ୱାଟରପ୍ରୁଫିଙ୍ଗ୍ ପଦ୍ଧତିଗୁଡ଼ିକ, ମଡେର୍ଣ୍ଣ କିଚେନ୍ ଡିଜାଇନ୍ସ, ହୋମ୍ ପାଇଁ ବାସ୍ତୁ ଉପଦେଶ, Home Construction cost

ସମ୍ପର୍କ କରନ୍ତୁ

ଆପଣଙ୍କର ଉତ୍ତର ଏଠାରେ ପାଆନ୍ତୁ

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |



ଏକ ଦୀର୍ଘସ୍ଥାୟୀ ଗୃହ ନିର୍ମାଣ କରିବା ପାଇଁ ଆରସିସି ଫୁଟିଂ ଫାଉଣ୍ଡେସନର ନିର୍ମାଣ

ଯଦି ଆପଣ ନିକଟ ଭବିଷ୍ୟତରେ ନିର୍ମାଣ ପ୍ରକଳ୍ପ ହାତକୁ ନେବାର ଚିନ୍ତା କରୁଛନ୍ତି କିମ୍ବା ଯଦି ଆପଣ କେବଳ ଷ୍ଟ୍ରକ୍ଚରର ବ୍ଲକ୍ ନିର୍ମାଣକୁ ନେଇ କୌତୁହଳୀ, ତେବେ ଏହି ଗାଇଡ୍ ଆପଣଙ୍କ ପାଇଁ ରିଇନଫୋର୍ସଡ୍ ବା ଦୃଢ଼ୀକୃତ ସିମେଣ୍ଟ କଂକ୍ରିଟ୍ (ଆରସିସି) ଫୁଟିଂର ସ୍ଥାପନାକୁ ବୁଝିବା ଓ ସେହି କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ଏକ ଉପଯୋଗୀ ସମ୍ବଳ ସାବ୍ୟସ୍ତ ହେବ ।

Share:


ପ୍ରମୁଖ ଶିକ୍ଷା

 

•  ରିଇନଫୋର୍ସଡ୍  ସିମେଣ୍ଟ କଂକ୍ରିଟ୍ (ଆରସିସି) ଫୁଟିଂର ଶକ୍ତି ବୃଦ୍ଧି କରିଥାଏ ଏବଂ ଫାଉଣ୍ଡେସନ ଉପରୁ ଷ୍ଟ୍ରକ୍ଚରାଲ ଭାରକୁ ହ୍ରାସ କରିଥାଏ ।

 

• ଆରସିସି ଫୁଟିଂଗୁଡ଼ିକ ବିଲଡିଂର ଭାରକୁ ବ୍ୟାପ୍ତ କରି ଫାଉଣ୍ଡସନ ଉପରେ ପଡୁଥିବା ଚାପକୁ ହ୍ରାସ କରିଥାଏ ।

 

•  ସ୍ଥାପନାର ପ୍ରମୁଖ ସୋପାନଗୁଡ଼ିକ ହେଲା, ଆର୍କିଟେକ୍ଟଙ୍କ ପ୍ଲାନ୍ ଅନୁଯାୟୀ ନିର୍ଭୁଲ୍ ମାପ, ଜଳନିରୋଧୀ ଫର୍ମୱାର୍କ ଜଏଣ୍ଟ ଏବଂ ସଠିକ୍ ଆଲାଇନମେଣ୍ଟ ।

 

•  ଏହି ପ୍ରକ୍ରିୟାରେ ସ୍ଥାନକୁ ପ୍ରସ୍ତୁତ କରିବା, କଂକ୍ରିଟ୍ ଶଯ୍ୟା ବା ବେଡ୍ ତିଆରି କରିବା, ରିଇନଫୋର୍ସମେଣ୍ଟ ପିଞ୍ଜରା ସ୍ଥାପନ କରିବା, ସ୍ଲରୀ ପ୍ରୟୋଗ କରିବା, କଂକ୍ରିଟ୍ ଢାଳିବା ଏବଂ କିଓରିଂ କରିବା ଅନ୍ତର୍ଭୁକ୍ତ ।

 

•  ଆରସିସି ଫୁଟିଂ ସ୍ଥାପନାରେ ନିଖୁଣତା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ; ମାମୁଲି ତ୍ରୁଟି ମଧ୍ୟ ଭବିଷ୍ୟତରେ ବଡ଼ ଧରଣର ସମସ୍ୟାର କାରଣ ସାଜିପାରେ ।"


ଆରସିସି ଫୁଟିଂକୁ ବୁଝିବା ପାଇଁ, ପ୍ରଥମେ ‘ଆରସିସି’ ଶବ୍ଦର ଅର୍ଥ କ’ଣ ତାହା ବୁଝିନେବା ଉଚିତ୍ । ଆରସିସି ବା ରିଇନଫୋର୍ସଡ୍ ସିମେଣ୍ଟ କଂକ୍ରିଟ୍ ହେଉଛି ଏକ ପ୍ରକାର କଂକ୍ରିଟ୍ ଯେଉଁଠି କଂକ୍ରିଟ୍ ର ଶକ୍ତିକୁ ବୃଦ୍ଧି କରିବା ପାଇଁ ସେଥିରେ ଷ୍ଟିଲ୍ ବାର୍, ତାର କିମ୍ବା ଜାଲି ଯୋଗ କରାଯାଇଥାଏ । ଏହା ଏକ ମିଶ୍ରିତ ସାମଗ୍ରୀ ଅଟେ, ଯେଉଁଥିରେ କଂକ୍ରିଟ୍ ର ଅପେକ୍ଷାକୃତ ସ୍ୱଳ୍ପ ତନନ ସାମର୍ଥ୍ୟ ଏବଂ ତନ୍ୟତାର ଅଭାବକୁ ପୂରଣ କରିବା ପାଇଁ ଉଚ୍ଚତର ତନନ ସାମର୍ଥ୍ୟ ବା ତନ୍ୟତାଯୁକ୍ତ ରିଇନଫୋର୍ସମେଣ୍ଟ ସାମଗ୍ରୀ ଯୋଗ କରାଯାଇଥାଏ ।

 

 


ଆରସିସି ଫୁଟିଂ କ’ଣ?

ବିଲଡିଂର ସେହି ଅଂଶ ଯାହା ଭୂମି ବା ମାଟି ସହିତ ସହିତ ସିଧାସଳଖ ଭାବେ ସଂଯୁକ୍ତ ହୋଇଥାଏ ତାହାକୁ ଫୁଟିଂ କୁହାଯାଏ । ଫୁଟିଂର ଉଦ୍ଦେଶ୍ୟ ହେଉଛି ବିଲଡିଂର ଭାରକୁ ଏକ ପ୍ରଶସ୍ତ ଅଞ୍ଚଳରେ ବ୍ୟାପ୍ତ କରିବା । ଆରସିସି ବ୍ୟବହାର କରି ଫୁଟିଂ ପ୍ରସ୍ତୁତ କରାଯାଇଥିଲେ, ତାହାକୁ ଆରସିସି ଫୁଟିଂ କୁହାଯାଏ । ବିଲଡିଂର ସମଗ୍ର ଓଜନ ଆରସିସି ଫୁଟିଂ ମଧ୍ୟ ଦେଇ ଭୂମିରେ ବିଚ୍ଛୁରିତ ହୋଇଯାଇଥାଏ, ଯାହାଫଳରେ ଆପଣଙ୍କ ଘରର ଆରସିସି ଫାଉଣ୍ଡେସନ ଉପରୁ ଷ୍ଟ୍ରକ୍ଚରାଲ୍ ଭାର ହ୍ରାସ ପାଇଯାଇଥାଏ ।


ଆରସିସି ଫୁଟିଂ ପାଇଁ ଟିପ୍ସ



ଯେକୌଣସି ବିଲଡିଂ ଷ୍ଟ୍ରକ୍ଚରର ଫାଉଣ୍ଡେସନ ତାହାର ସର୍ବପ୍ରଧାନ ଅଂଶ ହୋଇଥାଏ । ଏକ ଚିରାଚରିତ ଆରସିସି ଫାଉଣ୍ଡେସନ ବିଲଡିଂର ଓଜନକୁ ଷ୍ଟ୍ରକ୍ଚରରୁ ନେଇ ଭୂମିରେ ବ୍ୟାପ୍ତ କରିଥାଏ ଏବଂ ତାହାକୁ ଭୂମିର ଓଜନରୁ ସୁରକ୍ଷା ଯୋଗାଇଥାଏ । ଫାଉଣ୍ଡେସନ୍ ବିଛାଇବାର ପ୍ରକ୍ରିୟା ଏକ ଅତ୍ୟାବଶ୍ୟକ ସୋପାନ ଅଟେ । ଆରସିସି କଲ୍ ଫୁଟିଂ ଭାର-ବହନକାରୀ ନିର୍ମାଣରେ ସହାୟକ ହୋଇଥାଏ । ଭୂମି ସଂସ୍ପର୍ଶରେ ରହିଥିବା ଷ୍ଟ୍ରକ୍ଚର ବା ସଂରଚନାକୁ ଫୁଟିଂ କୁହାଯାଏ ଏବଂ ତାହା ଷ୍ଟ୍ରକ୍ଚରର ଭାରକୁ ଏକ ବୃହତ୍ତର ଅଞ୍ଚଳରେ ବିଚ୍ଛୁରିତ କରିଥାଏ ।

 

ନିଜ ଘର ପାଇଁ ବଳିଷ୍ଠ ଆରସିସି ଫୁଟିଂ ବିଛାଇବା ପାଇଁ କେତେକ ଅତ୍ୟାବଶ୍ୟକ ଟିପ୍ସଗୁଡ଼ିକୁ ସର୍ବଦା ଧ୍ୟାନରେ ରଖାଯିବା ଉଚିତ, ସେଗୁଡ଼ିକ ହେଲା:

 

1. ଯାଞ୍ଚ କରି ନିଶ୍ଚିତ ହୁଅନ୍ତୁ ଯେ ଅନ୍ତରସ୍ଥ ଶଟରିଂ ମାପ (ଦୈର୍ଘ୍ୟ, ପ୍ରସ୍ଥ ଓ ଗଭୀରତା) ଯେପରି ଷ୍ଟ୍ରକ୍ଚରାଲ୍ ଏବଂ ଆର୍କିଟେକ୍ଚରାଲ୍ ଇଞ୍ଜିନିୟରଙ୍କ ଦ୍ୱାରା ପ୍ରସ୍ତାବିତ ଆକାର, ଆକୃତି ଏବଂ ବିନିର୍ଦ୍ଦେଶ ସହିତ ମେଳ ଖାଉଛି । ସୁନିଶ୍ଚିତ କରନ୍ତୁ ଯେ, ଫୁଟିଂ ପାଇଁ ଷ୍ଟ୍ରକ୍ଚରାଲ ଆବଶ୍ୟକତାଗୁଡ଼ିକ ଯେପରି ପୂରଣ ହୋଇଛି ।

 

2. ନିଶ୍ଚିତ ହୁଅନ୍ତ ଯେ ଶଟିଂ ଏବଂ ଫର୍ମୱାର୍କ ଜଏଣ୍ଟକୁ ଜଳନିରୋଧୀ କରାଯାଇଛି, ଯାହାଫଳରେ ଜଳହାନି ହେବ ନାହିଁ । ଜଳହାନି ହେଲେ ହନିକମ୍ବିଂ କିମ୍ବା ଅସୁନ୍ଦର ଫିନିଶିଂ ଭଳି ସମସ୍ୟା ଦେଖାଦେଇଥାଏ । ଶଟରିଂ ପ୍ୟାନେଲ୍ ମଧ୍ୟରେ ସ୍ପଷ୍ଟ ଦୃଶ୍ୟମାନ ଫାଙ୍କଗୁଡ଼ିକୁ ଭରିବା ପାଇଁ ଶଟରିଂ ଟେପ୍ ଇତ୍ୟାଦି ବ୍ୟବହାର କରନ୍ତୁ ।

 

3. ମାପଫିତା ଏବଂ ସୂତା ଓ ତା’ ସହିତ ଓଳମ ବ୍ୟବହାର କରି ଏହା ଯାଞ୍ଚ କରିନିଅନ୍ତୁ ଯେ ଫୁଟିଂର ସଳଖତା ଏବଂ ଅବସ୍ଥିତି ଆର୍କିଟେକ୍ଟଙ୍କ ଦ୍ୱାରା ସୁପାରିସ କରାଯାଇଥିବା ମଧ୍ୟବର୍ତ୍ତୀ ରେଖାର ଅନୁରୂପ ଅଛି ।

 

4. ଫୁଟିଂଗୁଡ଼ିକର କେନ୍ଦ୍ରଭାଗରୁ କେନ୍ଦ୍ରଭାଗ ମଧ୍ୟରେ ଥିବା ଦୂରତାକୁ ଗଣନା କରନ୍ତୁ ।

 

5. ସୁନିଶ୍ଚିତ କରନ୍ତୁ ଯେ, ଆରସିସି ଫୁଟିଂ ସହିତ ସଂଲଗ୍ନ ଶଟରିଂ ଯେପରି କଂକ୍ରିଟ୍ ର ଭାରକୁ ବହନ କରିବା ପାଇଁ ଯଥେଷ୍ଟ ବଳିଷ୍ଠ ଅଟେ ।

 

6. ରିଇନଫୋର୍ସମେଣ୍ଟ ପାଇଁ ବ୍ୟବହୃତ ଫର୍ମୱାର୍କ ଯେପରି ଦୋଷ ତ୍ରୁଟିମୁକ୍ତ ଅଟେ ତାହା ଯାଞ୍ଚ କରିନିଅନ୍ତୁ । ମସୃଣ ଏବଂ ସମତଳ ଆରସିସି ଫୁଟିଂ ।

 

7. ବାର୍ ଗୁଡ଼ିକର ବ୍ୟାସ, ପରିମାଣ, ବ୍ୟବଧାନ ଏବଂ ଅବସ୍ଥାନ ଯେପରି ଷ୍ଟ୍ରକ୍ଚରାଲ ଡିଜାଇନ ଅନୁରୂପ ତାହା ଯାଞ୍ଚ କରନ୍ତୁ ।

 

ଆରସିସି ଫାଉଣ୍ଡେସନଗୁଡ଼ିକ ଷ୍ଟ୍ରକ୍ଚରର ଓଜନକୁ ବହନ କରୁଥିବାରୁ ସେଗୁଡ଼ିକ ଅତ୍ୟାବଶ୍ୟକ ହୋଇଥାଏ । ଷ୍ଟ୍ରକ୍ଚରର ଓଜନ ଫଳପ୍ରଦ ଭାବେ ସଞ୍ଚାରିତ ହେବା ପାଇଁ ସେଗୁଡ଼ିକ ସରଳରେଖାରେ ରହିବା ଏବଂ ସଳଖ ଭାବେ ରହିବା ଗୁରୁତ୍ୱପୂର୍ଣ୍ଣ । କଲମ୍ ଶଟରିଂ ନୂଆକରି ଢଳାଯାଇଥିବା, ଓଦା କଂକ୍ରିଟ୍ ର ଓଜନକୁ ସହିବା ଏବଂ କଂକ୍ରିଟିଂ ସମୟରେ ଯଥାସ୍ଥାନରେ ଅଟଳ ରହିବା ପାଇଁ ଯଥେଷ୍ଟ ସୁଦୃଢ଼ ହୋଇଥିବା ଜରୁରୀ ।


 

ଆରସିସି ଫୁଟିଂଗୁଡ଼ିକୁ ସ୍ଥାପନ କରିବାର ସୋପାନଗୁଡ଼ିକ କ’ଣ?



1) କ୍ଷେତ୍ରକୁ ପ୍ରସ୍ତୁତ କରିବା

ଆରସିସି କଂକ୍ରିଟ୍ ସ୍ଥାପନର ପ୍ରଥମ ସୋପାନ ହେଉଛି, ଯେଉଁ ସ୍ଥାନରେ ଫୁଟିଂ ସ୍ଥାପନ କରାଯିବ ସେହି ଏରିଆକୁ ସେଥିପାଇଁ ପ୍ରସ୍ତୁତ କରିବା । ଏହି ପ୍ରକ୍ରିୟାରେ ମାଟିକୁ ଦୃଢ଼ ଓ ଶକ୍ତ କରିବା ପାଇଁ ତାହାକୁ କମ୍ପାକ୍ଟିଂ (ଧୁର୍ମୁଷ) କରାଯାଇଥାଏ । ଏହି ସୋପାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ତାହା ଫୁଟିଂ ପାଇଁ ଏକ ସ୍ଥିର ବା ନିଶ୍ଚଳ ଆଧାର ଯୋଗାଇଥାଏ ।

 

2) କଂକ୍ରିଟ୍ ବେଡ୍ ପ୍ରସ୍ତୁତ କରିବା

ଭୂମି ଶକ୍ତ ହୋଇଗଲା ପରେ, ସେହି ଏରିଆ ଉପରେ ପ୍ରାୟ 160 ମିମି ମୋଟା କଂକ୍ରିଟ୍ ସ୍ତର ଢାଳନ୍ତୁ । ଏହା ଫୁଟିଂ ଷ୍ଟ୍ରକ୍ଚର ପାଇଁ ଏକ ବଳିଷ୍ଠ ଆଧାର ବା ସମତଳ ପୃଷ୍ଠଭାଗ ରୂପେ କାମ କରିବ ।

 

3) ରିଇନଫୋର୍ସମେଣ୍ଟ ପିଞ୍ଜରା ଲଗାଇବା

ପରବର୍ତ୍ତୀ ସୋପାନରେ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା କଂକ୍ରିଟ୍ ଶଯ୍ୟା ବା ବେଡ୍ ଉପରେ ସଠିକ୍ ଭାବେ ରିଇନଫୋର୍ସମେଣ୍ଟ ପିଞ୍ଜରାକୁ ରଖିବା । ରିଇନଫୋର୍ସମେଣ୍ଟ ପିଞ୍ଜରା ଷ୍ଟିଲ୍ ବାର୍ ରେ ତିଆରି ହୋଇଥାଏ, ଯାହା ଫୁଟିଂକ ଅତିରିକ୍ତ ଶକ୍ତି ଯୋଗାଇଥାଏ । ଏହି ପିଞ୍ଜରାର ଉପଯୁକ୍ତ ସଳଖତାକୁ ସୁନିଶ୍ଚିତ କରନ୍ତୁ କାରଣ ଫୁଟିଂକୁ ସ୍ଥିରତା ଦେବାରେ ତାହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।

 

4) ସ୍ଲରୀ ପରସ୍ତ ଲଗାଇବା

ମୁଖ୍ୟ କଂକ୍ରିଟ୍ ଢାଳିବା ପୂର୍ବରୁ, ପ୍ରଥମେ କଂକ୍ରିଟ୍ ବେଡ୍ ଉପରେ ସିମେଣ୍ଟ ସ୍ଲରୀର ଏକ ପତଳା ଆସ୍ତରଣ ଲଗାନ୍ତୁ । ଏହି ଆସ୍ତରଣ ଆସନ୍ତା କଂକ୍ରିଟ୍ ଆସ୍ତରଣ ପାଇଁ ଏକ ବାଇଣ୍ଡିଂ ଏଜେଣ୍ଟ ରୂପେ କାମ କରିଥାଏ ।

 

5) କଂକ୍ରିଟ୍ ଢାଳିବା

ବର୍ତ୍ତମାନ, ସ୍ଲରୀ ଆସ୍ତରଣ ଉପରେ କଂକ୍ରିଟ୍ ଢାଳିବା ଆରମ୍ଭ କରନ୍ତୁ । ବ୍ୟବହୃତ ହେବାକୁ ଥିବା କଂକ୍ରିଟ୍ ର ପରିମାଣ ଫୁଟିଂର ଆକାର ଉପରେ ନିର୍ଭର କରିବ । ସୁନିଶ୍ଚିତ କରନ୍ତୁ ଯେପରି କଂକ୍ରିଟ୍ ସମସ୍ତ ଫାଙ୍କ ଏବଂ ରିଇନଫୋର୍ସମେଣ୍ଟ ପିଞ୍ଜରାକୁ ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦିତ କରୁଛି ।

 

6) କିଓରିଂ ପ୍ରକ୍ରିୟା

କିଓରିଂ ପ୍ରକ୍ରିୟା ଆରସିସି ଫୁଟିଂ ସ୍ଥାପନାର ଚୂଡ଼ାନ୍ତ ସୋପାନ ଅଟେ । ଫୁଟିଂ ବିଛାଇବା ସରିଗଲା ପରେ ଏବଂ କଂକ୍ରିଟ୍ ଶୁଖିଯିବା ପରେ ତାହାକୁ କିଓର୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି ପ୍ରକ୍ରିୟାରେ କଂକ୍ରିଟ୍ କୁ ଓଦା ଏବଂ ଉପଯୁକ୍ତ ତାପମାତ୍ରାରେ ରଖିବା, ଯାହାଫଳରେ କଂକ୍ରିଟ୍ ତାହାର ସର୍ବାଧିକ ଶକ୍ତି ହାସଲ କରିପାରିଥାଏ । ସାଧାରଣତଃ ନିୟମିତ ବ୍ୟବଧାନରେ କଂକ୍ରିଟ୍ ଉପରେ ପାଣି ଢଳାଯାଇ ଏହି ପ୍ରକ୍ରିୟାର ସମ୍ପାଦନ କରାଯାଇଥାଏ ।

 

ମନେରଖନ୍ତୁ, ଫୁଟିଂ ବିଛାଇବା ନିର୍ମାଣ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେ ଅଟେ ଏବଂ ଏକ ବଳିଷ୍ଠ, ସ୍ଥିର ଏବଂ ସୁରକ୍ଷିତ ଆରସିସି ଫାଉଣ୍ଡେସନକୁ ସୁନିଶ୍ଚିତ କରିବା ପାଇଁ ତାହାକୁ ସଠିକ୍ ଭାବେ ସମ୍ପାଦନ କରାଯିବା ଉଚିତ । ଏହିସବୁ ସୋପାନକୁ ନେଇ ଆପଣଙ୍କ ମନରେ କୌଣସି ସନ୍ଦେହ ଥିଲେ, ଜଣେ ପେସାଦାରଙ୍କ ସହିତ ପରାମର୍ଶ କରିବା ସର୍ବଦା ପରାମର୍ଶଯୋଗ୍ୟ ହୋଇଥାଏ।



 

ସଫଳତାପୂର୍ବକ ନିଜର ଘରର ଆରସିସି ଫାଉଣ୍ଡେସନ ବିଛାଇବା ନିର୍ମାଣ ପ୍ରକ୍ରିୟାର ଏକ ମୂଳଭୁତ ଅଂଶ ଅଟେ । ମନେରଖନ୍ତୁ, ଏହି ପର୍ଯ୍ୟୟରେ ମାମୁଲିରୁ ଅତି ମାମୁଲି ତ୍ରୁଟି ମଧ୍ୟ ଆଗକୁ ବଡ଼ ଧରଣର ସମସ୍ୟା ସୃଷ୍ଟି କରିପାରେ, କାରଣ ଭବିଷ୍ୟତରେ ଫାଉଣ୍ଡେସନକୁ ସଜାଡ଼ିବା ଏକ ଜଟିଳ ଏବଂ କଷ୍ଟସାଧ୍ୟ କାର୍ଯ୍ୟ ହୋଇଥାଏ । ଆରସିସି ନିର୍ମାଣ ବାବଦୀ ବିବରଣୀ ଉପରେ ଖାସ୍ ଆପଣଙ୍କ ପାଇଁ ଉପଯୁକ୍ତ ଉପଦେଶ ପାଇଁ ଜଣେ ପେସାଦାରଙ୍କ ସହିତ ପରାମର୍ଶ କରିବା ଉପାଦେୟ ହୋଇଥାଏ । ତାହାଦ୍ୱାରା ଆପଣଙ୍କ ଆରସିସି ଫୁଟିଂର ଦୃଢ଼ତା, ସ୍ଥାୟିତ୍ୱ ଏବଂ ସହନଶକ୍ତି ସୁନିଶ୍ଚିତ ହୋଇଥାଏ ।




ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |



ପରାମର୍ଶିତ ଭିଡିଓଗୁଡିକ |





  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....