିର୍ମାଣ ବଜେଟରେ ସମସ୍ତ ପ୍ରତ୍ୟାଶିତ ଖର୍ଚ୍ଚ ଏବଂ ଘରକୁ ବଜେଟ ମଧ୍ୟରେ ନିର୍ମାଣ କରିବାର ଆର୍ଥିକ ଦିଗଗୁଡ଼ିକ ଅନ୍ତର୍ଭୁକ୍ତ ହୋଇଥାଏ । ଏକ ନିର୍ମାଣ ବଜେଟରେ ଅନ୍ତର୍ଭୁକ୍ତ ହୋଇଥିବା କେତେକ ପ୍ରମୁଖ ଉପାଦାନଗୁଡ଼ିକ ହେଲା:

 

1. ନିର୍ମାଣ ସାମଗ୍ରୀ

ଏହା ମଧ୍ୟରେ ପ୍ରକଳ୍ପ ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ବାବଦୀୟ ଖର୍ଚ୍ଚ ଅନ୍ତର୍ଭୁକ୍ତ ହୋଇଥାଏ, ଯେପରିକି- କାଠଗଡ଼, କଂକ୍ରିଟ୍, ଛାତ (ରୁଫିଂ) ସାମଗ୍ରୀ, ଓୟାରିଂ, ପ୍ଲମ୍ବିଂ ଫିକ୍ସର୍, ଏବଂ ଫ୍ଲୋରିଂ ।

 

2. ଲେବର୍ ଖର୍ଚ୍ଚ

କଣ୍ଟ୍ରାକ୍ଟର, ସବ୍-କଣ୍ଟ୍ରାକ୍ଟର ଏବଂ କୁଶଳୀ ଶ୍ରମିକମାନଙ୍କୁ ନିୟୋଜିତ କରିବା ବଜେଟର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥାଏ । ପ୍ରକଳ୍ପର ଆକାର ଏବଂ ଜଟିଳତା ଆଧାରରେ ଲେବର୍ ଖର୍ଚ୍ଚ ଭିନ୍ନ ଭିନ୍ନ ହୋଇଥାଏ ।

 

3. ପରମିଟ୍ ଓ ଫିସ୍

ବିଲଡିଂ ପରମିଟ୍, ନିରୀକ୍ଷଣ ଫିସ୍ ଏବଂ ଅନ୍ୟାନ୍ୟ ନିୟାମକ ଆବଶ୍ୟକତାଗୁଡ଼ିକୁ ବଜେଟରେ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ ।

 

4. ଡିଜାଇନ୍ ଏବଂ ଆର୍କିଟେକ୍ଚରାଲ୍ ଫିସ୍

ଯଦି ଆପଣ ଜଣେ ଆର୍କିଟେକ୍ଟ କିମ୍ବା ଡିଜାଇନ୍ ପେସାଦାରଙ୍କ ସହିତ କାମ କରୁଛନ୍ତି ତେବେ ସେମାନଙ୍କର ଫିସ୍ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ପଡ଼ିବ ।

 

5. ସାଇଟ୍ ପ୍ରସ୍ତୁତି

ସାଇଟ୍ ସଫେଇ, ଖନନ, ଗ୍ରେଡିଂ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଭୂମିକାମକୁ ବଜେଟିଂ ସମୟରେ ବିଚାରକୁ ନିଆଯିବା ଉଚିତ୍ ।



6. ଉପଯୋଗିତା ଏବଂ ଭିତ୍ତିଭୂମି

ପାଣି, ବିଜୁଳି, ଗ୍ୟାସ୍ ଏବଂ ସିୱେଜ୍ ପ୍ରଣାଳୀ ଭଳି ଉପଯୋଗିତାକୁ ସଂଯୋଗ କରିବା ବାବଦୀୟ ଖର୍ଚ୍ଚଗୁଡ଼ିକୁ ସାମିଲ ଆବଶ୍ୟକ ।

 

7. ଆକସ୍ମିକତା ପାଣ୍ଠି

ନିର୍ମାଣ ପ୍ରକ୍ରିୟା ସମୟରେ ଉଭା ହୋଇଥିବା ଅପ୍ରତ୍ୟାଶିତ ବ୍ୟୟ ଏବଂ ପରିବର୍ତ୍ତନଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ଆକସ୍ମିକତା ପାଣ୍ଠିରେ ପାଣ୍ଠି ଆବଣ୍ଟନ କରାଯିବା ଜରୁରୀ ହୋଇଥାଏ ।

 

8. ବୀମା

ନିଜକୁ ତଥା ପ୍ରକଳ୍ପକୁ ସୁରକ୍ଷିତ ରଖିବା ପାଇଁ ବିଲ୍ଡର୍ସ ରିସ୍କ ବୀମା ଏବଂ ଲାୟାବିଲିଟି ବୀମା ମହତ୍ତ୍ୱପୂର୍ଣ୍ଣ ଅଟେ ।

 

9. ଫାଇନାନ୍ସିଂ ଖର୍ଚ୍ଚ

ଯଦି ଆପଣ ନିର୍ମାଣ ଋଣ ନେଉଛନ୍ତି, ତେବେ ସୁଧ ପରିଶୋଧ ଓ ତତ୍-ସମ୍ବନ୍ଦୀୟ ଫି’ଗୁଡ଼ିକୁ ମଧ୍ୟ ବିଚାରକୁ ନିଅନ୍ତୁ ।

 

10. ଲ୍ୟାଣ୍ଡସ୍କେପିଂ

ଲ୍ୟାଣ୍ଡସ୍କେପିଂ, ଡ୍ରାଇଭୱେ ଏବଂ ଆଉଟଡୋର୍ ସୁବିଧା ବାବଦୀୟ ଖର୍ଚ୍ଚଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ଦ୍ୱାରା ସାମଗ୍ରିକ ବଜେଟ୍ ସମ୍ପୂର୍ଣ୍ଣ ହୋଇଯାଇଥାଏ ।



ଏକ ସଫଳ ଗୃହ ନିର୍ମାଣ ପ୍ରକଳ୍ପ ପାଇଁ ଏକ ସୁ-ନିୟୋଜିତ ନିର୍ମାଣ ବଜେଟ୍ ଜରୁରୀ ହୋଇଥାଏ । ଏହାଦ୍ୱାରା ଆପଣ ବ୍ୟବସ୍ଥିତ ରହିପାରନ୍ତି, ବାସ୍ତବବାଦୀ ଲକ୍ଷ୍ୟ ସ୍ଥିର କରିପାରନ୍ତି ଏବଂ ସମଗ୍ର ପ୍ରକ୍ରିୟାରେ ସୁଚିନ୍ତିତ ନିଷ୍ପତ୍ତି ଗ୍ରହଣ କରିବାରେ ସକ୍ଷମ ହୋଇପାରନ୍ତି । ଯତ୍ନର ସହିତ ପାଣ୍ଠିର ଆବଣ୍ଟନ କରି ଏବଂ ଖର୍ଚ୍ଚଗୁଡ଼ିକ ଉପରେ ନଜର ରଖି, ଆପଣ ନିଜର ନିର୍ମାଣ ଯାତ୍ରାରେ ବାଧାରହିତ ଭାବେ ଆଗକୁ ବଢ଼ିପାରିବେ ଏବଂ ନିଜର ଆର୍ଥିକ ସୀମିତତା ମଧ୍ୟରେ ରହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିପାରିବେ । ମନେ ରଖନ୍ତୁ, ଏକ ସୁ-ପ୍ରସ୍ତୁତ ବଜେଟ୍ ଆପଣଙ୍କ ସ୍ୱପ୍ନର ଘରର ମୂଳଦୁଆ ହୋଇଥାଏ ।




ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |



ପରାମର୍ଶିତ ଭିଡିଓଗୁଡିକ |





  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....