ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ବାଲିଗୁଡ଼ିକର ପ୍ରକାରଭେଦ ଏବଂ ସେଗୁଡ଼ିକର ଉପଯୋଗ

ବାଲି ନିର୍ମାଣ କାର୍ଯ୍ୟର ଏକ ଅତ୍ୟାବଶ୍ୟକ ଉପାଦାନ ଅଟେ। ମଜବୁତ ଏବଂ ଦୀର୍ଘସ୍ଥାୟୀ ଢାଞ୍ଚା ପାଇବା ପାଇଁ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ବାଲିଗୁଡ଼ିକର ପ୍ରକାରଭେଦକୁ ବୁଝିବା ମହତ୍ତ୍ୱପୂର୍ଣ୍ଣ ଅଟେ। ଏହି ବ୍ଲଗ୍‌‌ରେ ନିର୍ମାଣରେ ବ୍ୟବହୃତ ବିଭିନ୍ନ ପ୍ରକାର ବାଲି ଏବଂ ସେଗୁଡ଼ିକର ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋଚନା କରାଯାଇଛି।

Share:


ବାଲି ନିର୍ମାଣ କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥାଏ। କଂକ୍ରିଟ୍ ମିଶ୍ରଣରୁ ଆରମ୍ଭ କରି ରାଜମିସ୍ତ୍ରୀ କାମ ପର୍ଯ୍ୟନ୍ତ ତାହାର ପ୍ରୟୋଗ ବିବିଧ ହୋଇଥାଏ। ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାର ବାଲିକୁ ବୁଝିରଖିବା ମହତ୍ତ୍ୱପୂର୍ଣ୍ଣ ହୋଇଥାଏ, କାରଣ ପ୍ରତ୍ୟେକ ପ୍ରକାର ବାଲିର ଭିନ୍ନ ଭିନ୍ନ ବୈଶିଷ୍ଟ୍ୟ ରହିଥାଏ ଓ ସେଗୁଡ଼ିକ ପ୍ରତ୍ୟେକ ନିର୍ଦ୍ଦିଷ୍ଟ ପ୍ରୟୋଗ ପାଇଁ ଉପଯୁକ୍ତ ହୋଇଥାଏ।

 

ଏହି ବ୍ଲଗ୍‌‌ରେ, ଆମେ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାରର ବାଲି, ସେଗୁଡ଼ିକର ଗୁଣ ଏବଂ ସାଧାରଣ ପ୍ରୟୋଗ ବିଷୟରେ ଆଲୋଚନା କରିବୁ । ବାଲିଗୁଡ଼ିକର ପ୍ରକାରଭେଦ ମଧ୍ୟରେ ରହିଥିବା ପାର୍ଥକ୍ୟଗୁଡ଼ିକୁ ବୁଝିବା ଦ୍ୱାରା, ବିଲ୍ଡର ଏବଂ ନିର୍ମାଣ ବୃତ୍ତିଜୀବୀମାନେ ପ୍ରତ୍ୟେକ ପ୍ରୟୋଗ ପାଇଁ ସବୁଠାରୁ ଉପଯୁକ୍ତ ବାଲି ଚୟନ କରିପାରିବେ, ସେମାନଙ୍କ ନିର୍ମାଣର ସର୍ବୋତ୍ତମ ଶକ୍ତି, ସ୍ଥାୟୀତ୍ୱ ଏବଂ ସାମଗ୍ରିକ ଗୁଣବତ୍ତାକୁ ସୁନିଶ୍ଚିତ କରିପାରିବେ । ଏହା ସହିତ ନିର୍ମାଣର ବିଭିନ୍ନ ଦିଗ ବିଷୟରେ ଉତ୍ତମ ଧାରଣା ପାଇପାରିବେ ।



ନିର୍ମାଣ କାର୍ଯ୍ୟ ପାଇଁ ବାଲିର ପ୍ରକାରଭେଦ

ପ୍ରତ୍ୟେକ ପ୍ରକାର ବାଲିର ଅନନ୍ୟ ଗୁଣଧର୍ମ ଓ ବୈଶିଷ୍ଟ୍ୟ କାରଣରୁ ନିର୍ମାଣ କାର୍ଯ୍ୟରେ ବିବିଧ ପ୍ରକାର ପ୍ରୟୋଗ ପାଇଁ ଭିନ୍ନ ଭିନ୍ନ ପ୍ରକାର ବାଲିର ଉପଯୋଗ କରାଯିବା ପସନ୍ଦ କରାଯାଇଥାଏ। ଚାଲନ୍ତୁ, ନିର୍ମାଣ କାର୍ଯ୍ୟରେ ସାଧାରଣ ଭାବେ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାର ବାଲି ଉପରେ ନଜର ପକାଇବା।

 

 

୧. ନଈବାଲି



ନଈବାଲି ପ୍ରାକୃତିକ ଭାବେ ମିଳୁଥିବା ବାଲି ଅଟେ, ଯାହାକୁ ନଦୀଶଯ୍ୟାରୁ ପ୍ରାପ୍ତ କରାଯାଇଥାଏ। ଏହାର କଣିକାଗୁଡ଼ିକ ମସୃଣ ଓ ଗୋଲାକାର ହୋଇଥାଏ, ତେଣୁ ତାହାକୁ ନେଇ କାମ କରିବା ବହୁତ ସହଜ ହୋଇତାଏ। ଏହାର କାର୍ଯ୍ୟଯୋଗ୍ୟତା କାରଣରୁ ନଈବାଲିକୁ ନିଖୁଣତା ଓ ଛୋଟ ଛୋଟ କାମ ଉପରେ ଧ୍ୟାନ ଆବଶ୍ୟକ କରୁଥିବା ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଏ, ଯେପରିକି- ଇଟା ଯୋଡ଼େଇ, ପ୍ଲାଷ୍ଟରିଂ ଏବଂ କଂକ୍ରିଟ୍ ମିଶ୍ରଣ। ଏହାର ଗୋଲାକାର କଣିକାଗୁଡ଼ିକ ସହଜରେ ମିଶ୍ରିତ ହୋଇପାରେ ଏବଂ ନିର୍ଭୁଲ ଭାବରେ ତାହାକୁ ରଖିହୋଇଥାଏ। ତେଣୁ ନିଖୁଣତା ଆବଶ୍ୟକ କରୁଥିବା ପ୍ରକଳ୍ପଗୁଡ଼ିକ ପାଇଁ ଏହା ଏକ ଲୋକପ୍ରିୟ ବିକଳ୍ପ ଅଟେ।

 

 

୨. କଂକ୍ରିଟ୍ ବାଲି



କଂକ୍ରିଟ୍ ବାଲି ହେଉଛି ଏକ ପ୍ରକାର ବାଲି ଯାହା ବିଶେଷ ଭାବେ କଂକ୍ରିଟ୍ ମିଶ୍ରଣରେ ବ୍ୟବହାର ପାଇଁ ଉତ୍ପାଦିତ ହୋଇଥାଏ। ଏହା ନିଜର ଖଦଡ଼ ଦାନା ପାଇଁ ଜଣାଶୁଣା। ଅଶୁଦ୍ଧତାଗୁଡ଼ିକୁ ଦୂର କରୁଥିବା ଯତ୍ନଶୀଳ ପ୍ରକ୍ରିୟାକରଣ ମାଧ୍ୟମରେ ଏହି ବାଲି ହାସଲ ହୋଇଥାଏ। ଫାଉଣ୍ଡେସନ୍, ଡ୍ରାଇଭୱେ ଏବଂ ସାଇଡୱାକ୍ ଭଳି ମଜବୁତ ଓ ଦୀର୍ଘସ୍ଥାୟୀ ଢାଞ୍ଚାର ନିର୍ମାଣ ପାଇଁ କଂକ୍ରିଟ୍ ବାଲି ଆଦର୍ଶ ଅଟେ। ଏହାର ଖଦଡ଼ ସଂରଚନା କଂକ୍ରିଟ୍ ମିଶ୍ରଣ ମଧ୍ୟରେ ଉତ୍ତମ ଜଳ ନିଷ୍କାସନକୁ ସୁବିଧାଜନକ କରିଥାଏ, ଯାହା ଫଳରେ ତାହା ସାହାଯ୍ୟରେ ନିର୍ମିତ ଢାଞ୍ଚାଗୁଡ଼ିକର ସାମଗ୍ରିକ ସ୍ଥିରତା ଏବଂ ଶକ୍ତି ବୃଦ୍ଧି ପାଏ। ଏହା ଭାର ବହନକାରୀ ନିର୍ମାଣ ପ୍ରୟୋଗ ପାଇଁ ବିଶେଷ ରୂପେ ଉପଯୁକ୍ତ ହୋଇଥାଏ।

 

 

୩. ପିଟ୍ ବାଲି (ଖଦଡ଼ ବାଲି)



ପିଟ୍ ବାଲି, ଯାହାକୁ ଖଦଡ଼ ବାଲି ମଧ୍ୟ କୁହାଯାଏ, ପ୍ରାକୃତିକ ଭଣ୍ଡାରରୁ ହାସଲ କରାଯାଇଥାଏ। ଏ ପ୍ରକାର ବାଲିର ସଂରଚନା ଗୋଡ଼ିମିଶା ହୋଇଥାଏ, ତେଣୁ ଏହା ମସୃଣ ନଈବାଲିଠାରୁ ସ୍ପଷ୍ଟ ବାରି ହୋଇପଡ଼େ। ଏହାକୁ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ଉପଯୋଗ କରାଯାଇଥାଏ ଯଥା, ପୃଷ୍ଠଭାଗର ସମତଳୀକରଣ, ପେଭମେଣ୍ଟ ପଥର ପାଇଁ ବେଡିଂ ସାମଗ୍ରୀ ଏବଂ ପାଇପ୍ ଓ ଉପଯୋଗିତା ଲାଇନ୍ ପାଇଁ ଆଧାର। ଏଥିରେ ଅପେକ୍ଷାକୃତ ଅଧିକ ପରିମାଣର ପଟୁ ମାଟି ଓ ମାଟି ଉପାଦାନ ରହୁଥିବାରୁ ଏହାକୁ କଂକ୍ରିଟ୍ କାର୍ଯ୍ୟରେ ବ୍ୟବହାର କରିବା ପସନ୍ଦ କରାଯାଏ ନାହିଁ। ତଥାପି, ଅନେକ ଅନ୍ୟାନ୍ୟ ପ୍ରକାର ନିର୍ମାଣ କାର୍ଯ୍ୟ ପାଇଁ ପିଟ୍ ବାଲିର ବହୁମୁଖୀ ଉପଯୋଗିତା ରହିଛି।

 

 

୪. ଏମ୍-ବାଲି (ବିନିର୍ମିତ ବାଲି)



ଏମ୍-ବାଲି ବା ବିନିର୍ମିତ ବାଲି (ମ୍ୟାନୁଫାକ୍ଚର୍ଡ ସାଣ୍ଡ) କଠିନ ପଥରକୁ ଗୁଣ୍ଡ କରାଯାଇ ତିଆରି କରାଯାଇଥାଏ, ଏହି କାରଣରୁ ଏପରି ବାଲିର କଣିକା ଆକାର ସମରୂପୀ ହୋଇଥାଏ। ଏହା ଦେଖିବାକୁ ପ୍ରାକୃତିକ ନଈବାଲି ଭଳି ହୋଇଥାଏ ଏବଂ ଏହାର ଉଚ୍ଚ-ଗୁଣବତ୍ତା ପାଇଁ ଏମ୍-ବାଲିକୁ ନିର୍ମାଣ କାର୍ଯ୍ୟ ପାଇଁ ଖୁବ୍ ପସନ୍ଦ କରାଯାଏ। ଏମ୍-ବାଲିକୁ କଂକ୍ରିଟ୍ ଉତ୍ପାଦନ, ପ୍ଲାଷ୍ଟରିଂ ଏବଂ ଉଚ୍ଚ-ଗୁଣମାନର ବାଲି ଆବଶ୍ୟକ ହେଉଥିବା ସାଧାରଣ ନିର୍ମାଣ କାର୍ଯ୍ୟରେ ବ୍ୟାପକ ରୂପେ ବ୍ୟବହାର କରାଯାଏ। ଏଥିରେ ସମରୂପ କଣିକା ଆକାର ଓ ଗୁଣମାନର ଲାଭ ରହିଥାଏ, ତେଣୁ ନିର୍ମାଣ କାର୍ଯ୍ୟରେ ଏହା ନଈବାଲିର ଏକ ନିର୍ଭରଯୋଗ୍ୟ ବିକଳ୍ପରେ ପରିଣତ ହୋଇପାରିଛି।

 

 

୫. ଉପଯୋଗିତା ବାଲି

ଉପଯୋଗିତା ବାଲି ବା ୟୁଟିଲିଟି ସାଣ୍ଡ, ବେଳେବେଳେ ଫିଲ୍ ବାଲି କିମ୍ବା ବ୍ୟାକଫିଲ୍ ବାଲି ଭାବେ ପରିଚିତ ହୋଇଥାଏ। ଏହା ଖଦଡ଼ିଆ ସଂରଚନାର ହୋଇଥାଏ, ଯାହାଫଳରେ ଏହାର କମ୍ପାକ୍ସନ୍ କରିବା ସହଜ ହୋଇଥାଏ। ଲ୍ୟାଣ୍ଡସ୍କେପିଂ, ପାଇପ୍ ବେଡିଂ ଏବଂ ବଡ଼ ବଡ଼ ଖନନ ସ୍ଥାନକୁ ଭରିବା ଭଳି ନିର୍ମାଣ କାର୍ଯ୍ୟରେ ଏହାକୁ ମୁଖ୍ୟତଃ ଖାଲି ସ୍ଥାନ କିମ୍ବା ଖାତଗୁଡ଼ିକୁ ଭରିବା ଉଦ୍ଦ୍ୟେରେ ବ୍ୟବହାର କରାଯାଏ। ୟୁଟିଲିଟି ବାଲି ସହଜରେ କମ୍ପାକ୍ସନ କରିହେଉଥିବାରୁ ଏବଂ ଏହା ଏକ ସ୍ଥିର ଆଧାର ଯୋଗାଇବାରେ ସକ୍ଷମ ହୋଇଥିବାରୁ, ବିଭିନ୍ନ ନିର୍ମାଣ ପ୍ରକଳ୍ପଗୁଡ଼ିକରେ ଶକ୍ତ ଫାଉଣ୍ଡେସନ ହାସଲ ପାଇଁ ଏହା ଅପରିହାର୍ଯ୍ୟ ହୋଇଥାଏ।

 

 

୬. ଫିଲ୍ ବାଲି



ଫିଲ୍ ବାଲିର ଗୁଣଧର୍ମ ୟୁଟିଲିଟି ବାଲି ଭଳି ହୋଇଥାଏ। ଏହା ଖଦଡ଼ ଟେକ୍ସର ଏବଂ ଉତ୍ତମ ଜଳ ନିଷ୍କାସନ ସାମର୍ଥ୍ୟଧାରୀ ହୋଇଥାଏ। ବିଲଡିଂ ଫାଉଣ୍ଡେସନ୍ ଏବଂ ସଡ଼କ ନିର୍ମାଣ ଭଳି ବଡ଼ ଆକାରର ଖାଲି ଜାଗାକୁ ଭରିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। ଫିଲ୍ ବାଲିକୁ କମ୍ପାକ୍ଟ ବା ଘନୀଭୂତ କରାଯାଇ ଏକ ସ୍ଥିର ଆଧାର ହାସଲ କରାଯାଇପାରିଥାଏ, ତେଣୁ ଶକ୍ତିଶାଳୀ ଫାଉଣ୍ଡେସନ ଆବଶ୍ୟକ କରୁଥିବା ପ୍ରକଳ୍ପଗୁଡ଼ିକ ପାଇଁ ଏ ପ୍ରକାର ବାଲି ଏକ ଅତ୍ୟାବଶ୍ୟକତାରେ ପରିଣତ ହୋଇଯାଏ।

 

ନିର୍ମାଣ କାର୍ଯ୍ୟରେ ଏହସବୁ ବିବିଧ ପ୍ରକାର ବାଲିକୁ ସେଗୁଡ଼ିକର ଅନନ୍ୟ ଗୁଣଧର୍ମ ଏବଂ ନିର୍ଦ୍ଦିଷ୍ଟ ପ୍ରୟୋଗ ଅନୁସାରେ ଚୟନ କରାଯାଇଥାଏ, ଯାହାଫଳରେ ନିର୍ମାଣ ପ୍ରକଳ୍ପଗୁଡ଼ିକ ପାଇଁ ଉଭୟ ଢାଞ୍ଚାଗତ ଏବଂ କାର୍ଯ୍ୟକ୍ଷମତାଗତ ଆବଶ୍ୟକ ପୂରଣ ହୋଇଥାଏ। ତେବେ, ଘର ନିର୍ମାଣ ପାଇଁ କେଉଁ ବାଲିଟି ସର୍ବୋତ୍ତମ ତାହା ପଚରାଯିବା ସ୍ୱାଭାବିକ, ହେଲେ ଏହି ପ୍ରଶ୍ନର କେବଳ ଗୋଟିଏ ଉତ୍ତର ନାହିଁ। ନଈବାଲି ଏବଂ କଂକ୍ରିଟ୍ ବାଲି ଅଧିକାଂଶ ନିର୍ମାଣ ପ୍ରୟୋଗ ପାଇଁ ଉପଯୁକ୍ତ ହୋଇଥିବାବେଳେ, ସମତଳୀକରଣ ଏବଂ ଭରଣ ଭଳି ବିଶେଷ ଉଦ୍ଦେଶ୍ୟ ପାଇଁ ପିଟ୍ ବାଲି, ୟୁଟିଲିଟି ବାଲି କିମ୍ବା ଫିଲ୍ ବାଲି ଅଧିକ ଉପଯୁକ୍ତ ହୋଇଥାଏ। ଏମ୍-ବାଲି ନଈବାଲିର ଏକ ଅଧିକ ପରିବେଶ ଅନୁକୂଳ ବିକଳ୍ପ ଅଟେ।



ସଂକ୍ଷେପରେ କହିବାକୁ ଗଲେ, ଉଚ୍ଚ-ମାନର ଏବଂ ଦୀର୍ଘସ୍ଥାୟୀ ଢାଞ୍ଚା ହାସଲ କରିବା ପାଇଁ ନିର୍ମାଣ କାର୍ଯ୍ୟରେ କେଉଁ ପ୍ରକାର ବାଲିର ଉପଯୋଗ କରାଯାଏ ତାହା ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ତାହା ରାଜମିସ୍ତ୍ରୀ କାମ ହେଉ କି କଂକ୍ରିଟ୍ ଉତ୍ପାଦ, ବ୍ୟାକ୍‌‌ଫିଲିଂ ହେଉ କି ସମତଳୀକରଣ କାର୍ଯ୍ୟ ହେଉ, ନଈବାଲିରୁ ଆରମ୍ଭ କରି କଂକ୍ରିଟ୍ ବାଲି, ପିଟ୍ ବାଲିରୁ ଏମ୍-ବାଲି ଏହି ସବୁ ବାଲିଗୁଡ଼ିକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟଗୁଡ଼ିକୁ ସାଧିତ କରିଥାଏ। ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଏହିସବୁ ବିବିଧ ବାଲିଗୁଡ଼ିକ ମଧ୍ୟରେ ପାର୍ଥକ୍ୟକୁ ବୁଝିରଖିଲେ, ଆପଣ ନିଜର ପ୍ରକଳ୍ପ ପାଇଁ ସର୍ବୋତ୍ତମ ହୋଇଥିବା ସଠିକ୍ ବାଲିର ଚୟନ ସମ୍ପର୍କରେ ସୁଚିନ୍ତିତ ନିଷ୍ପତ୍ତି ଗ୍ରହଣ କରିପାରିବେ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....