ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ଆପଣଙ୍କ ଘର ପାଇଁ ବିଭିନ୍ନ ପ୍ରକାର ଭେଣ୍ଟିଲେସନ୍ ପ୍ରଣାଳୀ

ଆଗକାଳରେ ଯେମିତି ବିସ୍ତୀର୍ଣ୍ଣ ଘରସବୁ ତିଆରି ହେଉଥିଲା ତାହା ଏବେ ଦେଖିବାକୁ ମିଳୁନାହିଁ; ବରଂ, ଆଜିର ଘରଗୁଡ଼ିକ ଅପେକ୍ଷାକୃତ ଛୋଟ ହୋଇଥାଏ। କମ୍ ଜାଗା କାରଣରୁ ଉତ୍ତମ ଭେଣ୍ଟିଲେସନ୍ ବା ବାୟୁ ଚଳାଚଳ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାର ଆବଶ୍ୟକତା ଉପୁଜିଥାଏ, ଅନ୍ୟଥା ଘରଟି ଖୁବ୍ ଆବଦ୍ଧ ଲାଗିଥାଏ ଓ ସେଠାରେ ଅଣନିଃଶ୍ୱାସୀ ହେବାର ଅନୁଭୂତି ମିଳିଥାଏ। ଘରର ଭେଣ୍ଟିଲେସନ୍ ତାହାର ଆରାମଦାୟକତା ପାଇଁ ନିର୍ଣ୍ଣାୟକ ହୋଇଥାଏ। ଆସନ୍ତୁ ବିଭିନ୍ନ ପ୍ରକାର ଘର ଭେଣ୍ଟିଲେସନ୍ ପ୍ରଣାଳୀ ବିଷୟରେ ଜାଣିବା ଏବଂ ନିଜ ଘରକୁ ଆରାମଦାୟକ କରିବା ପାଇଁ ତାହାର ଯୋଜନା କିପରି କରାଯିବ ତାହା ବୁଝିବା।

Share:


• ଆରାମଦାୟକ ଜୀବନଯାପନ ପରିବେଶ ପାଇଁ ଆଧୁନିକ ଛୋଟ ଘର ସୁନିୟୋଜିତ ଭେଣ୍ଟିଲେସନ୍ ବ୍ୟବସ୍ଥା ଆବଶ୍ୟକ କରିଥାଏ।

 

• ଝରକାର ସ୍ଥାନ, ସ୍ୱତନ୍ତ୍ର ଭେଣ୍ଟିଂ ଉପରେ ବିଶେଷ ଧ୍ୟାନ ଦେବା ଏବଂ ଏୟାର୍ ପ୍ୟୁରିଫାୟର୍ ତଥା ଏକ୍ଜଷ୍ଟ ଫ୍ୟାନ୍‌‌‌ର ବ୍ୟବହାର କରିବା ବାୟୁପ୍ରବାହକୁ ଉନ୍ନତ କରିବାର ଗୁରୁତ୍ୱପୂର୍ଣ୍ଣ ଉପାୟ ଅଟେ।

 

• ଭେଣ୍ଟିଲେସନ୍ ପ୍ରଣାଳୀ ପ୍ରାକୃତିକ ହୋଇପାରେ, ଯାନ୍ତ୍ରିକ ହୋଇପାରେ ଅବା ସନ୍ତୁଳିତ ହୋଇପାରେ। ଏ ସମସ୍ତ ପ୍ରଣାଳୀର ନିଜୱ ଅନନ୍ୟ ଲାଭ ରହିଛି।

 

• ଭେଣ୍ଟିଲେସନ୍ ପ୍ରଣାଳୀକୁ ଚୟନ କରିବା ସମୟରେ ପ୍ରଣାଳୀର ପ୍ରକାର, ରଣନୀତି, ବଜେଟ, ଆକାର, ବାୟୁ ଗୁଣମାନ ତଦାରଖ, ରକ୍ଷଣାବେକ୍ଷଣ ଏବଂ ସ୍ଥାପନା ଆଦିକୁ ବିଚାରକୁ ନିଆଯାଇଥାଏ।



ଏକ ଉତ୍ତମ ଭେଣ୍ଟିଲେସନ୍ ପ୍ରଣାଳୀ ଆପଣଙ୍କ ଘର ପାଇଁ ଏକ ଅତ୍ୟାବଶ୍ୟକ ଆବଶ୍ୟକତା ହୋଇଥାଏ, କାରଣ ଭେଣ୍ଟିଲେସନ୍‌ ହିଁ ବାୟୁର ପ୍ରବାହକୁ ଉନ୍ନତ କରିଥାଏ ଏବଂ ଘରର ପରିବେଶକୁ ସୁଖଦ ରଖିବାରେ ସାହାଯ୍ୟ କରିଥାଏ। ଆଜିକାଲିର ଛୋଟ ଛୋଟ ଘର କାରଣରୁ ଘର ଭିତରର ପରିବେଶକୁ ନିରାପଦ ରଖିବା ଲାଗି ଅତିରିକ୍ତ ପଦକ୍ଷେପ ନିଆଯିବା ଜରୁରୀ ହୋଇପଡ଼େ।

 

ଘରର ଭେଣ୍ଟିଲେସନ୍ ପର୍ଯ୍ୟାପ୍ତ ନ ଥିଲେ ସେଠାରେ ପ୍ରବେଶ କରିବା ମାତ୍ରେ ନକାରାତ୍ମକ ଅନୁଭୂତି ମିଳିଥାଏ। ଏହାର କାରଣ ହେଉଛି ଅନୁପଯୁକ୍ତ ଘର ଭେଣ୍ଟିଲେସନ୍ ଆର୍ଦ୍ରତା ଏବଂ କବକ/ଫିମ୍ପି/ଶିଉଳି ଭଳି ସମସ୍ୟା ସୃଷ୍ଟି କରିଥାଏ ଓ ଘରେ ଏକ ଅରୁଚିକର ଦୁର୍ଗନ୍ଧ ଖେଳାଇଦେଇଥାଏ। ଯଦିଓ ଉପଯୁକ୍ତ ୱାଟରପ୍ରୁଫିଙ୍ଗ କେମିକାଲ୍ସ ବ୍ୟବହାର କରି ଓଦାପଣ ଭଳି ସମସ୍ୟାର ସମାଧାନ କରାଯାଇପାରିବ; ତଥାପି, ଏସବୁ ସମସ୍ୟାକୁ ଏଡ଼ାଇବା ଲାଗି ଉପଯୁକ୍ତ ଭେଣ୍ଟିଲେସନ୍‌‌କୁ ସୁନିଶ୍ଚିତ କରିବା ଜରୁରୀ ଅଟେ। ଉପଯୁକ୍ତ ଭେଣ୍ଟିଲେସନ୍ ବ୍ୟବସ୍ଥା ରହିଥିଲେ, ଘରେ ରହିବା ଆରାମ କରିବା ଓ ସମୟ ବିତାଇବା ସୁଖଦ ହୋଇଯାଇଥାଏ।


ନୂଆ କରି ତିଆରି କରାଯାଉଥିବା ଘର ପାଇଁ ଭେଣ୍ଟିଲେସନ୍‌‌ର ମହତ୍ତ୍ୱ


ଆଗ କାଳ ତୁଳନାରେ ଆଜି ଏକ ଉପଯୁକ୍ତ ଭାବେ ଭେଣ୍ଟିଲେଟେଡ୍ ଘର ଅଧିକ ମହତ୍ତ୍ୱ ରଖିଥାଏ। ବଢ଼ିଚାଲିଥିବା ପ୍ରଦୂଷଣ, ସହରରେ ଖୁନ୍ଦାଖୁନ୍ଦି ହୋଇ ରହିଥିବା ଜାଗା ଏବଂ କମ୍ ସବୁଜିମା କାରଣରୁ ନୂଆକରି ନିର୍ମାଣ କରାଯାଉଥିବା ଘରର ଭେଣ୍ଟିଲେସନ୍ ବ୍ୟବସ୍ଥାକୁ ଉନ୍ନତ କରିବା ଆଜି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି।

 

ଭେଣ୍ଟିଲେସନ୍ ଆପଣଙ୍କ ଘରୁ ଆର୍ଦ୍ରତା, ଧୂଆଁ, ରୋଷେଇ କାର୍ଯ୍ୟରୁ ସୃଷ୍ଟି ହେଉଥିବା ଗନ୍ଧ ଏବଂ ଆଭ୍ୟନ୍ତରୀଣ ପ୍ରଦୂଷକ ଉପାଦାନଗୁଡ଼ିକୁ ଦୂର କରିଥାଏ। ଉତ୍ତମ ବାୟୁ ଚଳାଚଳ ବ୍ୟବସ୍ତା ନ ଥିବା ଘରେ ଷ୍ଟୋଭ୍ ଓ ଚୁଲି ଭଳି ଗୃହୋପକରଣରୁ ନିର୍ଗତ ହେଉଥିବା ବାଷ୍ପ ଘର ଭିତରେ ହିଁ ଜମା ହୋଇ ରହିଯାଇପାରେ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ବିପଜ୍ଜନକ ହୋଇଥାଏ।

 

ତେଣୁ, ନିଜ ଘର ତିଆରି କରିବା ସମୟ ଆପଣଙ୍କୁ ବିଭିନ୍ନ ପ୍ରକାର ଭେଣ୍ଟିଲେସନ୍ ପ୍ରଣାଳୀଗୁଡ଼ିକର ମୂଲ୍ୟାୟନ କରି ଏପରି ଏକ ପ୍ରଣାଳୀ ଚୟନ କରିବା ଆବଶ୍ୟକ ଯାହା ଆପଣଙ୍କ ଘରର ବାୟୁ ଚଳାଚଳ ବ୍ୟବସ୍ଥାକୁ ଉତ୍ତମ ରଖୁଥିବ ଓ ଘରକୁ ତାଜା ତଥା ଉତ୍ତମ ମାନର ବାୟୁ ପ୍ରବାହିତ କରିବାରେ ସାହାଯ୍ୟ କରୁଥିବ।

 

ଏକ ଉତ୍ତମ ହୋମ୍ ଭେଣ୍ଟିଲେସନ୍ ସିଷ୍ଟମ୍ ଆଟୁରେ ଉତ୍ତାପ ସ୍ତରକୁ ନିୟନ୍ତ୍ରିତ କରିଥାଏ, ଆବଦ୍ଧ କୋଠରୀ ଓ ବେସମେଣ୍ଟଗୁଡ଼ିକରେ ଓଦାପଣକୁ ନ୍ୟୂନତମ କରିଥାଏ ଏବଂ ଇନସୁଲେଟ୍ ହୋଇ ନ ଥିବା କାନ୍ଥଗୁଡ଼ିକଠାରୁ ଆର୍ଦ୍ରତାକୁ ଦୂରରେ ରଖିଥାଏ। ତେଣୁ, ଘରେ ବାୟୁର ପ୍ରବାହରେ ସହାୟତା ପାଇଁ ଝରକାର ବ୍ୟବସ୍ଥା କରାଯିବା ଉଚିତ୍। ପବନ ଯେପରି ବିନା ବାଧାରେ ବାହାରିଯାଏ ତାହା ସୁନିଶ୍ଚିତ କରିବା ପାଇଁ କିଚେନ୍ ଚିମ୍‌‌ନୀ ଏବଂ ଏକ୍ଜଷ୍ଟ ଫ୍ୟାନ୍ ବ୍ୟବହାର କରନ୍ତୁ। ଏହା ବ୍ୟତୀତ, ଆପଣ ନିଜର ବାଥରୁମ୍ ପାଇଁ ମଧ୍ୟ ଏକ୍ଜଷ୍ଟ ଫ୍ୟାନ୍ ବ୍ୟବହାର କରିପାରନ୍ତି।


ଘରର ଭେଣ୍ଟିଲେସନ୍ ଯୋଜନା କେମିତି କରିବେ?

ଆଜିର ଯୁଗରେ, ଅଧିକାଂଶ ଲୋକ ପୂର୍ବରୁ ଡିଜାଇନ୍ ଓ ନିର୍ମାଣ କରାଯାଇଥିବା ସୁଉଚ୍ଚ ଅଟ୍ଟାଳିକାର ଆପର୍ଟମେଣ୍ଟରେ ରହୁଛନ୍ତି। ନିଜ ଘରର ସାମଗ୍ରିକ ଡିଜାଇନ୍ କରିବା ପାଇଁ ସେମାନଙ୍କ ନିକଟରେ କ୍ଷମତା ନ ଥାଏ। ଯଦି ଆପଣ ଏପରି ଏକ ଘରେ ରହିବାର ଯୋଜନା କରୁଥାନ୍ତି, ତେବେ ସର୍ବାଧିକ ଭେଣ୍ଟିଲେସନ୍‌‌କୁ ସୁନିଶ୍ଚିତ କରିବା ପାଇଁ ଆପଣ କେତେକ ମହତ୍ତ୍ୱପୂର୍ଣ୍ଣ କଥାକୁ ଧ୍ୟାନରେ ରଖିବା ଉଚିତ୍।


୧. ଝରକାର ସ୍ଥାନ



ଆପଣ ସୁଉଚ୍ଚ ଅଟ୍ଟାଳିକାର ଆପାର୍ଟମେଣ୍ଟରେ ରହୁଥାନ୍ତୁ କିମ୍ବା ପୃଥକ୍ ଘରେ, ତାଜା ପବନ ପାଇବାର ପ୍ରାଥମିକ ଉତ୍ସ ହେଉଛି ସୁଚିନ୍ତିତ ଭାବେ ସ୍ଥାନିତ କରାଯାଇଥିବା ଝରକା। ସର୍ବାଧିକ ଭେଣ୍ଟିଲେସନକୁ ସୁନିଶ୍ଚିତ କରିବା ପାଇଁ ବାୟୁ ପ୍ରବାହକୁ ବୃଦ୍ଧି କରୁଥିବା ଏବଂ ଏକ ଖୋଲା ଜାଗା ଆଡ଼କୁ ମୁହାଁଇଥିବା ଜାଗାରେ ଝରକା ଲଗାନ୍ତୁ। ଏହି ସରଳ ପଦକ୍ଷେପ ଆଭ୍ୟନ୍ତରୀଣ ବାୟୁର ଗୁଣମାନକୁ ଅପେକ୍ଷାକୃତ ଉନ୍ନତ କରିଦେଇଥାଏ।


୨. ଏୟାର୍ ପ୍ୟୁରିଫାୟର୍ସ



ବାୟୁ ପ୍ରବାହକୁ ଉନ୍ନତ କରିବା ଏବଂ ସ୍ୱଚ୍ଛ ଆଭ୍ୟନ୍ତରୀଣ ବାୟୁକୁ ବଜାୟ ରଖିବା ପାଇଁ ଏକ ପରିପୂରକ ଭେଣ୍ଟିଲେସନ୍ ସାଧନ ଭାବେ ଏୟାର୍ ପ୍ୟୁରିଫାୟର୍ ବ୍ୟବହାର କରିବା କଥା ବିଚାରକୁ ନିଅନ୍ତୁ। ଏହି ଯନ୍ତ୍ରଗୁଡ଼ିକ ପ୍ରାକୃତିକ ଭେଣ୍ଟିଲେସନ୍ ପାଉ ନ ଥିବା ବା ସୀମିତ ଭାବେ ପାଉଥିବା ଉଚ୍ଚ ଅଟାଳିକା ଆପାର୍ଟମେଣ୍ଟଗୁଡ଼ିକ ପାଇଁ ବିଶେଷ ରୂପେ ଉପାଦେୟ ହୋଇଥାଏ।


୩. କିଚେନ୍ ଓ ବାଥରୁମ୍ ପାଇଁ ସ୍ୱତନ୍ତ୍ର ନିଷ୍କାସନ ବ୍ୟବସ୍ଥା



ଆପଣଙ୍କ ଘରର କିଚେନ୍ ଓ ବାଥରୁମ୍ ଭଳି ଜାଗାଗୁଡ଼ିକ ପ୍ରଦୂଷକ ଉପାଦାନଗୁଡ଼ିକୁ ନିଷ୍କାସନ କରିବା ପାଇଁ ସ୍ୱତନ୍ତ୍ର ଭେଣ୍ଟିଂ ବ୍ୟବସ୍ଥା ଆବଶ୍ୟକ କରିଥାଏ। ରୋଷେଇ କାର୍ଯ୍ୟରୁ ଉତ୍ପନ୍ନ ଗନ୍ଧ ଓ ଧୂଆଁକୁ ବାହାରକୁ କାଢ଼ିବା ପାଇଁ କିଚେନ୍ ଚିମ୍‌‌ନୀ ଏବଂ ଏକ୍ଜଷ୍ଟ ଫ୍ୟାନ୍ ଲଗାନ୍ତୁ। ସେହିଭଳି, ଆର୍ଦ୍ରତା ଏବଂ ଦୁର୍ଗନ୍ଧକୁ ଦୂର କରି ଉତ୍ତମ ବାୟୁ ଗୁଣମାନକୁ ବଜାୟ ରଖିବାରେ ଏକ୍ଜଷ୍ଟ ଫ୍ୟାନ୍ ସହାୟକ ହୋଇଥାଏ।



୪. ଝରକାର ଡିଜାଇନ୍

ଘରର ଡିଜାଇନ୍ କରିବା ସମୟରେ, ଝରକାର ଅବସ୍ଥିତି ଓ ଆକାର ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଉତ୍ତମ ବାୟୁ ପ୍ରବାହକୁ ସୁବିଧାଜନକ କରିବା ପାଇଁ, ଖୋଲା ଜାଗା ଆଡ଼କୁ ମୁହଁ କରି ରହିଥିବା ଘର ପାର୍ଶ୍ୱରେ ବଡ଼ ଆକାରର ଝରକା ତିଆରି କରନ୍ତୁ। ଏହା ଦ୍ୱାରା ତାଜା ପବନ ଆପଣଙ୍କ ଘର ମଧ୍ୟକୁ ପ୍ରବାହିତ ହୋଇଥାଏ ଓ ନିରବଚ୍ଛିନ୍ନ ଭେଣ୍ଟିଲେସନ୍ ସୁନିଶ୍ଚିତ ହୋଇଥାଏ।


୫. ଅପର୍ଯ୍ୟାପ୍ତ ଭେଣ୍ଟିଲେସନ୍ ପାଇଁ ଏକ୍ଜଷ୍ଟ ଫ୍ୟାନ୍



ଯଦି ଆପଣଙ୍କ ବାସସ୍ଥାନଟି ସୀମିତ ବାୟୁପ୍ରବାହ କାରଣରୁ ଉପଯୁକ୍ତ ଭେଣ୍ଟିଲେସନ୍ ପାଉ ନ ଥାଏ, ତେବେ ଏକ୍ଜଷ୍ଟ ଫ୍ୟାନ୍ ଲଗାଇବା କଥା ବିଚାରକୁ ନିଅନ୍ତୁ। ଏହି ଫ୍ୟାନ୍‌‌କୁ ସନ୍ତୁଳିତ ବା ବାଲାନ୍ସଡ୍ ଭେଣ୍ଟିଲେସ୍ ସିଷ୍ଟମ୍ ମଧ୍ୟ କୁହାଯାଏ ଏବଂ ଏହା ଦୁଇ ପ୍ରକାରର ହୋଇଥାଏ: ପଏଣ୍ଟ-ସୋର୍ସ ଏବଂ ଡକ୍ଟେଡ୍। ବାଥରୁମ୍ ଏବଂ କିଚେନ୍ ଭଳି ସ୍ଥାନରୁ ଦୁର୍ଗନ୍ଧ ଏବଂ ପ୍ରଦୂଷକ ଉପାଦାନକୁ ଦୂର କରିବା ପାଇଁ ପଏଣ୍ଟ-ସୋର୍ସ ଏକ୍ଜଷ୍ଟ ଫ୍ୟାନ୍ ଉପଯୁକ୍ତ ହୋଇଥାଏ, ଯାହା ଏଭଳି ଉପାଦାନଗୁଡ଼ିକ ସମଗ୍ର ଅଭ୍ୟନ୍ତରକୁ ପ୍ରଭାବିତ କରିବାରୁ ରୋକିଥାଏ। ଡକ୍ଟେଡ୍ ସିଷ୍ଟମ୍ ଲିଭିଂ ରୁମ୍ ଏବଂ ବେଡରୁମ୍ ଭଳି ସାଧାରଣ ଭାବେ ବ୍ୟବହୃତ ସ୍ଥାନଗୁଡ଼ିକରେ ତାଜା ପବନ ପହଞ୍ଚାଇ ଏକ ଉତ୍ତମ ଭେଣ୍ଟିଲେସନଯୁକ୍ତ ବାସୋପଯୋଗୀ ପରିବେଶ ସୁନିଶ୍ଚିତ କରିଥାଏ।

 

ଘର ଭେଣ୍ଟିଲେସନ୍ ଡିଜାଇନରେ ଏହିସବୁ କାରକଗୁନିକୁ ଯତ୍ନର ସହିତ ବିଚାରକୁ ନେଇ ଆପଣ ସୁଉଚ୍ଚ ଅଟ୍ଟାଳିକାରେ ଥିବା ଆପାର୍ଟମେଣ୍ଟ କିମ୍ବା ବେଶୀ ଡିଜାଇନ୍ ସମ୍ଭବ ହୋଇ ନ ଥିବା ପୃଥକ୍ ଘର ପାଇଁ ଆପଣ ପର୍ଯ୍ୟାପ୍ତ ଭେଣ୍ଟିଲେସନ୍ ବା ବାୟୁ ଚଳାଚଳର ବ୍ୟବସ୍ଥାର ଯୋଜନା ପ୍ରସ୍ତୁତ କରିପାରିବେ।


ହୋମ୍ ଭେଣ୍ଟିଲେସନ୍ ସିଷ୍ଟମଗୁଡ଼ିକର ପ୍ରକାରଭେଦଗୁଡ଼ିକ କ’ଣ?

ଏକ ଉତ୍ତମ ଭେଣ୍ଟିଲେସନଯୁକ୍ତ ବାସସ୍ଥଳୀକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ପ୍ରକାର ଭେଣ୍ଟିଲେସନ ସିଷ୍ଟମଗୁଡ଼ିକୁ ବୁଝିବା ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ପ୍ରତ୍ୟେକ ପ୍ରଣାଳୀର ଅନନ୍ୟ ଲାଭ ଏବଂ ଉପଯୋଗ ଥାଏ। ଆସନ୍ତୁ, ଏହିସବୁ ଭେଣ୍ଟିଲେସନ୍ ସମାଧାନଗୁଡ଼ିକୁ ବିସ୍ତାରରେ ଆଲୋଚନା କରିବା।


୧. ପ୍ରାକୃତିକ ଭେଣ୍ଟିଲେସନ୍

ଝରକା ଓ ଦ୍ୱାର ଦେଇ ଅନିୟନ୍ତ୍ରିତ ଭାବେ ବାୟୁର ଚଳାଚଳକୁ ପ୍ରାକୃତିକ ଭେଣ୍ଟିଲେସନ୍ କୁହାଯାଏ। ତେଣୁ, ଘର ତିଆରି କରିବାର ଯୋଜନା ପ୍ରସ୍ତୁତ କରିବା ସମୟରେ, ଯଦି ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ଜାଗା ଅଛି ତେବେ ତାହାକୁ ଝରକା ଓ ଦ୍ୱାରରେ ପରିବେଷ୍ଟିତ କରିବା ସୁନିଶ୍ଚିତ କରନ୍ତୁ, ଏହା ପ୍ରାକୃତିକ ବାୟୁକୁ ମୁକ୍ତ ଭାବେ ପ୍ରବାହିତ ହେବା ପାଇଁ ଅନୁମତି ଦେଇଥାଏ।

 

୨. ଏକ୍ଜଷ୍ଟ ଭେଣ୍ଟିଲେସନ୍

ଏହି ପ୍ରଣାଳୀଗୁଡ଼ିକୁ ଅତ୍ୟନ୍ତ ମୌଳିକ ଏବଂ ସରଳ ପ୍ରକୃତିର ହୋଇଥାଏ। ଆପଣ ବାଥରୁମ୍ ଓ କିଚେନ୍‌‌ରେ ଏକ୍ଜଷ୍ଟ ଫ୍ୟାନ୍ ଲଗାଇପାରିବେ। ଅଧିକାଂଶ ଘରେ ଏଗୁଡ଼ିକୁ ଦେଖିବାକୁ ମିଳିଥାଏ। ଆପଣଙ୍କୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ ଏକ୍ଜଷ୍ଟ ଫ୍ୟାନ୍‌‌ଗୁଡ଼ିକ ବାହାରକୁ ବାୟୁ ନିଷ୍କାସନ ପାଇଁ ଉପଯୁକ୍ତ ଭାବେ ଡକ୍ଟେଡ୍ (ନଳ ସଂଯୋଗ) ହୋଇଥିବା ଆବଶ୍ୟକ; ଅନ୍ୟଥା ତାହା କେବଳ ଆର୍ଦ୍ରତାକୁ ଆପଣଙ୍କ ଘରର ଅନ୍ୟ କୌଣସି ସ୍ଥାନକୁ ସ୍ଥାନାନ୍ତର କରିବା ହିଁ ସାର ହେବ।

 

୩. ସପ୍ଲାଏ ଭେଣ୍ଟିଲେସନ୍

ଏହି ପ୍ରଣାଳୀଗୁଡ଼ିକ ବାହାରର ପବନକୁ ଚାପ ମାଧ୍ୟମରେ ଘର ମଧ୍ୟକୁ ଆଣିଥାଏ, ଯାହା ଫଳରେ ସମାନ ପରିମାଣର ବାୟୁ ଘର ମଧ୍ୟକୁ ଯାଇଥାଏ ଓ ନିଷ୍କାସିତ ହୋଇଥାଏ। ଅଧିକାଂଶ ସପ୍ଲାଏ ଭେଣ୍ଟିଲେସନ୍ ପ୍ରଣାଳୀ ସେଣ୍ଟ୍ରାଲ ହିଟିଂ ଓ କୁଲିଂ ସିଷ୍ଟମର ବିଦ୍ୟମାନ ନଳ ଓ ବ୍ଲୋଅର୍‌‌ ବ୍ୟବହାର କରିଥାଏ। ସେଗୁଡ଼ିକ କେବଳ ଏକ ଛୋଟିଆ ସପ୍ଲାଏ ଡକ୍ଟ ଆବଶ୍ୟକ କରିଥାଏ ଯାହା ବାୟୁ ନିୟନ୍ତ୍ରକକୁ ବାହ୍ୟ ସ୍ଥାନ ସହିତ ସଂଯୁକ୍ତ କରି ବାହ୍ୟ ପବନକୁ ଭିତରକୁ ଆଣିବାରେ ସାହାଯ୍ୟ କରିଥାଏ।

 

୪. ବାଲାନ୍ସଡ୍ ଭେଣ୍ଟିଲେସନ୍

ଏହି ପ୍ରଣାଳୀ ସମାନ ହାରରେ ଅଭ୍ୟନ୍ତରର ବାସି ପବନକୁ ନିଷ୍କାସନ କରେ ଓ ତାଜା ବାହ୍ୟ ପବନକୁ ଘର ଭିତରକୁ ଆଣିଥାଏ। ବାଲାନ୍ସଡ୍ ଭେଣ୍ଟିଲେସନ୍ ସିଷ୍ଟମଟି ଠିକ୍ ଭାବେ ଡିଜାଇନ୍ ଓ ସ୍ଥାପନ କରାଗଲେ, ଏହା ଘର ଭିତରେ ଚାପ ବୃଦ୍ଧି କିମ୍ବା ହ୍ରାସ କରି ନ ଥାଏ ଏବଂ ସମସ୍ତ କୋଠରୀରେ ଉପଯୁକ୍ତ ଭେଣ୍ଟିଲେସନ୍ ସୁନିଶ୍ଚିତ ହୋଇଥାଏ।

 

୫. ମେକାନିକାଲ୍ ଭେଣ୍ଟିଲେସନ୍

ହିଟ୍ ରିକଭରୀ ଭେଣ୍ଟିଲେସନ୍ ବା ମେକାନିକାଲ୍ ଭେଣ୍ଟିଲେସନ୍ ଆପଣଙ୍କ ଘରର ଛାତ କିମ୍ବା ଆପାର୍ଟମେଣ୍ଟ ବିଲଡିଂର ଛାତରେ ଲଗାଯାଇଥାଏ। ଏହି ହିଟ୍ ରିକଭରୀ ଭେଣ୍ଟିଲେସନ୍ ତାଜା ପବନ ଯୋଗାଇବା ପାଇଁ ବିଭିନ୍ନ ତାପମାତ୍ରା ମଧ୍ୟରେ କାମ କରିଥାଏ। ଆପଣଙ୍କ ଘର ମଧ୍ୟକୁ ଉପଚାରିତ ବାୟୁ ଯୋଗାଇବା ଏବଂ ଭେଣ୍ଟିଲେସନ୍ ତଥା ବାୟୁ ପ୍ରବାହକୁ ବଜାୟ ରଖିବା ପାଇଁ ଏହି ପ୍ରଣାଳୀଟି ବିଶେଷ ଭାବେ ନିର୍ମିତ ହୋଇଥାଏ।


ଘରକୁ ଭେଣ୍ଟିଲେଟ୍ କରିବା ପାଇଁ ଆପଣ କ’ଣସବୁ ଆବଶ୍ୟକ କରିବେ?

ଏକ ଫଳପ୍ରଦ ହୋମ୍ ଭେଣ୍ଟିଲେସନ୍ ସିଷ୍ଟମ୍ ତିଆରି କରିବା ପାଇଁ ବିଭିନ୍ନ ଉପାଦାନଗୁଡ଼ିକ ଉପରେ ଯତ୍ନଶୀଳ ବିଚାର ଆବଶ୍ୟକ ହୋଇଥାଏ। ଘରେ ଉପଯୁକ୍ତ ଭେଣ୍ଟିଲେସନ୍‌‌କୁ ବଜାୟ ରଖିବା ସୁନିଶ୍ଚିତ କରିବା ପାଇଁ ଆପର ନିମ୍ନଲିଖିତ ଆବଶ୍ୟକ କରିବେ:


୧. ଭେଣ୍ଟିଲେସନ୍ ସିଷ୍ଟମ୍

ଆପଣ କେଉଁ ପ୍ରକାର ଭେଣ୍ଟିଲେସନ୍ ସିଷ୍ଟମ୍ ଚୟନ କରିବେ ତାହା ଆପଣଙ୍କ ଘରର ନକସା ଏବଂ ଆପଣଙ୍କର ବିଶେଷ ଆବଶ୍ୟକତା ଉପରେ ନିର୍ଭର କରିଥାଏ। ସାଧାରଣ ବିକଳ୍ପଗୁଡ଼ିକ ମଧ୍ୟରେ ଉପରେ ଦର୍ଶାଯାଇଥିବା ପ୍ରଣାଳୀଗୁଡ଼ିକ ଅନ୍ତର୍ଭୁକ୍ତ, ଯଥା- ପ୍ରାକୃତିକ ଭେଣ୍ଟିଲେସନ୍ (ଝରକା ଓ ଦ୍ୱାର ମାଧ୍ୟମରେ), ଯାନ୍ତ୍ରିକ ବା ମେକାନିକାଲ୍ ଭେଣ୍ଟିଲେସ୍ (ଏକ୍ଜଷ୍ଟ ଫ୍ୟାନ୍, ଆଟିକ୍ ଫ୍ୟାନ୍ ଏବଂ ପୂର୍ଣ୍ଣ ଘର ଫ୍ୟାନ୍), କିମ୍ବା ସନ୍ତୁଳିତ ବା ବାଲାନ୍ସଡ୍ ଭେଣ୍ଟିଲେସନ୍ (ହିଟ୍ ରିକଭରୀ ଭେଣ୍ଟିଲେସନ୍ କିମ୍ବା ଏନର୍ଜି ରିକଭରୀ ଭେଣ୍ଟିଲେସନ୍ ଭଳି)। ପ୍ରତ୍ୟେକ ପ୍ରଣାଳୀର ନିଜସ୍ୱ ସୁବିଧା ଓ ଅସୁବିଧା ରହିଛି, ତେଣୁ ଆପଣଙ୍କ ଘରକୁ ସବୁଠାରୁ ଉପଯୁକ୍ତ ଭାବେ ସୁହାଉଥିବା ପ୍ରଣାଳୀ ଚୟନ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ।

 

୨. ଭେଣ୍ଟିଲେସନ୍ ପାଇଁ ରଣନୀତି

ଆପଣଙ୍କ ଲକ୍ଷ୍ୟ ସହିତ ଖାପ ଖାଉଥିବା ଘର ଭେଣ୍ଟିଲେସନ୍ ରଣନୀତି ସମ୍ପର୍କରେ ନିଷ୍ପତ୍ତି ନିଅନ୍ତୁ। ଉଦାହରଣ ସ୍ୱରୂପ, ଯଦି ଆପଣ ମାତ୍ରାଧିକ ଆର୍ଦ୍ରତାକୁ ନିଷ୍କାସନ କରିବାକୁ ଚାହୁଁଥାନ୍ତି, ତେବେ ଏକ୍ଜଷ୍ଟ ଭେଣ୍ଟିଲେସନ୍‌‌କୁ ପ୍ରାଧାନ୍ୟ ଦେଉଥିବା ପ୍ରଣାଳୀଟି ଉପଯୁକ୍ତ ହେବ। ଅନ୍ୟପକ୍ଷରେ, ଯଦି ଆପଣ ଶକ୍ତି ଦକ୍ଷତାର ଲକ୍ଷ୍ୟ ରଖିଛନ୍ତି, ତେବେ ତାପ ଓ ଶକ୍ତି ପୁନରୁଦ୍ଧାର କରିବାର କ୍ଷମତା ରଖୁଥିବା ଏକ ସନ୍ତୁଳିତ ଭେଣ୍ଟିଲେସନ୍ ପ୍ରଣାଳୀ ବ୍ୟବହାର କରିବା କଥା ବିଚାରକୁ ନିଅନ୍ତୁ।

 

୩. ବଜେଟ

ବିଭିନ୍ନ ପ୍ରକାର ଭେଣ୍ଟିଲେସନ୍ ପ୍ରଣାଳୀ ଓ ବୈଶିଷ୍ଟ୍ୟାବଳୀ ପାଇଁ ଖର୍ଚ୍ଚ ଭିନ୍ନ ଭିନ୍ନ ହୋଇଥାଏ, ତେଣୁ ସଠିକ୍ ପ୍ରଣାଳୀ ଚୟନ କରିବା ସମୟରେ ନିଜର ଆର୍ଥିକ ସୀମିତତାକୁ ବୁଝିବା ଏବଂ ବଜେଟ ତିଆରି କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

 

୪. ଉପଯୁକ୍ତ ଆକାର

ସୁନିଶ୍ଚିତ କରିନିଅନ୍ତୁ ଯେ ଭେଣ୍ଟିଲେସନ୍ ପ୍ରଣାଳୀର ଆକାରଟି ଆପଣଙ୍କ ଘର ପାଇଁ ଉପଯୁକ୍ତ ଅଟେ। ଆବଶ୍ୟକତାଠାରୁ ବଡ଼ ପ୍ରଣାଳୀ ଫଳପ୍ରଦ ହୋଇ ନ ପାରେ ଏବଂ ଆବଶ୍ୟକତାଠାରୁ ଛୋଟ ପ୍ରଣାଳୀ ଆପଣଙ୍କ ଘରର ଭେଣ୍ଟିଲେସନ୍ ଆବଶ୍ୟକତାକୁ ପୂରଣ କରି ନ ପାରେ।

 

୫. ବାୟୁ ଗୁଣମାନର ତଦାରଖ

ଆପଣଙ୍କର ଭେଣ୍ଟିଲେସନ୍ ପ୍ରଣାଳୀଟି ଯେପରି ଆଦର୍ଶ ରୂପେ କାମ କରୁଛି ତାହା ସୁନିଶ୍ଚିତ କରିବା ପାଇଁ ଆଭ୍ୟନ୍ତରୀଣ ବାୟୁର ଗୁଣମାନ ଉପରେ ନଜର ରଖିବା ଅତ୍ୟାବଶ୍ୟକ ହୋଇଥାଏ। ଆର୍ଦ୍ରତା, ଅଙ୍ଗାରକାମ୍ଳ ବାଷ୍ପ ସ୍ତର ଏବଂ ବାୟୁକଣିକାର ମାତ୍ରାକୁ ମାପୁଥିବା ଏୟାର୍ କ୍ୱାଲିଟି ସେନ୍ସର ଆପଣଙ୍କୁ ଏଥିରେ ସାହାଯ୍ୟ କରିପାରିବ, ଯାହା ଫଳରେ ଆପଣ ଆବଶ୍ୟକ ଆଡଜଷ୍ଟମେଣ୍ଟ କରିପାରିବେ।

 

୬. ରକ୍ଷଣାବେକ୍ଷଣ

ଫିଲ୍ଟର, ପଙ୍ଖା ଓ ଅନ୍ୟାନ୍ୟ ଉପାଦାନଗୁଡ଼ିକରେ ସମୟ ସହିତ ଧୂଳି ଓ ଆବର୍ଜନା ଜମାଟ ବାନ୍ଧିଥାଏ, ଯାହା ପ୍ରଣାଳୀର ଦକ୍ଷତାକୁ ପ୍ରଭାବିତ କରିଥାଏ। ନିୟମିତ ରକ୍ଷଣାବେକ୍ଷଣ ଓ ସର୍ଭିସିଂ ପାଇଁ ନିର୍ମାତାଙ୍କ ନିର୍ଦ୍ଦେଶାବଳୀକୁ ଅନୁସରଣ କରନ୍ତୁ।

 

୭. ବିଶେଷଜ୍ଞଙ୍କ ଦ୍ୱାରା ସ୍ଥାପନା

ଯଦି ଆପଣ ମେକାନିକାଲ୍ ସିଷ୍ଟମ୍ ସ୍ଥାପନ କରୁଛନ୍ତି, ତେବେ ତାହାକୁ ଜଣେ ପେସାଦାରଙ୍କ ଦ୍ୱାରା ସ୍ଥାପନ କରାଇବା ପରାମର୍ଶଯୋଗ୍ୟ ଅଟେ। ବିଭିନ୍ନ ପ୍ରକାର ଭେଣ୍ଟିଲେସନ୍ ପ୍ରଣାଳୀର ଉପଯୁକ୍ତ ସ୍ଥାପନା ତାହାର କାର୍ଯ୍ୟଦକ୍ଷତାକୁ ସୁନିଶ୍ଚିତ କରିବା ସହିତ ସୁରକ୍ଷା ମାନକଗୁଡ଼ିକୁ ଅନୁପାଳନ କରିଥାଏ।

 

ଉପଲବ୍ଧ ହେଉଥିବା ବିଭିନ୍ନ ପ୍ରକାର ଭେଣ୍ଟିଲେସନ୍ ପ୍ରଣାଳୀ ମଧ୍ୟରୁ ନିଜ ପାଇଁ ଏକ ପ୍ରଣାଳୀ ବାଛିବା ପୂର୍ବରୁ ଆପଣ ଜଣେ ଅଭିଜ୍ଞ ଇଞ୍ଜିନିୟରଙ୍କୁ ନିମ୍ନଲିଖିତ ପ୍ରଶ୍ନ ପଚାରିନେବା ଆବଶ୍ୟକ।

 

• ବିଲଡିଂ ମଧ୍ୟକୁ ବାୟୁ ମୋଟାମୋଟି ଭାବେ କେଉଁ ଦିଗରୁ ପ୍ରବାହିତ ହେଉଛି? ସଫା ସ୍ଥାନରୁ ନା ମଇଳା ସ୍ଥାନରୁ?

• ଭେଣ୍ଟିଲେସନ୍ ପ୍ରଣାଳୀଟି ପ୍ରତ୍ୟେକ କୋଠରୀକୁ ତାଜା ପବନ ପହଞ୍ଚାଇବାରେ କେତେ ଦକ୍ଷ ଅଟେ?

• ପ୍ରତ୍ୟେକ କୋଠରୀରୁ ଦୁର୍ଗନ୍ଧ ଦୂର କରିବାରେ ଭେଣ୍ଟିଲେସନ୍ ପ୍ରଣାଳୀଟି କେତେ ଦକ୍ଷ ଅଟେ?

 

 

ଘର ପାଇଁ ଭେଣ୍ଟିଲେଟର୍ ଡିଜାଇନ୍ ସୁନିଶ୍ଚିତ କରିବା ପାଇଁ କେତୋଟି ଉପଦେଶ:

 

• ଛୋଟ ଛୋଟ ଝରକା ମାଧ୍ୟମରେ କ୍ରସ୍ ଭେଣ୍ଟିଲେସନ୍

• କବାଟରେ ଏକ ଜାଲି ଲଗାନ୍ତୁ ଯାହା ଫଳରେ ତାହା ମଧ୍ୟ ଦେଇ ବାୟୁ ପ୍ରବାହିତ ହୋଇପାରିବ

• ତାଜା ପବନକୁ ପ୍ରୋତ୍ସାହିତ କରୁଥିବା ଆଭ୍ୟନ୍ତରୀଣ ଗଛଲତା ଲଗାନ୍ତୁ



ଏକ ସ୍ୱାସ୍ଥ୍ୟକର ଏବଂ ଆରାମଦାୟକ ବାସସ୍ଥାନକୁ ସୁନିଶ୍ଚିତ କରିବା ପାଇଁ ଘରର ବାୟୁ ଚଳାଚଳ ବ୍ୟବସ୍ଥା ବା ଭେଣ୍ଟିଲେସନ୍ ଅତ୍ୟାବଶ୍ୟକ ହୋଇଥାଏ। ତାହାର ଆବଶ୍ୟକତାକୁ ବୁଝିବା ତଥା ବିଭିନ୍ନ ପ୍ରକାର ଭେଣ୍ଟିଲେସନ୍ ପ୍ରଣାଳୀ ସମ୍ପର୍କରେ ଜାଣିବା ପରେ, ବର୍ତ୍ତମାନ ନିଜ ଘରର ଭେଣ୍ଟିଲେସନ୍ ପାଇଁ ଏକ ସୁଚିନ୍ତିତ ନିଷ୍ପତ୍ତି ନେବା ପାଇଁ ଆପଣଙ୍କ ନିକଟରେ ଜ୍ଞାନ ଅଛି। ଆପଣ ପ୍ରାକୃତିକ ଭେଣ୍ଟିଲେସନ୍ ଚୟନ କରନ୍ତୁ କିମ୍ବା ଯାନ୍ତ୍ରିକ ପ୍ରଣାଳୀ ଅବା ବାଲାନ୍ସଡ୍ ଭେଣ୍ଟିଲେସନ୍ ଚୟନ କରନ୍ତୁ, ବାୟୁ ଚଳାଚଳର ସୁବନ୍ଦୋବସ୍ତ ଥିବା ଘରଟି ଆପଣଙ୍କ ପରିବାରର ସୁସ୍ୱାସ୍ଥ୍ୟ ଏବଂ ଆପଣଙ୍କ ସମ୍ପତ୍ତିର ଦୀର୍ଘାୟୁକୁ ସୁନିଶ୍ଚିତ କରିବା ପାଇଁ ଏକ ନିବେଶ ହୋଇଥାଏ। ବାୟୁର ଗୁଣମାନ ଓ ଆରାମକୁ ପ୍ରାଧାନ୍ୟ ଦିଅନ୍ତୁ, ଯାହାଦ୍ୱାରା ଆପଣ ଏକ ଉତ୍ତମ ବାୟୁ ଚଳାଚଳଯୁକ୍ତ ଏବଂ ସୁଖଦ ବାସସ୍ଥାନକୁ ଉପଭୋଗ କରିପାରିବେ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....