Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ଆମର ପ୍ରଡକ୍ଟସ୍
Share:
କିଓରିଂ କମ୍ପାଉଣ୍ଡଗୁଡ଼ିକ ହେଉଛି କଂକ୍ରିଟର ଆର୍ଦ୍ରତା ବଜାୟ ରଖିବା ଏବଂ ଉପଯୁକ୍ତ କିଓରିଂକୁ ସୁଗମ କରିବା ପାଇଁ ସତେଜ ଢଳାଯାଇଥିବା କଂକ୍ରିଟ୍ ପୃଷ୍ଠରେ ପ୍ରୟୋଗ କରାଯାଉଥିବା ବିଶେଷ ଭାବରେ ପ୍ରସ୍ତୁତ ସାମଗ୍ରୀ । ଏହି କମ୍ପାଉଣ୍ଡଗୁଡ଼ିକ, ଯାହାକୁ ବେଳେବେଳେ କଂକ୍ରିଟ୍ କିଓରିଂ ଏଜେଣ୍ଟ ବୋଲି କୁହାଯାଏ, ଏକ ପ୍ରତିବନ୍ଧକ ସୃଷ୍ଟି କରେ ଯାହା କଂକ୍ରିଟ ପୃଷ୍ଠରୁ ଦ୍ରୁତଗତିରେ ଆର୍ଦ୍ରତା ହାନିକୁ ରୋକିଥାଏ। ଏହା ଧୀରେ ଧୀରେ ହାଇଡ୍ରେସନ୍ ଏବଂ କଂକ୍ରିଟ ମ୍ୟାଟ୍ରିକ୍ସକୁ ମଜବୁତ କରିବାକୁ ଅନୁମତି ଦେଇଥାଏ ।
କଂକ୍ରିଟରେ ବାଞ୍ଛିତ ଶକ୍ତି, ସ୍ଥାୟୀତ୍ୱ ଏବଂ ପ୍ରତିରୋଧ ଗୁଣ ହାସଲ କରିବା ପାଇଁ ଉପଯୁକ୍ତ କିଓରିଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିଓରିଂ ପ୍ରକ୍ରିୟାରେ ହାଇଡ୍ରେସନ୍ କୁ ପ୍ରୋତ୍ସାହିତ କରିବା ଏବଂ ଏକ ଶକ୍ତିଶାଳୀ କଂକ୍ରିଟ୍ ମ୍ୟାଟ୍ରିକ୍ସ ଗଠନ କୁ ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ଆର୍ଦ୍ରତା ଏବଂ ତାପମାତ୍ରା ସ୍ଥିତି ବଜାୟ ରଖାଯାଇଥାଏ । ଏହି ପ୍ରକ୍ରିୟା ସିମେଣ୍ଟ କଣିକା ଏବଂ ଏଗ୍ରିଗେଟ୍ ଗୁଡ଼ିକୁ ଆବଦ୍ଧ ଏବଂ ଏକାଠି ହେବାକୁ ଅନୁମତି ଦିଏ, ଯାହାଫଳରେ ଏକ ଘନ ଏବଂ ସ୍ଥାୟୀ କଂକ୍ରିଟ ଗଠନ ହୁଏ । କିଓରିଂ ସମୟରେ, ହାଇଡ୍ରେସନ୍ ପ୍ରକ୍ରିୟା ଜାରି ରହେ, ଯାହା କଂକ୍ରିଟକୁ ଏହାର ପୂର୍ଣ୍ଣ ସମ୍ଭାବ୍ୟ ଶକ୍ତିରେ ପହଞ୍ଚିବାରେ ସକ୍ଷମ କରେ । କଂକ୍ରିଟ୍ କିଓରିଂ କମ୍ପାଉଣ୍ଡ ଦ୍ୱାରା ପର୍ଯ୍ୟାପ୍ତ କିଓରିଂ ବା ଉପଚାର ବିନା, କଂକ୍ରିଟରେ ଫାଟ, ସଙ୍କୋଚନ ଏବଂ ସ୍ଥାୟିତ୍ୱ ହ୍ରାସର ବିପଦ ସୃଷ୍ଟି ହୋଇଥାଏ ଏବଂ ସମୟକ୍ରମେ ଢାଞ୍ଚାର ଅଖଣ୍ଡତା ଦୂର୍ବଳ ହୋଇପାରେ ।
ସିନ୍ଥେଟିକ୍ ରେଜିନ୍ କମ୍ପାଉଣ୍ଡଗୁଡ଼ିକ ଇପୋକ୍ସି କିମ୍ବା ପଲିୟୁରେଥେନ୍ ପରି ସିନ୍ଥେଟିକ୍ ରେଜିନ୍ ବ୍ୟବହାର କରି ପ୍ରସ୍ତୁତ କରାଯାଏ । ଏହି କମ୍ପାଉଣ୍ଡଗୁଡ଼ିକ କଂକ୍ରିଟ ପୃଷ୍ଠରେ ଏକ ପତଳା ପରସ୍ତ ଗଠନ କରେ, ଯାହା କିଓରିଂ ପ୍ରକ୍ରିୟା ସମୟରେ ଆର୍ଦ୍ରତା ହ୍ରାସ ବିରୋଧରେ ପ୍ରତିବନ୍ଧକ ପ୍ରଦାନ କରିଥାଏ ।
ଆକ୍ରେଲିକ୍ କମ୍ପାଉଣ୍ଡ ହେଉଛି ଜଳ-ଭିତ୍ତିକ କିଓରିଂ କମ୍ପାଉଣ୍ଡ ଯେଉଁଥିରେ ଆକ୍ରିଲିକ୍ ପଲିମର୍ ଥାଏ । ଏହା ଏକ ପ୍ରକାର କଂକ୍ରିଟ୍ କିଓରିଂ କମ୍ପାଉଣ୍ଡ ଅଟେ, ଯାହା କଂକ୍ରିଟ ପୃଷ୍ଠରେ ଏକ ପତଳା ଆସ୍ତରଣ ଗଠନ କରେ, ଯାହା କିଓରିଂ ପ୍ରକ୍ରିୟା ସମୟରେ ଆର୍ଦ୍ରତାକୁ ଅଟକାଇ ରଖେ ଏବଂ ସୁରକ୍ଷା ପ୍ରଦାନ କରିଥାଏ ।
ଓ୍ଵାକ୍ସ କମ୍ପାଉଣ୍ଡରେ ମହମ ଭିତ୍ତିକ ପଦାର୍ଥଗୁଡ଼ିକ ଦ୍ରବଣରେ ଦ୍ରବୀଭୂତ ହୋଇ ରହିଥାଏ । କଂକ୍ରିଟ ପୃଷ୍ଠରେ ପ୍ରୟୋଗ କରାଗଲେ, ତାହା ଏକ ପତଳା ମହମ ଆସ୍ତରଣ ଗଠନ କରେ ଯାହା ଆର୍ଦ୍ରତାକୁ ସିଲ୍ କରିଦିଏ ଏବଂ କିଓରିଂ ପ୍ରକ୍ରିୟାରେ ସାହାଯ୍ୟ କରେ ।
କ୍ଲୋରିନେଟେଡ୍ ରବର କମ୍ପାଉଣ୍ଡ ହେଉଛି କ୍ଲୋରିନ୍ ଯୁକ୍ତ ରବର ରେଜିନ୍ ଥିବା ଦ୍ରବଣ-ଭିତ୍ତିକ କିଓରିଂ କମ୍ପାଉଣ୍ଡ । ଏହା କଂକ୍ରିଟ ପୃଷ୍ଠରେ ଏକ ସ୍ଥାୟୀ ଆସ୍ତରଣ ଗଠନ କରିଥାଏ, ଯାହା କିଓରିଂ ସମୟରେ ସୁରକ୍ଷା ଏବଂ ଆର୍ଦ୍ରତାକୁ ଅଟକାଇ ରଖିବାର ସାମର୍ଥ୍ୟ ପ୍ରଦାନ କରିଥାଏ ।
ଏହା ଇଣ୍ଟର୍ନାଲ୍ କିଓରିଂ ଏଜେଣ୍ଟ ଭାବରେ ମଧ୍ୟ ପରିଚିତ । ସେଲ୍ଫ କିଓରିଂ କମ୍ପାଉଣ୍ଡ ସମୟ କ୍ରମେ ଜଳକୁ ମୁକ୍ତ କରିଥାଏ, ଯାହା କଂକ୍ରିଟର ନିରବଚ୍ଛିନ୍ନ ହାଇଡ୍ରେସନ ପାଇଁ ସହାୟକ ହୁଏ । ଏହାର ନାମ ସୂଚାଉଥିବା ଭଳି, ଏହି କଂକ୍ରିଟ୍ କିଓରିଂ ଏଜେଣ୍ଟ କଂକ୍ରିଟ୍ ଭିତରୁ ହିଁ କିଓରିଂ ପ୍ରକ୍ରିୟାରେ ଯୋଗଦାନ କରଥାଏ, ଯାହାଫଳରେ ଅଧିକ ସମାନ ଏବଂ ନିରନ୍ତର କିଓରିଂ ସମ୍ଭବ ହୋଇପାରେ ।
କିଓରିଂ କମ୍ପାଉଣ୍ଡଗୁଡ଼ିକର ପ୍ରୟୋଗରେ ଉପଯୁକ୍ତ ପୃଷ୍ଠ ପ୍ରସ୍ତୁତି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ନିଶ୍ଚିତ କରନ୍ତୁ ଯେ କଂକ୍ରିଟ୍ ପୃଷ୍ଠ ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ଧୂଳି, ମଇଳା କିମ୍ବା କୌଣସି ଅବଶେଷରୁ ମୁକ୍ତ ଅଛି, ଯାହା ସମ୍ଭାବ୍ୟ ଭାବରେ କମ୍ପାଉଣ୍ଡର ପ୍ରୟୋଗ ଏବଂ ପ୍ରଭାବରେ ବାଧା ସୃଷ୍ଟି କରିପାରେ ।
ଆଦର୍ଶ ଭାବେ ମୃଦୁ ତାପମାତ୍ରା ଏବଂ ଆପେକ୍ଷିକ ଆର୍ଦ୍ରତାରେ କଂକ୍ରିଟ୍ କିଓରିଂ କମ୍ପାଉଣ୍ଡଗୁଡ଼ିକୁ ପ୍ରୟୋଗ କରିବା ଉଚିତ୍ । ଅତ୍ୟଧିକ ଗରମ କିମ୍ବା ଥଣ୍ଡା ତାପମାତ୍ରା ରହୁଥିବା ପରିବେଶରେ ଏହାକୁ ପ୍ରୟୋଗ କରାଗଲେ ତାହାର ଫଳପ୍ରଦତା ହ୍ରାସିତ ହୋଇଥାଏ । ପରିବେଶ ପରିସ୍ଥିତି ସମ୍ବନ୍ଧୀୟ ଅଧିକ ନିର୍ଦ୍ଦିଷ୍ଟ ସୂଚନା ପାଇଁ ନିର୍ମାତାଙ୍କ ନିର୍ଦ୍ଦେଶାବଳୀ ଯାଞ୍ଚ କରିବାକୁ ନିଶ୍ଚିତ କରନ୍ତୁ।
ସାଧାରଣତଃ, କିଓରିଂ କମ୍ପାଉଣ୍ଡ ପ୍ରୟୋଗ କରିବା ପାଇଁ ସ୍ପ୍ରେୟର ବ୍ୟବହାର କରାଯାଏ । ସୁନିଶ୍ଚିତ କରନ୍ତୁ ଯେ ସ୍ପ୍ରେୟର ସଫା ଅଛି, ଏବଂ ନୋଜଲ୍ ଏକ ସମାନ ପ୍ରୟୋଗ ପାଇଁ ସଠିକ୍ ଭାବରେ ସେଟ୍ ହୋଇଛି। କିଛି ଯୌଗିକ ପ୍ରୟୋଗ ପାଇଁ ଅତିରିକ୍ତ ଉପକରଣ ଆବଶ୍ୟକ କରିପାରେ; ସର୍ବଦା ପ୍ରଡକ୍ଟ ସ୍ପେସିଫିକେସନକୁ ଦେଖନ୍ତୁ ।
1) ଆରମ୍ଭ ପୂର୍ବରୁ ଉପଯୁକ୍ତ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ପିନ୍ଧିବା ନିଶ୍ଚିତ କରନ୍ତୁ।
2) ଉପରେ ଦିଆଯାଇଥିବା ପରାମର୍ଶ ଅନୁଯାୟୀ କଂକ୍ରିଟ୍ ପୃଷ୍ଠଭାଗ ପ୍ରସ୍ତୁତ କରନ୍ତୁ ।
3) ସ୍ପ୍ରେୟରକୁ ଭଲ କମ୍ପାଉଣ୍ଡରେ ଲୋଡ୍ କରନ୍ତୁ ।
4) ଏକ ମସୃଣ, ଏକସମାନ କୋଟ୍ ସୁନିଶ୍ଚିତ କରି ପ୍ରୟୋଗ ଆରମ୍ଭ କରନ୍ତୁ । କୌଣସି ସ୍ଥାନ ଯେପରି ବାକି ନ ରହିଯାଏ ତାହା ସୁନିଶ୍ଚିତ କରିବା ପାଇଁ ସୁଇପିଂ ମୋଶନରେ ପ୍ରୟୋଗ କରନ୍ତୁ ।
5) ନିର୍ମାତାଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ କିଓରିଂ କମ୍ପାଉଣ୍ଡକୁ ଶୁଖିବାକୁ ଦିଅନ୍ତୁ ।
କଂକ୍ରିଟ୍ କିଓରିଂ ମେମ୍ବ୍ରେନ୍ ସହିତ କାରବାର କରିବା ଏବଂ ପ୍ରୟୋଗ କରିବା ସମୟରେ ସର୍ବଦା ଉପଯୁକ୍ତ ପିପିଇ ବ୍ୟବହାର କରନ୍ତୁ, ଯେପରିକି ଗ୍ଲୋଭ୍ସ ଏବଂ ଆଖି ସୁରକ୍ଷା । ପିଲାମାନଙ୍କ ପହଞ୍ଚରୁ ଦୂରରେ ସୁରକ୍ଷିତ ଭାବେ ସାଇତି ରଖନ୍ତୁ ଏବଂ ସେଥିରୁ ନିର୍ଗତ ବର୍ଜ୍ୟବସ୍ତୁଗୁଡ଼ିକୁ ସ୍ଥାନୀୟ ନିୟମ ଅନୁସାରେ ନିଷ୍କାସନ କରନ୍ତୁ ।
କଂକ୍ରିଟ ଢାଞ୍ଚାଗୁଡ଼ିକର ସର୍ବୋତ୍ତମ ଉପଚାର ବା କିଓରିଂକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ନିର୍ମାଣ ପରିସ୍ଥିତିରେ କଂକ୍ରିଟ୍ କିଓରିଂ କମ୍ପାଉଣ୍ଡ ବ୍ୟବହାର କରାଯାଏ । ତଳେ କେତେକ ପ୍ରାଥମିକ ବ୍ୟବହାର ଦର୍ଶାଯାଇଛି:
ଏକ ପ୍ରମୁଖ କାର୍ଯ୍ୟ ହେଉଛି ଗୁରୁତ୍ୱପୂର୍ଣ୍ଣ କିଓରିଂ ପର୍ଯ୍ୟାୟରେ କଂକ୍ରିଟରେ ଆର୍ଦ୍ରତା ବଜାୟ ରଖିବା, ଯାହା କଂକ୍ରିଟକୁ ମଜବୁତ କରୁଥିବା ରାସାୟନିକ ହାଇଡ୍ରେସନ ପ୍ରକ୍ରିୟା ପାଇଁ ଜରୁରୀ ଅଟେ ।
ଦ୍ରୁତ ଆର୍ଦ୍ରତା ହ୍ରାସକୁ ରୋକିବା ଦ୍ଵାରା, କିଓରିଂ କମ୍ପାଉଣ୍ଡଗୁଡ଼ିକ ଢାଞ୍ଚାଗତ ଅଖଣ୍ଡତା ଏବଂ ପୃଷ୍ଠର ରୂପକୁ ସହ ସାଲିସ୍ କରୁଥିବା ସଂକୋଚନଜନିତ ଫାଟ ହେବାର ବିପଦକୁ ହ୍ରାସ କରିବାରେ ସାହାଯ୍ୟ କରେ ।
ରାଜପଥ, ରନୱେ ଏବଂ ଶିଳ୍ପ ଫ୍ଲୋରିଂ ଭଳି ପାରମ୍ପରିକ ଜଳ କିଓରିଂ ପଦ୍ଧତି ସମ୍ଭବ ହୋଇ ନ ଥିବା ଥିବା ବିଶାଳ ଅଞ୍ଚଳରେ କିଓରିଂ କରିବା ପାଇଁ ଏଗୁନିକ ବିଶେଷ ଭାବରେ ଲାଭଦାୟକ ହୋଇଥାଏ ।
ପାରମ୍ପରିକ ଓଦା କିଓରିଂ ପଦ୍ଧତି ତୁଳନାରେ ବିଭିନ୍ନ ପ୍ରକାରର କିଓରିଂ କମ୍ପାଉଣ୍ଡ ନିର୍ମାଣ କାର୍ଯ୍ୟସୂଚୀକୁ ତ୍ୱରାନ୍ୱିତ କରିପାରେ, ଯାହା ରକ୍ଷଣାବେକ୍ଷଣ ପାଇଁ ନିରନ୍ତର ଜଳ ଯୋଗାଣ ଏବଂ ଶ୍ରମ ଆବଶ୍ୟକ କରେ ।
କଂକ୍ରିଟ୍ କିଓରିଂ ମେମ୍ବ୍ରେନ୍ ର ଉପଯୁକ୍ତ ପ୍ରୟୋଗ ଫଳରେ କଂକ୍ରିଟ୍ ଜୀବନକାଳ ବୃଦ୍ଧି ହୋଇଥାଏ ଏବଂ ଘର୍ଷଣ, ଘନୀଭବନ-ତରଳୀକରଣଜନିତ କ୍ଷତି ଏବଂ ସ୍କେଲିଂ ଭଳି ସମସ୍ୟା ପ୍ରତି ପ୍ରତିରୋଧ ବୃଦ୍ଧି ହୋଇଥାଏ ।
ଗରମ ଏବଂ ଶୁଷ୍କ ଜଳବାୟୁରେ ଯେଉଁଠାରେ ଜଳ ଶୀଘ୍ର ବାଷ୍ପୀଭୂତ ହୁଏ, କିମ୍ବା ପବନ ପରିସ୍ଥିତିରେ ଯାହା କଂକ୍ରିଟ୍ କୁ ଶୁଷ୍କ କରିପାରେ, ସେଠାରେ କିଓରିଂ କମ୍ପାଉଣ୍ଡଗୁଡ଼ିକ ପ୍ରଭାବଶାଳୀ ଭାବରେ ହାଇଡ୍ରେସନ୍ ପରିଚାଳନା କରନ୍ତି ଏବଂ ଅକାଳ ଶୁଖିବାରୁ ରୋକିଥାନ୍ତି ।
ଏଗୁଡ଼ିକ ଓଦା କିଓରିଂ ପଦ୍ଧତି ତୁଳନାରେ ବ୍ୟବହୃତ ଜଳର ପରିମାଣ ହ୍ରାସ କରି ଏକ ଅର୍ଥନୈତିକ ସମାଧାନ ପ୍ରଦାନ କରନ୍ତି, ଯାହା ଜଳ ବ୍ୟବହାର ପ୍ରତିବନ୍ଧକ କିମ୍ବା ସୀମିତ ଯୋଗାଣ ଥିବା ଅଞ୍ଚଳରେ ଲାଭଦାୟକ ଅଟେ ।
ଶେଷରେ, ଉପଯୁକ୍ତ କଂକ୍ରିଟ୍ କିଓରିଂ କମ୍ପାଉଣ୍ଡ ଚୟନ କରି, ଉପଯୁକ୍ତ ପ୍ରୟୋଗ ସୁନିଶ୍ଚିତ କରିବା ଏବଂ ପରିବେଶ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଆମେ କିଓରିଂ ମେମ୍ବ୍ରେନ୍ ପ୍ରକ୍ରିୟାକୁ ଯଥେଷ୍ଟ ବୃଦ୍ଧି କରିପାରିବା | ଏହାର ପରିଣାମ ହେଉଛି ସ୍ଥାୟୀତ୍ୱ, ପରିବେଶଗତ କାରଣଜନିତ କ୍ଷୟକ୍ଷତି ପ୍ରତି ପ୍ରତିରୋଧ ଏବଂ ଉଚ୍ଚ ଗୁଣବତ୍ତା ବିଶିଷ୍ଟ କଂକ୍ରିଟ ଢାଞ୍ଚା । ଏହି ଅଭ୍ୟାସଗୁଡ଼ିକୁ ଗ୍ରହଣ କରିବା କେବଳ କଂକ୍ରିଟର କାର୍ଯ୍ୟଦକ୍ଷତା ଅନୁକୂଳିତ ହେବନାହିଁ ବରଂ ଖର୍ଚ୍ଚ-ଦକ୍ଷ ଏବଂ ସ୍ଥାୟୀ ନିର୍ମାଣ ପଦ୍ଧତିରେ ମଧ୍ୟ ଯୋଗଦାନ ମିଳିବ ।