Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ଆମର ପ୍ରଡକ୍ଟସ୍
Share:
ଯେତେବେଳେ ବି ଆମେ ଦକ୍ଷିଣମୁଖୀ ଘର ପାଇଁ ବାସ୍ତୁଶାସ୍ତ୍ର ବିଷୟରେ ଆଲୋଚନା କରିଥାଉ, ଆମେ ମନେ ରଖିବା ଉଚିତ୍ ଯେ ଏହା କେବଳ ଆପଣଙ୍କ ଘରର ଦିଗବିନ୍ୟାସ ବିଷୟରେ ନୁହେଁ; ବରଂ ଏହା ଏକ ପନ୍ଥା ଅଟେ ଯାହା ମନୁଷ୍ୟ ଜୀବନ ଏବଂ ପ୍ରକୃତିର ପାଞ୍ଚଟି ଉପାଦାନ ବା ତତ୍ତ୍ୱକୁ ଏକାଠି କରେ । ଦକ୍ଷିଣମୁଖୀ ଘର ପାଇଁ ବାସ୍ତୁର ଲକ୍ଷ୍ୟ ହେଉଛି ଏହି ଦିଗ ସହିତ ଜଡିତ ସାଧାରଣତଃ ଭୁଲ ବିବେଚନା କରାଯାଉଥିବା ନକାରାତ୍ମକ ଶକ୍ତିକୁ ସକାରାତ୍ମକ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ଶକ୍ତିରେ ପରିଣତ କରିବା । ଏହାର ରହସ୍ୟ ହେଉଛି ପ୍ରତ୍ୟେକ କମ୍ପାସ୍ ଦିଗର ଅନନ୍ୟ ଗୁଣ ରହିଛି, ଯାହାକୁ ସଠିକ ଭାବରେ ଉପଯୋଗ କରାଗଲେ ଦକ୍ଷିଣମୁଖୀ ଦିଗ ସମେତ ଯେକୌଣସି ଦିଗ ଅଭିମୁଖୀ ଘରେ ସମୃଦ୍ଧି ଓ ସୁଖ ମିଳିପାରିବ ।
ଦକ୍ଷିଣ ଦିଗକୁ ହିନ୍ଦୁ ପୁରାଣରେ ମୃତ୍ୟୁର ପ୍ରତିନିଧିତ୍ୱ କରୁଥିବା ଦେବତା ଭଗବାନ ଯମଙ୍କ ସହ ଜଡିତ କରାଯାଇଥାଏ । ଏହି ସଂଶ୍ଳିଷ୍ଟତା ଫଳରେ ଏକ ଦୁର୍ଭାଗ୍ୟଜନକ ବିଶ୍ୱାସ ସୃଷ୍ଟି ହୋଇଛି ଯେ ଦକ୍ଷିଣମୁଖୀ ଘରଗୁଡ଼ିକ ନକାରାତ୍ମକ ଶକ୍ତିକୁ ଆମନ୍ତ୍ରଣ କରନ୍ତି, ଏକ ଧାରଣା ଯାହା ଅନେକ ସମୟରେ ଲୋକଙ୍କ ମନରେ ଭୟ ସୃଷ୍ଟି କରିଥାଏ । ହେଲେ, ସଠିକ୍ ନଜରରେ ଦେଖିଲେ ଆମେ ବୁଝିପାରିବା ଯେ, ଦକ୍ଷିଣମୁଖୀ ଘରର ବାସ୍ତୁ ମାଧ୍ୟମରେ ଅନ୍ୟାନ୍ୟ ଦିଗ ଭଳି ଦକ୍ଷିଣ ଦିଗ ମଧ୍ୟ ସକାରାତ୍ମକ ଶକ୍ତିର ଉତ୍ସ ପ୍ରଦାନ କରିପାରିଥାଏ ।
ବାସ୍ତୁଶାସ୍ତ୍ରରେ ଦକ୍ଷିଣ ମୁଖୀ ଘର ପାଇଁ ମୁଖ୍ୟ ଦ୍ୱାରର ଅବସ୍ଥାନ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହୋଇଥାଏ, କାରଣ ଏହା ଆପଣଙ୍କ ବାସସ୍ଥାନରେ ଶକ୍ତିର ପ୍ରବେଶ ଦ୍ୱାର ଭାବରେ କାର୍ଯ୍ୟ କରିଥାଏ । ଏହାକୁ ଦକ୍ଷିଣମୁଖୀ କାନ୍ଥର ଡାହାଣ ପାର୍ଶ୍ୱରେ ସ୍ଥାନିତ କରାଯିବା ଉଚିତ ଯାହା ଭିତର ଆଡ଼କୁ ତଥା ଡାହାଣ ପାର୍ଶ୍ୱକୁ ଖୋଲୁଥିବା ଆବଶ୍ୟକ ସକାରାତ୍ମକ ଓ ଲାଭଦାୟକ ଶକ୍ତିର ପ୍ରବାହ ହୋଇଥାଏ, ଶାନ୍ତି ଓ ସମୃଦ୍ଧିର ତାଳ ସ୍ଥାପିତ ହୋଇଥାଏ ।
ଭୂତଳ ଜଳ ଟାଙ୍କି ବା ଷ୍ଟୋରେଜ୍ ସାଧାରଣତଃ ଆପଣଙ୍କ ସମ୍ପତ୍ତିର ଉତ୍ତର-ପୂର୍ବ ଭାଗରେ ରହିବା ଉଚିତ୍ । ବାସ୍ତୁରେ ଜଳ ଧନ ଓ ପ୍ରାଚୁର୍ଯ୍ୟର ପ୍ରତୀକ ଅଟେ । ତେଣୁ ଏହି ସ୍ଥାନରେ ଜଳ ଭଣ୍ଡାର ରଖିବା ଦ୍ୱାରା ଆପଣଙ୍କ ଘରେ ସକାରାତ୍ମକ, ଧନ ଆକର୍ଷଣକାରୀ ଶକ୍ତିର ପ୍ରବାହ ବୃଦ୍ଧି ପାଇଥାଏ।
ଦକ୍ଷିଣ ମୁଖୀ ଘର ବାସ୍ତୁରେ କାନ୍ଥର ମୋଟେଇ ମଧ୍ୟ ଗୁରୁତ୍ୱ ବହନ କରିଥାଏ । ଘରର ଦକ୍ଷିଣ ଓ ପଶ୍ଚିମ କାନ୍ଥକୁ ଅଧିକ ମୋଟା ଓ ଉଚ୍ଚତର କରିବା ଦ୍ୱାରା ଆପଣ ନିଜ ଘରକୁ କୌଣସି ନକାରାତ୍ମକ ଶକ୍ତିରୁ ରକ୍ଷା କରିପାରିବେ । ମୋଟା କାନ୍ଥ ଢାଞ୍ଚାରେ ସ୍ଥିରତା ଏବଂ ଶକ୍ତିର ଏକ ଉପାଦାନ ମଧ୍ୟ ଯୋଡିଥାଏ ।
ଦକ୍ଷିଣ ମୁଖୀ ଘର ପାଇଁ ବାସ୍ତୁଶାସ୍ତ୍ର ଅନୁଯାୟୀ, ରୋଷେଇ ଘର ଦକ୍ଷିଣ-ପୂର୍ବ ଅଞ୍ଚଳରେ ରହିବା ଉଚିତ୍ । ଏଠାରେ ଅଗ୍ନି ହେଉଛି ମୁଖ୍ୟ ଉପାଦାନ ଏବଂ ରୋଷେଇ ଘରକୁ ଏହି ଦିଗରେ ରଖିବାର ଅର୍ଥ ହେଉଛି ଏହି ଅଗ୍ନି ତତ୍ତ୍ୱକୁ ବୁଦ୍ଧିମତା ସହିତ ଉପଯୋଗ କରିବା । ଏହା ଦ୍ଵାରା ଆପଣଙ୍କ ଘରେ ସ୍ୱାସ୍ଥ୍ୟ ଓ ଶକ୍ତିରେ ସୁଧାର ଆସିଥାଏ ।
ମାଷ୍ଟର ବେଡରୁମ୍ ମୁଖ୍ୟତଃ ଦକ୍ଷିଣ-ପଶ୍ଚିମରେ ରହିବା ଉଚିତ୍, କାରଣ ଏହି ଦିଗ ସ୍ଥିରତା ପ୍ରଦାନ କରେ ଏବଂ ଶାନ୍ତିପୂର୍ଣ୍ଣ ନିଦ୍ରାକୁ ପ୍ରୋତ୍ସାହିତ କରେ । ଏହା ସମ୍ପର୍କକୁ ମଜବୁତ କରିବା ସହ ସୌହାର୍ଦ୍ଦ୍ୟ କୁ ମଧ୍ୟ ସୁନିଶ୍ଚିତ କରିଥାଏ ବୋଲି ବିଶ୍ୱାସ କରାଯାଏ । ତେବେ ବେଡରୁମ୍ କେବେ ବି ଉତ୍ତର-ପୂର୍ବରେ ରହିବା ଉଚିତ ନୁହେଁ, କାରଣ ଏହା ଦକ୍ଷିଣମୁଖୀ ଘର ବାସ୍ତୁ ଅନୁଯାୟୀ ଅଶାନ୍ତି ଏବଂ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ।
ଲୋକମାନଙ୍କ ମନରେ ସାଧାରଣତଃ ଏହି ଭୁଲ୍ ଧାରଣା ରହିଥାଏ ଯେ, ଦକ୍ଷିଣ-ପୂର୍ବମୁଖୀ ଘରଗୁଡ଼ିକ ଦୁର୍ଭାଗ୍ୟ ଓ ବିପତ୍ତିକୁ ଡାକିଆଣିଥାଏ । କିନ୍ତୁ ସତ୍ୟତା ହେଉଛି, ଯେପରିକି ମୁଖ୍ୟ ଦ୍ୱାରକୁ ସଠିକ୍ ଅବସ୍ଥାନରେ ରଖିବା ଭଳି ପଦକ୍ଷେପ ନେଇ ତାହାକୁ ବାସ୍ତୁ ସିଦ୍ଧାନ୍ତ ସହିତ ଉପଯୁକ୍ତ ଭାବେ ସୁସଙ୍ଗତ କରାଯାଇପାରିବ ଏବଂ ଏହି ଘରଗୁଡ଼ିକ ଅନ୍ୟାନ୍ୟ ଦିଗ ଅଭିମୁଖୀ ଘରଗୁଡ଼ିକ ଭଳି ସମାନ ରୂପେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ସମୃଦ୍ଧ ହୋଇପାରିବ ।
ଆଉ ଏକ ଭ୍ରାନ୍ତ ଧାରଣା ହେଉଛି ଯେ, ଏକ ଦକ୍ଷିଣ-ପୂର୍ବମୁଖୀ ଗରେ ରହିଲେ ଆର୍ଥିକ ଅସ୍ଥିରତା ସୃଷ୍ଟି ହେବା ସହିତ ଘରର ବାସିନ୍ଦା ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥାନ୍ତି । ହେଲେ, ଆର୍ଥିକ ପରିଣତି ବ୍ୟକ୍ତିଙ୍କ କାର୍ଯ୍ୟ ଏବଂ ଦକ୍ଷିଣମୁଖୀ ଗୃହ ନୀତି ପାଇଁ ବାସ୍ତୁଶାସ୍ତ୍ରର ଅନୁପାଳନ ସୁନିଶ୍ଚିତ କରିବାର ସାମଗ୍ରିକ କ୍ଷମତା ସହିତ ଅଧିକ ଘନିଷ୍ଠ ଭାବରେ ଜଡ଼ିତ, କେବଳ ଘରର ଦିଗ ସହିତ ନୁହେଁ ।
ଦକ୍ଷିଣ-ପୂର୍ବ ମୁଖୀ ଘରର ବାସିନ୍ଦାମାନେ ଅଧିକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବେ ବୋଲି କରାଯାଉଥିବା ବିଶ୍ୱାସଟି ମଧ୍ୟ ଏକ ଭୁଲ ଧାରଣା ଅଟେ । ସ୍ୱାସ୍ଥ୍ୟ ବିଭିନ୍ନ କାରଣ ଉପରେ ନିର୍ଭର କରେ ଏବଂ ଯଦିଓ ଅଗ୍ନି ତତ୍ତ୍ୱ ଏହି ଦିଗରେ ଶକ୍ତିଶାଳୀ ହୋଇଥାଏ, କିନ୍ତୁ ତଥାପି ଉପଯୁକ୍ତ ଦକ୍ଷିଣମୁଖୀ ବାସ୍ତୁ ଆଡଜଷ୍ଟମେଣ୍ଟ ମାଧ୍ୟମରେ ପାଞ୍ଚଟି ତତ୍ତ୍ୱକୁ ସନ୍ତୁଳିତ କରିବା ଦ୍ୱାରା ଏକ ସୁସ୍ଥ ଜୀବନଶୈଳୀ ସୃଷ୍ଟି ହୋଇପାରିବ ।
ମନେରଖନ୍ତୁ: ବାସ୍ତୁ କିପରି କାମ କରେ ସେ ବିଷୟରେ ବୋଧଗମ୍ୟତାର ଅଭାବରୁ ଏହି ସବୁ ଭ୍ରାନ୍ତଧାରଣାଗୁଡ଼ିକ ଜନ୍ମିଛି । ବିଶେଷଜ୍ଞଙ୍କ ପରାମର୍ଶ ନେଇ ଉପଯୁକ୍ତ ଦକ୍ଷିଣମୁଖୀ ବାସ୍ତୁ ଯୋଜନା ପ୍ରସ୍ତୁତ କଲେ ଆପଣ ଦକ୍ଷିଣମୁଖୀ ଘର ପାଇଁ ବାସ୍ତୁଶାସ୍ତ୍ରର ସଠିକ ନୀତି ଅନୁସରଣ କରିବା ସୁନିଶ୍ଚିତ ହୋଇଥାଏ ଏବଂ ଏହାଦ୍ୱାରା ଆପଣ ନିଜ ଘରକୁ ଆନନ୍ଦ ଓ ସମୃଦ୍ଧିର ଉତ୍ସରେ ପରିଣତ କରିପାରିବେ ।
ଆପଣ ମାନକ ବାସ୍ତୁ ଯୋଜନା ପାଳନ କରୁଥାନ୍ତୁ କିମ୍ବା ବିଶେଷ କରି ଦକ୍ଷିଣମୁଖୀ ଘର ବାସ୍ତୁ ଯୋଜନା 30×40 ଅନୁସରଣ କରୁଥାନ୍ତୁ, ଆପଣ କ'ଣ କରିବା ଉଚିତ୍ ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ କ’ଣ ନ କରିବା ଉଚିତ୍ ତାହା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ଅଟେ ।
ମୁଖ୍ୟ ଦ୍ୱାର ଅତ୍ୟଧିକ ଦକ୍ଷିଣ-ପଶ୍ଚିମରେ ରହିବା ଉଚିତ୍ ନୁହେଁ କାରଣ ଏହା ନକାରାତ୍ମକ ଶକ୍ତିକୁ ଆମନ୍ତ୍ରଣ କରିପାରେ ।
ଦକ୍ଷିଣରେ ଏକ ସୁଇମିଂ ପୁଲ୍ କିମ୍ବା ପାଣି ଟାଙ୍କି ରଖିବା ଦ୍ୱାରା ଶକ୍ତିର ସନ୍ତୁଳନ ବାଧାପ୍ରାପ୍ତ ହୋଇପାରେ, ଯାହା ସମ୍ଭବତଃ ଆର୍ଥିକ କିମ୍ବା ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ ।
ଦକ୍ଷିଣମୁଖୀ ଘରର ଠିକ୍ ସାମ୍ନାରେ ବଡ଼ ବଡ଼ ଗଛ ରହିବା ଦ୍ୱାରା ସକାରାତ୍ମକ ଶକ୍ତି ଘରେ ପ୍ରବେଶ କରିବାରେ ବାଧା ସୃଷ୍ଟି ହୋଇଥାଏ ।
ଆପଣଙ୍କ ଘରର ଦକ୍ଷିଣ ଭାଗକୁ ଅପରିଚ୍ଛନ୍ନ ବା ଅବ୍ୟବସ୍ଥିତ ରଖିବା ଦ୍ୱାରା ସକାରାତ୍ମକ ଶକ୍ତିପ୍ରବାହରେ ବାଧା ସୃଷ୍ଟି ହୋଇପାରେ ଏବଂ ବାସିନ୍ଦାଙ୍କ ମଧ୍ୟରେ ଅଧିରତା ଦେଖାଦେଇପାରେ ।
ଦକ୍ଷିଣ-ପୂର୍ବରେ ଅଗ୍ନି ତତ୍ତ୍ୱର ଶକ୍ତିଶାଳୀ ପ୍ରଭାବ ରହିଥାଏ, ତେଣୁ ଏପରି ସ୍ଥାନରେ ବେଡରୁମ୍ ରଖିଲେ ବିବାଦ ଏବଂ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ବେଡରୁମ୍ ଦକ୍ଷିଣ-ପଶ୍ଚିମ ଦିଗରେ ରହିବା ଅଧିକ ଉପଯୁକ୍ତ ।
ଦକ୍ଷିଣମୁଖୀ ଘରଗୁଡ଼ିକ ଅନେକ ସମୟରେ ଅନେକ ଭୁଲ ଧାରଣା ଏବଂ ଭିତ୍ତିହୀନ ଭୟର ଶିକାର ହୁଅନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦକ୍ଷିଣମୁଖୀ ଘରର ବାସ୍ତୁ ନୀତି ଅନୁଯାୟୀ ପ୍ରସ୍ତୁତ କରାଯାଇଥିବା ଉପଯୁକ୍ତ ଯୋଜନା ଯେକୌଣସି ସ୍ଥାନକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ସନ୍ତୁଳିତ କରିପାରିବ । ମୁଖ୍ୟ ଦ୍ୱାର ସ୍ଥାପନା ହେଉ, ରୋଷେଇ ଘରର ଅବସ୍ଥିତି ହେଉ କିମ୍ବା ମୁହଁର ଦିଗ ହେଉ, ପ୍ରତ୍ୟେକ ଦିଗ, ଯଦି ସଠିକ ଭାବରେ ସଂଗଠିତ ହୁଏ ଏବଂ ଦକ୍ଷିଣମୁଖୀ ଘର ପାଇଁ ବାସ୍ତୁଶାସ୍ତ୍ର ଅନୁସରଣ କରୁଥାଏ, ତେବେ ଘରେ ସକାରାତ୍ମକ ଶକ୍ତି ଏବଂ ସମୃଦ୍ଧି ପରିପୂର୍ଣ୍ଣ ହୋଇପାରିଥାଏ ।