Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ଆମର ପ୍ରଡକ୍ଟସ୍
ଅଲ୍ଟ୍ରାଟେକ୍ ବିଲଡିଂ ପ୍ରଡକ୍ଟସ୍
Share:
ନିର୍ମାଣରେ, ବିମ୍ ଢାଞ୍ଚା ଏକ ଗୁରୁତ୍ୱପୂର୍ଣ୍ଣ ଭାର-ବହନକାରୀ ଉପାଦାନ ହୋଇଥାଏ ଯାହା ଭୂଲମ୍ବ ଭାର, ଚାପ ଏବଂ ବକ୍ରତା ବଳଗୁଡ଼ିକୁ ପ୍ରତିରୋଧ କରିଥାଏ। ସାଧାରଣତଃ ବିମ୍ଗୁଡ଼ିକ ଭୂସମାନ୍ତର କିମ୍ବା ଢାଲୁ ହୋଇଥାଏ, ଯାହା ଦୁଇ କିମ୍ବା ଅଧିକ ଠେସରେ ବ୍ୟାପ୍ତ ହୋଇଥାଏ ଏବଂ ସେଗୁଡ଼ିକ ତାହା ଉପରେ ପଡ଼ୁଥିବା ଭାରକୁ ବିତରଣ କରିଥାନ୍ତି। ସେଗୁଡ଼ିକର ପ୍ରାଥମିକ କାର୍ଯ୍ୟ ହେଉଛି ପ୍ରୟୋଗ ହେଉଥିବା ଭାରକୁ ଠେସକୁ ସ୍ଥାନାନ୍ତରିତ କରିବା, ଯାହା ଢାଞ୍ଚାକୁ ସନ୍ତୁଳନ ଦେଇଥାଏ ଏବଂ ତାହାକୁ ନିଜସ୍ୱ ଅଥବା ବାହ୍ୟ ବଳ କାରଣରୁ ଭୁଷୁଡ଼ିବାରୁ ପ୍ରତିରୋଧ କରିଥାଏ।
କୋଠା, ସେତୁ, ଛାତ ଏବଂ ଆହୁରି ଅନେକ ଢାଞ୍ଚାଗୁଡ଼ିକରେ ବିମ୍ ବହୁଳ ଭାବେ ବ୍ୟବହୃତ ହୋଇଥାଏ। ସେଗୁଡ଼ିକ ଢାଞ୍ଚାକୁ ଶକ୍ତି ଏବଂ ସ୍ଥିରତା ପ୍ରଦାନ କରିଥାଏ। ଉପଯୁକ୍ତ ପ୍ରକାର ବିମ୍ର ଚୟନ ଢାଞ୍ଚାର ବିଶେଷ ଆବଶ୍ୟକତା ଓ ଡିଜାଇନ୍ ଉପରେ ନିର୍ଭର କରିଥାଏ।
ବିଭିନ୍ନ ଆବଶ୍ୟକତାକୁ ସୁହାଇବା ପାଇଁ ଇଞ୍ଜିନିୟର୍ ତଥା ଆର୍କିଟେକ୍ଟମାନେ ବିଭିନ୍ନ ଧରଣର ବିମ୍ ବିକଶିତ କରିଛନ୍ତି। ଆସନ୍ତୁ, ସବୁଠାରୁ ସାଧାରଣ ବିମ୍ଗୁଡ଼ିକ ସମ୍ପର୍କରେ ଆଲୋଚନା କରିବା:
କାଣ୍ଟିଲିଭର୍ ବିମ୍ ଏକ ନିଆରା କିସମର ବିମ୍ ହୋଇଥାଏ ଯାହା ଗୋଟିଏ ପ୍ରାନ୍ତରେ ଆବଦ୍ଧ ହୋଇଥିବା ବେଳେ ଅନ୍ୟ ପ୍ରାନ୍ତରେ ମୁକୁଳା ହୋଇଥାଏ, ଅର୍ଥାତ୍ ଭୂସମାନ୍ତର ଭାବେ ଆବଦ୍ଧ ଜାଗାରୁ ଖୋଲା ଜାଗା ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଥାଏ। ଏହି ଡିଜାଇନ୍ ମୁକୁଳା ପ୍ରାନ୍ତରେ ବିସ୍ତାରିତ ଠେସବିହୀନ ସଂରଚନାର ଭାରକୁ କୌଣସି ଅତିରିକ୍ତ ଠେସ ବା ସପୋର୍ଟ ବିନା ସମ୍ଭାଳିପାରିଥାଏ। ଏହି ବିମ୍ଗୁଡ଼ିକ ସାଧାରଣତଃ ବାଲକୋନୀ ଓ ସେତୁ ଭଳି ଢାଞ୍ଚାରେ ବ୍ୟବହାର କରାଯାଇଥାଏ।
ସିମ୍ପ୍ଲି ସପୋର୍ଟେଡ୍ ବିମ୍ ହେଉଛି ସବୁଠାରୁ ସରଳ ଏବଂ ସବୁଠାରୁ ସାଧାରଣ ଭାବେ ବ୍ୟବହୃତ ହେଉଥିବା ବିମ୍। ଏହାର ନାମ ସୂଚାଉଥିବା ଭଳି, ଏହାର ଉଭୟ ପ୍ରାନ୍ତରେ ସପୋର୍ଟ ଦିଆଯାଇଥାଏ ଏବଂ ତାହା ନିଜ ବିସ୍ତାର ପର୍ଯ୍ୟନ୍ତ ଭାରକୁ ବହନ କରିଥାଏ। ଭାର ସପୋର୍ଟକୁ ସ୍ଥାନ୍ତରିତ ହୁଏ, ଯାହା ଉର୍ଦ୍ଧ୍ୱମୁଖୀ ବଳ ସୃଷ୍ଟି କରେ ଏବଂ ଏହି ବଳ ଯୋଗୁଁ ବିମ୍ ବଙ୍କେଇ ନ ଥାଏ। ଏ ଧରଣର ବିମ୍ ବିଲଡିଂ ଫ୍ଲୋର୍ ବିମ୍ରୁ ଆରମ୍ଭ କରି ସେତୁ ଏବଂ କ୍ରେନ୍ ଗିର୍ଡର୍ରେ ବ୍ୟବହୃତ ହୋଇଥାଏ।
ସଂଲଗ୍ନୀକୃତ ବିମ୍ ବା ଫିକ୍ସଡ୍ ବିମ୍ଗୁଡ଼ିକ ଉଭୟ ପ୍ରାନ୍ତରେ ଦୃଢ଼ ଭାବେ ସଂଲଗ୍ନ ଓ ବନ୍ଧା ହୋଇଥାଏ। ଏହି ଧରଣର ବିମ୍ ଏହାର ସପୋର୍ଟରେ ଘୂର୍ଣ୍ଣନକୁ ପ୍ରତିରୋଧ କରିଥାଏ ଏବଂ ବକ୍ରତା ସୃଷ୍ଟିକାରୀ ବଳକୁ ପ୍ରତିରୋଧ କରିବାରେ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ। ସଂଲଗ୍ନୀକୃତ ବିମ୍ ସାଧାରଣତଃ ମଲ୍ଟି-ସ୍ପାନ୍ ସେତୁ ଏବଂ ବଡ଼ ବଡ଼ ବିଲଡିଂ ଭଳି ନିରବଚ୍ଛିନ୍ନ ଢାଞ୍ଚାଗୁଡ଼ିକରେ ବ୍ୟବହୃତ ହୋଇଥାଏ।
ଓଭରହାଙ୍ଗିଂ ବା ଝୁଲା ବିମ୍ର ଗୋଟିଏ କିମ୍ବା ଉଭୟ ପ୍ରାନ୍ତ ସପୋର୍ଟରୁ ଆଗକୁ ବିସ୍ତୃତ ହୋଇଥାଏ। ଏହି ଅତିରିକ୍ତ ବିସ୍ତାରଣ କାରଣରୁ ବିମ୍ର ପ୍ରାନ୍ତ ଝୁଲି ରହିଥାଏ, ଯାହାର ଦୈର୍ଘ୍ୟ ଡିଜାଇନ୍ ଓ ଆବଶ୍ୟକତା ଭିତ୍ତିରେ ଭିନ୍ନ ଭିନ୍ନ ହୋଇପାରେ। କାନେପୀ କିମ୍ବା ବାଲକୋନୀ ଭଳି ଏକ ସମ୍ପ୍ରସାରିତ ପ୍ଲାଟଫର୍ମ ଆବଶ୍ୟକ ହେଉଥିବା ନିର୍ମାଣ କାର୍ଯ୍ୟଗୁଡ଼ିକରେ ଝୁଲା ବିମ୍ ବ୍ୟବହାର କରାଯାଇଥାଏ।
ନିରବଚ୍ଛିନ୍ନ ବା କଣ୍ଟିନ୍ୟୁଅସ୍ ବିମ୍ ହେଉଛି ଅନେକ ସପୋର୍ଟ ସହିତ ଏକ ଅଭଙ୍ଗା ବିସ୍ତୃତି ଗଠନ ପାଇଁ ଏକାଠି ସଂଯୁକ୍ତ ହୋଇଥିବା ଏକାଧିକ ବିମ୍। ନିରବଚ୍ଛିନ୍ନ ବିମ୍ର ପ୍ରାଥମିକ ଲାଭ ହେଉଛି ଏହା ଅଧିକ ସମାନ ଭାବେ ଭାରର ବିତରଣ କରିଥାଏ, ବକ୍ରତା ସୃଷ୍ଟିକାରୀ ବଳକୁ ହ୍ରାସ କରେ ଏବଂ ସାମଗ୍ରିକ ଢାଞ୍ଚାଗତ ସ୍ଥିରତାକୁ ଉନ୍ନତ କରିଥାଏ। ଏଗୁଡ଼ିକୁ ସାଧାରଣତଃ ସେତୁ ଏବଂ ବିଶାଳ ଦ୍ୱାର ଥିବା ଢାଞ୍ଚାରେ ବ୍ୟବହାର କରାଯାଏ।
ପ୍ଲିନ୍ଥ ବିମ୍ ହେଉଛି ଏକ ରିଇନଫୋର୍ସଡ୍ କଂକ୍ରିଟ୍ ବିମ୍ ଯାହାକୁ ବିଲଡିଂର ଭୂ-ସ୍ତରରେ ନିର୍ମାଣ କରାଯାଏ, ଯାହା ସମସ୍ତ କଲମ୍ ବା ସ୍ତମ୍ଭଗୁଡ଼ିକୁ ସଂଯୁକ୍ତ କରିଥାଏ। ବିଲଡିଂକୁ ଏକ ସ୍ଥିର ପ୍ଲାଟଫର୍ମ ଯୋଗାଇବା ଏବଂ ଢାଞ୍ଚାକୁ ଅସମାନ ଭାବେ ଦବିବାରୁ ପ୍ରତିରୋଧ କରିବା ଏହାର ଉଦ୍ଦେଶ୍ୟ ଅଟେ। ଭୂସ୍ଖଳନ, ଭୂମିକମ୍ପ ଏବଂ ଅନ୍ୟାନ୍ୟ ଭୂକମ୍ପୀୟ ଗତିବିଧିର ସମ୍ଭାବନା ରହିଥିବା ଅଞ୍ଚଳଗୁଡ଼ିକରେ ଏହା ଅତ୍ୟାବଶ୍ୟକ ହୋଇଥାଏ।
ନିର୍ମାଣରେ ବିମ୍ ବିଭିନ୍ନ ସଂରଚନା ବା ଢାଞ୍ଚାର ମେରୁଦଣ୍ଡ ଭାବେ କାମ କରିଥାଏ, ଯାହା ଢାଞ୍ଚାକୁ ଅତ୍ୟାବଶ୍ୟକ ଶକ୍ତି ଏବଂ ସ୍ଥାୟିତ୍ୱ ଦେଇଥାଏ। ସୁରକ୍ଷିତ ଏବଂ ପ୍ରଭାବୀ ବିଲଡିଂ ଓ ସେତୁର ଡିଜାଇନ କରିବା ପାଇଁ ବିଭିନ୍ନ ପ୍ରକାର ବିମ୍ ଓ ସେଗୁଡ଼ିକର ଅନନ୍ୟ ବୈଶିଷ୍ଟ୍ୟାବଳୀକୁ ବୁଝିବା ଇଞ୍ଜିନିୟର ଓ ଆର୍କିଟେକ୍ଟଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ଅଟେ। ଯତ୍ନ ସହକାରେ ସଠିକ୍ ବିମ୍ ଚୟନ କରିବା ଦ୍ୱାରା, ଇଞ୍ଜିନିୟରମାନେ ଦୀର୍ଘସ୍ଥାୟୀ ତଥା ସୁଦୃଢ଼ ବିଲଡିଂ ଓ ସେତୁର ନିର୍ମାଣକୁ ସୁନିଶ୍ଚିତ କରିପାରିବେ।
ବିମ୍ର ସୁଦୃଢ଼ତା ତାହାର ସାମଗ୍ରୀ ଓ ଡିଜାଇନ ଭଳି କାରକଗୁଡ଼ିକ ଉପରେ ନିର୍ଭର କରିଥାଏ। ସାଧାରଣତଃ, ଷ୍ଟିଲ୍ ରିଇନର୍ଫୋେସମେଣ୍ଟ ରହିଥିବା ବିମ୍ଗୁଡ଼ିକ ଅତ୍ୟନ୍ତ ମଜବୁତ ହୋଇଥାଏ ଏବଂ ସେଗୁଡ଼ିକର ଭାର ବହନ କ୍ଷମତା ଉତ୍କୃଷ୍ଟ ହୋଇଥାଏ। ତେଣୁ ଏଭଳି ବିମ୍ ନିର୍ମାଣ ପାଇଁ ସବୁଠାରୁ ମଜବୁତ ବିକଳ୍ପ ଅଟେ। ଆପଣଙ୍କ ପ୍ରକଳ୍ପ ପାଇଁ କେଉଁ ପ୍ରକାର ବିମ୍ ସବୁଠାରୁ ଉପଯୁକ୍ତ ତାହା ନିର୍ଦ୍ଧାରଣ କରିବା ପାଇଁ ଜଣେ ଇଞ୍ଜିନିୟରଙ୍କ ସହିତ ପରାମର୍ଶ କରିନେବା ବାଞ୍ଛନୀୟ।
ଛୋଟରୁ ମଧ୍ୟମ ବିସ୍ତୃତିର ଢାଞ୍ଚାଗୁଡ଼ିକ ପାଇଁ ସିମ୍ପ୍ଲି ସପୋର୍ଟେଟ୍ ବିମ୍ଗୁଡ଼ିକୁ ସବୁଠାରୁ ଅର୍ଥସାଶ୍ରୟୀ ବିକଳ୍ପ ଭାବେ ବିବେଚନା କରାଯାଏ। ଏଗୁଡ଼ିକୁ ନିର୍ମାଣ କରିବା ସହଜ ହୋଇଥାଏ ଏବଂ ଅନ୍ୟାନ୍ୟ କିସମର ବିମ୍ ତୁଳନାରେ କମ୍ ସାମଗ୍ରୀ ଆବଶ୍ୟକ ହୋଇଥାଏ।
ନା, ବିମ୍ ଏବଂ ପିଲାର୍ ବା ସ୍ତମ୍ଭ (କଲମ୍ ଭାବେ ମଧ୍ୟ ଜଣାଶୁଣା) ସମାନ ନୁହନ୍ତି। ବିମ୍ ହେଉଛି ଭୂସମାନ୍ତର କିମ୍ବା ଢାଲୁ ଉପାଦାନ ଯାହା ଭାରକୁ ବହନ କରିଥାଏ ଏବଂ ତାହାକୁ ସପୋର୍ଟକୁ ସ୍ଥାନାନ୍ତର କରିଥାଏ; ଅନ୍ୟପକ୍ଷରେ ସ୍ତମ୍ଭ ବା କଲମ୍ ଭୂଲମ୍ବ ଉପାଦାନ ଅଟେ ଯାହା ବିମ୍କୁ ସପୋର୍ଟ କରିଥାଏ ଏବଂ ଭାରକୁ ଫାଉଣ୍ଡେସନକୁ ସ୍ଥାନାନ୍ତରିତ କରିଥାଏ।
ନିର୍ଦ୍ଦିଷ୍ଟ ନିର୍ମାଣ ଡିଜାଇନ୍ ଏବଂ ଭାର ଆବଶ୍ୟକତା ଉପରେ ବିମ୍ଗୁଡ଼ିକର ସର୍ବନିମ୍ନ ବ୍ୟବଧାନ ନିର୍ଭର କରିଥାଏ। ହେଲେ, ଅଧିକାଂଶ କ୍ଷେତ୍ରରେ, ଇଞ୍ଜିନିୟରମାନେ ବିମ୍ଗୁଡ଼ିକ ମଧ୍ୟରେ ସର୍ବନିମ୍ନ ୩ ମିଟରର ବ୍ୟବଧାନ ରଖିବାର ଲକ୍ଷ୍ୟ ରଖିଥାନ୍ତି, ଯାହା ପର୍ଯ୍ୟାତ ଢାଞ୍ଚାଗତ ସ୍ଥିରତାକୁ ସୁନିଶ୍ଚିତ କରିଥାଏ।
ବିମ୍ଗୁଡ଼ିକ ପାଇଁ କଂକ୍ରିଟ୍ ମିଶ୍ରଣ ଅନୁପାତ ଢାଞ୍ଚାର ସୁଦୃଢ଼ତା ଓ ସ୍ଥାୟିତ୍ୱର ଆବଶ୍ୟକତା ଉପରେ ନିର୍ଭର କରିଥାଏ। ସାଧାରଣତଃ, ଆବାସିକ ଏବଂ ବାଣିଜ୍ୟିକ ବିଲଡିଂଗୁଡ଼ିକରେ ୧ ଭାଗ ସିମେଣ୍ଟ, ୨ ଭାଗ ବାଲି ଓ ୩ ଭାଗ ଆଗ୍ରିଗେଟ୍ (ଗୋଡ଼ି/ବଜୁରି) ଅନୁପାତର କଂକ୍ରିଟ୍ ମିଶ୍ରଣ ବ୍ୟବହାର କରାଯାଇଥାଏ।