ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ଫ୍ଲୋର୍ ଟାଇଲ୍ସ କାହିଁକି ଫାଟିଥାଏ? ତାହାର ସାଧାରଣ କାରଣଗୁଡ଼ିକ କ’ଣ ଏବଂ ତାହାକୁ କିପରି ଏଡ଼ାଇହେବ?

ଫଟା ଫ୍ଲୋର୍ ଟାଇଲ୍ସର ଦୁଃଖଦାୟକ ଦୃଶ୍ୟ ପଛରେ ରହିଥିବା କାରଣଗୁଡ଼ିକୁ ବୁଝନ୍ତୁ ଏବଂ ଫ୍ଲୋର୍ ଟାଇଲ୍ସରେ ଫାଟକୁ ଏଡ଼ାଇବା ଲାଗି ଏପରି ପରିସ୍ଥିତିକୁ ନିବାରଣ କରିବାର ଫଳପ୍ରଦ ପଦ୍ଧତି ସମ୍ପର୍କରେ ଜାଣନ୍ତୁ ।

Share:


ଫ୍ଲୋର୍ ଟାଇଲ୍ସ ଯେକୌଣସି ସ୍ଥାନର ସୌନ୍ଦର୍ଯ୍ୟ ଓ ଶୋଭା ବଢ଼ାଇପାରେ; ଅପରପକ୍ଷରେ, ଫଟା ଟାଇଲ୍ସ ସେହି ସ୍ଥାନର ରୂପକୁ ବିକୃତ କରିଦେଇପାରେ । ଯଦି ଆପଣ କେବେ ଟାଇଲ୍‌‌ରେ ଫାଟର ସମ୍ମୁଖୀନ ହୋଇଛନ୍ତି, ତେବେ ଆପଣ ଜାଣିଥିବେ ଯେ ସେହି ଟାଇଲ୍‌‌କୁ ମରାମତି କରିବା କିମ୍ବା ବଦଳାଇବା କେତେ ଝଞ୍ଜଟପୂର୍ଣ୍ଣ ଓ ମହଙ୍ଗା ହୋଇଥାଏ । ମେଜିଆର ଟାଇଲ୍ କାହିଁକି ଫାଟିଥାଏ ତାହା ଆପଣଙ୍କୁ ବୁଝାଇବା ଏବଂ ସେହି ସମସ୍ୟାକୁ ଏଡ଼ାଇବାର ଉପାୟଗୁଡ଼ିକୁ ଆପଣଙ୍କୁ ଜଣାଇବା ପାଇଁ ଆମେ ଏହି ବ୍ୟାପକ ଗାଇଡ୍ ପ୍ରସ୍ତୁତ କରିଛୁ । ଚାଲନ୍ତୁ, ଟାଇଲ୍ ଫାଟିବାର ସାଧାରଣ କାରଣ ଏବଂ ଫଳପ୍ରଦ ନିବାରଣମୂଳକ ଉପାୟଗୁଡ଼ିକୁ ଜାଣିବା ।



ଫ୍ଲୋର୍ ଟାଇଲ୍ସ ଫାଟିବାର ତାତ୍ପର୍ଯ୍ୟ କ’ଣ?


ଫ୍ଲୋର୍ ଟାଇଲ୍ସ ଫାଟର ତାତ୍ପର୍ଯ୍ୟ ହେଉଛି ଆପଣଙ୍କ ମେଜିଆରେ ଲାଗିଥିବା ଟାଇଲ୍ସ ଫାଟିବା, ଭାଙ୍ଗିବା କିମ୍ବା ଫ୍ରାକ୍ଚର୍ ହେବା । ଏହି ଫାଟଗୁଡ଼ିକ ଅତି ଛୋଟ, ନଜରକୁ ଆସୁ ନ ଥିବା ତଥା କେବଳ ଟାଇଲ୍ସର ଉପରି ପୃଷ୍ଠଭାଗକୁ ପ୍ରଭାବିତ କରୁଥିବା ଛିଦ୍ର ହୋଇପାରେ କିମ୍ବା ବଡ଼ ଆକାରର, ଆଖିକୁ ଦେଖାଯାଉଥିବା ତଥା ଟାଇଲ୍ସର ଗଭୀରତା ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ଫାଟ ହୋଇପାରେ । ଏପରି ଫାଟଗୁଡ଼ିକ ଅସୁନ୍ଦର ତ ଦେଖାଯାଇଥାଏ, ହେଲେ କେତେକ ମାମଲାରେ ତାହା ଆପଣଙ୍କ ଢାଞ୍ଚା ବା କୋଠାର ନିହିତ ସମସ୍ୟାକୁ ସୂଚାଇପାରେ; ଏପରି ସମସ୍ୟା ଯାହା ଆପଣଙ୍କ ଘର କିମ୍ବା ବ୍ୟବସାୟ ସ୍ଥାନର ନିର୍ମାଣର ଅଖଣ୍ଡତା ପ୍ରତି ଗୁରୁତର ବିପଦ ସୃଷ୍ଟି କରିବାରେ ସକ୍ଷମ ହୋଇଥିବ ।

 

ଆପଣଙ୍କ ଟାଇଲ୍ସରେ ଫାଟ, ତାହା କେଶ ଭଳି ସରୁ ବି ହୋଇ ଥାଉ ନା କାହିଁକି, ତାହାକୁ କେବଳ ଏକ ସୌନ୍ଦର୍ଯ୍ୟଜନିତ ସମସ୍ୟା ଭାବି ଅବହେଳା କରିବା ଉଚିତ୍ ନୁହେଁ । ସେଗୁଡ଼ିକ ଆର୍ଦ୍ରତାର ପ୍ରବେଶମାର୍ଗ ସାଜିପାରେ; ସେହି ବାଟ ଦେଇ ଆର୍ଦ୍ରତା ଆପଣଙ୍କ ମେଜିଆର ତଳଭାଗ ପର୍ଯ୍ୟନ୍ତ ପହଞ୍ଚିପାରେ ଏବଂ ଫିମ୍ପି ଆଦି ଲାଗିବାର କାରଣ ହୋଇପାରେ । ଅଧିକନ୍ତୁ, ସମୟକ୍ରମେ ଏହି ଫାଟଗୁଡ଼ିକ ଆହୁରି ଗଭୀର ହୋଇଯାଇପାରେ, ଯାହା ଆପଣଙ୍କ ଜାଗା ପାଇଁ ଝୁଣ୍ଟିବାର ବିପଦ ସୃଷ୍ଟି କରିପାରେ । ଫାଟକୁ ପ୍ରତିରୋଧ କରିବା ଏବଂ ଇପକ୍ସି ଗ୍ରାଉଟ୍ ଭଳି ଉପଯୁକ୍ତ ସମାଧାନ ସହିତ ସେହି ଫାଟଗୁଡ଼ିକୁ ତତ୍ପରତା ସହିତ ମରାମତି କରିବା ପାଇଁ ଫାଟ ସୃଷ୍ଟି ହେବାର କାରଣଗୁଡ଼ିକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ ଅଟେ ।


ଟାଇଲ୍ସରେ ଫାଟ କ’ଣ ପାଇଁ ସୃଷ୍ଟି ହୋଇଥାଏ?



ଫ୍ଲୋର୍ ଟାଇଲ୍ସରେ ବିଭିନ୍ନ କାରଣରୁ ଫାଟ ସୃଷ୍ଟି ହୋଇପାରେ । ଫ୍ଲୋର୍ ଟାଇଲ୍ସ ଫାଟକୁ ପ୍ରତିରୋଧ କରିବା ପାଇଁ ଫାଟର କାରଣଗୁଡ଼ିକୁ ବୁଝିରଖିବା ଗୁରୁତ୍ୱପୂର୍ଣ୍ଣ ଅଟେ । ଫାଟ ସୃଷ୍ଟି ହେବାର ମୁଖ୍ୟ କାରଣଗୁଡ଼ିକ ତଳେ ଦିଆଗଲା:

 

୧. ଶକ୍ତ ଧକ୍କା

ଶକ୍ତ ଧକ୍କା ଟାଇଲ୍ ଫାଟିବାର ଏକ ମୁଖ୍ୟ କାରଣ ଅଟେ । ଟାଇଲ୍ସ ଉପରେ ଭାରି ବସ୍ତୁ ପଡ଼ିଲେ କିମ୍ବା ଟାଇଲ୍ସ ଉପରେ ଶକ୍ତ ଆଘାତ ଲାଗିଲେ, ସେଥିରେ ତୁରନ୍ତ ଫାଟ ଦେଖାଦେଇପାରେ କିମ୍ବା ସମୟକ୍ରମେ ତାହା ଦୁର୍ବଳ ହୋଇଯାଇପାରେ । ଟାଇଲ୍ ଲାଗିଥିବା ପୃଷ୍ଠଭାଗରେ ଆସବାବପତ୍ର ଅଥବା ଅନ୍ୟାନ୍ୟ ଭାରି ବସ୍ତୁଗୁଡ଼ିକୁ ଘୁଞ୍ଚାଘୁଞ୍ଚି କରିବା ସମୟରେ ସାବଧାନତା ଅବଲମ୍ବନ କରିବା ଜରୁରୀ । ଏହାଦ୍ୱାରା ଟାଇଲ୍ ପ୍ରତି କ୍ଷତିକୁ ଏଡ଼ାଯାଇପାରିବ ।

 

୨. ଭୁଲ୍ ସ୍ଥାପନା

ଅନୁପଯୁକ୍ତ ସ୍ଥାପନା ବା ଟାଇଲ୍ ବିଛାଇବା ପଦ୍ଧତି ଟାଇଲ୍ ଫାଟର କାରଣ ସାଜିପାରେ । ସବୁ ଜାଗାରେ ପର୍ଯ୍ୟାପ୍ତ ପରିମାଣର ଅଠା (ଆଢ଼େସିଭ୍) ନ ଲଗାଇବା, ଅନୁପଯୁକ୍ତ ଭାବେ ଗାଉଟିଂ କରିବା କିମ୍ବା ତଳ ପୃଷ୍ଠଭାଗକୁ ଠିକ୍ ଭାବେ ପୂର୍ବ-ପ୍ରସ୍ତୁତ ନ କରାଯିବା ସାଧାରଣ ସ୍ଥାପନା ତ୍ରୁଟି ଅଟେ, ଯାହା କାରଣରୁ ଟାଇଲ୍ସରେ ଫାଟ ଦେଖାଦେଇଥାଏ । ଉପଯୁକ୍ତ ସ୍ଥାପନା କୌଶଳକୁ ଅନୁସରଣ କରୁଥିବା ପେସାଦାର ଟାଇଲ୍ ଇନଷ୍ଟଲରଙ୍କୁ ନିୟୋଜନ କରି ଏପରି ସମସ୍ୟାକୁ ଏଡ଼ାଯାଇପାରିବ ।

 

୩. ଅତ୍ୟଧିକ ଭାର ସହନ କରିବା

ଟାଇଲ୍ ଉପରେ ମାତ୍ରାଧିକ ଓଜନ କିମ୍ବା ଚାପ ପଡ଼ିଲେ, ତାହା ଫାଟିଯାଇପାରେ । ବିଶେଷକରି ଯଥେଷ୍ଟ ମାତ୍ରାର ଢାଞ୍ଚାଗତ ସମର୍ଥନ ରହି ନ ଥିବା ସ୍ଥାନରେ ଏପରି ଫାଟ ଦେଖାଯାଇଥାଏ । ଭାରି ବସ୍ତୁଗୁଡ଼ିକୁ ସିଧାସଳଖ ଟାଇଲ୍ ଉପରେ ରଖିବା କିମ୍ବା କୌଣସି ନିର୍ଦ୍ଦିଷ୍ଟ ଜାଗା ଉପରେ ହିଁ ମାତ୍ରାଧିକ ଭାର ବା ଚାପ ପଡ଼ିବା ଦ୍ୱାରା ଏପରି ଘଟଣା ଘଟିପାରେ । ଆପଣଙ୍କ ଟାଇଲ୍ ଲାଗିଥିବା ପୃଷ୍ଠଭାଗରେ ଉପଯୁକ୍ତ ଓଜନ ବିତରଣକୁ ସୁନିଶ୍ଚିତ କରନ୍ତୁ ଏବଂ ଉପଯୁକ୍ତ ସମର୍ଥନ (ସପୋର୍ଟ) ବ୍ୟବହାର କରି ଫାଟକୁ ପ୍ରତିରୋଧ କରନ୍ତୁ ।

 

୪. ଫାଟିଯାଇଥିବା ନିମ୍ନସ୍ଥ ପୃଷ୍ଠଭାଗ

ଉପ-ମେଜିଆ ବା ନିମ୍ନବର୍ତ୍ତୀ ପୃଷ୍ଠଭାଗ ଟାଇଲ୍ ସ୍ଥାୟିତ୍ୱକୁ ପ୍ରଭାବିତ କରିଥାଏ । ନିମ୍ନବର୍ତ୍ତୀ ପୃଷ୍ଠଭାଗ କ୍ଷତିଗ୍ରସ୍ତ, ଫାଟଯୁକ୍ତ କିମ୍ବା ଅସମତଳ ହୋଇଥିଲେ, ତାହା ଉପରେ ଲଗାଯାଇଥିବା ଟାଇଲ୍ ଉପରେ ଚାପ ପଡ଼ିଥାଏ, ଯାହା ଫଳରେ ଫାଟ ସୃଷ୍ଟି ହୋଇଥାଏ । ଟାଇଲ୍ ବିଛାଇବା ପୂର୍ବରୁ ନିମ୍ନସ୍ଥ ପୃଷ୍ଠଭାଗ ଯେପରି ଭଲ ସ୍ଥିତିରେ ଅଛି ତାହା ସୁନିଶ୍ଚିତ କରନ୍ତୁ ଏବଂ ଅନ୍ୟ କୌଣସି ଢାଞ୍ଚାଗତ ସମସ୍ୟାକୁ ତତ୍ପରତାର ସହିତ ସମାଧାନ କରି ଟାଇଲ୍‌‌ର ଫାଟକୁ ଏଡ଼ାନ୍ତୁ ।

 

୫. କଣ୍ଟ୍ରୋଲ ଜଏଣ୍ଟ ଉପରେ ଟାଇଲିଂ

କଣ୍ଟ୍ରୋଲ ଜଏଣ୍ଟ ବା ଏକ୍ସପାନ୍ସନ୍ ଜଏଣ୍ଟଗୁଡ଼ିକୁ ନିର୍ମାଣ ସାମଗ୍ରୀର ପ୍ରାକୃତିକ ଚଳନ ଏବଂ ପ୍ରସାରଣକୁ ସୁବିଧାଜନକ କରିବା ପାଇଁ ଡିଜାଇନ୍ କରାଯାଇଥାଏ । ଟାଇଲିଂ ସମୟରେ ଏହି ଜଏଣ୍ଟଗୁଡ଼ିକୁ ଅଣଦେଖା କଲେ ଫ୍ଲୋରିଂର ଚଳନ ବାଧିତ ହୋଇପାରେ, ଯାହା ଫଳରେ ଟାଇଲ୍ସ ଉପରେ ଚାପ ସୃଷ୍ଟି ହୁଏ ଏବଂ ଟାଇଲ୍‌‌ ଫାଟିଥାଏ କିମ୍ବା ଫୁଟିଥାଏ । ପ୍ରସାରଣ ଏବଂ ସଙ୍କୋଚନ ଲାଗି ଜାଗା ଦେବା ପାଇଁ କଣ୍ଟ୍ରୋଲ ଜଏଣ୍ଟଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ ଏବଂ ଉପଯୁକ୍ତ ଟାଇଲିଂ ପଦ୍ଧତିକୁ ଅନୁସରଣ କରନ୍ତୁ ।


ଟାଇଲ୍‌‌ରେ ଫାଟକୁ କିପରି ପ୍ରତିରୋଧ କରାଯାଇପାରିବ?



ଟାଇଲ୍ସରେ ଫାଟକୁ ଏଡ଼ାଇବା ପାଇଁ ନିବାରଣ ହିଁ ମୁଖ୍ୟ ଅସ୍ତ୍ର ଅଟେ । କେତେକ ଆଗୁଆ ପଦକ୍ଷେପ ନେଇ ଆପଣ ଫ୍ଲୋର୍ ଟାଇଲ୍ସ ଫାଟିବାର ଆଶଙ୍କାକୁ ନ୍ୟୂନତମ କରିପାରିବେ ଏବଂ ଫଟା ଟାଇଲ୍‌‌‌କୁ ମରାମତି କରିବାର ଝାମେଲାକୁ ଏଡ଼ାଇପାରିବେ । ଟାଇଲ୍ସରେ ଫାଟକୁ ଏଡ଼ାଇବା ପାଇଁ ନିମ୍ନଲିଖିତ ଉପଦେଶଗୁଡ଼ିକୁ ଅନୁସରଣ କରନ୍ତୁ:

 

୧. ଚିନାମାଟି ଟାଇଲ୍ସ ବାଛନ୍ତୁ

ଚିନାମାଟି (ପୋର୍ସେଲିନ୍) ଟାଇଲ୍ସ ଅଧିକ ଦୀର୍ଘସ୍ଥାୟୀ ଏବଂ ଫାଟ ପ୍ରତିରୋଧୀ ହୋଇଥାଏ । ଏ ପ୍ରକାର ଟାଇଲ୍ସକୁ ଚୟନ କରି ଆପଣ ଟାଇଲ୍ସ ଫାଟିବାର ଆଶଙ୍କାକୁ ଅପେକ୍ଷାକୃତ ହ୍ରାସ କରିପାରିବେ । ଚିନାମାଟି ଟାଇଲ୍ସ ତାହାର ଦୃଢ଼ତା ଏବଂ ପ୍ରବଳ ବ୍ୟବହାରକୁ ସହନ କରିବାର ସାମର୍ଥ୍ୟ ପାଇଁ ସୁବିଖ୍ୟାତ ଅଟେ । ଲୋକମାନେ ଅତ୍ୟଧିକ ଚଳପ୍ରଚଳ କରୁଥିବା ସ୍ଥାନଗୁଡ଼ିକରେ ବ୍ୟବହାର ପାଇଁ ତାହା ଉତ୍କୃଷ୍ଟ ବିକଳ୍ପ ହୋଇଥାଏ ।

 

୨. ପ୍ଲାଏଉଡ୍ ଏବଂ କଂକ୍ରିଟ୍ ଉପ-ମେଜିଆ ବ୍ୟବହାର କରନ୍ତୁ

ଟାଇଲ୍ ଫାଟକୁ ପ୍ରତିରୋଧ କରିବା ପାଇଁ ଉପ-ମେଜିଆକୁ ଉପଯୁକ୍ତ ଭାବେ ପ୍ରସ୍ତୁତ କରିବା ଅତ୍ୟାବଶ୍ୟକ ହୋଇଥାଏ । ଟାଇଲ୍ସ ପାଇଁ ଏକ ସ୍ଥିର ଏବଂ ସମତଳ ପୃଷ୍ଠ ତିଆରି କରିବା ପାଇଁ ପ୍ଲାଏଉଡ୍ ଏବଂ କଂକ୍ରିଟ୍‌‌ର ଆଧାର ବ୍ୟବହାର କରନ୍ତୁ । ଏହାଦ୍ୱାରା ଓଜନ ସମାନ ଭାବେ ବିତରିତ ହୋଇଥାଏ ଏବଂ ଅସ୍ଥିର ଫାଉଣ୍ଡେସନ କାରଣରୁ ଟାଇଲ୍ ଫାଟିବାର ଆଶଙ୍କା ହ୍ରାସିତ ହୋଇଥାଏ ।

 

୩. ‘ଡେଡ୍ ସ୍ପଟ୍ସ’ ପାଇଁ ଯାଞ୍ଚ କରିନିଅନ୍ତୁ

ଟାଇଲ୍ ବିଛାଇବା ପୂର୍ବରୁ, ଉପ-ମେଜିଆକୁ ଭଲଭାବେ ଯାଞ୍ଚ କରିନିଅନ୍ତୁ, ଯେପରି ସେଥିରେ କୌଣସି ଫମ୍ପା କିମ୍ବା ଅସମତଳ ସ୍ଥାନ ରହିଯାଇ ନାହିଁ ତ । ଏପରି ଜାଗାଗୁଡ଼ିକୁ ‘‘ଡେଡ୍ ସ୍ପଟ୍ସ’’ କୁହାଯାଏ, ଯାହା ଟାଇଲ୍ସକୁ ଦୁର୍ବଳ କରିବା ସହିତ ସେଥିରେ ଫାଟର ସମ୍ଭାବନାକୁ ବୃଦ୍ଧି କରିଥାଏ । ଉପ-ମେଜିଆରେ କୌଣସି ସମସ୍ୟା ରହିଥିଲେ ତାହାକୁ ସଜାଡ଼ି କିମ୍ବା ମରାମତି କରିବା ପରେ ହିଁ ଟାଇଲ୍ ବିଛାନ୍ତୁ ।

 

୪. ପ୍ରସାରଣକୁ ବିଚାରକୁ ନିଅନ୍ତୁ

ତାପମାତ୍ରା ଉପର-ତଳ ହେଉଥିବା ବଡ଼ ବଡ଼ ଜାଗାଗୁଡ଼ିକରେ ଯୋଡ଼େଇ ଜାଗାଗୁଡ଼ିକୁ ପ୍ରସାରିତ ହେବା ପାଇଁ ଜାଗା ଦେବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି ଯୋଡ଼େଇ ବା ଏକ୍ସପାନ୍ସନ୍ ଜଏଣ୍ଟଗୁଡ଼ିକ ଟାଇଲ୍ସର ପ୍ରାକୃତିକ ଚଳନକୁ ସୁବିଧାଜନକ କରିଥାଏ, ଯାହା ଫଳରେ ଚାପ-ଜନିତ ଫାଟ ପ୍ରତିରୋଧ ହୁଏ । ଏକ୍ସପାନ୍ସନ୍ ଜଏଣ୍ଟ ମଧ୍ୟରେ ବ୍ୟବଧାନ ଓ ତାହାକୁ ଲଗାଇବାର ଉପଯୁକ୍ତ ଉପାୟ ପାଇଁ ପେସାଦାର ଇନଷ୍ଟଲରଙ୍କ ସହ ପରାମର୍ଶ କରନ୍ତୁ କିମ୍ବା ଏହି ଉଦ୍ୟୋଗ ପାଇଁ ଉଦ୍ଦିଷ୍ଟ ମାର୍ଗଦର୍ଶିକା ଅନୁସରଣ କରନ୍ତୁ ।



ଫାଟିଥିବା କିମ୍ବା ଖଣ୍ଡିଆ ହୋଇଯାଇଥିବା ଟାଇଲ୍ସକୁ ମରାମତି ଓ ବଦଳାଇବା ଝଞ୍ଜଟପୂର୍ଣ୍ଣ ହୋଇଥାଏ । କିନ୍ତୁ, ତାହା ପଛରେ ଥିବା କାରଣକୁ ବୁଝିବା ଏବଂ ନିବାରଣମୂଳକ ପଦକ୍ଷେପ ଗ୍ରହଣ କରିବା ଦ୍ୱାରା ଆପଣ ସମୟ, ଟଙ୍କା ବଞ୍ଚାଇପାରିବେ ଏବଂ ତତ୍-ଜନିତ ଝାମେଲାକୁ ଏଡ଼ାଇପାରିବେ । ଏହି ବ୍ଲଗ୍‌‌ରେ ଦର୍ଶାଯାଇଥିବା ମାର୍ଗଦର୍ଶିକାକୁ ଅନୁସରଣ କରି ଆପଣ ଏକ ଫାଟ-ମୁକ୍ତ ଏବଂ ଦୀର୍ଘସ୍ଥାୟୀ ଟାଇଲ୍ ପୃଷ୍ଠଭାଗକୁ ଉପଭୋଗ କରିପାରିବେ । ଟାଇଲ୍ ବିଛାଇବା ଉପରେ ଅଧିକ ବିସ୍ତୃତ ଉପଦେଶ ଏବଂ କୌଶଳ ପାଇଁ, ଟାଇଲ୍ ସ୍ଥାପନା ଉପରେ ଆମର ଭିଡିଓ ଦେଖନ୍ତୁ ଯାହା ଆପଣଙ୍କୁ ଉପଯୁକ୍ତ ଟାଇଲ୍ ସ୍ଥାପନା ପଦ୍ଧତି ଉପରେ ମୂଲ୍ୟବାନ ସୂଚନା ପ୍ରଦାନ କରିଥାଏ ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....