Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ଆମର ପ୍ରଡକ୍ଟସ୍
ଅଲ୍ଟ୍ରାଟେକ୍ ବିଲଡିଂ ପ୍ରଡକ୍ଟସ୍
Share:
• ନିରାପତ୍ତାକୁ ସୁନିଶ୍ଚିତ କରିବା ଏବଂ ଘରର ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପାଇଁ ଫଟା ମେଜିଆ ଟାଇଲ୍ସକୁ ସଜାଡ଼ିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।
• ସଫଳ ମରାମତି ପାଇଁ ଆପଣ କେତେକ ସାଧନ ବା ଉପକରଣ ଆବଶ୍ୟକ କରିବେ, ସେଗୁଡ଼ିକ ହେଲା- ଆଢେସିଭ୍ (ଅଠା), ବଦଳାଇବା ପାଇଁ ଟାଇଲ୍ ଏବଂ ସୁରକ୍ଷାମୂଳକ ପରିଧାନ।
• ମରାମତି ସମୟରେ ସୁରକ୍ଷାକୁ ଧ୍ୟାନରେ ରଖି ଆଖପାଖ ସ୍ଥାନକୁ ଘୋଡ଼ାଇବା ଏବଂ ସୁରକ୍ଷାମୂଳକ ପୋଷାକ ପିନ୍ଧି ନିରାପତ୍ତାକୁ ପ୍ରାଧାନ୍ୟ ଦିଅନ୍ତୁ।
• ସଫେଇରୁ ଆରମ୍ଭ କରି ଗ୍ରାଉଟିଂ ପର୍ଯ୍ୟନ୍ତ ସୋପାନକ୍ରମିକ ପ୍ରକ୍ରିୟାକୁ ଅନୁସରଣ କରନ୍ତୁ ଏବଂ କ୍ଷତିକୁ ଏଡ଼ାଇବା ପାଇଁ ପ୍ରତ୍ୟେକ ପର୍ଯ୍ୟାୟକୁ ଯତ୍ନର ସହିତ ସମ୍ପାଦନ କରିବା ସୁନିଶ୍ଚିତ କରନ୍ତୁ।
• ଚୂଡ଼ାନ୍ତ ଗ୍ରାଉଟିଂ ସହିତ ମରାମତି କାମକୁ ସାରନ୍ତୁ ଯାହା ବଦଳାଯାଇଥିବା ଟାଇଲ୍କୁ ସ୍ଥିରତା ଏବଂ ସୁନ୍ଦର ଫିନିଶ୍ ଦେବାରେ ସହାୟକ ହୋଇଥାଏ।
ଚାଲନ୍ତୁ ପ୍ରଥମେ ଜାଣିବା ଯେ, ଭଙ୍ଗା ମେଜିଆ ଟାଇଲ୍ ମରାମତି ପାଇଁ ଆପଣ କେଉଁସବୁ ଉପକରଣ ଆବଶ୍ୟକ କରିବେ:
ପ୍ରଥମ ଆବଶ୍ୟକ ଜିନିଷ ହେଉଛି ଆଢେସିଭ୍ ବା ଅଠା। ଆପଣଙ୍କ ଘରେ ବ୍ୟବହୃତ ହୋଇଥିବା ଟାଇଲ୍ର ପ୍ରକାରଭେଦ ଓ କାମ କରୁଥିବା ପୃଷ୍ଠଭାଗ ପାଇଁ ଉପଯୁକ୍ତ ହୋଇଥିବା ଏକ ଉପଯୁକ୍ତ ଉଚ୍ଚ-ମାନର ଆଢେସିଭ୍ ଆବଶ୍ୟକ ହେବ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ହେଉଛି ନୂଆ ଟାଇଲ୍। ଏକ ସୁସଙ୍ଗତ ରୂପକୁ ବଜାୟ ରଖିବା ପାଇଁ ଆପଣଙ୍କ ପୁରୁଣା ଟାଇଲ୍ସ ସହିତ ମେଳ ଖାଉଥିବା ଆକାର, ରଙ୍ଗ ଏବଂ ବିିନ୍ୟାସର ପ୍ରତିବଦଳ ଟାଇଲ୍ ଚୟନ କରନ୍ତୁ। ନୂଆ ଟାଇଲ୍ ଲଗାଇବା ପରେ ଟାଇଲ୍ଗୁଡ଼ିକ ମଧ୍ୟରେ ଥିବା ଫାଙ୍କକୁ ଭରିବା ପାଇଁ ଆପଣ ଗ୍ରାଉଟ୍ ଆବଶ୍ୟକ କରିବେ। ଏକ ସମରୂପୀ ଫିନିଶ୍ ପାଇବା ପାଇଁ ବିଦ୍ୟମାନ ଗ୍ରାଉଟ୍ ସହିତ ମେଳ ଖାଉଥିବା ରଙ୍ଗର ଗ୍ରାଉଟ୍ ବ୍ୟବହାର କରିବା ସୁନିଶ୍ଚିତ କରନ୍ତୁ। ଶେଷରେ, ନିକଟବର୍ତ୍ତୀ ଟାଇଲ୍ସକୁ ସୁରକ୍ଷିତ ରଖିବା, ଉପଯୁକ୍ତ ସଳଖତା ପାଇବାରେ ସହାୟତା ପାଇବ, ଅତିରିକ୍ତ ଆଢେସିଭକୁ ସମ୍ଭାଳିବା ଏବଂ ସଫା ଗ୍ରାଉଟ୍ ଲାଇନ୍ ବଜାୟ ରଖିବାରେ ମାସ୍କିଂ ଟେପ୍ ସହାୟକ ହୋଇଥାଏ।
ଟାଇଲ୍ସ ମଧ୍ୟରେ ଥିବା ପୁରୁଣା ଏବଂ ଖରାପ ଗ୍ରାଉଟ୍କୁ ଦକ୍ଷତାର ସହିତ କାଢ଼ିବା ପାଇଁ ଏକ ‘ଗ୍ରାଉଟ୍ ରିମୁଭର୍’ ବ୍ୟବହାର କରାଯାଇପାରିବ। ଏହାବ୍ୟତୀତ, କାଠ, ଧାତୁ ଏବଂ ଇଟାପଥର ସମେତ ବିଭିନ୍ନ ସାମଗ୍ରୀରେ ଡ୍ରିଲ୍ କରିବା ପାଇଁ ଏକ ‘କମ୍ବି ଡ୍ରିଲ୍’ ଉପାଦେୟ ହୋଇଥଏ। ଏହାସହିତ ଟାଇଲ୍ସ, ମୋର୍ଟାର୍ କିମ୍ବା ଅନ୍ୟାନ୍ୟ ସାମଗ୍ରୀକୁ ଭାଙ୍ଗି କାଢ଼ିବା ପାଇଁ ଏକ ବଟାଳୀ ଓ ହାତୁଡ଼ି ବ୍ୟବହାର କରାଯାଇଥାଏ। ଟାଇଲ୍ସ ମଧ୍ୟରେ ସମାନ ଭାବେ ଗ୍ରାଉଟ୍ ଲଗାଇବା ପାଇଁ ‘ଗ୍ରାଉଟ୍ ସ୍ପ୍ରେଡର୍’ ଆବଶ୍ୟକ ହୋଇଥାଏ। ଏହା ଏକ ସଫାସୁତୁରା ଏବଂ ଏକସମାନ ଗ୍ରାଉଟ୍ ପ୍ରୟୋଗ ପାଇବାରେ ସାହାଯ୍ୟ କରିବା ସହିତ ଟାଇଲ୍ସ ମଧ୍ୟରେ ଥିବା ଫାଙ୍କକୁ ପର୍ଯ୍ୟାପ୍ତ ଭାବେ ଭରିବା ସୁନିଶ୍ଚିତ କରିଥାଏ। ଆଉ ଏକ ମହତ୍ତ୍ୱପୂର୍ଣ୍ଣ ଉପକରଣ ହେଉଛି ‘ସ୍ପେଶର୍ସ’, ଯାହା ସୁସଙ୍ଗତ ବ୍ୟବଧାନକୁ ବଜାୟ ରଖିବା, ଟାଇଲ୍ସ ମଧ୍ୟରେ ସମାନତାକୁ ସୁନିଶ୍ଚିତ କରିବା ଏବଂ ଗ୍ରାଉଟିଂ ପ୍ରକ୍ରିୟାକୁ ସୁବିଧାଜନକ କରିବାରେ ସହାୟକ ହୋଇଥାଏ। ଟାଇଲ୍, ଗ୍ରାଉଟ୍ କିମ୍ବା ଆଢେସିଭ୍ ଭଳି ସାମଗ୍ରୀକୁ କାଟିବା ଓ ବିଭିନ୍ନ ଆକାର ଦେବା ପାଇଁ ୨-୩ ଇଞ୍ଚ ବ୍ଲେଡ୍ ଓ ପ୍ରତିବଦଳ ବ୍ଲେଡ୍ ସହିତ ଏକ ‘ଟ୍ରିମିଂ ଛୁରୀ’ ଆବଶ୍ୟକ ହୋଇଥାଏ। ଉପକରଣଗୁନିକୁ ସଫା କରିବା, ପୃଷ୍ଠଭାଗକୁ ଫୋଛିବା ଏବଂ ଟାଇଲ୍ ସ୍ଥାପନ ପ୍ରକ୍ରିୟାରେ ଅତିରିକ୍ତ ଗ୍ରାଉଟ୍ କିମ୍ବା ଆଢେସିଭକୁ ହଟାଇବା ପାଇଁ ଏକ ପାଣି ବାଲ୍ଟି ଓ ସ୍ପଞ୍ଜ ଜରୁରୀ ହୋଇଥାଏ। ସ୍ପଞ୍ଜ ସଫାସଫିକୁ ସିଦ୍ଧହସ୍ତରେ ସମାପନ କରିବାରେ ଅତ୍ୟନ୍ତ ସହାୟକ ହୋଇଥାଏ।
ଯଦିଓ ସବୁବେଳେ ଅତ୍ୟାବଶ୍ୟକ ନୁହେଁ, ତଥାପି ଗ୍ଲୋଭ୍ ପିନ୍ଧିଲେ ଆପଣଙ୍କ ହାତକୁ ଟାଇଲ୍ ବଦଳାଇବା ସମୟରେ ବ୍ୟବହୃତ ହେଉଥିବା ଯନ୍ତ୍ରପାତିର ଧାର ଓ ସାମଗ୍ରୀରୁ ସୁରକ୍ଷା ମିଳିଥାଏ। ଟାଇଲ୍ ବଦଳାଇବାର ସମଗ୍ର ପ୍ରକ୍ରିୟା ସମୟରେ ସୁରକ୍ଷାମୂଳକ ଚଷମା ପିନ୍ଧି ନିଜ ଆଖିକୁ ଆବର୍ଜନା ଏବଂ ତୀକ୍ଷ୍ମଧାରରୁ ସୁରକ୍ଷିତ ରଖନ୍ତୁ। ଫଟା ଟାଇଲ୍ ବଦଳାଇବା ସମୟରେ ଧୂଳିରୁ ସୁରକ୍ଷା ପାଇବା ପାଇଁ ଡଷ୍ଟ ମାସ୍କ ଏକ ମୂଲ୍ୟବାନ ସାଧନ ହୋଇଥାଏ। ଏହା ଆପଣଙ୍କର ଶ୍ୱସନତନ୍ତ୍ରର ସ୍ୱାସ୍ଥ୍ୟ, ସୁରକ୍ଷା ମାନକର ଅନୁପାଳନକୁ ସୁନିଶ୍ଚିତ କରିବା ସହିତ ଏକ ଅଧିକ ସଫାସୁତୁରା ଏବଂ ସ୍ୱାସ୍ଥ୍ୟପୋଯୋଗୀ କାର୍ଯ୍ୟ ପରିବେଶକୁ ସୁନିଶ୍ଚିତ କରିବାରେ ସହାୟକ ହୋଇଥାଏ।
ସର୍ବପ୍ରଥମେ, ସୁନିଶ୍ଚିତ କରିନିଅନ୍ତୁ ଯେ ଆପଣଙ୍କ ପାଖରେ ସମସ୍ତ ଆବଶ୍ୟକୀୟ ସୁରକ୍ଷାମୂଳକ ପରିଧାନ ରହିଛି। ଏବେ, ଚାଲନ୍ତୁ ଫଟା ମେଜିଆ ଟାଇଲ୍ ମରାମତିର ଉପାୟ ସମ୍ପର୍କରେ ଆଲୋଚନା କରିବା।
ଏକ ଅପରିଚ୍ଛନ୍ନ ସ୍ଥାନ ସଜଡ଼ା ବଦଳରେ ଅଧିକ କ୍ଷତି କରିବାର ସକ୍ଷମତା ରଖିଥାଏ। କାମ ଆରମ୍ଭ କରିବା ପୂର୍ବରୁ ସମ୍ପୃକ୍ତ ସ୍ଥାନଟି ଯେପରି ସଫାସୁତୁରା ଅଛି ତାହା ସୁନିଶ୍ଚିତ କରନ୍ତୁ। ଆଖପାଖର ସ୍ଥାନକୁ ଏକ ପତଳା କପଡ଼ାରେ ଶୁଖାନ୍ତୁ। ଭଙ୍ଗା/ଫଟା ଟାଇଲ୍ ସଜାଡ଼ିବା ସମୟରେ ଧୂଳି ଜମା ହେବାର ସମ୍ଭାବନା ରହିଥାଏ, ତେଣୁ କାମ ଆରମ୍ଭ କରିବା ପୂର୍ବରୁ ଆପଣ ଧୂଳିକୁ ସଂଗ୍ରହ କରିବା ପାଇଁ ଜରି ଚାଦର ବିଛାଇପାରନ୍ତି। ଯଦି ଆଖପାଖରେ ପ୍ଲଗ୍ ବ୍ୟବସ୍ଥା ରହିଥାଏ, ତେବେ ପ୍ଲଗ୍ ପଏଣ୍ଟଗୁଡ଼ିକୁ ଧୂଳି କାରଣରୁ ଅବରୁଦ୍ଧ ହେବାରୁ ରକ୍ଷା କରିବା ପାଇଁ ସେଗୁଡ଼ିକୁ ଘୋଡ଼ାଇଦିଅନ୍ତୁ। ଟାଇଲ୍ ଫାଟ ମରାମତିର ଏଗୁଡ଼ିକ କେତୋଟି ମୌଳିକ ପ୍ରାରମ୍ଭିକ ପଦକ୍ଷେପ ହୋଇଥାଏ।
ଫଟା ଟାଇଲ୍ର ଗ୍ରାଉଟ୍କୁ ଢ଼ିଲା କରିବା ପାଇଁ ଗ୍ରାଉଟ୍ ରିମୁଭର୍ ବ୍ୟବହାର କରନ୍ତୁ। ଟାଇଲ୍ରେ ଫାଟକୁ ସଜାଡ଼ିବା ପାଇଁ ଚେଷ୍ଟା କରିବାର ପ୍ରକ୍ରିୟାରେ ସୁନିଶ୍ଚିତ କରନ୍ତୁ ଯେ ଆପଣ ଯେପରି ନିକଟବର୍ତ୍ତୀ ଟାଇଲ୍ସକୁ କ୍ଷତିଗ୍ରସ୍ତ ନ କରନ୍ତି। କ୍ଷତିଗ୍ରସ୍ତ ଟାଇଲ୍ ମଝିଭାଗରେ ମାସ୍କିଂ ଟେପ୍ ବ୍ୟବହାର କରନ୍ତୁ, ଯାହା ଫଳରେ ଆପଣ ଆକସ୍ମିକ ଭାବେ ହାତ ଖସି ଆଉ ଏକ ଟାଇଲ୍କୁ ନ ଫଟାଇବା ସୁନିଶ୍ଚିତ ହେବ।
ଗ୍ରାଉଟ୍କୁ କାଢ଼ିବା ଏକ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ, କାରଣ ଟାଇଲ୍ସ ମଧ୍ୟରେ ରହିଯାଇଥିବା କୌଣସି ଗ୍ରାଉଟ୍ ପାର୍ଶ୍ୱବର୍ତ୍ତୀ ଟାଇଲ୍ସ ଉପରେ ଚାପ ସୃଷ୍ଟି କରିବ ଓ ସେଗୁଡ଼ିକରେ ମଧ୍ୟ ଫାଟ ଦେଖାଯିବ।
ଫଟା ଟାଇଲ୍ରେ ଏକ କଣା କରିବା ପାଇଁ ଡ୍ରିଲ୍ ମେଶିନ୍ ବ୍ୟବହାର କରନ୍ତୁ। ଡ୍ରିଲ୍କୁ ଖୁବ୍ ଦ୍ରୁତ ଗତିରେ ଚଲାନ୍ତୁ ନାହିଁ, କାରଣ ଏହାଦ୍ୱାରା ଟାଇଲ୍ ତଳେ ଲାଗିଥିବା କୌଣସି ପାଇପ୍ କିମ୍ବା କେବଲ୍ କ୍ଷତିଗ୍ରସ୍ତ ହୋଇପାରେ। ଭଙ୍ଗା ଟାଇଲ୍ ମଝିରେ ଲାଗିଥିବା ଟେପ୍ ଉପରୁ ଧୀରେ ଧୀରେ ଡ୍ରିଲିଂ କରିବା ଆରମ୍ଭ କରନ୍ତୁ।
କଣା ସୃଷ୍ଟି ହୋଇଗଲା ପରେ, ଆପଣ ଅଧିକ ଗଭୀରତାରେ ଡ୍ରିଲ୍ କରିବାରେ ଦ୍ରୁତ ଗତିରେ ଡ୍ରିଲ୍ କରିପାରନ୍ତି।
ଏହି ସୋପାନରେ ଆପଣ ବୁଝିବେ ଯେ ଭଙ୍ଗା ଟାଇଲ୍କୁ କିପରି କଢ଼ାଯିବ। ଡ୍ରିଲିଂ ସମୟରେ କଣା ହୋଇଥିବା ସ୍ଥାନରୁ ଆରମ୍ଭ କରି ଏକ ବଟାଳି ସାହାଯ୍ୟରେ ଟାଇଲ୍କୁ ଭାଙ୍ଗି ତାହାର ଟୁକୁରାଗୁଡ଼ିକୁ କାଢ଼ିଆଣନ୍ତୁ।
ତରତର ହୁଅନ୍ତୁ ନାହିଁ, ଟାଇଲ୍ର ମଝିଆମଝି ସ୍ଥାନରୁ ଆରମ୍ଭ କରି ପାର୍ଶ୍ୱ ଆଡ଼କୁ ଯାଆନ୍ତୁ। ଭଙ୍ଗା ଟାଇଲ୍ର ଟୁକୁରାଗୁଡ଼ିକ ଯେପରି ପାର୍ଶ୍ୱବର୍ତ୍ତୀ ଟାଇଲ୍ସକୁ କ୍ଷତିଗ୍ରସ୍ତ ନ କରେ ସେଥିପ୍ରତି ଯତ୍ନବାନ୍ ରୁହନ୍ତୁ।
ଯଦି ସେଠାରେ ଆଢେସିଭ୍ର କିଛି ଅବଶେଷ ରହିଯାଇଥାଏ ତେବେ ଏକ ଟ୍ରିମିଂ ଛୁରୀ ସାହାଯ୍ୟରେ ତାହାକୁ ହଟାନ୍ତୁ।
ଭଙ୍ଗା ମେଜିଆ ଟାଇଲ୍ସକୁ ବଦଳାଇବା ପ୍ରକ୍ରିୟାର ଏହା ଏକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୋପାନ ଅଟେ। ପ୍ରଥମେ, କୌଣସି ଆଢେସିଭ ବ୍ୟବହାର ନ କରି ନୂଆ ଟାଇଲ୍କୁ ଯଥାସ୍ଥାନରେ ବସାଇ ତାହା ଠିକ୍ ଭାବେ ସେଠାରେ ଫିଟ୍ ହେଉଛି କି ନାହିଁ ପରୀକ୍ଷା କରିନିଅନ୍ତୁ। ଯଦି ତାହା ବାକି ମେଜିଆ/କାନ୍ଥ ଟାଇଲ୍ସଠାରୁ ଉଚ୍ଚକୁ ଉଠି ରହୁଥାଏ, ତେବେ ନୂଆ ଟାଇଲ୍ ଫିଟିଂ କରିବା ପୂର୍ବରୁ ସେଠାରେ ରହିଥିବା ମାତ୍ରାଧିକ ଆଢେସିଭ୍କୁ କାଢ଼ିବାକୁ ହେବ।
ସେଟିଂକୁ ନେଇ ସନ୍ତୁଷ୍ଟ ହେବା ପରେ, ନୂଆ ଟାଇଲ୍ ପଛପଟେ ଏକ ଗ୍ରାଉଟ୍ ସ୍ପ୍ରେଡର୍ ସାହାଯ୍ୟରେ ଆଢେସିଭ୍ର ଏକ ଲେପ ଦିଅନ୍ତୁ ଏବଂ ତାହାକୁ ଦୃଢ଼ ଭାବରେ ଯଥା ସ୍ଥାନରେ ବସାନ୍ତୁ। ତାହା ଅବଶିଷ୍ଟ ମେଜିଆ/କାନ୍ଥ ସହିତ ଯେପରି ସମାନ ଭାବେ ରହୁଥାଏ, ତାହା ସୁନିଶ୍ଚିତ କରିନିଅନ୍ତୁ।
ଭଙ୍ଗା ମେଜିଆ ଟାଇଲ୍କୁ ମରାମତି କରିବାରେ ନିଜୟ ପ୍ରୟାସରେ ସଫଳ ହେବା ପରେ ଏବଂ ନୂଆ ଟାଇଲ୍ ବସାଇବା ପରେ, ତାହାକୁ ସୁରକ୍ଷିତ ଭାବେ ବାନ୍ଧି ରଖିବା ପାଇଁ ଆପଣଙ୍କୁ ଗ୍ରାଉଟିଂ କରିବାକୁ ହେବ। ଏଥିପାଇଁ, ପ୍ରଥମେ ଗ୍ରାଉଟ୍ ଫିଟିଂ ପାଇଁ ବ୍ୟବଧାନକୁ ସମାନ ରଖିବା ପାଇଁ ଟାଇଲ୍ ସ୍ପେଶର୍ ଫିଟ୍ କରନ୍ତୁ ଏବଂ ଆଢେସିଭ୍ ଶୁଖିବା ପୂର୍ବରୁ ଟାଇଲ୍ ଯେପରି ଖସି ନ ଯାଏ ତାହା ସୁନିଶ୍ଚିତ କରନ୍ତୁ।
ଗୋଟିଏ ଦିନ ପରେ ଆପଣ ସ୍ପେଶରକୁ କାଢ଼ିପାରିବେ ଏବଂ ନୂଆ ଟାଇଲ୍ ଚାରିପଟେ ଥିବା ଫାଙ୍କରେ ନୂଆ ଗ୍ରାଉଟ୍ ଲଗାଇପାରିବେ।
ଫଟା/ଭଙ୍ଗା ଏବଂ ଉଠିଆସିଥିବା ମେଜିଆ ଟାଇଲ୍ସ ମରାମତି ପାଇଁ ଏହି ଉପାଦେୟ ସୋପାନକ୍ରମିକ ମାର୍ଗଦର୍ଶିକା ଆବଶ୍ୟକତା ବେଳେ ଆପଣଙ୍କର କାମରେ ଆସିବ। ବର୍ତ୍ତମାନ ଆପଣ ଫଟା ମେଜିଆ ଟାଇଲ୍କୁ ସଜାଡ଼ିବା ପାଇଁ ଆବଶ୍ୟକ ହେଉଥିବା ହାତ ହତିଆର, ସୁରକ୍ଷା ପରିଧାନ ଏବଂ ପ୍ରକ୍ରିୟା ସମ୍ପର୍କରେ ସଚେତନ ହୋଇଯାଇଛନ୍ତି। ଫଟା ମେଜିଆ ଟାଇଲ୍ ମରାମତିର ଏହି ବିସ୍ତୃତ ମାର୍ଗଦର୍ଶିକା ମାଧ୍ୟମରେ, ଆପଣ ଫଟା ଟାଇଲ୍କୁ ବଦଳାଇବା ଏବଂ ଆପଣଙ୍କ ଟାଇଲ୍ ବିଛା ପୃଷ୍ଠଭାଗର ସୁନ୍ଦରତାକୁ ଫେରାଇଆଣିବାରେ ସକ୍ଷମ ହୋଇପାରିବେ।