Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ଆମର ପ୍ରଡକ୍ଟସ୍
ଅଲ୍ଟ୍ରାଟେକ୍ ବିଲଡିଂ ପ୍ରଡକ୍ଟସ୍
Share:
ଟାଇଲ୍ ଆଢ଼େସିଭ୍ର ଅନ୍ୟତମ ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଏହା ଉତ୍କୃଷ୍ଟ ବଣ୍ଡିଂ ବା ବନ୍ଧନ ଶକ୍ତି। ଏହା ଟାଇଲ୍ ଓ ନିମ୍ନସ୍ଥ ପୃଷ୍ଠ ମଧ୍ୟରେ ଏକ ଦୃଢ଼, ସ୍ଥାୟୀ ବନ୍ଧନ ସୃଷ୍ଟି କରିଥାଏ, ଯାହାଫଳରେ ଟାଇଲ୍ ସମୟକ୍ରମେ ସ୍ଥାନାନ୍ତରିତ ହୁଏ ନାହିଁ, ଫାଟେନାହିଁ କିମ୍ବା ଢିଲା ପଡ଼ିଯାଏ ନାହିଁ। ଅତ୍ୟଧିକ ଯାତାୟାତ କରାଯାଉଥିବା ଅଞ୍ଚଳ କିମ୍ବା ଆର୍ଦ୍ରତା ପ୍ରବଣ ଜାଗାଗୁଡ଼ିକରେ, ଯେଉଁଠି ଟାଇଲ୍ ନିରନ୍ତର ବ୍ୟବହାରକୁ ସହିବା ଆବଶ୍ୟକ ହେଉଥିବ, ସେଠାରେ ଏହା ବିଶେଷ ମହତ୍ତ୍ୱ ରଖିଥାଏ। ଏହାବ୍ୟତୀତ, ଇପକ୍ସି ଗ୍ରାଉଟ୍ର ବ୍ୟବହାର କରାଗଲେ ଟାଇଲ୍ କରାଯାଇଥିବା ପୃଷ୍ଠଭାଗର ସାମଗ୍ରିକ କାର୍ଯ୍ୟଦକ୍ଷତା ଏବଂ ସ୍ଥାୟିତ୍ୱ ବୃଦ୍ଧି ପାଇଥାଏ।
ବିଭିନ୍ନ ପ୍ରକାର ଟାଇଲ୍ ଆଢ଼େସିଭ୍ ଟାଇଲ୍ ବିଛାହୋଇଥିବା ପୃଷ୍ଠଭାଗକୁ ନମନୀୟତା ଏବଂ ସ୍ଥିରତା ପ୍ରଦାନ କରିଥାଏ। ଏହା ତାପମାତ୍ରା ପରିବର୍ତ୍ତନ କାରଣରୁ ଘଟୁଥିବା ଟାଇଲ୍ର ସାମାନ୍ୟ ଚଳନ (ସଙ୍କୋଚନ ବା ପ୍ରସାରଣ)କୁ ଅନୁମତି ଦେଇଥାଏ, ଯାହାଫଳରେ ଟାଇଲ୍ ଫାଟିବା କିମ୍ବା ଭାଙ୍ଗିବାର ଆଶଙ୍କା ହ୍ରାସିତ ହୁଏ। ଆଢ଼େସିଭ୍ ଟାଇଲ୍ ପାଇଁ ଏକ ସ୍ଥିର ଆଧାର ଦେଇଥାଏ, ଯାହାଫଳରେ ବର୍ଷ ବର୍ଷ ଧରି ଟାଇଲ୍ ସୁରକ୍ଷିତ ଭାବେ ଗୋଟିଏ ଜାଗାରେ ରହିବା ସୁନିଶ୍ଚିତ ହୋଇପାରେ।
ଏହି ଆଢ଼େସିଭ୍ଗୁଡ଼ିକରେ ସାଧାରଣତଃ ଜଳ-ନିରୋଧି ଗୁଣଧର୍ମ ରହିଥାଏ, ତେଣୁ ସେଗୁଡ଼ିକ ବାଥ୍ରୁମ୍ ଓ କିଚେନ୍ ଭଳି ଜଳ ସଂସ୍ପର୍ଶରେ ଆସୁଥିବା ସ୍ଥାନଗୁଡ଼ିକ ପାଇଁ ଆଦର୍ଶ ଅଟେ। ଏହା ଏକ ବନ୍ଧ ସୃଷ୍ଟି କରିଥାଏ ଯାହା ପାଣିକୁ ଭେଦିବାକୁ ଦେଇ ନ ଥାଏ, ଫଳରେ ପାଣିଜନିତ କ୍ଷତି କିମ୍ବା ଟାଇଲ୍ ତଳେ ଶିଉଳି ଜମିବାର ଆଶଙ୍କା ହ୍ରାସ ପାଇଥାଏ। ଏହାବ୍ୟତୀତ, ନିର୍ଦ୍ଦିଷ୍ଟ କେତେକ ପ୍ରକାର ଆଢ଼େସିଭ୍ରେ ଆର୍ଦ୍ରତା ନିୟନ୍ତ୍ରଣ ଗୁଣଧର୍ମ ରହିଥାଏ, ଯାହାଫଳରେ ସେଗୁଡ଼ିକୁ ଓଦା ନିମ୍ନସ୍ଥ ପୃଷ୍ଠଭାଗରେ ବ୍ୟବହାର କରିହୁଏ।
ଟାଇଲ୍ ଆଢ଼େସିଭ୍ଗୁଡ଼ିକୁ ଉପଭୋକ୍ତା-ଅନୁକୂଳ ଭାବେ ଡିଜାଇନ୍ କରାଯାଇଥାଏ ଏବଂ ସେଗୁଡ଼ିକୁ ନେଇ କାମ କରିବା ସହଜ ହୋଇଥାଏ। ଏହା ବ୍ୟବହାର-ପାଇଁ-ପ୍ରସ୍ତୁତ ରୂପରେ ଆସିଥାଏ, ତେଣୁ ମିଶାମିଶି କରିବା ଓ ମୋର୍ଟାର୍ ସିମେଣ୍ଟ ତିଆରି କରିବାର ଆବଶ୍ୟକତା ନ ଥାଏ। ମସୃଣ ପ୍ରଗାଢ଼ତା ସହିତ ଏହାକୁ ପ୍ରୟୋଗ କରିବ ଓ ସମାନ ରୂପେ ଲେପିବା ସହଜ ହୋଇଥାଏ, ଯାହାଫଳରେ ତାହାକୁ ସବୁ ଜାଗାରେ ସମାନ ରୂପେ ଲଗାଯାଇପାରେ ଏବଂ ସଂଲଗ୍ନତା ସୁନିଶ୍ଚିତ ହୋଇଥାଏ। ବ୍ୟବହାରର ଏହି ସହଜତା କାରଣରୁ ଟାଇଲ୍ ବିଛାଇବା ପ୍ରକ୍ରିୟା ଅଧିକ ଦ୍ରୁତ ଓ ଅଧିକ ଫଳପ୍ରଦ ହୋଇଯାଏ।
ଟାଇଲ୍ ଆଢ଼େସିଭ୍ର ବ୍ୟବହାର ଟାଇଲ୍ ସ୍ଥାପନାର ଏକ ମୂଲ୍ୟ-ସାଶ୍ରୟୀ ବିକଳ୍ପ ହୋଇପାରେ। ଏହା ମୋର୍ଟାର୍ ସିମେଣ୍ଟ ଭଳି ଅତିରିକ୍ତ ସାମଗ୍ରୀର ଆବଶ୍ୟକତାକୁ ଦୂର କରିଥାଏ, ଯାହାଫଳରେ ଉଭୟ ସାମଗ୍ରୀ ଏବଂ ଶ୍ରମିକ ବାବଦୀୟ ଖର୍ଚ୍ଚ ହ୍ରାସ ହୋଇଥାଏ। ଏହାବ୍ୟତୀତ, ଟାଇଲ୍ ଆଢ଼େସିଭ୍ର ଫଳପ୍ରଦତା ଏବଂ ସ୍ଥାୟିତ୍ୱ କାରଣରୁ ଦୀର୍ଘମିଆଦୀ ସଞ୍ଚୟ ମଧ୍ୟ ହୋଇଥାଏ, କାରଣ ଆଗକୁ ଯାଇ ଆପଣଙ୍କୁ ମରାମତି କିମ୍ବା ଟାଇଲ୍ ବଦଳାଇବା ଲାଗି ଖର୍ଚ୍ଚାନ୍ତ ହେବାକୁ ପଡ଼ି ନ ଥାଏ।
ଅନେକ ପ୍ରକାର ଟାଇଲ୍ ଆଢ଼େସିଭ୍ ଉପଲବ୍ଧ ଏବଂ ପ୍ରତ୍ୟେକ ନିର୍ଦ୍ଦିଷ୍ଟ ପ୍ରକାର ଟାଇଲ୍ ଏବଂ ସ୍ଥାପନା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି। କେତେକ ସାଧାରଣ ପ୍ରକାର ଟାଇଲ୍ଗୁଡ଼ିକ ହେଲା:
ମାନକ ଗଠନ ଏବଂ ଅଧିକ ଛିଦ୍ରାଳ ଟାଇଲ୍ଗୁଡ଼ିକ ପାଇଁ ଟାଇପ୍ ୧ ଆଢ଼େସିଭ୍ ଉପଯୁକ୍ତ ଅଟେ। ଏହାକୁ ସାଧାରଣତଃ ବିଭିନ୍ନ ପୃଷ୍ଠଭୂମିରେ ନନ୍-ଭିଟ୍ରିଫାଏଡ୍ ସେରାମିକ୍ ଟାଇଲ୍ସ ଏବଂ ଛିଦ୍ରାଳ ପଥର ପାଇଁ ବ୍ୟବହାର କରାଯାଏ। ଏହି ଆଢ଼େସିଭ୍ ଅଧିକାଂଶ ସେରାମିକ୍ ଟାଇଲ୍ସ ପାଇଁ ଏକ ସୁରକ୍ଷିତ ବନ୍ଧନ ଦେଇଥାଏ ଏବଂ ଏହା ଆଭ୍ୟନ୍ତରୀଣ ପ୍ରୟୋଗ ପାଇଁ ଉପଯୁକ୍ତ ବିକଳ୍ପ ଅଟେ।
ଟାଇପ୍ ୨ ଆଢ଼େସିଭ୍ ସ୍ୱଳ୍ପ ଛିଦ୍ରାଳ ଟାଇଲ୍ସ ଲାଗି ଆଦର୍ଶ ଅଟେ, ଯାହା ମଧ୍ୟରେ ଭିଟ୍ରିଫାଏଡ୍ କିମ୍ବା ସମ୍ପୂର୍ଣ୍ଣ ଭିଟ୍ରିଫାଏଡ୍ ଟାଇଲ୍ସ, ଗ୍ଲାସ୍ ମୋଜାଇକ୍ ଟାଇଲ୍ସ ଏବଂ ଘନ ପଥର ଅନ୍ତର୍ଭୁକ୍ତ। ଏହା ଆଭ୍ୟନ୍ତରୀଣ ଏବଂ ବାହ୍ୟ ପ୍ରୟୋଗ ସମେତ ଓଦା ଏବଂ ସନ୍ତସନ୍ତିଆ ଅଞ୍ଚଳଗୁଡ଼ିକ ପାଇଁ ସୁପାରିସଯୋଗ୍ୟ। ଏହି ଆଢ଼େସିଭ୍ ବର୍ଦ୍ଧିତ ବଣ୍ଡିଂ ଶକ୍ତି ଏବଂ ସ୍ଥିରତା ଆବଶ୍ୟକ କରୁଥିବା ସ୍ଥାପନାଗୁଡ଼ିକ ପାଇଁ ଉପଯୁକ୍ତ।
ଟାଇପ୍ ୩ ଆଢ଼େସିଭ୍ ପ୍ଲାଷ୍ଟର୍ କିମ୍ବା କଂକ୍ରିଟ୍ ଭଳି ବାହ୍ୟ କାନ୍ଥ ପୃଷ୍ଠଭାଗ ପାଇଁ ଡିଜାଇନ୍ ହୋଇଥାଏ। ଏହା ସେରାମିକ୍, ମାଟି, ଚିନାମାଟି କିମ୍ବା ଗ୍ଲାସ୍ ମୋଜାଇକ୍ ଟାଇଲ୍ ତଥା ସମସ୍ତ ପ୍ରାକୃତିକ ପଥର ଟାଇଲ୍ସ ପାଇଁ ଉପଯୁକ୍ତ ଅଟେ। ଏହି ଆଢ଼େସିଭ୍ ବାହ୍ୟ କାନ୍ଥଗୁଡ଼ିକରେ ଲାଗିଥିବା ଟାଇଲ୍ଗୁଡ଼ିକୁ ଭରସାଯୋଗ୍ୟ ସଂଲଗ୍ନତା ଏବଂ ଶକ୍ତି ପ୍ରଦାନ କରିଥାଏ।
ଟାଇପ୍ ୪ ଆଢ଼େସିଭ୍ଗୁଡ଼ିକ ଡ୍ରାଏ ୱାଲ୍ବୋର୍ଡ ପୃଷ୍ଠଭାଗରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ହୋଇଥାଏ। ଏହା ଧାତବ କିମ୍ବା ଇଞ୍ଜିନିୟର୍ଡ ପଥରକୁ ଛାଡ଼ି ବିଭିନ୍ନ ପ୍ରକାର ଟାଇଲ୍ ଏବଂ ପଥର ପାଇଁ ଉପଯୁକତ୍ ଅଟେ। ଏହି ଆଢ଼େସିଭ୍କୁ ଜିପସମ୍ ବୋର୍ଡ, ପ୍ଲାଏଉଡ୍, କାଠ ଏବଂ ଅନ୍ୟାନ୍ୟ ଶୁଷ୍କ ପୃଷ୍ଠଭାଗରେ ବ୍ୟବହାର କରାଯାଇପାରିବ, ଯାହା ଏକ ସୁରକ୍ଷିତ ବଣ୍ଡ୍କୁ ସୁନିଶ୍ଚିତ କରିଥାଏ।
ଟାଇପ୍ ୫ ଆଢ଼େସିଭ୍କୁ ବିଶେଷ ରୂପେ କାଚ କିମ୍ବା ଧାତବ ପୃଷ୍ଠଭାଗରେ ଲଗାଯାଇଥିବା ଟାଇଲ୍ସ ଓ ପଥର ପାଇଁ ଡିଜାଇନ୍ କରାଯାଇଛି। ଏହା ଧାତବ ଟାଇଲ୍ସ, ଗ୍ଲାସ୍ ଟାଇଲ୍ସ ଏବଂ ଇଞ୍ଜିନିୟର୍ଡ ପଥର ତଥା ସିମେଣ୍ଟ ଆଧାରିତ ପୃଷ୍ଠଭାଗ ଉପରେ ଅନ୍ୟ ପ୍ରକାର ଟାଇଲ୍ସ ଓ ପଥର ପାଇଁ ଉପଯୁକ୍ତ ଅଟେ। ବିଶେଷ ସ୍ଥାପନାଗୁଡ଼ିକ ପାଇଁ ଏହି ଆଢ଼େସିଭ୍ ଉତ୍କୃଷ୍ଟ ସଂଲଗ୍ନତା ଯୋଗାଇଥାଏ।
ଟାଇଲ୍ ସ୍ଥାପନ କରିବା ପାଇଁ ବିଭିନ୍ନ ପ୍ରକାର ଟାଇଲ୍ ଆଢ଼େସିଭ୍ ବ୍ୟବହାର କରିବା ଦ୍ୱାରା ଅନେକ ଲାଭ ମିଳିଥାଏ ଏବଂ ଏକ ସଫଳ ଓ ଦୀର୍ଘସ୍ଥାୟୀ ପରିଣତି ପ୍ରାପ୍ତ ହୋଇଥାଏ । କେତେକ ପ୍ରମୁଖ ଲାଭଗୁଡ଼ିକ ହେଲା:
ଏକ ଟାଇଲ୍ ପେଷ୍ଟ ଆଢ଼େସିଭ୍ ଉତ୍କୃଷ୍ଟ ସଂଲଗ୍ନତା ଦେଇଥାଏ ଏବଂ ଟାଇଲ୍କୁ ନିଖୁଣ ସଳଖତା ଓ ସମତଳତା ପ୍ରଦାନ କରିଥାଏ। ଏହା ପାରମ୍ପରିକ ମୋର୍ଟାର୍ ଭଳି ନୁହେଁ, ଯାହା ଅସମତଳ ପୃଷ୍ଠଭାଗ କିମ୍ବା ଟାଇଲ୍ ଖସିବାର କାରଣ ସାଜିଥାଏ। ଆଢ଼େସିଭ୍ ଏହା ସୁନିଶ୍ଚିତ କରିଥାଏ ଯେ, ପ୍ରତ୍ୟେକ ଟାଇଲ୍ ପୃଷ୍ଠଭାଗ ସହିତ ସୁଦୃଢ଼ ଭାବେ ବାନ୍ଧି ହୋଇ ରହିବ ଏବଂ ଆପଣଙ୍କୁ ଏକ ସ୍ମୁଦ୍ ଏବଂ ନିଖୁଣ ସଳଖତାଯୁକ୍ତ ଫିନିଶ୍ ମିଳିବ।
ପାରମ୍ପରିକ ମୋର୍ଟାର୍ ଆଧାରିତ ପ୍ରୟୋଗ ତୁଳନାରେ ଏହି ଆଢ଼େସିଭ୍ଗୁଡ଼ିକ ସ୍ଥାପନ ସମୟକୁ ଅପେକ୍ଷାକୃତ ହ୍ରାସ କରିଥାଏ। ଏହାର ବ୍ୟବହାର-ପାଇଁ-ପ୍ରସ୍ତୁତ ଗଠନ ସମୟ-ସାପେକ୍ଷ ମିଶ୍ରଣ ଓ ପ୍ରସ୍ତୁତିର ଆବଶ୍ୟକତାକୁ ଦୂର କରିଥାଏ। ପ୍ରୟୋଗରେ ସହଜତା ଏବଂ ଶୀଘ୍ର ଶୁଖିବାର ଗୁଣଧର୍ମ କାରଣରୁ ଟାଇଲିଂ ପ୍ରକଳ୍ପଗୁଡ଼ିକ ଶୀଘ୍ର ସରିଥାଏ, ତେଣୁ ଏହା ଏକ ସମୟ-ଦକ୍ଷ ବିକଳ୍ପ ହୋଇଥାଏ।
ଟାଇଲ୍ ଆଢ଼େସିଭ୍ ଟାଇଲ୍ ସ୍ଥାପନା ପ୍ରକ୍ରିୟାକୁ ସରଳୀକୃତ କରିଥାଏ, ଯାହାଫଳରେ ଏହା ଅଧିକ ଫଳପ୍ରଦ ହୁଏ ଏବଂ ହ୍ରାସିତ ଶ୍ରମବଳ ଆବଶ୍ୟକ କରିଥାଏ। ସହଜରେ ପ୍ରୟୋଗ ଏବଂ ମସୃଣ ଭାବେ ବ୍ୟାପ୍ତ ହେବାର ଗୁଣଧର୍ମ କାରଣରୁ ଟାଇଲ୍ ବିଛାଳିମାନେ ଅଧିକ ଦକ୍ଷ ଭାବେ କାମ କରିପାରନ୍ତି ଏବଂ କମ୍ ସମୟରେ ଅଧିକ ଜାଗାରେ ଟାଇଲ୍ ବିଛାଇପାରନ୍ତି। ଏହାବ୍ୟତୀତ, ଆଢ଼େସିଭ୍ର ସୁଦୃଢ଼ ବଣ୍ଡିଂ ଗୁଣଧର୍ମ ବ୍ୟାପକ ପୁନଃକାର୍ଯ୍ୟ କିମ୍ବା ମରାମତିର ଆବଶ୍ୟକତାକୁ ଦୂର କରିଥାଏ, ତେଣୁ ଶ୍ରମବଳର ଆବଶ୍ୟକତା ଆହୁରି ହ୍ରାସ ହୋଇଥାଏ।
ଟାଇଲ୍ ଆଢ଼େସିଭ୍ ଟାଇଲ୍ ଓ ନିମ୍ନସ୍ଥ ପୃଷ୍ଠଭାଗ ମଧ୍ୟରେ ଉତ୍କୃଷ୍ଟ ବଣ୍ଡିଂ ବା ବନ୍ଧନ ଶକ୍ତି ଯୋଗାଇଥାଏ। ଏହି ସୁଦୃଢ଼ ବନ୍ଧନ କାରଣୁ ଟାଇଲ୍ ଦୃଢ଼ ଭାବେ ଗୋଟିଏ ଜାଗାରେ ରହିବା ସୁନିଶ୍ଚିତ ହୋଇଥାଏ, ଅତ୍ୟଧିକ ଚଳପ୍ରଚଳ କରାଯାଉଥିବା କିମ୍ବା ଅତ୍ୟଧିକ ଆର୍ଦ୍ରତା ରହିଥିବା ଜାଗାଗୁଡ଼ିକରେ ମଧ୍ୟ। ଏହାକୁ ବ୍ୟବହାର କଲେ ସମୟ ସହିତ ଟାଇଲ୍ ଢିଲା ପଡ଼ିବା, ଖଣ୍ଡିଆ ହେବା କିମ୍ବା ଫାଟିବାର ଆଶଙ୍କା ହ୍ରାସିତ ହୁଏ, ତେଣୁ ଆପଣଙ୍କୁ ଏକ ଦୀର୍ଘସ୍ଥାୟୀ ଓ ଅଧିକ ମଜବୁତ ଟାଇଲ୍ଯୁକ୍ତ ପୃଷ୍ଠଭାଗ ମିଳିଥାଏ। ଅପର୍ଯ୍ୟାପ୍ତ ସଂଲଗ୍ନତା କାରଣରୁ ବାହାରି ଆସୁଥିବା ଟାଇଲ୍ ବା ଟାଇଲ୍ ପପିଂର ଘଟଣାକୁ ଏହା ଫଳପ୍ରଦ ଢଙ୍ଗରେ ନ୍ୟୂନତମ କରିଥାଏ।
ଟାଇଲ୍ ବିଛା ହୋଇଥିବା ପୃଷ୍ଠଭାଗର ଦୃଢ଼ତା, ସ୍ଥିରତା ଏବଂ ସୌନ୍ଦର୍ଯ୍ୟକୁ ସୁନିଶ୍ଚିତ କରିବାରେ ଟାଇଲ୍ ଆଢ଼େସିଭ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଉପଯୁକ୍ତ ପ୍ରକାର ଟାଇଲ୍ ଆଢେସିଭ୍ ବ୍ୟବହାର କରି ଏବଂ ଉପଯୁକ୍ତ ସ୍ଥାପନା କୌଶଳ ଆପଣାଇ ଆପଣ ପେସାଦାର ଏବଂ ସୁନ୍ଦର ସ୍ଥାପନା ହାସଲ କରିପାରିବେ। ଆବାସିକ ହେଉ କି ବାଣିଜ୍ୟିକ ପ୍ରକଳ୍ପ ହେଉ, ଟାଇଲ୍ସରେ ଆଢ଼େସିଭ୍ ବ୍ୟବହାର କରିବା ଏକ ସ୍ମାର୍ଟ ଚଏସ୍ ଅଟେ, ଯାହା ଏକ ସଫଳ ପରିଣାମର ଗ୍ୟାରେଣ୍ଟି ଦେଇଥାଏ।