ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ବେସମେଣ୍ଟ ୱାଟରପ୍ରୁଫିଂର ୪ଟି ପଦ୍ଧତି, ୱାଟରପ୍ରୁଫିଂର ଆବଶ୍ୟକତା ଓ ଫାଇଦା ଉପରେ ଏକ ଗାଇଡ୍

ବେସମେଣ୍ଟରେ ଆର୍ଦ୍ରତା କାହିଁକି ଦେଖାଦେଇଥାଏ, ବିଭିନ୍ନ ପ୍ରକାର ୱାଟରପ୍ରୁଫିଂ ପଦ୍ଧତି ଏବଂ ନିଜ ଘରକୁ ଶୁଖିଲା ଓ ପାଣିଜନିତ କ୍ଷତିରୁ ସୁରକ୍ଷିତ ରଖିବା ପାଇଁ ବେସମେଣ୍ଟକୁ ୱାଟରପ୍ରୁଫ୍ କରିବାର ଲାଭ ସମ୍ପର୍କରେ ଜାଣନ୍ତୁ ।

Share:


ବେସମେଣ୍ଟ ବା ଭୂତଳ ଗୃହ ଯେକୌଣସି ଘରର ଏକ ଅତ୍ୟାବଶ୍ୟକ ଅଂଶ ହୋଇଥାଏ । ଏହା ରହିବା, ଜିନିଷପତ୍ର ଓ ଯନ୍ତ୍ରପାତି ଆଦି ରଖିବା ପାଇଁ ଅତିରିକ୍ତ ଜାଗା ଦେଇଥାଏ । ହେଲେ, ଜଳ ଭେଦିବା ଓ ପାଣିଜନିତ କ୍ଷତି କାରଣରୁ ଏହା ଘରମାଲିକଙ୍କ ପାଇଁ ଏକ ଚିନ୍ତାର କାରଣରେ ପାଲଟିଯାଏ । ଫାଉଣ୍ଡେସନ୍ କିମ୍ବା କାନ୍ଥରେ ଥିବା କ୍ୟାପିଲାରୀ ରନ୍ଧ୍ର/ଫାଟ ମଧ୍ୟ ଦେଇ ପାଣି ବେସମେଣ୍ଟ ଭିତରକୁ ଭେଦିପାରେ ଯାହାଫଳରେ କବକ/ଫିମ୍ପି ବୃଦ୍ଧିର ଆଶଙ୍କା ସହିତ ଘରର ଢାଞ୍ଚା ପ୍ରତି ବିପଦ ସୃଷ୍ଟି ହୋଇଥାଏ ।

ଏହିଠାରେ ହିଁ ବେସମେଣ୍ଟ ୱାଟରପ୍ରୁଫିଂ କାମରେ ଆସିଥାଏ । ବେସମେଣ୍ଟକୁ ସିଲ୍ କରିବା ଏବଂ ପାଣିଜନିତ କ୍ଷତିରୁ ସୁରକ୍ଷିତ ରଖିବାର ପ୍ରକ୍ରିୟାକୁ ବେସମେଣ୍ଟ ୱାଟରପ୍ରୁଫିଂ କୁହାଯାଏ । ବେସମେଣ୍ଟକୁ ୱାଟରପ୍ରୁଫ୍ କରିବାର ଅନେକ ଭିନ୍ନ ଭିନ୍ନ ପଦ୍ଧତି ରହିଛି । ପ୍ରତ୍ୟେକ ପଦ୍ଧତିର ନିଜସ୍ୱ ଫାଇଦା ଓ ଅସୁବିଧା ରହିଛି ।

ଏହି ବ୍ଲଗ୍‌‌ରେ ଆମେ ବେସମେଣ୍ଟ ୱାଟରପ୍ରୁଫିଂର ବିଭିନ୍ନ ପଦ୍ଧତି, ପ୍ରତ୍ୟେକ ପଦ୍ଧତିର ଫାଇଦା ଏବଂ ବେସମେଣ୍ଟରେ ପାଣି କାରଣରୁ ହେଉଥିବା କ୍ଷତିର ସାଧାରଣ କାରଣଗୁଡ଼ିକ ସମ୍ପର୍କରେ ଆଲୋଚନା କରିବା । ବ୍ଲଗ୍‌‌ଟିକୁ ପଢ଼ିସାରିଲା ପରେ, ନିଜ ବେସମେଣ୍ଟକୁ ପାଣିଜନିତ କ୍ଷତିରୁ କିପରି ସୁରକ୍ଷିତ ରଖାଯିବ ଏବଂ ବର୍ଷ ବର୍ଷ ଧରି ତାହାକୁ ଏକ ନିରାପଦ ଓ କାର୍ଯ୍ୟକ୍ଷମ ଜାଗା ଭାବେ ବଜାୟ ରଖିବା କିପରି ସୁନିଶ୍ଚିତ କରିହେବ ସେ ସମ୍ପର୍କରେ ଆପଣ ଭଲଭାବେ ବୁଝିପାରିବେ ।





ବେସମେଣ୍ଟରେ ଆର୍ଦ୍ରତାର କେଉଁ କାରଣରୁ ସୃଷ୍ଟି ହୋଇଥାଏ

 

୧) ହାଇଡ୍ରୋଷ୍ଟାଟିକ୍ ପ୍ରେସର୍:

ବେସମେଣ୍ଟରେ ଆର୍ଦ୍ରତା ସୃଷ୍ଟି ହେବାର ଏକ ଅନ୍ୟତମ କାରଣ ହେଉଛି ଫାଉଣ୍ଡେସନ୍ କିମ୍ବା କାନ୍ଥରେ ଥିବା ଫାଟ ମଧ୍ୟ ଦେଇ ପାଣି ଭେଦିବା । ଘର ଚାରିପଟେ ଥିବା ମାଟି କିମ୍ବା ଖରାପ ଡ୍ରେନେଜ୍ ବ୍ୟବସ୍ଥା କାରଣରୁ ସୃଷ୍ଟି ହେଉଥିବା ହାଇଡ୍ରୋଷ୍ଟାଟିକ୍ ପ୍ରେସର୍ କାରଣରୁ ଏହା ଘଟିଥାଏ ।

 

୨) ଅନୁପଯୁକ୍ତ ମାଟି ଓ ଡ୍ରେନେଜ୍ ବ୍ୟବସ୍ଥା:

ଘର ଚାରିପଟେ ପର୍ଯ୍ୟାପ୍ତ ମାଟିର ଅଭାବ ଏବଂ ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା ବେସମେଣ୍ଟରେ ଆର୍ଦ୍ରତା ସୃଷ୍ଟି ହେବାର ଏକ ସାଧାରଣ କାରଣ ଅଟେ । ଫାଉଣ୍ଡେସନ୍ ଚାରିପଟେ ଥିବା ମାଟିକୁ ଘରର ବାହାର ଆଡ଼କୁ ସ୍ଲୋପ୍ କରାଯାଇ ନ ଥିଲେ, କିମ୍ବା ଡ୍ରେନେଜ୍ ବ୍ୟବସ୍ଥା ସଠିକ୍ ନ ଥିଲେ, ପାଣି ଜମିରହିବ ଏବଂ ଧୀରେ ଧୀରେ ବେସମେଣ୍ଟ ମଧ୍ୟକୁ ଭେଦିବ ।

 

୩) ଠିକ୍ ଭାବେ ଲଗାଯାଇ ନ ଥିବା କିମ୍ବା ରକ୍ଷଣାବେକ୍ଷଣ କରାଯାଉ ନ ଥିବା ଗଟର୍:

ଠିକ୍ ଭାବେ ସ୍ଥାପନ କରାଯାଇ ନ ଥିବା ଏବଂ ଉପଯୁକ୍ତ ରୂପେ ରକ୍ଷଣାବେକ୍ଷଣ କରାଯାଉ ନ ଥିବା ଗଟର୍ ମଧ୍ୟ ବେସମେଣ୍ଟରେ ଆର୍ଦ୍ରତାର ସମସ୍ୟା ସୃଷ୍ଟି କରିପାରେ । ଅବରୁଦ୍ଧ ହୋଇଯାଇଥିବା କିମ୍ବା ଠିକ୍ ଭାବେ କାମ କରୁ ନ ଥିବା ଗଟର୍ କାରଣରୁ ପାଣି ଉଛୁଳିଯାଇ ଫାଉଣ୍ଡେସନ ଚାରିପଟେ ଜମା ହୋଇଥାଏ । ଏହି କାରଣରୁ ବେସମେଣ୍ଟରେ ପାଣିଜନିତ କ୍ଷତି ଦେଖାଦେଇଥାଏ ।

 

୪) ଘନୀଭବନ:

ଘନୀଭବନ ବା କଣ୍ଡେନ୍ସେସନ୍ ବେସମେଣ୍ଟରେ ଆର୍ଦ୍ରତା ସୃଷ୍ଟି ହେବାର ଏକ ବଡ଼ କାରଣ ଅଟେ । ଉଷୁମ, ଗୁଳୁଗୁଳିଯୁକ୍ତ ପବନ କାନ୍ଥ ବା ପାଇପ୍ ଭଳି ଥଣ୍ଡା ପୃଷ୍ଠଭାଗ ସଂସ୍ପର୍ଶରେ ଆସିଲେ ଘନୀଭବନ ଘଟିଥାଏ ଏବଂ ପବନ ଜଳ ବିନ୍ଦୁରେ ଘନୀଭୂତ ହୋଇଥାଏ । ଉତ୍ତମ ବାୟୁ ଚଳାଚଳ ବ୍ୟବସ୍ଥା ନ ଥିବା କିମ୍ବା ଅପର୍ଯ୍ୟାପ୍ତ ଇନସୁଲେସନ୍ ଥିବା ବେସମେଣ୍ଟରେ ଘନୀଭବନ ବିଶେଷ ଭାବେ ସମସ୍ୟାର କାରଣ ସାଜିଥାଏ ।

 

୫) ବେସମେଣ୍ଟରେ ଫାଟ:


ଫାଉଣ୍ଡେସନ୍ ଚାରିପଟେ ଅନୁପଯୁକ୍ତ ସ୍ଲୋପ୍ ଏବଂ ବେସମେଣ୍ଟ କାନ୍ଥ କିମ୍ବା ଚଟାଣରେ ଫାଟ କାରଣରୁ ମଧ୍ୟ ଆର୍ଦ୍ରତାର ସମସ୍ୟା ସୃଷ୍ଟି ହୋଇଥାଏ । ଫାଉଣ୍ଡେସନ୍ ଚାରିପଟେ ଥିବା ମାଟିକୁ ଘରରୁ ବିପରୀତ ଦିଗକୁ ସ୍ଲୋପ୍ ବା ଗଡ଼ାଣି କରାଯାଇ ନ ଥାଏ ତେବେ ଫାଉଣ୍ଡସନ୍ ଚାରିପଟେ ପାଣି ଜମି ରହିବ ଏବଂ ବେସମେଣ୍ଟ ମଧ୍ୟକୁ ଭେଦିଯିବ । ଫାଉଣ୍ଡସନ୍ କିମ୍ବା କାନ୍ଥରେ ଥିବା ଫାଟଗୁଡ଼ିକ ମଧ୍ୟ ପାଣିକୁ ଭେଦିବା ପାଇଁ ସୁବିଧା ଦେଇଥାଏ, ଯାହାଫଳରେ ବେସମେଣ୍ଟରେ ପାଣିଜନିତ କ୍ଷତି ସୃଷ୍ଟି ହୋଇଥାଏ ।



ବେସମେଣ୍ଟ ଓ୍ୱାଟରପ୍ରୁଫିଂ ପଦ୍ଧତି

୧) ଇଣ୍ଟେରିୟର୍ ସିଲାଣ୍ଟ

ଇଣ୍ଟେରିୟର୍ ସିଲାଣ୍ଟ ଏକ ପ୍ରକାର ବେସମେଣ୍ଟ ୱାଟରପ୍ରୁଫିଂ ପଦ୍ଧତି ଅଟେ । ଏଥିରେ ବେସମେଣ୍ଟ ଭିତରପଟେ କାନ୍ଥ ଓ ଚଟାଣରେ ସିଲାଣ୍ଟ ଲଗାଯାଇଥାଏ । ଫାଟ, ଫାଙ୍କ କିମ୍ବା ରନ୍ଧ୍ରଯୁକ୍ତ କଂକ୍ରିଟ୍ କାରଣରୁ ପାଣି ବେସମେଣ୍ଟ ମଧ୍ୟକୁ ଭେଦିପାରେ । ଭୂତଳ ଜଳ ସ୍ତର ଉଚ୍ଚ ହୋଇଥିଲେ କିମ୍ବା ଘରର ଡ୍ରେନେଜ୍ ବ୍ୟବସ୍ଥା ନିମ୍ନମାନର ହୋଇଥିଲେ ଏହି ସମସ୍ୟା ଅଧିକ ଦେଖାଦେଇଥାଏ । ପାଣି ଭେଦିବା କାରଣରୁ ବେସମେଣ୍ଟ କ୍ଷତିଗ୍ରସ୍ତ ହେବା ସହ ସେଠାରେ ଫିମ୍ପି/କବକ ଆଦି ବୃଦ୍ଧି ପାଇଥାଏ ଏବଂ ବିଲଡିଂର ଫାଉଣ୍ଡେସନ ତଥା ଢାଞ୍ଚାଗତ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି ହୋଇଥାଏ । ଇଣ୍ଟେରିୟର୍ ସିଲାଣ୍ଟ ବେସମେଣ୍ଟ କାନ୍ଥ ଓ ଚଟାଣର ଭିତରପଟେ ଏକ ଜଳନିରୋଧୀ ବନ୍ଧ ସୃଷ୍ଟି କରି ପାଣିକୁ ଭେଦିବାରୁ ରୋକିଥାଏ । ସିଲାଣ୍ଟ ଯୋଗୁଁ ତିଆରି ହୋଇଥିବା ବନ୍ଧ କଂକ୍ରିଟ୍ ମଧ୍ୟ ଦେଇ ପାଣିକୁ ଭେଦିବାରୁ ପ୍ରତିରୋଧ କରିଥାଏ । ହେଲେ, ଏହି ପଦ୍ଧତି କେବଳ ପାଣିଜନିତ ଛୋଟମୋଟ କ୍ଷତି ପାଇଁ ଫଳପ୍ରଦ ଅଟେ ଏବଂ ଏହା ଆର୍ଦ୍ରତାର ନିହିତ ବା ମୁଖ୍ୟ କାରଣର ସମାଧାନ କରି ନ ଥାଏ ।

 

୨) ଏକ୍ସଟେରିୟର୍ ୱାଟରପ୍ରୁଫିଂ - ବେସମେଣ୍ଟ

ଫାଉଣ୍ଡେସନ୍ କାନ୍ଥର ବାହାରପଟୁ ପାଣିର ଅନୁପ୍ରବେଶକୁ ରୋକିବା ପାଇଁ ମୁଖ୍ୟତଃ ଏକ୍ସଟେରିୟର୍ ବେସମେଣ୍ଟ ୱାଟରପ୍ରୁଫିଂ କରାଯାଇଥାଏ । ଏକ୍ସଟେରିୟର୍ ବେସମେଣ୍ଟ ୱାଟରପ୍ରୁଫିଂ ପାଇଁ ବାହାରପଟୁ ଫାଉଣ୍ଡେସନ୍‌‌‌ ଚାରିପଟେ ମାଟି ଖୋଳାଯାଇଥାଏ ଏବଂ ବାହ୍ୟ କାନ୍ଥରେ ଏକ ୱାଟରପ୍ରୁଫ୍ କୋଟିଂ ବା ଆବରଣ ଲଗାଯାଇଥାଏ । ପାଣିଜନିତ କ୍ଷତିକୁ ରୋକିବା ଏବଂ ବିଲଡିଂର ଢାଞ୍ଚାଗତ ଅଖଣ୍ଡତାକୁ ସୁରକ୍ଷିତ ରଖିବାର ଏହା ଏକ ଫଳପ୍ରଦ ସମାଧାନ ଅଟେ । ହେଲେ, ଏହାକୁ ଲଗାଇବା ଅଧିକ ମହଙ୍ଗା ହୋଇଥାଏ ଏବଂ ଫାଉଣ୍ଡେସନ୍ ଚାରିପଟେ ମାଟି ଖୋଳାଯିବା କାରଣରୁ ବିଲଡିଂରେ ରହୁଥିବା ଲୋକଙ୍କ ସ୍ୱାଭାବିକ ଜୀବନରେ ବ୍ୟାଘାତ ସୃଷ୍ଟି କରିଥାଏ । ତା’ଛଡ଼ା ୱାଟରପ୍ରୁଫିଂ କାମ ସରିବା ପରେ ଖାତକୁ ମୁଦିବା ଏବଂ ଘରର ସୌନ୍ଦର୍ଯ୍ୟକୁ ଫେରାଇଆଣିବା ପାଇଁ ଅତିରିକ୍ତ କାମର ଆବଶ୍ୟକତା ପଡ଼ିଥାଏ । ହେଲେ ଯାହା ବି ହେଉ ନା କାହିଁକି, ବେସମେଣ୍ଟ ମଧ୍ୟକୁ ପାଣିର ଅନୁପ୍ରବେଶକୁ ରୋକିବାର ଏହା ସବୁଠାରୁ ଭରସାଯୋଗ୍ୟ ଏବଂ ଦୀର୍ଘସ୍ଥାୟୀ ସମାଧାନ ଅଟେ ।

 

୩) ଇଣ୍ଟେରିୟର୍ ୱାଟରପ୍ରୁଫିଂ - ବେସମେଣ୍ଟ

ଘନୀଭବନ ଆର୍ଦ୍ରତାର ମୁଖ୍ୟ କାରଣ ହୋଇଥିଲେ ଇଣ୍ଟେରିୟର୍ ବେସମେଣ୍ଟ ୱାଟରପ୍ରୁଫିଂର ଆବଶ୍ୟକତା ଦେଖାଦେଇଥାଏ । ଇଣ୍ଟେରିୟର୍ ବେସମେଣ୍ଟ ୱାଟରପ୍ରୁଫିଂ କାନ୍ଥ ଓ ଚଟାଣ ମଧ୍ୟ ଦେଇ ବେସମେଣ୍ଟ ମଧ୍ୟକୁ ପ୍ରବେଶ କରିଥିବା ପାଣିକୁ ଡ୍ରେନେଜ୍ ବ୍ୟବସ୍ଥା ମଧ୍ୟକୁ ପଠାଇଦେଇଥାଏ, ଯାହା ସମ୍ପ୍ ପମ୍ପ୍ ମାଧ୍ୟମରେ ବେସମେଣ୍ଟରୁ ନିଷ୍କାସିତ ହୋଇଯାଇଥାଏ । ଡ୍ରେନେଜ୍ ପାଇପକୁ ସାଧାରଣତଃ ବେସମେଣ୍ଟ ଚଟାଣ ତଳେ ଲଗାଯାଇଥାଏ ଓ ସମ୍ପ୍ ପମ୍ପ୍ ଆଡ଼କୁ ସ୍ଲୋପ୍ କରାଯାଇଥାଏ । ସମ୍ପ୍ ପମ୍ପ୍ ବେସମେଣ୍ଟର ସବୁଠାରୁ ତଳିଆ ସ୍ଥାନରେ ଏକ ଗାତରେ ସ୍ଥାପନ କରାଯାଇଥାଏ । ଗାତରେ ପାଣିର ପରିମାଣ ଏକ ନିର୍ଦ୍ଦିଷ୍ଟ ସ୍ତରରେ ପହଞ୍ଚିଲେ ସମ୍ପ୍ ପମ୍ପ୍ ଆପେ ଆପେ କାର୍ଯ୍ୟକ୍ଷମ ହୋଇଯାଏ ଏବଂ ପାଣିକୁ ବେସମେଣ୍ଟ ବାହାରକୁ ଓ ଫାଉଣ୍ଡେସନରୁ ଦୂରକୁ ନିଷ୍କାସିତ କରିଦିଏ ।

 

୪) ଫାଉଣ୍ଡେସନ୍ କ୍ରାକ୍ ଇଞ୍ଜେକ୍ସନ୍ସ

ଫାଉଣ୍ଡେସନ୍ କ୍ରାକ୍ ଇଞ୍ଜେକ୍ସନ୍ସ ଫାଉଣ୍ଡେସନ ଚାରିପଟେ ଥିବା ମାଟିକୁ ନ ଖୋଳି ଫାଉଣ୍ଡେସନ୍ କାନ୍ଥରେ ଥିବା ଫାଟଗୁଡ଼ିକୁ ମରାମତି କରିବାର ଏକ ପଦ୍ଧତି ଅଟେ । ଏହି ପ୍ରକ୍ରିୟାରେ ଫାଟ ମଧ୍ୟରେ ତରଳ ପଲିୟୁରିଥେନ୍ ବା ଇପକ୍ସିକୁ ଇଞ୍ଜେକ୍ଟ କରାଯାଇଥାଏ । ତାହା କ୍ରମଶଃ କଠିନ ହୋଇ ଏକ ଜଳନିରୋଧୀ ବନ୍ଧ ସୃଷ୍ଟି କରିଥାଏ ଓ ପାଣିକୁ ଭେଦିବାରୁ ପ୍ରତିରୋଧ କରିଥାଏ । ଢାଞ୍ଚା ପ୍ରତି ବିପଦ ସୃଷ୍ଟି କରୁ ନ ଥିବା ଛୋଟମୋଟ ଫାଟଗୁଡ଼ିକୁ ମରାମତି କରିବା ପାଇଁ ସାଧାରଣତଃ ଏହି ପ୍ରକ୍ରିୟା ବ୍ୟବହାର କରାଯାଇଥାଏ । ଏହି କାମ ଶୀଘ୍ର ସମ୍ପନ୍ନ ହୋଇପାରେ ଏବଂ ବିଲଡିଂର ବାସିନ୍ଦାଙ୍କ ସ୍ୱାଭାବିକ ଜୀବନରେ କୌଣସି ବ୍ୟାଘାତ ସୃଷ୍ଟି କରି ନ ଥାଏ । ହେଲେ, ଏହା ଧ୍ୟାନରେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ କ୍ରାକ୍ ଫିଲର୍ ବା ଇଞ୍ଜେକ୍ସନ୍ ଫାଟର ନିହିତ କାରଣର ସମାଧାନ କରେନାହିଁ । ସେଥିପାଇଁ ଅତିରିକ୍ତ ୱାଟରପ୍ରୁଫିଂ ପଦ୍ଧତି ଆବଶ୍ୟକ ହୋଇପାରେ । ଅତିରିକ୍ତ ଭାବେ, ଏହି ପଦ୍ଧତି ବଡ଼ କିମ୍ବା ଅଧିକ ଗୁରୁତର ଫାଟଗୁଡ଼ିକ ପାଇଁ ଉପଯୁକ୍ତ ହୋଇ ନ ଥାଏ । ସେଥିପାଇଁ ଅଧିକ ବ୍ୟାପକ ମରାମତି ଆବଶ୍ୟକ ହୋଇଥାଏ ।

 

ଏହା ମଧ୍ୟ ପଢ଼ନ୍ତୁ: ୬ଟି ୱାଟରପ୍ରୁଫିଂ ତ୍ରୁଟି ଯାହାକୁ ଆପଣ ଏଡ଼ାଇବା ଉଚିତ

 

 

ବେସମେଣ୍ଟ ୱାଟରପ୍ରୁଫିଂର ଫାଇଦା



ବେସମେଣ୍ଟ ୱାଟରପ୍ରୁଫିଂର ଅନେକ ଲାଭ ରହିଛି ଯାହା ଆପଣଙ୍କୁ ନିଜର ଘର ବା ବିଲଡିଂକୁ ପାଣିଜନିତ କ୍ଷତି ଓ ଅନ୍ୟାନ୍ୟ ସମସ୍ୟାରୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ । ବେସମେଣ୍ଟ ୱାଟରପ୍ରୁଫିଂର କେତେକ ମୁଖ୍ୟ ଲାଭଗୁଡ଼ିକ ତଳେ ଦର୍ଶାଗଲା:

 

୧) ଘର ଭିତରର ପରିବେଶ ଉନ୍ନତ ହୁଏ

ନିଜ ବେସମେଣ୍ଟକୁ ୱାଟରପ୍ରୁଫିଂ କରିବା ଦ୍ୱାରା ଆପଣଙ୍କ ଘରର ଆର୍ଦ୍ରତା ସ୍ତର ହ୍ରାସିତ ହୁଏ ଏବଂ ଫିମ୍ପି/କବକର ବୃଦ୍ଧି ହ୍ରାସିତ ହୁଏ । ଏହାଦ୍ୱାରା ଆପଣଙ୍କ ଘର ବା ବିଲଡିଂର ସାମଗ୍ରିକ ବାୟୁର ମାନ ଉନ୍ନତ ହୋଇଥାଏ ।

 

୨) ବେସମେଣ୍ଟ ଚଟାଣକୁ ସୁରକ୍ଷା ମିଳିଥାଏ

ସମୟ ସହିତ ଆର୍ଦ୍ରତା ବେସମେଣ୍ଟ ଚଟାଣକୁ କ୍ଷତିଗ୍ରସ୍ତ କରିଥାଏ । ହେଲେ, ୱାଟରପ୍ରୁଫିଂ କରାଯାଇ ଏହି କ୍ଷତିକୁ ପ୍ରତିରୋଧ କରାଯାଇପାରିବ ଏବଂ ଆପଣଙ୍କ ଚଟାଣର ଜୀବନକାଳ ବୃଦ୍ଧି ହୋଇପାରିବ ।

 

୩) ବେସମେଣ୍ଟ ଜଳାର୍ଣ୍ଣବ ହୁଏନାହିଁ

ୱାଟରପ୍ରୁଫିଂ ପାଣିକୁ ଆପଣଙ୍କ ବେସମେଣ୍ଟ ମଧ୍ୟକୁ ପ୍ରବେଶ ବା ଭେଦ କରିବାରୁ ରୋକିଥାଏ । ଏହାଫଳରେ ଆପଣଙ୍କ ବେସମେଣ୍ଟ ଜଳାର୍ଣ୍ଣବ ହୁଏନାହିଁ ଏବଂ ଆପଣଙ୍କ ସମ୍ପତ୍ତିରେ ପାଣିଜନିତ କ୍ଷତିର ଆଶଙ୍କା ହ୍ରାସିତ ହୋଇଥାଏ ।

 

୪) ଆପଣଙ୍କ ସମ୍ପ୍ ଡମ୍ପ୍ ସୁରକ୍ଷିତ ରହିଥାଏ

ବେସମେଣ୍ଟରୁ ପାଣିକୁ ନିଷ୍କାସିତ କରିବା ପାଇଁ ସମ୍ପ୍ ପମ୍ପ୍ ତିଆରି କରାଯାଇଥାଏ । କିନ୍ତୁ ଅତ୍ୟଧିକ ପାଣି କାରଣରୁ ଏହା ଠିକ୍ ଭାବେ କାମ କରିପାରେ ନାହିଁ । ୱାଟରପ୍ରୁଫିଂ ଦ୍ୱାରା ଏହି ସମସ୍ୟାର ନିବାରଣ କରାଯାଇପାରିବ ଏବଂ ସମ୍ପ୍ ଡମ୍ପ୍ କୁ କ୍ଷତିରୁ ରୋକାଯାଇପାରିବ ।

 

୫) ଢାଞ୍ଚାଗତ ଉପାଦାନଗୁଡ଼ିକୁ କ୍ଷତିରୁ ରକ୍ଷା କରିଥାଏ

ପାଣିଜନିତ କ୍ଷତି ଆପଣଙ୍କ ଘର ବା ବିଲଡିଂର ଢାଞ୍ଚାଗତ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିପାରେ । କିନ୍ତୁ, ୱାଟରପ୍ରୁଫିଂ ଦ୍ୱାରା ଏହି କ୍ଷତିକୁ ନିବାରଣ କରାଯାଇପାରିବ ଏବଂ ଆପଣଙ୍କ ଫାଉଣ୍ଡେସନର ଆୟୁକୁ ବୃଦ୍ଧି କରାଯାଇପାରିବ ।

 

୬) ବିଜୁଳି ଖର୍ଚ୍ଚ ହ୍ରାସିତ ହୁଏ

ବେସମେଣ୍ଟ କାନ୍ଥଗୁଡ଼ିକୁ ଭିତରୁ ୱାଟରପ୍ରୁଫିଂ କରିବା ଦ୍ୱାରା ଆପଣଙ୍କ ଘରର ଆର୍ଦ୍ରତା ସ୍ତର ହ୍ରାସିତ ହୋଇଥାଏ । ଏହାଫଳରେ ଆପଣଙ୍କର ବିଜୁଳି ଖର୍ଚ୍ଚ ହ୍ରାସିତ ହୋଇଥାଏ କାରଣ ଆପଣଙ୍କ ଏଚ.ଭି.ଏ.ସି. ସିଷ୍ଟମକୁ ଆରାମଦାୟକ ତାପମାତ୍ରା ବଜାୟ ରଖିବା ଲାଗି ଏତେ ପରିଶ୍ରମ କରିବାକୁ ପଡ଼ି ନ ଥାଏ ।




ମୋଟାମୋଟି ଭାବେ ଏହି ବ୍ଲଗ୍‌‌‌ରେ ବେସମେଣ୍ଟ ୱାଟରପ୍ରୁଫିଂ ପାଇଁ ସମସ୍ତ ଜାଣିବାଯୋଗ୍ୟ କଥାଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇଛି । ନିଜ ଘରକୁ ପାଣିଜନିତ କ୍ଷତି, ଶିଉଳି/ଫିମ୍ପି ଏବଂ ଢାଞ୍ଚାଗତ ସମସ୍ୟାରୁ ସୁରକ୍ଷିତ ରଖିବା ପାଇଁ ବେସମେଣ୍ଟ ୱାଟରପ୍ରୁଫିଂ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ଆର୍ଦ୍ରତାର କାରଣକୁ ଚିହ୍ନଟ କରିବା ଏବଂ ୱାଟରପ୍ରୁଫିଂର ସଠିକ୍ ପଦ୍ଧତିକୁ ଚୟନ କରି ବେସମେଣ୍ଟକୁ ୱାଟରପ୍ରୁଫିଂ କରିବା ଦ୍ୱାରା ଆପଣ ଏକ ଶୁଷ୍କ ଏବଂ ସୁରକ୍ଷିତ ବେସମେଣ୍ଟକୁ ସୁନିଶ୍ଚିତ କରିପାରିବେ । ତା’ ସହିତ, ଯେକୌଣସି ଘରମାଲିକ ବା ସମ୍ପତ୍ତି ମାଲିକ ପାଇଁ ଏହା ଏକ ସ୍ମାର୍ଟ ନିବେଶ ହୋଇଥାଏ । ତେଣୁ, ଆଗେଇ ଯାଆନ୍ତୁ ଏଥିରୁ ଶିଖିଥିବା ଜ୍ଞାନକୁ କାମ ଲଗାଇ ନିଜ ଘରକୁ ୱାଟରପ୍ରୁଫ୍ କରନ୍ତୁ!



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |





  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....