ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ପେଣ୍ଟ୍ ବବ୍‌‌ଲିଂ କ’ଣ? କାନ୍ଥରେ ପେଣ୍ଟ୍ ବ୍ଲିଷ୍ଟରିଂର ସାଧାରଣ କାରଣ ଏବଂ ସମାଧାନ

ଘରମାଲିକ ଓ ନିଜ ଘରର କାମ ନିଜେ କରିବାକୁ ପସନ୍ଦ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ପେଣ୍ଟ୍ ବବ୍‌‌ଲିଂ ଏକ ବିରକ୍ତିକର ସମସ୍ୟା ହୋଇପାରେ। ଏହା କେବଳ ଯେ ଆପଣଙ୍କ ଘର କାନ୍ଥର ସୌନ୍ଦର୍ଯ୍ୟକୁ ନଷ୍ଟ କରେ ତାହା ନୁହେଁ, ବରଂ ଏହା ଅନ୍ୟାନ୍ୟ ନିହିତ କାରଣ ଓ ସମ୍ଭାବ୍ୟକୁ କ୍ଷତିର ସୂଚନା ମଧ୍ୟ ଦେଇଥାଏ। ଏହି ବ୍ଲଗ୍‌‌ରେ ଆମେ କାନ୍ଥରେ ଦେଖାଦେଉଥିବା ପେଣ୍ଟ୍‌‌ ବବ୍‌‌ଲିଂର ସାଧାରଣ କାରଣଗୁଡ଼ିକ ସମ୍ପର୍କରେ ଜାଣିବୁ ଏବଂ ଏହି ସମସ୍ୟାକୁ ଫଳପ୍ରଦ ଢଙ୍ଗରେ ସମାଧାନ କରିବାର ବ୍ୟାବହାରିକ ସମାଧାନ ସମ୍ପର୍କରେ ଆପଣଙ୍କୁ ଜଣାଇବୁ।

Share:


ଆପଣଙ୍କ ଘର କାନ୍ଥର ପୃଷ୍ଠରେ ଦେଖାଦେଉଥିବା ଅସୁନ୍ଦର ଫୁଲା ବା ଫୋଟକାଗୁଡ଼ିକୁ ଲକ୍ଷ୍ୟ କରିଛନ୍ତି କି? ପେଣ୍ଟ୍ ବବ୍‌‌ଲିଂ ବା ପେଣ୍ଟ୍ ବ୍ଲିଷ୍ଟରିଂ ଏକ ବିରକ୍ତିଜନକ ସମସ୍ୟା ଅଟେ ଯାହା ଆପଣଙ୍କ ଘରର ରୂପକୁ ଅସୁନ୍ଦର କରିବା ସହ ଘରର ରଙ୍ଗ କାର୍ଯ୍ୟର ସାମଗ୍ରିକ ଅବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ।


ରଙ୍ଗ କରାହୋଇଥିବା କାନ୍ଥର ଭିତରପଟୁ ବୁଦବୁଦା ବା ଫୁଲା ଦେଖାଗଲେ ଏପରି ଘଟଣା ଘଟିଥାଏ। ଫଳରେ ରଙ୍ଗର ଆସ୍ତରଣ ଉପରକୁ ଉଠି ଅସୁନ୍ଦର ଦେଖାଯାଏ। କାନ୍ଥର ଠାଏ ଠାଏ ଛୋଟରୁ ବଡ଼ ଫୁଲା ବା ଫୋଟକା ଦେଖାଦିଏ। ଯଦି ତାହାର ଉପଚାର କରା ନ ଯାଏ, ତେବେ ସମୟକ୍ରମେ କାନ୍ଥର ରଙ୍ଗ ଫାଟିବାକୁ ଲାଗେ ଓ ସ୍ଥିତି ଆହୁରି ଖରାପ ହୋଇଯାଏ। ଏବଂ ତାହା ଯୋଗୁଁ ଆପଣଙ୍କୁ ମରାମତି ବାବଦରେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ଏହି ବ୍ଲଗ୍‌‌ରେ ଆମେ ପେଣ୍ଟ୍‌‌ ବବ୍‌‌ଲିଂ ପଛରେ ଥିବା ସାଧାରଣ କାରଣଗୁଡ଼ିକ ସମ୍ପର୍କରେ ଆଲୋଚନା କରିବା ସହିତ ଏହି ସମସ୍ୟାର ନିବାରଣ କରିବା ଓ ସଜାଡ଼ିବା ପାଇଁ ଫଳପ୍ରଦ ସମାଧାନ ପ୍ରଦାନ କରିବୁ, ଯାହାଦ୍ୱାରା ଆପଣଙ୍କ କାନ୍ଥର ସୌନ୍ଦର୍ଯ୍ୟ ଓ ଶୋଭା ବଜାୟ ରହିପାରିବ।

 


କାନ୍ଥରେ ପେଣ୍ଟ୍ ବବ୍‌‌ଲିଂର କାରଣଗୁଡ଼ିକ କ’ଣ?



ପେଣ୍ଟ୍ ବା ରଙ୍ଗ ଉପରେ ଫୋଟକା ଦେଖାଯିବାର କାରଣ ଅନେକ ହୋଇପାରେ, ଯାହା ରଙ୍ଗ କରାଯାଇଥିବା କାନ୍ଥକୁ କ୍ଷତି ପହଞ୍ଚାଇପାରେ। ଏହି ସମସ୍ୟାକୁ ଫଳପ୍ରଦ ଢଙ୍ଗରେ ମୁକାବିଲା କରିବା ପାଇଁ ତାହାର କାରଣଗୁଡ଼ିକୁ ଜାଣିରଖିବା ଗୁରୁତ୍ୱପୂର୍ଣ୍ଣ। ଏହି ସମସ୍ୟା ପଛରେ ରହିଥିବା କେତେକ ସାଧାରଣ କାରଣ ଏବଂ ସେଗୁଡ଼ିକୁ ସଜାଡ଼ିବାର ସମାଧାନ ସମ୍ପର୍କରେ ଆସନ୍ତୁ ଜାଣିବା:

 

୧. ଅପରିଷ୍କାର ପେଣ୍ଟିଂ ପୃଷ୍ଠଭାଗ

ପେଣ୍ଟ୍ ବବ୍‌‌ଲିଂର ଏକ ପ୍ରମୁଖ କାରଣ ହେଉଛି ଅପରିଷ୍କାର କିମ୍ବା ଠିକ୍ ଭାବେ ପ୍ରସ୍ତୁତ କରାଯାଇ ନ ଥିବା ପୃଷ୍ଠଭାଗ ଉପରେ ରଙ୍ଗ କରିବା। ରଙ୍ଗ କରାଯାଉଥିବା ପୃଷ୍ଠଭାଗରେ ଧୂଳିମଳି, ଗ୍ରୀଜ୍ କିମ୍ବା ଅନ୍ୟ କୌଣସି ଉପାଦାନ ରହିଥିଲେ, ରଙ୍ଗ ପୃଷ୍ଠଭାଗ ସହିତ ଠିକ୍ ଭାବରେ ଲାଖି ପାରେନାହିଁ। ଏହା ଫଳରେ, ରଙ୍ଗ ଶୁଖିବା ପରେ ସେଥିରେ ଫୁଲା ବା ଫୋଟକା ବା ବୁଦବୁଦ ଦେଖାଦେଇପାରେ।

 

ସମାଧାନ

ଅପରିଷ୍କାର ପୃଷ୍ଠଭାଗ ଦ୍ୱାରା ସୃଷ୍ଟି ବବ୍‌‌ଲିଂକୁ ପ୍ରତିରୋଧ କରିବା ପାଇଁ, ରଙ୍ଗ କରିବା ପୂର୍ବରୁ କାନ୍ଥକୁ ଭଲଭାବେ ପରିଷ୍କାର କରିବା ଏବଂ ରଙ୍ଗ କାର୍ଯ୍ୟ ଲାଗି ପ୍ରସ୍ତୁତ କରିବା ଅତ୍ୟାବଶ୍ୟକ ଅଟେ। ପ୍ରଥମେ ଏକ ସ୍କ୍ରାପର୍ କିମ୍ବା ବାଲିକାଗଜ ସାହାଯ୍ୟରେ ପୁରୁଣା ରଙ୍ଗର ଦାଗ କିମ୍ବା ଚୋପାଗୁଡ଼ିକୁ ହଟାଇଦିଅନ୍ତୁ। ତା’ପରେ କାନ୍ଥକୁ ଏକ ହାଲୁକା ଡିଟର୍ଜେଣ୍ଟ ଦ୍ରବଣ କିମ୍ବା ଖାସ୍ ଏହି ଉଦ୍ଦେଶ୍ୟ ପାଇଁ ଉପଲବ୍ଧ ୱାଲ୍ କ୍ଲିନର୍ ବ୍ୟବହାର କରି ଧୂଳି, ଗ୍ରୀଜ୍ ଏବଂ ଅନ୍ୟାନ୍ୟ ପ୍ରଦୂଷକ ଉପାଦାନଗୁଡ଼ିକୁ ସଫା କରନ୍ତୁ । ପୃଷ୍ଠଭାଗକୁ ଭଲ ଭାବେ ପାଣି ମାରି ଧୁଅନ୍ତୁ ଏବଂ କାନ୍ଥଟି ସମ୍ପୂର୍ଣ୍ଣ ଭାବେ ଶୁଖିବା ପରେ ପେଣ୍ଟ୍ ବା ରଙ୍ଗ କାମ ଆରମ୍ଭ କରନ୍ତୁ।

 

୨. ପ୍ରାଇମର୍ ବ୍ୟବହାର କରା ନ ଯିବା

ପ୍ରାଇମର୍ ପୃଷ୍ଠଭାଗ ଏବଂ ରଙ୍ଗ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବଣ୍ଡିଂ ଏଜେଣ୍ଟ ଭାବେ କାମ କରଣ୍ଣ, ଯାହା ଉତ୍ତମ ସଂଲଗ୍ନତାକୁ ପ୍ରୋତ୍ସାହିତ କରିଥାଏ ଏବଂ କାନ୍ଥରୁ ରଙ୍ଗ ଛାଡ଼ିବାର ସମ୍ଭାବନାକୁ ହ୍ରାସ କରିଥାଏ। ବିଶେଷକରି ଛିଦ୍ରାଳ କିମ୍ବା ପୂର୍ବରୁ ରଙ୍ଗ ହୋଇ ନ ଥିବା ପୃଷ୍ଠଭାଗରେ ପ୍ରାଇମର୍ ବ୍ୟବହାର କରା ନ ଗଲେ, ବଣ୍ଡିଂ ଅପର୍ଯ୍ୟାପ୍ତ ହୋଇତାଏ ଏବଂ କାଳକ୍ରମେ ପେଣ୍ଟ୍‌‌ରେ ବ୍ଲିଷ୍ଟରିଂ ଦେଖାଦେଇଥାଏ।

 

ସମାଧାନ

ରଙ୍ଗ କରିବା ପୂର୍ବରୁ ପୃଷ୍ଠଭାଗରେ ନିଶ୍ଚିତ ଭାବେ ଏକ ଉପଯୁକ୍ତ ପ୍ରାଇମର୍ ଲଗାନ୍ତୁ। ପ୍ରାଇମର୍ ଏକ ସମରୂପୀ ଏବଂ ସ୍ଥିର ଆଧାର ସୃଷ୍ଟି କରିବା ସହିତ ପେଣ୍ଟ୍‌‌ର ସଂଲଗ୍ନତାକୁ ଉନ୍ନତ କରିଥାଏ ଏବଂ ବ୍ଲିଷ୍ଟରିଂକୁ ପ୍ରତିରୋଧ କରିଥାଏ। ଉଭୟ ପୃଷ୍ଠଭାଗ ସାମଗ୍ରୀ ଏବଂ ଆପଣ ବ୍ୟବହାର କରିବାକୁ ଚାହୁଁଥିବା ପେଣ୍ଟ୍ ସହିତ ସୁସଙ୍ଗତ ହୋଇଥିବା ପ୍ରାଇମର୍ ବାଛନ୍ତୁ।

 

୩. ପେଣ୍ଟିଂ ପୃଷ୍ଠଭାଗରେ ଆର୍ଦ୍ରତା

ରଙ୍ଗ କରାଯାଉଥିବା ପୃଷ୍ଠଭାଗରେ ମାତ୍ରାଧିକ ଆର୍ଦ୍ରତା ରହିଥିଲେ ପେଣ୍ଟ୍ ବବ୍‌‌‌ଲିଂର ସମ୍ଭାବନା ଅପେକ୍ଷାକୃତ ବଢ଼ିଯାଇଥାଏ। ପୃଷ୍ଠଭାଗରେ ପାଣି କିମ୍ବା ଅତ୍ୟଧିକ ଆର୍ଦ୍ରତା ପ୍ରବେଶ କଲେ, ତାହା ପେଣ୍ଟ୍‌ ଆସ୍ତରଣ ତଳେ ଫସି ରହିଯାଏ। ଆର୍ଦ୍ରତା ବାଷ୍ପୀଭୂତ ହେବା ସମୟରେ ତାହା ଚାପ ସୃଷ୍ଟି କରି ରଙ୍ଗରେ ବୁଦବୁଦା ସୃଷ୍ଟି କରିଥାଏ ବା ତାହାକୁ ଫୁଲାଇଦେଇଥାଏ।

 

ସମାଧାନ

କାନ୍ଥରେ ଆର୍ଦ୍ରତା ସମ୍ବନ୍ଧୀୟ ପେଣ୍ଟ୍‌‌ ବ୍ଲିଷ୍ଟରିଂ ସମସ୍ୟାର ସମାଧାନ ପାଇଁ ଆର୍ଦ୍ରତାର ଉତ୍ସକୁ ଚିହ୍ନଟ କରିବା ଓ ତାହାର ପ୍ରତିକାର କରିବା ଗୁରୁତ୍ୱପୂର୍ଣ୍ଣ ଅଟେ। ସମ୍ପୃକ୍ତ ସ୍ଥାନରେ କୌଣସି ଲିକ୍ କିମ୍ବା ଜଳ ଭେଦନ ସମସ୍ୟା, ଯେପରିକି ପ୍ଲମ୍ବିଂ ଲିକ୍, ଛାତ ଲିକ୍ କିମ୍ବା ଜଳକଣାର ଜମାଟ ରହିଛି କି ନାହିଁ ତାହା ଯାଞ୍ଚ କରିନିଅନ୍ତୁ। ଲିକ୍ ଥିଲେ ତାହାର ମରାମତି କରନ୍ତୁ ଏବଂ ବାଥ୍‌‌ରୁମ୍ ଓ କିଚେନ୍ ଭଳି ଅତ୍ୟଧିକ ଆର୍ଦ୍ରତାର ସମ୍ଭାବନା ରହିଥିବା ସ୍ଥାନରେ ଉପଯୁକ୍ତ ବାୟୁ ଚଳାଚଳ ବା ଭେଣ୍ଟିଲେସନ୍‌‌ର ବ୍ୟବସ୍ଥା କରନ୍ତୁ। ଏହାବ୍ୟତୀତ, ରଙ୍ଗ କାମ ଆରମ୍ଭ କରିବା ପୂର୍ବରୁ ପୃଷ୍ଠଭାବକୁ ସମ୍ପୂର୍ଣ୍ଣ ଭାବେ ଶୁଖିବାକୁ ଦିଅନ୍ତୁ।

 

୪. ପରିପାର୍ଶ୍ୱରେ ଉଚ୍ଚ ତାପମାତ୍ରା

ଅତ୍ୟଧିକ ଉତ୍ତାପ କିମ୍ବା ଉଚ୍ଚ ତାପମାତ୍ରା ରଙ୍ଗର ଶୁଖିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ, ଯାହାଫଳରେ ବୁଦବୁଦା ସୃଷ୍ଟି ହୋଇଥାଏ। ରଙ୍ଗ ଅତି ଶୀଘ୍ର ଶୁଖିଗଲେ ପେଣ୍ଟ୍ ଆସ୍ତରଣ ମଧ୍ୟରେ ଫସି ରହିଥିବା ସଲଭେଣ୍ଟ ବା ଆର୍ଦ୍ରତାକୁ ବାହାରିବା ପାଇଁ ପର୍ଯ୍ୟନ୍ତ ସମୟ ମିଳି ନ ଥାଏ, ଯାହା ଫଳରେ ବୁଦବୁଦା ସୃଷ୍ଟି ହୁଏ।

 

ସମାଧାନ

ଉଚ୍ଚ ତାପମାତ୍ରା କାରଣରୁ ସୃଷ୍ଟି ହେଉଥିବା ପେଣ୍ଟ୍ ବବ୍‌‌ଲିଂକୁ ପ୍ରତିରୋଧ କରିବା ପାଇଁ, ଅତ୍ୟଧିକ ଗରମ ପାଣିପାଗ ପରିସ୍ଥିତିରେ ପେଣ୍ଟିଂ କାର୍ଯ୍ୟ ନ କରିବା ପରାମର୍ଶଯୋଗ୍ୟ। ଦିନରେ ଯେଉଁ ସମୟରେ ତାପମାତ୍ରା ଟିକେ ଥଣ୍ଡା ରହୁଥିବ କିମ୍ବା ମଧ୍ୟମ ତାପମାତ୍ରା ରହୁଥିବା ଋତୁରେ ରଙ୍ଗ କାର୍ଯ୍ୟ କଲେ ଭଲ। ଏହାବ୍ୟତୀତ, ରଙ୍ଗ ଶୁଖିବା ସମୟରେ ଉପଯୁକ୍ତ ବାୟୁ ଚଳାଚଳ ବା ଭେଣ୍ଟିଲେସନ୍‌‌କୁ ସୁନିଶ୍ଚିତ କରନ୍ତୁ, ଯାହାଦ୍ୱାରା ସଲ୍‌‌ଭେଣ୍ଟ ଓ ଆର୍ଦ୍ରତା ଉଡ଼ିଯିବା ପାଇଁ ପର୍ଯ୍ୟାପ୍ତ ସମୟ ପାଇବ।

 

୫. ଭୁଲ୍ ରୋଲର୍ କଭର୍ ଚୟନ କରିବା

ରୋଲର୍‌‌ର ଭୁଲ୍ କଭର୍ ଚୟନ କରିବା ମଧ୍ୟ ବବ୍‌‌ଲିଂର କାରଣ ସାଜିପାରେ। ଭୁଲ୍ ରୋଲର୍ କଭର୍ ରଙ୍ଗକୁ ସମାନ ରୂପେ ଲଗାଇ ନ ପାରେ ଏବଂ ତାହା ସୂତା କିମ୍ବା ଫାଇବର୍ ଛାଡ଼ିଦେଇପାରେ, ଯାହା ଫଳରେ ରଙ୍ଗର ଅସମତଳ ଆସ୍ତରଋ ସୃଷ୍ଟି ହୁଏ ଏବଂ ପରେ ସେଥିରେ ବ୍ଲିଷ୍ଟରିଂ ବା ଫୋଟକା ଦେଖାଦିଏ।

 

ସମାଧାନ

ରୋଲର୍ କଭର୍ ଚୟନ କରିବା ସମୟରେ, ଆପଣ କେଉଁ ପ୍ରକାର ପୃଷ୍ଠଭାଗରେ ରଙ୍ଗ କରିବାକୁ ଯାଉଛନ୍ତି ଏବଂ କେଉଁ ପ୍ରକାର ରଙ୍ଗ ବ୍ୟବହାର କରିବାକୁ ଯାଉଛନ୍ତି ତାହାକୁ ବିଚାରକୁ ନିଅନ୍ତୁ । ଭିନ୍ନ ଭିନନ ପୃଷ୍ଠଭାଗ ପାଇଁ ନିର୍ଦ୍ଦିଷ୍ଟ ପ୍ରକାର ରୋଲର୍ କଭର୍ ଡିଜାଇନ୍ ରହିଥାଏ, ଯେପରିକି ସ୍ମୁଦ୍ କିମ୍ବା ଟେକ୍ସର୍ଡ କାନ୍ଥ । ସେହିଭଳି ବିଭିନ୍ନ ପ୍ରକାର ରଙ୍ଗ ପାଇଁ ଭିନ୍ନ ଭିନ୍ନ ରୋଲର୍ କଭର୍ ରହିଥାଏ, ଯେପରିକି ଲାଟେକ୍ସ କିମ୍ବା ତୈଳ-ଭିତ୍ତିକ। ଆପଣଙ୍କର ନିର୍ଦ୍ଦିଷ୍ଟ ପେଣ୍ଟିଂ ପ୍ରୋଜେକ୍ଟ ପାଇଁ ଉପଯୁକ୍ତ ରୋଲର୍ କଭର୍ ଚୟନ କରନ୍ତୁ ଏବଂ ସ୍ମୁଦ୍ ତଥା ଏକସମାନ ରଙ୍ଗ ଆସ୍ତରଣ ହାସଲ କରନ୍ତୁ।

 

ପେଣ୍ଟ୍ ବବ୍‌‌ଲିଂର ଏହିସବୁ ସାଧାରଣ କାରଣଗୁଡ଼ିକୁ ଧ୍ୟାନରେ ରଖିବା ଏବଂ ସୁପାରିସ କରାଯାଇଥିବା ସମାଧାନଗୁଡ଼ିକୁ କାର୍ଯ୍ୟକାରୀ କରି ଆପଣ ନିଜ କାନ୍ଥରେ ବ୍ଲିଷ୍ଟରିଂ ବା ଫୋଟକା ବା ବୁଦବୁଦା ଭଳି ସମସ୍ୟାର ଘଟଣାକୁ ନ୍ୟୂନତମ କରିପାରିବେ। ହେଲେ, ଏହା ଧ୍ୟାନରେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ, ଗୁରୁତର କିମ୍ବା ବାରମ୍ବାର ଦେଖାଦେଉଥିବା ବବ୍‌‌ଲିଂ ସମସ୍ୟା ପେସାଦାରଙ୍କ ହସ୍ତକ୍ଷେପ ଆବଶ୍ୟକ କରିଥାଏ, ଯେଉଁମାନେ ନିହିତ କାରଣକୁ ଚିହ୍ନଟ କରିପାରନ୍ତି ଏବଂ ଉପଯୁକ୍ତ ପ୍ରତିକାରର ପରାମର୍ଶ ଦେଇଥାନ୍ତି।


କାନ୍ଥରେ ପେଣ୍ଟ୍ ବ୍ଲିଷ୍ଟରିଂକୁ ଏଡ଼ାଇବା ପାଇଁ କେତେକ ଉପଦେଶ



ପେଣ୍ଟ୍ ବ୍ଲିଷ୍ଟରିଂର ନିବାରଣ କରିବା ସୂକ୍ଷ୍ମ କଥାଗୁଡ଼ିକ ଉପରେ ଧ୍ୟାନ ଓ ପେଣ୍ଟିଂ ସମୟରେ ଉପଯୁକ୍ତ କୌଶଳର ଉପଯୋଗ ଆବଶ୍ୟକ କରିଥାଏ। ସିଲିଂ ଏବଂ କାନ୍ଥରେ ପେଣ୍ଟ୍ ବବ୍‌‌ଲିଂକୁ ଏଡ଼ାଇବାରେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଏଠାରେ ଆଉ କେତୋଟି ଅତିରିକ୍ତ ଉପଦେଶ ଦିଆଯାଉଛି:

 

୧. ରଙ୍ଗକୁ ଧୀରେ ଧୀରେ ଫେଣ୍ଟିବା

ପେଣ୍ଟ୍‌ ବ୍ୟବହାର କରିବା ପୂର୍ବରୁ ତାହାକୁ ଧୀରେ ଧୀରେ ଭଲଭାବେ ଫେଣ୍ଟିବା ଗୁରୁତ୍ୱପୂର୍ଣ୍ଣ ଅଟେ । ଦ୍ରୁତ ଗତିରେ ଫେଣ୍ଟିଲେ ସେଥିରେ ବାୟୁ ଫୋଟକା ସୃଷ୍ଟି ହୋଇଥାଏ, ଯାହା ରଙ୍ଗ ଶୁଖିବା ସମୟରେ କାନ୍ଥରେ ବୁଦବୁଦାର କାରଣ ସାଜିପାରେ। ତା’ ବଦଳରେ, ଏକ ଫେଣ୍ଟିବା କାଠି ଅଥବା ପ୍ୟାଡଲ୍ ବ୍ୟବହାର କରି ପେଣ୍ଟକୁ ଧୀରେ ଧୀରେ ଫେଣ୍ଟନ୍ତୁ। ଏହାଦ୍ୱାରା ଆପଣ ଏକ ସ୍ମୁଦ୍ ଏବଂ ସମରୂପୀ ଟେକ୍ସର୍ ପାଇବା ସହିତ ପେଣ୍ଟ୍‌‌ରେ ଅତ୍ୟଧିକ ବାୟୁ ଫୋଟକା ସୃଷ୍ଟି ହେବନାହିଁ।

 

୨. ରୋଲର୍ ସହିତ କ୍ରମାନୁକ୍ରମିକ ଭାବେ ରଙ୍ଗ ଲଗାନ୍ତୁ

ରୋଲର୍ ଦ୍ୱାରା ରଙ୍ଗ କାର୍ଯ୍ୟ କରିବା ସମୟରେ, ଏକ କ୍ରମାନୁକ୍ରମିକ ଏବଂ ସମାନ ରୋଲିଂ ଗତି ବ୍ୟବହାର କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବେଶୀ ଜୋର୍‌ରେ ଚାପ ଦିଅନ୍ତୁ ନାହିଁ, କାରଣ ଏହା ପେଣ୍ଟ୍ ଆସ୍ତରଣ ତଳେ ବାୟୁ ଫୋଟକା ସୃଷ୍ଟି କରିଥାଏ। ଗୋଟିଏ ପଟୁ କାମ ଆରମ୍ଭ କରନ୍ତୁ ଏବଂ ଏକ ନିରବଚ୍ଛିନ୍ନ ଗତି ଓ ଚାପ ସହିତ କ୍ରମାନୁସାରେ ଆରପଟ ପର୍ଯ୍ୟନ୍ତ ଯାଆନ୍ତୁ, ଯାହା ଫଳରେ ରଙ୍ଗର ଏକସମାନ ଲେପ ହାସଲ ହୋଇପାରିବ।

 

୩. ଲାଟେକ୍ସ ପେଣ୍ଟ ଉପରେ ସିଧାସଳଖ ତୈଳ-ଭିତ୍ତିକ ପେଣ୍ଟ ବ୍ୟବହାର କରନ୍ତୁ ନାହିଁ

ପୂର୍ବରୁ ଲାଟେକ୍ସ ପେଣ୍ଟରେ ରଙ୍ଗ ହୋଇଥିବା ପୃଷ୍ଠଭାଗ ଉପରେ ସିଧାସଳଖ ତୈଳ-ଭିତ୍ତିକ ପେଣ୍ଟ୍ ଲଗାଇଲେ ସଂଲଗ୍ନତା ଠିକ୍ ହୋଇ ନ ଥାଏ ଏବଂ କାନ୍ଥରେ ବ୍ଲିଷ୍ଟରିଂ ଦେଖାଦେଇଥାଏ। ଏହି ଦୁଇ ପ୍ରକାର ପେଣ୍ଟ୍‌‌ର ଗୁଣଧର୍ମ ଭିନ୍ନ ଅଟେ ଏବଂ ସେଗୁଡ଼ିକ ମଧ୍ୟରେ ସୁସଙ୍ଗତାକୁ ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ପୃଷ୍ଠଭାଗ ପ୍ରସ୍ତୁତି ଏବଂ ପ୍ରାଇମିଂ ଆବଶ୍ୟକ ହୋଇଥାଏ। ଯଦି ଆପଣ ଲାଟେକ୍ସକୁ ତୈଳ-ଭିତ୍ତିକ ପେଣ୍ଟ୍ କିମ୍ବା ତୈଳ-ଭିତ୍ତିକ ପେଣ୍ଟରୁ ଲାଟେକ୍ସ ପେଣ୍ଟକୁ ବଦଳାଇବାକୁ ଚାହୁଁଥାନ୍ତି, ତେବେ ନୂଆ କିସମର ପେଣ୍ଟ ଲଗାଇବା ପୂର୍ବରୁ ଏକ ଉପଯୁକ୍ତ ପ୍ରାଇମର୍ ସହିତ ପୃଷ୍ଠଭାଗକୁ ଭଲଭାବେ ପ୍ରାଇମ୍ କରିନିଅନ୍ତୁ।

 

ପୂର୍ବରୁ ଆଲୋଚନା କରାଯାଇଥିବା କାରଣ ଓ ସମାଧାନ ସହିତ ଏହିସବୁ ଉପଦେଶଗୁଡ଼ିକ ପେଣ୍ଟ୍ ବବ୍‌‌ଲିଂ ଘଟଣାକୁ ନ୍ୟୂନତମ କରିବା ଏବଂ କାନ୍ଥ ପାଇଁ ଏକ ସ୍ମୁଦ୍ ତଥା ଦୀର୍ଘସ୍ଥାୟୀ ପେଣ୍ଟ୍ ଫିନିଶ୍ ପାଇବାରେ ଆପଣଙ୍କୁ ସାହାଯ୍ୟ କରିବ।



ପେଣ୍ଟ୍ ବବ୍‌‌ଲିଂ ଏକ ସାଧାରଣ ସମସ୍ୟା ଅଟେ, ଯାହା ବିଭିନ୍ନ କାରକ ଉପରେ ନିର୍ଭର କରିଥାଏ, ଯାହା ମଧ୍ୟରେ ପରିବେଶୀୟ ପରିସ୍ଥିତ, ପୃଷ୍ଠଭାଗ ପ୍ରସ୍ତୁତି ଏବଂ ପେଣ୍ଟିଂ କୌଶଳ ଅନ୍ତର୍ଭୁକ୍ତ। କାରଣକୁ ଚିହ୍ନଟ କରିବା ଦ୍ୱାରା ଆପଣ ଉପଯୁକ୍ତ ସମାଧାନ ଚୟନ କରିପାରିବେ। କେତେକ ପେଣ୍ଟିଂ ଉପଦେଶକୁ ବିଚାରକୁ ନେଇ ଏବଂ କାନ୍ଥରେ ପେଣ୍ଟ୍ ବ୍ଲିଷ୍ଟରିଂକୁ ଏଡ଼ାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ଆପଣ ନିଜର କାନ୍ଥଗୁଡ଼ିକୁ ପେସାଦାର ଏବଂ ସ୍ମୁଦ୍ ଫିନିଶ୍ ଦେଇପାରିବେ ଏବଂ ଏକ ଦୀର୍ଘସ୍ଥାୟୀ ରଙ୍ଗକାର୍ଯ୍ୟକୁ ସୁନିଶ୍ଚିତ କରିବା ସହ ନିଜ ଘରର ସୌନ୍ଦର୍ଯ୍ୟକୁ ବଜାୟ ରଖିପାରିବେ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....