ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ବିଭିନ୍ନ ପ୍ରକାର ପାଣି ଟାଙ୍କି ମଧ୍ୟରୁ ସଠିକ୍ ଟାଙ୍କି ବାଛିବା ନିମନ୍ତେ ଏକ ମାର୍ଗଦର୍ଶିକା

ଆପଣଙ୍କର ପାଣି ଟାଙ୍କି କିଣିବାର ଯୋଜନା ରହିଛି, କିନ୍ତୁ ଆପଣଙ୍କ ଆବଶ୍ୟକତା ପାଇଁ କେଉଁ ଧରଣର ଟାଙ୍କିଟି ଠିକ୍ ହେବ ତାହାକୁ ନେଇ ଅନିଶ୍ଚିତ କି? ବ୍ୟସ୍ତ ହୁଅନ୍ତୁ ନାହିଁ। ଏହି ମାର୍ଗଦର୍ଶିକାରେ ଆମେ ବଜାରରେ ଉପଲବ୍ଧ ହେଉଥିବା ବିଭିନ୍ନ ପ୍ରକାର ପାଣି ଟାଙ୍କି ବିଷୟରେ ଜାଣିବୁ ଓ ଆପଣଙ୍କ ପାଇଁ କେଉଁଟା ଠିକ୍ ତାହା ନିର୍ଦ୍ଧାରଣ କରିବୁ।

Share:


ବିଭିନ୍ନ ଆବାସିକ, ବାଣିଜ୍ୟିକ ଏବଂ ଔଦ୍ୟୋଗିକ କ୍ଷେତ୍ରରେ ଜଳ ଭଣ୍ଡାର ଓ ସଂରକ୍ଷଣ ପାଇଁ ପାଣି ଟାଙ୍କି ଏକ ଜରୁରୀ ଆବଶ୍ୟକତା ହୋଇଥାଏ। ଆପଣ ବର୍ଷାଜଳ ସଂରକ୍ଷଣର ଯୋଜନା କରୁଥାନ୍ତୁ କିମ୍ବା ଜଳସେଚନ ଉଦ୍ଦେଶ୍ୟ ପାଇଁ ପାଣି ରଖିବାକୁ ଚାହୁଁଥାନ୍ତୁ ଅଥବା ବ୍ୟାକ୍‌‌ଅପ୍ ଜଳ ଯୋଗାଣକୁ ସୁନିଶ୍ଚିତ କରିବାକୁ ଚାହୁଁଥାନ୍ତୁ, ସଠିକ୍ ପ୍ରକାର ପାଣି ଟାଙ୍କି ଚୟନ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ। ବଜାରରେ ବ୍ୟାପକ ବର୍ଗର ବିକଳ୍ପ ଉପଲବ୍ଧ, ତେଣୁ ଆପଣଙ୍କ ଆବଶ୍ୟକତାକୁ କେଉଁଟି ସୁହାଉଛି ତାହାର ନିଷ୍ପତ୍ତି ନେବା କଷ୍ଟକର ହୋଇପାରେ। ଏହି ମାର୍ଗଦର୍ଶିକାରେ ବିଭିନ୍ନ ପ୍ରକାର ପାଣି ଟାଙ୍କି ଓ ସେଗୁଡ଼ିକ ପ୍ରତ୍ୟେକର ପ୍ରମୁଖ ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋଚନା କରାଯାଇଛି, ଯାହାକୁ ପଢ଼ିଲା ପରେ ଆପଣ ନିଜ ଆବଶ୍ୟକତା ପାଇଁ ଆଦର୍ଶ ହୋଇଥିବା ଉପଯୁକ୍ତ ପାଣି ଟାଙ୍କି ବାଛିବାରେ।



ଆପଣଙ୍କ ପାଇଁ କେଉଁ ପ୍ରକାର ପାଣି ଭଣ୍ଡାର ସଠିକ୍ ଅଟେ?



ଆପଣଙ୍କ ଆବଶ୍ୟକତା ପାଇଁ ବିଭିନ୍ନ ପ୍ରକାର ଟାଙ୍କି ମଧ୍ୟରୁ ଉପଯୁକ୍ତ ଟାଙ୍କି ବାଛିବାର ପ୍ରଶ୍ନ ଉଠିଲେ, ପ୍ରତ୍ୟେକ ପ୍ରକାର ଟାଙ୍କିର ଗୁଣଧର୍ମ ଓ ଲାଭଗୁଡ଼ିକୁ ବୁଝିବା ଜରୁରୀ ହୋଇପଡ଼େ। ଏଠାରେ ଆମେ ବିଭିନ୍ନ ପ୍ରକାର ପାଣି ଟାଙ୍କି, ସେଗୁଡ଼ିକର ସ୍ୱତନ୍ତ୍ର ବୈଶିଷ୍ଟ୍ୟ, ଲାଭ ଏବଂ ଆଦର୍ଶ ଉପଯୋଗ ସମ୍ପର୍କରେ ଆଲୋଚନା କରିବୁ।

 

 

୧. ପ୍ଲାଷ୍ଟିକ୍ ଟାଙ୍କି

ପ୍ଲାଷ୍ଟିକ୍ ଟାଙ୍କି, ବିଶେଷକରି ଯେଉଁଗୁଡ଼ିକ ପଲିଥିନ୍ ନିର୍ମିତ ହୋଇଥାଏ, ସେଗୁଡ଼ିକ ତାହାର ବହୁମୁଖୀ ଉପଯୋଗ, ସୁଲଭତା ଏବଂ ସ୍ଥାପନରେ ସହଜତା କାରଣରୁ ଲୋକପ୍ରିୟ ଅଟେ। ଘର ପାଇଁ ଏ ପ୍ରକାର ପାଣି ଟାଙ୍କିଗୁଡ଼ିକ ଭିନ୍ନ ଭିନ୍ନ ଭଣ୍ଡାର କ୍ଷମତାକୁ ସୁହାଇବା ପାଇଁ ବିଭିନ୍ନ ଆକାର ଓ ଆକୃତିରେ ଆସିଥାଏ। ପ୍ଲାଷ୍ଟିକ୍ ଟାଙ୍କିର କେତେକ ପ୍ରମୁଖ ଗୁଣଧର୍ମ, ଲାଭ ଏବଂ ଆଦର୍ଶ ଉପଯୋଗଗୁଡ଼ିକ ହେଲା:

 

  • ହାଲୁକା ଏବଂ ସ୍ଥାପନରେ ସହଜ
  • କ୍ଷୟ ଏବଂ କଳଙ୍କି ନିରୋଧୀ
  • ସ୍ୱଳ୍ପ ରକ୍ଷଣାବେକ୍ଷଣ ଆବଶ୍ୟକତା
  • ବିଭିନ୍ନ ଆକାର ଓ ଆକୃତିରେ ଉପଲବ୍ଧ
  • ଉଭୟ ଭୂମି ଉପର ଏବଂ ଭୂତଳ ସ୍ଥାପନ ଲାଗି ଆଦର୍ଶ

 

କ) ପଲିଏଥିଲିନ୍ ଟାଙ୍କି

ପଲିଏଥିନ୍ ଟାଙ୍କିଗୁଡ଼ିକ ହାଲୁକା ହୋଇଥିବା ସତ୍ତ୍ୱେ ଦୀର୍ଘସ୍ଥାୟୀ ହୋଇଥାଏ। ସେଗୁଡ଼ିକ କ୍ଷୟ ଏବଂ କଳଙ୍କି ନିରୋଧୀ ହୋଇଥାଏ। ସେଗୁଡ଼ିକ ୟୁଭି-ଷ୍ଟାବିଲାଇଜ୍‌‌ଡ ମଧ୍ୟ ହୋଇଥାଏ, ଯାହାଫଳରେ ଖରା ସଂସ୍ପର୍ଶରେ ଆସୁଥିଲେ ମଧ୍ୟ ତାହା ଦୀର୍ଘସ୍ଥାୟୀ ହୋଇଥାଏ। ପଲିଏଥିନ୍ ଟାଙ୍କିଗୁଡ଼ିକ ଉଭୟ ଭୂମି ଉପରେ ଓ ଭୂତଳ ସ୍ଥାପନ ପାଇଁ ଉପଯୁକ୍ତ, ତେଣୁ ସେଗୁଡ଼ିକ ଆବାସିକ, କୃଷିଗତ ଏବଂ ଛୋଟ ଆକାରର ବାଣିଜ୍ୟିକ ଉପଯୋଗ ପାଇଁ ଏକ ଉତ୍କୃଷ୍ଟ ପସନ୍ଦ କୁହାଯାଇପାରିବ। ଏ ପ୍ରକାର ପାଣି ଟାଙ୍କିକୁ ସାଧାରଣତଃ ବର୍ଷାଜଳ ସଂରକ୍ଷଣ, ଜଳସେଚନ ଏବଂ ପୋର୍ଟେବିଲିଟି ଓ ଫ୍ଲେକ୍ସିବିଲିଟି ମହତ୍ତ୍ୱ ରଖୁଥିବା ସ୍ଥାନରେ ବ୍ୟବହାର କରାଯାଇଥାଏ।

 

 

୨. କଂକ୍ରିଟ୍ ଟାଙ୍କି

କଂକ୍ରିଟ୍ ଟାଙ୍କିଗୁଡ଼ିକ ତାହାର ଶକ୍ତି ଏବଂ ସ୍ଥାୟିତ୍ୱ ପାଇଁ ବେଶ୍ ଜଣାଶୁଣା। ଏହି ଟାଙ୍କିଗୁଡ଼ିକୁ ସାଧାରଣତଃ ସାଇଟ୍‌‌ରେ ହିଁ ରିଇନ୍‌‌ଫୋର୍ସଡ୍ କଂକ୍ରିଟ୍ ବ୍ୟବହାର କରି ତିଆରି କରାଯାଇଥାଏ, ଯାହା ଏକ ମଜବୁତ ଏବଂ ଦୀର୍ଘସ୍ଥାୟୀ ଭଣ୍ଡାର ସମାଧାନ ଦେଇଥାଏ। ଏଗୁଡ଼ିକୁ ସାଧାରଣ ବଡ଼ ଆକାରର ବାଣିଜ୍ୟିକ କିମ୍ବା ଔଦ୍ୟୋଗିକ ଉଦ୍ଦେଶ୍ୟ ସମେତ କୃଷି, ଅଗ୍ନିଶମ ଏବଂ ପୌରସଂସ୍ଥାର ଉପଯୋଗ ଲାଗି ବ୍ୟବହାର କରାଯାଇଥାଏ।

କଂକ୍ରିଟ୍ ଟାଙ୍କିଗୁଡ଼ିକର କେତେକ ପ୍ରମୁଖ ବୈଶିଷ୍ଟ୍ୟ ଏବଂ ଲାଭ ହେଉଛି:

 

  • ଦୀର୍ଘ ଜୀବନ ଏବଂ ସ୍ଥାୟିତ୍ୱ, ଅନେକ ଦଶନ୍ଧି ଧରି ଚାଲିଥାଏ
  • ଉତ୍କୃଷ୍ଟ ଅଗ୍ନି ପ୍ରତିରୋଧ ଏବଂ ସ୍ଥିରତା
  • ବଡ଼ ଆକାରର ବାଣିଜ୍ୟିକ କିମ୍ବା ଔଦ୍ୟୋଗିକ ଜଳ ସଂରକ୍ଷଣ ପାଇଁ ଆଦର୍ଶ
  • ତାପମାତ୍ରା ପରିବର୍ତ୍ତନ ବିରୁଦ୍ଧରେ ଇନସୁଲେସନ୍ ଯୋଗାଇଥାଏ
  • ବଡ଼ ଆକାରର ବାଣିଜ୍ୟିକ କିମ୍ବା ଔଦ୍ୟୋଗିକ ଜଳ ସଂରକ୍ଷଣ ପାଇଁ ଆଦର୍ଶ

 

 

୩. ଷ୍ଟିଲ୍ ଟାଙ୍କି

ଷ୍ଟିଲ୍ ଟାଙ୍କିଗୁଡ଼ିକ ତାହାର ଶକ୍ତି, ନିର୍ଭରଯୋଗ୍ୟତା ଏବଂ ବହୁମୁଖୀ ଉପଯୋଗ ପାଇଁ ଜଣାଶୁଣା। ସେଗୁଡ଼ିକୁ ବିଭିନ୍ନ ଷ୍ଟିଲ୍ ସାମଗ୍ରୀ ତଥା କୌଶଳ ବ୍ୟବହାର କରି ତିଆରି କରାଯାଇଥାଏ ଏବଂ ପ୍ରତ୍ୟେକର ନିଜସ୍ୱ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ରହିଥାଏ। ଷ୍ଟିଲ୍‌‌ରେ ନିର୍ମିତ ବିଭିନ୍ନ ପ୍ରକାର ପାଣି ଟାଙ୍କିଗୁଡ଼ିକ ଉପରେ ଆସନ୍ତୁ ନଜର ପକାଇବା:

 

କ) କାର୍ବନ୍ ୱେଲ୍ଡେଡ୍ ଷ୍ଟିଲ୍ ଟାଙ୍କି

କାର୍ବନ୍ ୱେଲ୍ଡେଡ୍ ଷ୍ଟିଲ୍ ଟାଙ୍କି ଷ୍ଟିଲ୍ ପ୍ଲେଟ୍‌ଗୁଡ଼ିକୁ ଏକାଠି ୱେଲ୍‌‌ଡିଂ କରାଯାଇ ତିଆରି କରାଯାଇଥାଏ। ସେଗୁଡ଼ିକ ଅତ୍ୟନ୍ତ ଦୀର୍ଘସ୍ଥାୟୀ, କ୍ଷୟ ପ୍ରତିରୋଧି ହୋଇଥାଏ ଏବଂ ସେଗୁଡ଼ିକୁ ବିଶେଷ ଭଣ୍ଡାର ଆବଶ୍ୟକତା ଅନୁସାରେ ବିଭିନ୍ନ ଆକାର ଓ ଆକୃତିରେ ତିଆରି କରାଯାଇପାରେ। କାର୍ବନ୍ ୱେଲ୍ଡେଡ୍ ଷ୍ଟିଲ୍ ଟାଙ୍କିକୁ ପାନୀୟ ଜଳ, ବର୍ଜ୍ୟ ଜଳ, ରାସାୟନିକ ଏବଂ ପେଟ୍ରୋଲିୟମ୍ ଉତ୍ପାଦ ସଂରକ୍ଷଣ ଲାଗି ବ୍ୟବହାର କରାଯାଇଥାଏ। ସେଥିରେ ଯାହା ବି ସଂରକ୍ଷଣ କରାଯାଉ ନା କାହିଁକି ତାହା ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ ରହିଥାଏ।

 

ଖ) ବୋଲ୍ଟେଡ୍ ଷ୍ଟିଲ୍ ଟାଙ୍କି

ବୋଲ୍ଟେଡ୍ ଷ୍ଟିଲ୍ ଟାଙ୍କିଗୁଡ଼ିକୁ ପ୍ରିଫାବ୍ରିକେଟେଡ୍ ଷ୍ଟିଲ୍ ପ୍ୟାନେଲ୍‌ଗୁଡ଼ିକୁ ଏକାଠି ବୋଲ୍ଟିଂ କରି ନିର୍ମାଣ କରାଯାଏ। ଆକାର ଦୃଷ୍ଟିରୁ ଏପରି ଟାଙ୍କିଗୁଡ଼ିକ ନମନୀୟ ହୋଇଥାଏ ଏବଂ ତାହାକୁ ସହଜରେ ସମ୍ପ୍ରସାରିତ କିମ୍ବା ସ୍ଥାନାନ୍ତର କରାଯାଇପାରିବ। ଏହି ଟାଙ୍କିଗୁଡ଼ିକ ହେଭି-ଡ୍ୟୁଟି ହୋଇଥାଏ ଏବଂ ବୃହତ୍ କ୍ଷମତାବିଶିଷ୍ଟ ହୋଇଥାଏ। ତେଣୁ ଏଗୁଡ଼ିକ ଔଦ୍ୟୋଗିକ କିମ୍ବା ବାଣିଜ୍ୟିକ ପ୍ରୟୋଗ ପାଇଁ ଉପଯୁକ୍ତ। ଏଗୁଡ଼ିକ ପ୍ରାୟତଃ ଔଦ୍ୟୋଗିକ ଜଳ ସଂରକ୍ଷଣ ଆବଶ୍ୟକତା ସମେତ ବର୍ଷାଜଳ ସଂରକ୍ଷଣ, ବର୍ଜ୍ୟ ଜଳ ବିଶୋଧନ ଏବଂ ପାନୀୟ ଜଳ ସଂରକ୍ଷଣ ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ।

 

ଗ) କରୁଗେଟେଡ୍ ଷ୍ଟିଲ୍ ଟାଙ୍କି

କରୁଗେଟେଡ୍ ଷ୍ଟିଲ୍ ଟାଙ୍କିଗୁଡ଼ିକ କରୁଗେଟେଡ୍ ବା ତରଙ୍ଗାୟିତ ଡିଜାଇନର ଗାଲଭାନାଇଜ୍‌‌ଡ ଷ୍ଟିଲ୍ ପ୍ୟାନେଲ୍‌ରେ ନିର୍ମିତ ହୋଇଥାଏ। ସେଥିରେ ଢାଞ୍ଚାଗତ ସୁଦୃଢ଼ତା ରହିବା ସହ ତାହା ବାହ୍ୟ ବଳର ପ୍ରତିରୋଧୀ ହୋଇଥାଏ। ଏଗୁଡ଼ିକ ଭୂମି ଉପରେ ସ୍ଥାପନ ପାଇଁ ଉପଯୁକ୍ତ। କରୁଗେଟେଡ୍ ଷ୍ଟିଲ୍ ଟାଙ୍କିଗୁଡ଼ିକୁ ସାଧାରଣତଃ କୃଷିଗତ ଉଦ୍ଦେଶ୍ୟ, ଯେପରିକି ପଶୁସମ୍ପଦର ଜଳ ଆବଶ୍ୟକତା ଏବଂ ଜଳସେଚନ ତଥା ଅଗ୍ନି ସୁରକ୍ଷା ପ୍ରଣାଳୀରେ ବ୍ୟବହୃତ ହୋଇଥାଏ।



ଘ) ଷ୍ଟେନ୍‌‌ଲେସ୍ ଷ୍ଟିଲ୍ ପାଣି ସଂରକ୍ଷଣ ଟାଙ୍କି

ଷ୍ଟେନ୍‌ଲେସ୍‌‌ ଷ୍ଟିଲ୍ ଟାଙ୍କି ଅସାଧାରଣ ସ୍ଥାୟିତ୍ୱ ଏବଂ କ୍ଷୟ ପ୍ରତିରୋଧ ଯୋଗାଇଥାଏ। ଏଗୁଡ଼ିକୁ ପାନୀୟ ଜଳ, ଖାଦ୍ୟ ଏବଂ ପାନୀୟ ଉତ୍ପାଦ, ଫାର୍ମାସ୍ୟୁଟିକାଲ୍ସ, ରାସାୟନିକ ପଦାର୍ଥ ଏବଂ ଉଚ୍ଚସ୍ତରର ପରିମଳ ଆବଶ୍ୟକ କରୁଥିବା ବିଭିନ୍ନ ତରଳ ପଦାର୍ଥର ସଂରକ୍ଷଣରେ ବ୍ୟବହାର କରାଯାଏ। ଅତିରିକ୍ତ ଭାବେ ଷ୍ଟେନ୍‌ଲେସ୍ ଷ୍ଟିଲ୍ ଟାଙ୍କିଗୁଡ଼ିକ କଠୋର ପରିବେଶ ପାଇଁ ଉପଯୁକ୍ତ ହୋଇଥାଏ, ଯେପରିକି ସାମୁଦ୍ରିକ ବ୍ୟବହାର କିମ୍ବା ବର୍ଜ୍ୟ ଜଳ ବିଶୋଧନ କାରଖାନାରେ। ଜଳର ଗୁଣବତ୍ତାକୁ ବଜାୟ ରଖିବା, ବାହ୍ୟ ବଳଗୁଡ଼ିକୁ ପ୍ରତିରୋଧ କରିବା ଏବଂ ଦୀର୍ଘ-ମିଆଦୀ ନିର୍ଭରଯୋଗ୍ୟତାକୁ ସୁନିଶ୍ଚିତ କରିବାର କ୍ଷମତା କାରଣରୁ ଏହି ଟାଙ୍କିଗୁଡ଼ିକ ଉଚ୍ଚ-ଗୁଣମାନର ଭଣ୍ଡାର ସମାଧାନ ଆବଶ୍ୟକ କରୁଥିବା ଔଦ୍ୟୋଗିକ ସଂସ୍ଥାଗୁଡ଼ିକ ପାଇଁ ବଢ଼ିଆ ପସନ୍ଦ ଅଟେ।

 

 

୪. ଫାଇବରଗ୍ଲାସ୍ ଟାଙ୍କି

ଫାଇବରଗ୍ଲାସ୍ ଟାଙ୍କିଗୁଡ଼ିକ ହାଲୁକା ହୋଇଥିବା ସତ୍ତ୍ୱେ ଦୃଢ ଏବଂ ଦୀର୍ଘସ୍ଥାୟୀ ହୋଇଥାଏ। ଏଗୁଡ଼ିକୁ ଫାଇବରଗ୍ଲାସ୍ ଏବଂ ରେଜିନ୍‌‌ର ଆସ୍ତରଣ ବ୍ୟବହାର କରି ପ୍ରସ୍ତୁତ କରାଯାଇଥାଏ, ଯାହା କ୍ଷୟ ଏବଂ ରାସାୟନିକ ପଦାର୍ଥଜନିତ କ୍ଷତିକୁ ପ୍ରତିରୋଧ କରିଥାଏ। ଫାଇବରଗ୍ଲାସ୍‌‌ରେ ନିର୍ମିତ ହେଉଥିବା ଦୁଇଟି ସାଧାରଣ ପ୍ରକାର ପାଣି ଟାଙ୍କିଗୁଡ଼ିକ ହେଲା:

 

କ) ଭୂତଳ ଫାଇବରଗ୍ଲାସ୍ ଟାଙ୍କି

ଭୂତଳ ଫାଇବରଗ୍ଲାସ୍ ଟାଙ୍କିଗୁଡ଼ିକୁ ଭୂପୃଷ୍ଠ ତଳେ ଲୁକ୍କାୟିତ ଭାବେ ପାଣି ସଂରକ୍ଷଣ ପାଇଁ ତିଆରି କରାଯାଇଥାଏ, ଯାହା ବାଧାରହିତ ସମାଧାନ ପ୍ରଦାନ କରେ। ଉତ୍କୃଷ୍ଟ କ୍ଷୟବିହୀନ ଗୁଣଧର୍ମ ଏବଂ ମୃତ୍ତିକା ରସାୟନ ପ୍ରତିରୋଧ କାରଣରୁ ସେଗୁଡ଼ିକ ଦୀର୍ଘମିଆଦୀ ସ୍ଥାୟିତ୍ୱ ଏବଂ ଜଳ ଗୁଣମାନ ଅକ୍ଷୂଣ୍ଣତା ଯୋଗାଇଥାଏ। ଆବାସିକ, ବାଣିଜ୍ୟିକ ଏବଂ କୃଷିଗତ ଆବଶ୍ୟକତା ଲାଗି ଆଦର୍ଶ ଏହି ଟାଙ୍କିଗୁଡ଼ିକ ବର୍ଷାଜଳ ସଂରକ୍ଷଣ, ଜଳସେଚନ ଏବଂ ସେପ୍ଟିକ୍ ପ୍ରଣାଳୀ ପାଇଁ ଉପଯୁକ୍ତ ହୋଇଥାଏ ଏବଂ ଦୀର୍ଘସ୍ଥାୟୀ ଜଳ ସଂରକ୍ଷଣ ସମାଧାନ ଯୋଗାଇଥାଏ।

 

ଖ) ଭୂମି ଉପର ଫାଇବରଗ୍ଲାସ୍ ଟାଙ୍କି

ଭୂମି ଉପର ଫାଇବରଗ୍ଲାସ୍ ଟାଙ୍କି ଅତୁଲ୍ୟ ବହମୁଖୀ ଉପଯୋଗିତା ଯୋଗାଇଥାଏ। ବିନର୍ଦ୍ଦିଷ୍ଟ ଆବଶ୍ୟକତାଗୁଡ଼ିକ ପାଇଁ ତାହାକୁ ସହଜରେ ତିଆରି କରାଯାଇପାରିଥାଏ। ହାଲୁକା ହୋଇଥିବା କାରଣରୁ ସେଗୁଡ଼ିକୁ ସ୍ଥାପନ ଏବଂ ପରିବହନ କରିବା ଖୁବ୍ ସହଜ। ଏହି ଟାଙ୍କିଗୁଡ଼ିକୁ ବ୍ୟାପକ ରୂପେ ଔଦ୍ୟୋଗିକ ପ୍ରକ୍ରିୟା, ରାସାୟନିକ ପଦାର୍ଥ ସଂରକ୍ଷଣ ଏବଂ ଜଳ ବିଶୋଧନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ, ଯାହା ତାହାର ନିର୍ଭରଯୋଗ୍ୟତା ଏବଂ ଢାଞ୍ଚାଗତ ଅଖଣ୍ଡତାର ପରିଚାୟକ ଅଟେ। ଉଚ୍ଚମାନର କ୍ଷୟ ପ୍ରତିରୋଧ ଏବଂ ବିବିଧ ପାଣିପାଗ ପରିସ୍ଥିତିକୁ ସହନ କରିବାର ସାମର୍ଥ୍ୟ ଯୋଗୁଁ ସେଗୁଡ଼ିକ ଭୂମି ଉପର ଭଣ୍ଡାର ଆବଶ୍ୟକତା ପାଇଁ ପସନ୍ଦଯୋଗ୍ୟ ବିକଳ୍ପ ହୋଇଥାଏ, ଯାହା ମୂଲ୍ୟବାନ ସଂରକ୍ଷିତ ସାମଗ୍ରୀର ଉପଯୁକ୍ତ ସୁରକ୍ଷାକୁ ସୁନିଶ୍ଚିତ କରିଥାଏ।



ଆପଣଙ୍କର ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ପୂରଣ କରିବା ଏବଂ ଏକ ନିର୍ଭରଯୋଗ୍ୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ସଠିକ୍ ପାଣି ଟାଙ୍କି ଚୟନ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ। ସ୍ଥାୟିତ୍ୱ, ଖର୍ଚ୍ଚ, ରକ୍ଷଣାବେକ୍ଷଣ ଆବଶ୍ୟକତା ଏବଂ ବାଞ୍ଛିତ ଉପଯୋଗ ଭଳି ଦିଗଗୁଡ଼ିକୁ ବିଚାରକୁ ନିଆଗଲେ ବିଭିନ୍ନ ପ୍ରକାର ପାଣି ଟାଙ୍କି ମଧ୍ୟରୁ ଉପଯୁକ୍ତ ଟାଙ୍କି ବାଛିବା ଖୁବ୍ ସହଜ ହୋଇଥାଏ। ଏହିସବୁ ଦିଗଗୁଡ଼ିକର ମୂଲ୍ୟୟନ କରିବା ସବୁଠାରୁ ଉପଯୁକ୍ତ ପାଣି ଟାଙ୍କି ଚୟନରେ ଆପଣଙ୍କୁ ସାହାଯ୍ୟ କରିବ, ଯାହା ଆପଣଙ୍କ ଆବଶ୍ୟକତାକୁ ପୂରଣ କରିବା ସହିତ ଦୀର୍ଘସ୍ଥାୟୀ ଭଣ୍ଡାର ଓ ମନର ଶାନ୍ତି ଯୋଗାଇବ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....